অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲୋତକ ଥଳୀରେ ସଂକ୍ରମଣ

ଲୋତକ ଥଳୀରେ ସଂକ୍ରମଣ ଲକ୍ଷଣ

ନାକ ପାଖରେ ଆଖି ତଳେ ଫୁଲିଯାଇ ଲାଲ ପଡିଥାଏ ଓ ବିନ୍ଧେ  । ଆଖିରୁ ଖୁବ୍ ଜୋରରେ ପାଣି ନିଗିଡେ  । ଏହି ଫୁଲିଥିବା ସ୍ଥାନକୁ  ଆସ୍ତେ ଆସ୍ତେ ଚିପିଲେ  ଆଖିର ଗୋଟିଏ କୋଣରେ ବିନ୍ଦୁଏ ପୂଜ ଦେଖାଯାଇପାରେ   ।

ଚିକିତ୍ସା

*        ଗରମ ସେକ ଦିଅନ୍ତୁ

*        ଆଖିରେ ଜୀବାଣୁନାଶୀ ମଲମ ବା ବୁନ୍ଦା ପକାନ୍ତୁ   ।

*        ପେନିସିଲିନ  ବଟିକା ଖାଆନ୍ତୁ

ସ୍ପଷ୍ଟ ଦେଖିବାରେ ଅସୁବିଧା

ଯେଉଁ ପିଲାମାନଙ୍କର ଦୃଷ୍ଟି  ଦୋଷ  ଅଛି ବା ପୀଠ  ପଢିଲାବେଳେ ଯାହାର ମୁଣ୍ଡ ବିନ୍ଧୁଛି ବା ଆଖି ବିନ୍ଧୁଛି ତାଙ୍କୁ ଚଷମା ଲଗାଇବାକୁ ପଡିପାରେ   । ତାହାଙ୍କର ଆଖି ପରୀକ୍ଷା କରାଇ ନିଅନ୍ତୁ   ।

ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଏହା ସ୍ଵାଭାବିକ ଅଟେ   । ବୟସ ବୃଦ୍ଧି  ସହ ନିକଟ ଜିନିଷକୁ ପରିଷ୍କାର ଦେଖିପାରିବା କଷ୍ଟକର  ହୁଏ   । ଚଷମା ପିନ୍ଧିଲେ  ପଢି  ହୋଇଥାଏ   । କିନ୍ତୁ ଏହି ଲୋକମାନଙ୍କ ପାଇଁ ଅତ୍ୟନ୍ତ ସତର୍କତାର ସହ ଆଖିକୁ  ପରୀକ୍ଷା କରି ଚଷମା ବରାଦ କରାଯିବା ଆବଶ୍ୟକ ଏହା ଫଳରେ ମୁଣ୍ଡ ବିନ୍ଧା ଓ ଆଖି ବିନ୍ଧା  ଦୂର ହୋଇଯାଏ   ।

ଟେରା

ଯଦି ସମ୍ଭବ  ହେଉଛି ଶିଶୁକୁ ୬ ମାସ ହୋଇଥିଲା ବେଳେ ଏହା କରାଇ ନିଅନ୍ତୁ   । ଦୁର୍ବଳ ଆଖିଟି  ଠିକ୍ ହେବା ପର୍ଯ୍ୟନ୍ତ ଭଲ ଆଖିଟିକୁ  ଘୋଡାଇ  ରଖିଥାନ୍ତୁ   । ୬ ମାସର ଶିଶୁ ପାଇଁ  ସିଧା  ଦେଖିବାକୁ ସପ୍ତାହେ ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଖିଟିକୁ  ଘୋଡାଇ ରଖିବାକୁ ପଡିପାରେ   । ବୟସ ବଢିବା ସଙ୍ଗେ  ସଙ୍ଗେ ଆଖ  ଠିକ୍  ହେବାକୁ ଅଧିକରୁ  ଅଧିକ ଦିନ ନେଇଥାଏ   । ଯଥା ସାତ ବର୍ଷର  ପିଲାପାଇନ ଅନ୍ତତଃ  ବର୍ଷକ  ପର୍ଯ୍ୟନ୍ତ ଭଲ ଆଖିଟିକୁ  ଘୋଡାଇ ରଖିବାକୁ ପଡିପାରେ   । ତେଣୁ ବଡ ପିଲାମାନଙ୍କର ଏହି ଦୋଷ  ନିରାକରଣ ପାଇଁ ସ୍ୱାସ୍ଥ୍ୟସେବୀମାନଙ୍କ  ସହ ପରାମର୍ଶ କରନ୍ତୁ   ।

ଭଲ ଆଖିଟି  ଉପରେ ଶୀଘ୍ର  ପଟ୍ଟି  ପକାଇବାର  ବ୍ୟବସ୍ଥା କରି ପାରିଲେ ପିଲାଟିକୁ  ଜୀବନତମାମ  ଟେରା  ହେବାରୁ ରକ୍ଷା କରାଯାଇ  ପାରିବ   ।

ଯଦି ଗୋଟିଏ ଆଖିରେ ସବୁବେଳେ ଅନିୟମିତତା ଦେଖାଯାଉଥାଏ, ତେବେ ଭଲ ଆଖିରେ ପଟି  ବାନ୍ଧିଲେ  ମଧ୍ୟ କୌଣସି  ଲାଭ ହୁଏ ନାହିଁ  । ଏଥିପାଇଁ  ସ୍ଵତନ୍ତ୍ର  ଚଷମା  ଦରକାର ହୁଏ   । ଅସ୍ତ୍ରୋପ୍ରଚାର  ଫଳରେ  ଆଖିଟିକୁ ସ୍ଥିର କ୍ରାଯାଇପାରେ ମାତ୍ର ଅଧିକ ଭଲ ଦେଖିପାରିବା ପାଇଁ ଏହା ପ୍ରାୟ ସାହାଯ୍ୟ କରେ ନାହିଁ   ।

ଗୁରୁତ୍ଵପୂର୍ଣ୍ଣ

ଯେତେଶୀଘ୍ର  ସମ୍ଭବ ପିଲାମାନଙ୍କର ଆଖି ପରୀକ୍ଷା କରିବା ଉଚିତ୍  । ଇ ଚାର୍ଟ  ବ୍ୟବହାର କରି ପରୀକ୍ଷା କରାଯାଇପାରିବ  । ପ୍ରତ୍ୟକ ଆଖି ଅଲଗା  ଅଲଗା ପରୀକ୍ଷା କରିବା ଉଚିତ୍  ।

ଆଲୁଅ ଉଠିବା

ଆଖିପତା  ଧାର ଉପରେ ଲାଲ ହୋଇ ଫୁଲିଯାଏ  । ପାଣିରେ ଅଳ୍ପ ଲୁଣ ଗରମ କରି ଆଲୁଅ ଉପରେ ଗରମ ପାଣି ସେକ ଦିଅନ୍ତୁ   । ଆଖିରେ ଜୀବାଣୁନାଶୀ  ମଲମ ଦିନକୁ ତିନି ଥର  ଲେଖାଏଁ  ଲଗାନ୍ତୁ  ।

ଫୁଲା ପଡିବା

ଆଖି ଡୋଳାରେ ଏହାର  ଗୋଟିଏ କଡରୁ  ଏକ ବହଳିଆ ମାଂସ ଆସ୍ତରଣ ବୃଦ୍ଧିପାଇଁ ତାହା  କ୍ରମଶଃ  ସ୍ଵଚ୍ଛପଟଳ  ଆଡକୁ ଗତି କରିଥାଏ   । ଏହା ପ୍ରାୟତଃ  ସୂର୍ଯ୍ୟ କିରଣ, ଧୁଳି, ବାୟୁଦ୍ଵାରା  ହୋଇଥାଏ   । କଳା  ଚଷମା ପିନ୍ଧିଲେ  ଏଥିରେ  ବ୍ୟଥା  ଅନେକାଂଶରେ ହ୍ରାସ ପାଇଥାଏ ଓ ଏହାର ବୃଦ୍ଧି ସଙ୍କୁଚିତ  ହୋଇଥାଏ  । ଚକ୍ଷୁ  ତାରକା  ଛୁଇଁବା  ପୂର୍ବରୁ ଏହାକୁ  ଅସ୍ତ୍ରୋପ୍ରଚାର କରି ବାହାର କରିଦେବା ଉଚିତ୍ ।

ଘରୋଇ  ଉପଚାର ଅନୁସାରେ ଏହାର ନିରାକରଣ ପାଇଁ କୌଣସି ଗୁଣ୍ଡ ଜାତୀୟ ପଦାର୍ଥ ଆଖି ଭିତରେ  ପକାଇଲେ ତାହା ଉପକାର ପରିବର୍ତ୍ତେ  ବହୁତ କ୍ଷତି  କରିଥାଏ   ।

ସ୍ଵଚ୍ଛପଟଳରେ ଦାଗ  ବା ଘା

ଆଖି ଭିତରେ ଅତି ପତଳା ତଥା ସୁକୁମାର  ସ୍ଵଚ୍ଛ ପଟଳିରେ  ଦାଗ ହୋଇଗଲେ  ବା ଏହା କୌଣସି ପ୍ରକାର ସଂକ୍ରମଣରୁ  ଖଣ୍ଡିଆ ହୋଇଗଲେ ଏହା ଅତ୍ୟନ୍ତ ପୀଡା  ଦାୟକ  ସ୍ଵଚ୍ଛ ପଟଳୀୟ ଘା’ ସୃଷ୍ଟି  କରେ   ।

ଉଜ୍ଵଳ  ଆଲୋକରେ ନିରୀକ୍ଷଣ  କରି ଚାହିଁଲେ  ସ୍ଵଚ୍ଛପଟଳ ଉପରେ ଧୂସର ରଙ୍ଗର  ବା ଅଳ୍ପ ଚକ୍ ଚକ୍  କରୁଥିବା ଏକ ଆସ୍ତରଣ ଦେଖାଯାଏ  ଉପଯୁକ୍ତ ଯତ୍ନ ନ ନେଲେ  ସ୍ଵଚ୍ଛପଟଳରେ ହେଉଥିବା ଘା’  ଅନ୍ଧତ୍ଵର  କାରଣ ହୋଇଥାଏ,  ଜୀବାଣୁନାଶୀ  ଆଖି ମଲମ ଲଗାନ୍ତୁ, ପେନିସିଲିନ  ବଟିକା ଖାଆନ୍ତୁ ଓ ଆଖିରେ ପଟି ବାନ୍ଧନ୍ତୁ   । ଡାକ୍ତରଖାନାର  ସାହାଯ୍ୟ ନିଅନ୍ତୁ   ।

ସ୍ଵଚ୍ଛପଟଳୀୟ  ଦାଗ, ସ୍ଵଚ୍ଛପଟଳ ଉପରେ ଏକ ଯନ୍ତ୍ରଣାହୀନ  ଧଳା ଦାଗ ଅଟେ   । ଆଖିରେ ଆଘାତ ଲାଗିବା ବା ଜଳିବା ବା ସ୍ଵଚ୍ଛପଟଳରେ ଘା’ ହେବା କାରଣରୁ  ଏହି ଦାଗ ସୃଷ୍ଟି ହୋଇଥାଏ  । କେବଳ ଅସ୍ତ୍ରୋପ୍ରଚାର  ଦ୍ଵାରା ହିଁ ଏହି ଦାଗକୁ ଦୂର କରାଯାଇପାରେ   । ଏହା ବହୁତ ବ୍ୟୟ ସାପେକ୍ଷ ଏବଂ ସବୁବେଳେ ଉତ୍ତମ ଫଳ ମଧ୍ୟ ଦିଏ  ନାହିଁ   । କେବଳ ଯେଉଁମାନେ  ଅନ୍ଧ ହୋଇଥିବେ  ଆସିବେଣି  ଅଥଚ  ଟିକିଏ ଟିକିଏ ଆଲୋକ ଦେଖି  ପାରୁଥିବେ ସେହିମାନଙ୍କ କ୍ଷେତ୍ରରେ ଆଷ୍ଟ୍ରୋପ୍ରଚାର କରାଯିବା  ଉଚିତ୍  ।

ଧଳା ଡୋଳାରୁ ରକ୍ତ ନିଗିଡିବା

କୌଣସି ଓଜନିଆ ଜିନିଷକୁ  ବାହୁବଳ  ପ୍ରୟୋଗ କରି ଉଠାଇଲେ, ଖୁବ୍  ଜୋରରେ କାଶିଲେ (ଧଇଁ କାଶ) ବା ଆଖି ଉପରେ  ମାଡ ହେଲେ ଆଖିର ଧଳା ଡୋଳା ଉପରେ ମନ୍ଦାଏ  ରକ୍ତ ବର୍ଣ୍ଣର  ଲାଲ ଦାଗ ପଡିଯାଏ   ।

ଏହି ଦାଗ ମଧ୍ୟସ୍ଥ  କ୍ଷୁଦ୍ର ରକ୍ତ ଜାଲିକା ଫାଟିଗଲେ ସେଥିରୁ ରକ୍ତ ନିଗିଡିଯାଏ, ଏହା ଆଦୌ  କ୍ଷତିକାରକ ନୁହେଁ   । ଆପେ ଆପେ  ବିନା ଚିକିତ୍ସାରେ  ଏହା ଆରୋଗ୍ୟ  ହୋଇଯିବ  ।

ସ୍ଵଚ୍ଛପଟଳ ପଛରୁ ରକ୍ତ ବାହାରିବା

ସ୍ଵଚ୍ଛପଟଳ  ପଛରୁ ରକ୍ତ ବାହାରିବା  ବିପଦପୂର୍ଣ୍ଣ  ଅଟେ   । ଏହା ଆଖିରେ  ଆଘାତପ୍ରାପ୍ତ ଯୋଗୁଁ ହୋଇଥାଏ   । ଯଦି ଏହା ଯନ୍ତ୍ରଣା ହୁଏ ଓ ଦେଖା ନ ଯାଏ ତେବେ ଆଖି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍  । ଯଦି ଯନ୍ତ୍ରଣା ହେଉ ନ ଥାଏ ଓ ଦେଖାଯାଉଥାଏ  ତେବେ ଲୋକଟି  ଆଖିରେ  ପୁଟୁଳି  ବାନ୍ଧି କିଛି ଦିନ ବିଶ୍ରାମ ନେବା ଆବଶ୍ୟକ   । ଯଦି ଯନ୍ତ୍ରଣା କମ୍ ନ ହୁଏ  ତେବେ ଏହା ଗ୍ଲୁକୋମା  ହୋଇପାରେ   ।

ସ୍ଵଚ୍ଛପଟଳ ପଛରୁ ପୂଜ ବାହାରିବା

ଏହା ଉଗ୍ର ପ୍ରଦାହର  ଲକ୍ଷଣ  । ପେନିସିଲିନ  ଏହାର ଉପଯୁକ୍ତ କାମ କରିଥାଏ   । ଯଦି ଉପଯୁକ୍ତ ସମୟରେ ଚିକିତ୍ସା କରାଯାଏ ତେବେ ଆଖି ଭଲ ହୋଇଯାଇପାରେ   ।

ମୋତିଆ ବିନ୍ଦୁ

ଆଖି ଭିତରକୁ  ଆଲୋକ ପକାଇ  ଦେଖିଲେ  ଯଦି ଚକ୍ଷୁ  ତାରକା ପଛ  ପାଖରେ  ଦୃଷ୍ଟିକାଚ  ବାଦଲ  ଘେରି  ରହିଥିବା ପରି ଦିଶେ  ଓ ଚକ୍ଷୁ  ତାରକା  ଯଦି ଧୂସର  ବା ଧଳା ଦିଶେ ତେବେ ତାହା ମୋତିଆ  ବିନ୍ଦୁ   । ବୃଦ୍ଧମାନଙ୍କ  ଚକ୍ଷୁରେ  ମୋତିଆ  ବିନ୍ଦୁ ହେବା ବା ପରଳ  ପଡିବା ଏକ ସାଧାରଣ ଘଟନା ବେଳେବେଳେ କ୍ଵଚିତ କେତେକ ଶିଶୁଙ୍କ ଚକ୍ଷୁରେ  ମୋତିଆ  ବିନ୍ଦୁ ହୋଇଥିବାର ମଧ୍ୟ  ଦେଖାଯାଏ, ମୋତିଆ ବିନ୍ଦୁ ହୋଇଥିବା ବ୍ୟକ୍ତି ଯଦି ଆଲୋକ ଦେଖିପାରୁଥାଆନ୍ତି ବା ଗତି ଜାଣିପାରୁ  ଥାଆନ୍ତି  ତେବେ ଅସ୍ତ୍ରୋପ୍ରଚାର ଦ୍ଵାରା ସେ  ସମ୍ପୂର୍ଣ୍ଣ ଆରୋଗ୍ୟ  ହୋଇ ପାରିବେ  । କିନ୍ତୁ ଅସ୍ତ୍ରୋପ୍ରଚାର ପରେ ତାହାଙ୍କୁ  ସବୁଦିନ ପାଇଁ ଶକ୍ତି ସମ୍ପନ୍ନ  ମୋଟା  ଚଷମା ବ୍ୟବହାର କରିବାକୁ ପଡିବ   । କୌଣସି ଔଷଧ ମୋତିଆ ବିନ୍ଦୁକୁ ଆରୋଗ୍ୟ କରିପାରେ ନାହିଁ   ।

ଅନ୍ଧାରକଣା (ଶୁଷ୍କଚକ୍ଷୁ)

ଖାଦ୍ୟପ୍ରାଣ ‘କ’ ଅଭାବ

୨ ବର୍ଷରୁ  ୫ ବର୍ଷ ବୟସ୍କ ପିଲାମାନଙ୍କଠାରେ ଏହା ଏକ ସାଧାରଣ ରୋଗ ଅଟେ   । ଭିଟାମିନ ‘ଏ’ ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ନ ଖାଇଲେ ଏହି ରୋଗ ହୋଇଥାଏ  । ଏହାକୁ ଆରମ୍ଭରୁ  ଚିହ୍ନଟ କରି ଆରୋଗ୍ୟ ନ କଲେ  ଶିଶୁଟିକୁ ଅନ୍ଧହେବାକୁ  ପଡିଥାଏ   ।

ଲକ୍ଷଣ

*        ପ୍ରଥମେ ଶିଶୁଟିକୁ ଅନ୍ଧାରକଣା  ରୋଗ ହୁଏ   । ଅର୍ଥାତ୍ ଅନ୍ଧାରରେ ଅନ୍ୟମାନଙ୍କ ପରି ସେ  ସହଜରେ ଦେଖିପାରେ ନାହିଁ   ।

*        ପରେ ଏହା ଶୁଷ୍କଚକ୍ଷୁକୁ ରୂପାନ୍ତରିତ ହୁଏ, ଚକ୍ଷୁର ଧଳା ଡୋଳାର ଧବଳତା  କ୍ରମଶଃ ହ୍ରାସ ହୋଇ ତା ଉପରେ ଗାର ଗାର ପଡିଲା ପରି ଦିଶେ   ।

*        ଡୋଳା ଉପରେ ଧୂସର ରଙ୍ଗର  ଛୋଟ ଛୋଟ ରିବି ରିବି  ଦାଗ ହୋଇଯାଏ   ।

*        ଏହି ରୋଗ ବହୁ ପୁରୁଣା ହୋଇଗଲେ, ସ୍ଵଚ୍ଛ ପଟଳ ଶୁଷ୍କ ତଥା ନିଶ୍ଚଳ ହୋଇଯାଏ  ଓ  ସ୍ଵଚ୍ଛପଟଳ ଉପରେ ଚ୍ଚୋଟ ଛୋଟ ଖାଲ  ଦେଖାଦିଏ   ।

*        ସ୍ଵଚ୍ଛପଟଳ ହଠାତ୍  ନରମ ହୋଇ ଫୁଲିଯାଏ  ଓ ବେଳେ ବେଳେ  ଫାଟି ମଧ୍ୟ ଯାଏ   । ସାଧାରଣତଃ  ଏଥିରେ ଆଦୌ ପୀଡା ହୁଏ ନାହିଁ, ଖଣ୍ଡିଆ ଦାଗ ତଥା ସଂକ୍ରମଣ  ଯୋଗୁଁ  ଅନ୍ଧ ହେବାକୁ ପଡିଥାଏ   ।

*        ଯେତେବେଳେ ଶିଶୁଟି  ଅନ୍ୟାନ୍ୟ  ରୋଗ ଯଥା : ତରଳ ଝାଡା ଧଇଁକାଶ ଓ ଯକ୍ଷ୍ମାରୋଗଦ୍ଵାରା  ପୀଡିତ ହୁଏ ସେହି ସମୟରେ  ଅନ୍ଧାରକଣା  ବା ଚକ୍ଷୁ ଶୁଷ୍କ ହେବା ଆରମ୍ଭ ହୁଏ  ବା ଚକ୍ଷୁ  ଶୁଷ୍କ ଆଗରୁ ଆରମ୍ଭ ହୋଇଥିଲେ ଅଧିକ ପ୍ରକୋପକାରୀ  ହୋଇଥାଏ  ପ୍ରତ୍ୟକ ରୋଗାକ୍ରାନ୍ତ ତଥା ଅଳ୍ପ ଓଜନର  ପିଲାମାନଙ୍କର  ଆଖିକୁ ପରୀକ୍ଷା କରନ୍ତୁ   ।

ପ୍ରତିଷେଧକ  ଓ ଚିକିତ୍ସା

ଖାଦ୍ୟପ୍ରାଣ ‘କ’ ଖାଦ୍ୟ ପ୍ରଚୁର ପରିମାଣରେ ଖାଇଲେ ଚକ୍ଷୁ  ଶୁଷ୍କ ଖୁବ୍ ସହଜରେ ଭଲ ହୋଇଥାଏ   ।

*        ଯଦି ସମ୍ଭବ ହେଉଛି  ତେବେ ଶିଶୁକୁ ଦୁଇବର୍ଷ ପର୍ଯ୍ୟନ୍ତ ମାଆ ସ୍ତନ୍ୟପାନ କରାନ୍ତୁ   ।

*        ଶିଶୁର ବୟସ ୬ ମାସ ହେଲା ପରେ ତାହାକୁ ଖାଦ୍ୟପ୍ରାଣ ‘କ’ ଯୁକ୍ତ ଖାଦ୍ୟ ଯଥା ସବୁଜ ତଟକା ପଡିବା, ହଳଦିଆ ଓ ଲାଲ ରଙ୍ଗର  ଫଳ ତଥା ପାରିବା, ଦୁଗ୍ଧ, ଅଣ୍ଡା, କଲିଜା, ବୃକକ ଇତ୍ୟାଦି  ଦେବା ଆରମ୍ଭ କରନ୍ତୁ  ।

*        ଯଦି ଶିଶୁଟିକୁ ଉପରୋକ୍ତ ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ  ଏବଂ ଯଦି ସେ ଅନ୍ଧାର କଣା  ରୋଗରେ ଆକ୍ରାନ୍ତ ହୋଇଛି  ତେବେ ତାହାକୁ ଭିଟାମିନ ‘ଏ’ କ୍ୟାପସୁଲ  ୨୦୦,୦୦୦ ଇଉନିଟ୍ ର  ପ୍ରତି ୬ ମାସ ବ୍ୟବଧାନରେ ଗୋଟିଏ ଲେଖାଏଁ  ଖାଇବାକୁ ଦିଅନ୍ତୁ   । ମନେ ରଖନ୍ତୁ, ୬ ମାସରୁ କମ୍ ବୟସ୍କ  ଶିଶୁମାନଙ୍କୁ  ଏହି ବଟିକା ଦିଅନ୍ତୁ ନାହିଁ   ।

*        ଯଦି ଶିଶୁର  ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ  ତେବେ ତାହାକୁ ୨ ଲକ୍ଷ ଏକକ ବିଶିଷ୍ଟ  ଗୋଟିଏ କ୍ୟାପସୁଲ  ଖାଇବାକୁ ଦିଅନ୍ତୁ   । ଯଦି ସପ୍ତାହକ ମଧ୍ୟରେ ଆଖି ଲାଲ ଭଲ ନ ହେଲା ତେବେ ଆଉ ଗୋଟିଏ କ୍ୟାପସୁଲ  ଖାଇବାକୁ ଦେବେ  ।

*        ଏକ ବର୍ଷର  ଶିଶୁକୁ ଏକ ଲକ୍ଷ ୟୁନିଟର ଭିଟାମିନ୍ “ଏ” ଦେବା ଉଚିତ୍  ।

ସତର୍କତା

ଅଧିକ ପରିମାଣର ଭିଟାମିନ୍ ‘ଏ’ ବିଷ ଅଟେ

ଯଦି ଶିଶୁର ଚକ୍ଷୁର  ଅବସ୍ଥା ସଙ୍କଟାପନ୍ନ  ଯଥା : ସ୍ଵଚ୍ଛ ପଟଳ ରଙ୍ଗହୀନ  ତଥା ନିଶ୍ଚଳ ଦିସୁଛି, ଏଥିରେ ଖାଲ  ଖାଲ ଦିଶୁଛୁ ବା ଫୁଲି ଯାଇଛି  ତେବେ ଖୁବ୍ ଶୀଘ୍ର ଡାକ୍ତରଖାନାର ସାହାଯ୍ୟ  ନିଅନ୍ତୁ   । ଶିଶୁଟିର  ଆଖିରେ  ପଟ୍ଟି  ବାନ୍ଧି ଦେବା ଉଚିତ୍ ଓ ସଙ୍ଗେ ସଙ୍ଗେ ତାହାକୁ ଭିଟାମିନ୍ ‘ଏ’ ଦିଆଯିବା ଆବଶ୍ୟକ   । ୧ ଲକ୍ଷ  ଏକକ ବିଶିଷ୍ଟ ଭିଟାମିନ୍ ‘ଏ’ ଇଞ୍ଜେକ୍ସନ  ଦେବା ଅପେକ୍ଷାକୃତ  ଭଲ ।

ସବୁଜ ତଟକା ପାରିବା ଓ ହଳଦିଆ ରଙ୍ଗର  ଫଳଆଦି  ପିଲାମାନଙ୍କୁ ଅନ୍ଧ ହେବାରୁ ରକ୍ଷା କରିଥାଏ  ।

ଆଖି ସାମନାରେ ଦାଗ ବା ମାଛି ଉଡିବାଭଳି ଦିଶିବା

କୌଣସି ଏକ ଉଚ୍ଚ ଚଟାଣ ଯଥା କାନ୍ଥ ବା ଆକାଶକୁ ଚାହିଁବା ସମୟରେ ବୁଢା ଲୋକମାନେ ସେମାନଙ୍କର ଆଖି ଆଗରେ କଳା  ଦାଗ ଭଳି ଘୂରୁଥିବାର ଦେଖୁଛନ୍ତି  ବୋଲି ଅଭିଯୋଗ କରିଥାନ୍ତି  । ଆଖି ଘୁରାଇବା ବେଳେ ଏହି ଦାଗ ଗୁଡିକ ସେହି ଅନୁସାରେ ଘୂରିବାଭଳି  ଦେଖାଯାଆନ୍ତି  ଓ ଏହା ଅବିକଳ  ଛୋଟ ଛୋଟ ମାଛି ପରି ଦିଶନ୍ତି  ।

ଏହିଭଳି ଦାଗ ଦେଖାଯିବା ବିଶେଷ କ୍ଷତିକାରକ ନୁହେଁ  ଓ ଏଥିପାଇଁ  ବିଶେଷ ଚିକତ୍ସାର  ମଧ୍ୟ ଆବଶ୍ୟକତା ନାହିଁ  । କିନ୍ତୁ ହଠାତ୍ ଯଦି ଆଖି ଆଗରେ ମାଛିଭଳି  ବହୁ ସଂଖ୍ୟାରେ ଦେଖା  ଯାଆନ୍ତି  ଓ ଗୋଟିଏ ପାଖରୁ  ଦୃଷ୍ଟି ଶକ୍ତିହୀନ  ହେବାରେ ଲାଗେ ତେବେ ଏହି ଲକ୍ଷଣ ଅତ୍ୟନ୍ତ ବିପଦପୂର୍ଣ୍ଣ  ଅଟେ   । ଦୃଷ୍ଟି ପଟଳ  ଅଲଗା ହୋଇଯିବ  ପୂର୍ବରୁ  ତୁରନ୍ତ ଡାକ୍ତରଖାନାର  ସାହାଯ୍ୟ ନିଅନ୍ତୁ   ।

ଯୋଡାଯୋଡି ଦେଖାଯିବା

ଏହାର ବିବିଦ୍ଧ କାରଣ ଅଛି   । ଯଦି ହଠାତ୍ ଯୋଡା ଯୋଡାହୋଇ ଦେଖାଯାଏ  ତେବେ ଏହା ବିପଦଜନକ  ଅଟେ  । ତୁରନ୍ତ ଡାକ୍ତରଙ୍କ  ସାହାଯ୍ୟ  ନେବା ଉଚିତ୍  । ଯଦି ସମୟ ସମୟରେ  ଯୋଡା ଯୋଡାହୋଇ  ଦେଖାଯାଏ  ଏହା ବିଶେଷ କରି କୁପୋଷଣ ଯୋଗୁ ହୋଇଥାଏ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 4/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate