ଏକାଦଶ ଅଧ୍ୟାୟରେ ଜେଭଳି ବର୍ଣ୍ଣନା କରାଯାଇଛି, ଶିଶୁର ଜନ୍ମ ପରେ ମା’ ଯେତେ ଅଧିକ ସମ୍ଭବ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ । ଯେ କୌଣସି ଖାଦ୍ୟକୁ ମନା କରିବା ଉଚିତ୍ ନୁହେଁ, ଯେଉଁ ଖାଦ୍ୟଗୁଡିକ ତାଙ୍କ ପାଇଁ ଅପରିହାର୍ଯ୍ୟ, ସେଗୁଡିକ ହେଉଛି କ୍ଷୀର, ଛେନା, କୁକୁଡା ମାଂସ, ଅଣ୍ଡା, ମାଛ, ମାଂସ ଫଳ, ପାରିବ, ବିନ୍, ଚିନାବାଦାମ ଇତ୍ୟାଦି, ଯଦି ସେ କେବଳ ରୁଟି, ଭାତ, ଡାଲି ଖାଉଥାନ୍ତି, ତେବେ ପ୍ରତିଥର ଖାଇଲାବେଳେ ଏହି ତିନୋଟିଯାକକୁ ଏକାଠି ଖାଇବା ଉଚିତ୍ । କ୍ଷୀର ଏବଂ ଅନ୍ୟାନ୍ୟ ଗୋଜାତ ଦ୍ରବ୍ୟ ଖାଇଲେ ମା’ ସ୍ତନରେ ଅଧିକ କ୍ଷୀର ହୋଇଥାଏ ।
ପ୍ରସବର କିଛି ଦିନ ପରେ ମା’ ଗାଧୋଇବା ଆରମ୍ଭ କରିବା ଉଚିତ୍ । ଶିଶୁ ଜନ୍ମ କରିବାର ପ୍ରଥମ ସପ୍ତାହରେ ମା’ ପାଣିରେ ନ ପଶି ତଉଲିଆରେ ପୋଛା ପୋଛି ହେବା ଭଲ । ଶିଶୁ ଜନ୍ମ ପରେ ମା’ ଗାଧୋଇବା କ୍ଷତିକାରକ ନୁହେଁ । ବାସ୍ତବରେ ଯେଉଁ ଲୋକମାନେ ଶିଶୁ ଜନ୍ମ ହେବା ପରେ ବହୁଦିନ ଧରି ନ ଗାଧାନ୍ତି ସେମାନଙ୍କର ଚର୍ମରେ ବିଭିନ୍ନ ପ୍ରକାର ସଂକ୍ରମଣ ହୋଇ ତାହାଙ୍କୁ ତଥା ତାଙ୍କର ଶିଶୁକୁ ରୋଗୀଣା କରିଥାଏ । ଶିଶୁ ଜନ୍ମ ହେବା ପରେ କେତେଦିନ ବା କେତେ ସପ୍ତାହ ପାଇଁ ।
ବେଳେ ବେଳେ ମା’ ସନ୍ତାନ ଜନ୍ମ କରିସାରିବା ପରେ ତାହାଙ୍କୁ ଜ୍ଵର ହୁଏ ବା ଅନ୍ୟାନ୍ୟ ସଂକ୍ରମଣ ହୋଇଥାଏ, କାରଣ ଧାଈମାନେ ପ୍ରସବ ସମୟରେ ସମସ୍ତ ଜିନିଷ ପରିଷ୍କାର ପରିଚ୍ଛନ୍ନ ବା ମା’ର ଗର୍ଭାଶୟ ଭିତରେ ନିଜର ହାତ ଭରିଥିବା ଯୋଗୁଁ ଏଭଳି ହୋଇଥାଏ ।
ପ୍ରସବ ପରେ ଜ୍ଵରର ଲକ୍ଷଣ : କମ୍ପ ଆସି ଜ୍ଵର ହେବା, ମୁଣ୍ଡ ବଥାଇବା, ଅଣ୍ଟା ବିନ୍ଧିବା, ବେଳେବେଳେ ପେଟ ଦରଜ ହେବା ବା ବିନ୍ଧିବା ଏବଂ ଯୋନିରୁ ଦୁର୍ଗନ୍ଧ ରକ୍ତ କ୍ଷରଣ ହେବା ।
ଚିକିତ୍ସା : ଗରମ ପାଣି ସହିତ ଭିନେଗାର ବା ପଟାସିୟମପରମାଙ୍ଗାନେଟ୍ ଦ୍ଵାରା ଜନନେନ୍ଦ୍ରିୟ ସଫା କଲେ ଉପକାର ମିଳେ । ସେ ଭଲ ହେବା ପର୍ଯ୍ୟନ୍ତ ଦିନକୁ ୩ ଥର ଏହିପରି କରିବା ଉଚିତ୍ । ପେନିସିଲିନ ବା ଅନ୍ୟାନ୍ୟ ଜୀବାଣୁନାଶୀ ଔଷଧ ମଧ୍ୟ ବ୍ୟବହାର କରାଯାଇପାରେ ।
ପ୍ରସୂତି ଜ୍ଵର ଭୀଷଣ ମାରାତ୍ମକ ଅଟେ । ଯଦି ମା’ ଶୀଘ୍ର ଭଲ ହେଉନାହାନ୍ତି ତେବେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ । |
କେତେକ ମହିଳା ପିଲା ଜନ୍ମ କରିଦେଲା ପରେ ଭୟ ଓ ମାନସିକ ବିଷାଦ ଅନୁଭବ କରିଥାନ୍ତି । ମହିଳାଙ୍କୁ କିଛି ଭଲ ଲାଗେ ନାହିଁ । ଏହା ସାଧାରଣତଃ ପିଲା ଜନ୍ମ ହେବାର ୩ ରୁ ୫ ଦିନ ମଧ୍ୟରେ ଦେଖାଦେଇଥାଏ । ଏପରିକ୍ଷେତ୍ରରେ ମହିଳା ବ୍ୟସ୍ତ ବା ବିବ୍ରତ ହେବା ଆବଶ୍ୟକତା ନାହିଁ । ପରିବାରର ସାହାଯ୍ୟ ଓ ସହଯୋଗିତା ମହିଳାଙ୍କୁ ତାଙ୍କର ଏହି ମାନସିକ ବିଷାଦ ଦୂରେଇଦେବାରେ ସାହାଯ୍ୟ କରିବ ।
ସ୍ତନର ଯତ୍ନ
ସ୍ତନର ଯତ୍ନ ନେବା ଉଭୟ ମା’ ଓ ତାଙ୍କର ଶିଶୁର ସ୍ୱାସ୍ଥ୍ୟପାଇଁ ଗୁରୁତ୍ୱପୂର୍ଣ୍ଣ । ଶିଶୁ ଜନ୍ମ ହେବା ଦିନ ଠାରୁ ହିଁ ତାକୁ ମା’ ସ୍ତନରୁ କ୍ଷୀର ଖୁଆଇବା ଉଚିତ୍ । ପ୍ରଥମେ ପ୍ରଥମେ ହୁଏତ ଶିଶୁ ଭଲ ଭାବରେ ଶୋଷି ନ ପାରେ, କିନ୍ତୁ ଆସ୍ତେ ଆସ୍ତେ ମା’ କ୍ଷୀର ଏହିଭଳି ଶୋଷିବା ସହିତ ଅଭ୍ୟସ୍ତ ହୋଇଯାଏ । ଯାହା ଫଳରେ ସ୍ତନାଗ୍ରରେ ଘା’ ହୁଏ ନାହିଁ ।
ଶିଶୁ ଯେଉଁଦିନ ଜନ୍ମ ହେବ ସେହିଦିନଠାରୁ ସ୍ତନ୍ୟପାନ କରାନ୍ତୁ । |
ସ୍ତନ, ଶିଶୁ ଜନ୍ମର ପ୍ରଥମ ଦିନରେ ଯେଉଁ କ୍ଷୀର ପ୍ରସ୍ତୁତ କରେ ତାହାକୁ କୋଲୋଷ୍ଟ୍ରମ କୁହାଯାଏ । ଏହା ଅତ୍ୟନ୍ତ ପତଳା ଓ ପାଣିଆ । ବହୁ ସମୟରେ ମା’ ମାନେ ଏହି କ୍ଷୀର ଖରାପ ବୋଲି ଭାବିଥାନ୍ତି, ଯେଉଁଥିପାଇଁ ଶିଶୁକୁ ଏହା ଦିଅନ୍ତି ନାହିଁ, କିନ୍ତୁ ଏହା ସତ୍ୟ ନୁହେଁ, କୋଲୋଷ୍ଟ୍ରମରେ ଶିଶୁପାଇଁ ରୋଗ ବିପକ୍ଷରେ ଲଢିବା ପାଇଁ ପ୍ରତିରୋଧ ଶକ୍ତି ରହିଥାଏ, ଯାହା ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ, ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ । ଯଦି ଶିଶୁଟି ପ୍ରଥମ ଦିନରେ ଶୋଷିବା ଆରମ୍ଭ କରେ ତେବେ ସ୍ତନରେ ଅଧିକ କ୍ଷୀର ପ୍ରସ୍ତୁତ ହୁଏ ।
ସାଧାରଣତଃ ସ୍ତନ, ଶିଶୁ ଯେତେ କ୍ଷୀର ଆବଶ୍ୟକ କରେ, ତାହା ପ୍ରସ୍ତୁତ କରିଥାଏ । ଯଦି ତାହାକୁ ଶିଶୁ ଶୋଷି ଖାଲି କରିଦିଏ, ତେବେ ସେଥିରେ ସେତେ ଅଧିକ ପରିମାଣରେ କ୍ଷୀର ପ୍ରସ୍ତୁତ ହୁଏ । ଯଦି ଶିଶୁଟି ତାହାକୁ ଖାଲି କରି ନ ପାରେ ତେବେ ଖୁବ୍ ଶୀଘ୍ର କ୍ଷୀର ପ୍ରସ୍ତୁତ ହେବା କମିଯାଏ । ଯେତେବେଳେ ଶିଶୁଟି ରୋଗାକ୍ରାନ୍ତ ହୋଇପଡେ ଓ ଶୋଷେ ନାହିଁ, କିଛି ଦିନ ପରେ ମା’ର ସ୍ତନ ଶୁଖିଯାଏ । ତେଣୁ ପୁନଶ୍ଚ ଯେତେବେଳେ ଶିଶୁ ମା’ ସ୍ତନ ଶୋଷିପାରେ ବା ଅଧିକ କ୍ଷୀର ଖାଇବାକୁ ଆବଶ୍ୟକ କରେ, ସେତେବେଳେ ଉପଯୁକ୍ତ ପରିମାଣରେ କ୍ଷୀର ମିଳି ପାରେ ନାହିଁ ।
ସେହି କାରଣରୁ : ଯସ୍ୟ ଶିଶୁ ରୋଗରେ ପଡି ମା’ ସ୍ତନରୁ କ୍ଷୀର ଖାଇ ନ ପାରେ ତେବେ ମା’ ନିଜ ହାତରେ ନିଜ ସ୍ତନରୁ କ୍ଷୀର ବାହାର କରି ଦେବା ଉଚିତ୍ । ତା’ ହେଲେ ସ୍ତନରେ ନୂତନ କ୍ଷୀର ସୃଷ୍ଟି ହୋଇପାରିବ । |
ସ୍ତନରୁ କ୍ଷୀର କାଢିବା ଉପାୟ
ଯେତେବେଳେ ଶିଶୁ ସ୍ତନ୍ୟ ପାନ କରିବା ବନ୍ଦ କରିଦିଏ, ସେତେବେଳେ ସ୍ତନକୁ ଚିପି କ୍ଷୀର ବାହାର କରି ଦେବାର ଅନ୍ୟ ଏକ ମହତ୍ଵପୂର୍ଣ୍ଣ କଥା ଏହି ଯେ ଏଥିରେ କ୍ଷୀର ପୂର୍ଣ୍ଣ ହୋଇଯାଏ ନାହିଁ, କାରଣ ଏଥିରେ ଯଦି କ୍ଷୀର ଭରିଯିବ ତେବେ ତାହା ଖୁବ୍ ଯନ୍ତ୍ରଣାଦାୟକ ହୁଏ । କ୍ଷୀର ଅଧିକ ସମୟ ଭିଦ୍ୟ ହୋଇ ରହିଲେ ସ୍ତନ ଉପରେ ବଥ ହୋଇଯାଏ । ଏହି କାରଣରୁ ଶିଶୁ ଯେତେବେଳେ ଦୁଧ ପିଇବାକୁ ଇଚ୍ଛାକରେ, ସେତେବେଳେ କଷ୍ଟ ହୁଏ ।
ଯେତେବେଳେ ଆପଣଙ୍କର ଶିଶୁ ଭୀଷଣ ଦୁର୍ବଳତା ଯୋଗୁଁ ସ୍ତନରୁ କ୍ଷୀର ଶୋଷିପାରେ ନାହିଁ, ସେତେବେଳେ ଆପଣ ନିଜ ହାତରେ ସ୍ତନକୁ ଚିପି ସ୍ତନରୁ କ୍ଷୀର ବାହାର କରି ସେହି କ୍ଷୀରକୁ ଚାମଚ ବା ଡ୍ରପରେ ଶିଶୁକୁ ପିଆଇ ଦିଅନ୍ତୁ ।
ସବୁବେଳେ ଆପଣଙ୍କ ସ୍ତନକୁ ପରିଷ୍କାର ରଖନ୍ତୁ
ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନ ଭୁଣ୍ଡିକୁ ଗୋଟିଏ ପରିଷ୍କାର ଓଦା କନାରେ ସଫା କରି ଦିଅନ୍ତୁ । ପ୍ରତିଦିନ ସ୍ତନ ଭୁଣ୍ଡି ପରିଷ୍କାର କରିବାକୁ ସାବୁନ ଲଗାନ୍ତୁ ନାହିଁ କାରଣ ଏହା ଦ୍ଵାରା ଚର୍ମ ଫାଟିଯିବା ସମ୍ଭାବନା ଥାଏ ଓ ସ୍ତନ ଭୁଣ୍ଡିରେ ଘା’ ହେବା ତଥା ଅନ୍ୟାନ୍ୟ ସଂକ୍ରମଣ ହେବାର ଭୟ ଥାଏ ।
ସ୍ତନ ଭୁଣ୍ଡିରେ ଘା’
ଶିଶୁ ସ୍ତନ ଭୁଣ୍ଡିକୁ ସମ୍ପୂର୍ଣ୍ଣଭାବେ ପାଟିରେ ନ ପୁରାଇ ଶୋଷିଲା ବେଳେ କାମୁଡି ଦେଲେ ଭୁଣ୍ଡିରେ ଘା’ ହୋଇଯାଏ । ଯେଉଁ ସ୍ତ୍ରୀ ଲୋକମାନଙ୍କର ସ୍ତନ ଅଗ୍ର ଛୋଟ ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ ।
ପ୍ରତିଷେଧକ
ଯେଉଁ ସ୍ତ୍ରୀ ଲୋକମାନଙ୍କର ସ୍ତନାଗ୍ର ଛୋଟ, ସେମାନେ ଗର୍ଭାବସ୍ଥା ସମୟରେ ଏହିପରି ଭାବରେ ଦିନକୁ ବାରମ୍ବାର ନିଜ ସ୍ତନାଗ୍ରକୁ ଚିପିଲେ ପରବର୍ତ୍ତୀ ସମୟରେ ତାହା ଶିଶୁର ଶୋଷିବା ପାଇଁ ସହଜ ହୋଇଥାଏ ଓ ଏହାଦ୍ଵାରା ମା’ ସ୍ତନାଗ୍ରରେ ଘା’ ହେବାର ସମ୍ଭାବନା କମ୍ ଥାଏ । ସ୍ତନ ପରିଷ୍କାର କରିବାଦ୍ଵାରା ସ୍ତନରେ ଘା’ ହୁଏ ନାହିଁ ।
ଚିକିତ୍ସା : ଯଦି ସ୍ତନରେ ପୀଡା ହେଉଥାଏ ତଥାପି ଶିଶୁକୁ ସ୍ତନ୍ୟପାନ ବନ୍ଦ କରିବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମେ ଯେଉଁ ପଟରେ ପୀଡା କମ୍ ଥାଏ ସେହି ପଟ ଶୋଷିବାକୁ ଦିଅନ୍ତୁ । କିନ୍ତୁ ଯଦି ସ୍ତନରୁ ରକ୍ତ ବା ପୂଜ ବାହାରୁଥାଏ ତେବେ ସେହି ସ୍ତନକୁ ଶିଶୁକୁ ଶୋଷିବାକୁ ଦିଅନ୍ତୁ ନାହିଁ । ଏହିଭଳି ଅବସ୍ଥାରେ ଯେତେଦିନ ପର୍ଯ୍ୟନ୍ତ ସ୍ତନ ଠିକ୍ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ କ୍ଷୀର ଚିପି ବାହାର କରି ଦେଉଥାନ୍ତୁ । ଭଲ ହୋଇଗଲା ପରେ ଯେତେବେଳେ ଶିଶୁ ପୁଣି ଏହି ସ୍ତନକୁ ଶୋଷିବାକୁ ଆରମ୍ଭ କରିବ ସେତେବେଳେ ଯତ୍ନର ସହିତ ସମ୍ପୂର୍ଣ୍ଣ ସ୍ତନାଗ୍ରଟି ପାଟିରେ ଭାରିହେବା ପାଇଁ ଚେଷ୍ଟା କରନ୍ତୁ । ଯେପରିକି ଷେ ତାହା ଆଉ କାମୁଡି ପାରିବ ନାହିଁ ।
ସ୍ତନ ଉପରେ ବଥ (ସ୍ତନ ଭିତରର ସଂକ୍ରମଣ, ସ୍ତନ ଶୋଥ)
ସ୍ତନ ଅଗ୍ରରେ ଛୋଟ ଘା’ ବା ଫାଟ ଯୋଗୁଁ ସଂକ୍ରମଣ ହୋଇ ସ୍ତନ ଶୋଥ ହୋଇଥାଏ । ଏହା ସ୍ତନ୍ୟପାନ କରିବାର ପ୍ରଥମ ସପ୍ତାହ ବା ପ୍ରଥମ ମାସରେ ହିଁ ସାଧାରଣତଃ ହୋଇଥାଏ ।
ଲକ୍ଷଣ : ସ୍ତନର ଗୋଟିଏ ପାଖ ଭୀଷଣ ଗରମ, ଲାଲ ଓ ଫୁଲିବା ଭଳି ତଥା ଯନ୍ତ୍ରଣା ଦାୟକ ହୋଇଥାଏ । କାଖର ରସବାହୀ ଗ୍ରନ୍ଥି ଫୁଲି ଘା’ ହୁଏ । ବଥ ବେଳେ ବେଳେ ଖୁବ୍ ବଡ ହୋଇ ଫାଟିଯାଏ ଓ ସେଥିରୁ ପୂଜ ବାହାରେ । ସ୍ତ୍ରୀ ଲୋକଟି ଜ୍ଵର ହୋଇଛି ବୋଲି ଭାବେ ।
ପ୍ରତିଷେଧକ
ଚିକିତ୍ସା
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 4/6/2020