ସେଆର କରନ୍ତୁ

ସ୍ୱାସ୍ଥ୍ୟସେବା

ସ୍ୱାସ୍ଥ୍ୟସେବା ର ସୂଚନା

ୱାସ୍ଥ୍ୟ କ’ଣ

ଜଣେ ବ୍ୟକ୍ତିର “ସମ୍ପୂର୍ଣ ଶାରୀରିକ,ମାନସିକ ଏବଂ ସାମାଜିକ ସମୃଦ୍ଧି ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଏ ।ଏହା କେବଳ ରୋଗର ଅନୁପସ୍ଥିତି ଏବଂ ଦୁର୍ବଳତାଶୂନ୍ୟ ଅବସ୍ଥାକୁ ବୁଝାଏ ନାହିଁ । ଆଧ୍ୟାତ୍ମିକ ସ୍ଵଛନ୍ଦତା ମଧ୍ୟ ସ୍ୱାସ୍ଥ୍ୟର ଏକ ମୌଳିକ ଉପାଦାନ। ଉତ୍ତମ ସ୍ୱାସ୍ଥ୍ୟ ରହିଥିଲେ ଜଣେ ବ୍ୟକ୍ତି ଉପାର୍ଜନକ୍ଷମ ହୋଇ ଉତ୍ତମ ସାମାଜିକ ଜୀବନ ବିତାଇ ପାରିବ ।

ପ୍ରାଥମିକ ସ୍ଵାସ୍ଥ୍ୟସେବା  କ’ଣ

ଏହା ଏକ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯାହାକି ସାର୍ବଜନୀନ ଭାବେ ଗୋଷ୍ଠୀର ସମସ୍ତ ବ୍ୟକ୍ତି ଓ ପରିବାରଙ୍କ ପାଇଁ ଉପଲବ୍ଧ ଥିବ ,ଗୋଷ୍ଠୀର ସମ୍ପୂର୍ଣ ସହଭାଗିତାରେ କରାଯାଉଥିବ ଏବଂ ପ୍ରତ୍ୟେକ ସ୍ତରରେ ଏଗୁଡ଼ିକର ଉନ୍ନତି ନିମନ୍ତେ ପଦ୍ଧପରିକର ହୋଇ ଗୋଷ୍ଠୀ ଏବଂ ଦେଶ ଏଥିପାଇଁ ବିନିଯୋଗ କରିପାରୁଥିବେ ।

ପ୍ରାଥମିକ ସ୍ୱାସ୍ଥ୍ୟସେବାର କେଉଁ ସବୁ ସୁବିଧା ରହିଥିବା ଦରକାର:

  • ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଏବଂ ସେଗୁଡିକର ପ୍ରତିରୋଧ ବିଷୟରେ ଶିକ୍ଷାଦେବା ଓ ନିୟନ୍ତ୍ରଣ କରିବାର ଉପାୟ ବତାଇବା।
  • ଖାଦ୍ୟ ଓ ପୁଷ୍ଟି ଯୋଗାଣରେ ଉନ୍ନତି ଆଣିବା
  • ବିଶୁଦ୍ଧ ଜଳଯୋଗାଣ ଏବଂ ମୌଳିକ ପରିମଳ ବ୍ୟବସ୍ଥା
  • ସଂକ୍ରାମକ ରୋଗ ନିମନ୍ତେ ଟୀକାକରଣ
  • ସ୍ଥାନୀୟ ଅଞ୍ଚଳରେ ହେଉଥିବା ରୋଗଗୁଡିକର ପ୍ରତିଷେଧକ ଓ ପ୍ରତିରୋଧ ବ୍ୟବସ୍ଥା
  • ସାଧାରଣ ରୋଗ ଏବଂ କ୍ଷତର ଉପଯୁକ୍ତ ଚିକିସ୍ସା ଏବଂ

ଅତ୍ୟାବଶୀକୀୟ ଔଷଧ ଯୋଗାଣ ବ୍ୟବସ୍ଥା

ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବା

  • ଉପକେନ୍ଦ୍ର
  • ସ୍ୱାସ୍ଥ୍ୟକର୍ମୀ(ପୁରୁଷ)
  • ସ୍ୱାସ୍ଥ୍ୟକର୍ମୀ(ମହିଳା)
  • ଗ୍ରାମ୍ୟ ସ୍ତରରେ ହେଉଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ କାର୍ଯ୍ୟର ଦେଖାଶୁଣା କରନ୍ତି ।
  • ଏମାନଙ୍କ କାମ
  • ମ୍ୟାଲେରିଆ ରୋଗୀ ଚିହ୍ନଟ କରିବା,ଚିକିସ୍ଛା କରିବା ଏବଂ ଲୋକଙ୍କୁ ପରାମର୍ଶ  ଦେବା
  • ଘର ଘର ବୁଲି ଡିଆଁ ରୋଗ ଚିହ୍ନଟ କରିବା ଓ ଏହି ସୂଚନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେବା
  • ପାଣିରେ କ୍ଳୋରିନ ପକାଇବା, ଲୋକେ ପାଇଖାନା ବ୍ୟବହାର କରିବା ଓ ରୋଷେଇ ବଗିଚା କରିବାରେ ସାହାଯ୍ୟ କରନ୍ତି ।
  • ପତି ପତ୍ନିକୁ ଗର୍ବନିରୋଧକ ବଟିକା ଦେବା
  • ମା ଓ  ଶିଶୁ ସ୍ୱାସ୍ଥ୍ୟ ଏବଂ ଗର୍ଭ ନଷ୍ଟ କରିବା ପାଇଁ ଲୋକଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ(ମହିଳା)ପାଖକୁ ପଠାଇବା
  • ସ୍କୁଲ ପିଲାଙ୍କର କୁପୋଷଣ ଯାଞ୍ଚ କରିବା  ଓ ଏହାର ପରାବର୍ତ୍ତି ପଦକ୍ଷେପ ନେବା
  • ଗର୍ଭବତୀ ମହିଳାଙ୍କୁ ଲୌହ ଓ ଫଲିକ ଏସିଡ ଏବଂ ପିଲାମାନଙ୍କୁ ଭିଟାମିନ “ଏ” ଦବା
  • ଜନ୍ମ ମୃତ୍ୟୁର ପଞ୍ଜୀକରଣ କରିବା
  • ସମସ୍ତ ଦରକାରୀ କାଗଜ ପାତ୍ର ରଖିବା
  • ଲୋକମାନଙ୍କୁ ପରାମର୍ଶ ଦେବା ଇତ୍ୟାଦି
  • ମା’ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦାୟିତ୍ଵ
  • ଗର୍ଭବତୀ ମହିଳାଙ୍କୁ ଚିହ୍ନଟକରି ପଞ୍ଜୀକରଣ କରିବା
  • ବିପଦପୂର୍ଣ୍ଣ ସଭାବ୍ୟ ବିପଦ ସଙ୍କୁଳ ପ୍ରସବକୁ ଡାକ୍ତରଖାନା ପଠାଇବା
  • ପିଲା ଜନ୍ମ ସମୟରେ ଧାଈଙ୍କୁ ସାହାଯ୍ୟ କରିବା
  • ପିଲାଜନ୍ମ ପରେ ଉଭୟ ମା’ ଓ ଶିଶୁଙ୍କ ଯତ୍ନ  ନେବା
  • ପରିବାର କଲ୍ୟାଣ ସମ୍ବନ୍ଧୀୟ ଦାୟିତ୍ଵ
  • ଏ ବାବଦରେ ଏମାନଙ୍କର କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ କାମ ସହିତ ସମାନ ।
  • ଏଥି ସହିତ ନେତା ସ୍ତରୀୟ ମହିଳାମାନଙ୍କୁ ଚିହ୍ନଟ କରି ଏମାନଙ୍କୁ ପ୍ରଶିକ୍ଷଣ ଦେବା ଏମାନଙ୍କ କାର୍ଯ୍ୟ ଅଟେ ।
  • ଗର୍ଭ ନଷ୍ଟ କରୁଥିବା ମହିଳାଙ୍କୁ ଏମ.ଟି.ପି. ଡାକ୍ତରଖାନା ପଠାଇବା ।

ଟିକାକାରଣ:

  • ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟାକର ଟିକା ଦେବା
  • ପିଲାମାନଙ୍କୁ ଟିକା ଦେବା
  • ଧାଈ ମାନଙ୍କୁ ପ୍ରଶିକ୍ଷଣ
  • ଧାଈମାନଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦେବା
  • ଅନ୍ୟାନ୍ୟ କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ସମାନ
  • ସ୍ୱାସ୍ଥ୍ୟ ଉପଦେଷ୍ଟା
  • ସ୍ୱାସ୍ଥ୍ୟ ଉପଦେଷ୍ଟା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମିଶି କାମ କରନ୍ତି ।
  • ଏମାନଙ୍କ କାର୍ଯ୍ୟ :
  • ଡିଆଁ ରୋଗ ଚିହ୍ନଟ କରିବା
  • ପରିବେଶ ନିର୍ମଳ ରଖିବା
  • ଟିକା କରଣ
  • ପରିବାର କଲ୍ୟାଣ
  • ମା ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ
  • ସ୍ୱାସ୍ଥ୍ୟ ଉପଦେଷ୍ଟା ଙ୍କ ଦାୟିତ୍ଵ
  • ଜରୁରୀ ପରିସ୍ଥିତିରେ ପ୍ରାଥମିକ ଚିକସ୍ଛା
  • ସ୍ୱାସ୍ଥ୍ୟ ଉପଦେଷ୍ଟା ମାନସିକ ରୋଗୀ ଙ୍କୁ ଚିହ୍ନଟ କରି ରୋଗୀକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ପଠାଇ ଦିଅନ୍ତୁ ।
  • ଧାଈ ଧାଈର ଦାୟିତ୍ଵ
  • ଗର୍ଭବତୀ ମହିଳାଙ୍କ ଚିହ୍ନଟକରଣ
  • ଗର୍ଭ ସମୟରେ ଯତ୍ନ
  • ନିରାପଦ ପିଲା ଜନ୍ମରେ ସାହାଯ୍ୟ
  • (ପ୍ରତ୍ୟେକ ଧାଈଙ୍କୁ ପ୍ରଶିକ୍ଷଣ ଦିଆଯାଉଛି )
  • ଅଙ୍ଗନବାଡି କର୍ମୀ

ଏମାନେ ଆଇ.ସି.ଡି.ଏସ ଯୋଜନାର ଏକ ଅଙ୍ଗ ।ଏମାନେ ମୁଖ୍ୟତଃ ୬ ବର୍ଷ ସଯସରୁ କମ ବୟସ ପିଲାମାନଙ୍କ ପାଇଁ କାମ କରିଥାନ୍ତି ।ଏଥି ସହିତ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ଙ୍କର ମଧ୍ୟ ଯତ୍ନ ନେଇଥାନ୍ତି ।

  • ଦାୟିତ୍ଵ
  • ପରିପୂରକ ଖାଦ୍ୟ
  • ଟିକକରଣ
  • ସ୍ୱାସ୍ଥ୍ୟ ପରାମର୍ଶ
  • ସ୍ୱାସ୍ଥ୍ୟ ଯାଞ୍ଚ
  • ପ୍ରାକ-ବିଦ୍ୟାଳୟ ଶିକ୍ଷା
  • ପାରମ୍ପରିକ ଚିକିସ୍ସ।

ଗାଁରେ ଚିକିସ୍ଛା କରିବା ପାଇଁ ଏବେ ବି ପୁରୁଣା ଚିକିସ୍ଛା ପଦ୍ଧତିରେ ଓ ବୈଦ୍ୟମାନେ ସାହାଯ୍ୟ ନେଇଥାନ୍ତି । ଆମ ଦଶରେ ଆୟୁର୍ବେଦ,ସିଦ୍ଧ ,ଉନାନି,ହୋମିଓପାଥି,ଯୋଗ ପ୍ରକୃତିକ ଚିକିସ୍ଛା ଆଦି ବହୁଳ ଭାବରେ ବ୍ୟବହାର ହେଉଅଛି । ଗତ କିଛି ବର୍ଷ ଧରି ଭାରତ ସରକାର ,ଏହି ପଦ୍ଧତି ଯେତିକି  ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ ସେଥିପାଇଁ ଚେଷ୍ଟା ଚଳାଇ ଆସୁଛନ୍ତି ।

ପଞ୍ଚାଯତ ପଦକ୍ଷେପ କ’ଣ ହେବା ଉଚିତ

ଆପଣଙ୍କ ଅଞ୍ଚଳରେ ସମସ୍ତ ଧାଈ ପ୍ରଶିକ୍ଷଣ ପାଇବା ଉଚିତ । ଯଦି କିଏ ପ୍ରଶିକ୍ଷଣ ପାଇ ନଥାନ୍ତି ତେବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇପରିବ ।

ଦେଖନ୍ତୁ ,ସ୍ୱାସ୍ଥ୍ୟ ଉପଦେଷ୍ଟା ଠିକ ଭାବରେ କାମ କରୁଛନ୍ତି କି ନାହିଁ ।

ଗ୍ରାମର କର୍ଜୟକର୍ତ୍ତା ମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ଆୟୋଜନ ।

ସ୍ୱାସ୍ଥ୍ୟ ସହାୟିକା ମନେରଖନ୍ତୁ :

ଉପରୋକ୍ତ ସମସ୍ତ ସ୍ୱାସ୍ଥ୍ୟସେବା ବ୍ୟତୀତ ବ୍ଲକ ସବଡିଭିଜନ ଏବଂ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାମାନ ରହିଛି । ଜଣେ ସ୍ବେଛାସେବୀ ଭାବେ ନିକଟରେ ଉପଲବ୍ଧ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଜାଣି ଆବଶ୍ୟକମତେ  ପଦକ୍ଷେପ ନେବା ଦରକାର । ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖି ନିଜ ଅଞ୍ଚଳର ଲୋକମାନଙ୍କୁ ଉପଲବ୍ଧ ସ୍ବାସ୍ଥ୍ୟସେବାର ଉପଯୋଗ କରିବାକୁ ପ୍ରସ୍ଚୋହନ ଦିଅନ୍ତୁ ।

ଆଧାର :ୟୁନାଇଟେଡ଼ ନେଶନସ ୱାର୍ଲ୍ଡଡ ଫୁଡ ପ୍ରୋଗ୍ରାମ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top