ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପ୍ରତିଦିନ ଲେମ୍ବୁ ପାଣି ପିଅନ୍ତୁ ! ଏସବୁ ରୋଗରୁ ମୁକ୍ତି ପାଆନ୍ତୁ
ସେଆର କରନ୍ତୁ

ପ୍ରତିଦିନ ଲେମ୍ବୁ ପାଣି ପିଅନ୍ତୁ ! ଏସବୁ ରୋଗରୁ ମୁକ୍ତି ପାଆନ୍ତୁ

ଲେମ୍ବୁ ପାଣି ର ଉପକାରିତା

ପ୍ରତିଦିନ ଲେମ୍ବୁ ପାଣି ପିଅନ୍ତୁ

ଲେମ୍ବୁ ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏତଦବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି । ଲେମ୍ବୁ ପାଣି ପିଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ ।ଆସନ୍ତୁ ଜାଣିବା ସେ ସଂପର୍କରେ ।

ଉପକାରିତା

  • ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଲେମ୍ବୁ ପାଣିକୁ ମୁହଁରେ ବ୍ୟବହାର କଲେ, ଡେଡ୍ ସେଲକୁ ବାହାର କାରି ଦେଇଥାଏ ଏବଂ ଅତ୍ୟଧିକ ତୈଳ ଅଂଶକୁ ମଧ୍ୟ ବାହାର କରିଦେଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ମେଟାବୋଲିଜମକୁ ବଢେଇ   ଦେଇଥାଏ । ଏହା ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ ।
  • କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆଜମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ ।
  • ଲେମ୍ବୁ ପାଣି ଆଲକୋହଲ ପିଇବା ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍ ଭାବରେ କାମ କରିଥାଏ । ଶରୀରରେ ଉତ୍ପନ ହେଉଥିବା ଲାକ୍ଟିକ୍ ଏସିଡଲକୁ କମ୍ କରିବାରେ ସହାୟକ କରିଥାଏ । ଲେମ୍ବୁ ପାଣି ବ୍ୟାକ୍ଟେରିଆ କୁ ମାରିଥାଏ । ଯଦି ଫୁଡ୍ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

ଏହା ବାଦ୍ ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆସନ୍ତୁ ଜାଣିବା :

  • ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖା ଯାଇଥାଏ ।
  • ସକାଳୁ ସକାଳୁ ଲେମ୍ବୁ ପାଣି ପିଇବାଦ୍ୱାରା ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ ଏବଂ ପେଟ ଜନିତ କୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  • ଏହାବ୍ୟତୀତ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରରେ ହେଉଁଥିବା ଯନ୍ତ୍ରଣା ଦୂର ହୋଇଥାଏ । ଏହାସହିତ ଲେମ୍ବୁ ପାଣି ପିଇବାଦ୍ୱାରା ମଧ୍ୟ ଶରୀରରେ ରକ୍ତଶୋଧକ ଏବଂ ବଳବର୍ଦ୍ଧକ ହୋଇଥାଏ ।
  • ଲେମ୍ବୁ ପାଣିରେ ସାଧାରଣତଃ ଭିଟାମିନ୍ ବି, କ୍ୟାଲସିୟମ, କାର୍ବୋନିୟମ, ମାଗ୍ନେସିୟମ, କାର୍ବୋହାଇଡ୍ରେଟ୍ ମିଳିଥାଏ ।
  • ଲେମ୍ବୁ ପାଣି ଲିଭରକୁ ଠିକ୍ ରଖିଥାଏ । ଯାହାଦ୍ୱାରା ଖାଦ୍ୟ ଆରାମରେ ହଜମ ହୋଇଯାଇଥାଏ ।
  • ଲେମ୍ବୁ ଶରୀରରକୁ ଶୀତଳତା ପ୍ରଦାନ କରିଥାଏ ଏଥିପାଇଁ ଗରମ ଦିନରେ ପ୍ରତିଦିନ ଲେମ୍ବୁ ରାଣି ପାଇବା ଆବଶ୍ୟକ ।
  • ଅନେକ ସମୟରେ ପେଟରେ ହେଉଥିବା ଯନ୍ତ୍ରଣା କିମ୍ବା ଗ୍ୟାସ୍ , ଗଳାରେ ଜଳାପଡା ଆଦି ସମସ୍ୟାକୁ ମଧ୍ୟ ଲେମ୍ବୁ ପାଣି ପିଇବାଦ୍ୱାରା ଦୂର ହୋଇଥାଏ ।
  • ଲେମ୍ବୁରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ହାଇ ବ୍ଲଡପ୍ରେସର, ମୁଣ୍ଡ ବୁଲାଇବା ଭଳି ସମସ୍ୟା , ବାନ୍ତ, ମାନସିକ ଚାପ ଏବଂ ବିଷାଦ ମଧ୍ୟ ଦୂର ହୋଇଥାଏ ।
  • ଏହାଛଡା ହଇଜା ଏବଂ ମ୍ୟାଲେରିଆ ଭଳି ରୋଗକୁ ମଧ୍ୟ ଲେମ୍ବୁ ପାଣି ପିଇ ଠିକ୍ କରାଯାଇ ପାରିବ ।
  • ଲେମ୍ବୁ ଖାଲି ସ୍ୱାଦିଷ୍ଟ ସରବତ ହୁଏ ନାହିଁ କି ଖାଦ୍ୟର ସ୍ୱାଦ ବଢାଏ ନାହିଁ । ଏହାର କେତେକ ବିଶେଷ ବ୍ୟବହାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ଲେମ୍ବୁର କିଛି ଉପକାରୀତା ଗୁଣ ବିଷୟରେ ।
  • ଶୋଇବା ଘରେ କଟା ଲେମ୍ବୁ ରଖିବାଦ୍ୱାରା ଖୁବ୍ ସତେଜ ସୁଗନ୍ଧ ଆସିଥାଏ । ଯାହାଦ୍ୱାରା ରୁମ୍ ସ୍ପ୍ରେ ଭଳି ରସାୟନଯୁକ୍ତ ଜିନିଷର ବ୍ୟବହାର କରିବାକୁ ପଡେ ନାହିଁ । ଏହାଛଡା ଶୋଇବା ଘରେ ଲେମ୍ବୁର ସୁଗନ୍ଧ ଦ୍ୱାରା ଆଜମା ଏବଂ ଥଣ୍ଡା ସର୍ଦ୍ଦିରେ ପୀଡିତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ସହଜ କରାଇବାରେ ସହାୟକ ହୋଇଥାଏ ।
  • କେଶ ଝଡୁ ଥିଲେ ଆପଣ ନଡିଆ ତେଲ ସହ ଲେମ୍ବୁ ରସ ଲଗାଇବା ଦ୍ୱାରା କେଶ ଝଡା ବନ୍ଦ ହୋଇଯାଇଥାଏ ।
  • • କେଶ ରଙ୍ଗ କରି ଯଦି ବିରକ୍ର ହୋଇଯିବେଣି ତେବେ ଏହାକୁ ଛଡାଇବା ଲାଗି ଆପଣ ଲେମ୍ବୁ ରସକୁ ବ୍ୟବହାର କରିପାରିବେ । କାରଣ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଯୋଗୁଁ ରଙ୍ଗ ସହଜରେ ଛାଡିଯାଇଥାଏ ।
  • • ସେଓ କାଟି କିଛି ସମୟ ରଖିଦେଲେ ତାହା ମାଟିଆ ରଙ୍ଗ ହୋଇଯିବାର ଦେଖିଥିବେ ତେବେ ଏଭଳି ଅବସ୍ଥାରେ ଆପଣ ସେଓ ଖଣ୍ଡରେ ଲେମ୍ବୁ ରସ ଟିକେ ଲଗାଇଦେବେ ,ପରେ ଦେଖିବେ ତାହା ପୂର୍ବପରି ସତେଜ ଦେଖାଯିବ ।
  • • ମାଇକ୍ରୋଓଭ ଭିତର ଯଦି ଦୁର୍ଗନ୍ଧ ହେଉଥାଏ ,ତେବେ ଗୋଟିଏ ପାତ୍ରରେ କିଛି ଲେମ୍ବୁ ଖଣ୍ଡ ପକାଇ ଏଥିରେ ରଖି ଏହାକୁ ଅନ୍ କରିଦେବେ ଓ ଏହାର ବାମ୍ଫ ଭିତରେ ଜମିଗଲେ କପଡାରେ ଏହାକୁ ଭଲଭାବରେ ପୋଛି ସଫା କରିଦିଅନ୍ତୁ,ତାପରେ ଦେଖିବେ ଆଉ ଦୁର୍ଗନ୍ଧ ବାହାରିବ ନାହିଁ ।
  • ପୋଷାକରେ କୌଣସି ଗହିରିଆ ଦାଗ ଲାଗିଯାଇଥିଲେ ସେଥିରେ ଲେମ୍ବୁରସ ସହିତ ବେକିଂ ସୋଡାକୁ ମିଶ୍ରଣ କରି ଥଣ୍ଡାପାଣିରେ ଭଲଭାବରେ ସଫା କରି ଦିଅନ୍ତୁ ଦେଖିବେ ପୋଷାକରେ ଲାଗିଥିବା ଦାଗ ସଂପୂର୍ଣ୍ଣ ଭାବରେ ଛାଡିଯିବ ।
  • ଗାଧୁଆ ଘର ଆଇନା ହେଉ କି କାର କାଚ ସଫା କରିବା ପାଇଁ ଆପଣ ଲେମ୍ବୁରସକୁ ବ୍ୟବହାର କରିପାରିବେ ।ଏଥିସହ ପ୍ଲାଷ୍ଟିକ ବୋତଲ କିମ୍ବା ଟିଫିନ୍ ବକ୍ସରେ ତେଲ ଲାଗି ଦୁର୍ଗନ୍ଧ ହେଉଥିଲେ ମଧ୍ୟ ଲେମ୍ବୁକୁ ବ୍ୟବହାର କରିପାରିବେ,ଏଥିପାଇଁ ଏହାକୁ ରାତିସାରା ଲେମ୍ବୁରସ ସହ ବେକିଂ ସୋଡା ଭିଜାଇ ଦେଇ ସକାଳୁ ସଫା କରିବାଦ୍ୱାରା ଏଥିମଧ୍ୟରୁ ବାହାରୁଥିବା ଦୁର୍ଗନ୍ଧ ଏକପ୍ରକାରେ ବାହାରି ଯାଇଥାଏ ।
  • ଲେମ୍ବୁ ଚୋପାକୁ ଆପଣ କହୁଣୀ ଓ ଆଣ୍ଠୁରେ ବାରମ୍ବାର ଘଷିବାଦ୍ୱାରା କଳାଦାଗ ଲିଭିଯାଇଥାଏ ।
  • ଲେମ୍ବୁ କିମ୍ବା ଏହାର ଚୋପାକୁ ମୁହଁରେ ଘଷିବା ଦ୍ୱାରା ମୁହଁରେ ଥିବା କଳାଦାଗ ଲିଭିଯାଇଥାଏ ।
  • ମୋଟାପଣ ଦୂର କରିବାରେ ମଧ୍ୟ ଆପଣ ଲେମ୍ବୁକୁ ବ୍ୟବହାର କରିପାରିବେ । ପ୍ରତିଦିନ ସକାଳୁ ନଖ ଉସୁମ ପାଣିରେ ମହୁ ସହ ଲେମ୍ବୁରସ ମିଶ୍ରଣ କରି ପିଇବାଦ୍ୱାରା ମୋଟାପଣ ଦୂର ହେବା ସହ ପେଟ ରୋଗ ମଧ୍ୟ ଦୂର ହୋଇଥାଏ ।

ଆଧାର: ଖବର ଓଡିଶା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top