ସେଆର କରନ୍ତୁ

ଶ୍ଵାସରୁଦ୍ଧ

ବେଳେ ବେଳେ କୌଣସି କାରଣ ରୁ ମନୁଷ୍ୟ ନିଃଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରେ ଯାହାକୁ ଆମେ ଶ୍ଵାସରୁଦ୍ଧ ବୋଲି କହୁ ।

ଉପକ୍ରମ

ପ୍ରଶ୍ଵାସ ଦ୍ଵାରା ବାହ୍ୟ ପରିବେଶର ବାୟୁ ଶରୀର ମଧ୍ୟକୁ ପ୍ରବେଶ କରି ଫୁସ୍ ଫୁସ୍  ବାୟୁକୋଠରୀ ଗୁଡିକୁ ଫୁଲାଇଦିଏ । ଏହିଠାରୁ ରକ୍ତ କୋଷ ଅମ୍ଳଜାନ ସଂଗ୍ରହ କରେ ଏବଂ ତନ୍ମଧ୍ୟରୁ ଅଙ୍ଗାରକାମ୍ଳ ଛାଡିଦିଏ । ତତ୍ ପରେ ନିଃଶ୍ଵାସ ଦ୍ଵାରା ଉକ୍ତ ବାୟୁ ଶରୀର ମଧ୍ୟରୁ ପରିବେଷକୁ ବାହାରିଯାଏ । ଶ୍ଵାସକ୍ରିୟା ବନ୍ଦ ହୋଇଗଲେ ଶରୀର ବାଷ୍ପ ବିନିମୟ କାର୍ଯ୍ୟ ହୋଇପାରେ ନାହିଁ ଏବଂ ଶରୀରର ଜୀବକୋଷମାନ ଅମ୍ଳଜାନ ନପାଇ ମୃତ ହୋଇଯାଏ ଏବଂ ବ୍ୟକ୍ତି ମୃତ୍ୟୁ ହୋଇଥାଏ ।

ଶ୍ଵାସ ପ୍ରଣାଳୀର ଗଠନ  ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ ।

  1. ଶ୍ଵାସପଥ ବା ବାୟୁପଥ
  2. ଫୁସ୍ ଫୁସ୍

ଶ୍ଵାସପଥ

ଖାଦ୍ୟପଥ ଏବଂ ଶ୍ଵାସପଥ ଏକତ୍ର ଭାବେ ନାକ ଏବଂ ପାଟିରୁ ଆରମ୍ଭ ହୋଇଥାଏ । ତାହା କଣ୍ଠରେ ଖାଦ୍ୟ ନଳୀଠାରୁ ପୃଥକ ହୋଇ ଶ୍ଵାସପଥ ଭାବେ ଟ୍ରାକିଆରେ ପରିଣତ ହୋଇଥାଏ । ଏହି ସ୍ଥାନରେ ଏପିଗ୍ଳଟିସ ନାମକ ଏକ କ୍ଷୁଦ୍ର ଆବରଣକାରୀ ଅଙ୍ଗ ରହିଥାଏ । ଖାଦ୍ୟ ଏବଂ ପାନୀଯ ଗ୍ରହଣ ସମୟରେ ଏହି ଅଙ୍ଗ ଶ୍ଵାସପଥର ମୁଖକୁ ଆବୃତ କରିରଖି ତନ୍ମଧ୍ୟରୁ ବାହ୍ୟ ପଦାର୍ଥ ପ୍ରବେଶ କରାଇ ଦିଏ ନାହିଁ । ଟ୍ରାକିଆ କିଛି ପଥ ନିମ୍ନକୁ ଆସିବା ପରେ ଦୁଇ ଭାଗରେ ବିଭକ୍ତ ହୋଇ ସମ୍ପୃକ୍ତ ପାଖର ଫୁସ୍ ଫୁସ୍ (ବାମ ଫୁସ୍ ଫୁସ୍ ଓ ଦକ୍ଷିଣ ଫୁସ୍ ଫୁସ୍ ) ମଧ୍ୟରେ ପ୍ରବେଶ କରଥାଏ । ତତ୍ ପରେ ଏହା ଶାଖା ପ୍ରଶାଖାରେ ବିଭକ୍ତ ହୋଇ କ୍ରୋମନାଳୀରେ ପରିଣତ ହୋଇଥାଏ । କ୍ରୋମନଳୀର ଶେଷ ଫୁସ୍ ଫୁସ୍ ବାୟୁକୋଠରୀ ସହିତ ସଂଯୁକ୍ତ ହୋଇଥାଏ ।

ଫୁସ୍ ଫୁସ୍

ବକ୍ଷସ୍ଥଳ ମଧ୍ୟରେ ବାମ ଏବଂ ଦକ୍ଷିଣ ପାଖକୁ ଦୁଇଟି  ଫୁସ୍ ଫୁସ୍ ରହିଛି । ଅନେକ ବାୟୁ କୋଠରୀ ରହିଥିବା ଏହା ଏହ ସମ୍ପ୍ରସାରଣ କ୍ଷମ ଅଙ୍ଗ ହୋଇଥାଏ । ଏହି ପତଳା ଝିଲ୍ଲା ଫୁସ୍ ଫୁସ୍ ପୃଷ୍ଠକୁ ଆବୃତ କରି ରଖି ବକ୍ଷସ୍ଥଳର ଭିତର କାନ୍ଥ ସହିତ କ୍ରମାଗତଭାବେ ଅଷୂର୍ଣ୍ଣ ହୋଇ ରହିଥାଏ । ଏହାକୁ ଫ୍ଲୁରା କୁହାଯାଏ ।

ଶ୍ଵାସ କାର୍ଯ୍ୟ

ବକ୍ଷସ୍ଥଳ ଏବଂ ଉତ୍ତର ମଧ୍ୟରେ ଭାଗରେ ମଧ୍ୟଛନ୍ଦା ନାମକ ଏକ ମାଂସପେଶୀ ଏବଂ ଟେଣ୍ଡନ ମିଶ୍ରିତ ପର୍ଦା ରହି ଦୁଇ ଭାଗକୁ ପୃଥକ କରିଥାଏ । ଶ୍ଵାସକାର୍ଯ୍ୟର ପ୍ରଶ୍ଵାସ ସମୟରେ ମଧ୍ୟଛନ୍ଦା ନିମ୍ନକୁ ଚାଲିଯାଏ ଏବଂ ବକ୍ଷ ପଞ୍ଜରା ଅସ୍ଥି ସମ୍ମୁଖକୁ ଫୁଲିଯାଏ । ଏହାଦ୍ଵାରା ବକ୍ଷସ୍ଥଳ ମଧ୍ୟସ୍ଥ ଚାପ ହ୍ରାସ ହୋଇଯାଏ । ଏବଂ ବାୟୁପଥ ବା ଶ୍ଵାସପଥ  ଦେଇ ପରିବେଷର ବାହୟବାୟୁ ଫୁସ୍ ଫୁସ୍ ମଧ୍ୟକୁ ପ୍ରବେଶ କରି ବାୟୁ କୋଠରୀଗୁଡ଼ିକୁ ଫୁଲାଇଦିଏ । ବାୟୁକୋଠରୀ ସହିତ ସଂଯୁକ୍ତ ଥିବା ରକ୍ତନଳୀ ମଧ୍ୟସ୍ଥ ଲାଳରକ୍ତ କୋଷ ସେଠାରୁ ଅମ୍ଳଜାନ ସଂଗ୍ରହ କରି ଅଙ୍ଗାରକାମ୍ଳକୁ ତ୍ୟାଗ କରିଥାଏ । ଶ୍ଵାସକ୍ରିୟାର ନିଶ୍ଵାସ ବା ଏକ୍ସହେଲେସନ ସମୟରେ ମଧ୍ୟଛନ୍ଦା ଏବଂ ପଞ୍ଜରା ଅସ୍ଥି ପୂର୍ବ ସ୍ଥାନକୁ ଫେରିଆସି ବକ୍ଷଗୌହର ମଧ୍ୟରେ ଚାପ ସୃଷ୍ଟିକରେ ଏବଂ  ଫୁସ୍ ଫୁସ୍ ବାୟୁ ବାହ୍ୟ ପରିବେଶକୁ ବାହାରିଯାଇଥାଏ । ଏହି ପରିକ୍ରମରେ ଶ୍ଵାସକେନ୍ଦ୍ର ଦ୍ଵାରା ନିମନ୍ତ୍ରତ ଏବଂ ପରିଚାଳିତ ହୋଇ ଶ୍ଵାସକ୍ରିୟା ଅବିରତ କାର୍ଯ୍ୟ କରିଚାଲିଥାଏ । ସାଧାରଣତଃ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କର ଶ୍ଵାସକ୍ରିୟା ମିନିଟ୍ କୁ ୧୬ ରୁ ୧୮ ଥର ଏବଂ ଶିଶୁର ୨୦ରୁ ୩୦ ଥର ହୋଇଥାଏ ।

ଶ୍ଵାସରୁଦ୍ଧ

ଶ୍ଵାସକ୍ରିୟା ଦ୍ଵାରା ଶରୀରର ବାଷ୍ପ ବିନିମୟ କାର୍ଯ୍ୟ ହୋଇନପାରିଲେ ତାହାକୁ ଶ୍ଵାସରୁଦ୍ଧ ଅବସ୍ଥା କୁହାଯାଏ । ଏହିଭଳି ଅବସ୍ଥାରେ କିଛି ସମୟ ପର୍ଯ୍ୟନ୍ତ ହୃତପିଣ୍ଡ କ୍ରିୟା ଚାଲିଥାଏ କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

ଶ୍ଵାସରୁଦ୍ଧ ହେବାର କାରଣ –

  1. ଶ୍ଵାସପଥ ଅବରୋଧ
    • ଶ୍ଵାସନଳୀ ମଧ୍ୟରେ ଖାଦ୍ୟ, ପାନୀଯ କିମ୍ବା ବାହ୍ୟ ପଦାର୍ଥ ପରିଗଲେ । ଯଥା କୃତ୍ରିମ ଦାନ୍ତ, ଅଚେତ ବ୍ୟକ୍ତି ମୁହଁରେ ରହୁଥିବା ଲାଳ ଇତ୍ୟାଦି ।
    • ଅଚେତ ବ୍ୟକ୍ତି ଜିଭ ତଳକୁ ଖସିପଡି ଶ୍ଵାସନଳୀକୁ ବନ୍ଦ କରିଦେଲେ ।
    • ପାଣିରେ ବୁଢିଯାଇ ଶ୍ଵାସନଳୀ ମଧ୍ୟକୁ ପାଣି ପଶିଗଲେ ।
    • ଶ୍ଵାସକ୍ରିୟା ନିମିତ୍ତ ଅନୁପଯୁକ୍ତ କିମ୍ବା ବିଷାକ୍ତ ବାଷ୍ପ ଫୁସ୍ ଫୁସ୍ ମଧ୍ୟରୁ ଗଲେ, ଯଥା – କୋଇଲା ଧୂଆଁ,  ମଟର ଗାଡିର ଧୂଆଁ, ନର୍ଦ୍ଦମା ବାଷ୍ପ ଅବ୍ୟବହୃତ ଗଭୀର କୁଆ କିମ୍ବା ସୁଡଙ୍ଗ କିମ୍ବା ନର୍ଦ୍ଦମା ଟାଙ୍କି ମଧ୍ୟସ୍ଥ ବାଷ୍ପ ଇତ୍ୟାଦି ।
    • ଶ୍ଵାସରୋଗ ଦ୍ଵାରା ଶ୍ଵାସପଥ ସଙ୍କୁଚିତ ହୋଇଗଲେ ।
    • ଗରମପାଣି, ଏସିଡ୍, ଆଲକାଲ ଇତ୍ୟାଦି ଦ୍ଵାରା ଗଳାରେ ଦାହ ସୃଷ୍ଟି ହୋଇ ଉକ୍ତ ସ୍ଥାନ ଫୁଲିଗଲେ ।
    • ଦଉଡି, ଗାମୁଛା, ମଫଳରେ ଇତ୍ୟାଦି ଗଳାରେ ଗୁଡାଇ ହୋଇ ତାହାକୁ ଚିପିଦେଲେ । ( ଆତ୍ମହତ୍ୟା ଉଦ୍ୟମରେ ବେକରେ ଦଉଡି ହୋଇଗଲେ । )
    • ଛୋଟପିଲା / ଶିଶୁମାନେ ତକିଆରେ ମୁହଁମାଡି ଶୋଇବା ଦ୍ଵାରା ତକିଆରେ ମୁହଁ ଚାପିହୋଇ ରହିଲେ ।
  2. ଶ୍ଵାସକ୍ରିୟାରେ ବ୍ୟତିକ୍ରମ
    • ମୁର୍ଚ୍ଛା ଜଳାତାଙ୍କ, ଧନୁଷ୍ଟଙ୍କାର ଇତ୍ୟାଦି ବ୍ୟାଧି ଦ୍ଵାରା ଆକ୍ରାନ୍ତ ହେଲେ ।
    • ସ୍ନାୟୁବିକ ବ୍ୟାଧିରେ ଆକ୍ରାନ୍ତ ହେଲେ ।
    • ବିଷଧର ସାପ କାମୁଡି ଦେଲେ ।
    • ମଧ୍ୟଛନ୍ଦା ପରଦାର ପାରାଲିସିସ ବା ତାହା କାର୍ଯ୍ୟ କରିନପାରିଲେ ।
  3. ଶ୍ଵାସକେନ୍ଦ୍ର କାର୍ଯ୍ୟ ବ୍ୟାଘାତ
    • ଅଫିମ, ଗଞ୍ଜେଇ, ନିଦ ଔଷଧ, ନିଶାଦ୍ରାବ୍ୟ ଇତ୍ୟାଦିକୁ ଅଧିକ ମାତ୍ରାରେ ଖାଇବା କିମ୍ବା ମସ୍ତିଷ୍କ ବ୍ୟାଧିଯୋଗୁ ଶ୍ଵାସକେନ୍ଦ୍ର ପ୍ରଭାବିତ ହେବା ।
    • ଇଲେକ୍ ଟ୍ରିକ୍ ସକ୍ ହୃଦ୍ ଘାଟ ଏବଂ ମସ୍ତିଷ୍କରେ ଆଘାତ ଲାଗିଲେ ।
  4. ଛାତି ଚାପିରଖି ସଂପ୍ରସାରିତା ହୋଇ ନପାରିଲେ
    • ଘରବାଡି, କାନ୍ଥ, ଖୁଣ୍ଟ ଇତ୍ୟାଦି ଭାଙ୍ଗି ଛାତି ଉପରେ ପଡି ତାକୁ ଚାପି ରଖିଲେ
    • ଦୁର୍ଘଟଣା ଦ୍ଵାରା ଦୁଇଗାଡି ମଧ୍ୟରେ, ଚକତଳେ କିମ୍ବା ଗାଡି ଭିତରେ ଚାପିହୋଇ ରହିଲା କିମ୍ବା ଭାରି ଓଜନ ଦ୍ଵାରା ଚାପ ହୋଇରହିଲେ ।
    • ଅଧିକ ଭିଡ ମଧ୍ୟରେ ଛାତି ଚାପିହୋଇ ରହିଲେ ।
  5. ବାୟୁରେ ଶ୍ଵାସକ୍ରିୟା ପାଇଁ ଆବଶ୍ୟକ ପରିମାଣ ଅମ୍ଳଜାନର ଅଭାବ
  6. ଆତି ଉଚ୍ଚ ସ୍ଥାନର ବାୟୁ ମଣ୍ଡଳରେ ଅମ୍ଳଜାନ ପରିମାଣ ଅତ୍ୟନ୍ତ ନିମ୍ନ ହୋଇଥାଏ ଯଥା – ସୁଡଙ୍ଗ, ପର୍ବତ, ଭୂପୃଷ୍ଠରୁ ଆତି ଉଚ୍ଚକୁ ଚାଲିଗଲେ କିମ୍ବା ଖଣି ଖାଦାନର ଭିତର ସ୍ଥାନରେ ରହିଥିବା ବାୟୁ ।

    ଶ୍ଵାସରୁଦ୍ଧ ଲକ୍ଷଣ

    • ଶ୍ଵାସ ଅଗଭୀର ହୋଇଥାଏ ଏବଂ ତାହାର ଗତି ବୃଦ୍ଧି ପାଇଥାଏ ।
    • ନାଡୀ ଦୁର୍ବଳ ହୁଏ ଏବଂ ଗତି ହୃତ ହୋଇଥାଏ ।
    • ଗଳାର ସିରା ଫୁଲିଯାଏ ଏବଂ ମୁହଁ, ଓଠ, ନଖ, ପାଦ ଏବଂ ହାତର ଆଙ୍ଗୁଳି ନୀଳ ହୋଇଯାଏ । କିଛି ସମୟ ପରେ ଆହତ ବ୍ୟକ୍ତି ଚେତାଶୂନ୍ୟା ହୋଇଯାଏ ।
    • ନାକ ଏବଂ ପାତଟିରୁ ଫେଣ ବାହାରି ଥାଏ ।

ଫୁସ୍ ଫୁସ୍ ଏବଂ ହୃତପିଣ୍ଡ ସମନ୍ଵୟ କାର୍ଯ୍ୟ ପ୍ରକ୍ରିୟା

ଶ୍ଵାସକ୍ରିୟା ଦ୍ଵାରା ବକ୍ଷସ୍ଥଳର ଦୁଇପାଖକୁ ରହିଥିବା ଦୁଇଟି ଫୁସ୍ ଫୁସ୍ ମଧ୍ୟରେ ବାୟୁ ପ୍ରବେଶ କରେ । ରକ୍ତ ସେଥିରୁ ଅମ୍ଳଜାନ ସଂଗ୍ରହ କରେ ଏବଂ ତନ୍ମଧ୍ୟରୁ ଅଙ୍ଗାରକାମ୍ଳ ତ୍ୟାଗ କରିଥାଏ । ତତ୍ ପରେ ଉକ୍ତ ବାୟୁ ଫୁସ୍ ଫୁସ୍ ରୁ ବାହ୍ୟ ପରିବେଶକୁ ବହିଷ୍କୃତ ହୋଇଥାଏ । ଅମ୍ଳଜାନ ସଂଗ୍ରହ କରିଥିବା ରକ୍ତ ହୃତପିଣ୍ଡ ପମ୍ପକ୍ରିୟା ଦ୍ଵାରା ରକ୍ତନଳୀ ମଧ୍ୟରେ ପ୍ରେରିତ ହୋଇ ଶେଷରେ ସମସ୍ତ ଜୀବକୋଷମାନଙ୍କୁ ଅମ୍ଳଜାନ ଯୋଗାଇ ଦେଇଥାଏ ଏବଂ ସେହିଠାରେ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳ ଧରି ଫୁସ୍ ଫୁସ୍ ରେ ବାଷ୍ପ ବିନିମୟ ହେବା ନିମିତ୍ତ ଫେରିଥାଏ । ମନୁଷ୍ୟ ବଞ୍ଚି ରହିବା ନିମିତ୍ତ ଜୀବକୋଷମାନେ ଅମ୍ଳଜାନ ଆବଶ୍ୟକ କରୁଥିବାରୁ ଫୁସ୍ ଫୁସ୍ ଏବଂ ହୃତପିଣ୍ଡର ସମନ୍ଵୟ କ୍ରିୟା ଦ୍ଵାରା ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ଜୀବନ ନିମିତ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

ଆଧାର :Odisha state centre Bhubaneswar

2.96428571429
Afreen Zafar Apr 22, 2016 04:29 PM

ଏ ପ୍ରାଥମିକ ଉପଚାର ଲେଖାଟି ସମସ୍ତଙ୍କ ପାଇଁ ଜାଣିବା ଜରୁରୀ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top