ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ହଳଦୀ ର ଉପକାରିତା
ସେଆର କରନ୍ତୁ

ହଳଦୀ ର ଉପକାରିତା

ହଳଦୀ ର ଉପକାରିତା ବିଷୟରେ ସୂଚନା ।

କେଶ ସମସ୍ୟାରୁ ମୁକ୍ତି ଦିଏ ହଳଦୀ

ଘରେ ଦୈନନ୍ଦିନ ଆମେ ହଳଦୀ ବ୍ୟବହାର କରିଥାଉ। ହଳଦୀ କେବଳ ଖାଦ୍ୟକୁ ରଙ୍ଗିନ କରି ନ ଥାଏ, ସ୍ୱାଦିଷ୍ଟ ମଧ୍ୟ କରିଥାଏ। ତେବେ ହଳଦୀରେ ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି। ଦୈନିକ ହଳଦୀ ବ୍ୟବହାର ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଶେଷ କରି ହଳଦୀ ବ୍ୟବହାର ଯୋଗୁଁ କେଶ ଜନିତ ସମସ୍ୟାର ସମାଧାନ ହୋଇଥାଏ।

ହଳଦୀ ତ୍ୱଚା ଉଜ୍ଜଳ କରିବା ସହ କେଶ ସମସ୍ୟାରୁ ଉପଶମ ଦେଇଥାଏ। ଯଦି ଆପଣ ରୂପି ସମସ୍ୟାରେ ପଡିଛନ୍ତି ତେବେ ହଳଦୀ ବ୍ୟବହାର ଦ୍ୱାରା ଏଥିରୁ ମୁକ୍ତି ମିଳି ପାରିବ। ଏହାକୁ ଆମେ ନେଚୁରାଲ୍ କଣ୍ଡିସନର୍ ଭାବେ ବ୍ୟବହାର କରି ପାରିବା। ସବୁଠାରୁ ବଡ କଥା ହେଲା ହଳଦୀ ବ୍ୟବହାର କଲେ କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥାଏ। କେବଳ ରୁପି ସମସ୍ୟା ନୁହେଁ ହଳଦୀ କେଶ ଝଡିବା ରୋକିବା ସହ କେଶକୁ ଚମକ ଦେଇଥାଏ। ଏହାସହ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।

ମୁହଁରେ ଚମକ ଆଣେ ହଳଦୀ

ସୁନ୍ଦରୀ ହେବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ପାଇଁ ଅନେକ ନିଜ ଚେହେରାର ଉପଯୁକ୍ତ ଯତ୍ନ ନେଇ ପାରୁ ନାହାନ୍ତି। ଫଳରେ ଅଳ୍ପ ବୟସରୁ ଚେହେରାରେ ରିଙ୍କିଲ୍ ଆସିଯାଉଛି। ମୁହଁରେ କଳାଦାଗ ହେଉଛି। ପ୍ରଦୂଷଣ ପାଇଁ ଆମମାନଙ୍କର ଚେହେରାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଉଛି। ପୁଣି ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ଯୋଗୁଁ ମୁହଁ ଝାଉଁଳି ପଡୁଛି। ଯଦି ଏଭଳି ସମସ୍ୟା ଆପଣମାନଙ୍କର ହେଉଛି ତେବେ ବ୍ୟସ୍ତ ହେବାର ନାହିଁ। ଆପଣ ଘରେ ବସି ଅଳ୍ପ ସମୟ ଭିତରେ ମୁହଁରେ ଚମକ ଆଣି ପାରିବେ। ଘରେ ଥିବା ହଳଦୀ ବ୍ୟବହାର କରି ଆପଣ ସୁନ୍ଦରୀ ଦେଖାଯିବେ। ରୋଷଇ ଘରେ ଥିବା ହଳଦୀ ପେଷ୍ଟ ହେଉଛି ଆଣ୍ଟି ଏଜିଙ୍ଗ। ହଳଦୀ ମୁହଁରେ ଲଗେଇଲେ ଆପଣ ତୁରନ୍ତ ସତେଜ ଚେହେରା ପାଇପାରିବେ। ଏଥିପାଇଁ ଆପଣଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ।

ଦୁଇ ଚାମଚ ମଇଦା, ୧ ଚାମଚ ହଳଦୀ ପାଉଡର, ୧ ଚାମଚ କ୍ଷୀର ଏବଂ ଅଧାଚାମଚ ମହୁକୁ ମିଶାଇ ମୁହଁରେ ଲଗାନ୍ତୁ। ଆଉ ଏହି ପେଷ୍ଟ୍ ମୁହଁରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଶୁଖିଗଲା ପରେ ଆସ୍ତେ ଆସ୍ତେ ହାତ ପାପୁଲିରେ ମୁହଁକୁ ଘସନ୍ତୁ ଏବଂ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଧୋଇସାରିବା ପରେ ଆପଣ ଫରକ ଜାଣିପାରିବେ। ଆପଣଙ୍କର ମୁହଁ କୋମଳ ହେବା ସହ ସତେଜ ଲାଗିବ। ଏହି ପେଷ୍ଟ୍ ତେଲିଆ ମୁହଁ ପାଇଁ ବେଷ୍ଟ୍ ମେଡିସିନ୍।

Aadhar

Odisha Reporter Bureau

3.15384615385
ସମୀର୍ Nov 19, 2017 11:19 PM

ବ୍ରଣ ର ନିରାକରଣ କିପରି କରିବି?

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top