ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ରାତ୍ରଭୋଜନରେ ନିହାତିପକ୍ଷେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ରହିବେ ସୁସ୍ଥ
ସେଆର କରନ୍ତୁ

ରାତ୍ରଭୋଜନରେ ନିହାତିପକ୍ଷେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ରହିବେ ସୁସ୍ଥ

ଆପଣ କେବେ କଣ କେମିତି ଖାଉଛନ୍ତି ତାହା ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ

ରାତ୍ରଭୋଜନ

ଆପଣ କେବେ କଣ କେମିତି ଖାଉଛନ୍ତି ତାହା ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଏସବୁର ପ୍ରଭାବ ବହୁମାତ୍ରାରେ ଆପଣଙ୍କ ଶରୀର ଉପରେ ପଡିଥାଏ । ସେଥିପାଇଁ ଜଳଖିଆ, ଦ୍ୱିପ୍ରହର ଖାଦ୍ୟ ଓ ରାତ୍ର ଭୋଜନ ଭିନ୍ନ ଭିନ୍ନ ମାତ୍ରାରେ ଗ୍ରହଣ କରାଯାଇଥାଏ । ସାଧାରଣତଃ ରାତ୍ରଭୋଜନ ହାଲ୍‌କା ଓ ସାଦା ହୋଇଥାଏ ।

ଆପଣଙ୍କ ରାତ୍ରଭୋଜନରେ ଯଦି କିଛି ପୋଷକ ଖାଦ୍ୟ ସାମିଲ ହୋଇଯାଏ, ତେବେ ଏହାର ସୁଫଳ ନିଶ୍ଚୟ ଆପଣ ପାଇବେ । ଜାଣନ୍ତୁ କେଉଁ ପାଞ୍ଚଟି ଜିନିଷ ରାତ୍ରଭୋଜନରେ ସାମିଲ ହେବା ନିହାତି ଆବଶ୍ୟକ :

ନିହାତି ଆବଶ୍ୟକ

ଦହି ଚହ୍ଲା : କୁହନ୍ତି ରାତିରେ ଦହି ଖାଇବା କଥା ନୁହେଁ । ମାତ୍ର ଦହିକୁ ଆପଣ ଚହ୍ଲା କରି ତଥା ସାଲାଡ କିମ୍ବା ଲସିରେ ବ୍ୟବହାର କରି ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ପେଟ ଥଣ୍ଡା ହେବା ସହ ହଜମ ପ୍ରକ୍ରିୟା ସକ୍ରିୟ ହେବ ।

ସବୁଜ ପରିବା ଏବଂ ଶାଗ : ସବୁଜ ପରିବା ଓ ଶାଗରେ ଫାଇବରର ମାତ୍ରା ବହୁତ ଅଧିକ ଥାଏ । ଏଥିପାଇଁ ରାତ୍ରି ଭୋଜନରେ ଏସବୁକୁ ସାମିଲ କଲେ ଆପଣଙ୍କୁ ବହୁମାତ୍ରାରେ ଲାଭ ମିଳିବ ।

ଅଦା : ଅଦା ବହୁ ଗୁଣର ଗନ୍ତାଘର । ଅଦା ଆଚାର, ସାଲାଡ ତଥା ଅଦାକୁ ଯେ କୌଣସି ରୂପରେ ରାତ୍ରିଭୋଜନରେ ସାମିଲ କରନ୍ତୁ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।

କ୍ଷୀର :  ରାତି ସମୟରେ କ୍ଷୀର ପିଇବା ବହୁ ଲାଭଦାୟକ । ଶୋଇବା ସମୟରେ ସାମାନ୍ୟ ନଖଉଷୁମ କ୍ଷୀର ପିଇଲେ ଭଲ ନିଦ ଆସେ । ଯଦି ଲୋ ଫ୍ୟାଟ୍‌ କ୍ଷୀର ପିଇବେ ତାହା ଆହୁରି ଫଳପ୍ରଦ ହେବ ।

ମହୁ : ରାତିରେ ଚିନି ଖାଇବାଠୁ ଦୂରେଇ ରୁହନ୍ତୁ । ଯଦି ଆପଣ ମିଠା କ୍ଷୀର ପିଇବାକୁ ପସନ୍ଦ କରନ୍ତି ତେବେ ଚିନି ବଦଳରେ ମହୁ ପ୍ରୟୋଗ କରନ୍ତୁ । ମହୁ ଭିତରେ ଅନେକ ଲାଭଦାୟକ ଗୁଣ ଥିବାରୁ ଏହାର ବ୍ୟବହାର ଫଳରେ ଶରୀର ସୁସ୍ଥ ରହିବ ।

ଆଧାର : ଖବର  ଓଡିଶା

3.125
ଗୌତମ କୁମାର ଦାସ Dec 11, 2018 01:28 AM

ବଦୂତ ଭଲ ପରାମର୍ଶ କଥା ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top