ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶୀତଦିନିୟା ରୋଗକୁ ସାବଧାନ
ସେଆର କରନ୍ତୁ

ଶୀତଦିନିୟା ରୋଗକୁ ସାବଧାନ

ଶୀତ ଦିନେ ସ୍ୱାସ୍ଥ୍ୟ ପ୍ରତି ଯେତେ ସଚେତନତ ରହିଲେ ବି ଥଣ୍ଡା, କାସ ଜ୍ଵର, ପିଛା ଛାଡେନି ।

ଶୀତଦିନିୟା ରୋଗ

ଶୀତର ପ୍ରକୋପ ଦିନକୁ ଦିନ ବଢୁଛି । ଶୀତ  ଦିନେ ସ୍ୱାସ୍ଥ୍ୟ ପ୍ରତି ଯେତେ ସଚେତନତ ରହିଲେ ବି ଥଣ୍ଡା, କାସ ଜ୍ଵର, ପିଛା   ଛାଡେନି । ଶୀତ ଦିନ ବଣଭୋଜି ଓ ଭ୍ରମଣର ଋତୁ ହୋଇ ଥିବାରୁ ସମସ୍ତେ ଏହି ଋତୁକୁ ମନଭରି ଉପଭାଗ କରିବାକୁ ଚାହାନ୍ତି ତେବେ ଏହି ଶୀତ ଦିନିଆ ରୋଗରୁ କିପରି ଦୂରେଇ ରହି ହେବ ଓ କି ପ୍ରକାର ପ୍ରତିକାର ବ୍ୟବସ୍ଥା କରି ହେବ ତାହା ଜାଣନ୍ତୁ ।

କି କି ରୋଗ ହେବାର ଆଶଙ୍କା ଥାଏ

ଏହି ଋତୁରେ ବାଯୁମଣ୍ଡଳରେ ଟାପମାତ୍ରା ଓ ଆଦ୍ରତା କମ୍ ଥିବାରୁ ମଣିଷ ଶରୀରକୁ ବହୁ ରୋଗ ଆକ୍ରାନ୍ତ କରିଥାଏ । ସାଧାରଣତଃ ଥଣ୍ଡା ଜ୍ଵର କାଶ, ନିମୋନିଆ, କଫ , ଶ୍ଵାସକ୍ରିୟାଜନିତ ରୋଗ ଯଥା ବ୍ରୋଙ୍କାଇଟିସ୍ ଫାଞ୍ଜାଇଟିସ୍, ଟନସିଲାଇଟିସ୍, ଜିଭ ଛିଣ୍ଡିବା, ଓଠଫାଟିବା ଆଡ ଏହି ଋତୁରେ ଅଧିକ ହୋଇଥାଏ । ଏହାଛଡା ବାୟୁ ଜନିତ ସଂକ୍ରମଣ ରୋଗ ମଧ୍ୟ ଦେଖାଯାଇଥାଏ ।

ଆଉ କିଛି ରୋଗର ଆଶଙ୍କା ଥାଏ କି

ଅନେକ ଲୋକ ଜାଣନ୍ତିନି ଯେ ଶୀତଋତୁରେହୃଦଘାତ ହେବାର ଆଶଙ୍କା ଅଧିକ । ଏହି ଋତୁରେଅତ୍ୟଧିକଥଣ୍ଡା ଯୋଗୁଁ ଧମନୀ ସଙ୍କୁଚିତ ହୋଇଯାଏ । ଫଳରେ ହୃତ୍ ପିଣ୍ଡକୁ ରକ୍ତ ସଞ୍ଚାଳନରେ ବାଧା ଉପୁଜେ ଏବଂ ହୃଦ୍ ଘାଟ ହେବାର ଆଶଙ୍କା ବଢେ । ସେହିଭଳି ଏହି ଋତୁରେ ଶ୍ଵାସରୋଗୀଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅତ୍ୟଧିକ ଥଣ୍ଡା ତଥା ଶୁଖିଲା ପାଣିପାଗ ଯୋଗୁଁ ଚର୍ମ କୁଣ୍ଡାଇ ହେବା, ଫାଟିବା ଆଦି ସମସ୍ୟା ମଧ୍ୟ ଦେଖାଯାଏ । ଶୀତ ଦିନେ ମାଂଶପେଶୀ ସାଙ୍କୁଡିଯିବା ଫଳରେ ଆଣ୍ଠୁ ଗଣ୍ଠି ଦରଜ ହୋଇଥାଏ । ପୁଣି ଏହି ଦିନେ କବାଟ ଝରକା ସବୁବେଳେ ବନ୍ଦ ରଖାଯିବା ଫଳରେ ବାୟୁ ସଂଚାଳନ ଠିକ୍ ଭାବେ ନ ହୋଇ ସାଇନାସାଇଟିସ୍ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ଏସବୁର ପ୍ରତିକାର କ’ଣ

ଶୀତ ଦିନେ ଥଣ୍ଡାକୁ ବେଶି ଣ ବାହାରିବା ଯଦି ଥଣ୍ଡାରେ ବାହାରିବାକୁ ହୁଏ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଘୋଡାଇ ହୋଇ ବାହାରିବା ସହ ନିଆ ପୁଇବା ଆଦି ଶରୀର ପାଇଁ ବହୁ ହିତକାରୀ । ସେହିପରି ଅତ୍ୟଧିକ ଥଣ୍ଡା ସମୟରେ ମର୍ଣ୍ଣିଂ ୱାର୍କ ଣ କରି ଟିକେ ଖରା ବାହାରି ଆସିଲା ବେଳକୁ କରିବା, ଶୀତ ଦିନେ ବଦହଜମି ସମସ୍ଯା ରହୁଥିବାରୁ କମ୍ ପରିମାଣର ଖାଦ୍ୟ ଖାଇବା, ବାହାର ଷ୍ଟ୍ରିଟ୍ ଫୁଡ୍ ଓ ଜଙ୍ଗ ଫୁଡ୍ ଣ ଖାଇବା ଭଲ । ପରିଷ୍କାର ପରିଚ୍ଛନ୍ନ ରହିବା, ଶ୍ଵାସରୋଗୀମାନେ ଧୁଳି, ନୂଆଁ ଓ ପ୍ରଦୁଷଣଠାରୁ ଦୂରେଇ ରହିବା ଉଚିତ୍ । ଯେଉଁ ମାନଙ୍କ ଆଣ୍ଠୁଗଣ୍ଠି ବ୍ୟଥା ହୁଏ ସେମାନେ ଗୋଟିଏ ମୋଟା ଶୀତବସ୍ତ୍ର ଘୋଡାଇ ହେବା ବଦଳରେ ଦୁଇ ତିନି ପରସ୍ତ ପତଳା ଶୀତ ବସ୍ତ୍ର ଘୋଡାଇ ହେଲେ ଭଲ ପୁଣି ଖରାରେ ବ୍ୟାୟାମ ସେମାନଙ୍କୁ ଅଧିକ ସୁଫଳ ଦିଏ ।

ଶିଶୁମାନଙ୍କ ଯତ୍ନ କେମିତି ନେବା

ଶୀତ ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ । କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ ସବୁବେଳେ ସଫାସୁତୁରା ରହିବା ସହ ଘୋଡାଇ ରହିବା ଉଚିତ୍ । ଶିଶୁକୁ ମା’ କୋଳେଇ ଧରି ଶୋଇବା ଉଚିତ୍ । ଫଳରେ ମା’ ଶରୀରର ଉଷ୍ମତା ଶିଶୁକୁ ବାହାର ଥଣ୍ଡାରୁ ଦୂରେଇ ରହିବାରେ ସହାୟ ହୁଏ । କାଶ ଥଣ୍ଡା ଓ ଛିଙ୍କ  ହେଉଥିବା ଲୋକଙ୍କଠାରୁ ସେମାଙ୍କୁ ଦୂରେଇ ରହିବା ଉଚିତ୍ ରାତିରେ ସୋରିଷ ତେଲ ଓ ରସୁଣ ଫୁଟାଇ ଉଭୟଙ୍କ ଗୋଡରେ ମାକିସ ମାଲିସ କଲେ ଥଣ୍ଡା କମିଯାଏ ।

ଶୀତ ଦିନିଆ ରୋଗରୁ ମୁକ୍ତି ପାଇଁ ଆଉ କ’ଣ ପରାମର୍ଶ ଦେବେ

ପୂର୍ବରୁ ଲୋକମାନେ ଶୀତ ଦିନେ ଶୀତ ଦିନିଆ ଖାଦ୍ୟ ଓ ଫଳ କାଉଥିଲେ । ଯାହାକି ସେମାନଙ୍କୁ ବହୁ ପରିମାଣରେ ଭିଟାମିନ୍ ବି ଦିଏ । ସାଧାରଣତଃ ପାଖାଳ, ଦହି, କାଞ୍ଜି ଓ ବାସୀ ତୋରାଣି ଆଦି ଖାଇବା ଆମେ ଭୁଲି ଗଲୁଣି । ଏ ସବୁରୁ ବହୁ ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ ମିଳୁଥିବାରୁ ଏହା ଜିଭ ଛିଣ୍ଡିବା ଓ ଓଠ ଫାଟିବା ଆଦୀରୁ ରକ୍ଷା କରେ । ସେହିପରି ଶୀତ ଦିନେ ଗୁଡ ତିଆରି ଚା’ ଅଦା ଚା’ ବଜାରରେ ମିଳୁଥିବା ଶୀତ ଦିନିଆ ସମସ୍ତ ଫଳ ଓ ପ୍ରଚୁର ପରିମାଣରେ ତରଳ ପଦାର୍ଥ ଖାଇବା ଉଚିତ୍ । ଏହା ଛଡା ନଡିଆ ତେଲ, ଅଲିଭ ଅଏଲ କିମ୍ବା ଆଲମଣ୍ଡ ଅଏଲ୍ ଆଦି ଇଗାଇ ଟିକେ ଉଷୁମ ପାଣିରେ ସ୍ନାନ କରିବା ଉଚିତ୍ ।

ଆଧାର

ଅର୍ଜ୍ଜୁନ ସାହୁ

3.03846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top