ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ନିଦ୍ରାଜନିତ ସମସ୍ୟା ଓ ସମାଧାନ
ସେଆର କରନ୍ତୁ

ନିଦ୍ରାଜନିତ ସମସ୍ୟା ଓ ସମାଧାନ

ନିଦ୍ରାଜନିତ ସମସ୍ୟା ଓ ସମାଧାନ କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ନିଦ୍ରା ବହୁ ଭାବରେ ପ୍ରାଣୀର ଉପକାର

ଶରୀରର ସୁରକ୍ଷା ତଥା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଇଶ୍ଵରଙ୍କ ବରଦାନ ନିଦ୍ରା  । ଭଲ ନିଦ୍ରା ପରେ ଶରୀର ସଜାଗ ହୁଏ  । ମସ୍ତିଷ୍କ ସତେଜ ହୋଇଯାଏ  । ସ୍ମରଣେ ଶକ୍ତି ବଢିଯାଏ  । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ  । ମାଂସପେଶୀ ଓ ଅନ୍ୟାନ୍ୟ କୋଷ ପୁନଃଯୌବନ ଲାଭ କରିଥାନ୍ତି  । ନିଦ୍ରା ସମୟରେ ଶରୀର ଓ ମସ୍ତିଷ୍କରେ କ୍ଷରଣ ହେଉଥିବା ବିଷାକ୍ତ ପଦାର୍ଥ ସଫା ହୋଇଥାଏ  । ମସ୍ତିଷ୍କ ଭ୍ରମ ରୋଗରେ ତିଆରି ହେଉଥିବା ବିଟା ଆମିଲଏଡ ମଧ୍ୟ ନିଦ୍ରା ସମୟରେ ସଫା ହୋଇଯାଏ  । ମୁଖ୍ୟତଃ ନିଦ୍ରା ବହୁ ଭାବରେ ପ୍ରାଣୀର ଉପକାର କରେ  ।

ନିଦ୍ରାରୋଗ ଓ ସମାଧାନ

ମଣିଷ ପ୍ରତ୍ୟହ ୭/୮ ଘଣ୍ଟା ଆବଶ୍ୟକ  । ଷାଠିଏ ବର୍ଷ ବଞ୍ଚିଥିବା ମଣିଷ ସାଧାରଣତଃ କୋଡିଏ ବର୍ଷ ଶୋଇଥାଏ  । କିନ୍ତୁ ସବୁ ମଣିଷଙ୍କ ଭାଗ୍ୟରେ ଭଲରେ ଶୋଇବାର ସୁବିଧା ମିଳେନାହିଁ  । ତେଣୁ ବହୁପ୍ରକାର ନିଦ୍ରାରୋଗ ସୃଷ୍ଟି ହୁଏ  । ଯଥା – ରାତିରେ ନିଦ ନହେବା, ଦିନରେ ବସୁବସୁ କିମ୍ବା କାମ କରୁକରୁ ଶୋଇପଡିବା, ଶୋଇଲାବେଳେ ବିଭିନ୍ନ ପ୍ରକାର ଶବ୍ଦ ଓ ଅଙ୍ଗଭଙ୍ଗୀ କରିବା ଇତ୍ୟାଦି  । ବହୁଲୋକ ଶୋଇଲା ବେଳେ ଏତେ ଜୋରରେ ଘୁଙ୍ଗୁଡି ମାରନ୍ତି ଯେ ପାଖ ଲୋକ ଶୋଇପାରନ୍ତି ନାହିଁ   । କେତେକ ଲୋକ ଘୁଙ୍ଗୁଡି ମାରୁଥିବା ବେଳେ କିଛି ସମୟ ପାଇଁ ସେମାନଙ୍କ ନିଃଶ୍ଵାସ ବନ୍ଦ ହୋଇଯାଏ ଏବଂ ସେମାନେ ଉଠି ବସନ୍ତି (ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ)  । ଆଉ କେତେଜଣ ଶୋଇଥିବା ବେଳେ ଛଟଛଟ  କରି ଗୋଡ ଜୋରରେ ବାଡାନ୍ତି (ରେଷ୍ଟଲେସ୍  ଲେଗ୍ ସିଣ୍ଡ୍ରୋମ) । ଅନ୍ୟସବୁ ନିଦ୍ରାଜନିତ ସମସ୍ୟା ହେଲା- ନିଦରେ ଚାଲିବା (ସ୍ଲିପ ୱାକିଙ୍ଗ), ଭୟଙ୍କର ସ୍ଵପ୍ନ ଦେଖିବା, ଶେଯରେ ପରିସ୍ରା କରିବା ଇତ୍ୟାଦି  । ସାଧାରଣ ନିଦ୍ରାଜନିତ ରୋଗ ଅପେକ୍ଷାକୃତ ସୁସ୍ଥ ଲୋକ, ଶ୍ଵାସକ୍ରିୟାରେ ବାଧା କିମ୍ବା ବଡ ଟନସିଲ୍ ଥିଲେ ହୋଇଥାଏ  । ଏହା ବ୍ୟତୀତ କେତେକ ପ୍ରକାର ଶାରୀରିକ ଅସୁସ୍ଥତା, ମାନସିକ ରୋଗ, ନିଶାଦ୍ରବ୍ୟ ସେବନ ଯୋଗୁ ବି ନିଦ୍ରାରୋଗ ହୁଏ  । ଏହା ବ୍ୟତୀତ ଶୋଇଥିବାବେଳେ ଦାନ୍ତ କାମୁଡିବା, ରାତିରେ ନିଦ୍ରାବସ୍ଥାରେ ଗର୍ଜନ କରିବା ମଧ୍ୟ ଏଭଳି ସମସ୍ୟାକୁ ସୂଚାଏ  । ସୁଖର କଥା, ଆମେ ନିଦ୍ରା ସମ୍ବନ୍ଧୀୟ ସମସ୍ୟା କେବଳ ନିଦ ଔଷଧ ଦେଇ ଚିକିତ୍ସା କରାଯାଉଥିଲା  । ଏବେ ନିଦ୍ରାରୋଗ ବିଜ୍ଞାନ ସ୍ଵତନ୍ତ୍ର ବିଷୟ  ଭାବେ ଉପାଧ୍ୟୁତ୍ତର ଶ୍ରେଣୀର ପଢାଯାଇ ବହୁ କଲେଜ ଓ କର୍ପୋରେଟ ହସ୍ପିଟାଲରେ ସ୍ଵତନ୍ତ୍ର ବିଭାଗ ରୂପେ ଚିକିତ୍ସା ଯୋଗାଉଛି   ।

ନିଦ୍ରାରୋଗ ଚିହ୍ନିବା ପାଇଁ ଯେଉଁ ପରୀକ୍ଷା କରାଯାଏ ତାହାକୁ ପଲିସୋମ୍ନୋଗ୍ରାଫି କୁହାଯାଏ  । ଏଥିରେ ମସ୍ତିଷ୍କ, ଚକ୍ଷୁ, ହୃତପିଣ୍ଡ ଓ ମାଂସପେଶୀମାନଙ୍କର ଶୋଇବା ଶୋଇବା ଅବସ୍ଥାରେ ବୈଦ୍ୟୁତିକ କାର୍ଯ୍ୟାବଳୀ ମପାଯାଇ ପର୍ଯ୍ୟାଲୋଚନା କରିବା ପରେ ରୋଗ ନିରୂପିତ ହୁଏ  । ଘୁଙ୍ଗୁଡି ମାରୁଥିବା ଅବଷ୍ଟ୍ରକ୍ଟିଭ ସ୍ଲିପ ଆପନିଆ ରୋଗୀ ଠିକ୍ ଭାବେ ଚିକିତ୍ସିତ ନହେଲେ ଶରୀରର ପୃଥୁଳତା, ଉଚ୍ଚ ରକ୍ତଚାପ, ଡାଇବେଟିସ୍, ଗଣ୍ଠିବାତ, ହୃଦରୋଗ, ଶ୍ଵାସରୋଗ ଭଳି ବହୁ ଜଟିଳ ରୋଗ ଭୋଗ କରିବାକୁ ପଡେ  । ଏ ସମ୍ବନ୍ଧରେ ୱେବ୍ ସାଇଟ www.sleepcon2018@ gmail.comରେ ଅଧିକ ତଥ୍ୟ ଉପଲବ୍ଧ  ।

ଭଲରେ ଶୋଇବା ପାଇଁ ସୁସ୍ଥ ଜୀବନଶୈଳୀ, ପ୍ରାତଃଭ୍ରମଣ, ସାନ୍ଧ୍ୟଭ୍ରମଣ ସହ ଯୋଗ, ପ୍ରାଣାୟମ, ବ୍ୟାୟାମ ଓ ସୁଷମ ଖାଦ୍ୟ ଖାଇବା ଉଚିତ  । ସକାଳୁ ନିର୍ଦ୍ଧିଷ୍ଟ ସମୟରେ ଉଠନ୍ତୁ । ରାତିରେ ୭/୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ  । ଶୋଇବାର ୩ ଘଣ୍ଟା ପୂର୍ବରୁ ଚା, କଫି, ମଦ ପିଇବା ଛାଡି ଦିଅନ୍ତୁ  । ଅତିକମ୍ ରେ ଶୋଇବାର ଘଣ୍ଟାକ ପୂର୍ବରୁ ରାତ୍ରିଭୋଜନ ଶେଷ ହେବା ଉଚିତ  । ଅଧଘଣ୍ଟା ପୂର୍ବରୁ ହାଲକା ଉଷୁମ ପାଣିରେ ସ୍ନାନ କରି ଶରୀରକୁ ଆରାମ ଦିଅନ୍ତୁ   । କିଛି ଭଲ ପୁସ୍ତକ ପଢିବା ସହିତ ପ୍ରିୟ ମଧୁର ସଙ୍ଗୀତ ଶୁଣନ୍ତୁ  । ଶୋଇବା ଘରେ ଟିଭି, ମୋବାଇଲ ଫୋନ ଇତ୍ୟାଦି ରଖନ୍ତୁ ନାହିଁ   । ଏବେ ନିଦ୍ରାହୀନତା ବିଶ୍ଵର ସବୁଠାରୁ ବ୍ୟୟବହୁଳ ରୋଗ  । ତେଣୁ ଯେଉଁମାନଙ୍କର ନିଦ୍ରା ବ୍ୟାଘାତ, ଶୋଇବା ସମୟରେ ନିଶ୍ଵାସ ବନ୍ଦ ହୋଇଯିବା କିମ୍ବା ଘୁଙ୍ଗୁଡି ଅଧିକ ହେଉଛି, ସେମାନେ ବିଶେଷଜ୍ଞଙ୍କ ଦ୍ଵାରା ନିଜର ପ୍ରାଇକ୍ଷା କରାଇନେବା ଉଚିତ  ।

ସଂଗୃହିତ – ଡାକ୍ତର ନିରଞ୍ଜନ ତ୍ରିପାଠୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top