ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପରମ ରସାୟନ ଗୋମୂତ୍ର
ସେଆର କରନ୍ତୁ

ପରମ ରସାୟନ ଗୋମୂତ୍ର

ପରମ ରସାୟନ ଗୋମୂତ୍ର ସେ ସୂଚନା

ଗୋମୂତ୍ର ସେବନ

ଯେଉଁମାନଙ୍କ ବୟସ ୫୦ ଟପିଲାଣି, ସେମାନର ଯଦି ଆଉ କୌଣସି ଔଷଧ, ଟନିକ୍ ନ ଖାଇ ଦୈନିକ କେବଳ ଗୋମୂତ୍ର ସେବନ କରନ୍ତି, ତେବେ ଶାରୀରିକ, ମାନସିକ କଷ୍ଟରୁ ରକ୍ଷା ପାଇଯିବେ, ଦୀର୍ଘାୟୁ ହେବେ  । ଶାସ୍ତ୍ରରେ କୁହାଯାଇଛି – ଗଣ୍ୟ ପବିତ୍ରଚ ରସାୟନପଥ୍ୟ ଚ, ହୃଦ ବଳ ବୁଦ୍ଧି ଦଦ୍ୟାତ  । ଆୟୁପ୍ରଦ ରକ୍ତ ବିକାରହାରୀ ତ୍ରିଦୋଷ ହୃଦରୋଗ ବିଷପହଂ ସ୍ୟାତ୍  । ଅର୍ଥାତ୍, ଦୁନିଆରେ ଯେତେ ରସାୟନ ଅଛି, ତା ଭିତରୁ ଗୋମୂତ୍ର ହେଉଛି ପରମ ରସାୟନ  । ଯେତେ ପଥ୍ୟ ଅଛି, ତା ମଧ୍ୟରୁ ଗୋମୂତ୍ର ହେଉଛି ସର୍ବୋତ୍ତମ ପଥ୍ୟ  । ହୃତ୍ ପିଣ୍ଡ ନିମନ୍ତେ ଅତ୍ୟନ୍ତ ହିତକର  । ବଳବୀର୍ଯ୍ୟ, ବୃଦ୍ଧି ଏବଂ ଆୟୁ ବୃଦ୍ଧିକାରୀ  । ବାତ-ପିତ୍ତ-କଫ ତ୍ରିଦୋଷନାଶକ  । କଟୁ, ତିକ୍ତ, କଷାୟ, ମଧୁର ଏବଂ ଲବଣ ଆଦି ପଞ୍ଚରସଯୁକ୍ତ  । ଅମୃତ ସଦୃଶ  । ଭାରତୀୟ ଦେଶୀଗାଈର ମେରୁଦଣ୍ଡରେ ସୂର୍ଯ୍ୟକେତୁ (ସ୍ଵର୍ଣ୍ଣକେତୁ) ନାମକ ଏକ ନାଡି ରହିଛି, ଯାହାଦ୍ଵାରା ସେ ସୂର୍ଯ୍ୟକିରଣରୁ ଶକ୍ତି ଆହରଣ କରିବା ଫଳରେ ତାର ମୁଟ୍ରା, କ୍ଷୀର, ଗୋମୟ, ଘିଅ ଆଦି ଏତେ ସ୍ୱାସ୍ଥ୍ୟପ୍ରଦ ଅଟେ  ।

ଗୋମୂତ୍ରରେ ରୋଗନାଶକକାରୀ ସ୍ୱାସ୍ଥ୍ୟଦାୟୀ ତତ୍ତ୍ଵ

ଗୋମୂତ୍ରରେ କାର୍ବୋଲିକ ଏସିଡ୍, ପୋଟାସିୟମ, ଫସଫେଟ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସ୍, ନାଇଟ୍ରୋଜେନ, ସଲଫର, କପର, ଲୌହ, ୟୁରିଆ, ସୋଡିୟମ, ମାଙ୍ଗାନିଜ, କ୍ରିୟେଟିନ, ଲେକ୍ ଟୋରୀ, ପାଚକରସ ତଥା ଅନ୍ୟାନ୍ୟ ଜୀବନତତ୍ତ୍ଵ A,B,C,D, & E ଏବଂ ଅନେକ ପ୍ରାକୃତିକ ଖଣିଜଲବଣ, ଦୁଗ୍ଧ, ଶର୍କରା ଏବଂ ସ୍ଵର୍ଣ୍ଣକ୍ଷାର ଆଦି ଭରପୂର ହୋଇ ରହିଛି  । କୌଣସି ମୂଲ୍ୟବାନ ଟନିକ୍ ରୁ ମଧ୍ୟ ଏତେସବୁ ରୋଗନାଶକକାରୀ ସ୍ୱାସ୍ଥ୍ୟଦାୟୀ ତତ୍ତ୍ଵ ମିଳିନଥାଏ  ।

କେବଳ ଏତିକି ନୁହେଁ ଗୋମୂତ୍ର ଯେମିତି ବାହ୍ୟସ୍ଥୂଳଶରୀରକୁ ଶୁଦ୍ଧ କରିଥାଏ, ସେମିତି ମନ, ପ୍ରାଣ ଆଦି ସୂକ୍ଷ୍ମଶରୀର ଏବଂ ଆତ୍ମାଭଳି କାରଣ ଶରୀରକୁ ଶୁଦ୍ଧ କରିଥାଏ  । ପ୍ରାଚୀନ କାଳରେ ପୂର୍ବଜନ୍ମ ଇହଜନ୍ମର ପାପନାହ ପାଇଁ ଗୋମୂତ୍ର ପାନରା ବ୍ୟବସ୍ଥା ଥିଲା  । ଆତ୍ମାର ଜନ୍ମଜନ୍ମାନ୍ତରଳୁଷକୁ ମଧ୍ୟ ଗୋମୂତ୍ର ଶୋଧନ କରିଥାଏ  । ହରିତସଂହିତା କହନ୍ତି – ‘ଦେହୀ ପବିତ୍ରମାପ୍ନୋତି ଗୋମୂତ୍ର ପ୍ରଶାନଂ କୃତମ୍ ’  । ଅର୍ଥାତ୍ ଏହି ଦେହରେ ବାସ କରୁଥିବା ଦେହୀ ଆତ୍ମା ମଧ୍ୟ ଗୋମୂତ୍ର ସେବନରେ ପବିତ୍ର ହୋଇଥାଏ  । ଯେଉଁ ବସ୍ତୁ ଆତ୍ମାକୁ ପବିତ୍ର କରିପାରେ ସେ ବସ କେତେ ପ୍ରଭାବଶାଳୀ ବୁଝନ୍ତୁ  । ଗୋମୂତ୍ର ସକଳ ରୋଗର ନିରାପଦ ଔଷଧ ହୋଇଥିବାରୁ ଆବାଳ-ବୃଦ୍ଧ-ବନିତା ସମସ୍ତେ ଏହାକୁ ନିର୍ଦ୍ଵନ୍ଦରେ ବ୍ୟବହାର କରିପାରିବେ  । ଥଣ୍ଡା, ସର୍ଦ୍ଦି, କାଶ, ଉଦରବିକାର, ଗୋଦର, ଯାବତୀୟ ଚକ୍ଷୁରୋଗ, ଯକୃତ, ଶୋଥ, କଫ, ବାତ, ଶୂଳ, ଗୁଳ୍ମ, କୁଣ୍ଡିଆ ରୋଗ, କୁଷ୍ଠରୋଗ, କର୍କଟରୋଗ, ମୁଖରୋଗ, ଶ୍ଵାସରୋଗ, ଯାବତ୍ ପ୍ରକାର ପ୍ରସୂତି ରୋଗ,  ଗ୍ରହଦୋଷ ପାଇଁ ମଧ୍ୟ ଏହାର ଉପଯୋଗ କରାଯାଏ  । ସଂସାରରେ ଏଭଳି କେତେକ ରୋଗ ଅଛି ଯାହାକି ଯେତେ ମୂଲ୍ୟବାନ ଔଷଧ ସେବନ କଲେ ମଧ୍ୟ ଠିକ୍ ହୋଇନଥାଏ, ସେଥିମଧ୍ୟରୁ ବୃଦ୍ଧତ୍ଵ ହେଉଛି ଅନ୍ୟତମ  । ଯାହାକୁ ଦୂରାରୋଗ୍ୟ, ଅସାଧ୍ୟ, ଅଚିକିତ୍ସା ବୋଲି କୁହାଯାଇଛି   । ଗୋମୂତ୍ର ବିଭିନ୍ନ ପ୍ରକାରର ରୋଗକୁ  ଯେମିତି ଆରୋଗ୍ୟ କରେ, ସେମିତି ବୃଦ୍ଧତ୍ଵକୁ ମଧ୍ୟ ଆରୋଗ୍ଯ କରେ  । ଯେଉଁ ମନୁଷ୍ୟ ପ୍ରତିଦିନ ଗୋମୂତ୍ର ସେବନ କରେ ତାକୁ କୌଣସି ରୋଗ ହୁଏ ନାହିଁ, ତା ପାଖକୁ ବୃଦ୍ଧତ୍ଵ  ମଧ୍ୟ ଏତେ ସହଜରେ ପଶିପାରେ ନାହିଁ  । ଗୋମୂତ୍ର ଯେମିତି ରୋଗ ନାଶକ, ସେମିତି ସ୍ମୃତିବର୍ଦ୍ଧକ, ମେଧା ବର୍ଦ୍ଧକ, ଇନ୍ଦ୍ରିୟ ମାନଙ୍କୁ ଶକ୍ତିପ୍ରଦାୟକ ଶ୍ରେଷ୍ଠ ରସାୟନ ଅଟେ  ।

ଯେଉଁ ବୃଦ୍ଧବ୍ୟକ୍ତିମାନେ ୧୦୦ ପ୍ରକାର ରୋଗରୁ ମୁକ୍ତ ହୋଇ ଶହେ ବର୍ଷ ଯାଏ ବଞ୍ଚିବାକୁ ଇଚ୍ଛା କରନ୍ତି, ସେମାନେ ଶ୍ରଦ୍ଧାର ସହିତ ନିତ୍ୟ ସକାଳେ ସନ୍ଧ୍ୟାରେ ୨୫ ଗ୍ରାମ କି ୪୦ ରୁ ୫୦ ଗ୍ରାମ୍ ଗୋମୂତ୍ର ସେବନ କରିବା ଜରୁରୀ ଅଟେ  । ସେମିତି ଯେ ବିଶ୍ଵାସର ସହିତ ନିତ୍ୟ ପାଞ୍ଚଗବ୍ୟଘୃତ ସେବନ କରି ସେ ନିରୋଗ ଶରୀର ନେଇ ୧୦୦ ବର୍ଷ ବଞ୍ଚିପାରେ  । ପଞ୍ଚବଗ୍ୟ ଯୋଗରେ କିସ୍ ମିସ୍, ଖଜୁରୀ, ପେସ୍ତା ଆଦି ମିଶାଇ ସେବନ କଲେ ଶରୀର ହୃଷ୍ଟପୁଷ୍ଟ ହେବା ସଙ୍ଗେ ସଙ୍ଗେ ମାନସିକ ଶକ୍ତିର ମଧ୍ୟ ବିକାଶ ହୋଇଥାଏ  । ପଞ୍ଚଗବ୍ୟ ଘୃତର ମାତ୍ରା ୧ ଚାମଚରୁ ୨ ଚାମଚ ହେଲେ ଯଥେଷ୍ଟ  । ଗରିବଲୋକଙ୍କଠାରୁ ଧନୀ ଲୋକଯାଏ ସମସ୍ତଙ୍କ ପାଇଁ ଏ ହେଉଛି ସହଜ ସୁଲଭ ରସାୟନ  ।

ଗୋଟିଏ ଦେଶୀ ଛଡାଗାଈର ମୁଟ୍ରା ସକାଳୁ ସଂଗ୍ରହ କରି ତାକୁ ୮ ପରସ୍ତ  ସରୁ କପଡାରେ ଛାଣିଦେଲେ ବିଶୁଦ୍ଧ ଗୋମୂତ୍ର ମିଳିଯିବ  । ଏବେ ରାମଦେବ, ଗୀତାପ୍ରେସ ର ଗୋମୂତ୍ର ସର୍ବତ୍ର କ୍ରୟ କରିବାକୁ ମିଳୁଛି  । ଯେଉଁମାନେ ଗୋମୂତ୍ର ନାଆଁ ଶୁଣି ନାକ ଟେକାନ୍ତି, ସେମାନେ ଦୁଇଲିଟର ଗୋମୂତ୍ର ସଂଗ୍ରହ କରନ୍ତୁ  । ସେଥିରେ ୨୫୦ ଗ୍ରାମ୍ ଓଜନର ଛୋଟ ହରିଡା (ବାଲାହରିଡା) ଚୂର୍ଣ୍ଣ ମିଶାଇ ମାଟି ପାତ୍ରରେ ଢାଙ୍କୁଣିଦେଇ ଆଞ୍ଚରେ ବଶାନ୍ତୁ  । ପ୍ରତିଦିନ ରାତିରେ ଶୋଇବା ସମୟରେ ଏହି କାୟାକଳ୍ପ ଯୋଗରୁ ୩ ଗ୍ରାମ୍ (ଅଧଚାମଚ) ପାଣି ସହିତ ସେବନ କରନ୍ତୁ  । ଏହା ଏକ ସର୍ବବ୍ୟାଧିହର ଅମୃତ ତୁଲ୍ୟ ରସାୟନ  । ଏହା ଦ୍ଵାରା ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ଅତୁଟ ରହେ  । ଗୋଟିଏ ବର୍ଷରେ କାୟାକଳ୍ପ ହୋଇଯାଏ  ।

ଗାଈର ପାଞ୍ଚଗବ୍ୟ ଲାଭକାରୀ

ଗାଈର ପାଞ୍ଚଗବ୍ୟ କାହିଁକି ଏତେ  ଲାଭକାରୀ, ସେ ସମ୍ପର୍କରେ ପୁରାଣରେ ଏକ କଥା ଅଛି  । ଗୋମାତା ଏଥିପାଇଁ ବରପ୍ରାପ୍ତ କରିଛି  । ଏକଦା ମହାଲକ୍ଷ୍ମୀ ଏବଂ ଗଙ୍ଗାମାତା ଗୋଟିଏ ସ୍ଥାନରେ ବସିଥିଲେ  । ଗାଈଟିଏ ଘାସ ଚରି ଚରି ତାଙ୍କ ନିକଟରେ ଆସି ପହଞ୍ଚିଲା  । ତାର ପହ୍ନାର କ୍ଷୀର ସମୁଦ୍ରରୁ କ୍ଷୀରଧାରା ହୋଇ ପଡୁଥାଏ  ।  ଦୁଇ ଦେବୀ ବିଚାର କଲେ ଏ ସଂସାର ରେ ଗାଈଠାରୁ ବଳି ଉପକାରୀ ପ୍ରାଣୀ ଆଉ କିଏ ଅଛି  ? ମାଆ ପରି ବାତ୍ସଲ୍ୟ ମମତାରେ କ୍ଷୀର ଦେଇ ସେ ସାରା ଜଗତକୁ ପୋଷଣ କରୁଛି  । ସେମାନେ ତାକୁ ପାଖକୁ ଡାକି କହିଲେ, ଆମେ ଦୁଇ ଦେବୀ ତୁମ ଉପରେ ପ୍ରସନ୍ନ । ଆମଠାରୁ ବାରମାଗି ଘେନ  । ଗୋମାତା ତ ସ୍ଵୟଂ ସମୃଦ୍ଧ, ତାର ବାର କଣ ହେବ ? ସେ କହିଲା କୌଣସି ବାର ମୋର ଦରକାର ନାହିଁ  । ଦୁଇ ଦେବୀ ତାକୁ ଅଧିକ ବାଧ୍ୟ କଲାରୁ କହିଲା, ଆପଣ ଦୁହେଁ ମୋର ଗୋବର ଏବଂ ମୂତ୍ରକୁ ସମୃଦ୍ଧ କରିଦିଅନ୍ତୁ   । ସେହି ଦିନଠାରୁ ଲକ୍ଷ୍ମୀ ରହିଲେ ଗୋମାତାର ମଳରେ  । ପତିତପାବନୀ ଗଙ୍ଗା ରହିଲେ ତାର ମୂତ୍ରରେ  । କଥାରେ ଅଛି ମଳରେ ମଳ ପବିତ୍ର  । ଜଳରେ ଜଳ ପବିତ୍ର  । ଅପବିତ୍ର ସ୍ଥାନ ଏବଂ ଶରୀର ଗୋବର ଏବଂ ଗୋ ମୂତ୍ରରେ ପବିତ୍ର ହୋଇଥାଏ  ।  ଗୋବରରେ ଲିପାପୋଛା ହୋଇଥିବା ସ୍ଥାନରେ ଲକ୍ଷ୍ମୀ ଆସି ବିରାଜମାନ କରନ୍ତି  । ଚାଷୀର କ୍ଷେତକୁ ଗୋବର ଗୋମୂତ୍ର ସମୃଦ୍ଧ କରେ  । ଏ ସଂସାରରେ ଲିପାପୋଛା ହୋଇଥିବା ସ୍ଥାନରେ ଲକ୍ଷ୍ମୀ ଆସି ବିରାଜମାନ କରନ୍ତି  । ଚାଷୀର କ୍ଷେତକୁ ଗୋବର ଗୋମୂତ୍ର ସମୃଦ୍ଧ କରେ  । ଏ ସଂସାରରେ ମନୁଷ୍ୟ ତାର ଦୁର୍ବୁଦ୍ଧି ପାଇଁ କେବଳ ରୋଗ, ଶୋକ, ବାର୍ଦ୍ଧକ୍ୟ ଭୋଗ କରେ  । ଅମୃତର ସନ୍ତାନ ହୋଇ ଅକାଳରେ  ମୃତ୍ୟୁମୁଖରେ ପଡେ  । ମନୁଷ୍ୟର ଏ ରୋଗ ସବୁକୁ ଗାଈର ଗୋବର, ଗୋମୂତ୍ର ଏବଂ କ୍ଷୀର ଅତି ସହଜରେ ଦୂର କରିପାରେ  । ଧନୀକମାନେ ଦୁଗ୍ଧ, ଦହି, ଘିଅ ପ୍ରଭୃତି ଅମୃତକୁ ଛାଡି, ଯେତେବେଳେ ମଦ୍ୟ, ମାଂସ ଆଦି ବିଷ ଭକ୍ଷଣ କରନ୍ତି, ସେତେବେଳେ ସେମାନେ ଅତିପୋଷଣ ଜନିତ ମଧୁମେହ, ଉଚ୍ଚରକ୍ତଚାପ, ହୃଦ ରୋଗ ଏବଂ କର୍କଟରୋଗ ଭଳି ଦୁରାରୋଗ୍ୟ ରୋଗରେ ପୀଡିତ ହୁଅନ୍ତି  । ଗରିବ ଲୋକମାନେ ଖାଇବାକୁ ନ ପାଇଁ କୁପୋଷଣଜନିତ ରୋଗ ଭୋଗ କରନ୍ତି  । ଏହି ଅତି ପୋଷଣ ଏବଂ କୁପୋଷଣଜନିତ ରୋଗକୁ ଆଉ କେହି ନୁହେଁ, ଗୋମୂତ୍ର, ଗୋମୟ ଏବଂ କ୍ଷୀର  କେବଳ ଦୂର କରିପାରେ  । ଏହିପରି ଗୋମାତାର ମହିମା ଅନନ୍ତ ଓ ଅସୀମ  । ଆମ ପ୍ରଣିତ ଗୋଦୁଗ୍ଧ ଗୋମୂତ୍ର ଚିକିତ୍ସା ବହିଟି ପଢନ୍ତୁ  ।

ସଂଗୃହିତ – ଡାକ୍ତର ଶ୍ରୀ ରଘୁନାଥ ରାଉତ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top