ହୋମ / ସ୍ଵାସ୍ଥ୍ୟ / ରୋଗ / ଅସ୍ଥି ଭଗ୍ନ
ସେଆର କରନ୍ତୁ

ଅସ୍ଥି ଭଗ୍ନ

ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ ।

ଅସ୍ଥି ଭଗ୍ନ

ଅସ୍ଥି ଭଗ୍ନ ଶବ୍ଦଟିକୁ କଥିତ ଓଡ଼ିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା FX କିମ୍ବା # ଚିହ୍ନ ଦେଇ ଲେଖନ୍ତି । ସଂଜ୍ଞା: - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୌନିକ ସ୍ୱଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ଼ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଅସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ଼ ପୋରିଆ(Osteoporosis), ସ୍ୱଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ୱାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।

ଲକ୍ଷଣ ଓ ସୂଚନା

ଅସ୍ଥି ଆବରଣକୁ (Periosteum) ଛାଡ଼ିଦେଲେ ଅସ୍ଥି ମଧ୍ୟରେ କୌଣସି ଯନ୍ତ୍ରଣାବାହୀ ସ୍ନାୟୁ ନ ଥାଏ । ନିମ୍ନ ଲିଖିତ କାରଣଯୋଗୁ ରୋଗୀ କଷ୍ଟ ଅନୁଭବ କରେ ।

  • ଅସ୍ଥି ଭଗ୍ନ ହେଲେ ବାହାର ଆବରଣ (Periosteum) ଓ ଭିତର ଆବରଣ (Endosteum) କ୍ଷତିଗ୍ରସ୍ତ ହୁଏ । ଏହି ଦୁଇ ଆବରଣରେ ବହୁତ ଯନ୍ତ୍ରଣାବାହୀ ସ୍ନାୟୁ ଥାଏ । ଏଣୁ ବହୁତ କଷ୍ଟ ହୁଏ ।
  • ଅସ୍ଥି ଭଗ୍ନ ଯୋଗୁ ରକ୍ତ ସ୍ରାବ ହୁଏ ଓ ଅସ୍ଥିର ନିକଟସ୍ଥ କୋମଳ ତନ୍ତୁ ଫୁଲିଯାଏ(en:Oedema)ଓ ଏହି ଫୁଲାର ଚାପ ଯୋଗୁ ଯନ୍ତ୍ରଣା ହୁଏ ।
  • ;ଭଙ୍ଗା ସ୍ଥାନକୁ ହଲଚଲରୁ ରକ୍ଷା କରିବା ନିମିତ୍ତ ମାଂସ ପେଶି ଅତ୍ୟଧିକ ସଙ୍କୁଚିତ ହୁଅନ୍ତି । ଏହି ସଙ୍କୋଚନ ଯୋଗୁ ଯନ୍ତ୍ରଣା ହୁଏ ।
  • ଅସ୍ଥି ଭଗ୍ନର ପ୍ରଧାନ ଲକ୍ଷଣ - ଯନ୍ତ୍ରଣା, ଫୁଲା, କର୍ମ ଅକ୍ଷମତା । ଭଙ୍ଗା ସ୍ଥାନକୁ ସ୍ପର୍ଶ କଲେ ଦରଜ ଲାଗେ, ହାଡ଼ ହଲଚଲ ହେବା ହାତକୁ ଜଣାପଡେ । ଏହା ବ୍ୟତୀତା ଭଗ୍ନ ସ୍ଥାନର ନିକଟରେ ଥିବା ଅଂଶ (ଯେପରିକି ଶିରା, ଧମନୀ, ମସ୍ତିଷ୍କ, ଓ ମେରୁଦଣ୍ଡ ଇତ୍ୟାଦି) ଆଘାତପ୍ରାପ୍ତ ହେଲେ ଅନ୍ୟାନ୍ୟ ଲକ୍ଷଣମାନ ପ୍ରକାଶ ପାଏ ।

    ବର୍ଗ କରଣ

    କାରଣାତ୍ମକଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ, କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ ହୁଏ ।

    ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୌଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ କାରଣ ମଧ୍ୟରୁ ହାଡ଼ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣ ।

    ଅସ୍ଥି ଶଲ୍ୟ

    ଅସ୍ଥି ଶଲ୍ୟ ବର୍ଗକରଣରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଅଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।

    ସବୁ ପ୍ରକାର ହାଡ଼ ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।

    • ସାଧାରଣ ବା ବନ୍ଦ (Simple Fracture) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ନ ଥାଏ ।
    • ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବା ଦ୍ୱାରା ଅସ୍ଥି ଅତ୍ୟଧିକ ସଂକ୍ରମିତ (Infection) ହେବାର ସମ୍ଭାବନା ଥାଏ ।
    • ଅସ୍ଥି ଭଗ୍ନ ଚିକିତ୍ସା କଲାବେଳେ ଭଙ୍ଗା ସ୍ଥାନରେ ହାଡ଼ କେତେ ଦୂର ଘୁଞ୍ଚି ଯାଇଛି, କେତେ ଫାଙ୍କ ଅଛି, କେତେ କୋଣ ସୃଷ୍ଟି ହୋଇଛି ଏ ସବୁ ବିଚାରକୁ ନିଆଯାଏ । ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ୍କ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ । ଏହି ପ୍ରକାର ଭଙ୍ଗା ବିସ୍ଥାପିତ ହୋଇ ନ ଥିବା ଭଙ୍ଗା ଅପେକ୍ଷା ଶୀଘ୍ର ଯୋଡ଼ି ହୋଇଯାଏ ।

    • ଚିପା ଭଗ୍ନ: ଏହି ପ୍ରକାର ଭଙ୍ଗା ମେରୁ ଅସ୍ଥିରେ ସମ୍ଭବ ହୁଏ । ଅତ୍ୟଧିକ ବକ୍ର ଆଘାତ ଯୋଗୁ ମେରୁ ଅସ୍ଥିର ସାମନା ଅଂଶ ଚିପି ହୋଇ ଭାଙ୍ଗିଯାଏ । ହାଡ଼ ପୋରିଆ ରୋଗ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।

    ଅନ୍ୟ କେତେକ ପ୍ରକାର ଭଗ୍ନର ନାମ:

    • ସଂମ୍ପୁର୍ଣ୍ଣ ଭଗ୍ନ(Complete): ଏଠାରେ ଭଗ୍ନ ସ୍ଥାନର ଦୁଇ ହାଡ଼ ସମ୍ପୁର୍ଣ୍ଣ ରୁପେ ପରଷ୍ପରଠାରୁ ଅଲଗା ହୋଇ ଯାଇଥାଏ ।
    • ଅସମ୍ପୁର୍ଣ୍ଣ ଭଗ୍ନ(Incomplete): ଦୁଇ ହାଡ଼ କିଛି ପରିମାଣରେ ସଂଯୁକ୍ତ ହୋଇ ରହିଥାଆନ୍ତି । ଅନେକ ସ୍ଥଳରେ ହାଡ଼ କେବଳ ଫାଟି ଯାଇଥାଏ
    • ଆଲମ୍ବ ଭଗ୍ନ(Linear): ଲମ୍ବ ଅସ୍ଥିର ମଧ୍ୟ ରେଖା ସହ ସମାନ୍ତରାଳ ଭଗ୍ନ୍ ।
    • ଅନୁପ୍ରସ୍ଥ ଭଗ୍ନ(Transverse): ପ୍ରସ୍ଥ ଦିଗରେ ଭଗ୍ନ ଥାଏ।
    • ତୀର୍ଯ୍ୟକ ଭଗ୍ନ(Oblique): ଅସ୍ଥିର ଭଗ୍ନ ରେଖା ତୀର୍ଯ୍ୟକ ଗତି କରି ଥାଆନ୍ତି ।
    • ଚକ୍ରାକାର ଭଗ୍ନ(Spiral): ଭଗ୍ନ ରେଖା ବଙ୍କେଇ ବଙ୍କେଇ ଗତି କରିଥାଏ ।
    • ଖଣ୍ଡ ବିଖଣ୍ଡିତ ଭଗ୍ନ(Comminuted): ଦୁଇ ଖଣ୍ଡରୁ ଅଧିକ ବିଖଣ୍ଡିତ ହୋଇଥାଏ ।
    • ସଂଘାତ ଭଗ୍ନ(Impacted): ଭଙ୍ଗା ସ୍ଥାନରେ ଗୋଟିଏ ହାଡ଼ ଅନ୍ୟ ହାଡ଼ ଭିତରେ ପଶି ଯାଇଥାଏ ।

    ଶରୀର ଗଠନାତ୍ମାକ

    ଶରୀରର ବିଭିନ୍ନ ଅଂଶର ନାମାନୁସାରେ ଏହି ବର୍ଗ କରଣ କରାଯାଏ । ଅନ୍ୟ କେତେକ ନାମ ଅନୁସାରେ ଉପବର୍ଗକରଣ କରାଯାଇଥାଏ । ଉପରେ ଦତ୍ତ ବର୍ଗ କରଣର ନାମ ଏହି ବର୍ଗରେ ସଠିକ ଭାବେ ଲେଖା ଯାଇ ପାରିବ ନାହିଁ।

    • ଖପୁରି ଭଗ୍ନ(Skull)
      • ନିମ୍ନ ଖପୁରି ଭଗ୍ନ(Basilar skull)
      • ଚକ୍ଷୁ ତଳ ଅସ୍ଥି ଭଗ୍ନ‌(Blow out)
      • ଅଧଃ ହନୁ ଅସ୍ଥି ଭଗ୍ନ(Mandible)
      • ନାସା ଅସ୍ଥି ଭଗ୍ନ(Nasal)
      • ଲେ ଫୋର୍ଟ ଭଗ୍ନ(Le Fort)
    • ମେରୁ ଅସ୍ଥି ଭଗ୍ନ(Spinal Fracture)
      • ବେକ ଅସ୍ଥି ଭଗ୍ନ(Cervical Fracture)
      • ବେକ ଅସ୍ଥି ୧ ଭଗ୍ନ(Fracture of C1)
      • ବେକ ଅସ୍ଥି ୨ ଭଗ୍ନ(Fracture of C2)
      • ସମ୍ମୁଖ କୁଞ୍ଚନ ଅଶୃ ଟୋପା ଭଗ୍ନ(Flexion teardrop fracture)
      • କ୍ଲେ ସୋଭେଲର୍ ଭଗ୍ନ(Clay-shoveler fracture)
      • ବର୍ଷ୍ଟ ଭଗ୍ନ(Burst Fracture)
      • ସଂକୋଚିତ ଭଗ୍ନ(Compression)
      • ଚାନ୍ସ ଭଗ୍ନ(Chance Fracture)
      • ହୋଲ୍ଡ‌ୱର୍ଥ ଭଗ୍ନ (Holdworth Fracture)
    • ପଞ୍ଜରା ହାଡ଼ ଭଗ୍ନ(Rib fracture)
    • ବକ୍ଷାସ୍ଥି ଭଗ୍ନ(Sternal fracture)
    • ସ୍କନ୍ଧ ଭଗ୍ନ(Shoulder fracture)
      • କଣ୍ଠାସ୍ଥି ଭଗ୍ନ(Clavicle fracture)
      • ସ୍କନ୍ଧାସ୍ଥି ଭଗ୍ନ(Scapular fracture)
    • ବାହୁ ଭଗ୍ନ(Arm fracture)
      • ଭୁଜାସ୍ଥି(Humerus fracture/ fracture of upper arm bone)
      • ସୁପ୍ରାକଣ୍ଡାଇଲାର୍ ଭଗ୍ନ(Supracondylar fracture)
      • ହୋଲସ୍ଟେନ୍-ଲୁଇସ୍ ଭଗ୍ନ(Holstein-Lewis fracture)
    • ପ୍ରବାହୁ ଭଗ୍ନ(Forearm fracture)
      • ଅଲ୍‌ନା ଭଗ୍ନ(Ulna fracture)
      • ମଣ୍ଟେଜିଆ(Monteggia fracture)
      • ହ୍ୟୁମ୍ (Hume fracture)
    • ରେଡିଅସ ଭଗ୍ନ(Radius)
      • ଇସେକ୍ସ ଲୋପ୍ରେସ୍ଟି(Essex-Lopresti)
      • ପ୍ରାନ୍ତ ରେଡିଅସ୍(DistalRadius)
      • ଗାଲିଆଜି(Galleazzi)
      • କଲିସ୍(Colles)
      • ସ୍ମିଥ୍(Smith)
    • ହ୍ୟାଣ୍ଡ(Hand)
      • ସ୍କାଫଏଡ(Scaphoid)
      • ରୋଲାଣ୍ଡ(Roland)
      • ବେନେଟ୍(Bennett's): ପ୍ରଥମ ମେଟାକାର୍ପାଲ ଅସ୍ଥି ଭାଙ୍ଗିଯାଇ ଗଣ୍ଠି ଭିତରକୁ ପ୍ରବେଶ କରିଥାଏ ।
      • ବକ୍ସର୍(Boxer's)
    • ପେଲ୍‌ଭିକ୍(Pelvic)
      • ହିପ୍(Hip)
      • ଡୁଭର୍ନି(Duverney)
    • ଫିମର୍(Femoral)
    • ପାଟେଲା(Patella)
    • କ୍ରସ୍(Crus)
      • ଟିବିଆ(Tibia)
      • ବମ୍ପର(Bumper)
      • ସେଗଣ୍ଡ(Segond)
      • ଗୋସେଲିନ୍(gosselin)
      • ଟଡଲର(Toddler's) ଟିବିଆର ଦୂରବର୍ତ୍ତୀ ସ୍ଥାନରେ ସ୍ପାଇରାଲ ଭାଗ୍ନ କିନ୍ତୁ ସ୍ଵସ୍ଥାନରେ ସ୍ଥିତ ।
    • ଫିବୁଲା(Fibula)
      • ମେସୋନେଭ(Maisonneuve)
      • ଲେ ଫୋର୍ଟ୍(Le Forte fracture of ankle)
      • ବସଵର୍ଥ(Bosworth)
    • ଟିବିଆ ଓ ଫିବୁଲା ମିଶ୍ର ଭଗ୍ନ(Combined Tibia and Fibula fracture)
      • ଟ୍ରାଇମାଲିଓଲାର୍(Trimalleolar)
      • ବାଇମାଲିଓଲାର୍(Bimalleolar)
    • ପାଦ(Foot)
      • ଲିସଫ୍ରଙ୍କ(Lisfranc)
      • ଜୋନ୍ସ(Jones)
      • ମାର୍ଚ୍(March)
      • କାଲକାନିଆଲ୍(Calcaneal)

    ଓଟିଏ(OTA)ବର୍ଗ କରଣ

    ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନ ଦ୍ଵାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହା ଦ୍ଵାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ । ଏଥି ନିମନ୍ତେ ୫ ଭାଗ ବିଶିଷ୍ଟ୍ କୋଡ୍ (Code) ବ୍ୟବହାର କରାଯାଏ ।

    • ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ

    ୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍‌ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ମେରୁଅସ୍ଥି ଭଗ୍ନ, ୬. ପେଲ୍‌ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍

    • ସ୍ଥାନ:ଅସ୍ଥିର ବିଭିନ୍ନ ସ୍ଥାନର୍ କୋଡ :- ଲମ୍ଵ ଅସ୍ଥିର ବିଭିନ୍ନ ଅଂଶ: ନିକଟସ୍ଥ(Proximal)=୧,ଅସ୍ଥିଦଣ୍ଡ(Diaphyseal)=୨, ଦୂରସ୍ଥ(Distal)= ୩
    • ପ୍ରକାର: A=ସରଳ, B=Wedge ,C= ଜଟିଳ
    • ସଂଘ (Group): ଭଙ୍ଗା ସ୍ଥାନର ରୈଖିକ ଚିଚାର - transverse, oblique, spiral, or segmental.
    • ଉପସଂଘ:(Subgroup): ସ୍ଟେବ୍ଲ(Stable)- ଭଗ୍ନ ସ୍ଥାନର ଅସ୍ଥିର ସ୍ଥିତି ସଠିକ ଥିଲେ ଯୋଡି ହୋଇଯିବାର ସମ୍ଭାବନା ଅଧିକ , ଅନସ୍ଟେବ୍ଲ(Unstable)- ଏହି ଭଗ୍ନ ବଙ୍କା ହୋଇଯାଇପାରେ, ମୋଡି ହୋଇଯାଇପାରେ ବା ଛୋଟ ହୋଇ ଯାଇପାରେ ।

    ଚିକିତ୍ସା

    ଅସ୍ଥି ଭଗ୍ନର ଚିକିତ୍ସା ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ରକ୍ଷଣଶୀଳ(Conservative or closed) ଓ ଅପରେଶନ(Open) । ଯନ୍ତ୍ରଣା ଉପସମ,ଅଚଳନ(Immobilisation), ଏବଂ ଅନ୍ୟାନ୍ୟ ବିନା ଅପରେଶନ ଚିକିତ୍ସା; ଏହି ତିନି ପ୍ରକାର ଚିକିତ୍ସା ରକ୍ଷଣଶୀଳ ଚିକିତ୍ସା ଅନ୍ତର୍ଭୁକ୍ତ ।

    ଯନ୍ତ୍ରଣା ଉପଶମ

    ଯନ୍ତ୍ରଣାର ପରିମାଣ ଓ ରୋଗୀର ବୟସ ଅନୁସାରେ ଚିକିତ୍ସକ ଔଷଧ ଲେଖି ଦିଅନ୍ତି । ପିଲାମାନଙ୍କ ନିମନ୍ତେ ସାଧାରଣତଃ ଆଇବୁପ୍ରୋଫେନ ବା ଆସେଟାମିନୋଫେନ୍ ସହ କୋଡିନ ଦିଆଯାଏ । ଡାକ୍ତରମାନେ ନିଜ ବ୍ୟକ୍ତିଗତ ଅନୁଭୁତି ଅନୁସାରେ ଔଷଧ ଚିଠା ଦିଅନ୍ତି ।

    ଅଚଳନ

    ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡ଼ିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡ଼ି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନ ଦ୍ଵାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । ଚିକିତ୍ସା ଦ୍ଵାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ । ଆଘାତ ଜନିତ ଫୁଲା କମିଗଲା ପରେ ବ୍ରେସ୍ ବା ଅର୍ଥୋସିସ୍ ବ୍ୟବହାର କରାଯାଇପାରେ । ଅପରେଶନ ମଧ୍ୟ ଦୁଇ ପ୍ରକାର କରାଯାଏ, ଗୋଟିକରେ ଭଙ୍ଗା ସ୍ଥାନ ଖୋଲି ସ୍କୃ, ପ୍ଲେଟ ସହ ସ୍କୃ ବା ଲମ୍ଵା କଣ୍ଟାଦ୍ଵାରା ଭଙ୍ଗା ସ୍ଥାନକୁ ଚଳନହୀନ କରାଯାଏ । ଅନ୍ୟ ପଦ୍ଧତିରେ ଭଙ୍ଗା ସ୍ଥାନ ନ ଖୋଲି ସରୁ ସରୁ ପିନ୍ ଦୁଇ ପାର୍ଶ୍ବରେ ହାଡ଼ ଭିତରକୁ ପ୍ରବେଶ କରାଇଦିଆଯାଏ ଓ ସେ ପିନ୍ ସବୁକୁ ଅଙ୍ଗ ବହାରେ ରଡ଼ ଦ୍ୱାରା ବାନ୍ଧି ଦିଆଯାଏ । ଏହି ପଦ୍ଧତିକୁ External fixator କୁହାଯାଏ ଓ ଇଲିଜାରୋଭ (Ilizarov method) ପଦ୍ଧତି ଏହି ପ୍ରକାର ପଦ୍ଧତି ମଧ୍ୟରୁ ଗୋଟିଏ ଅତି ଉପାଦେୟ ପଦ୍ଧତି ।

    ଛୋଟ ଛୋଟ ହାଡ଼ ଭଙ୍ଗାରେ ପ୍ଲଷ୍ଟର ନ କରି ପଟି ବାନ୍ଧିଲେ ମଧ୍ୟ ସ୍ଥଳ ବିଶେଷରେ ଯୋଡି ହୋଇଯାଏ ।

    ଅପରେଶନ

    ରକ୍ଷଣଶୀଳ ଚିକିତ୍ସା ଫଳବତୀ ନ ହେଲେ ବା ଫଳବତୀ ହେବାର ସମ୍ଭାବନା ନ ଥିଲେ ଅପରେଶନ କରିବା ବିଧେୟ କାରଣ ଏହାର ଉପକାର ସହ ଅପକାର ବି ଅଛି । ହାଡ଼ପୋରିଆ ତଥା ଓଷ୍ଟିଓଜେନିକ୍ ଇମ୍ପର୍ଫେକ୍ଟା ଭଳି କେତେକ ରୋଗ ଜନିତ ଅସ୍ଥି ଭଗ୍ନ ହେଲେ ନିୟମିତ ଅପରେଶନ କରାଯାଏ କାରଣ ଅପରେଶନ୍ ଅପେକ୍ଷା ଏହି ଭଗ୍ନର କମ୍ପ୍ଲିକେଶନ ମଧ୍ୟରେ ଡିପ୍ ଭେନ ଥ୍ରୋମ୍ଵୋସିସ୍ ଓ ପଲ୍ମୋନାରି ଏମ୍ଵୋଲିସ୍ମ ଅଧିକ ବିପଦଜନକ । ଗଣ୍ଠି ହାଡ଼ ମଧ୍ୟରେ ଅସ୍ଥି ଭଗ୍ନ ଦେଖା ଗଲେ ଅସ୍ଥିର ଶେଷ ଭାଗରେ ଥିବା ଚିକ୍କଣ ପୃଷ୍ଠ କ୍ଷତି ଗ୍ରସ୍ତ ହୁଏ ଓ ଏହା ହେଲେ ଗଣ୍ଠିର ଚଳ ପ୍ରଚଳରେ ଅସୁବିଧା ହୁଏ । ଏଣି ଅପରେଶନ କରି ଯଥା ଶୀଘ୍ର ଚିକ୍କଣ ପୃଷ୍ଠର ପୁନଃ ସଂସ୍ଥାପନ କରଯାଏ ।

    ଅସ୍ଥିର ରୋଗ ସଂକ୍ରମଣ ଅତ୍ୟଧିକ ବିପଦଜନକ କାରଣ ଏହା ପୁନଃ ପୁନଃ ସଂକ୍ରମିତ ହୁଏ । ଅସ୍ଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକାରୀ ଜୀବକୋଷ ବହୁତ କମ ଥାଏ । ଅସ୍ଥି ଜୀବ କୋଷ ଅପେକ୍ଷା କୋଷ ବହିସ୍ଥ ଅଜୈବିକ ପଦାର୍ଥ ଓ ରକ୍ତ ପରିବାହି ନଳି ଅଧିକ ଅଧିକ କ୍ଷତି ଗ୍ରସ୍ତ ହୁଏ । ଏଣୁ ଖୋଲା ଭଗ୍ନ ତଥା ଅପରେଶନ୍ ପଦ୍ଧତିରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାଇଓଟିକ ଅତ୍ୟନ୍ତ ଆବଶ୍ୟକ ।

    କେତେକ ଅସ୍ଥି ଭଗ୍ନରେ ଅସ୍ଥି ରୋପଣ(Bone Graft) ମଧ୍ୟ ଆବଶ୍ୟକ ହୋଇଥାଏ ।

    ଅଧୁନା ଅନେକ କ୍ଷେତ୍ରରେ ଧାତୁ ନିର୍ମିତ ପଦାର୍ଥ ଯଥା ପ୍ଲେଟ୍,ସ୍କୃ,କଣ୍ଟା(Nail) ଇତ୍ୟାଦି ବ୍ୟବହାର କରାହେଉଛି । ଏହି ପଦର୍ଥ ଗୁଡିକର ଡିଜାଇନ ଓ ପ୍ରୟୋଗ ସଠିକ ଭାବେ କରିବା ଆବଶ୍ୟକ । ପ୍ଲେଟ୍ ଓ ସ୍କୃ ଲୋଡ୍ ନେବା ଦ୍ଵାରା ଅସ୍ଥି ଭିତରେ ପରିବର୍ତ୍ତନ ହୋଇ ସଚ୍ଛିଦ୍ର ହୋଇ ଦୁର୍ବଳ ହୋଇଯାଏ । ଟାଇଟାନିଅମ୍ ଓ ଅନ୍ୟାନ୍ୟ ମିଶ୍ର ଧାତୁ ପ୍ରୟୋଗ ଦ୍ଵାରା କିଛି ଲୋଡ୍ କମିଯାଏ, କିନ୍ତୁ ସମ୍ପୁର୍ଣ୍ଣ ବିଦାୟ ନିଏନାହିଁ । ଅପରେଶନ୍ ଜନିତ ଘର୍ଷଣ ଦ୍ଵାରା ମଧ୍ୟ ଅଧିକ ଉତ୍ତାପ ଯୋଗୁ ଅସ୍ଥି କ୍ଷୟ ହୁଏ । ବ୍ୟବହୃତ ଧାତୁ ସମ୍ପୁର୍ଣ୍ଣ ନିଷ୍କ୍ରିୟ ନ ହେଲେ ଆୟନ ସୃଷ୍ଟି ହୋଇ ଅସ୍ଥି ନଷ୍ଟ ହୋଇଯାଏ ।

    ଜଟିଳତା(Complications)

    ଅସ୍ଥି ଭଗ୍ନ ପରେ ବେଳେ ବେଳେ କମ୍ପାର୍ଟମେଣ୍ତ ସିନ୍ଡ୍ରୋମ(Compartment Syndrome) ଭଳି ଅତି ସାଂଘାତିକ ଜଟିଳ ସମସ୍ୟା ଦେଖାଯାଏ । ଏହାର ଚିକିତ୍ସା ତୁରନ୍ତ ନ କଲେ ଆମ୍ପୁଟେସନ ବା ଅଙ୍ଗ ଛେଦନ(Amputation) ଦରକାର ହୁଏ । ସଂଯୋଗହୀନତା(Non union) ଓ ବକ୍ର ଯୋଡେଇ(Mal union)ଭଳି ଅସୁବିଧା ମଧ୍ୟ ଦେଖାଯାଏ ।

    ଅସ୍ଥି ଭଗ୍ନର ସମସ୍ତ ଜଟିଳତା ଗୁଡିକ ୩ଟି ବିଭାଗରେ ବିଭକ୍ତ କରାଯାଏ । ଏଗୁଡିକ ହେଲା-

    1. ତୁରନ୍ତ ଜଟିଳ- ଭାଙ୍ଗିବା ସଙ୍ଗେ ସଙ୍ଗେ ଏହା ପ୍ରଦର୍ଶିତ ହୁଏ ।
    2. ବିଳମ୍ବିତ ଜଟିଳ- ଭାଙ୍ଗିବାର କିଛି ଦିନ ମଧ୍ୟରେ ଦେଖାଯାଏ ।
    3. ପୁରାତନ ଜଟିଳ- ବହୁତ ଦିନ ଅତିବାହିତ ହେବା ପରେ ଦେଖାଯାଏ ।

    ତୁରନ୍ତ ଜଟିଳ

    ବିଳମ୍ବିତ ଜଟିଳ

    ପୁରାତନ ଜଟିଳ

    ଦୈହିକ(Systemic)

    · ସ୍ଵଳ୍ପ ରକ୍ତ ଶକ୍

    ଦୈହିକ(Systemic)

    · ସ୍ଵଳ୍ପ ରକ୍ତ ଶକ୍() Hypovolumic Shock

    · ପ୍ରପ୍ତ ବୟଷ୍କ ଶ୍ଵାସ କ୍ରିୟା ଦୁର୍ଗତି ଲକ୍ଷଣ ପୁଞ୍ଜ(Adult Respiratory Distess Syndrome)

    · ଚର୍ବି ଏମ୍ବୋଲିସ୍ମ୍(Fat Embolism)

    · ଗଭୀର ଶିରା ଥ୍ରୋମ୍ଵୋସିସ୍(Deep Vein Thrombosis)

    · ଫୁସଫୁସିୟ ଲକ୍ଷଣ ପୁଞ୍ଜ(Pulmonary Syndrome)

    · ସଂକ୍ରମଣ ବିହୀନ ଆଘାର ଜନିତ ଜ୍ଵର(Asceptic Traumatic Fever)

    · ସେପ୍ଟିସେମିଆ(Septicemia),ଖୋଲା ଭଙ୍ଗା ବିଶେଷରେ

    · କ୍ରସ୍ ଲକ୍ଷଣ ପୁଞ୍ଜ(Crush Syndrome)

    ଅଠିକ ଯୋଡେଇ(Imperfect Union)

    · ବିଳମ୍ବିତ ଯୋଡେଇ(Delayed Union)

    · ଅଯୋଡା(Non union)

    · ବିକୃତ ଯୋଡା(Mal Union)

    · ଅନ୍ୟ ଅସ୍ଥି ସହ ସଂଯୋଗ(Cross Union)

    ସ୍ଥାନିୟ

    · ବଡ ରକ୍ତ ନାଳି ଆଘାତ(Injury to Major Vessels)

    · ମାଂସ ପେଶୀ ଓ ପେଶୀ ରଜ୍ଜୁ ଆଘାତ(Tendon Injury)

    · ଗଣ୍ଠି ଆଘାତ(Injury to Joint)

    · ଭିସେରା ଆଘାତ(Viscera Injury) ||

    ସ୍ଥାନିୟ

    · ସଂକ୍ରମଣ(Infection)

    · କମ୍ପାର୍ଟମେଣ୍ଟ ଲକ୍ଷଣ ପୁଞ୍ଜ(Compartment Syndrome)

    ଅନ୍ୟାନ୍ୟ

    · ରକ୍ତ ବିହୀନ ତନ୍ତୁ ମୃତ୍ୟୁ(Avascular Necrosis)

    · କ୍ଷୁଦ୍ରାକାର(Shortening)

    · ଗଣ୍ଥି ଅଚଳ(Joint Stiffness)

    · ସୁଡେକ୍ସ୍ ଡିସ୍ଟୋଫି(Sudeck's oteodystrophy)

    · ଅସ୍ଥିମଜ୍ଜ ପ୍ରଦାହ(Osteomyelitis)

    · ରକ୍ତହୀନ ସଂକୋଚନ(Ischemic Cotracture)

    · ପେଶୀପ୍ରଦାହିତ ଅସ୍ଥି ତିଆରି(Myossitis Ossificans)

    · ଓଷ୍ଟିଓଆର୍ଥାଇଟିସ୍(Osteoarthritis)

    ଶିଶୁମାନଙ୍କ ଅସ୍ଥି ଭଗ୍ନ

    ପିଲାମାନଙ୍କ ଅସ୍ଥି କୋମଳ ଓ ଅପରିପକ୍ଵ । ବଡ଼ ମଣିଷଙ୍କ ଭଳି ଅସ୍ଥି ଶକ୍ତ ହୋଇ ନ ଥାଏ । ସେମାନଙ୍କ ଲମ୍ଵ ଅସ୍ଥିର(Long bone) ଦୁଇ ମୁଣ୍ଡରେ ବର୍ଦ୍ଧନକାରୀ ପ୍ଲେଟ(Growth Plate) ଥାଏ, ଯାହା ଦ୍ଵାରା ଉଭୟ ଦିଗରେ ହାଡ ବଢେ । ଏହି କାରଣମାନଙ୍କ ଯୋଗୁ ପିଲାମାନଙ୍କର ଗ୍ରୀନ୍ ସ୍ଟିକ୍ ଭଗ୍ନ ଓ ଗ୍ରୋଥ୍ ପ୍ଲେଟ ଭଗ୍ନ ହୁଏ ।

    • ଶିଶୁମାନଙ୍କର ହାଡ଼ ଆଘାତପ୍ରାପ୍ତ ହେଲେ ବଙ୍କା ହୋଇଯାଏ । ସମ୍ପୁର୍ଣ୍ଣ ନ ଭାଙ୍ଗି ଗୋଟିଏ ପାଖରେ(One cortex) ଭାଙ୍ଗେ । ଏହାକୁ ଗ୍ରୀନ୍ ସ୍ଟିକ ଭଗ୍ନ(Greenstick) କହନ୍ତି । ବିନା ଅପରେଶନରେ ଏହାର୍ ଚିକିତ୍ସା କରିହେବ ।
    • ଗ୍ରୋଥ ପ୍ଲେଟ ଭାଙ୍ଗିଗଲେ ହାଡ଼ ବଢିବାରେ ଅସୁବିଧା ହୁଏ । ମୁଣ୍ଡ ପଟରେ କିଛି ଅଂଶ ବଢେ ଓ କିଛି ଅଂଶ ବଢି ପାରେ ନାହିଁ । ଏଣୁ ହାଡ଼ ବଙ୍କା ହୋଇଯାଏ । ଏହାକୁ ସଲ୍ଟର୍ ହାରିସ୍ ଭଗ୍ନ କହନ୍ତି ।
    • ପ୍ଲାଷ୍ଟିକ ବିକୃତି: ହାଡ଼ ଚିରଦିନ ପାଇଁ ବଙ୍କା ହୋଇଯାଏ । ଅପରେଶନ(Osteotomy) କରି ଏହାକୁ ସଳଖ କରି ହେବ ।
    • ସୁପ୍ରାକଣ୍ଡାଇଲାର(Supracondylar fracture) ଓ କ୍ଳାଭିକ୍ଲ୍(Clavicle fracture) ଭଗ୍ନ ଶିଶୁମାନଙ୍କଠାରେ ଅଧିକ ଦେଖାଯାଏ

    ଆଧାର

    "medicinenet.com"
3.14285714286
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top