ହୋମ / ସ୍ଵାସ୍ଥ୍ୟ / ରୋଗ / କମ୍ପବାତର ଲକ୍ଷଣ ଓ ଚିକିତ୍ସା
ସେଆର କରନ୍ତୁ

କମ୍ପବାତର ଲକ୍ଷଣ ଓ ଚିକିତ୍ସା

କମ୍ପବାତର ଲକ୍ଷଣ ଓ ଚିକିତ୍ସା ବିଷୟରେ ସୂଚନା

କମ୍ପବାତର

୧୮୧୭ ମସିହାରେ ପ୍ରସିଦ୍ଧ ଚିକିତ୍ସାବିତ୍ ଜେମସ୍ ପାର୍କିନ୍‌ସନ୍ ବିଶଦ ଭାବରେ ଏହି ରୋଗର ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର

ନାମକରଣ କରାଯାଇଛି । ଏହାକୁ କମ୍ପବାତି ମଧ୍ୟ କୁହାଯାଏ। କେନ୍ଦ୍ରୀୟ ସ୍ନାୟୁତନ୍ତ୍ରଗତ ଅବକ୍ଷୟ ଜନିତ ବ୍ୟାଧି, ଭାବରେ ପରିଚିତ ଏହି ରୋଗରେ ପୁରୁଷ ଓ ମହିଳା ସମାନ ଭାବରେ ଆକ୍ରାନ୍ତ ହୋଇଥାନ୍ତି ।

ଆକଳନରୁ ଜଣାଯାଇଛି, ୫୦-୬୫ ବୟସର ଲୋକଙ୍କ ମଧ୍ୟରେ ଏକ ପ୍ରତିଶତ ଏବଂ ୬୫ ବର୍ଷ ପରେ ୧୦ ପ୍ରତିଶତ। ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପୁରୁଷ ଏବଂ ମହିଳା ସମାନ ଭାବରେ ଏହାର ଆକ୍ରମଣର ଶିକାର ହୋଇଥାନ୍ତି । ଏହା ଚତୁର୍ଥ ସର୍ବାଧିକ ଶରୀର

ସ୍ନାୟୁ ଅବକ୍ଷୟ ଜନିତ ରୋଗ; ଯାହାଦ୍ଵାରା ସାରା ପୃଥିବୀରେ ୪୦ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ।

କାରଣ:

ମସ୍ତିଷ୍କରେ ଥିବା ସବଷ୍ଟାନ୍ୱିଆ ନିଗ୍ରା କୋଷର ମୃତ୍ୟୁ ଯୋଗୁଁ ଡୋପାମାଇନ୍ ହ୍ରାସ ହେଲେ ଏହି ଲକ୍ଷଣ ଦେଖାଯାଇଥାଏ । ଡୋପାମାଇନ, କମ ଯୋଗୁଁ ଅନ୍ୟ ଏକ ରସାୟନ ଏସିଟିଲ୍ କୋଲିନ୍ କ୍ଷରଣର ଆଧିକ୍ୟତା ଦେଖାଯାଏ । ଏହି ଦୁଇ ରସାୟନକ୍ଷରଣର ଅସନ୍ତୁଳନ ଶରୀରରେ ଅସାଧାରଣ କମ୍ପନ ସୃଷ୍ଟି କରେ । ଏହା ବ୍ୟତୀତ ଏପିନେଣ୍ଟିନ୍ ଓ ସେରୋଟୋନିନ୍ ପରି ରସାୟନ କ୍ଷରଣରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଥାଏ । ଦୈହିକ ରସାୟନର ଏପରି ଅନିୟମିତତା ଶାରୀରିକ ଏବଂ ମାନସିକ ରୋଗ ସୃଷ୍ଟି କରିଥାଏ । ଜଣେ ସାଧାରଣ ବ୍ୟକ୍ତି ପ୍ରାୟତଃ ୮୦ ରୁ ୯୦ ବର୍ଷ ବୟସରେ ମସ୍ତିଷ୍କ କୋଷିକା କ୍ଷତିଗ୍ରସ୍ତ ବା କ୍ରିୟାହୀନତା ଆରମ୍ଭ କରିଥାନ୍ତି । ଯଦ୍ଵାରା କମ୍ପବାତ ପରି ଶାରୀରିକ ଏବଂ ଅବସାଦ ପରି ମାନସିକ ରୋଗ ଦେଖାଦେଇଥାଏ । ଏପରି କ୍ଷେତ୍ରରେ କୌଣସି ଚିକିତ୍ସାର ଆବଶ୍ୟକ ନଥାଏ । ତେବେ ଏଠାରେ ପ୍ରଶ୍ନ ଉଠେ, ବୃଦ୍ଧାବସ୍ଥା ଆସିବାପାଇଁ କିଏ ଦାୟୀ ଏବଂ ସମୟ ପୂର୍ବରୁ ବୃଦ୍ଧାବସ୍ଥା ଜନିତ ଲକ୍ଷଣର କାରଣା କଣା ?

ମୁକ୍ତ ମୂଳକ ବୃଦ୍ଧାବସ୍ଥା ଶାରୀରିକ କ୍ରିୟାହୀନତାର କାରଣ ହୋଇଥାଏ । ବିରୁଦ୍ଧାହାର ଏବଂ ଦୂଷିତ ବାତାବରଣ ଶାରୀରିକ ମୁକ୍ତ ମୂଳକ ଉତ୍ପାଦନର ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିଥାନ୍ତି । କୃତ୍ରିମ ମାଦକ ହେରୋଇନ, ପ୍ରତିଫଳନ (ଏମ.ପି.ଟି.ପି) ଶିରାଦ୍ଵାରା ମୁକ୍ତ ମୂଳକ ଉତ୍ପାଦନର ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥାନ୍ତି । କୃତ୍ରିମ ମାଦକ ହେରୋଇନ୍ ପ୍ରତିଫଳନ ( ଏମ୍ . ପି. ଟି. ପି.) ଶିରାଦ୍ଵାରା   ଆଦରଣ ବା ଯେ କୌଣସି ପ୍ରକାରେ ବିଷାକ୍ତ ବା ଶରୀର ପାଇଁ ଅବାଞ୍ଚିତ ପଦାର୍ଥର ପ୍ରବେଶ ରାଡିକିଲ, ଉତ୍ପାଦନର ସକ୍ରିୟ ସହଭାଗିତା ହୋଇଥାଏ ଏବଂ ଏହା ସମୟ ପୂର୍ବ ବୃଦ୍ଧାବସ୍ଥା ଅଣିବାକୁ ନିମନ୍ତ୍ରଣ କରିଥାଏ । ପ୍ରୋଷ୍ଟିକ ଆହାରର ଅଭାବ ଏହାର ଅନ୍ୟ ଏକ ମୁଖ୍ୟ କାରଣ । ପ୍ରୋଷ୍ଟିକ ଆହାରରେ ବିଦ୍ୟମାନ ପୋଷକ ତତ୍ତ୍ଵ ଏବଂ ଖଣିଜ ଲବଣଷ୍ଟ୍ରି ରାଡିକିଲକୁ ନିଷ୍ଟ୍ରିୟ କରୁଥିବା ଆଣ୍ଟି

ଅକ୍ସିଡାଣ୍ଟ ପରି କାମଦେଇଥାଏ । ତେଣୁ ପୌଷ୍ଟିକ ଆହାର ଅଭାବରେ ମୁକ୍ତ ମୂଳକର ସକ୍ରିୟତା ବଢିଯାଇଥାଏ ଏବଂ ମସ୍ତିଷ୍କ କୋଷିକା କ୍ଷୟ ବା ନିଷ୍କ୍ରିୟତା ଯୋଗୁଁ କମ୍ପବାତ ସୃଷ୍ଟି ହୋଇଥାଏ । ଏତଦ ବ୍ୟତୀତ ବଂଶଗତ କାରଣା ମଧ୍ୟ ଜୋହାଇପାରେ ।

ପ୍ରକାର ଭେଦ

ଏହାକୁ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇପାରେ । ସେଗୁଡ଼ିକ ହେଲା ପ୍ରାଥମିକ ବା ଅଜ୍ଞାତ ହେତୁକ, ଦ୍ଵିତୀୟକ ବା ଅର୍ଜିତ, ବଂଶଗତ, ଏକାଧିକ ଶରୀର ସଂସ୍ଥାନର ଅବକ୍ଷୟ ଆଦି । ଏହି ପାର୍କିନସନ ନିମ୍ନ ୫ ପ୍ରକାର ସୋପାନ ଦେଇ ଗତି କରିଥାଏ ।

  1. ଚେଷ୍ଟାରେ କୌଣସି ବ୍ୟାଘାତ ବିନା ଏକ ପାର୍ଶ୍ଵ ଆକ୍ରାନ୍ତ ।
  2. ସନ୍ତୁଳନରେ କୌଣସି ବ୍ୟାଘାତ ବିନା ଉଭୟପାର୍ଶ୍ଵ ଆକ୍ରାନ୍ତ ।
  3. ମାଂସପେଶୀ କଠୋରତାର ପ୍ରଥମ ଲକ୍ଷଣ ସହ ସୀମିତ କାର୍ଯ୍ୟାତ୍ମକ ଅସ୍ଥିରତା; ମାତ୍ର ଶାରୀରିକ ଚାପରେ ସ୍ଵତନ୍ତ୍ର ଜୀବନ ନିର୍ବାହ କରିବା ।
  4. ସମ୍ପୂର୍ଣ୍ଣ ବିକଶିତ ଅକ୍ଷମତା ଜଣାଯାଉଥିଲେ ବି ବିନା ସାହାଯ୍ୟରେ ଠିଆହେବା ଏବଂ ଚାଲିବା ।

୫ହ୍ଵିଲ ଚୌକି ବା ଶଯ୍ୟରେ ସୀମିତ ରହିବା ।

ଲକ୍ଷଣ

ସାଧାରଣ କର୍ମ ଯେପରି ସାର୍ଟରେ ବୋତାମ ଦେବା, ଲେଖିବା, ଲୁଗା ବଦାଳାଇବା, ଖାଦ୍ୟ ଖାଇବା ଆଦିରେ ମନ୍ଥରତା ଆଦି ଦେଖାଦେଇଥାଏ । ପ୍ରାଥମିକ ବା ମୁଖ୍ୟ ଲକ୍ଷଣ ଭାବରେ ୪ପ୍ରକାର ମୋଟର ଲକ୍ଷଣ ଯେପରି କମ୍ପନ, ମାଂଶପେଶୀ କଠୋରତା, ଶାରୀରିକ ଗତି ମନ୍ଥରତା ଓ ଆସନ ସମ୍ବନ୍ଧୀୟ ଅସ୍ଥିରତା ଦେଖାଯାଇଥାଏ । ଅନୁସନ୍ଧାନରୁ ଜଣାଯାଇଛି ଯେ, ପାର୍କିନସନର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ସମୟରେ ମସ୍ତିଷ୍କରେ ଥିବା ଡୋପାମାଇନ ସୃଷ୍ଟିକାରୀ କୋଷର ୬୦ ରୁ ୮୦ ପ୍ରତିଶତ ବା ତତୋଧିକ ନଷ୍ଟ ହୋଇଥାନ୍ତି ।

ଚିକିତ୍ସା

ଚିକିତ୍ସା ପୂର୍ବରୁ ପ୍ରତିଷେଧାତ୍ମକ ବ୍ୟବସ୍ଥା କରଣୀୟ । ଯେପରି ପୌଷ୍ଟିକ ଆହାର ଗ୍ରହଣ ସହ ସ୍ଵଚ୍ଛ ବାତାବରଣରେ ନିବାସ ଓ ସମୟ ସମୟରେ ଆୟୁର୍ବେଦୀୟ ପଞ୍ଚକର୍ମ ଚିକିତ୍ସାରେ ଶରୀର ଶୋଧନ ଏହି ରୋଗର ଆକ୍ରମଣକୁ ପ୍ରତିହତ କରିଥାଏ । ଯେହେତୁ ଏହା ଏକ ବାତ ରୋଗ; ତେଣୁ ଏହାର ଅବିଳମେ ଚିକିତ୍ସା ଆବଶ୍ୟକ ହୋଇଥାଏ  |

ଆଧାର: ସ୍ୱାସ୍ଥ୍ୟ ବିଭାଗ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top