ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଅଷ୍ଟି ଓ ମାଲାସିଆ ରୋଗ
ସେଆର କରନ୍ତୁ

ଅଷ୍ଟି ଓ ମାଲାସିଆ ରୋଗ

ଅଷ୍ଟି ଓ ମାଲାସିଆ ରୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଅଷ୍ଟି ଓ ମାଲାସିଆ

ବୟସ୍କମାନଙ୍କ ରିକେଟ୍ ରୋଗକୁ  ଅଷ୍ଟି ଓ ମାଲାସିଆ କୁହାଯାଏ । ପ୍ରଜନନକ୍ଷମ ବୟସର ମହିଳାମାନଙ୍କଠାରେ (୧୫ ରୁ ୪୫ ବର୍ଷ ମଧ୍ୟରେ ମହିଳା) ସାଧାରଣତଃ ଏହି ରୋଗ ବିଶେଷ ଭାବେ ଦେଖାଦେଇଥାଏ । ଅଧିକ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ଏହି ରୋଗ ଭୋଗିବାର ବିଶେଷ ସମ୍ଭାବନା ରହିଛି । ଶିଶୁଜନ୍ମ ପରେ ପରେ ଏହି ରୋଗ ହେବାର ସମ୍ଭାବନା ଥାଏ । ଦାରିଦ୍ର୍ୟ ଭୋଗୁଥିବା ପରିବାରର ମହିଳାମାନେ ଖାଦ୍ୟାଭାବରୁ ଏହି ରୋଗ ଭୋଗିପାରନ୍ତି । ପାକକ୍ରିୟାଜନିତ ଅସୁବିଧା (ଯାହାକି ଭିଟାମିନ୍ ‘ଡି’ ଶରୀରକୁ ଯିବାରେ ବାଧାଦିଏ ) ହେତୁ ଏହି ରୋଗ ହୋଇପାରେ ।

ବିବିଧ ଲକ୍ଷଣ

ପଞ୍ଜରା, ଅଣ୍ଟା ଏବଂ ମେରୁହାଡର ତଳଭାଗରେ ଯନ୍ତ୍ରଣା ହେବା ସାଙ୍ଗକୁ ଗୋଡରେ ଯନ୍ତ୍ରଣା ହେବା ଏକ ସାଧାରଣ ଲକ୍ଷଣ । ମାଂସପେଶୀୟ ଦୁର୍ବଳ ହୋଇଯିବା ଏବଂ ରୋଗଗ୍ରସ୍ତା ମହିଳା ପାହାଚ ଚଢିଯିବାକୁ କଷ୍ଟ ମନେକରନ୍ତି । ହାଡ ଉପରେ ଚାପଦେଲେ ଯନ୍ତ୍ରଣା ହୁଏ, ଯେପରିକି ନିତମ୍ବାସ୍ଥି (ପିଚା ହାଡ)ର ଯନ୍ତ୍ରଣା । ହାଡ ଭାଙ୍ଗିଯିବା ଏବଂ ମେରୁହାଡର ଅସ୍ଵାଭାବିକ ଲକ୍ଷଣ ଇତ୍ୟାଦି ଏହି ରୋଗ ହେତୁ ହୋଇପାରେ । ଏପରିକି ରୋଗୀ ସିଧାହୋଇ ଠିଆହେବା କଷ୍ଟ ହୁଏ ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

ସାଧାରଣତଃ ଭାରତୀୟମାନେ ସୂର୍ଯ୍ୟଙ୍କଠାରୁ   ଭିଟାମିନ୍ ‘ଡି’ ପାଇଥାନ୍ତି । ରୋଗୀର ଅବସ୍ଥା ଅନୁଯାୟୀ ‘ଡି’ ଥିବା ଔଷଧ ଦିଆଯାଏ । ଇଞ୍ଜେକ୍ସନ୍ ମାଧ୍ୟମରେ ମାଂସପେଶୀରେ ଏହା ଦିଆଯାଏ । ଏହା ସାଙ୍ଗକୁ କ୍ୟାଲ୍ସିୟମ୍ ମଧ୍ୟ ଦିଆଯାଇଥାଏ ।

ଭିଟାମିନ୍ ‘ଡି’ର ଆବଶ୍ୟକତା (ଦୈନିକ)

ବୟସ୍କ                  -୨.୫ ମାଇକ୍ରୋଗ୍ରାମ୍  (୧୦୦ ଆଇ.ୟୁ.)

ଶିଶୁ/ପିଲା             -୫.୦ ମାଇକ୍ରୋଗ୍ରାମ୍  (୨୦୦ ଆଇ.ୟୁ.)

ଗର୍ଭବତୀ/ପ୍ରସୂତୀ    - ୧୦.୦ମାଇକ୍ରୋଗ୍ରାମ୍  (୪୦୦ ଆଇ.ୟୁ.)

ଆଧାର - ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆମୋସିଏସନ୍

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top