ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବୟସ୍କଙ୍କ ସ୍ୱାସ୍ଥ୍ୟ ସମସ୍ୟା
ସେଆର କରନ୍ତୁ

ବୟସ୍କଙ୍କ ସ୍ୱାସ୍ଥ୍ୟ ସମସ୍ୟା

ବୟସ୍କଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୂଚନା

ବୟସ୍କଙ୍କ  ସ୍ୱାସ୍ଥ୍ୟ  ସମସ୍ୟା

ବିଭିନ୍ନ  ବୟସରେ  ବୟସଗତ   ଭିନ୍ନ  ଭିନ୍ନ  ସ୍ୱାସ୍ଥ୍ୟ  ସମସ୍ୟା  ଦେଖାଯାଏ   । ଯେମିତି  ବାଲ୍ୟକାଳରେ  ସାଧାରଣତଃ   ପିଲାଙ୍କୁ  ଥଣ୍ଡା , କାଶ ରୋଗ  ଦେଖାଯାଏ   ।   ଦ୍ଵିତୀୟଟି  ହେଲା  ପରିପାକ  ଜନିତ  ସ୍ୱାସ୍ଥ୍ୟ  ସମସ୍ୟା   । ଅତଏବ  ବାଲ୍ୟକାଳରେ  ସହଜରେ  ଜଟିଳ  ରୋଗ  ଦେଖାଯାଏ   ନାହିଁ   । ଅର୍ଥାତ୍  ଦୁଇ  ବିଭାଗ  ଯଥା – ଶ୍ଵସନ ବହ  ସଂସ୍ଥାନ  ଏବଂ  ପରିପାକ  ବିଭାଗ  ରୋଗ  ଦେଖାଯାଏ   । ସେହିପରି  ଝିଅଙ୍କ  ମାସିକ  ଧର୍ମ  ଜନିତ  କିଛି  ସ୍ୱାସ୍ଥ୍ୟ  ସମସ୍ୟା  ଦେଖାଯାଏ   ।

ଏହି  କ୍ରମରେ  ବୟସ୍କ  ଲୋକମାନେ  ଯେତେ  ସ୍ୱାସ୍ଥ୍ୟ  ସଚେତନ  ହେଲେ  ମଧ୍ୟ  କି  ପୁରୁଷ  କି  ନାରୀ ଉଭୟ  କିଛି  ନିର୍ଦ୍ଧିଷ୍ଟ  ରୋଗର  ଶିକାର  ହୁଅନ୍ତି   । ସେହିପରି  ଉଭୟ  କିଛି  ନିର୍ଦ୍ଧିଷ୍ଟ  ରୋଗ  ଲିଙ୍ଗ  ଭେଦରେ   ଭୋଗିଥାନ୍ତି    । ଉଦାହରଣ  ସ୍ୱରୂପ  ପୁରୁଷମାନେ  ପୌରଷଗ୍ରନ୍ଥି  ସମସ୍ୟା  ଏବଂ  ନାରୀମାନେ  ରଜନିବୃତ୍ତି  ସ୍ୱାସ୍ଥ୍ୟ  ସମସ୍ୟା   ଭୋଗିଥାନ୍ତି   । ଆମେ  ସାମାନ୍ୟତମ  ସଚେତନ  ରହିଲେ , ଅନେକ  ବଡ  ବଡ  ବିପଦରୁ  ରକ୍ଷା  ପାଇପାରିବା   ।

ପୁରୁଷ  ଓ  ମହିଳା    ଭୋଗୁଥିବା  ରୋଗ

(୧) ପରିପାକ  ଜନିତ  ସମସ୍ୟା

(୨) ଗଣ୍ଠିବାତ

(୩) ଦୁର୍ବଳତା

(୪) ରକ୍ତଚାପ

(୫) ମଧୁମେହ

(୬) କାନକୁ  ନ  ଶୁଭିବା

(୭) ଆଖିକୁ  ନାଦିଶିବା  ବା  ପରଳ  ପଡିବା

(୮) ଚର୍ମ ଶୁଷ୍କତା  ଯୋଗୁଁ  ଏକଜିମା , ଚର୍ମରୋଗ , ସୋରିଆସିସ

(୯) ଓଜନ  ବୃଦ୍ଧି

(୧୦) ଶ୍ଵାସକାସ  ସହିତ  ଭିନ୍ନ  ଚର୍ମରୋଗ   ।

ଏହା  ସହିତ   ଆହୁରି  ଅନେକ  ବୟସଗତ  ସ୍ୱାସ୍ଥ୍ୟ  ସମସ୍ୟା  ଦେଖାଯାଏ   । ଆସନ୍ତୁ , କେତେକ  ଗୁରୁତ୍ୱପୂର୍ଣ୍ଣ  ରୋଗ  ସମ୍ପର୍କରେ  ଆଲୋଚନା  କରିବା   ।

ପରିପାକ  ଜନିତ  ସ୍ୱାସ୍ଥ୍ୟ  ସମସ୍ୟା

ସାଧାରଣତଃ  ବୟସ  ବଢିଲେ  ଦାନ୍ତ  ଝଡିବା  ଆରମ୍ଭ  ହୁଏ  । ସାଧାରଣତଃ  ଦାନ୍ତ  ଦ୍ଵାରା  ଖାଦ୍ୟ  ସହଜରେ   ଚୋବାଇ  ହୁଏ   । ଟାଣ  ଖାଦ୍ୟକୁ  ଚୋବାଇ  ଛୋଟ  ଛୋଟ  କରି  ହୁଏ   । ଖାଦ୍ୟକୁ  ଚୋବାଇବା  ଫଳରେ  ଖାଦ୍ୟରେ  ମୁଖଗହ୍ଵରରୁ  ଝରୁଥିବା  ଲାଳ  ମଧ୍ୟ  ପରିପାକରେ  ସାହାଯ୍ୟ  କରେ   । ଦାନ୍ତ  ଅଭାବରୁ ଖାଦ୍ୟ  ସାରଣୀ  ବଦଳାଇବା  ଦରକାର   । ସହଜରେ  ଜୀର୍ଣ୍ଣ  ହୋଇଯାଉଥିବା  ଏବଂ  ଅଧିକ  ପୋଷକତତ୍ତ୍ଵ  ଥିବା  ଖାଦ୍ୟ  ଦେବା  ଦରକାର   । ସେଗୁଡିକ  ମଧ୍ୟରେ  ସୋୟାବିନ  ଓ  ରାଜମା ଏବଂ  ଅନ୍ୟାନ୍ୟ  ଡାଲିଜାତୀୟ  ଖାଦ୍ୟ  ରହିବା  ଦରକାର   । ରାତିରେ  ଭାତ  ନଦେଇ  ରୁଟି  କ୍ଷୀର  ପରିବା  ସନ୍ତୁଳା  ଦେଲେ  ଭଲ  ମାଛ  ଦିଆଯାଇ  ପାରିବ  ହେଲେ  ମାଂସ  ସମ୍ପୂର୍ଣ୍ଣ  ବନ୍ଦ  କରିବା  ଦରକାର  । ଖାଦ୍ୟରେ  ଘିଅ  ନରଖିଲେ  ଏହା  ସହଜରେ  ଜୀର୍ଣ୍ଣ  ହୁଏ  ନାହିଁ   । ଏସବୁ  ଖାଦ୍ୟ  ସାରଣୀ  ମାନି  ରହିଲେ  ମଧ୍ୟ  କେତେକ  ନିର୍ଦ୍ଧିଷ୍ଟ  ପରିପାକ  ଜନିତ  ସ୍ୱାସ୍ଥ୍ୟ  ସମସ୍ୟା  ଦେଖାଯାଏ  । କାରଣ  ଏହି  ବୟସରେ   ପାଚକ  ରସ  କମ୍  ଝରିଥାଏ   । ତେଣୁ  ଖାଦ୍ୟ  ସହଜରେ  ପାକ  ହୋଇ ନଥାଏ   । ସେହି  କାରଣରୁ  କୋଷ୍ଠକାଠିନ୍ୟ  ସମସ୍ୟା   ମଧ୍ୟ   ଦେଖାଯାଏ   । କିଛିଦିନ  ଅଭ୍ୟାସ  କରି  ଶୁଣ୍ଠିଖଣ୍ଡ  ମୋଦକ  ଦେଲେ  ଖାଦ୍ୟ  ସହଜରେ ଜୀର୍ଣ୍ଣ  ହୁଏ  ଭୋକ  ବଢାଏ   । ଝାଡା ମଧ୍ୟ  ପରିଷ୍କାର  ହୁଏ   ।

ଗଣ୍ଠିବାତ

ବୟସ  ବଢିଲେ  ଗଣ୍ଠି  ଗୁଡିକରୁ  ତୈଳ  ଅଂଶ  ଶୁଖିଯାଏ  ଫଳରେ  ଗଣ୍ଠି  ଦରଜ  ହୁଏ  । ଚାଲିବା  ବୁଲିବାରେ  କଷ୍ଟ  ହୁଏ   । ଗଣ୍ଠି  ଫୁଲିବା  ମଧ୍ୟ  ଦେଖାଯାଏ   । ଏସବୁ  ସମସ୍ୟା  ପାଇଁ  ଅର୍ଥାତ୍  ଯେତେ  ସବୁ  ବାତରୋଗ  ଦେଖାଯାଏ , ସେଥିପାଇଁ  ଆୟୁର୍ବେଦରେ  ସପାନ  ଚିକିତ୍ସା  ରହିଛି   । ଔଷଧ  ସାଙ୍ଗକୁ  ପଞ୍ଚକର୍ମ  ଚିକିତ୍ସା ବହୁତ  ଲାଭଦାୟକ   । ସମସ୍ତ  ବାତରୋଗ  ପାଇଁ  ଗୁଗୁଳ  ଜାତୀୟ  ଔଷଧ , ଶେକ  ମାଲିସ  ଏବଂ  ତୈଳ  ବସ୍ତି , ତୈଳ  ଧାରା  ଖୁବ୍  ଲାଭଦାୟକ  ହୋଇଥାଏ   । ତେବେ  ୫୦ ବର୍ଷ  ହୋଇଗଲେ  ଅଧିକ  ସଚେତନ  ହେବା  ଆବଶ୍ୟକ   । ଖାଦ୍ୟରେ  ଜଡାତେଲରେ  ବାଇଗଣ  ଭାଜି  ସମେତ  ଛାଗଳଦିଘୃତ  ଖାଇଲେ  ସମସ୍ତ  ବାତ  ରୋଗ  ଦୂର  ହୁଏ   । ଅସ୍ଥି  ସନ୍ଧିରୁ  ତୈଳଅଂଶ  ଶୁଷ୍କହୁଏ  ନାହିଁ   । ସନ୍ଧିଗୁଡିକ   ସଚଳ  ହୋଇ  ରୁହନ୍ତି    ।

ଦୁର୍ବଳତା

ବୟସ  ବଢିଲେ  ଶରୀର  ଦୁର୍ବଳ  ହେବା   ଏକ  ସାଧାରଣ  କଥା   । ତେବେ  ପୋଷକ  ଖାଦ୍ୟ , ସହଜରେ  ଜୀର୍ଣ୍ଣ  ହୋଇପାରୁଥିବା  ଖାଦ୍ୟ  ଦେବା  ଦରକାର   । ନିୟମିତ  କ୍ଷୀର  ପିଇବା  ଆବଶ୍ୟକ    । ଫଳରେ  ଅସ୍ଥି  ସମସ୍ୟା  ବିଶେଷ  କରି  ଦେଖାଯାଏ  ନାହିଁ   ।

ରକ୍ତଚାପ

ବୟସ  ବଢିଲେ  ଉଭୟ  ପୁରୁଷ  ଓ  ମହିଳାଙ୍କ  ଠାରେ  ଉର୍ଦ୍ଧ୍ଵ  ରକ୍ତଚାପ  ରୋଗ  ଦେଖାଯାଏ   । ରକ୍ତରେ  ଚର୍ବି  ବଢିବା , ମାନସିକ  ଚାପ  କାରଣରୁ  ଏହା  ଦେଖାଯାଏ   ।  ତେଣୁ  ତୈଳ  ଓ  ଚର୍ବି  ଜାତୀୟ  ଖାଦ୍ୟ   କମ୍  ଖାଇବା  ଦରକାର  । ପ୍ରତିଦିନ   କଞ୍ଚା   ରସୁଣ  ଦୁଇ  ତିନିକୋଲା  ଖାଇଲେ ଏବଂ  ସଜନାଶାଗ ଖାଇଲେ  ଉପକାର ମିଳେ   । ସୁନିଦ୍ରା  ପାଇଁ  ଏବଂ  ଉର୍ଦ୍ଧ୍ଵ  ରକ୍ତଚାପ   ପାଇଁ  ସର୍ପଗନ୍ଧାରିଷ୍ଟ  ଖୁବ୍  ଲାଭଦାୟକ  । ତେବେ  ରକ୍ତଚାପ  ଭୋଗୁଥିବା  ରୋଗୀ  ସବୁବେଳେ ଡାକ୍ତରଙ୍କ  ବିନା ପରାମର୍ଶରିୟା  ଔଷଧ ଗ୍ରହଣ  କରିବା  ଅନୁଚିତ   ।

ମଧୁମେହ

ରକ୍ତଚାପ  ପରି  ମଧୁମେହ   ରୋଗରେ  ପୀଡିତ  ରୋଗୀମାନେ   ବିନା  ଡାକ୍ତରୀ  ପରାମର୍ଶରେ  ଔଷଧ  ଗ୍ରହଣ  କରିବା  ଅନୁଚିତ  । ତେବେ  ମଧୁମେହ   ପାଇଁ   ଆୟୁର୍ବେଦରେ  ମଧ୍ୟ  ଖୁବ୍  ଭଲ  ଔଷଧ  ରହିଛି   ।

ଚର୍ମଗତ

ବୟସ  ବଢିଲେ  ବିଭିନ୍ନ  ବୟସଗତ  ଚର୍ମରୋଗ  ଦେଖାଯାଏ   । ଚର୍ମଶୁଷ୍କତା  କାରଣରୁ  ଦେହ  କୁଣ୍ଡାଇ   ହେବା , ଲାଲ  ପଡିବା  ସାଙ୍ଗକୁ   ଏକଜିମା  ଏବଂ  ସୋରିଆସିସ୍  ମଧ୍ୟ  ଦେଖାଯାଏ   । ଏଥିପାଇଁ  ନିୟମିତ  ଦେହରେ   ନଡିଆତେଲ  ମାଲିସ୍  କରିବା  ଦରକାର   । ଯଦି  ଏକଜିମା  ଏବଂ  ସୋରିଆସିସ୍  ଦେଖାଯାଏ  ତେବେ  ହରିଡାଖଣ୍ଡ , ଆରୋଗ୍ୟବର୍ଦ୍ଧିନୀ  ବଟିକା  ସହିତ  ଅଲଗା  ଔଷଧ  ଦେଲେ  ଖୁବ୍  ଭଲ  ଫଳ  ମିଳିଥାଏ   ।

ନିଦ୍ରାହୀନତା

ବୟସ  ବଢିଲେ  ନିଦ୍ରାହୀନତା  ଏକ  ସାଧାରଣ  ସମସ୍ୟା  । ସେଥିପାଇଁ  ନିୟମିତ  ସୂନୁସୁନିଆ  ଶାଗ  ଖାଇଲେ  ଭଲ  ଫଳ  ମିଳେ   । ମୁଣ୍ଡ  ଓ  ହାତପାଦରେ  ତେଲ  ମାଲିସ୍  କଲେ   ସୁନିଦ୍ରା  ହୁଏ   । ଏଥିପାଇଁ  ଜଟାମାଂସ  ଘନବାଟୀ  ଏବଂ  ଜଟାମାଂସପାଚନ  ଖୁବ୍  ଲାଭଦାୟକ  ହୋଥାଏ   ।

ସଂଗୃହିତ : ଡାକ୍ତର  ବାସୁଦେବ  ପ୍ରଧାନ

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top