ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ମାଇଗ୍ରେନ୍ ଉପଚାର ଓ ରସୁଣର ଗୁଣ
ସେଆର କରନ୍ତୁ

ମାଇଗ୍ରେନ୍ ଉପଚାର ଓ ରସୁଣର ଗୁଣ

ମାଇଗ୍ରେନ୍ ଉପଚାର ଓ ରସୁଣର ଗୁଣ ର ସୂଚନା

ମାଇଗ୍ରେନ୍ ର  ଘରୋଇ  ଉପଚାର

ମାଇଗ୍ରେନ୍  ବା  ଅର୍ଦ୍ଧ – କପାଳ  ବିନ୍ଧା  ଅତି  କଷ୍ଟଦାୟକ   । ଔଷଧ  ଦ୍ଵାରା  ଏହାର  ଚିକିତ୍ସା  କରାଯାଏ  । ତେବେ , ଘୋରେଇ  ଉପଚାର  ଦ୍ଵାରା  ମଧ୍ୟ  ଚିକିତ୍ସା  ସମ୍ଭବ   । ଏଥି ପାଇଁ  ଦରକାର  କେବଳ  ତାଜା  ଲେମ୍ବୁ  ଓ ପଥର  ଲୁଣ   । ପଥର  ଲୁଣର  ଗୁଣ  ଉତ୍ତମ  ହେବା  ନିହାତି  ଆବଶ୍ୟକ   । ହିମାଲୟାନ୍ କ୍ରିଷ୍ଟାଲ  ସଲ୍ଟ  ବ୍ୟବହାର   କରନ୍ତୁ   । ଏହା  ରୋଗ – ପ୍ରତିରୋଧକ  ଶକ୍ତି , ସେରୋଟୋନିନ  ସ୍ତର  ବଢାଇବା  ସହ  ଶରୀରର  ପିଏଚ୍  ସ୍ତର  ସ୍ଵାଭାବିକ  ରଖେ    । ଦୁଇଟି  ଲେମ୍ବୁର  ରସରେ  ଦୁଇ  ଚାମଚ  ହିମାଳୟାନ୍  ସଲ୍ଟ   ମିଶାନ୍ତୁ   । କିଛି  ଲେମ୍ବୁ  ଚୋପା  ଛେଚା  ଓ ୨୦୦  ମିଲିଲିଟର  ପାଣିରେ   ଭଲଭାବେ  ଗୋଳାଇ  ପିଅନ୍ତୁ   । ଉଚ୍ଚ  ରକ୍ତ ଚାପ  ଭୋଗୁଥିଲେ , ଏହି  ପାନୀୟ  ପିଇବା  ପୂର୍ବରୁ   ଚିକିତ୍ସକଙ୍କ  ପରାମର୍ଶ  ନିଅନ୍ତୁ    ।

ରସୁଣର ଗୁଣ

ଏକାଧିକ  ଗବେଷଣାରୁ  ଫଳାଫଳରୁ  ସ୍ପଷ୍ଟ  ପ୍ରମାଣିତ  ହୋଇଛି  ଯେ , ସିରା – ପ୍ରଶିରା  ଏବଂ  ଅନ୍ୟ  ସମସ୍ତ   ରକ୍ତବାହୀ   ନଳିକୁ  ରସୁଣ  ସୁରକ୍ଷିତ  ରଖେ   । ରସୁଣରେ  ଥିବା  ଚମତ୍କାରୀ   ଶକ୍ତି  ରକ୍ତବାହୀ   ନଳିମାନଙ୍କୁ  ପ୍ରାକୃତିକ  ଭାବେ  ମୁକ୍ତ  ରଖିବାରେ  ସହାୟକ  ହୁଏ   । ପୁଣି , ଏହା  ରକ୍ତରେ  କୋଲେଷ୍ଟେରୋଲ  ଏବଂ  ଟ୍ରାଇଗ୍ଲିସେରିଡ୍  ବା  ରକ୍ତ – ଚର୍ବିକୁ  ନିୟନ୍ତ୍ରିତ  କରିଥାଏ   ।  ବିଭିନ  ଧରଣର  ହୃଦ - ରୋଗରେ  ପୀଡିତ  ବ୍ୟକ୍ତି  ଦୈନିକ  ଦୁଇରୁ  ତିନି  କୋଲା  ମାତ୍ର  ରସୁଣ  ଖାଇଲେ   ହୃଦଘାତର  ଆଶଙ୍କା  ପଚାଶ  ପ୍ରତିଶତ  ହ୍ରାସ  ପାଏ   । ଖାଲି  ଏତିକି  ନୁହେଁ   କର୍କଟ – ପ୍ରତିରୋଧକାରୀ  ଗୁଣ  ଥିବା  ଖାଦ୍ୟ ପଦାର୍ଥ  ତାଲିକାରେ  ରସୁଣର  ସ୍ଥାନ  ସର୍ବାଗ୍ରେ   । ଅତ୍ୟଧିକ  ମାଛ   ଖାଉଥିବା  ଲୋକଙ୍କ  ଶରୀରରେ  ରନ୍ଧା – ମାଛ ମାଧ୍ୟମରେ  ପାରଦ  ଜମିବାର  ଆଶଙ୍କା  ସବୁବେଳେ  ଥାଏ   । ରସୁଣକୁ   ସାମାନ୍ୟ  ପୋଡି  ଖାଇଲେ  ତାହା  ଶରୀରରୁ  ମର୍କୁରି  ଓ  କାଡ୍ ମିଅମ  ବାହାର  କରିଥାଏ   । ରସୁଣ  ଜୀବାଣୁ  ଓ ଭୂତାଣୁ  ବିରୋଧୀ   । ଶାରୀରିକ  ଅବସାଦ  ଜନିତ   ଥଣ୍ଡା  ଏବଂ  ଅନ୍ୟ  କେତେକ  ସାଧାରଣ  ସଂକ୍ରମଣରୁ  ରସୁଣ  ରକ୍ଷା  କରେ  । ଏଣୁ  ସାମାନ୍ୟ  ଦୁର୍ଗନ୍ଧ – ଯୁକ୍ତ  ହୋଇଥିଲେ  ହେଁ  ସର୍ବଦା  ରସୁଣ  ଖାଇବା   ଉଚିତ   ।

ଆଧାର : ସ୍ୱାସ୍ଥ୍ୟ ବିଭାଗ

2.85185185185
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top