ସେଆର କରନ୍ତୁ

ସୁଖନିଦ୍ରା

ସୁଖନିଦ୍ରା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ସେ ସମ୍ବନ୍ଧରେ ସୂଚନା ।

ସୁଖନିଦ୍ରା କ'ଣ ?

ସାଧାରଣତଃ ୭୦ରୁ ୭୫ ପ୍ରତିଶତ ଲୋକଙ୍କୁ ଠିକରେ ନିଦ ହୋଇନଥାଏ ଓ ୧୦ – ୧୫ ପ୍ରତିଶତ ଲୋକଙ୍କୁ ଆଦୌ ନିଦ ହୁଏ ନାହିଁ; କେବଳ ବାଧ୍ୟ ହୋଇ ବିଛଣାରେ ପଡିରହନ୍ତି । ସ୍ତ୍ରୀ ଲୋକଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ଏନଆଇଡ଼ି ହୋଇ ନଥାଏ । ବୃଦ୍ଧ – ବୃଦ୍ଧାଙ୍କୁ ଅଧିକ ନିଦ ହୋଇଥାଏ । ଦିନରେ ଶୋଇବା ହେଉଛି ବିଜ୍ଞାନସମ୍ମତ ଓ ଶରୀରତତ୍ତ୍ଵ ଦୃଷ୍ଟିରୁ ଠିକ୍ ।

ଶରାର ପାଇଁ ସୁଖନିଦ୍ରାର ନିହାତି ଆବଶ୍ୟକତା

ଯତ୍ନବାନ ହେବାର ଆବଶ୍ୟକତା ରହଛି । କନ୍ତୁ ଅଧିକ ଅର୍ଥ ରୋଜଗାର ଆଶାରେ ଲୋକେ ନିଦ୍ରା ପ୍ରତି ସେତେଟା ଗୁରୁତ୍ଵ ଦେଇ ନଥାନ୍ତି । ଫଳରେ ଏହା ଶରୀର ପାଇ ଅସୁବଧା ପହଞ୍ଚାଇଥାଏ ।

  1. ନିଦ୍ରାହୀନତା: ମାନସିକ ଚାପ, ରାତିର ଚା', କଫି, କାଫିନ, ଔଷଧ ବ୍ୟବହାର ଆଦି ଯୋଗୁଁ ନିଦ୍ରୋହୀନତା ହୋଇଥାଏ ।
  2. ନିଦ୍ରା ବ୍ୟାଘାତ : କର୍ଣ୍ଣ, ନାସା, ବିଶେଷତଃ ଗଳା ରୋଗରେ ସହଜରେ ନିଶ୍ଵାସ ନେଇ ହୁଏନାହିଁ। ଏଣୁ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।
  3. ଗୋଡ଼ହଲା ଅଭ୍ୟାସ : ୧୦ ପ୍ରତିଶତ ଲୋକଙ୍କର ଏହି ଅଭ୍ୟାସ ହୋଇଥାଏ ଶୋଇବା ବେଳେ ଗୋଡ଼ ହଲିବା ଦେଖାଯାଏ । ଗର୍ଭବତୀଙ୍କୁ ମଧ୍ୟ ହୋଇଥାଏ ।
  4. ଆରଇଏସ୍ ନିଦ୍ରା ଅବ୍ୟବସ୍ଥା : ବିଛଣାରୁ ହଠାତ ଉଠିବା, ପାଟି କରିବା, ବାଉଳି ହେବା, ଲମ୍ଫ ମାରିବା ଆଦି ।
  5. ଅତ୍ୟଧିକ ନିଦ୍ରାପ୍ରବଣତା : ମସ୍ତିଷ୍କାର ନିଦ୍ରା ନିୟନ୍ତ୍ରଣ କରୁଥିବା ଅଂଶର ରୋଗ ଯୋଗୁଁ ଏହା ହୋଇଥାଏ ଓ ଲୋକଟି ଗାଢ଼ ନିଦରେ ସଦାସର୍ବଦା ଶୋଇପଡ଼େ । ପ୍ରତି ୨ ଲକ୍ଷ ଲୋକରେ ଜଣେ ଲୋକଙ୍କୁ ଏହା ହୋଇଥାଏ ।
  6. ନିଦ୍ରାରେ ଚାଲିବା : କମ ନିଦ ଯିବା, ନିଦ ପାଇଁ ସମୟ ନ ପାଇବା, ଔଷଧ ଯୋଗୁଁ କିମ୍ବା ଜଟିଳ ବ୍ୟାଧି ଯୋଗୁଁ ହୋଇଥାଏ l
  7. ନିଦ୍ରା ସମୟରେ ଆତୁରତା ଓ ଭୟ : ନିଦ ପାଇଁ ସମୟ ନ ହେବା, ଦୁରାରୋଗ୍ୟ ବ୍ୟାଧି, ଦୁଃଶ୍ଚିନ୍ତା ଓ ଭୟଙ୍କର ସ୍ଵପ୍ନ ଦେଖିବା, ହାଉଳି ହେବା, ଭୀଷଣ ଡରିଯିବା ଓ ଭୟ କରିବା ଛୋଟ ପିଲାଙ୍କୁ ହୁଏ ।
  8. ଦାନ୍ତ କଡ଼ମଡ଼ କରିବା : ଅନେକ ବ୍ୟକ୍ତି ଶୋଇବା ସମୟରେ ଘୁଙ୍ଗୁଡ଼ି ମାରନ୍ତି; କିନ୍ତୁ କେତେଜଣ ମଧ୍ୟ ଦାନ୍ତ ଚୋବେଇ ଥାଆନ୍ତି ।

ସାଧାରଣା ଉପଚାର

କାରଣ ନିର୍ଣ୍ଣୟ ଓ ତାହାର ସମାଧାନ

  1. ଭଲ ଶୋଇବା ପରିବେଶ ସୃଷ୍ଟି କରିବା ସହ ବିଛଣା, ମଶାରି, ପଙ୍ଖ, କୂଳର, ଏସି ଆଦି ବ୍ୟବହାର କରିବା ।
  2. ଅତ୍ୟଧିକ ଶବ୍ଦ, ଗହଳି ଚହଳି, ମଶା, ଓଡିଶ କୀଟପତଙ୍ଗ, ନିବୁଜ ପରିବେଶରେ ଶୋଇବାକୁ ଉପଯୁକ୍ତ ମଣିବା ।
  3. ଜୀବନଶୈଳୀରେ ପରିବର୍ଭନ କରିବା ଆବଶ୍ୟକ । - ସବୁଜ ପନିପରିବା, କମ୍ ଚିନି ଓ ଲୁଣ ତଥା ଚୁନାମାଛ ଆଦି ଖାଇବା ।
  4. ବ୍ୟାୟାମ ଓ ପରିବାର ସହ ମିଶିବା ଦ୍ଵାରା ମାନସିକ ଚାପ, ଆଶଙ୍କା ଓ ବିଷାଦତା କମ୍ ହେବ ।

ଠିକ ସମୟ ତଥା ନର୍ଦ୍ଦିଷ୍ଟ ସମୟରେ ଶୋଇବା

  1. ରାତିରେ ଶୋଇବା ପୂର୍ବର କମ ପାଣି ପିଅନ୍ତୁ । ସନ୍ଧ୍ୟା ପରେ କଫିନ, କଫି, ଚା’ ସମେତ ତମାଖୁ ଓ ମଦପାନ ସମ୍ପୁର୍ଣ୍ଣ ବନ୍ଦ କରିବା ।
  2. ରାତ୍ରିରେ କମ ପରିମାଣର ଖାଦ୍ୟ ଖାଇବା ।
  3. ବିଛଣା ଯିବା ପୂର୍ବରୁ ଗୋଡ଼ ପାଦ ଧୋଇବା
  4. ଖରାଦିନେ ଥଣ୍ଡା ଓ ଶୀତଦିନେ ଉଷୁମ ପାଣିରେ ।
  5. ନିୟମିତ ଯୋଗ, ପ୍ରାଣାୟାମ ଓ ପ୍ରାର୍ଥନା କରିବା ସହ ଶୋଇବା ପୂର୍ବରୁ ସୁମଧୁର ସଙ୍ଗୀତ ଶୁଣନ୍ତୁ।

ସଂଗୃହିତ : ରାମଚନ୍ଦ୍ର ରାଉତ ଗୋପାଳପୁର,ବାଙ୍କୀ, କଟକ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top