অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟ

ଦେଖିବାରେ ଅସୁବିଧା

୪୦ ବର୍ଷ ବୟସ ପରେ ବହୁ ଲୋକ ନିକଟବର୍ତ୍ତୀ ଜିନିଷମାନଙ୍କୁ ଦେଖିବାରେ ଅସୁବିଧା ଅନୁଭବ କରିଥାନ୍ତି   । ସେମାନେ ପାଖ ଜିନିଷ ଦେଖି ପାରନ୍ତି  ନାହିଁ   । ଏଥିପାଇଁ ବହୁ ସମୟରେ ଚଷମା ସାହାଯ୍ୟ କରିଥାଏ   ।

୪୦ ବର୍ଷ ବୟସ ପରେ ପ୍ରତ୍ୟକ ଲୋକ ଚକ୍ଷୁ ବ୍ୟାଧିର  ଲକ୍ଷଣମାନଙ୍କ ପ୍ରତି ସତର୍କ ରହିବା ଦରକାର, କାରଣ ଏହାର ଉପଯୁକ୍ତ ଚିକିତ୍ସା ନ କଲେ ଏହା ଅନ୍ଧ କରି ଦେଇଥାଏ   । ଯେ କୌଣସି ଲୋକଙ୍କଠାରେ ଗ୍ଲୁକୋମାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଖାନାର ସାହାଯ୍ୟ ନେବା ଉଚିତ୍  ।

ମୋତିଆ ବିନ୍ଦୁ ଓ ଚକ୍ଷୁ ସାମ୍ନାରେ ମାଛି ଉଡିବା (ଛୋଟ ଛୋଟ କଳା ଦାଗ ଆଖି ଆଗରେ ଦେଖା ଦେବା  । ଆଦି ବୃଦ୍ଧମାନଙ୍କର ସାଧାରଣ ସମସ୍ୟା ଅଟେ   । ଗୋଟିଏ ଛୋଟ ଅସ୍ତ୍ରୋପ୍ରଚାରଦ୍ଵାରା ମୋତିଆ ବିନ୍ଦୁକୁ ଠିକ୍ କରାଯାଇପାରେ   ।

ଦୁର୍ବଳତା, ଥକ୍କା ଲାଗିବା ଓ ଖାଇବା ଅଭ୍ୟାସ

ଏହା ଜଣାଶୁଣା ଯେ ଜଣେ ବ୍ୟକ୍ତି ବୁଢା ହୋଇଗଲେ ତାଙ୍କର ଯୁବକ ସମୟର ବଳ ଓ ଶକ୍ତି ରହେ ନାହିଁ, କିନ୍ତୁ ସେ ଯଦି ଠିକ୍ ରୂପେ ଖିଆ ପିଆ ନ କରନ୍ତି  ତେବେ ଆହୁରି  ଅଧିକ ଦୁର୍ବଳ ହୋଇଯିବେ   । ଯଦିଓ ବହୁ ସମୟରେ ବୁଢା ବୁଢୀମାନେ ଅଧିକ ଖାଦ୍ୟ ଖାଇ ନ ପାରନ୍ତି ତଥାପି ସେମାନେ ପ୍ରତିଦିନ କିଛି କିଛି ଶରୀର ବର୍ଦ୍ଧକ ତଥା ସୁରକ୍ଷାତ୍ମକ ଖାଦ୍ୟ ଖାଇବା ଉଚିତ୍  ।

ସ୍ମରଣ ଶକ୍ତି ନଷ୍ଟ ଏବଂ ଅଦ୍ଭୁଦ ବ୍ୟବହାର

ବୃଦ୍ଧା ବା ବୃଦ୍ଧ ସାଧାରଣରେ ସେମାନଙ୍କର  ସ୍ମରଣ ଶକ୍ତି ହରାଇଥାନ୍ତି ଓ ସମୟ ସମୟରେ ଅଦ୍ଭୁତ ବ୍ୟବହାର ପ୍ରଦର୍ଶନ କରିଥାନ୍ତି,  ଏଥିପାଇଁ  କୌଣସି ଔଷଧ ନାହିଁ   । କିନ୍ତୁ ଉପଯୁକ୍ତ ଖାଦ୍ୟ, ପରିବାରର ଯତ୍ନ, ସ୍ନେହ, ଦୟା ଏବଂ ଧୌର୍ଯ୍ୟ ଏମାନଙ୍କ ଅବସ୍ଥାର ଉନ୍ନତି ଆଣିପାରିବ  । ଅଧିକାଂଶ ବୃଦ୍ଧ ବା ବୃଦ୍ଧାଙ୍କର ଦେହର ଚର୍ମ ଶୁଖିଯାଏ  ବା ଭାଙ୍ଗ ଭାଙ୍ଗ ହୋଇଯାଏ  ଏବଂ ଶୀଘ୍ର ତାଙ୍କର ମାନସିକ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜି ଥାଏ  । ଏହା କୁପୋଷଣ ଯୋଗୁଁ ହୋଇଥାଏ   । ଏଣୁ ସନ୍ତୁଳିତ ଖାଦ୍ୟ ଏହାର ଉପଯୁକ୍ତ ମୁକାବିଲା କରିପାରିବ  ।

ପାଦଫୁଲା

ଅନେକ ରୋଗ ଯୋଗୁଁ ଏହା ହୋଇଥାଏ  । କିନ୍ତୁ ବୃଦ୍ଧମାନଙ୍କର ପାଦଫୁଲା ସାଧାରଣତଃ ଅନୁପଯୁକ୍ତ ରକ୍ତ ସଞ୍ଚଳନ ଓ ହୃତପିଣ୍ଡ ସମସ୍ୟା ଯୋଗୁଁ ଦେଖା ଦେଇଥାଏ  । ଯେଉଁ କାରଣରୁ ହୋଇଥାଉନା କାହିଁକି ପାଦ ଉପରକୁ ଟେକି  ରଖିବା ହେଉଛି ସାର୍ବୋତ୍କୃଷ୍ଟ ଚିକିତ୍ସା  ।

ଚାଲିବା ଦ୍ଵାରା ମଧ୍ୟ କିଛି ଉପକାର ମିଳିଥାଏ  । କିନ୍ତୁ ବହୁ ସମୟ ଠିଆ ହୋଇ ବା ପାଦ ତଳକୁ ରଖି ବସନ୍ତୁ ନାହିଁ  । ଯେତେବେଳେ ସମ୍ଭବ ହେଉଛି ପାଦ ଉପରକୁ ଟେକି ରଖନ୍ତୁ   ।

ପାଦ ଓ ଗୋଡରେ ଦୀର୍ଘକାଳୀନ ଘା’

ଅନୁପଯୁକ୍ତ ରକ୍ତ ସଞ୍ଚାଳନ ଯୋଗୁଁ ନାଗରା ଶିରା ଫୁଲିଯିବା ଫଳରେ ଏହା ସୃଷ୍ଟି ହୋଇଥାଏ   । ବେଳେବେଳେ ମଧୁମେହ ରୋଗ ଏହାର କାରଣ ହୋଇଥାଏ ଅନ୍ୟାନ୍ୟ ସମ୍ଭାବିତ କାରଣ ପାଇଁ ଘରୋଇ ଚିକିତ୍ସା ଦେଖନ୍ତୁ   ।

ଅନୁପଯୁକ୍ତ ରକ୍ତ ସଞ୍ଚାଳନ ଯୋଗୁଁ ସୃଷ୍ଟି ହୋଇଥିବା ଘା’ ଖୁବ୍ ଧୀରେ ଧୀରେ ଶୁଖେ  ।

ଘା’କୁ ସବୁବେଳେ ପରିଷ୍କାର ରଖନ୍ତୁ  । ନରମ ସାବୁନ ତଥା ଫୁଟନ୍ତା ପାଣି ଥଣ୍ଡା କରି ଏହାକୁ ଧୁଅନ୍ତୁ ଓ ଘା’ ଉପରେ ପଡୁଥିବା ପଟିକୁ ବାରମ୍ବାର ବଦଳାନ୍ତୁ   ।

ବସିଥିବା ବା ଶୋଇଥିବା  ବେଳେ ପାଦକୁ ଉପରକୁ ଟେକି ରଖନ୍ତୁ   ।

ପରିସ୍ରା  କରିବାରେ କଷ୍ଟ ଅନୁଭବ କରିବା

ଯେଉଁ ବୁଢା ଲୋକଙ୍କର ପରିସ୍ରା କଲାବେଳେ କଷ୍ଟ ହୁଏ ଓ ମୂତ୍ର ବୁନ୍ଦା ବୁନ୍ଦା ହୋଇ କାଟି କାଟି ହୋଇ ପଡେ ତାଙ୍କୁ ପ୍ରୋଷ୍ଟେଟ ଗ୍ରନ୍ଥୀ ଫୁଲା ରୋଗ ସମ୍ଭବତଃ  ହୋଇଥାଏ   ।

ଦୀର୍ଘକାଳୀନ କାଶ

ଯେଉଁ ବୃଦ୍ଧ ଲୋକମାନଙ୍କର ଧଇଁ କାଶ ହେଉଅଛି ସେମାନେ ଧୂମପାନ କରିବା ଉଚିତ୍ ନୁହେଁ  ଓ ଡାକ୍ତରଖାନାର  ସାହାଯ୍ୟ ନେବା ଉଚିତ୍  । ଯଦି ପିଲାବେଳେ ତାଙ୍କର ଯକ୍ଷ୍ମା ରୋଗର  ଲକ୍ଷଣ ଦେଖା ଦେଇଥାଏ  ବା ପୂର୍ବରୁ କେବେ କାଶରେ ରକ୍ତ ପଡିଥାଏ, ତେବେ ହୁଏତ ତାଙ୍କୁ ଯକ୍ଷ୍ମା ହୋଇ ଥାଇପାରେ   ।

ଯଦି ଲୋକ ଜଣକ ଅଧିକ ଧୂମପାନ କରୁଥାନ୍ତି  ଓ କାଶିଲାବେଳେ ରକ୍ତ ପଡୁଥାଏ ତେବେ ତାଙ୍କର ଫୁସୁଫୁସ୍ ରେ କ୍ୟାନସର ହୋଇଥାଇପାରେ   ।

ବୁଢା ଲୋକ ଜଣକ କାଶିଲା ବେଳେ ଖୁବ୍  ଜୋରରେ ପେଲି ହେଉଥିଲେ ଓ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲେ  କିମ୍ବା ତାଙ୍କର ପାଦ ଫୁଲି ଯାଉଥିଲେ ହୃଦରୋଗ ହୋଇଥାଇପାରେ   ।

ଗଣ୍ଠି ଦରଜ ବା ଗଣ୍ଠି ବାତ

ଅଧିକାଂଶ ବୁଢା ବୁଢୀଙ୍କର ଗଣ୍ଠି ବିନ୍ଧା ରୋଗ ଥାଏ   । ଗଣ୍ଠି ବିନ୍ଧା କବଳରୁ ଆରାମ ପାଇବା ଲାଗି   ।

  • ଯେଉଁ ଗଣ୍ଠି ଦରଜ ହେଉଛି ବା ବିନ୍ଧୁଛି  ତାକୁ ଆରାମ ଦିଅନ୍ତୁ   ।
  • ଗରମ ପାଣି ସେକ ଦିଅନ୍ତୁ   ।
  • ବିନ୍ଧା କମାଇବା ପାଇଁ ଔଷଧ ଖାଆନ୍ତୁ   । ଏଥିପାଇଁ ଆସ୍ପିରିନ ଶ୍ରେଷ୍ଠ ଅଟେ ଭୟଙ୍କର ଗଣ୍ଠି ବିନ୍ଧା ପାଇଁ ଥରକୁ ୨/୩ କରି ଗୋଟିଏ ଦିନରେ ୬ ଥର ପର୍ଯ୍ୟନ୍ତ ଆସ୍ପିରିନ  ବଟିକା, ବାଇକାର୍ବୋନେଟ ସୋଡା, କ୍ଷୀର ବା ପ୍ରଚୁର ପାଣି ସହିତ ଖାଆନ୍ତୁ, (କାନ ଝାଇଁ ଝାଇଁ କଲେ ଏହି ବଟିକା ଖାଇବା କମାଇ ଦିଅନ୍ତୁ ) ।
  • ବ୍ୟାୟାମ କଲେ ବହୁତ ଉପକାର ମିଳିଥାଏ  କାରଣ ବ୍ୟାୟାମଦ୍ଵାରା ବିନ୍ଧୁଥିବା ଗଣ୍ଠି ଚଳପ୍ରଚଳ ହୋଇଥାଏ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate