ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ପୋଲିଓମାୟେଲାଇଟିସ
ସେଆର କରନ୍ତୁ

ପୋଲିଓମାୟେଲାଇଟିସ

ପୋଲିଓମାୟେଲାଇଟିସ (ଇଂରାଜୀରେ Poliomyelitis, ଅନେକ ସମୟରେ କୁହାଯାଏ ପୋଲିଓ (polio) ବା ଇନ୍‌ଫାଣ୍ଟାଇଲ୍ ପାରାଲିସିସ୍ ( infantile paralysis), ଏକ ସଂକ୍ରାମକ ରୋଗ ଯାହା ପୋଲିଓଭୁତାଣୁଦ୍ୱାରା ହୁଏ ।

ପୋଲିଓ ରୋଗର ଲକ୍ଷଣ

ପୋଲିଓମାୟେଲାଇଟିସ (ଇଂରାଜୀରେ Poliomyelitis, ଅନେକ ସମୟରେ କୁହାଯାଏ ପୋଲିଓ (polio) ବା ଇନ୍‌ଫାଣ୍ଟାଇଲ୍ ପାରାଲିସିସ୍ ( infantile paralysis), ଏକ ସଂକ୍ରାମକ ରୋଗ ଯାହା ପୋଲିଓଭୁତାଣୁଦ୍ୱାରା ହୁଏ । ଉଲ୍ଲେଖନୀୟ ଏହି ଯେ ପ୍ରାୟ ୯୦ % ରୁ ୯୫ % କେଶ୍‌ରେ ସଂକ୍ରମଣ ଥାଇ ମଧ୍ୟ ଲକ୍ଷଣ ପ୍ରକାଶ ପାଏନାହିଁ । ବାକି ୫ ରୁ ୧୦% ଲୋକ ସମାନ୍ୟ ଲକ୍ଷଣ ଦେଖାନ୍ତି ଯେପରିକି ଜ୍ୱର, ମୁଣ୍ଡବଥା,ବାନ୍ତି, ତରଳ ଝାଡ଼ା, ଦୃଢ଼ ବେକ ଓ ହାତ ଗୋଡ଼ରେ ଯନ୍ତ୍ରଣା ।  ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏମାନେ ଠିକ୍ ହୋଇଯାଆନ୍ତି । କେବଳ ୦.୫ % ଲୋକଙ୍କର ମାଂସପେଶୀ ଦୁର୍ବଳତା ହୋଇ ଚଳନ ଅକ୍ଷମ ହୁଅନ୍ତି ।  ଏହା କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ହୁଏ । ପେଶୀ ଦୁର୍ବଳତା ଅଧିକାଂଶ ସମୟରେ ଗୋଡ଼ରେ ଦେଖାଯାଏ କିନ୍ତୁ ମୁଣ୍ଡ, ବେକ ଓ ମଧ୍ୟଚ୍ଛଦା ମାଂସପେଶୀ ଏହା ଅପେକ୍ଷା କମ୍ ଦେଖାଯାଏ । ଅନେକ, କିନ୍ତୁ ସମସ୍ତେ ନୁହେଁ, ଆରୋଗ୍ୟ ଲାଭ କରନ୍ତି । ପେଶୀ ଦୁର୍ବଳତା ଥିବା ୨ ରୁ ୫ % ପିଲା ଓ ୧୫ ରୁ ୩୦ % ବଡ଼ ମଣିଷ ମୃତ୍ୟୁ ବରଣ କରନ୍ତି । ପୁନରୁଦ୍ଧାର ହେବାର ଅନେକ ବର୍ଷ ପରେ ପୋଷ୍ଟ ପୋଲିଓ ସିଣ୍ଡ୍ରୋମ୍ ହୋଇପାରେ ଯାହା ଆରମ୍ଭ ସମୟ ଭଳି ଧୀରେ ଧୀରେ ପରିସ୍ଫୁଟ ହୁଏ ।

ପୋଲିଓଭୁତାଣୁ ସାଧାରଣତଃ ମଳ-ମୁଖ ପଥ|ସଂକ୍ରମିତ ମଳ ପାଟିକୁ ଗଲେ ରୋଗ ବ୍ୟାପେ । ଖାଦ୍ୟ ଓ ଜଳ ମାଧ୍ୟମରେ ଏହା ବ୍ୟାପିପାରେ; ଲାଳ ମାଧ୍ୟମରେ ମଧ୍ୟ ସ୍ୱଳ୍ପ ଭାବରେ ବ୍ୟାପିପାଏ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସଂକ୍ରମିତ ବ୍ୟକ୍ତି ସୁସ୍ଥ ଲୋକ‌କୁ ସଂକ୍ରମିତ କରିପାରିବେ । ମଳରେ ହୁତାଣୁ ମିଳିଲେ ଓ ରକ୍ତରେ ଆଣ୍ଟିବଡି ଚିହ୍ନଟ ହେଲେ ରୋଗ ନିର୍ଣ୍ଣୟ ହୁଏ ।

କାରଣ

ପୋଲିଓମାୟେଲାଇଟିସ ରୋଗ ଏକ ପ୍ରକାର ଭୁତାଣୁ ଯୋଗୁ ହୁଏ ଯାହାର ନାମ ପୋଲିଓ ଭୁତାଣୁ ।ଏହା ଏକ ପ୍ରକାର ଆର୍.ଏନ୍.ଏ. ଭୁତାଣୁ; ଖାଦ୍ୟ ନଳୀରେ କଲୋନି କରି ରହନ୍ତି । ଏହାର ରୋଗ ପୁଷ୍ଟି ସମୟ (incubation time) ୩ ରୁ ୩୫ ଦିନ, ସାଧାରଣତଃ ୬ ରୁ ୨୦ ଦିନ । ଏହାର ଗଠନ ସରଳ ଓ କାପ୍ସିନ୍ ନାମକ ପ୍ରୋଟିନ୍ ଘୋଡଣି ମଧ୍ୟରେ ଥାଏ । ଏହି କାପ୍ସିଡ କେତେକ ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଆକ୍ରମଣ କରେ । ଟାଇପ ୧, ୨ ଓ ୩ ଏହି ତିନି ପ୍ରକାର ଭୁତାଣୁ ଅଛନ୍ତି । ଏମାନେ ଅତ୍ୟନ୍ତ ଆକ୍ରମଣକାରୀ ଓ ଏକା ପ୍ରକାର ଲକ୍ଷଣ ଦେଖାନ୍ତି । ଟାଇପ୍ ୧ ଭୁତାଣି ଅତି ସାଧାରଣ ଓ ପାରାଲିସିସ୍ କରେଇବାରେ ଅଗ୍ରଣୀ । ଭୁତାଣୁ ଦେହକୁ ଗଲେ ବା ଟିକା ନେଲେ ଦେହରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ । ଖାଦ୍ୟନଳୀରେ ଓ ଟନସିଲରେ ଆଇ.ଜି.ଏ. ଆଣ୍ଟିବଡ଼ି ରହି ଭୁତାଣୁ ବିଭାଜନ ରୋକନ୍ତି । ଆଇ.ଜି.ଜି. ଓ ଆଇ.ଜି.ଏମ୍ ଆଣ୍ଟିବଡ଼ି ସ୍ନାୟୁମଣ୍ଡଳକୁ ଯିବାକୁ ରୋକନ୍ତି । ଗୋଟିଏ ପ୍ରଜାତିର ଟିକା ଅନ୍ୟ ପ୍ରଜାତିର ଭୁତାଣୁକୁ ରୋକି ପାରେନାହିଁ । ଏଣୁ ତିନୋଟି ପ୍ରକାର ପ୍ରଜାତି ନିମନ୍ତେ ଟିକା ଆବଶ୍ୟକ ହୁଏ ।

ଆଧାର

ସ୍ଵାସ୍ଥ୍ୟ ବିଭାଗ .ଓଡ଼ିଶା ସରକାର

3.58333333333
ସାଗରିକା ବର୍ଦ୍ଧନ Feb 05, 2016 12:54 PM

ଏହି ଇନଫର୍ମେଶନ ଦ୍ଵାରା ଲୋକ ପୋଲିଓ ରୋଗ ବିଷୟରେ ଜାଣି ପାରିବେ ଏହା ପ୍ରତି ସତର୍କ ହୋଇପାରିବେ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top