ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ନବଜାତ ଶିଶୁଙ୍କୁ ୧୦ ଲକ୍ଷଣ
ସେଆର କରନ୍ତୁ

ନବଜାତ ଶିଶୁଙ୍କୁ ୧୦ ଲକ୍ଷଣ

ନବଜାତ ଶିଶୁଙ୍କଠାରେ କେତେକ ଲକ୍ଷଣ ଦେଖାଯାଏ ଯାହା କ୍ଷତିକାରକ ନୁହେଁ ।

ଉପକ୍ରମ

ନବଜାତ ଶିଶୁଙ୍କଠାରେ କେତେକ ଲକ୍ଷଣ ଦେଖାଯାଏ, ଯାହା କ୍ଷତିକାରକ ନୁହେଁ । ହେଲେ ଅଭିଭାବକମାନେ ବ୍ୟସ୍ତ ହୋଇପଡନ୍ତି, ମାତ୍ର ଏହା ସ୍ଵାଭାବିକ

ପ୍ରଥମ ମଳ ଗନ୍ଧିହୀନ

ନବଜାତକର ପ୍ରଥମ ମଳ କଳା, ପିଚୁ ଭଳି ଦେଖାଯାଏ । ମା’ ଗରଭାରେ ଥିବାବେଳେ ତରଳ ପଦରଥାଅନ୍ୟାନ୍ୟ ଯାହାକିଛି ଶିଶୁ ହଜମ କରିଥାଏ, ସେସବୁ ଏଭଳି ରଙ୍ଗର ଝାଡା ଆକାରରେ ବାହାରକୁ ଆସେ । କିନ୍ତୁ ସେଥିରେ କୌଣସି ବ୍ୟାକ୍ଟେରିଆ ପ୍ରବେଶ କରିନଥିବାରୁ ତାହା ଗନ୍ଧ ହୁଏନାହିଁ । ପରେ ଶିଶୁ ଖାଦ୍ୟ ଖାଇବାପରେ ତାହାର ଝାଡା ରଙ୍ଗ ସବୁଜ, ହଳଦିଆ ଅଥବା କସରା ରଙ୍ଗର ହୋଇପାରେ ଏବଂ ତାହା ଯେପରି ଗନ୍ଧ ହେବା କଥା ତାହା ହୁଏ ।

ବେଳେ ବେଳେ ନିଃଶ୍ଵାସ ବନ୍ଦ ହୋଇଯାଏ

ସମୟ ସମୟରେ ଶିଶୁଟି ଶ୍ଵାସକ୍ରିୟା କରିବା ବନ୍ଦ କରିଦିଏ । ଶୋଇବା ସମୟରେ ଶିଶୁମାନେ ୫ରୁ ୧୦ ସେକେଣ୍ଡ ଶ୍ଵାସକ୍ରିୟା ନକରି ରହିଯାଆଣ୍ଟି । କିନ୍ତୁ ଯଦି ପିଲାଟି ଅଧିକ ସମୟଶ୍ଵାସକ୍ରିୟା କରେନାହିଁ ଏବଂ ତାହାର ଶାରୀର ନୀଳ ପଡିଯାଏ ତେବେ ତୁରନ୍ତ ଜରୁରିକାଳୀନ ଚିକିତ୍ସା ଆବଶ୍ୟକ ପଡିଥାଏ । ପିଲାଟି କାଁଡିବା ଅବା ଅତି ଖୁସିଥିବା ସମୟରେ ତା’ର ହୃଦସ୍ପନ୍ଦନ ମିନିଟକୁ ୬୦ ଥରରୁ ଅଧିକ ହୁଏ । ତେଣୁ ଏହାକୁ ନେଇ ଆତଙ୍କିତ ହେବାର କିଛି କାରଣ ନାହିଁ ।

ଗଳାରେ ଥାଏ ସ୍ଵାଦ ବାରିବା ଶକ୍ତି

ଶିଶୁଟିର ଗଳାରେ ସ୍ଵାଦ ବାରିବା କୋଷିକାମାନ ରହିଥାଏ । ଛୋଟ ପିଲା ଏବଂ ବୟସ୍କ ଲୋକଙ୍କର ଯେତିକି ସଂଖ୍ୟାରେ ସ୍ଵାଦ ବାରିବାର ସେନସର ରହିଥାଏ, ଶିଶୁଟି ଶରୀରରେ ମଧ୍ୟ ସେତିକି ସଂଖ୍ୟାରେ ସେନସର ଥାଏ । ହେଲେ ତାହା ଟନସିଲଠାରୁ ଆରମ୍ଭ କରି ଗଳାର ପଛଭାଗ ପର୍ଯ୍ୟନ୍ତ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ହୋଇରହିଥାଏ । ଏକ ନବଜାତକ ମିଠା, ପିତା, ଖଗ ଆଦି ସ୍ଵାଦ ବାରିପାରିବ, କିନ୍ତୁପ୍ରାୟ ୫ ମାସ ହେବା ପର୍ଯ୍ୟନ୍ତ ସେ ଲୁଣିଆ ସ୍ଵାଦ ବାରିପାରିବ ନାହିଁ । ପିତା ଓ ଖରା ପିଲାଟି ପାଇଁ କ୍ଷତିକାରକ ହୋଇପାରେ । ଶିଶୁ କଠିନ ଖାଦ୍ୟ ଖାଇବା ଆରମ୍ଭକଲେ ମା’ ଗର୍ଭାଧାରଣ କରିଥିବାବେଳେ ଏବଂ ମା’ ସ୍ତନ୍ୟପାନ କରାଉଥିବାବେଳେ ଯେଉଁ ଖାଦ୍ୟ ଖାଉଥାଏ ଶିଶୁଟି ସେହି ଖାଦ୍ୟ ଖାଇବାକୁ ଚାହେଁ ।

ବିନା ଲୁହରେ କାନ୍ଦ

ପ୍ରଥମେ ପ୍ରଥମର ଶିଶୁଟି ବିନା ଲୁହରେ କାନ୍ଦେ । ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ ଶିଶୁ କାନ୍ଦିଲେ ତା ଆଖିରୁ ଲୁହ ବାହାରେ ନାହିଁ । ଶିଶୁଟି ପ୍ରାୟ ମାସକର ହେବା ପର୍ଯ୍ୟନ୍ତ ଏହିଭଳି ଦେଖାଯାଏ ।

ଫିଲାଟିଏ ନବଜାତକର ସ୍ତନ

ଶିଶୁଟି ଜନ୍ମ ସମୟରେ ସେମାନଙ୍କର ସ୍ତନ ଅଂଶ ଫୁଲିଥାଏ । ମା’ ଗର୍ଭରେ ଥିବାବେଳେ ସେମାନଙ୍କ ଶରୀର ଇଷ୍ଟ୍ରୋଜେନ ଗ୍ରହଣ କରିବା କାରଣରୁ ଏଭଳି ପରିଲକ୍ଷିତ ହୁଏ ଏବଂ କିଛି ସପ୍ତାହ ମଧ୍ୟରେ ତାହା ସ୍ଵାଭାବିକ ସ୍ଥିତିକୁ ଚାଲିଆସେ ।

ବାମକୁ ଢଳିଥାନ୍ତି

ନବଜାତକଙ୍କ ମଧ୍ୟରୁ ୧୫ ପ୍ରତିଶତ ଶିଶୁ ସେମାନଙ୍କ ମୁଣ୍ଡ ବାମ ପଟକୁ ରଖିବାକୁ ଚେଷ୍ଟା କରନ୍ତି । ଏହା ଗୁଣସୂତ୍ର କାରଣରୁ ହୋଇଥାଏ । ଏହା ଅଳ୍ପକିଛି ମାସ ଲାଗିରହେ ଏବଂ ତାହାପରେ ଠିକ୍ ହୋଇଯାଏ ।

ନିର୍ଦ୍ଦିଷ୍ଟ ମାତ୍ରାରୁ ଅଧିକ ମସ୍କିଷ୍କ କୋଷ

ପ୍ରଥମ ବର୍ଷରେ ଶିଶୁର ମସ୍ତିଷ୍କ ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଉଥିବାବେଳେ ସେଥିରେ ଅଧିକାଂଶ ସ୍ନାୟୁ କୋଷ ରହିଥାଏ ଯାହା ବୈଦ୍ୟୁତିକ ବାର୍ତ୍ତା ବହନ କରେ । ଏଥିମଧ୍ୟରୁ ଅଧିକ ନ୍ୟୁରନର ମୃତ୍ୟୁ ଘଟିବା ଘରେ ସେ ସ୍ଥାନରେ ଆଉ ନୂଆ ସୃଷ୍ଟି ହୁଏନାହିଁ । ତେଣୁ ବୟସ୍କଙ୍କ କ୍ଷେତ୍ରରେ ନ୍ୟୁରନ ସଂଖ୍ୟା କମ୍ ରହିଥାଏ ।

ପୁଅ ଶିଶୁର ଯୌନାଙ୍ଗ ଫୁଲିଥାଏ

ଅନେକ ସମୟରେ ପୁଅଶିଶୁମାନେ ପରିସ୍ରା କରିବା ପୂର୍ବରୁ ସେମାନଙ୍କ ଯୌନାଙ୍ଗ ଟାଣ ହୋଇଯାଏ । ଏହାର ସେଭଳି କିଛି କାରଣ ନାହିଁ କିମ୍ବା ଏଥିପାଇଁ ଲଜ୍ଜା ଅନୁଭବ କରିବାର ନାହିଁ । ଜନ୍ମ ସମୟରେ କିଛି ଶିଶୁପୁତ୍ରଙ୍କ ଯୌନାଙ୍ଗ ବଡ ଦେଖାଯାଏ । ତାହା ସ୍ଵାଭାବିକ ଆକାର । ପିଲା ଓ ମା’ ର ହରମୋନ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ନିଜକୁ ଭୟ ପାଆନ୍ତି

ଅନେକ ସମୟରେ ନବଜାତ ଶିଶୁ, ଅପରିଚିତ ବାସ୍ନା ଉଜ୍ଜ୍ଵଳ ଆଲୋକ, ଏପରିକି ନିଜ କାନ୍ଦ ଶୁଣିଲେ ଚମକିପଡନ୍ତି ।

ଗାଏବ ହୋଇଯାଏ ଜନ୍ମ ପରିବର୍ତ୍ତୀ ଚିହ୍ନ

ନବଜାତକ ଶରୀରରେ ଜନ୍ମ ସମୟର କିଛି ଚିହ୍ନ ମଧ୍ୟ ଥାଇପାରେ । ତାହା କିଛି ବର୍ଷ ମଧ୍ୟରେ ଉଭେଇଯାଏ । ଏଣୁ ଏସବୁ ପ୍ରତି ଏତେ ବ୍ୟସ୍ତ ହୁଅନ୍ତୁ ନାହିଁ ।

ଆଧାର

ପ୍ରମେୟ

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top