ହୋମ / ସ୍ଵାସ୍ଥ୍ୟ / ଯେଉଁଠି ଡାକ୍ତର ନାହାଁନ୍ତି / ଆଧୁନିକ ଔଷଧର ଯଥାଯଥ ପ୍ରୟୋଗ ଓ ଅପପ୍ରୟୋଗ
ସେଆର କରନ୍ତୁ

ଆଧୁନିକ ଔଷଧର ଯଥାଯଥ ପ୍ରୟୋଗ ଓ ଅପପ୍ରୟୋଗ

ଆଧୁନିକ ଔଷଧର ଯଥାଯଥ ପ୍ରୟୋଗ ଓ ଅପପ୍ରୟୋଗ ସମ୍ବନ୍ଧରେ ସୂଚନା ।

ଆଧୁନିକ ଔଷଧର ପ୍ରୟୋଗ

ଔଷଧ ଦୋକାନ ବା ଗାଁର ଖାଉଟୀଙ୍କ ପାଇଁ ବିକ୍ରି ହେଉଥିବା କେତେକ ଔଷଧ ଅତ୍ୟନ୍ତ ଦରକାରୀ, ଆଉ କେତେକ ସମ୍ପୁର୍ଣ୍ଣ ଅଦରକାରୀ  । ବେଳେବେଳେ ଲୋକମାନେ ମଧ୍ୟ ସବୁଠାରୁ ଭଲ ଔଷଧର ଭୁଲ୍ ବ୍ୟବହାର କରନ୍ତି ଓ ତଦ୍ୱାରା ସେମାନଙ୍କର ଉପକାର ଅପେକ୍ଷା ଅଧିକ ଅପକାର ହୋଇଥାଏ  । ଔଷଧରୁ ଉପକାର ପାଇବାପାଇଁ, ତା’ର ଠିକ୍ ପ୍ରୟୋଗ ଏକାନ୍ତ ଆବଶ୍ୟକ  ।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଧିକାଂଶ ଲୋକ, ଦରକାର ଅପେକ୍ଷା ଯଥେଷ୍ଟ ବେଶୀ ଔଷଧ ପାଇଁ ପରାମର୍ଶ ଦେଇଥାନ୍ତି-ଯାହାଦ୍ଵାରା ଅନେକଙ୍କର ଅଯଥା ରୋଗ ଓ ଏପରିକି ମୃତ୍ୟୁମଧ୍ୟ ହୋଇଥାଏ  ।

ଯେ କୌଣସି ଔଷଧ ବ୍ୟବହାର କରିବାଦ୍ଵାରା କିଛି ବା କିଛି ବିପଦ ଥାଏ  ।

କେତେକ ଔଷଧ ଆଉ କେତେକ ଔଷଧ ଅପେକ୍ଷା ଯଥେଷ୍ଟ ବେଶୀ ବିପଜ୍ଜନକ  । ଦୁର୍ଭାଗ୍ୟବଶତଃ, ଲୋକମାନେ କେତେକ ସାମାନ୍ୟ ରୋଗପାଇଁ ଅତି ବିପଜ୍ଜନକ ଔଷଧ ଦେବାଦ୍ଵାରା ପରିସ୍ଥିତି ଅଧିକ ଜଟିଳ ହୋଇଯାଏ  । ସାମାନ୍ୟ ଅସୁସ୍ଥତା ପାଇଁ କେବେ ବି ବିପଜ୍ଜନକ ଔଷଧ ବ୍ୟବହାର କରନ୍ତୁ  ନାହିଁ  ।

ଔଷଧ ବ୍ୟବହାରର ଉପାୟ

  1. ଦରକାରବେଳେ ହିଁ ଔଷଧ ବ୍ୟବହାର କରନ୍ତୁ  ।
  2. ଯେ କୌଣସି ଔଷଧ ବ୍ୟବହାର କରିବା ପାଇଁ ତାର ସଠିକ୍ ପ୍ରୟୋଗ ଓ ସତର୍କତା ଜାଣି ରଖନ୍ତୁ  ।
  3. ଉପଯୁକ୍ତ ମାତ୍ରାରେ ବ୍ୟବହାର କରନ୍ତୁ  ।
  4. ଯଦି ଔଷଧରୁ ଉପକାର ମିଳେନାହିଁ ବା ଏହାଦ୍ଵାରା କୌଣସି ଅସୁବିଧା ହୁଏ, ଏହାର ବ୍ୟବହାର ବନ୍ଦ କରିଦିଅନ୍ତୁ  ।
  5. ସନ୍ଦେହ ରହିଲେ ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ଗ୍ରହଣ କରନ୍ତୁ ।
  6. ସବୁବେଳେ ଔଷଧର ଦ୍ରବ୍ୟଗୁଣର ଶେଷ ସାୟ ବା ଏକ୍ସପାରୀ ଡେଟ୍ (ଯେଉଁ ତାରିଖ ପର୍ଯ୍ୟନ୍ତ ଔଷଧ ବ୍ୟବହାର କରାଯାଏ) ପ୍ରତି ଦୃଷ୍ଟି ଦିଅନ୍ତୁ  । ଦ୍ରବ୍ୟଗୁଣର ସେସ ତାରିଖ ପରେ ଔଷଧ ବ୍ୟବହାର କରିବାଦ୍ଵାରା ଉପକାର ଅପେକ୍ଷା ଅଧିକ ଅପକାର ହୁଏ  ।

ଟିପ୍ପଣୀ

କିଛି ଔଷଧ ନ ଦେଲେ ରୋଗୀମାନେ ସନ୍ତୁଷ୍ଟ ହେବେନାହିଁ ବୋଲି କେତେକ ସ୍ୱାସ୍ଥ୍ୟକର୍ମୀ ଓ ଅନେକ ଡାକ୍ତର ସମ୍ପୁର୍ଣ୍ଣ ଅଦରକାରୀ ଔଷଧ ଦେଇଥାନ୍ତି  । ତେଣୁ ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କୁ କେବଳ ଦରକାର ଥିଲେ ହିଁ ଔଷଧ ଦେବାକୁ କୁହନ୍ତୁ  । ଏହାଦ୍ଵାରା ଆପଣଙ୍କର ଅଯଥା ଖର୍ଚ୍ଚ ହେବ ନାହିଁ ଓ ସ୍ୱାସ୍ଥ୍ୟ ନିରାପଦ ରହିବ  ।

ଆବଶ୍ୟକତା ଓ ବ୍ୟବହାର ବିଷୟରେ ନିଶ୍ଚିତ ହୋଇ ଔଷଧ ବ୍ୟବହାର କରନ୍ତୁ  ।

ଔଷଧର ସମ୍ପୂର୍ଣ୍ଣ ବିପଜ୍ଜନକ ଅପବ୍ୟବହାର

ନିମ୍ନରେ ଆଡଗୁଣିକ ଔଷଧ ବ୍ୟବହାର କରିବା ସମୟରେ ଲୋକମାନେ ଯେଉଁସବୁ ସାଧାରଣ ଓ ବିପଜ୍ଜନକ ଭୁଲ କରନ୍ତି, ସେ ସବୁର ଏକ ଚିଠା ଦିଆଯାଇଛି  । ତଳଲିଖିତ ଔଷଧଗୁଡିକର ଅନୁପଯୁକ୍ତ ବ୍ୟବହାର ଯୋଗୁଁ ପ୍ରତିବର୍ଷ ଅନେକ ଲୋକମୃତ୍ୟୁମୁଖରେ ପଡନ୍ତି, ତେଣୁ ସାବଧାନ  ।

  1. କ୍ଲୋରମଫେନିକଲ (କ୍ଲୋରୋମାଇସେଟିନ)
  2. ଏହା ଏକ ମାରାତ୍ମକ ଔଷଧ ହୋଇଥିବାରୁ ଅତି ସାଧାରଣ ତରଳଝାଡା ଓ ଅନ୍ୟାନ୍ୟ ସାମାନ୍ୟ ଅସୁସ୍ଥତା ନିମନ୍ତେ ଏହାର ଜନପ୍ରିୟ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଟାଇଫଏଡ ପରି କେତେକ ଅତି ଗୁରୁତର ଅସୁସ୍ଥତା ପାଇଁ ହିଁ କେବଳ କ୍ଲୋରମଫେନିକଲ୍ ବ୍ୟବହାର କରନ୍ତୁ  । ନବଜାତ ଶିଶୁକୁ ଏହା ଆଦୌ ଦିଅନ୍ତୁ ନାହିଁ  ।

  3. ଅକ୍ସିଟୋସିନ(ପିଟୋସିନ), ପିଟ୍ୟୁଟ୍ରିନ ଓ ଏରଗୋନୋଭାଇନ(ଏରଗୋଗ୍ରେଟ)
  4. ଦୁର୍ଭାଗ୍ୟବଶତଃ କେତେକ ଧାଈ, ଛୁଆ ଓ ଶୀଘ୍ର ଜନ୍ମହେବାପାଇଁ ବା ପ୍ରସୂତି ଶକ୍ତି ଯୋଗାଇବା ନିମନ୍ତେ ବିଷଜାରଣଗତ ପଦାର୍ଥରୁ ତିଆରୁ ମା’ମାନଙ୍କୁ ପ୍ରସାବ ସମୟରେ ବ୍ୟବହାର କରିବାକୁ ଦେଇଥାନ୍ତି, ଏ ଅଭ୍ୟାସ ଖୁବ୍  ବିପଜ୍ଜନକ  । ଏହା ମା’ କିମ୍ବା ଛୁଆକୁ ମାରି ଦେଇପାରେ  । କେବଳ ଛୁଆ ଜନ୍ମ ହୋଇସାରିବା ପରେ ହିଁ ରକ୍ତସ୍ରାବ ନିୟନ୍ତ୍ରଣ କରିବାପାଇଁ ଏହି ଔଷଧ ବ୍ୟବହାର କରନ୍ତୁ  ।

  5. ଯେକୌଣସି ଔଷଧର ଇଞ୍ଜେକ୍ସନ
  6. ଖିଆଯାଉଥିବା ଔଷଧ ଅପେକ୍ଷା ଇଞ୍ଜେକ୍ସନ ଅଧିକ ଉପକାରୀ ବୋଲି ସାଧାରଣତଃ ଯେଉଁ ଧାରଣା ଅଛି, ତାହା ପ୍ରକୃତରେ ସତ୍ୟ ନୁହେଁ  । ଅନେକ କ୍ଷେତ୍ରରେ, ଖିଆଯାଉଥିବା ଔଷଧ, ଇଞ୍ଜେକ୍ସନ ପରି ବା ତା’ଠାରୁ ଅଧିକ ଉପଯୋଗୀ ହୋଇଥାଏ  । ଅଧିକାଂଶ ଔଷଧର ଇଞ୍ଜେକ୍ସନ ନେବା ଔଷଧ ଖାଇବା ଅପେକ୍ଷା ବିପଜ୍ଜନକ  । ଇଞ୍ଜେକ୍ସନ ବ୍ୟବହାର ସୀମିତ କରନ୍ତୁ  ।

  7. ପେନିସିଲିନ
  8. କେତେକ ନିର୍ଦ୍ଧିଷ୍ଟ ଧରଣର ସଂକ୍ରମଣ ବିରୁଦ୍ଧରେ ପେନିସିଲିନ୍ ଫଳପ୍ରଦ ହୁଏ  । ମକଚି ହୋଇଯିବା, ମାଡହୋଇ ରକ୍ତ ଜମିଯିବା କିମ୍ବା ଯେ କୌଣସି ପ୍ରକାରର ପୀଡା ହେବା ଅଥବା ଜ୍ଵରପାଇଁ ବାରମ୍ବାର ପେନିସିଲିନ୍ ବ୍ୟବହାର କରିବା ଏକ ବିରାଟ ଭୁଲ୍  । ସାଧାରଣତଃ ଖୁବ୍ ଆଘାତ ହୋଇ ରକ୍ତ ଜମି ଯାଇଥିଲେ ବି ଯଦି ଚର୍ମ ଛିଣ୍ଡି ନ ଥାଏ ତେବେ ସଂକ୍ରମିତ ହେବାର ଭୟ ଆଦୌ ନ ଥାଏ  । ତେଣୁ ସେଥିପାଇଁ ପେନିସିଲିନ୍ ବା ଅନ୍ୟ କୌଣସି ସଂକ୍ରମଣ ପ୍ରତିଷେଧକର ଆବଶ୍ୟକତା ନାହିଁ  । ପେନିସିଲିନ୍  ମଲମ ବା ପାଉଡର ବ୍ୟବହାର କରିବାଦ୍ଵାରା ଚର୍ମ ପେନିସିଲିନ୍ ପ୍ରତି ସମ୍ବେଦନଶୀଳ ହୋଇଯାଇପାରେ  ।

    କେତେକ ଲୋକଙ୍କ ପାଇଁ ପେନିସିଲିନ୍ ବିପଜ୍ଜନକ  । ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାର ବିପଦ ଜାଣି ସତର୍କତା ଅବଲମ୍ବନ କରିବା ଉଚିତ୍ ।

  9. କାନାମାଇସିନ ଓ ଜେଣ୍ଟାମାଇସିନ (ଗାରାମାଇସିନ)
  10. ଏହିସବୁ ଆଣ୍ଟିବାଇଓଟିକ୍ସ ପିଲାମାନଙ୍କୁ ଦେବାଦ୍ଵାରା ପିଲାମାନଙ୍କର ଶୁଣିବା ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ  । ପିଲା ଜୀବନ ସଙ୍କଟାପନ୍ନ ହେଲେ ଏହିସବୁ ଔଷଧ ବ୍ୟବହାର କରିବା ଉଚିତ୍ । ପିଲାମାନଙ୍କପାଇଁ ଆମ୍ପିସିଲିନ୍ ଉପଯୁକ୍ତ କାମ କରିଥାଏ  ଓ ପିଲାଙ୍କର କିଛି କ୍ଷତି ହୁଏ ନାହିଁ  ।

  11. ତରଳଝାଡା ବିରୋଧୀ ଔଷଧ (କ୍ଲିଓକୁଇନଲ, ଡିଆଇଡୋ ହାଇଡ୍ରୋକ୍ସିକୁଇନୋଲିନ୍, ହଲକୁଇନଲ୍, ବ୍ରୋକ୍ସିକୁଇନୋଲିନ : ବାଇଓଡୋକୁଇନ, ଏଣ୍ଟେରୋକୁଇନଲ, ଆମିକ୍ଲିନ, ଇତ୍ୟାଦି)
  12. ଆଗରୁ କ୍ଲିଓକୁଇନାଲ ତରଳଝାଡାରୁ ଭଲ ହେବାପାଇଁ ବ୍ୟବହାର କରାଯାଉଥିଲା  । କିନ୍ତୁ ଏବେ ଏହି ଔଷଧର ବ୍ୟବହାର ଅଧିକାଂଶ ଦେଶରେ ନିଷେଧ କରାଯାଇଛି  । ଏହି ଔଷଧ ବ୍ୟବହାର କରିବାଦ୍ଵାରା ପକ୍ଷାଘାତ, ଅନ୍ଧ ଓ ଏପରି କି ରୋଗୀ ମରିଯିବାର ସମ୍ଭାବନା ଥାଏ  ।

  13. କରଟିସୋନ୍ ଓ କରଟିକୋ ଷ୍ଟିରଏଡ (ପ୍ରେଡନିସୋଲୋନ୍ ଓ ଡେକ୍ସାମେଥାସୋନ୍)
  14. ଏହିସବୁ ଔଷଧ ଆଜ୍ମା, ଆଣ୍ଠୁଗଣ୍ଠିବାତ ଓ ଉଗ୍ର ଆଲର୍ଜି କ୍ଷେତ୍ରରେ ବ୍ୟବହାର କରାଯାଏ  କିନ୍ତୁ ଅଧିକାଂଶ ଦେଶରେ ଏହି ଶକ୍ତିବୋଧକ ଔଷଧ ସାମାନ୍ୟ ଯନ୍ତ୍ରଣା ପାଇଁ ଦିଆଯାଏ  କାରଣ ଏଥିରୁ ଶୀଘ୍ର ଉପକାର ମିଳିଥାଏ  । ଏହା ଆମର ଏକ ବିରାଟ ଭୁଲ୍  । ଏହାକୁ ବ୍ୟବହାର କରିବାଦ୍ଵାରା ବିଭିନ୍ନ ପ୍ରତିକ୍ରିୟା ଶରୀରରେ ଦେଖାଦେଇଥାଏ  । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦିଏ  । ଯକ୍ଷ୍ମା ପାକସ୍ଥଳୀ ଘା’, ହାଡରେ ପ୍ରଭୃତ କ୍ଷତି ପହଞ୍ଚାଇଥାଏ  ।

  15. ଆନାବୋଲିକ୍ ଷ୍ଟିରଏଡ (ନାନଡ୍ରୋଲୋନ ଡେକାନୋଟ, ଡ୍ୟୁରାବୋଲିନ୍, ଡେକାଡ୍ୟୁରାବୋଲିନ୍, ଓରାବୋଲିନ୍, ଷ୍ଟାଞ୍ଜୋଲଲ୍, ସିଟାବନ୍, ଅକ୍ସିମିଥୋଲୋନ, ଆନାପୋଲନ୍, ଏଥିଲଷ୍ଟ୍ରେନୋଲ, ଅରଗାନାବୋରୋଲ୍)
  16. ଏହି ଷ୍ଟିରଏଡ ପୁରୁଷ ହରମୋନ୍ ରୁ ପ୍ରସ୍ତୁତ କରାଯାଏ ଏବଂ ପିଲାମାନଙ୍କର ଶକ୍ତି ବୃଦ୍ଧିପାଇଁ ଏହାକାଉ ଟନିକ୍ ରେ ମିଶାଇ ପିଲାମାନଙ୍କୁ ଦିଆଯାଇଥାଏ  । ଯଦିଓ ପ୍ରାଥମିକ ପର୍ଯ୍ୟାୟରେ ଏହା ଭଲ କାମ କରିଥାଏ, ପରେ ପିଲାର କ୍ଷତି ହୋଇଥାଏ  । ଏହି ଔଷଧ ସେବନ କରିବାଦ୍ଵାରା ବିପଦଜନକ ପ୍ରତିକ୍ରିୟା ଦେଖାଦିଏ  । ଝିଅମାନଙ୍କର ମୁହଁରେ ବାଳଉଠେ  । ଏହିଭଳି ଔଷଧ ପିଲାମାନଙ୍କୁ ଦେବା ଉଚିତ୍ ନୁହେଁ  । ଏହା ବଦଳରେ ପିଲାମାନଙ୍କୁ ପୁଷ୍ଟିକାରକ ଖାଦ୍ୟ ପ୍ରଚୁର ଦେବା ଉଚିତ୍  ।

  17. ଆଣ୍ଠୁଗଣ୍ଠି ବାତ ଔଷଧ (ବୁଟାଜୋନ୍: ଅକ୍ସିଫେନବୁଟାଜୋନ୍, ଆମିଡୋଜୋନ୍, ଏବଂ ଫେନିଲବୁଟାଜୋନ୍, ବୁଟାଜୋଲିଡିନ୍)
  18. ଆଣ୍ଠୁଗଣ୍ଠିବାତରେ ଏହି ଔଷଧ ବହୁତ ବିପଦଜନକ ପ୍ରତିକ୍ରିୟା ସୃଷ୍ଟି କରେ  । ବେଳେବେଳେ ରକ୍ତରେ ବିଭିନ୍ନ ରୋଗ ଦେଖାଦିଏ  । ପାକସ୍ଥଳୀ, ଯକୃତ, ବୃକ୍କ ନଷ୍ଟ କରିଦିଏ  । ଆଣ୍ଠୁଗଣ୍ଠିବାତ ପାଇଁ ଆସ୍ପିରିନ ଓ ଆଇବୁ ପ୍ରୁଫେନ ଅଧିକ ନିରାପଦ ଓ ଶସ୍ତା ଅଟେ  । ଜ୍ଵର ଓ ଯନ୍ତ୍ରଣା ପାଇଁ ଏସିଟାମିନୋଫେନ୍ ବ୍ୟବହାର କରାଯାଇପାରେ  ।

  19. ଭିଟାମିନ୍ ବି ଓ ଲିଭର ଏକ୍ସାଟ୍ରାକଟ
  20. କଦବା କ୍ଵଚିତ ଅବସ୍ଥାକୁ ଛାଡିଦେଲେ ‘ରକ୍ତହୀନତା ଓ ଦୁର୍ବଳତା’ ପାଇଁ ଏହି ଔଷଧ ଆଦୌ ଉପଯୋଗୀ ନୁହେଁ  ।ଏହାକୁ ଇଞ୍ଜେକ୍ସନଦ୍ଵାରା ଦେବାବେଳେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ବିପଦ ରହିଛି  । ରକ୍ତ ପରୀକ୍ଷା କରି ଜଣେ ସ୍ୱାସ୍ଥ୍ୟକର୍ମୀ ଯଦି ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି, ତେବେ ହିଁ କେବଳ ଏହାକୁ ବ୍ୟବହାର କରନ୍ତୁ  । ପ୍ରାୟ ପ୍ରତ୍ୟକ ରକ୍ତହୀନତା ସମସ୍ୟା ପାଇଁ ଲୌହ ବଟିକା ଯଥେଷ୍ଟ ଉପଯୋଗୀ  ।

  21. ଅନ୍ୟାନ୍ୟ ଭିଟାମିନ୍
  22. ସାଧାରଣତଃ ଭିଟାମିନ୍ କୁ ଇଞ୍ଜେକ୍ସନ ମାଧ୍ୟମରେ ଦେବା ଉଚିତ୍ ନୁହେଁ  । ଇଞ୍ଜେକ୍ସନ ଅଧିକ ବିପଦପୂର୍ଣ୍ଣ  । ଏହା ବଟିକା ତୁଳନାରେ ସେତେଟା ଫଳପ୍ରଦ ନୁହେଁ  ।

    ଦୁର୍ଭାଗ୍ୟବଶତଃ, ଅନେକ ଲୋକ, ସିରପ୍ ଓ ଟନିକ୍ ପାଇଁ ଅଯଥା ପଇସା ଖର୍ଚ୍ଚ କରିଥାନ୍ତି  । ଏଗୁଡିକରେ ଅତି ଦରକାରୀ ଖାଦ୍ୟପ୍ରାଣ ନ ଥାଏ  । ଏ ସବୁଥିରେ ଖାଦ୍ୟପ୍ରାଣ ଥିଲେ ବି ଅଧିକ ଭଲ ଖାଦ୍ୟ ଖାଇବା ବୁଦ୍ଧିମାନର କାର୍ଯ୍ୟ ହେବ  । ଶରୀରର ଗଠନ ଓ ସୁରକ୍ଷାପାଇଁ ବିନ୍, ପନିପରିବା, ଫଳ, ଅଣ୍ଡା, ଓ ମାଛ ଇତ୍ୟାଦି ଖାଦ୍ୟରେ ଯଥେଷ୍ଟ ଖାଦ୍ୟପ୍ରାଣ ଓ ପୁଷ୍ଟିକାରକ ଉପାଦାନ ଥାଏ  । ଜଣେ ପତଳା ଓ ଦୁର୍ବଳ ଲୋକକୁ ଲଗାୟତ ଭାବେ ଭଲଖାଦ୍ୟ ଖାଇବାକୁ ଦେଲେ, ତାହା ଖାଦ୍ୟପ୍ରାଣ ଓ ଖଣିଜପଦାର୍ଥ ଅନୁପୂରକ ଅପେକ୍ଷା ଯଥେଷ୍ଟ ବେଶୀ ସାହାଯ୍ୟ କରେ  ।

    ଯେଉଁ ଲୋକ ଭଲଖାଦ୍ୟ ଖାଏ, ତା ପାଇଁ ଅତିରିକ୍ତ ଖାଦ୍ୟପ୍ରାଣ ଦରକାର ହୁଏନାହିଁ  ।

  23. ସଂଯୁକ୍ତ ଔଷଧ
  24. ବେଳେବେଳେ ଗୋଟିଏ ବଟିକା ବା ଗୋଟିଏ ଟନିକ୍ ରେ ଏକରୁ ଅଧିକ ଔଷଧ ମିଶିକରି ଥାଏ  । ସାଧାରଣତଃ ଏହା ସେତେଟା ଫଳପ୍ରଦ ନୁହେଁ ଓ ଖର୍ଚ୍ଚ ହୁଏ  । ଏହା ଲାଭ କରିବା ପରିବର୍ତ୍ତେ ଅଧିକ କ୍ଷତି କରିଥାଏ  ।

    କେତେକ ସଂଯୁକ୍ତ ଔଷଧ ଯାହାକୁ ବର୍ଜନ କରାଯିବା ଉଚିତ୍  ।

    • କଫ ଔଷଧ  ଯେଉଁଥିରେ କଫ ଓ ନାଳ ଭଲ କରିବାପାଇଁ
    • ଆଣ୍ଟିବାଇଓଟିକ୍   ତରଳଝାଡା ବିରୋଧୀ ଔଷଧର୍ରେ ମିଶିଥାଏ
    • ଆଣ୍ଟାସିଡ୍   ଯାହା ପାକସ୍ଥଳୀ ଘା’ର ଚିକିତ୍ସା ପାଇଁ ମିଶାଇ ଦିଆଯାଏ
    • ଦୁଇ ବା ଅଧିକ ଔଷଧ (ଆସ୍ପିରିନ ସହିତ ଏସିଟାମିନୋଫେନ୍ – ବେଳେବେଳେ କାଫିନ୍ ସହିତ – କୋଡିନ୍ ସହିତ ଆସ୍ପିରିନ)
  25. କ୍ୟାଲସିୟମ
  26. ଶିରାରେ କ୍ୟାଲସିୟମ ଇଞ୍ଜେକ୍ସନ ନେବା ଅତ୍ୟନ୍ତ ବିପଦଜନକ  । ଖୁବ୍ ଧୀରେ ଧୀରେ ଦିଆ ନ ଗଲେ, ଏହା ଖୁବ୍ର ଶୀଘ୍ର ଜଣକୁ ମାରିଦିଏ  । ପିଚାରେ କ୍ୟାଲସିୟମ ଇଞ୍ଜେକ୍ସନ ଦେବାଦ୍ଵାରା ସାଘାଂତିକ ବଥ ହୋଇଥାଏ  ।

    କ୍ୟାଲସିୟମ ଇଞ୍ଜେକ୍ସନ ମାଧ୍ୟମରେ ଦିଅନ୍ତୁ ନାହିଁ  ।

    ଯଥେଷ୍ଟ ପରିମାଣରେ କ୍ୟାଲସିୟମ ଯୁକ୍ତ ଖାଦ୍ୟପଦାର୍ଥ ଯଥା, ସବୁଜପାତ୍ରଯୁକ୍ତ ପନିପରିବା, ଟାପିଓକା, ଦୁଧ, ଛେନା ଇତ୍ୟାଦି ଖାଇବା ବରଂ ଭଲ   ।

  27. ଶିରା ମାଧ୍ୟମରେ ଖାଦ୍ୟ ଦେବା (ଇଣ୍ଟ୍ରାଭେନସ୍ ବା ‘ଆଇ.ଭି.’ ସଲ୍ୟୁସନ୍ସ)
  28. କେତେକ ଅଞ୍ଚଳର ରକ୍ତହୀନତା ଭୋଗୁଥିବା ଓ ବହୁତ ଦୁର୍ବଳ ହୋଇଯାଇଥିବା ଲୋକ ଶିରା ମାଧ୍ୟମରେ ମାତ୍ର ଗୋଟିଏ ଲିଟର ଖାଦ୍ୟ ଖାଇବାକୁ ସେମାନଙ୍କର ଶେଷ ସମ୍ବଳ ମଧ୍ୟ ଖର୍ଚ୍ଚ କରିଦିଅନ୍ତି  । ଏହାଦ୍ଵାରା ସେମାନେ ଶକ୍ତିବାନ୍ ହେବେ ଓ ସେମାନଙ୍କର ପ୍ରଚୁର ରକ୍ତ ହେବ ବୋଲି ସେମାନଙ୍କର ଧାରଣା ଥାଏ  । କିନ୍ତୁ ଏହି ଧାରଣା ଭୁଲ୍  ।

    ଶିରାରେ ଦିଆଯାଉଥିବା ଦ୍ରବଣ ଚିନି ବ ଲୁଣ ମିଶ୍ରିତ ବିଶୁଦ୍ଧ ଜଳ ଛଡା ଆଉକିଛି ନୁହେଁ  । ଗୋଟିଏ ବଡ ମିଠାଇଠାରୁ ବି କମ୍ ଶକ୍ତି ଏଥିରୁ ମିଳିଥାଏ  । ଏହା ରକ୍ତହୀନତାର ଉପଶମ କରାଏ ନାହିଁ କିମ୍ବା ଦୁର୍ବଳକୁ ସବଳ କରିଦିଏ ନାହିଁ  ।

    ଉପଯୁକ୍ତ ତାଲିମ୍ ପାଇ ନ ଥିବା କୌଣସି ବ୍ୟକ୍ତି ଯଦି ଶିରାରେ ଏହି ଦ୍ରବଣ ଦିଅନ୍ତି, ତେବେ ରକ୍ତ ସଂକ୍ରମିତ ହେବାର ଭୟ ରହିଛି  । ଏହାଦ୍ଵାରା ରୋଗୀ ମରିଯାଇପାରେ  ।

    ପାଟିଦ୍ଵାରା କିଛି ଖାଇପାରୁ ନ ଥିଲେ ବା ଶରୀରରେ ଜଳୀୟ ଅଂଶର ଭୀଷଣ ଅଭାବ ଦେଖାଦେଇଥିଲେ, ଶିରା ମଧ୍ୟ ଦେଇ ଦ୍ରବଣ ପ୍ରୟୋଗ କରାଯିବା ଉଚିତ୍  ।

    କେବଳ ଜଣେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଏହି ଦ୍ରବଣ ପ୍ରୟୋଗ କରିବା ଉଚିତ୍  ।

    ରୋଗୀ ଯଦି ଢୋକିପାରୁଥାନ୍ତି, ତେବେ ତାଙ୍କୁ ଗୋଟିଏ ଲିଟର ପାଣିରେ କିଛି ଚିନି ଏମ ଲୁଣ ମିଶାଇ ପିଇବାକୁ ଦିଅନ୍ତୁ  ।

    ଖାଇବାପାଇଁ ସକ୍ଷମ ଲୋକଙ୍କପାଇଁ, ଯେକୌଣସି ଇଣ୍ଟ୍ରାଭେନ୍ସ ଦ୍ରବଣ ଅପେକ୍ଷା, ପୁଷ୍ଟିକାରକ ଖାଦ୍ୟ ଅଧିକ ଶକ୍ତି ଯୋଗାଇଥାଏ  ।

  29. ବିରେଚକ ଏବଂ ପେଟସଫା
  30. ଅତି ଦୁର୍ବଳ ହୋଇଯାଇଥିବା, ଦେହରେ ଜଳୀୟଅଂଶ କମିଯାଇଥିବା ବା ପେଟରେ ଭୀଷଣ କଷ୍ଟ ହେଉଥିବା ଶିଶୁ ବା ଅନ୍ୟ ଯେ କୌଣସି ଲୋକର ବିରେଚକ ଓ ପେଟ ସଫାକରାଇବା ସବୁବେଳେ ବିପଦଜନକ  । ଦୁର୍ଭାଗ୍ୟବଶତଃ, ଲୋକମାନେ, ପେଟ ସଫା କରାଇଦେଲେ ସେମାନଙ୍କର ସ୍ୱାସ୍ଥ୍ୟ ଫେରିଆସିବ ଓ ଦେହରୁ ଖରାପ ପଦାର୍ଥ ସବୁ ବାହାରିଯିବ ବୋଲି ବିଶ୍ଵାସ କରନ୍ତି  । ପେଟ ସଫା ବା ଶକ୍ତି ବିରେଚକ କରିବାଦ୍ଵାରା ହିତ ଅପେକ୍ଷା ଅଧିକ କ୍ଷତି ହୋଇଥାଏ ବୋଲି ପୂର୍ବରୁ ଆଲୋଚନା କରାଯାଇଛି   ।

ଔଷଧ ଖାଉଥିବାବେଳେ କେଉଁ ଖାଦ୍ୟ ଖାଇବେ

ଔଷଧ ଖାଉଥିବାବେଳେ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟ, ଯଥା : ବାଇଗଣ, ତମାଟୋ, ଦହି, କମଳା, ପିଜୁଳି, ଅଣ୍ଡା, ମାଂସ ଓ ତେଲ ଇତ୍ୟାଦି ଖାଇବା  ଉଚିତ୍ ନୁହେଁ ବୋଲି ଅନେକ ଲୋକ ବିଶ୍ଵାସ କରିଥାନ୍ତି, ସେମାନେ ଭାବନ୍ତି ଏସବୁ ଖାଦ୍ୟ ସହିତ ଯେ କୌଣସି ଔଷଧ ଖାଇଲେ ତାହା ତାଙ୍କର କ୍ଷତି କରିବ  । କିନ୍ତୁ ଏହା ସତ୍ୟ ନୁହେଁ, ଏସବୁ ଖାଦ୍ୟ ଖାଇବାଦ୍ଵାରା ଔଷଧର କାର୍ଯ୍ୟ କାରିତା ଗୁଣ ନଷ୍ଟ ହୁଏ ନାହିଁ  । କିନ୍ତୁ କେତେକ ରୋଗରେ, ଦେହ ସହିପାରୁ ନ ଥିବା କେତେକ ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇବାଦ୍ଵାରା, ଗୁରୁତର ହୋଇଥାଏ  । ଔଷଧ ଖାଅବା ନ ଖାଅ, ଏହିସବୁ ରୋଗରେ, କେତେକ ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇବାଦ୍ଵାରା ଅବସ୍ଥା ଗୁରୁତର ହୋଇଥାଏ  । ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ କେତେକ ନିର୍ଦ୍ଧିଷ୍ଟ ଔଷଧ ମଧ୍ୟ ହାନିକାରକ  ହୋଇଥାଏ  ।

କେଉଁ ସମୟରେ ଔଷଧ ଖାଇବା ଉଚିତ୍ ନୁହେଁ

କେତେକ ପରିସ୍ଥିତିରେ କେତେକ ନିର୍ଦ୍ଧିଷ୍ଟ ଔଷଧ ନ ଖାଇବା ଭଲ :

  1. ଅନ୍ତଃସତ୍ତ୍ଵା ଥିବା କିମ୍ବା ସ୍ତନ୍ୟପାନ କରୁଉଥିବା  ସ୍ତ୍ରୀ ଲୋକ ଆଦୌ ଅଦରକାରୀ ଔଷଧ ଖାଇବା ଉଚିତ୍ ନୁହେଁ  । (ଖାଦ୍ୟପ୍ରାଣ କିମ୍ବା ଲୌହ ବଟିକା ନିର୍ଭୟରେ ଖାଇପାରିବେ)  ।
  2. ନବଜାତ ଶିଶୁଙ୍କୁ ଔଷଧ ଦେବାବେଳେ ସତର୍କତା ଅବଲମ୍ବନ କରନ୍ତୁ  । ଯଦି ସମ୍ଭବ ସେମାନଙ୍କୁ ଔଷଧଦେବା ପୂର୍ବରୁ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ  । ଅତ୍ୟଧିକ ଔଷଧ ଆଦୌ ଦିଅନ୍ତୁ ନାହିଁ   ।
  3. ଧରନ୍ତୁ, ଜଣେ ଲୋକକୁ ପେନିସିଲିନ୍, ଆମ୍ପିସିଲିନ୍, ସଲଫୋନାମାଇଡ୍ ବା ଅନ୍ୟ କୌଣସି ଔଷଧ ବ୍ୟବହାର କରିବାକୁ ଦେବାଦ୍ଵାରା କେବେ ଅତୀତରେ ଲୋକଟିର ଦେହରେ ଅନୁର୍ଜତା  ଦେଖାଦେଇ, ଦେହ କୁଣ୍ଡେଇ ହୋଇ ଫଳିଫଳି ଯାଇଥିଲା । ସେପରି ଲୋକକୁ ଏସବୁ ଔଷଧ ଜୀବନରେ କେବେହେଲେ ଦ୍ଵିତୀୟ ଥର ପାଇଁ ଦିଅନ୍ତୁ  ନାହିଁ  ।
  4. ପାକସ୍ଥଳୀ ଘା’ ଓ ହୃଦ୍ ପ୍ରଦାହ ଥିବା ବ୍ୟକ୍ତି ଆସ୍ପିରିନ ଔଷଧ ଔଷଧ ଖାଇବା ଉଚିତ୍ ନୁହେଁ  । ଅଧିକାଂଶ କଷ୍ଟ ନିବାରକ ଓ ଷ୍ଟିରଏଡ ବିପଦ ସୃଷ୍ଟି କରିଥାଏ  । କେବଳ ଏସିଟାମିନୋଫେନ ବ୍ୟବହାର କରିବା ଦ୍ଵାରା କିଛି ପ୍ରତିକ୍ରିୟା ହୋଇ ନ ଥାଏ  ।
  5. କେତେକ ରୋଗପାଇଁ କେତେକ ନିର୍ଦ୍ଧିଷ୍ଟ ଔଷଧ ଅତ୍ୟନ୍ତ ବିପଦପୂର୍ଣ୍ଣ  । ଉଦାହରଣସ୍ୱରୂପ, ଯକୃତ ସଂକ୍ରମଣ ବା ହେପାଟାଇଟିସ  ରୋଗୀର ଚିକିତ୍ସାପାଇଁ କୌଣସି ପ୍ରତିରୋଧକ ବା ତେଜୀୟାନ ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ, କାରଣ ଏହାଦ୍ଵାରା ଯକୃତକୁ ନଷ୍ଟ କରିଦେବା ସହିତ ଦେହକୁ ବିଷାକ୍ତ କରିଦେବାର ସମ୍ଭାବନା ରହିଛି  ।
  6. ଦେହରୁ ଜଳୀୟ ଅଂଶ କମିଯିବା ବା ବୃକକ ଜନିତ ଭୋଗ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଔଷଧ ପ୍ରୟୋଗ କରିବାପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍  । ଠିକ୍ ରୂପେ ପରିସ୍ରା ନ ହେଉଥିବା ବ୍ୟକ୍ତିକୁ ଗୋଟିଏ ପାନରୁ ଅଧିକ ଔଷଧ ଦିଆଗଲେ ତାହା ଶରୀରକୁ ବିଷାକ୍ତ କରି ଦେଇପାରେ ଉଦାହରଣ ସ୍ୱରୂପ : ଯଦି କୌଣସି ପିଲାକୁ ପ୍ରବଳ ଜ୍ଵର ହୋଇଥାଏ ଓ ଟା’ ଦେହର ଜଳୀୟଅଂଶ କମିଯାଇଥାଏ, ତେବେ ପରିସ୍ରା ନ କରିବା ପର୍ଯ୍ୟନ୍ତ ତାକୁ ଗୋଟିଏ ପାନରୁ ଅଧିକ ଆସ୍ପିରିନ ଦିଅନ୍ତୁ ନାହିଁ, ଶରୀରରେ ଜଳୀୟଅଂଶ କମିଯାଇ ରୋଗ ଭୋଗୁଥିବା ବ୍ୟକ୍ତିଙ୍କୁ କେବେବି ସଲଫା ଦିଅନ୍ତୁ ନାହିଁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

3.375
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top