ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ମେଥି: ବହୁ ରୋଗର ଘରୋଇ ଔଷଧ
ସେଆର କରନ୍ତୁ

ମେଥି: ବହୁ ରୋଗର ଘରୋଇ ଔଷଧ

ମେଥି, କେବଳ ମସଲା ନୁହେଁ, ଏଥିରେ ରହିଛି ବିଭିନ୍ନ ଔଷଧୀୟ ଗୁଣ ।

ମେଥି

ମେଥି, କେବଳ ମସଲା ନୁହେଁ, ଏଥିରେ ରହିଛି ବିଭିନ୍ନ ଔଷଧୀୟ ଗୁଣ । ଏହାର ଗୁଣ୍ଡରୁ ସକାଳେ ଓ ସନ୍ଧ୍ୟାରେ ପାଣା ସହିତ ସେବନ କଲେ । ଏହା ଗଣ୍ଠି ଓ ଅସ୍ଥିକୁ ମଜଭୁତ କରିଥାଏ । କେବଳ ସେତିକି ନୁହେଁ, ମେଥ୍ ଖାଇଲେ ମେଦବହୁଳତା ପରି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥାଏ ।

ଔଷଧୀୟ ଗୁଣ

ମେଥି ରହିଛି ଅନେକ ଔଷଧୀୟ ଗୁଣ । ଛୋଟ ଓ ବଡ ଭାବରେ ପରିଚିତ ମେଥିକୁ କେତେକେ ଗ୍ରାମ୍ୟ ମେଥି, ବନ୍ୟ ମେଥି ବୋଲି କହିଥାନ୍ତି । ମାତ୍ର ବଜାରରେ ସାଧାରଣ ମେଥି ଓ କସ୍ତୁରୀ ମେଥି ଉପଲବ୍ଧ ହୋଇଥାଏ । ସାଧାରଣ ମେଥିକୁ ରୋଷେଇ ଘରେ ମସଲା ଏବଂ ଏହାର ପତ୍ରକୁ ଶାଗ ଓ ଔଷଧ ରୂପେ ବ୍ୟବହାର କରାଯାଏ । ମାତ୍ର କସ୍ତୁରୀ ମେଥି ଖାଦ୍ୟକୁ ସ୍ଵାଦିଷ୍ଟ ବା ସୁଗନ୍ଧିତ କରିବା ପାଇଁ ବ୍ୟବହାର କରାଯାଏ ।

ଅବଶ୍ୟ ମେଥିକୁ ବିଭିନ୍ନ ଔଷଧ ଭାବେ ବ୍ୟବହାର କରଯାଇଥାଏ । ମେଥିକୁ ପାଣିରେ ବଢୁରାଇ ବାଟି ପିଆଯାଏ, ଗଜାକରି ଚୋବାଇ ଚୋବାଇ ଖିଆଯାଏ, ଗୁଣ୍ଡକରି ମଧ୍ୟ ଖିଆଯାଇଥାଏ । ପ୍ରାକୃତିକ ଚିକିତ୍ସା ମତରେ ମେଥି କମ୍ ଜୋର ହୋଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ବଳଶାଳୀ କରିଥାଏ, ବେଦନା ହୋଇଥିବା ସ୍ଥାନକୁ କମ୍ କରିଥାଏ, ଜଳାପୋଡ଼ା ଜାଗାରେ ଏହାର ଲେପ ଚମତ୍କାର ପ୍ରଭାବ ପକାଇଥାଏ । ଆଚାର୍ଯ୍ୟ ଭବ ମିଶ୍ର ବର୍ଣ୍ଣନା କରିଛନ୍ତି ଯେ, ମେଥି ବାୟୁକୁ ନଷ୍ଟ କରିଥିବା ସମୟରେ କଫକୁ ବି ଦୂର କରିଥାଏ । ଏହା ଜ୍ଵରକୁ ଶମନ କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଆଗର୍ଯ୍ୟ ପ୍ରିୟବ୍ରତ। ଏହା ମାଂସପେଶୀ ଓ ଗଣ୍ଠି ହେଉଥିବା ପୀଡାକୁ ଦୂର କରେ ବୋଲି ବର୍ଣ୍ଣନା କରିଛନ୍ତି ।

ମେଥି ମଞ୍ଜିରେ ଆର୍ଦ୍ରତା- ୧୩.୭% ପ୍ରୋଟିନ୍ – ୨୬.୨%, ବସା-୫.୮% କାର୍ବୋହାଇଡ୍ରେଟ୍ – ୪୪.୧%, ସୂତ୍ର- ୭.୨% ଓ ଉକ୍ଷ୍ମ-୩.0% ଥାଏ । ଏଥିରେ କ୍ୟାଲସିୟମପୋଟାସିୟମ, ଫସ୍ ଫରସ, ଲୌହ ଓ ସୋଡିୟମ ପ୍ରଚୁର ପରିମାଣରେ ମିଳେ । ମେଥି ବୀଜରେ ଫସଫେଟ୍ ଲେମିଥାଇର୍ ଓ ନ୍ୟୁକ୍ଲିଓ ଆଷ୍ଟ୍ରମାଇନ୍ ରହୁଥିବା କାରଣରୁ ଏହା କର୍ଡ ଲିଭର ଅଏଲ ସମାନ ପୋଷକ ତଥା ବଳକାରକ ହୋଇଥାଏ, ତେଣୁ ଗଣ୍ଡମାଳା,

ଫଜ୍କରୋଗ, ପାଣ୍ଡୁ, ବାତରକ୍ତ ମଧୁମେହ ଆଦି ରୋଗର ଉପସର୍ଗ ଜନିତ ଦୁର୍ବଳତାକୁ ଦୂର କରିଥାଏ । ଏଥିରେ ‘ଇସ୍କେଥାଇଲିମିନ୍ ପ୍ରଚୁର ମାତ୍ରାରେ ଥାଏ । ଏହା ଶାକାହାରୀଙ୍କ ପାଇଁ ଏକ ବିକଳ୍ପ । ନିଆକାଏର(ଭିଟାମିନ୍ ବି-୩) ଯାହାକୁ ନିକୋଚିନିକ୍ ଏସିଡ୍ କୁହାଯାଏ । ଏହା ଶାକାହାରୀଙ୍କ ପାଇଁ ମାଛ ଜାତୀୟ ଖାଦ୍ୟର ଏକ ବିକଳ୍ପ । ନିଆକାଏରର ଉପଯୋଗ କୋଲେଷ୍ଟରଲ ଓ ବସାର ଉଚ୍ଚ ମାତ୍ରାକୁ କମ୍ କରିଥାଏ । ମେଥି ମଞ୍ଜିରେ ଏପରି ପଦାର୍ଥ ଅଛି। ଯାହା ଆନ୍ତ୍ର ପାଇଁ କାର୍ଯ୍ୟ କରେ । ଏଥିରେ ଏପରି ଗୁଣ ଅଛି ଯାହା ପାଚକ ଏନ୍‌ଜାଇମ୍ ସ୍ରାବ କରାଇ

ଅଗ୍ନ୍ୟାଶୟକୁ ଉତ୍ତେଜିତ କରି ପାଚକ ରସକୁ ନିୟନ୍ତ୍ରଣ କରେ ଏବଂ ଶରୀରର ସୁଗାର ମାତ୍ରା କମ୍ କରିଥାଏ । ସେହି ପ୍ରଭାବରୁ ମଧୁମେହରେ ରକ୍ତଗତ ଶର୍କର କମ୍ ହୋଇଥାଏ । ରଜନିବୃତ୍ତି ସମୟରେ ହରମୋନକୁ ସନ୍ତୁଳନ କରିବାରେ ଏହା ସାହାଯ୍ୟ କରେ । ଏହିପରି ଭାବରେ ମେଥି ମଧୁମେହ ଓ ହୃଦ୍‌ରେଗରେ ଲାଭଦାୟକ । ଏହା ବାତହର, ଗଣ୍ଠିରେ ହେଉଥବା ପୀଡା, ସ୍ନାୟୁରୋଗରେ ସହାୟକ ଅଟେ । ଆଧୁନିକ ବିଜ୍ଞାନ ମଧ୍ୟ ଏ କଥାରେ ଏକମତ ଯେ ମେଥିଗୁଣ୍ଡକୁ ସକାଳ ଓ ସନ୍ଧ୍ୟାରେ ପାଣି ସହିତ ଖାଇଲେ ଏହା ଗଣ୍ଠି ଏବଂ ଅସ୍ଥିକୁ ମଜଭୁତ କରିଥାଏ । ମେଦ ବହୁଳତାକୁ କମାଇବାରେ ସହାୟକ ହୁଏ । ବହୁମୂତ୍ର ରୋଗରେ ମେଥିପତ୍ର

ରସ, କଇତଥ ଏବଂ ମିଶ୍ରି ମିଶାଇ ବ୍ୟବହାର କଲେ ସୁଫଳ ମିଳିଥାଏ । ମେଥି ପତ୍ରରେ ଅନେକ ପୋଷଣ ତତ୍ତ୍ୱ ଅଛି । ଏହା ଶୀତଳ, ଦାହ, ଶାମକ, ଶୋଥହର ତଥା ମୃଦୁ ବିରେଚକ ଅଟେ । ପତ୍ରର ଲେପ ଶରୀରରେ ଜ୍ଵଳନ ହେଉଥିବା ସ୍ଥାନରେ ଲଗାଇଲେ ଲାଭ ମିଳେ । ତ୍ମଚାକୁ ମୁଲାୟମ ଏବଂ ସ୍ଵଚ୍ଛ ରଖବା ପାଇଁ ଏହାର ମଞ୍ଜି ପ୍ରୟୋଗ କରାଯାଏ । ମେଥି ପାଚନ ସଂସ୍ଥାନ ଲାଗି ମଧ୍ୟ ଲାଭଦାୟକ । ଅର୍ଶ ରୋଗରେ ମେଥି ମଞ୍ଜିର କ୍ଵାଥ ଓ ମହୁ ମିଶାଇ ବ୍ୟବହାର କରାଯାଏ । ସ୍ତ୍ରୀ ଲୋକଙ୍କର ପ୍ରସବ ପରେ ଆର୍ତ୍ତବ ଶୁଦ୍ଧି ଓ ସ୍ତନ୍ୟ ବୃଦ୍ଧି ସକାଶେ ମେଥି ମୋଦକ ବ୍ୟବହାର କରାଯାଏ । ରକ୍ତ ଅଳ୍ପତା ତଥା ରକ୍ତଶୁଦ୍ଧିକରଣ ଲାଗି ମେଥ୍ ପ୍ରତ୍ୟେକ ଦିନ ଖାଇବା ଆବଶ୍ୟକ ।

ମଧୁମେହ ରୋଗୀ ମେଥି ବ୍ୟବହାର କରିବାର ବିଧି ଅନ୍ୟମାନଙ୍କଠାରୁ ଭିନ୍ନ। ମେଥିକୁ ସଫା କରି ତା’ର ଦୁଇଗୁଣ ମାତ୍ରା କ୍ଷୀରରେ ତାକୁ ୨୪ ଘଣ୍ଟା ବତୁରାଇ ରଖିବେ । ତାପରେ କ୍ଷୀରକୁ ଫୋପାଡି ଦେଇ ସେହି ମେଥିକୁ ପାଣିରେ ପରିଷ୍କାର ଭାବରେ ଧୋଇ ଛାଇରେ ଶୁଖାଇବେ । ତା’ପରେ ଖରରେ ଦେଇ ଗୁଣ୍ଡକରି କାଚ ପାତ୍ରରେ ରଖିବେ । ଏହି ଚୂର୍ଣ୍ଣକୁ ୧୦ ଗ୍ରାମ କରି ଦିନକୁ ତିନିଥର ଛଅମାସ ଖାଇବା ପରେ ଦେଖିବେ, ରକ୍ତରେ ଶର୍କରା ସନ୍ତୁଳିତ ମାତ୍ରାରେ ରହୁଛି । ଉଚ୍ଚ ରକ୍ତଚାପରେ ୧୦ ଗ୍ରାମ ମେଥିକୁ ରାତିରେ ପାଣିରେ ଭିଜାଇ ସକାଳେ ଛାଣି ଖାଲି ପେଟରେ ପିଇଲେ ଲାଭ ମିଳିବ ।

ସ୍ତ୍ରୀ ଲୋକଙ୍କର ଅଣ୍ଟା ବିନ୍ଧିବା ରୋଗ ଥିଲେ ମେଥି, ଶୁଣ୍ଠି ଓ ଜୁଆଣିକୁ ସମାନ ମାତ୍ରାରେ ନେଇ ଗୁଣ୍ଡକରିବେ । ଆଉ ଏହାର ଚୂର୍ଣ୍ଣ ସେବନ କଲେ ଲାଭ ମିଳିଥାଏ । ଏହିପରି ଭାବରେ ମେଥି ମଧୁମେହ, ହୃଦରୋଗ ତଥା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭପ୍ରଦ ଘରୋଇ ଔଷଧ ଅଟେ |

ସଂଗୃହିତ: ଡ଼ା. ରୀତା ସାହୁ, କଟକ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top