ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ନିଦ୍ରାହୀନତା ଦୂର କରେ ଲାଉ ! ଜାଣନ୍ତୁ ଶରୀର ପାଇଁ ଏହା କେତେ ଉପକାରୀ
ସେଆର କରନ୍ତୁ

ନିଦ୍ରାହୀନତା ଦୂର କରେ ଲାଉ ! ଜାଣନ୍ତୁ ଶରୀର ପାଇଁ ଏହା କେତେ ଉପକାରୀ

ନିଦ୍ରାହୀନତା ଦୂର କରେ ଲାଉ

ନିଦ୍ରାହୀନତା ଦୂର କରେ ଲାଉ

ଶରୀର ପାଇଁ ଅନେକ ଉପକାରୀ ଲାଉ । ମାତ୍ର ଲାଉକୁ ଖାଦ୍ୟ ରୂପେ ବ୍ୟବହାର କରିବାକୁ ଅନେକ ଲୋକ ପସନ୍ଦ କରି ନଥାନ୍ତି । ତେବେ ଲାଉକୁ ରୋଷେଇ କରି ଖାଇବାଦ୍ୱାରା ଏବଂ ଏହାର ଜୁସ୍ ପିଇବାଦ୍ୱାରା କି କି ମିଳିଥାଏ ଜାଣିଲେ ଏହାପ୍ରତି ଆଗ୍ରହ ବଢିଯିବ ।ଏହି ପରିବାଟିରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି । ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ସେଥିପାଇଁ ଗ୍ରୀଷ୍ମଦିନରେ ଝାଳ ବାହାରି ଶରୀରରେ ଜଳଶୁଷ୍କତା ଦେଖା ଯାଇଥାଏ । ତେବେ ଲାଉ ଖାଉଥିବା ଏବଂ ଏହାର ଜୁସ ପିଉଥିବା ବ୍ୟକ୍ତିଠାରେ ଜଳ ଶୁଷ୍କତା ଦେଖାଯାଇ ନଥାଏ ।

ଉପକାରୀତା 

  • ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଉପକାରୀ । ଏଥିପାଇଁ ରସରେ ସାମାନ୍ୟ ରାଶି ତେଲ ମିଶାଇ ପିଇବାକୁ ପଡିଥାଏ ।
  • ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର ।
  • ପ୍ରଦୂଷିତ ବାତାବରଣ ଓ ଅପମିଶ୍ରଣ ଖାଦ୍ୟ ଖାଇବାଦ୍ୱାରା କେଶ ଝଡିବା ଓ କେଶ ପାଚିବା ପରି ରୋଗ ଦେଖା ଯାଇଥାଏ । ପ୍ରତିଦିନ ସକାଳୁ ଏକ ଗ୍ଲାସ୍ ଲାଉ ରସ ପିଇବାଦ୍ୱାରା କେଶ ପାଚିବା ସମସ୍ୟା ଏଡାଯାଇ ପାରିବ ।
  • ମୁଣ୍ଡରେ ରୁପି ହେଉଥିଲେ ଏହାକୁ ଅଳାଁ ରସ ସହ ମିଶାଇ ପିଇଲେ ଏହା ଦୂର ହୋଇଥାଏ ।
  • ଦୁଶ୍ଚିନ୍ତା ତଥା ମାନସିକ ଚାପରୁ ରକ୍ଷା ପାଇବାକୁ ହେଲେ ଏହାକୁ ଖାଆନ୍ତୁ । ଲାଉରେ ଥିବା ପିତ୍ତଶାମକ ଗୁଣ ଶରୀରକୁ କେବଳ ଥଣ୍ଡା ରଖେ ନାହିଁ ଏହା ମସ୍ତିସ୍କକୁ ମଧ୍ୟ ଶାନ୍ତ ରଖିଥାଏ ।
  • ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ୍ ଲାଉ ଜୁସ୍ ପିଅନ୍ତୁ । ନିୟମିତ ୨ ମାସ କରିବାପରେ କୋଲେଷ୍ଟରଲ ହ୍ରାସ ପାଇ ଥାଏ ।
  • ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର କରେ । ଖାଲି ସେତିକି ନୁହେଁ ପରିଶ୍ରାରେ ଅମ୍ଳର ମାତ୍ରା ବଢି ପରିଶ୍ରା ଜଳାପୋଡା କରିଥାଏ । ସକାଳୁ ଲାଉ ରସ ପିଇଲେ ପରିଶ୍ରାରୁ ଅମ୍ଳର ମାତ୍ରା ହ୍ରାସ ପାଇଥାଏ ।

କିଛି ଲୋକ ଲାଉ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଶରୀରକୁ ସୁସ୍ଥ ରଖିବା ପାଇଁ ଲାଉ ସେବନ କରିବା ଜରୁୁରୀ । ଯଦି ଆପଣ ଲାଉ ତରକାରୀ ଖାଇବା ପାଇଁ ଆପଣ ପସନ୍ଦ କରୁ ନାହାନ୍ତି, ତେବେ ଲାଉର ଜୁସ୍ ମଧ୍ୟ ପିଇ ପାରିବେ ।

  • ଲାଉରେ ବହୁତ କମ ପରିମାଣର କ୍ୟାଲୋରି ଓ ଫ୍ୟାଟ ଥାଏ । ଯେଉଁ ମାନେ ପତଳା ହେବା ପାଇଁ ଡାଏଟିଂ କରୁଛନ୍ତି ବା ତନୁପାତଳୀ ଶରୀର ଚାହୁଁଛନ୍ତି, ସେମାନଙ୍କ ପାଇଁ ଲାଉ ଉପକାରୀ ସାବ୍ୟସ୍ତ ହେବ । ଏହାସହ ଲାଉରେ ଭରପୁର ପରିମାଣର ଫାଇବର ଥାଏ, ଯାହା ବହୁତ ସମୟ ଧରି ଆପଣଙ୍କୁ ଭୋକରୁ ମଧ୍ୟ ରକ୍ଷା କରେ ।
  • କୋଷ୍ଠକାଠିନ୍ୟର ଶିକାର ହେଉଥିଲେ ସକାଳୁ ଉଠି ଗୋଟିଏ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିଥାଏ । ଲାଉରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା ରଖେ ଓ ପାଚନ ସମ୍ମନ୍ଧୀୟ ସମସ୍ୟରୁ ରକ୍ଷା କରିଥାଏ ।
  • ଲାଉ ରସକୁ ତେଲରେ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡୁଥିବା ସମସ୍ୟାରୁ ରକ୍ଷା ମିଳେ । ଏହାସହ ଧଳା ହୋଇଯାଉଥିବା କେଶ ପାଇଁ ମଧ୍ୟ ଲାଉ ଜୁସ୍ ବହୁତ ଉପକାରୀ ।
  • ଲାଉକୁ ମେଦବହୁଳତ ରୋଗୀମାନେ ଖାଲି ପେଟରେ ଲାଉ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ଏହାର ଜୁସ୍ ମଧ୍ୟ ମେଦବହୁଳତ ରୋଗୀ ପାଇଁ ବହୁତ ଉପକାରୀ ।

ଆଧାର: ଖବର ଓଡିଶା

2.80769230769
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top