ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପାଣିର ଉପାଦେୟତା
ସେଆର କରନ୍ତୁ

ପାଣିର ଉପାଦେୟତା

ପାଣି ଆମ ଜୀବନ ପାଇଁ ସବୁଠାରୁ ଜରୁରୀ । ପାଣିର ଉପାଦେୟତା ସମ୍ବନ୍ଧରେ ସୂଚନା ।

ପାଣିର ଉପକାରିତା

ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମଧ୍ୟରେ ଜୁଆଣିର ବ୍ୟବହାର ବହୁତ ଉପାଦେୟ ଅଟେ । ଜୁଆଣିରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି । ଜୁଆଣି କେବଳ ଖାଦ୍ୟର ସୁଆଦ ବଢାଇ ନ’ଥାଏ, ଏହା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଜୁଆଣି ଭଳି ଜୁଆଣି ପାଣିର ଆହୁରି ଅଧିକ ଉପକାରିତା ରହିଛି । ଏହା ପୂରା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆସନ୍ତୁ ଏହାର ଉପକାରିତା ସମ୍ପର୍କରେ ନଜର ପକାଇବା ।

ଉପକାରିତା

  1. ପାଣିର ଉପାଦେୟତାଜୁଆଣି ପାଣି ସବୁଦିନ ପିଇବା ଦ୍ୱାରା ଡାଇବେଟିସରୁ ମୁକ୍ତି ମିଳିଥାଏ ।
  2. ହୃଦରୋଗରୁ ରକ୍ଷା ପାଇବା ପାଇଁ ଜୁଆଣି ପାଣିର ଆବଶ୍ୟକତା ବହୁତ ଅଧିକ ରହିଛି ।
  3. ୩- ମୁଖ ଜନିତ ରୋଗରୁ ରକ୍ଷା ମିଳିବା ପାଇଁ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ, ଏବଂ ଏହା ଲାଭଦାୟକ ମଧ୍ୟ ହୋଇଥାଏ । ଏହାକୁ ସବୁଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଜନିତ କଷ୍ଟ ଏବଂ ମୁଖ ଦୁର୍ଗନ୍ଧରୁ ମଧ୍ୟ ରକ୍ଷା ମିଳିଥାଏ ।
  4. ଜୁଆଣି ପାଣିକୁ ପିଇବା ଦ୍ୱାରା ପେଟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଖାଦ୍ୟ ହଜମ କରିବାରେ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ ।
  5. ଜୁଆଣି ପାଣିକୁ ସବୁଦିନେ ପିଇଲେ ଏହା ଶରୀରର ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ ।
  6. ଡାଇରିଆ ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ବ୍ୟବହାର କରିବା ଦ୍ୱାରା ରକ୍ଷା ମିଳିଥାଏ ।
  7. ଜୁଆଣି ପାଣିକୁ ବ୍ୟବହାର କଲେ ସର୍ଦ୍ଦି, କଫ, ଏବଂ ଆଜମାରୁ ମଧ୍ୟ ମୁକ୍ତି ମିଳିଥାଏ ।
  8. ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣି ସହିତ ଗୋଟିଏ ଚୁଟକି କଳା ଲୁଣକୁ ମିଶାଇ ଯଦି ପିଆଯିବ, କାଶରୁ ମଧ୍ୟ ମୁକ୍ତି ମିଳିଥାଏ ।
  9. ମୁଣ୍ଡବ୍ୟଥା ଆଜିକାଲି କା ଦୁନିଆର ଗୋଟିଏ ବଡ ସମସ୍ୟା, ଆଉ ମୁଣ୍ଡବ୍ୟଥା ହେଲେ ବହୁତ କଷ୍ଟ ଅନୁଭୂତ ହୋଇଥାଏ, ଏଥିରୁ ଶୀଘ୍ର ଉପଶମ ପାଇବା ପାଇଁ ଜୁଆଣି ପାଣିକୁ ବ୍ୟବହାର କରାଯାଇଥାଏ ।
  10. ଆଜିକାଲିର ଜୀବନଚର୍ଯ୍ୟାରେ ନିଦ ନ’ହେବା ସମସ୍ତଙ୍କର ଏକ ସମସ୍ୟା ପାଲଟିଛି, ଆଉ ଯଦି ନିଦ ଠିକରେ ନହୁଏ, ଦେହ ମଧ୍ୟ ଭୀଷଣ ଭାବରେ ଖରାପ ହୋଇଥାଏ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁଦିନ ଶୋଇବା ପୂର୍ବରୁ ଗୋଟିଏ କପ ଜୁଆଣି ପାଣି ପିଇଲେ ନିଦ ଭଲ ହୋଇଥାଏ ।

ସକାଳୁ ଉଠିବାର ୬୦ ସେକେଣ୍ଡ ମଧ୍ୟରେ ପିଅନ୍ତୁ ପାଣି

ସକାଳେ ଯେତେବେଳେ ଆପଣ ଉଠୁଛନ୍ତି ତୁରନ୍ତ ଏକ ଗ୍ଲାସ ପାଣି ପିଅନ୍ତୁ କାରଣ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ବହୁତ ଲାଭ ମିଳେ । ଅଧିକ ପାଣି ପିଇ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟାରୁ ଆପଣ ରକ୍ଷା ପାଇ ପାରିବେ । ସକାଳୁ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ । ଯେତେବେଳ ଆମେ ସକାଳେ ଉଠନ୍ତି ଆମ ଶରୀର ଭିତର ପୁରା ଶୁଖିଲା ଥାଏ ।

ଖାଲି ପେଟରେ ପାଣି ପିଇଲେ ଶରୀର ସଫା ରହେ ଏହାସହ ପାଣି ପିଇବା ଦ୍ୱାରା ଶରୀର ରିଚାର୍ଜ ହୁଏ । ଉଠିବା ପରେ ପାଣି ପିଇଲେ ଶରୀରର ଅନ୍ୟ ସବୁ ପ୍ରକ୍ରିୟା ଠିକରେ ଚାଲିବା ଆରମ୍ଭ ହୁଏ । ତେବେ ଆସନ୍ତୁ ଜାଣିବା ପ୍ରାତଃକାଳରେ ପାଣି ପିଇଲେ କ’ଣ ଲାଭ ମିଳେ ।

  1. ପାଚନ ପ୍ରକିୟା ଆରମ୍ଭ ହୋଇଥାଏ ସକାଳେ ଉଠି ଏକ ବଡ ଗ୍ଲାସ ପାଣି ପିଇବା ପରେ ଆପଣଙ୍କ ପାଚନ ପ୍ରକିୟା ୧.୫ ଘଣ୍ଟା ପର୍ଯ୍ୟନ୍ତ ୨୪% ବଢିଯାଏ ।
  2. ବିଷାକ୍ତ ପଦାର୍ଥ ବାହର କରେ ବୃକକରେ ଏକାଠି ହୋଇଥବା ବିଷାକ୍ତ ପଦାର୍ଥ ବାହରକୁ ବାହରିବାରେ ସାହଯ୍ୟ କରେ ଏବଂ ରକ୍ତରୁ ସବୁ ଅଶୁଦ୍ଧତାକୁ ଦୂର କରେ । ଏହି ପ୍ରକିୟା ପାଇଁ ଅଧିକ ପରିମାଣରେ ତରଳ ପଦାର୍ଥ ଦକରକାର କରେ ।
  3. କମ ଖାଆନ୍ତୁ ଶୋଷକୁ ଆମେ ବେଳେ ବେଳେ ଭୁଲରେ ଭୋକ ଭାବି ନିଅନ୍ତିି । ଏପରିସ୍ଥଳରେ ଆପଣ ଏକ ଗ୍ଲାସ ପାଣି ପିଇଲେ ଯଥେଷ୍ଟ ।
  4. ଶରୀରର ପ୍ରତରୋଧକ ଶକ୍ତି ବଢାଏ ପ୍ରାତଃ କାଳରୁ ପାଣି ପିଇଲେ ଆପଣଙ୍କ ଶରୀରର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
  5. ତ୍ୱଚାକୁ ସୁନ୍ଦର ରଖିବାରେ ସହାୟକ ହୁଏ ଆପଣ ଯଦି ଠିକ ପରିମାଣରେ ପାଣି ପିଉଛନ୍ତିି ତେବେ ଆପଣଙ୍କ ତ୍ୱଚାର ନମନୀୟ, କୋମଳ ଓ ସଫା ରହିଥାଏ ।

ଶୋଇବା ପୂର୍ବରୁ ପାଣି ପିଇଲେ କ’ଣ ଲାଭ ମିଳେ

ପାଣି ଆମ ଜୀବନ ପାଇଁ ସବୁଠାରୁ ଜରୁରୀ । ଜଣେ ମଣିଷ ନଖାଇ ୪୦ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ କିନ୍ତୁ ବିନା ପାଣଇରେ ଦୁଇ ଦିନ ଜୀବନ ବିତାଇବା ବହୁତ କଷ୍ଟ । ବହୁତ ଲୋକ ଦିନରେ ଯେତିକି ପାଣି ପିଅନ୍ତି, ଯେତେ ତାଙ୍କ ଶରୀର ପାଇଁ ଜରୁରୀ । ଏଥିପାଇଁ ଆଜି ଆମେ ଜାଣିବା ଶୋଇବା ପୂର୍ବରୁ କେତେ ପାଣି ପିଇବା ଦରକାର ଏବଂ ଏଥିରୁ କ’ଣ ଲାଭ ମିଳେ ।

  1. ଦିନରେ ଆମ ଶରୀର କ୍ରିୟାଶୀଳ ଥିବା ଯୋଗୁଁ ପାଣି ନଷ୍ଟ ହେଉଥାଏ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ପାଣି ପିଇଲେ ନଷ୍ଟ ହୋଇଥିବା ତରଳ ପଦାର୍ଥ ପୁଣି ଫେରିଆସେ । ଏପରି କରିବା ଦ୍ୱ।।ରା ପର ଦିନ ମଧ୍ୟ ଆମ ଶରୀରର କ୍ରିୟାଶୀଳ  ହୋଇଥାଏ ।
  2. ପାଣି ଶରୀରର କ୍ୟାଲୋରୀକୁ ପ୍ରାକୃତିକ ଉପାୟରେ କମ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି ଥଣ୍ଡା ପାଣି ପଇିବେ ତେବେ ଆପଣଙ୍କ ଶରୀର କ୍ୟାଲୋରୀକୁ କମ୍ କରିବାରେ କଠିନ ହେବ । ଯାହାଦ୍ୱାରା ଶରୀରରରେ ଅଧିକ ମାତ୍ରାରେ କ୍ୟାଲୋରୀ ନଷ୍ଟ ହୋଇଥାଏ ।
  3. ଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରରେ ଭିଟାମିନ ଓ ମିନେରାଲ୍ସ ନିୟନ୍ତ୍ରିତ ହୋଇଥାଏ ।
  4. ରାତିରେ ଯେଉଁମାନେ ଶୋଇବା ପୂର୍ବରୂ ପାଣି ପିଅନ୍ତି ତାଙ୍କର ନିଦ ଭଲ ହେବା ସହ ବିଷାଦ ଦୂର ହୁଏ ।
  5. ଆୟୁର୍ବେଦ ଅନୁସାରେ ଯେତେବେଳେ ଆମେ ଶୋଇବା ର୍ପୂରୁ ପାଣି ପିଅନ୍ତି, ଆମ ଶରୀର ଭିତରୁ ନୁଆ କୋଷର ନିର୍ମଣା ହୁଏ ଓ ମାଂସପେଶୀକୁ ମଜଭୁତ କରିବାରେ ସାହଯ୍ୟ କରେ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top