ହୋମ / ସ୍ଵାସ୍ଥ୍ୟ / ଯେଉଁଠି ଡାକ୍ତର ନାହାଁନ୍ତି / ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜାଣିବା କଥା / ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜାଣିବା କଥା (ବିଭାଗ -୩)
ସେଆର କରନ୍ତୁ

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜାଣିବା କଥା (ବିଭାଗ -୩)

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜାଣିବା କଥା (ବିଭାଗ -୨) ସୂଚନା ।

ଶିକ୍ଷା ଦେବାର ସରଞ୍ଜାମ

ନରମ ପଶମ କନାର ଚିତ୍ର ( flannel graph)

ଗୋଟିଏ ଦଳ ସହିତ କଥାବାର୍ତ୍ତା ହେବାରେ ଖୁବ୍ ଉପଯୋଗୀ ହୋଇଥାଏ, କାରଣ ଏଥିରୁ ଆପଣ ନୂଆ ନୂଆ ଚିତ୍ର ତିଆରି କରିପାରିବେ । ଗୋଟିଏ ବର୍ଗୀକାର କାର୍ଡ – ବୋର୍ଡ ଉପରେ ଏକ ପଶମ କଣା ଘୋଡାଇ ଦିଅନ୍ତୁ । ତା’ ଉପରେ ଆପଣ ବିଭିନ୍ନ ପକାରର ଚିତ୍ର ବା ରେଖା ଚିତ୍ର ଲଗାଇ ପାରିବେ । ଏହିଚିତ୍ର ଗୁଡିକର ପଛପଟେ ଅଠା ଥିବାରୁ ତାହା ସହଜରେ ସେହି ପଶମ ବୋର୍ଡ ଉପରେ ଲାଗିଯାଏ ।

ପ୍ରଚାର ପତ୍ର ଓ ପ୍ରଦର୍ଶନୀ :

ଗୋଟିଏ ଚିତ୍ର ଯାହା କହିପାରେ, ଏକ ହଜାର ଶବ୍ଦ ମଧ୍ୟ ତାହା କହିପାରେ ନାହିଁ । ଶୀର୍ଷକ ଥାଇ ଅଥବା ବିନା ଶୀର୍ଷକର  ଚିତ୍ର ଗିଡିକୁ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଏଭଳି ଏକ ସ୍ଥାନରେ ଟାଙ୍ଗିବା ଦରକାର, ଯେଉଁଠାରେ ଲୋକେ ତାକୁ ଦେଖିପାରିବେ । ଏହି ପୁସ୍ତକର କେତେଗୁଡିକ ଚିତ୍ରକୁ ଆପଣ ନକଲ କରି ପାରନ୍ତି ।

ଯଦି ଚିତ୍ରକୁ ନକଲ କରିବାରେ ଆପଣଙ୍କୁ ଅସୁବିଧା ହୁଏ, ତେବେ ପୁରା ଚିତ୍ର ଉପରେ ହାଲୁକା କରି କେତେଗୁଡିକ ବର୍ଗକ୍ଷେତ୍ର ଅଙ୍କନ କରନ୍ତୁ ।

ଏଥର କାର୍ଡବୋର୍ଡବା ପ୍ରଚାର ପତ୍ର ଉପରେ ପେନସିଲ ଓ ସ୍କେଲ ସାହାଯ୍ୟରେ ସେତିକି ସଂଖ୍ୟକ ବର୍ଗକ୍ଷେତ୍ର ଫିକା କରି, ମାତ୍ର’ ବଡ ଆକାରର ଅଙ୍କନ କରନ୍ତୁ । ତା’ ପରେ ଗୋଟିଏ ଗୋଟିଏ କ୍ଷେତ୍ରରେ ନକଲ କରନ୍ତୁ ।

ଯଦି ସମ୍ଭବ ହେଉଛି, ତେବେ ଆପଣଙ୍କ ଗ୍ରାମର କଳାକାରଙ୍କୁ କୁହନ୍ତୁ, ପ୍ରଚାର ପତ୍ରଟି ସେ ଆଙ୍କିଦେବେ କିମ୍ବା ରଙ୍ଗ ଦେବେ ଅଥବା ପିଲାମାନଙ୍କୁ ଭିନ୍ନ ଭିନ୍ନ ବିଷୟ ଉପରେ ଚିତ୍ର ଆଙ୍କିବାକୁ ଦିଅନ୍ତୁ ।

ନମୁନା ଓ ପ୍ରଦର୍ଶନ :

ମଧ୍ୟ ସୂଚନା  ଦେବାରେ ମଧ୍ୟ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ, ଆପଣ ଯଦି ନବଜାତ ଶିଶୁର ନାଭୀ ନାଡି କିପରି ସାବଧାନତାର ସହ କଟାଯାଏ, ମାଆ ଓ ଧାଈମାନଙ୍କୁ ବୁଝାଉଛନ୍ତି, ତେବେ ଭଲ ହେବ, ଲୁଗାରେ କଣ୍ଢେଇତିଆରି କରି ତାହାକୁ ଶିଶୁଟିଏ ପରି ଦେଖାନ୍ତୁ । ଆଉ ଲୁଗାକୁ ନାଭୀନାଡ଼ ପରି କରି ତା ଦେହରେ ଲଗାଇ ଦିଅନ୍ତୁ । ଅନୁଭବୀ ଧାଈ ଏହାର ପ୍ରଦର୍ଶନ ଅନ୍ୟମାନଙ୍କ ଆଗରେ କରାଇ ପାରିବେ ।

ରଙ୍ଗୀନ ଗ୍ଲାଇଡ୍ ଓ ଫିଲ୍ମ :

ସ୍ୱାସ୍ଥ୍ୟର ଭିନ୍ନ ଭିନ୍ନ ବିଷୟରେ ଏହା ପୃଥିବୀର ବହୁ ସ୍ଥାନରେ ମିଳୁଅଛି । କେତେକ ଏକ ସମ୍ପୁର୍ଣ୍ଣ ସେଟ୍ ଭାବେ ମିଳୁଛି, ଯେଉଁଥିରେ ସମ୍ପୁର୍ଣ୍ଣ ଏକ କାହାଣୀ ଥାଏ, ଏହା ଦେଖାଇବା ପାଇଁ, ପ୍ରୟୋଗ ହେଉଥିବା ସାଧାରଣ ଓ ବ୍ୟାଟେରୀ ଚାଳିତ ଯନ୍ତ୍ର ମଧ୍ୟ ମିଳୁଅଛି ।

ବୁଝାଇବା ପାଇଁ ଅନ୍ୟାନ୍ୟ ଉପାୟ :

  • କାହାଣୀ ଶୁଣାଇ । ଯଦି କୌଣସି କଥା ବୁଝାଇବାରେ ଆପଣଙ୍କୁ ଅସୁବିଧା ହେଉଛି, ତେବେ କୌଣସି ଏକ ସତ୍ୟ କାହାଣୀ ଶୁଣାଇ ଆପଣ  ଆପଣ ଆପଣଙ୍କର ବକ୍ତବ୍ୟକୁ ସ୍ପଷ୍ଟ କରିପାରିବେ ।
  • ନାଟକ ଅଭିନୟ କରିବା : ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ବଳିତ କୌଣସି କାହାଣୀକୁ ଯଦି ନାଟ୍ୟରୂପରେ ପରିବେଷଣ କରାଯାଏ, ତା’ ହେଲେ ତାହା ଲୋକମାନଙ୍କ ଉପରେ ଖୁବ୍ ଶକ୍ତିଶାଳୀ ପ୍ରଭାବ ପକାଇପାରେ । ସ୍କୁଲଶିକ୍ଷକ, କିମ୍ବା ସ୍ୱାସ୍ଥ୍ୟ କମିଟୀର ଅନ୍ୟ କେହି ସଦସ୍ୟ ସ୍କୁଲ ପିଲାଙ୍କ ସହାୟତାରେ ଛୋଟ ଛୋଟ ନାଟକ ପରିବେଷଣ କରି ପାରିବେ ।

ଆପଣଙ୍କର କଥାକୁ ବୁଝାଇବା ପାଇଁ ଆପଣ ଯେତେ ପ୍ରକାର ଉପାୟ ବ୍ୟବହାର କରିବେ, ଲୋକେ ସେତିକି ସହଜରେ ସେ କଥାକୁ ବୁଝିପାରିବେ ଆଉ ମଧ୍ୟ ମନେ ରଖିବେ ।

ସର୍ବସାଧାରଣଙ୍କ ମଙ୍ଗଳ ନିମନ୍ତେ ଏକତ୍ର ହୋଇ କାମ କରିବା ଓ ଶିଖିବା ।

ସର୍ବସାଧାରଣ ଆବଶ୍ୟକକତାକୁ ପୂରଣ କରିବା ପାଇଁ ଲୋକମାନଙ୍କ ମନରେ ଆଗ୍ରହଜନ୍ମାଇବା ଓ ସେମାନଙ୍କୁ ଏକତ୍ର ମିଳି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ କରାଇବାର କେତେଗୁଡିକ ଉପାୟ ରହିଛି ଅଳ୍ପ କେତୋଟିର ବର୍ଣ୍ଣନା ଏଠାରେ କରାଯାଉଛି ।

  1. ଗ୍ରାମ୍ୟ ସ୍ୱାସ୍ଥ୍ୟ କମିଟୀ – ଗ୍ରାମର କେତେକ ଯୋଗ୍ୟ ଲୋକଙ୍କୁ ବଛାଯାଇପାରେ: ଯେଉଁମାନେ ସମଗ୍ର ଗାଆଁକୁ ସୁସ୍ଥ ରଖିବା ପାଇଁ କାର୍ଯ୍ୟକ୍ରମ ପସ୍ତୁତ କରିବେ ଓ ସେହି କାର୍ଯ୍ୟକ୍ରମର ନେତୃତ୍ଵ ମଧ୍ୟ ନେବେ । ଉଦାହରଣ ସ୍ୱରୂପ, ଶୌଚଳୟ ତିଆରି କରିବା, ଆବର୍ଜନା ପକାଇବା ନିମନ୍ତେ ଗାତ ଖୋଲିବା ଇତ୍ୟାଦି ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ ନିଜର ଅଧିକାଂଶ କାର୍ଯ୍ୟରେ ଗ୍ରାମର ଲୋକମାନଙ୍କୁ ସାମିଲ କରିବା ଉଚିତ୍ ଓ ସେ ଏହା ମଧ୍ୟ କରିପାରିବେ ।
  2. ସାମୁହିକ ଚର୍ଚ୍ଚା – ପିତାମାତା, ସ୍କୁଲ ପିଲା, ଯୁବକ- ଯୁବତୀ, ପରମ୍ପରା ଗତ ଚିକିତ୍ସା ଓ ଅନ୍ୟ ଲୋକମାନେ ମିଶି, ନିଜର ଆବଶ୍ୟକତା ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବା ବିଷୟ ସମ୍ପର୍କରେ ଆଲୋଚନା କରିପାରିବେ । ସେମାନଙ୍କର ମୁଖ୍ୟ କାର୍ଯ୍ୟ ଏହା ହେବା ଉଚିତ୍ ଯେ, ଲୋକମାନେ ପରସ୍ପର ମଧ୍ୟରେ ବିଚାରଧାରାର ଆଦାନପ୍ରଦାନ କରିବେ ଏବଂ ସେମାନେ ଅଙ୍ଗେ ଅଙ୍ଗେ ନିଭାଇଥିବା କଥା ଉପରେ କାର୍ଯ୍ୟକ୍ରମ ତିଆରି ହେବ ।
  3. କାର୍ଯ୍ୟ ଉତ୍ସବ ( ଆମୋଦ ପ୍ରମୋଦ) - ଲୋକେ ଯଦି ଜଳ ବା ସ୍ଵଛତା ସମ୍ବନ୍ଧୀୟ କୌଣସି ସାମୁହିକ ଯୋଜନାରେ କାର୍ଯ୍ୟ କରୁଥାନ୍ତି, ତେବେ ଏହା ଖୁବ୍ ଶୀଘ୍ର ସେସ ହୋଇଯାଏ । ପୁଣି ଏହାଦ୍ଵାରା ଲୋକଙ୍କର ମନୋରଞ୍ଜନ ମଧ୍ୟ ହୋଇଯାଏ । ଖେଳ, କସରତ, ଖାଦ୍ୟପେୟ ଓ ସାଧାରଣ ପୁରସ୍କାର ଦେବାରେ ମଧ୍ୟ ଯେ କୌଣସି କାର୍ଯ୍ୟ ଆମୋଦ ପ୍ରମୋଦରେ ପରିଶତ ହୋଇଥାଏ । କଳ୍ପନା ଶକ୍ତିର ପ୍ରୟୋଗ କରନ୍ତୁ ।
  4. ସହଯୋଗ - ଲୋକେ ଯନ୍ତ୍ରପାତି, ଗୋଦାମ ଓ ଜମି ବାଡିରେ ମଧ୍ୟ ଅନ୍ୟମାନଙ୍କୁ ଭାଗୀଦାର କରି, ପାଉଥିବା ହ୍ରାସ କରି ପାରିବେ । ଲୋକମାନଙ୍କ ମନରେ ସହଯୋଗର ପ୍ରଭାବ ଖୁବ୍ ଥାଏ।
  5. ଶ୍ରେଣୀଗୃହ ପରିଦର୍ଶନ କରିବା - ସ୍କୁଲ ଶିକ୍ଷଣ ମାନଙ୍କୁ, ନାଟକ ଓ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରିବାକୁ ପ୍ରେରଣା ଦେବାପାଇଁ ସେମାନଙ୍କ ସହିତ କାର୍ଯ୍ୟ କରନ୍ତୁ । ଏହା ସହିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିମନ୍ତ୍ରଣ କରନ୍ତୁ । ପିଲାମାନେ କେବଳ ଶୀଘ୍ର ଶିଖନ୍ତୁ ନାହିଁ। ସେମାନେ କେତେକ କ୍ଷେତ୍ରରେ ମଧ୍ୟ ସହାୟତା କରନ୍ତି। ଯଦି ଆପଣ ପିଲାମାନଙ୍କୁକିଛି କରିବା ପାଇଁ ସୁଯୋଗ ଦିଅନ୍ତୁ, ତେବେ ସେମାନେ ଗୋଟିଏ ପ୍ରଭାବଶାଳୀ ମଧ୍ୟମର ଭୂମିକା ଗ୍ରହଣ କରିପାରନ୍ତି ।
  6. ମାଆ ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଭା - ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ, ଗର୍ଭବତୀ ମହିଳା ଓ ପାଞ୍ଚବର୍ଷ ବୟସରୁ କମ୍ ଶିଶୁମାନଙ୍କର ମାଆମାନଙ୍କୁ ସେମାନଙ୍କ ନିଜର ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଖୁବ୍ ଭଲଭାବେ ଅବଗତ କରାଇବା ଉଚିତ୍ । ସ୍ୱାସ୍ଥ୍ୟକେନ୍ଦ୍ରକୁ ବାରମ୍ଭାର ଯିବାଦ୍ଵାରା ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ନୂଆ ଶିଖିବାର ସୁଯୋଗ ମଧ୍ୟ ମିଳିଯିବା । ମାଆ ମାନଙ୍କ ପାଖରେ ସେମାନଙ୍କ ଶିଶୁମାନଙ୍କର ସ୍ୱାସ୍ଥ୍ୟ ବିବରଣୀ ରହିବା ଉଚିତ୍ । ପ୍ରତି ମାସରେ ସେମାନେ ନିଜର ଶିଶୁମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପରୀକ୍ଷା କରାଇବା ଉଚିତ୍ , ଯାହା ଫଳରେ ସେମାନଙ୍କର ଓଜନ ଓ ବୟସ ସ୍ୱାସ୍ଥ୍ୟ କାର୍ଡରେ ଟିପାଜାଇ ପାରିବ ଯେଉଁ ମାଆମାନେ ପାଢୀ ଲେଖି ଜାଣନ୍ତି ଅଥବା କାର୍ଡଟିକୁ ବୁଝି ପାରନ୍ତି, ସେମାନେ କାର୍ଡଟିକୁ ଦେଖି ଭଲ ମନ୍ଦ ବୁଝିବାରେ ଆନନ୍ଦ ପାଆନ୍ତି ଯେ, ସେମାନଙ୍କର ଶିଶୁର ବିକାଶ ଭଲ ହେଉଛି । କୌଣସି ମହିଳା ପଢି ଲେଖି ଣ ଜାଣିଥିଲେ ମଧ୍ୟ କାର୍ଡଟିକୁ ଦେଖି ବୁଝିପାରନ୍ତି । ଆଗ୍ରହୀ ମାଆମାନଙ୍କୁ ଏହି କାର୍ଯ୍ୟକ୍ରମର ଆୟୋଜନାରେ ଆପଣ ଶିକ୍ଷା ଦେଇ ସେମାନଙ୍କର ସହାୟତା କରିପାରିବେ  ।
  7. ଗୃହ ପରିଦର୍ଶନ କରିବା - ଲୋକମାନଙ୍କର ଘରକୁ ବନ୍ଧୁଭାବେ ଯାଆନ୍ତୁ । ବିଶେଷ କରି ସେହି ଲୋକମାନଙ୍କର ଘରକୁ ଯାଆନ୍ତି , ଯେଉନମାନଙ୍କର ବିଶେଷ କିଛି ଅସୁବିଧା ଅଛି ଅଥବା ଯେଉଁମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ପାରନ୍ତି ନାହିଁ କିମ୍ବା ଯେଉଁମାନେ ସାମୁହିକ କାର୍ଯ୍ୟରେ ଭାଗ, ନିଅନ୍ତି ନାହିଁ । କିନ୍ତୁ ଲୋକମାନଙ୍କର ବ୍ୟକ୍ତିଗତ ଜୀବନ ପ୍ରତି ସମ୍ମାନ ଦିଅନ୍ତୁ । ଯଦି ଆପଣ ବନ୍ଧୁଭାବେ କାହାରି ଘରକୁ ଯାଇପାରୁ ନାହାନ୍ତି, ତେବେ ସେଠାକୁ ଆଦୌ ନ  ଯିବାହିଁ ଶ୍ରେୟସ୍କର ହେବ । ଯଦି ସେହି ପରିବାରର କୌଣସି ସଦସ୍ୟର ଶରୀର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ, ତେବେ ଆପଣ ସେଠାକୁ ଯିବା ନିହାତି ଆବଶ୍ୟକ ।

ଆଦାନପ୍ରଦାନର ଉପାୟ

ଗୋଟିଏ ଦଳ ମଧ୍ୟରେ ଚିନ୍ତାଧାରା ଆଦାନପ୍ରଦାନର ଉପାୟ

ସ୍ୱାସ୍ଥ୍ୟକର୍ମୀଭାବରେ ଆପଣଙ୍କର ସଫଳତା, ଔଷଧସମ୍ବନ୍ଧୀୟ ଜ୍ଞାନ ତଥା ଯନ୍ତ୍ରବିଦ୍ୟାତ୍ମକ ଜ୍ଞାନ ଅପେକ୍ଷା, ଆପଣ କେତେ ବକ୍ଷ ଶିକ୍ଷକ, ଏହା ଉପରେ ନିର୍ଭର କରେ । ଯେତେବେଳେ ସମଗ୍ର ସମାଉଜ ସମ୍ମିଳିତ ହୋଇ ଏକ ସଙ୍ଗେ କାର୍ଯ୍ୟ କରିବ, ସେତିକିବେଳେ ହିଁ ବଡ ବଡ ସମସ୍ୟାର ସମାଧାନ ହୋଇପାରିବ ।

କୁହାଯାଉଥିବା କଥାରୁ ଲୋକମାନେ ଅଧିକ କିଛି ଶିଖନ୍ତୁ ନାହିଁ । ସେମାନେ ଜାଘା ଚିନ୍ତା କରନ୍ତି, ଅନୁଭବ କରନ୍ତି, ଆଲୋଚନା କରନ୍ତି, ଦେଖନ୍ତି ଓ ଏକାଠି ମିଳି ଯେଉଁ କାର୍ଯ୍ୟ କରନ୍ତି ସେଇଥିରୁ ହିଁ ସେମାନେ ଅନେକ କିଛି ଶିଖିଥାଆନ୍ତି ।

ଯେଉଁ 'ଶିକ୍ଷକ ଡେସ୍କର ପଛପଟେ ବସି ଲୋକମାନଙ୍କୁ ପଢାନ୍ତି, ସେ ଉତ୍ତମ ଶିକ୍ଷକ ନୁହେଁ । ଉତ୍ତମ ଶିକ୍ଷକ ଲୋକମାନଙ୍କ ସହିତ କଥାବର୍ତ୍ତୀ କରନ୍ତି ସେ ମାନଙ୍କ ସହିତ ମିଳିମିଶି କାର୍ଯ୍ୟ । ଲୋକମାନଙ୍କୁ ସେମାନଙ୍କ ସମସ୍ୟାକୁ ବୁଝିବା ଓ ସେଥିପାଇଁ ସମାଧାନର ସୂତ୍ର ବାହାର କରିବାରେ ସେ ସାହାଯ୍ୟ କରିଥାନ୍ତି । ସେ ଏଭଳି ସୁଯୋଗ ଖୋଜୁଥାନ୍ତି ଯେତେବେଳେ କି ସେ ମୈତ୍ରୀପୂର୍ଣ୍ଣ ବାତାବରଣରେ ଲୋକମାନଙ୍କ ସହ ଭାବର ଆଦାନ ପ୍ରଦାନ କରିପାରିବେ ।

ସ୍ୱାସ୍ଥ୍ୟ କର୍ମକର୍ତ୍ତା ଭାବେ ଆପଣଙ୍କର ସବୁଠଉଁ ଗୁରୁତ୍ଵପୂର୍ଣ୍ଣ କାମ ହେଲା, ଆପଣ ଲୋକମାନଙ୍କୁ ସେମାନଙ୍କର ସମସ୍ୟା ପ୍ରତି ସଚେତନ କରାଇବେ, ଏହା ଦ୍ଵାରା ସେମାନଙ୍କର ମନରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ବେଳେବେଳେ ଗ୍ରାମବାସୀମାନେ ସେମାନଙ୍କୁ ପସନ୍ଦ ହେଉ  ନଥିବା କଥା କିମ୍ବା  ଜିନିଷକୁ ମଧ୍ୟ ବଦଳାନ୍ତି ନାହିଁ, କାରଣ  ସେଥିପାଇଁ ସେମାନେ ଚେଷ୍ଟା କରନ୍ତି ନାହିଁ । ପ୍ରାୟତଃ ସେମାନେ ନିଜକୁ ଅଜ୍ଞାନ ଓ ଶକ୍ତିହୀନ ମନେ କରନ୍ତି । କିନ୍ତୁ ପ୍ରକୃତରେ ତା’ ନୁହେଁ । ଅଧିକାଂଶ ଗ୍ରାମବାସୀ ( ଯେଉଁମାନେ କି ଲେଖି ପଢି  ଜାଣନ୍ତି ନାହିଁ ) ଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଜ୍ଞାନ ଓ କୁଶଳତା ଲୁଚି ରହିଥାଏ । ଏପରିକି ସେମାନେ ନିଜର ଚତୁଃପାର୍ଶ୍ଵସ୍ଥ ବାତାବରଣରେ ନିଜର ଯନ୍ତ୍ରପାତି, ଜମି ଓ ନିଜେ ତିଆରି କରିଥିବା ଜିନିଷରେ ଯଥେଷ୍ଟ ପରିବର୍ତ୍ତନ ଆଣିପାରନ୍ତି । ସେମାନେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରିପାରନ୍ତି, ଯାହାକୁ ଶିକ୍ଷିତ ଲୋକେ ମଧ୍ୟ କରିପାରିବେ ନାହିଁ ।

ଯଦି ଆପଣ ଲୋକମାନଙ୍କୁ ଅନୁଭବ କରାଇ ପାରିବେ ଯେ, ସେମାନେ ଆଗରୁ ଅନେକ ପରିବର୍ତ୍ତନ ଆଣି ପାରିଛନ୍ତି , ତେବେ ନିଃସନ୍ଦେହରେ ସେମାନେ ବିଶ୍ଵାସ କରିଯିବେ ଯେ, ସେମାନଙ୍କର ଆହୁରି ଅଧିକ ଶିଖିବା ଓ କାର୍ଯ୍ୟ କରିବାର ଯୋଗ୍ୟତା ଅଛି । ଯଦି ସେମାନେ ସମସ୍ତେ ମିଳିମିଶି ଏକତ୍ର ଚେଷ୍ଟା କରିବେ, ତେବେ ନିଜର ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଅଧିକରୁ ଅଧିକ ପରିବର୍ତ୍ତନ ଆଣି ପାରିବେ ।

ଆପଣ ଏହିସବୁ କଥା ଲୋକମାନଙ୍କୁ କିପରି କୁହନ୍ତି ? ପ୍ରାୟ ଆପଣ କହିପାରନ୍ତି ନାହିଁ ।

କିନ୍ତୁ ଆଲୋଚନା ପାଇଁ ଆପଣ ସେମାନଙ୍କୁ ଗୋଟିଏ ସ୍ଥାନରେ ମିଳିତ କରି ସେମାନେ ଯେପରି ଏଥିରୁ କିଛି କଥା ନିଜେ ଜାଣିପାରିବେ, ସେ ଦିଗରେ ସହାୟତା କରିପାରନ୍ତି । ନିଜେ ବହୁତ କମ୍ କୁହନ୍ତୁ । ବାସ୍ କିଛି ପ୍ରଶ୍ନ ପଚାରି ଆଲୋଚନା ଆରମ୍ଭ କରିଦିଅନ୍ତୁ ।

ଏଥିରେ ଦିଆଯାଇଥିବା ଏକ ପରିବାରର ଚିତ୍ରଭଳି, ଆଉ କେତେକ ଚିତ୍ରର ପ୍ରୟୋଗ ଯଥେଷ୍ଟ ଲାଭଦାୟକ ହୋଇଥାଏ । ଆପଣ ଆପଣଙ୍କ ସ୍ଥାନକୁ ସୁହାଇଲା ଭଳି ଚିତ୍ର ମଧ୍ୟ ତିଆରି କରିପାରନ୍ତି, ଯେଉଁତିରେ ଆପଣଙ୍କ  ସ୍ଥାନକୁ ସୁହାଇଲେ ଭଳି ଚିତ୍ର ମଧ୍ୟ ତିଆରି କରିପାରନ୍ତି, ଯେଉଁଥିରେ ଆପଣଙ୍କ ଅଞ୍ଚଳର କୋଠବାଡି, ମନୁଷ୍ୟ, ପଶୁ, ଫସଲ ଇତ୍ୟାଦି ଆଦିର ଆଭାସ ଥିବ ।

ଲୋକମାନେ ଏକାଠି ବସି ଆଲୋଚନା କରିବେ ଓ ଶିଖିବେ – ଏଥିପାଇଁ ଚିତ୍ରର ବ୍ୟବହାର କରନ୍ତୁ ।

କେତେକ ଲୋକଙ୍କୁ ଏହିଭଳି ଚିତ୍ରଟିଏ ଦେଖନ୍ତୁ ଓ ସେ ବିଷୟରେ ଆଲୋଚନା କରିବାକୁ କୁହନ୍ତୁ । ଏଭଳି ପଚାରନ୍ତୁ, ଯାହାଦ୍ଵାରା ଲୋକମାନେ ନିଜର ଜ୍ଞାନ ଓ କାର୍ଯ୍ୟ କରିବା ସମ୍ଭାବନା ଉପରେ ଆଲୋଚନା କରିବେ । ଉଦାହରଣ ସ୍ୱରୂପ କିଛି ଓ ଚିତ୍ର ନିମ୍ନରେ ଦିଆଗଲା ।

  • ଚିତ୍ରରେ ଦେଖାଯାଉଥିବା ଲୋକମାନେ କେଉଁ ପ୍ରକାରର ଓ ସେମାନେ କିପରି ବାସ କରନ୍ତି?
  • ଏହି ଲୋକମାନେ ଆସିବା ଆଗରୁ ଏହି ସ୍ଥାନଟି କିପରି ଥିଲା?
  • ସେମାନେ ନିଜର ଚତୁଃପାର୍ଶ୍ଵସ୍ଥ ବାତାବରଣରେ କ’ଣ ପରିବର୍ତ୍ତନ ଆଣି ପାରିଛନ୍ତି କି?
  • ଏହି ପରିବର୍ତ୍ତନ ସେମାନଙ୍କର ସ୍ୱାସ୍ଥ୍ୟଓ କଲ୍ୟାଣ ଉପରେ କି ପ୍ରଭାବ ପକାଏ?
  • ଏହି ଲୋକମାନେ ଆଉ କି ପରିବର୍ତ୍ତନ ଆଣି ପାରିଥାନ୍ତେ? ସେମାନେ ଆଉ କ’ଣ ଶିଖି ପାରିଥାନ୍ତି? ଏ କାମକରିବାରେ କିଏ ସେମାନଙ୍କୁ ବାଧା ଦେଇପାରେ ? ସେମାଙ୍କୁ ଶିକ୍ଷା ଦେଲା?
  • ଚାଷ   କରିବା ସେମାନେ କିପରି ଶିଖିଲେ ? କିଏ ସେମାନଙ୍କୁ ଶିକ୍ଷା ଦେଲା ?
  • ଯଦି ଏପରି କୌଣସି ଡାକ୍ତର, ଓକିଲ ସେହି ସ୍ଥାନକୁ ଆସନ୍ତି, ଯେଉଁମାନଙ୍କ ପାଖରେ ଏଠାକାର ଲୋକମାନଙ୍କ ଅପେକ୍ଷା ଅଧିକ ଧନ ବା ଯନ୍ତ୍ରପାତି ଣ ଥିବ, କ’ଣ ସେମାନେ ଏମାନଙ୍କ ପରି ଭଲଭାବେ ଚାସବାସ କରିପାରିବେ ? କାହିଁକି ଓ କାହିଁକି ନୁହେଁ ।
  • ଏହି ଲୋକମାନେ କେଉଁଭାବେ ଆମ୍ଭମାନଙ୍କ ସହିତ ସମାନ ଅଟନ୍ତି ?

ଏହି ପ୍ରକାରେ ସମୂହ ଚର୍ଚ୍ଚା ଫଳରେ, ଲୋକମାନଙ୍କ ମନରେ ଏହି ବିଶ୍ଵାସ ଜନ୍ମେ ଯେ, ପରିବର୍ତ୍ତନ ଲାଗି ସେମାନଙ୍କର ଯୋଗ୍ୟତା ରହିଛି । ଏହା ଦ୍ଵାରା ସେମାନେ ନିଜର ସମାଜ ସହିତ ଅଧିକ ଜଡିତ ଥିବାର ଅନୁଭବ କରିବା ଆରମ୍ଭ କରିବେ ।

ଆରମ୍ଭରୁ ଆପଣଙ୍କର ମନେ ହେବ, ଯେ, ଲୋକମାନେ ଯାହା କିଛି ଚିନ୍ତା କରୁଛନ୍ତି, ତାହା ପ୍ରକାଶ କରିବା କୁଣ୍ଠାବୋଧ କରୁଛନ୍ତି ବା କରିପାରୁ ନାହାନ୍ତି । କିନ୍ତୁଅଳ୍ପ ସମୟପରେ ସେମାନେ ଖୋଲା ଖୋଲି କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତିକୁ ଉତ୍ସାହିତ କରନ୍ତୁ ଯେପରିକି ସେମାନେ ଯାହା କରିବା ପାଇଁ ଇଛା କରୁଛନ୍ତି, ବିନା ଭୟରେ ତାହା ପ୍ରକାଶ କରନ୍ତୁ । ଯେଉଁମାନେ ଅଧିକ କହୁଛନ୍ତି ସେମାନଙ୍କୁ କହନ୍ତୁ ଯେ, ସେମାନେ ଅନ୍ୟମାନଙ୍କୁ ମଧ୍ୟ କିଛି କହିବାର ସୁଯୋଗ ଦିଅନ୍ତୁ ( ଯେଉଁମାନେ ଅଳ୍ପକଥା କୁହନ୍ତି) ।

ଆଲୋଚନା ଆରମ୍ଭ କରିବା ପାଇଁ ଆପଣ ଅନ୍ୟାନ୍ୟ ଚିତ୍ର ଓ ପ୍ରଶ୍ନଗୁଡିକ ବିଷୟରେ ମଧ୍ୟ ଚିନ୍ତା କରି ପାରନ୍ତି । ଯାହା ସାହାଯ୍ୟରେ ଲୋକମାନେ ନିଜର ସମସ୍ୟା, ତା’ର କାରଣ ଓ ସମାଧାନର ପନ୍ଥା ଜାଣିପାରିବେ ।

ନିମ୍ନରେ ଦିଆଯାଇଥିବା ଚିତ୍ରରେ ପିଲାମାନଙ୍କର ଦୂରାବସ୍ଥାର କାରଣ ସମ୍ବନ୍ଧରେ ଆପଣ କି ପ୍ରକାରର ପ୍ରଶ୍ନ ପଚାରିବେ, ଯାହା ଫଳରେ ଲୋକମାନେ ବିଭିନ୍ନ କାରଣ ବିଷୟରେ ଚିନ୍ତା କରିପାରିବେ ?

ଏଭଳି ପ୍ରଶ୍ନ ପଚାରନ୍ତି ଯାହାଦ୍ଵାରା ଅନ୍ୟ ପ୍ରଶ୍ନ ମଧ୍ୟ ଆପେ ଆପେ ବାହାରି ପାରିବ ଓ ଲୋକମାନେ ଆପଣା ମଧ୍ୟରେ ପ୍ରଶ୍ନ ପଚାରି ପାରିବେ । ଉପରେ ଦିଆଯାଇଥିବା ଚିତ୍ର ଭଳି କୌଣସି ଚିତ୍ର ବିଷୟରେ ଯଦି ଆପଣଙ୍କ ଗାଁର ଲୋକମାନେ ଆଲୋଚନା କରନ୍ତି, ତେବେ ସେମାନେ ଆମାଶୟ ଜନିତ ମୃତ୍ୟୁ ର କେତୋଟି କାରଣ କହି ପାରିବେ ।

ପ୍ରିୟ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ- ଆପଣ ଯେ କେହି ହୁଅନ୍ତୁ, ଯେଉଁଠାରେ ଥାଆନ୍ତି, ଆପଣଙ୍କର କୌଣସି ସରକାରୀ ପଦବୀ ଆଉ ଅଥବା ଆପଣ ଏକ ସାଧାରଣ ବ୍ୟକ୍ତି ହୋଇଥାନ୍ତି ଯଦି ଆପଣ ଅନ୍ୟମାନଙ୍କର କଲ୍ୟାଣ ଦିଗରେ ଆଗ୍ରହୀ, ତେବେ ଏହି ପୁସ୍ତକର ସଦୁପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ତଥା ପ୍ରତ୍ୟେକଙ୍କ ପାଇଁ ଉଦ୍ଦିଷ୍ଟ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ

3.07692307692
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top