ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଭିଟାମିନ୍ ‘ଡି’ ଅଭାବଜନିତ ରୋଗ
ସେଆର କରନ୍ତୁ

ଭିଟାମିନ୍ ‘ଡି’ ଅଭାବଜନିତ ରୋଗ

ଭିଟାମିନ୍ ‘ଡି’ ଅଭାବଜନିତ ରୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଭିଟାମିନ୍ ‘ଡି’ ଅଭାବ

ଏହି ପ୍ରକାର ଭିଟାମିନ୍ ର ଅଭାବରେ ସାଧାରଣତଃ ‘ରିକେଟ୍’ ଏବଂ ‘ଅଷ୍ଟିଓମାଲାସିଆ ରୋଗ ଦେଖାଦେଇଥାଏ ।

ରିକେଟ୍

ସାଧାରଣତଃ ପିଲାମାନଙ୍କୁ ଏହିରୋଗ ହୋଇଥାଏ । ଅନେକ ଗୁଡିଏ ଲକ୍ଷଣ ସହିତ ରୋଗ ପ୍ରକାଶ ପାଇଥାଏ ।

ବିବିଧ ଲକ୍ଷଣ

  • ପିଲାଙ୍କୁ ଅବଶ ଲାଗେ ।
  • ମାଂସପେଶୀ ଗୁଡିକ ଆବଶ୍ୟକତା ଅନୁଯାୟୀ ଟାଣ ନହୋଇ ଅତି କୋମଳ ବା ଲତ୍ଲତ୍ ଲାଗେ ।
  • ପେଟ ପାଖ ମାଂସପେଶୀ ଗୁଡିକ ଓହଳି ପଡେ ।
  • ରିକେଟ୍ ରୋଗରେ ପ୍ରଭାବିତ ପିଲାର ଅଭିବୃଦ୍ଧିରେ ବିଳମ୍ବ ଘଟିଥାଏ । ଯଥା ଡେରିରେ ଦାନ୍ତ ଉଠିବା, ଗୁରୁଣ୍ଡିବା ଇତ୍ୟାଦି।
  • ବଡକଥା ହେଲା ରୋଗର ମୁଖ୍ୟ ପରିବର୍ତ୍ତନ ଗୁଡିକ ହାଡ ସମ୍ଭନ୍ଧୀୟ ।
  • ପଞ୍ଜରାର ତଳଆଡେ ଫୁଲିଥାଏ ଏବଂ ଅପ୍ରାକୃତିକ ଦେଖାଯାଏ ।
  • ପିଲାଙ୍କ ତାଳୁ ଶୀଘ୍ର ପୁରିନଥାଏ ଏବଂ ଖପୁରୀର ଅସ୍ଥିଗୁଡିକ ଯୋଡି ହେବାରେ ବିଳମ୍ବ ହୁଏ ।
  • ଦୁଇ ବର୍ଷରୁ ଅଧିକ ବୟସ ହେଲା ପର୍ଯ୍ୟନ୍ତ ଯଦି ପିଲାକୁ ଏହି ରୋଗ ଲାଗିରହେ ତେବେ ମେରୁହାଡରେ ବିକୃତି ଦେଖାଯାଇପାରେ ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

  • ଆବଶ୍ୟକ ପରିମାଣର କ୍ୟାଲସିୟମ୍ ଖାଇବା ।
  • ଭିଟାମିନ୍ ‘ଡି’ ମିଳୁଥିବା ଖାଦ୍ୟ ଯାହାକି ଭିଟାମିନ୍ ‘ଏ’ ମଧ୍ୟ ଯୋଗାଇଥାଏ, ସେହି ଖାଦ୍ୟ ଖାଇବା ।
  • କଲିଜା, ମାଛତେଲ, ଅଣ୍ଡା କେଶର ଏବଂ ଦୁଗ୍ଧ ଖାଇବା ।

ଆଧାର - ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ  ଆମୋସିଏସନ୍

3.57142857143
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top