ସେଆର କରନ୍ତୁ

ଶିଶୁର ଖାଦ୍ୟ

ଶିଶୁର ଖାଦ୍ୟ ଉପରେ ସୂଚନା

ଶିଶୁର ଖାଦ୍ୟ

ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୃଷ୍ଟି ସାଧନକାରୀ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ତଥ୍ୟ ସାହେ ପ୍ରକାର ଅନ୍ୟାନ୍ୟ ଅନେକ ଉପାଦାନ ରହିଛି, ଯାହା ଗାଈ କ୍ଷୀର ବା’ ଅନ୍ୟ କୌଣସି ଡବା କ୍ଷୀରରେ ନଥାଏ ।

କାହିଁ କେଉଁ ଅନାଦିକାଳରୁ ମା’ ଦେହରେ ଶିଶୁପାଇଁ ଖାଦ୍ୟ ମହଜୁଦ ହୋଇ ରହିଛି ଏବଂ ଏଇ ଖାଦ୍ୟକୁ ଇଶ୍ଵର ମା’ ସ୍ଥାନରେ ଏକ ଦିବ୍ୟ ଅମୃତର ଉତ୍ସ ଭଳି ଇଚ୍ଛିତ କରି ରଖିଛନ୍ତି । ଏଇ କ୍ଷୀର ହିନ ପ୍ରଥମ 7 ମାସ ଯାଏ ଶିଶୁକୁ ଜୀବନୀ ଶକ୍ତି ଯୋଗାଇଥାଏ । ନିଜ ଶିଶୁକୁ ସ୍ତନରୁ ଖିର୍ଟ ଖୁଆଇବା ପାଇଁ, ମା’ର ଦରକାର ହୋଇଥାଏ ଦୃଢ ଇଚ୍ଛାଶକ୍ତି, କାରଣ ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର ସେଥିପାଇଁ ଗର୍ଭାବସ୍ଥା  ସମୟରେ ମା’ ନିଜକୁ ପ୍ରସ୍ତୁତ କରିବା ଉଚିତ୍ ।

ମା’ କ୍ଷୀର

ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୁଷ୍ଟି ସାଧନକାରୀ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ତଥା ଶହେ ପ୍ରକାରର ଅନ୍ୟାନ୍ୟ ଅନେକ ଉପାଦାନ ରହିଛି, ଯାହା ଗାଈ କ୍ଷୀର ବା’ କୌଣସି ଡବା କ୍ଷୀରରେ ନଥାଏ । ମା’ ଖିଏ ଶିଶୁର ଚାହିଦା ସମୟ ଏବଂ ବୟସ ମୁତାବକ ବଦଳିଥାଏ । ମା’ କ୍ଷୀରରେ ଥିବା ପ୍ରୋଟିନ୍ ( ଲାକ୍ଟ ଆଲବୁମିନ୍ ) ଏବଂ ଫ୍ୟାଟିଏସିଡ ଓ ଜାକ୍ଟୋଜ୍ ଶିଶୁ ସହଜରେ ହଜମ କରିଥାଏ । ଏହା ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ । ତେଣୁ ମା’ କ୍ଷୀର କଉଥିବା ଶିଶୁ ଭଲ ପାଠ ପଢେ, ବିଶେଷ କରି ଭଲ ଗଣିତ କରେ ଏବଂ ଆଇ.କ୍ୟୁ ବଢାଇ ଥାଏ। ମା’ କ୍ଷୀର ଅନ୍ତନାଳୀରେ କ୍ଷତିକାରକ ଜୀବାଣୁ ବୃଦ୍ଧିକୁ ବାଧା ଦିଏ । ତେଣୁ ଶିଶୁକୁ ସଂକ୍ରମଣ ଜନିତ ପେଟରୋଗ ଓ ଝାଡା ହୁଏ ନାହିଁ । ଶିଶୁର ପେଟଟଣା ( କଲିକ୍) ଓ  ବାୟୁଦୋଷ ରହେ ନାହିଁ । ଏହା ଶରୀରର ତାପ ସହ ସମାନ ମାତ୍ରାରେ ଥାଏ ଏବଂ ସହଜରେ ବା ଚାହିଁଲା ମାତ୍ରେ ( ରେଡିମେଡ) ମିଳିଥାଏ । ଏହା ସଂପୂର୍ଣ୍ଣ ଦୂଷିତ କାରଣରୁ ମୁକ୍ତି । ପ୍ରସବ ପରେ ପରେ କିଛିଦିନ ପାଇଁ ମା’ ସ୍ତନରୁ ବାହାରୁଥିବା ଗାଢ ହଳଦିଆ ରଙ୍ଗର କ୍ଷୀରକୁ କୋଲୋଷ୍ଟ୍ରମ ବା ବହଳ କସ କ୍ଷୀର କୁହାଯାଏ । ଏହା ପ୍ରତିରକ୍ଷାକାରୀ ଜୀବକୋଷରେ ଭରପୂର ଥାଏ ।  ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଇମ୍ୟୁନୋଗ୍ଲୋବୁଲିନ୍, ଭିଟାମିନ୍ ‘ଏ’ ଓ ଭିଟାମିନ୍ ‘ଡି’ ପ୍ରଚୁର ପରିମାଣରେ ଥାଏ । ଏହା ତାକୁ ରିକେଟ ରୋଗରୁ ରକ୍ଷାକରେ । ଏହି କଷ କ୍ଷୀର ଖାଉଥିବା ଶିଶୁକୁ ବାହାର କ୍ଷୀର ଖାଉଥିବା ଶିଶୁ ଅପେକ୍ଷା କାସ ଓ ଶ୍ଵାସଜନିତ ସଂକ୍ରମଣ ରୋଗ ତଥ୍ୟ ଘା’ ଓ ଆଲର୍ଜି କମ୍ ହୁଏ । ଏହି କଷ କ୍ଷୀର ଶିଶୁକୁ ସଂପୂର୍ଣ୍ଣ ସୁରକ୍ଷା ଦେଇଥାଏ । ମା’ କ୍ଷୀରରେ ଗାଈ କ୍ଷୀର ଅପେକ୍ଷା ଅଳ୍ପ ଲୁଣ ଓ ସହଜରେ ହଜମ ହେଉଥିବା ପ୍ରୋଟିନ୍ ଥିବାରୁ ଶିଶୁର କିଡନି ଉପରେ ଚାପ ପଡେ ନାହିଁ । ମା’ କ୍ଷୀର କଉଥିବା ଶିଶୁଙ୍କର ଅନେକଥର ନରମ ଝାଡା ହୁଏ । ଏହା ଅମ୍ଳଯୁକ୍ତ ହୋଇଥିବାର ନ୍ୟାପିରାସ’ କମ୍ ହୁଏ । ମା’ କ୍ଷୀର ଖାଉଥିବା ଶିଶୁର ମେଦବହୁଲତା ହୁଏ ନାହିଁ ବା ଚର୍ବି ଅଂସ ବଢେ ନାହିଁ କାହିଁକି ନା ଡିମାଣ୍ଡ ଫିଡିଂ ଅନୁଯାୟୀ ତା’ର ଖେତିକି ଦରକାର ସେତିକି ହୋଇଥାଏ । କିନ୍ତୁ ବୋତାଳରେ କ୍ଷୀର ପିଉଥିବା ଶିଶୁ ବୋତଲ ଖାଲି ଦେବାଯାଏଁ କ୍ଷୀର ପିଉଥାନ୍ତି । ମା’ କ୍ଷୀର ଖାଉଥିବା ଶିଶୁଙ୍କର ରକ୍ତରେ ଚର୍ବିଅଂଶ ବା’ କୋଲେଷ୍ଟୋରାଲ ବଢେ ନାହିଁ । ତେଣୁ ବଡହେଲେ ଶିଶୁକୁ ଉଚ୍ଚ ରକ୍ତଚାପ ଦୃଦରୋଗ, ମଧୁମେହ ରୋଗ ଏପରିକି କେତେକ କର୍କଟ ରୋଗ ମଧ୍ୟ ହୁଏର ନାହିଁ । ମା କ୍ଷୀର ଚୁଚୁମି କରି ଖାଉଥିବାରୁ  ଶିଶୁର ମୁହଁ, ପାଟି ଓ ମାଢି ଭଲ ଭାବରେ ବିକଶିତ ହୋଇଥାଏ । ମା’ କ୍ଷୀରରେ ଥିବା ଆମିନୋଏସିଡ୍ ଶିଶୁର ଆଖିର ରେଟିନାର ବିକାଶ  କରେ ଓ ଶିଶୁ ଭଲ ଦେଖିପାରେ । ମା’ କ୍ଷୀରରବେ ଥିବା ଫ୍ୟାଟିଏସିଡ ସ୍ନାୟୁର ବିକାଶ କରିଥାଏ । ତେଣୁ ଶିଶୁ ସ୍ମାର୍ଟ ହୋଇଥାଏ । ଯେଉଁ ମା’ ମାନେ ନିଜ ଶିଶୁକୁ କ୍ଷୀର ଖୁଆନ୍ତି ସେମାନଙ୍କୁ ସନ୍ତୋଷ ମିଳେ ଯେ ତାଙ୍କ ଶରୀରର କିଛି ଅଂସ ସେମାନେ ନିଜ ଶିଶୁକୁ କ୍ଷୀର ଆକାରରେ ଖୁଆଇ ପାରୁଛନ୍ତି । ଶିଶୁ ମଧ୍ୟ କ୍ଷୀର ଖାଇଲା ବେଳେ ମା’ର ସଂସ୍ପର୍ଶରେ ଆସୁଥିବାରୁ ନିଜକୁ ସୁରକ୍ଷିତ ମେନେକରେ ଏବଂ ଏକ ସୁସ୍ଥ ନାଗରିକ ହିସାବରେ ନିଜକୁ ଗଢିତୋଳେ ।

ସାଧାରଣ ପ୍ରସବାର ଅଧଘଣ୍ଟା ଭିତରେ ଏବଂ ସିଜରିଆନ ଅପରେସନ ର ତିନି/ଚାରି ଘଣ୍ଟା ଭିତରେ ମା’ ଶିଶୁକୁ ନିଜ କୋଳରେ ଧରି କ୍ଷୀର ଖୁଆଇବା ଉଚିତ୍ । ଶିଶୁକୁ କ୍ଷୀର ଖୁଆଇବା ପରେ ତାକୁ କାନ୍ଧରେ ପକାଇ ପିଠିଥାପୁଡେଇଲେ ସେ ପିଥିବା  ପବନ ହାକୁଟି ଭାବରେ ବାହାରିଯାଏ । ଏହାକୁ ‘ବର୍ଫି’ କୁହାଯାଏ ।

ଶିଶୁକୁ କ୍ଷୀର ଖୁଆଉଥିବା ମା’ ଉଚ୍ଚ କ୍ୟାଲୋରୀଯୁକ୍ତ ସୁକ୍ଷମ ଖାଦ୍ୟ ଖାଇବା ଉଚିତ୍ । ଚିକ୍କଣୀଆ, ତେଲିଆ, ମସଲାଯୁକ୍ତ ଖାଦ୍ୟ,  ଅତ୍ୟଧିକ ଚା’ ବା କଫି ଇତ୍ୟାଦି ନ ଖାଇ ତାଜା ଫଳ, ପନିପରିବା, ଭାତ, ଡାଲି, ସନ୍ତୁଳା, ଲାଉ, ସଜନାଛୁଇଁ ଆଦି ପାରିବା ଦୁଧ, ଦହି ଛେନା, ଶାଗୁ ଆଦି ଖାଇବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ୍ତ ସ୍ତନ୍ୟପାନ କରାଉଥିବା ମା’ ପ୍ରାୟ 2700 କ୍ୟାଲୋରୀର ଖାଦ୍ୟ କ୍ଝାଇବା ଉଚିତ୍ । ମୋଟ ଉପରେ ସଦ୍ୟ ପ୍ରସୂତିଟି ଗରିଷ୍ଠ ଖାଦ୍ୟ ନଖଇ ସହଜରେ ହଜମ ହେଲାଭଳି ସୁସ୍ଵାଦୁ ଓ ସୁପାଚ୍ୟ ଖାଦ୍ୟ ଖାଇବା ଜରୁରୀ । ଏଥିପାଇଁ ପରିବାରର ମା’ ବାପା ଶାଶୁ ଶ୍ଵଶୁର ଗୁରୁଜନ ତଥ୍ୟ ସ୍ଵାମୀ ଯତ୍ନବାନ ଦେବା ଉଚିତ୍ । ବିଶେଷକରି ଗଳଗଣ୍ଡ ରୋଗ ବା ଆଣ୍ଟି ଥାଇରଏଡ ଔଷଧ ଅପସ୍ମାର ପାଇଁ ଆଣ୍ଟି ଏପିଲେପଟିକ୍ ଡ୍ରଗସ , ମଧୁମେହ ରୋଗ ପାଇଁ ଔଷଧ କ୍ୟାନସର ପାଇଁ ଔଷଧ ସେବନ, ଆନ୍ତ୍ରିକଜ୍ଵର ପାଇଁ କ୍ଳୋରୋମାଇସିଟିନ୍ ଔଷଧ ଖାଇବା ଉଚିତ୍ ନୁହେଁ ଏଥିରେ ଶିଶୁର ବିଶେଷ କ୍ଷତି ହୁଏ । ଶିଶୁକୁ ସ୍ତନ୍ୟପାବନ କରାଉଥିବା ମା’ ଗର୍ଭନିରୋଧକ ବଟିକା ଖାଇବା ଉଚିତ୍ ନୁହେଁ । ଏଥିରେ କ୍ଷୀରର ପରିମାଣ ଓ ଗୁଣାତ୍ମକ ମାନ କମିଯାଏ ।

ମା’ଆର ଦୃଢ  ଇଚ୍ଛା ଶକ୍ତି ଓ ସୁକ୍ଷମ ଖାଦ୍ୟ  ମା’ ଟିକୁ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାରେ ସାହାଯ୍ୟ କରିଥାଏ । 6 ମାସରେ ସ୍ତନ୍ୟପାନ ପରିତ୍ୟାଗ ପରେ ଏହା ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ସହ ଦେଇଥାଏ ଏକ ପୃଷ୍ଟିକର ଖାଦ୍ୟର ବିକଳ୍ପ, ତଥ୍ୟ 2 ବର୍ଷ ଯାଏଁ ଶିଶୁକୁ ଦେଇଥାଏ ଉଚ୍ଚ ଗୁଣବାର୍ତ୍ତ ଯୁକ୍ତ ପୋଷଣ ଓ ରୋଗ ବିରୁଦ୍ଧରେ ଲଢିବା ପାଇଁ ପ୍ରତିରୋଧକ ଶକ୍ତି ।

କର୍ମଜୀବି ମହିଳାମାନେ ମଧ୍ୟ ନିଜ ସ୍ଥାନରୁ କ୍ଷୀର କାଢି  ( ଏକ୍ସପ୍ରେସଡ ମିଲ୍ଲ ) ପୁଣି ଶିଶୁର ଚାହିବା ମୁତାବକ ଖୁଆଇ ପାରିବେ ।

ଶିଶୁର ପ୍ରଥମ କଠିନ ଖାଦ୍ୟ, ସୁଜି ଓ ପାଚିଲାକଦଳୀ ଆଦି, ମା’ କ୍ଷୀର ଭଳି ନରମ ତଥ୍ୟ ତା’ ଠାରୁ ବହଳିଆ ହେବା ଉଚିତ୍ । ଶିଶୁର ବୟସ ଅନୁଯାୟୀ ଖାଦ୍ୟର ସାନ୍ଧ୍ରତା ବା’ ଘନତା ହେବା ଉଚିତ୍ । କମ୍ ବୟସର ଶିଶୁକୁ ତରଳ ଖାଦ୍ୟ ଏବଂ ଶିଶୁର ବୟସ ବଢିବା  ସଙ୍ଗେ ସଙ୍ଗେ ସେମିସଲିଡ ବା ଅଳ୍ପ କାଠି ଏବଂ ପରେ କଠିନ ବା’ ବହଳିଆ ଖାଦ୍ୟ ଦେବା ଉଚିତ୍ । ପ୍ରଥମେ ପ୍ରଥମେ ଶିଶୁ ଏଗୁଡିକ ବାନ୍ତି କରିଦେଇପାରେ । ତେବେ ଏହା ଭାବିବା ଉଚିତ୍ ନୁହେଁ ଯେ, ସେ ଏହାକୁ ପସଦ କାରୁନାହିଁ ,। ଗୋଟିଏ ଛୋଟ ଶିଶୁକୁ ଯିଏ କି କେବଳ ମା’ ସ୍ଥାନରୁ ଚୁଚୁମିକରି କ୍ଷୀର ଖାଇବା ଶିଖିଛି ତା’ ପାଇଁ ଅଳ୍ପ କଠିନଖାଦ୍ୟ ଗିଳିବା କଷ୍ଟକର ହୋଇପଡେ । ପରିବା ଚୋପା ଓ ବେସୀ ଟାଣ ଜିନିଷ ସେ ହଜମ କରିପାରେ ନାହିଁ, ତେଣୁ ପ୍ରଥମେ ସବୁ ଜିନିଷ ଚକଟି ନରମକରି ତାକୁ ଖାଇବାକୁ ଦେବା ଉଚିତ୍ ।

ବାହାରୁ ଦିଆଯାଇଥିବା ଖାଦ୍ୟରେ ଶିଶୁପାଇଁ ପୁଷ୍ଟିସାର ହେବା ଉଚିତ୍ । ତେବେ ଗୋଟିଏ ଖାଦ୍ୟରେ ସବୁପ୍ରକାର ଖାଦ୍ୟସାର ମିଳିନଥାଏ । ତେଣୁ ପ୍ରକୃତିର ବିଭିନ୍ନ ଖାଦ୍ୟକୁ ଏକାଠି କରି ଖୁଆଇଲେ, ଏହି ଖାଦ୍ୟସାର ଶିଶୁକୁ ମିଳିଥାଏ । ସବୁ ଖାଦ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟସାର ଭିନ୍ନ ଭିନ୍ନ ଉପାଦାନରେ ଗଚ୍ଛିତ ଥାଏ ।  ତେଣୁ ସୁକ୍ଷମ ଖାଦ୍ୟ ସହ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟଦେବା ଉଚିତ୍ । ସାଧାରଣତଃ ମାଛ, ମାଂସ ଓ ଡାଲିଜାତୀୟ ଖାଦ୍ୟ ପୁଷ୍ଟିସାର ଖାଦ୍ୟ ଥାଏ ଯାହାକି ଶରୀର ଗଠନରେ ସାହାଯ୍ୟ କରିଥାଏ ।  ଶ୍ଵେତସାର, ଶର୍କରା ଓ ସ୍ନେହସାର ଖାଦ୍ୟ ଶକ୍ତି ପ୍ରଦାନ କରିଥାଏ ଏବଂ ପନିପରିବା ଓ ତଟକା ଫୁଲମୁଲ ଯେଉଁଥିରେ କି ଆବଶ୍ୟକୀୟ ତନ୍ତୁ, ଖାଦ୍ୟପ୍ରାଣ ଓ ଖଣିଜ ପଦାର୍ଥ ଥାଏ, ତାହା ଶରୀରକୁ ସୁରକ୍ଷା ଦେଇଥାଏ ।

ଶିଶୁର ଖାଦ୍ୟ ବିଷୟରେ କେତୋଟି ଜାଣିବା କଥା

  1. ଆଳୁ, ଗାଜର ଓ ବିନକୁ ସିଝାଇ ନରମକରି ଭାତ ଓ ଡାଲି ସାଙ୍ଗରେ ଚକଟିକରି ଦେବା ଉଚିତ୍
  2. ଏହି ରକ୍ଷା ଖାଦ୍ୟରେ ତେଲ କିମ୍ବା ଲହୁଣୀ ମିଶାଇଲେ  ତାହା ଶିଶୁକୁ ଶକ୍ତି ଯୋଗାଇଥାଏ ।
  3. ତଟକା ଫଳକୁ  ଚକଟିକରି ଖୁଆଇବା ଉଚିତ୍ ।
  4. ଶିଶୁକୁ ମସଲା ଓ ରଙ୍କା ଦିଅନ୍ତୁ ନାହିଁ ।
  5. ଯଦି କୌଣସି ଖାଦ୍ୟ ଖାଇ ଶିଶୁ ରୋଗିଣା ବା’ ଦୁର୍ବଳ ହୋଇଯାଏ, ସେଭଳି ଖାଦ୍ୟ ଦିଅନ୍ତୁ ନାହିଁ ।
  6. ଶିଶୁକୁ ଘରେ ରନ୍ଧା ହୋଇଥିବା ଖାଦ୍ୟ ଦିଅନ୍ତୁ । ବାହାର କିଣା ଖାଦ୍ୟ ଦାମିକା ହୋଇଥାଏ ଏବଂ ସେଥିରେ ଖାଦ୍ୟସାର ମଧ୍ୟ ନଥାଏ ।

ବାହାର ଖାଦ୍ୟ କେତେ ସମୟ ଅନ୍ତରରେ ଦେବେ?

ବାହାର ଖାଦ୍ୟ ଆରମ୍ଭ କରିବା ସମୟରେ ବେବଳ ଦିନକୁ ଥରଟିଏ ବା ଦୁଇଥାଏ ଦେବେ, 6 ମାସରୁ1 ବର୍ଷ ମଧ୍ୟରେ ଏହା ଆସ୍ତେ ଆସ୍ତେ ତିନି ଥରକୁ ବଢାଇ ଶେଷରେ ବେଶୀ ଥର ଦେବେ । ଯଦି ଶିଶୁଟି ମା’ କ୍ଷୀର ଖାଉନାହିଁ ତେବେ ଦିନକୁ 5 ଥର ବାହାର ଖାଦ୍ୟ ଦେବେ । ଡାହାର ଖାଦ୍ୟ ସହିତ ଦିନକୁ  ଅନେକ ଥର ମା’ କ୍ଷୀର ଦେବା ସହ ରାତିରେ ମଧ୍ୟ ଶିଶୁକୁ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ମା’ କ୍ଷୀର ଦେବା  ଜରୁରୀ ।

ସଂଗୃହିତ : ସରୋଜିନୀ ଷଡଙ୍ଗୀ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top