ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବାର୍ଦ୍ଧକ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଆବଶ୍ୟକତା
ସେଆର କରନ୍ତୁ

ବାର୍ଦ୍ଧକ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଆବଶ୍ୟକତା

ଏହା ଜୀବବିଜ୍ଞାନ ପ୍ରକ୍ରିୟା । ଏହାକୁ କେହି ପରିହାର କରିପାରିବେନି । ଏହା ମନୁଷ୍ୟ ପାଇଁ ଅପରିହାର୍ଯ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ବାର୍ଦ୍ଧକ୍ୟ ହେଉଛି ଏକ ଜଟିଳ ପ୍ରକ୍ରିୟା ।

ବାର୍ଦ୍ଧକ୍ୟାବସ୍ଥା ରୋଗ ନୁହେଁ:

ଏହା ଜୀବବିଜ୍ଞାନ ପ୍ରକ୍ରିୟା । ଏହାକୁ କେହି ପରିହାର କରିପାରିବେନି । ଏହା ମନୁଷ୍ୟ ପାଇଁ ଅପରିହାର୍ଯ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ବାର୍ଦ୍ଧକ୍ୟ ହେଉଛି ଏକ ଜଟିଳ ପ୍ରକ୍ରିୟା । ଏହି ଅବସ୍ଥାରେ ଶରୀରରେ ଜୀବକୋଷର କ୍ଷୟକ୍ଷତି ଘଟିବା ସହ ଶରୀରରେ ଶକ୍ତିର ଅଭାବ ଘଟେ । କାରଣ ଏହି ସମୟରେ ଶରୀରରେ ଶକ୍ତିର ଅଭାବ ଘଟେ । କାରଣ ଏହି ସମୟରେ ଶରୀରରେ ବିଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ଦୃଢ ପ୍ରତିରୋଧକ ଶକ୍ତିର ହ୍ରାସ ଘଟିଥାଏ । ବୃଦ୍ଧାବସ୍ଥାରେ ବହୁବିଧ ରୋଗର ଶିକାର ହେବାକୁ ପଡେ । ଏଥିରୁ ଉପଶମ ପାଇବା ପାଇଁ ପୋଷଣ ଆଣ୍ଟି ଆଣ୍ଟିଅକସିଡାଣ୍ଟର ଗୃରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

ଆଧୁନିକ ଗବେଷଣାରୁ ଜଣାପଡିଛି ଯେ, ପରିଣତ ବୟସରେ ଯଦି ମନୁଷ୍ୟ ଆଣ୍ଟିଅକ୍ସିଡାଣ୍ଟର ନିର୍ଦ୍ଧାରିତ ଚିକିତ୍ସାରେ ରହେ, ତାହେଲେ ସେ ଉତ୍ତମ ସ୍ଵାସ୍ଥ୍ୟ ଲାଭ କରିପାରିବ । ପୋଷଣ ଆଣ୍ଟିଅକ୍ସିଡାଣ୍ଟା ଚିକିତ୍ସାର ଅନ୍ୟ ଏକ ମହତଗୁଣ ହେଉଛି, ପ୍ରତ୍ୟେକ ବ୍ୟକ୍ତିକୁ ତା’ର ଅଧିକ ଔଷଧ ଖର୍ଚ୍ଚରୁ ବଞ୍ଚାଇବା ଓ ଡାକ୍ତରଖାନାର ରହଣି ସମୟକୁ କମାଇବା । ପୋଷଣ ବିଜ୍ଞାନର ଅନ୍ୟଏକ ଭୂମିକା ହେଉଛି ମନୁଷ୍ୟ ସମାଜକୁ ପୋଷଣ ଚିକିତ୍ସାର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଉପରେ ସଚେତନ କରାଇବା । କାର୍ଯ୍ୟଦକ୍ଷ ଆଣ୍ଟିଅକ୍ସିଡାଣ୍ଟ ଡିଫେନସ ସିଷ୍ଟମର ମଣିଷ ଉପରେ ଆଣ୍ଟି-ଏଜିଂ ପ୍ରଭାବ ଅଛି ।

ବାର୍ଦ୍ଧକ୍ୟ ଅବସ୍ଥାର କାରଣ :

ଏହାର ମୁଖ୍ୟ କାରଣ ଗୁଡିକ ହେଲା

  1. ଶରୀରର ଜାରଣ ଚାପ
  2. ଜିନୀୟ ଦାନର ହ୍ରାସ, ୩-ଜୀବକୋଷ ବିଭେଦୀକରଣର କ୍ଷତି,
  3. ଅପରିବର୍ତ୍ତନୀୟ ଅଣୁବିଶିଷ୍କାର ହାନି,
  4. ଶରୀର କ୍ରିୟାର କ୍ଷୟ ସାଧନ,
  5. ଶରୀରର ଉପଯୋଗୀକରଣ ଓ ସମସ୍ଥିତ ପ୍ରକ୍ରିୟାର ଅବନତି,
  6. ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ,
  7. ପରିବେଶ ପ୍ରଦୂଷଣ,
  8. ଫ୍ରିରାଡିକାଲର ଜୀବକୋଷ ଓ ଡି.ଏନ.ଏ। ଉପରେ ଆକ୍ରମଣ ।

ଫିରାଡିକାଲସ ଓ ବାର୍ଦ୍ଧକନ୍ୟାବସ୍ଥା :

ପ୍ରିରାଡିକାଲ ହେଉଛି ଗୋଟିଏ ରାସାୟନିକ ଅବସ୍ଥା, ଯାହା ଜୀବକୋଷର

ଦିଗବଳୟରେ ସ୍ଵାଧୀନ ଭାବେ ଅବସ୍ଥାନ କରିଥାନ୍ତି । ସେମାନଙ୍କ ଶରୀରରେ ଏକ କିମ୍ବା ଅଧିକ ଅନପେୟାର ଇଲେକ୍ତ୍ରୋନ ଥାନ୍ତି । ସେହି ଅନପେୟାର ଇଲେକ୍ତ୍ରୋନଗୁଡିକ ଶକ୍ତିଶାଳୀ ରସାୟନିକ ବନ୍ଧନ ଗଠନ କରି ଶରୀରର ଜୀବକୋଷର କ୍ଷତି ଘଟାଇଥାନ୍ତି । ଶରୀର ଭିତରେ ଥିବା ଏହି ମାରାତ୍ମକ ଫ୍ରିରାଡିକାଲଗୁଡିକ ଶରୀରରେ ଅନେକ କ୍ଷତି ଘଟାଇବା ସହିତ ମନୁଷ୍ୟକୁ ଶୀଘ୍ର ବାର୍ଦ୍ଧକ୍ୟ ଅବସ୍ଥାକୁ ଟାଣିନେଇଥାନ୍ତି । ଏହି ଉଗ୍ର ଓ ପ୍ରତିକ୍ରିୟାଶୀଳ ଫ୍ରିରାଡିକାଲ ସ୍ଵେସିଜ ସବୁ ଜୀବକୋଷର ଅନେକ କ୍ଷତି ଘଟାଇ ମଣିଷର ଶରୀରରେ ଏକାଧିକ ରୋଗ ଉତ୍ପତ୍ତି କରିଥାନ୍ତି । ଏହି ପ୍ରତିକ୍ରିୟାଶୀଳ ରାସାୟନିକ ସ୍ଵେସିଜ ସମୂହ ମଧ୍ୟ ବାର୍ଦ୍ଧକ୍ୟାବସ୍ଥା ପାଇଁ ମୁଖ୍ୟତଃ ଦାୟୀ । ଦେହ ଭିତରେ ଏହି ସ୍ଵେସିଜ ଗୁଡିକର ଉତ୍ପତ୍ତି କମିବା ଓ ଏହାର ପରିମାଣ ହ୍ରାସ ହେଲେ ବାର୍ଦ୍ଧକଲ୍ୟାବସ୍ଥାର ବିଳମ୍ବ ଘଟିଥାଏ ।

ବାର୍ଦ୍ଧକ୍ୟ ଅବସ୍କାର ଲକ୍ଷଣ:

  • ଦୃଷ୍ଟି ଓ ଶ୍ରବଣ ଶକ୍ତିର ହ୍ରାସ,
  • ଶରୀରରେ ମାଂସପେଶୀର ବଳ କମିବା,
  • ଗଣ୍ଠି ପୀଡ଼ା ରୋଗ ଦେଖାଯିବା,
  • ଶରୀରର ଅଙ୍ଗର ସଚଳତା କମିବା,
  • ଶରୀରର ଚେତନା ଶକ୍ତି ହ୍ରାସ ହେବା

ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ଆବଶ୍ୟକତା:

ଆଣ୍ଟିଅକ୍ସିଡାଣ୍ଟା ହେଉଛି ଗୋଟିଏ ରାସାୟନିକ ମଲିକୁଲ । ଏହା ଶରୀରର ଜୀବକୋଷର ଦିଗବଳୟରେ ବେଶ ସ୍ଥିର ଭାବରେ ଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ଶରୀର ଭିତରେ ଦକ୍ଷ ପ୍ରତିରକ୍ଷା ସିଷ୍ଟମ ଭାବେ କାର୍ଯ୍ୟ କରିଥାନ୍ତି । ଆଣ୍ଟିଅକ୍ସିଡାଣ୍ଟ ମଲିକ୍ୟୁଲ ମାରାତ୍ମକ ଫ୍ରିରାଡିକାଲକୁ ଇଲେକ୍ତ୍ରୋନ ଦାନକରି ସେ ସବୁକୁ ଅକାମୀ କରିଥାନ୍ତି । ଆଣ୍ଟିଅକ୍ସିଡାଣ୍ଟ ମଲିକ୍ୟୁଲ ନିରାପଦରେ ଫ୍ରିରାଡିକାଲ ସହ ଅନ୍ତର୍କ୍ରିୟା ବା ପାରସ୍ପରିକ କ୍ରିୟା କରିଥାନ୍ତି । ସେହି ଆଣ୍ଟିଅକ୍ସିଡାଣ୍ଟ ଗୁଡିକ

ସାଧାରଣ ବିଚନ ପ୍ରକ୍ରିୟା । ସମୟରେ ଶରୀର ଭିତରେ ଉତ୍ପତ୍ତି ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଆଣ୍ଟିଅକ୍ସିଡାଣ୍ଟ ହେଉଛନ୍ତି, ଗ୍ଲୁଟାଥାୟନ, ଇୟୁବିକ୍ୟୁନଲ ଏବଂ ଇୟୁରିକ ଅମ୍ଳ । ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ଖାଦ୍ୟରୁ ମିଳିଥାନ୍ତି। ଶରୀର ଭିତରେ କେତେରଗୁଡ ଏନଜାଇମ ସିଷ୍ଟମ ଓ ନନ୍ ଏନ୍ ଜାଇମ ସିଷ୍ଟମ ଫ୍ରିରାଡିକାଲକୁ ସ୍କାଭେଜିଂ କରିବାରେ ପ୍ରଧାନ ଭୂମିକା ନେଇଥାନ୍ତି । କିଛି ନନଏନଜାଇମ ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ହେଲା- ଭିଟାମିନ୍ – ଏ, ଭିଟାମିନ୍ – ସି, ଏବଂ ବିଟା- କାରୋଟିନ୍ । ଶରୀର ଭିତରେ ଏସବୁ ପାଦାର୍ଥଗୁଡିକ ତିଆରି ହୋଇପାରନ୍ତି ନାହିଁ । ଏସବୁ ପୁଷ୍ଟିକର ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ଖାଦ୍ୟରେ ସାମିଲ୍ ହେବା ଉଚିତ୍ ।

ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ପଦ୍ଧତିର ଆବଶ୍ୟକତା :

ଆଣ୍ଟିଅକ୍ସିଡାଣ୍ଟ ଡିଫେନସ ସିଷ୍ଟମର ମୁଖ୍ୟ କାର୍ଯ୍ୟଗୁଡିକ ହେଲା ୧– ଶରୀରର କ୍ରିୟାତ୍ମକ ଜୀବକୋଷକୁ ଜାରଣ କ୍ଷତିରୁ ରକ୍ଷା କରିବା ୨- ମସ୍ତିଷ୍ଠ ରକ୍ତକୋଷର ଇଣ୍ଟିଗ୍ରିଟିକୁ ନିରାପଦରେ ରଖିବା ୩-ମସ୍ତିଷ୍କ ନିୟୁରନ, କୋଷକୁ ପୃଷ୍ଠପୋଷକତା ଦେବା ୪-ଜିନର ଇଣ୍ଟିଗ୍ରିଟି ଓ ସ୍ଥିରତାକୁ ସଂରକ୍ଷଣ କରିବା ୫-ମନୁଷ୍ୟ ଶରୀରର ସିମେନର ବିଶେଷତ୍ଵରେ ଉନ୍ନତି ଆଣିବା ୬-ଡି.ଏନ. ଏ ମରାମତିରେ ସହାୟକ ହେବା ଓ ଡି.ଏନ.ଏ. କୁ ଜାରଣ କ୍ଷତିରୁ ରକ୍ଷା କରିବା, ୭– ଶରୀରର ରୋଗ ପ୍ରତିରୋଧ ସିଷ୍ଟମର ଉନ୍ନତି କରିବା ଓ ଶରୀରକୁ ନାନାବିଧ ରୋଗର ଦାଉରୁ ରକ୍ଷା କରିବା, ୮-ଶରୀରର କ୍ରୋନିକ ରୋଗକୁ ନିୟନ୍ତ୍ରଣ କରିବା, ୯- ଶରୀରରେ ଜିନର ପ୍ରକାଶ କରଣକୁ ନିୟନ୍ତ୍ରଣ କରିବାରେ ସହାୟକ ହେବା । ପୋଷଣ ଆଣ୍ଟିଅକ୍ସିଡାଣ୍ଟଗୁଡିକର ଶରୀର ଉପରେ ଇନକ୍ରେଡି଼ବିଲ ପ୍ରଭାବ ରହିଛି ।

୧. ଭିଟାମିନ-ଏ, ଭିଟାମିନ ଇ ଓ ଭିଟାମିନ - ସି ଯୌଗିକ ବସ୍ତୁଗୁଡିକ ପଥ୍ୟ ଆଣ୍ଟିଅକସିଡାଣ୍ଟ । ଏଗୁଡିକ ସବୁଜ, ହଳଦିଆ ଓ କମଳା ରଙ୍ଗ ପନିପରିବା ଓ ଫଳରେ ଅଧିକ  ଥାନ୍ତି । ତେଣୁ ସେହି ଖାଦ୍ୟ ନିୟମିତ ଖାଇବା ଉପକାରୀ ।

୨. ଲୋମ୍ବା, କମଳା, ଅଙ୍ଗୁର ସମେତ ସବୁଜ ପତ୍ର ବହୁଳ ପନିପରିବା, ବନ୍ଧାକୋବି, ସବୁଜ ଲଙ୍କା, ପିଜୁଳି ଓ ଅଙ୍ଗୁରିତ ଡାଲିଜାତୀୟ ଶସ୍ୟ ଯଥା-ମୁଗ, ବିରି, ଶିମ୍ବ, ଓ ମଟର ଆଦିରେ ପ୍ରଚୁର ପରିମାଣରେ ଭିଟାମିନ –ସି ଥାଏ । ସେସବୁ ଖାଦ୍ୟ ବିଧିବଦ୍ଧ ଖାଇବା ଆବଶ୍ୟକ ।

ସଂଗୃହିତ: ଡାକ୍ତର ଗୌରାଙ୍ଗଚରଣ ସ୍ଵାଇଁ, ଭୁବନେଶ୍ଵର ମୋ: ୯୪୩୮୦୭୭୩୨୯

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top