ସେଆର କରନ୍ତୁ

ଫ୍ଲୋରୋସିସ୍

ଫ୍ଲୋରୋସିସ୍ ରୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଫ୍ଲୋରୋସିସ୍  ରୋଗ କାହାକୁ କୁହାଯାଏ ?

ଫ୍ଲୋରିନ୍ ନାମକ ଖଣିଜ ଦ୍ରବ୍ୟ ଆବଶ୍ୟକତାଠାରୁ ଅଧିକ ପରିମାଣରେ ବହୁତ ଦିନ ଯାଏଁ ଶରୀର ଭିତରକୁ ଗଲେ   ଫ୍ଲୋରୋସିସ୍ ରୋଗ ହୋଇଥାଏ । ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶରେ ଫ୍ଲୋରିନ୍ ସହାୟକ ହୋଇଥାଏ । ଆବଶ୍ୟକତା ଠାରୁ କମ୍ ପରିମାଣରେ ଫ୍ଲୋରିନ୍ ଶରୀରକୁ ଗଲେ ଦାନ୍ତ ଭିତରେ ଗର୍ତ୍ତ ସୃଷ୍ଟି ହୁଏ । ଭାରତର ଅନେକ ସ୍ଥାନରେ ଏହା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ।

କାରଣ

ଆମ ଦେଶର ମୁଖ୍ୟତଃ ପିଇବା ପାଣି ମାଧ୍ୟମରେ ଶରୀରକୁ ଫ୍ଲୋରାଇଡ୍/ଫ୍ଲୋରିନ୍ ଯାଇଥାଏ । ଏକ ଲିଟର ପାଣିରେ ୧ ମିଲିଗ୍ରାମ୍ ରୁ କମ୍ ପରିମାଣର  ଫ୍ଲୋରାଇଡ୍ ରହିବା ଦରକାର । ଯେଉଁ ସ୍ଥାନରେ ଫ୍ଲୋରୋସିସ୍ ରୋଗ ସାଧାରଣତଃ ବେଶି ଦେଖାଯାଏ, ସେଠାକାର ପାଣିରେ ଲିଟର ପିଛା ୩ ରୁ ୧୨ ମିଲିଗ୍ରାମ୍ ଫ୍ଲୋରାଇଡ୍ ଥିବାର ଜଣାଯାଏ । ସାଧାରଣତଃ ଏହି ସ୍ଥାନର ଲୋକମାନେ କୂଅ ପାଣିକୁ ଖାଇବା ପାଇଁ ବ୍ୟବହାର କରନ୍ତି ଯେଉଁଥିରେ କି ଫ୍ଲୋରାଇଡ୍ ଅଧିକ ପରିମାଣରେ ରହିଥାଏ । ବହିଯାଉଥିବା ପାଣି (ନଦୀ ଇତ୍ୟାଦି )ରେ ଫ୍ଲୋରାଇଡ୍ ବେଶି ନଥାଏ । ଖାଦ୍ୟ ପଦାର୍ଥରେ ମଧ୍ୟ ଫ୍ଲୋରାଇଡ୍ କମ୍ ରହିଥାଏ । ସମୁଦ୍ର ମାଛ, ଚା, ଛେନା ଇତ୍ୟାଦିରେ ଅଧିକ ଫ୍ଲୋରାଇଡ୍ ଥାଏ ।

ଲକ୍ଷଣ

ସାଧାରଣତଃ ଦୁଇ ପ୍ରକାରର ଫ୍ଲୋରୋସିସ୍ ଦେଖାଯାଇଥାଏ ।

  1. ଦନ୍ତ  ଫ୍ଲୋରୋସିସ୍ :
  2. ଫ୍ଲୋରୋସିସ୍ ପ୍ରବଣ ଅଞ୍ଚଳରେ ପିଲାମାନଙ୍କ ଦାନ୍ତ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ଫଳରେ ଦାନ୍ତର ଚିକ୍କଣ (ଚକ୍ଚକ୍ କରୁଥିବା) ଅଂଶ ନଷ୍ଟହୋଇ ଚୂନ ଭଳି ଧଳା ଦାଗ ଗୁଡିକ ଦେଖାଯାଏ । ଏହା ଫ୍ଲୋରୋସିସ୍ ର  ପୂର୍ବ ଲକ୍ଷଣ । ପରବର୍ତ୍ତୀ ସମୟରେ ଦାଗ ଗୁଡିକ ହଳଦିଆ ଦିଶେ । ରୋଗର ପ୍ରଭାବ ଅଧିକ ଥିଲେ ଦାନ୍ତ କଷ୍ଟ ହୋଇଯାଏ । ଏପରିକି ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କର ସମସ୍ତ ଦାନ୍ତ ନଷ୍ଟ ହେବାର ଦେଖାଯାଏ ।

  3. ହାଡରେ ହେଉଥିବା ଫ୍ଲୋରୋସିସ୍ :
  4. ବୟସ୍କ ବ୍ୟକ୍ତିମାନେ ଅଧିକ ଦିନ ପର୍ଯ୍ୟନ୍ତ ଫ୍ଲୋରାଇଡ୍ ଅଧିକ ମାତ୍ରାରେ ସେବନ କରିବା ଦ୍ଵାରା ସେମାନଙ୍କୁ ଏହି ରୋଗ ହୋଇ ରୋଗର ପ୍ରଭାବ ସାଧାରଣତଃ ହାଡ ଇତ୍ୟାଦିରେ ଦେଖାଯାଇଥାଏ । ସେହେତୁ ରୋଗୀର ବେକରେ ଯନ୍ତ୍ରଣା, ପିଠି ପାଖ ଟାଣିହୋଇ ରହିବା ଏବଂ କ୍ରମଶଃ ରୋଗ ବଢି ବେକ ଏବଂ ମେରୁହାଡର ଚଳନରେ ବାଧା ସୃଷ୍ଟି ହୋଇଥାଏ । ଏକ୍ସରେ କରିବା ଦ୍ଵାରା ଅସୁବିଧା ଗୁଡିକୁ ଚିହ୍ନଟ କରିହୁଏ । ରୋଗର ପ୍ରଭାବ ଅଧିକ ହେଲେ ରୋଗୀକୁ ଶଯ୍ୟାଶାୟୀ ହେବାକୁ ପଡିତାଏ । ଆଉ ଏକ ପ୍ରକାରର ଫ୍ଲୋରୋସିସ୍ ଆନ୍ଧ୍ର ଏବଂ ତାମିଲନାଡୁ ଇତ୍ୟାଦି ସ୍ଥାନରେ ଦେଖାଦେଇଛି । ଯାହାକି ରୋଗୀର ଆଣ୍ଠୁ ଉପରେ ପ୍ରଭାବ ପଖାଇ ତାହାକୁ ଅଚଳ ପ୍ରାୟ କରିଦେଇଥାଏ । ଇଂରାଜୀରେ ଏହାକୁ ‘ନକ୍ ନି’ ବୋଲି କୁହାଯାଏ ।

ପ୍ରତିଷେଧକ ବ୍ୟବସ୍ଥା

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ତେଣୁ ପ୍ରତିଷେଧକ ହିଁ  ରୋଗର ପ୍ରାଦୁର୍ଭାବ ଏବଂ ରୋଗୀ ସଂଖ୍ୟା କମାଇବାର ଏକମାତ୍ର ଉପାୟ । ଯେଉଁ ପାଣିରେ ଲିଟର ପିଚା ଏକ ମିଲିଗ୍ରାମରୁ କମ୍ ପରିମାଣରେ ଫ୍ଲୋରାଇଡ୍ ରହିଥାଏ, ସେହି ପାଣି ପିଇବା ଦରକାର । ଅତଏବ ପିଇବା ପାଣି ଯୋଗାଣର ଉତ୍ତମ ବ୍ୟବସ୍ଥା ହିଁ ରୋଗ ଦୂର କରିବାରେ ସହାୟକ ହେବ । ଯେଉଁଠାରେ ପିଇବା ପାଣି ଯୋଗାଇ ଦିଆଯାଇ ପାରିବ ନାହିଁ, ସେହି ସ୍ଥାନର ପାଣିରୁ ଫ୍ଲୋରାଇଡ୍ ର ଅଧିକ ପ୍ରଭାବ କମାଇବା ପାଇଁ ଘରୋଇ ପଦକ୍ଷେପ ନେଇହେବ । ପାଣି ପାତ୍ରରେ ପ୍ରଥମେ କିଛି ଚୂନ ପକାଇବେ ଏବଂ ପରେ ପରେ ଫିଟିକିରି ପକାଇ ଦଶମିନିଟ୍ ପର୍ଯ୍ୟନ୍ତ ଏହାକୁ ରଖିଦେଲେ ପାଣିର ମଇଳା ସାଙ୍ଗରେ ଫ୍ଲୋରାଇଡ୍ ତଳେ ବସିଯିବ । ଫଳରେ ପାଣି ପିଇବା ଯୋଗ୍ୟ ହେବ । କୌଣସି ସ୍ଥାନରେ ରୋଗର ପ୍ରଭାବ ଅଧିକ ଥିଲେ ପାଣିକୁ ଏହିମତେ ବିଶୋଧନ କରନ୍ତୁ । ସମ୍ଭବ ହେଲେ ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଏକ ଉତ୍ତମ ପଦକ୍ଷେପ ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

2.42857142857
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ସୁମନ୍ତ ସାହୁ Sep 14, 2016 10:02 PM

ବହୁତ ବଢିଆ
ମୋର ଆପତ୍ତି କିଛି ନାହିଁ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top