ହୋମ / ସ୍ଵାସ୍ଥ୍ୟ / ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ / ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି / ଏଡସ ପରାମର୍ଶ
ସେଆର କରନ୍ତୁ

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି / ଏଡସ ପରାମର୍ଶ

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି / ଏଡସ ପରାମର୍ଶ ସମ୍ବନ୍ଧରେ ସୂଚନା ।

ଏଡସ୍ ରୋଗର ପୃଷ୍ଠଭୂମି

ଆମେ  ଏବେ ଯେଉଁ  ରୋଗୀକୁ  ଏଡସ୍  ରୋଗ   ବୋଲି   କହୁଛୁ , ତାହା  ବିକାଶ  ସମୃଦ୍ଧ  ଦେଶ  ଯଥା ଆମେରିକା , ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ  ଓ  ୟୁରୋପରେ  ପ୍ରଥମେ   ୧୯୮୦  ମସିହାରେ   ପୁରୁଷ  ସମଲିଙ୍ଗୀ ଯୌନ କ୍ରିୟାରେ   ଲିପ୍ତ  ବ୍ୟକ୍ତିଙ୍କ  ଠାରେ   ଦେଖାଯାଇଥିଲା  । ସମଲିଙ୍ଗୀ  ଯୌନକ୍ରିୟା  କ୍ଷେତ୍ରରେ  ଏହିରୋଗ  ଉଭୟ  ପୁରୁଷ  ଓ ମହିଳାଙ୍କଠାରେ  ଦେଖାଦେଇଥିଲା  । ଯେହେତୁ   ଏହି  ରୋଗ  ଯୌନକ୍ଷମ  ବ୍ୟକ୍ତିଙ୍କଠାରେ  ଅଧିକ   ଦେଖାଯାଏ  ସେଥିପାଇଁ  ବୈଜ୍ଞାନିକମାନେ  ଏହାକୁ  ଯୌନ  ସଞ୍ଚାରିତ ରୋଗ  ବୋଲି   ଆଖ୍ୟା  ଦେଇଥିଲେ  ।

୧୯୮୧  ମସିହାରେ ପ୍ରଥମ  କରି  ଆମେରିକାରେ  ଏଡସ୍  ରୋଗ  ଚିହ୍ନଟ  କରାଯାଇଥିଲା । ଏହା  ଏଚ.ଆଇ.ଭି. ନାମକ  ଏକ ଭୂତାଣୁ  ଦ୍ଵାରା  ବ୍ୟାପିଥାଏ  ଯାହା  ଶରୀରର  ରୋଗ ପ୍ରତିରୋଧକ  ଶକ୍ତିକୁ   ନଷ୍ଟ   କରିଦିଏ । ଫଳରେ   ଶରୀର   ବାହ୍ୟ ରୋଗ   ସଂକ୍ରମଣରେ   ସଠିକ୍  ମୁକାବିଲା  କରିପାରେ   ନାହିଁ ଓ ବ୍ୟକ୍ତି  ବିଭିନ୍ନ  ସଂକ୍ରମଣର  ଶିକାର  ହୋଇଥାଏ   ।

ଏଡସ୍ ରୋଗରେ  ଆକ୍ରାନ୍ତ  ବ୍ୟକ୍ତି  ବିଭିନ୍ନ  ପ୍ରକାର  କର୍କଟରୋଗର   ଶିକାର  ହୋଇଥାନ୍ତି  । ବ୍ୟକ୍ତି ମଧ୍ୟ ଫୁସ୍ ଫୁସ୍ , ପାଚନ କ୍ରିୟା , ଚର୍ମ  ଓ  ସି.ଏନ.ଭି  ସଂକ୍ରମଣର  ସମ୍ମୁଖୀନ  ହୋଇଥାଏ   ।

ଏଚ. ଆଇ. ଭି ସଞ୍ଚାରଣ

ଏହି ଭୂତାଣୁ  ମୁଖ୍ୟତଃ  ରକ୍ତ , ବିର୍ଯ୍ୟ , ଯୋନି  ସ୍ରାବରେ  ଜୀବନଧାରଣ   କରିଥାଏ  ।

ଏଚ.ଆଇ.ଭି ସଂକ୍ରମଣ

  • ଯୌନକ୍ରିୟା, ଦୂଷିତ ରକ୍ତ , ବିର୍ଯ୍ୟ  ମାଧ୍ୟମରେ  ଏହା  ଜଣଙ୍କ ଠାରୁ  ଅନ୍ୟ  ଜଣଙ୍କୁ ବ୍ୟାପିଥାଏ ।  ଯୌନକ୍ରିୟା  ମାଧ୍ୟମରେ  ରୋଗସଂକ୍ରମଣ  ସବୁଠାରୁ  ଅଧିକ । ସଂକ୍ରମିତ   ବ୍ୟକ୍ତିଠାରୁ  ସୁସ୍ଥବ୍ୟକ୍ତିକୁ  ଉପରଲିଖିତ  ମାଧ୍ୟମରେ   ରୋଗ  ସଂକ୍ରମଣ  ହୋଇଥାଏ ।
  • ରକ୍ତ  ସଞ୍ଚାରଣ  ସମୟରେ  ଏଚ.ଆଇ.ଭି  ଥିବା ରକ୍ତ   ଅନ୍ୟକୁ  ରୋଗ  ସଂକ୍ରମଣରେ   ସାହାର୍ଯ୍ୟ  କରିଥାଏ ।
  • ଏଚ.ଆଇ.ଭି  ଭୂତାଣୁ  ସଂକ୍ରମିତ ଛୁଞ୍ଚି  ଓ ସିରିଞ୍ଚି  ମାଧ୍ୟମରେ  ମଧ୍ୟ   ସଂକ୍ରମଣ  ହୋଇଥାଏ ।
  • ଏଚ.ଆଇ.ଭି  ସଂକ୍ରମିତ  ମା ଠାରୁ  ଗର୍ଭସ୍ଥ   ଭୃଣକୁ  ରୋଗ ସଂକ୍ରମଣ  ହୋଇଥାଏ ।

ଏଚ.ଆଇ.ଭି. ସଂକ୍ରମଣ  ହୋଇନଥାଏ :

  • କାଶିବା  ବା  ଛିଙ୍କିବା  ଦ୍ଵାରା
  • ମଶା  କାମୁଡିବା  ଦ୍ଵାରା
  • ଛୁଇଁବା  ବା  କୋଳାଗ୍ରତ  କରିବା   ଦ୍ଵାରା
  • ପାଣି  ଓ  ଖାଦ୍ୟ  ଦ୍ଵାରା
  • ସାଧାରଣ  ଚୁମ୍ବନ  ଦ୍ଵାରା
  • କରମର୍ଦ୍ଦନ
  • ପାଇଖାନାର  ସମୂହ   ବ୍ୟବହାର
  • ଟେଲିଫୋନ୍  ବ୍ୟବହାର
  • ପୋଖରୀ  ବ୍ୟବହାର
  • ବାସନ  କୁସନର  ସମୂହ   ବ୍ୟବହାର

ଏଚ.ଆଇ.ଭି ପ୍ରତିଷେଧକ ବ୍ୟବସ୍ଥା

କେତେଗୁଡିଏ  ପ୍ରତିଷେଧାତ୍ମକ  ବ୍ୟବସ୍ଥା   ଆପଣେଇ  ପାରିଲେ  ଏଚ. ଆଇ. ଭି ର ବିପଦକୁ  ରୋକାଯାଇପାରିବ  ।

  1. ଯଦି ଆପଣ ଯୌନକ୍ଷମ ତେବେ ଆପଣଙ୍କର ଯୌନ ବ୍ୟବହାରରେ  ପରିବର୍ତ୍ତନ କରନ୍ତୁ । ଯଥା–
    • ବିବାହ  ନ  ହେବା  ପର୍ଯ୍ୟନ୍ତ  ଯୌନକାର୍ଯ୍ୟରେ  ଲିପ୍ତ  ହୁଅନ୍ତୁ  ନାହିଁ  ।
    • ଯଦି ଯୌନକ୍ଷମ, ତେବେ  ଯୌନକ୍ରିୟା   ନକରି  ନିରାପଦ  ଯୌନ  ଯଥା  କୋଳାଗ୍ରତ, ଚୁମ୍ବନ, ହସ୍ତମୌଥୁନ  ଆଦି  ଆପଣାନ୍ତୁ  ।
    • ଯଦି  ଆପଣଙ୍କର  ଯୌନକ୍ରିୟା   ଆବଶ୍ୟକ  ତେବେ  ଜଣେ  ବିଶ୍ଵସ୍ତ  ବ୍ୟକ୍ତି  ସହିତ  ସମ୍ପର୍କ  ରଖନ୍ତୁ  ।
    • ପ୍ରତ୍ୟକ  ଥର  କଣ୍ଡୋମ  ବ୍ୟବହାର   କରନ୍ତୁ  ।
  2. ରକ୍ତ  ସଞ୍ଚାରଣ  ମାଧ୍ୟମରେ   ସଂକ୍ରମଣ  ରୋକିବା  ପାଇଁ –
    • ସମସ୍ତ  ଯନ୍ତ୍ରପାତି  ବିଶୋଧନ  କରି  ବ୍ୟବହାର   କରନ୍ତୁ  । ଯଥା  ଛୁଞ୍ଚି , ସିରିଞ୍ଜ୍ , କାନଫୋଡା ସରଞ୍ଜାମ , ଚିଟାକୁଟାଇବା  ସରଞ୍ଜାମ  ।
    • ଏଚ.  ଆଇ.  ଭି  ମୁକ୍ତ   ରକ୍ତ   ବ୍ୟବହାର କରନ୍ତୁ  ।
    • ଇଂଜେକସନ୍ ମାଧ୍ୟମରେ ଡ୍ରଗ୍  ନିଅନ୍ତୁ ନାହିଁ,ଯଦି ବ୍ୟବହାର କରନ୍ତି  ତେବେ ନିଜ  ଉପକରଣ  ବ୍ୟବହାର କରନ୍ତୁ ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

3.07142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top