ହୋମ / ସ୍ଵାସ୍ଥ୍ୟ / ରୋଗ / କିଡ୍ନୀକୁ ସୁସ୍ଥ ରଖିବା କିପରି
ସେଆର କରନ୍ତୁ

କିଡ୍ନୀକୁ ସୁସ୍ଥ ରଖିବା କିପରି

କିଡ୍ନୀ ରୋଗ ର ପ୍ରାରମ୍ଭିକ ଲକ୍ଷଣ ଓ କିପରି ସୁସ୍ଥ ରଖିବ ସମ୍ଭଦିୟ ଲେଖା ହୋଇଛି

ଉପକ୍ରମ

କାହିଁକି ହୋଇଥାଏ ବୃକକ୍ (କିଡ୍ନୀ) ଜନିତ ରୋଗ ? ଆମ ଦେଶରେ ଏହି ରୋଗର ପ୍ରମୁଖ କାରଣମାନେ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ମୃତ୍ରମାର୍ଗରେ ସଂକ୍ରମଣ, ମୃତମାର୍ଗ ଅବରୋଧ, ପେନ୍କିଲର ସେବନ ଅନାବଶ୍ୟକ ଔଷଧ ଗ୍ରହଣ କରିବା, ମଦ୍ୟପାନ ଓ ମସାଦକଦ୍ରବ୍ୟ ସେବନ, ଅତ୍ୟଧିକ ମାନସିକ ଅସୁସ୍ଥତା, ଅଧିକାର ଲବଣ, ଅମ୍ଳ କଟୁ ଓ ମିଠାଜାତୀୟ ଦ୍ରବ୍ୟ ସେବନ କରିବା ।

ଏହା ସବ୍ୟ ଯେ ଯେଉଁ ବ୍ୟକ୍ତି ଠାରେ ଏହି ରୋଗରେ ଆକ୍ରାନ୍ତ ହୁଏ ତାହା ଭଲ ହୁଏ ନାହିଁ । ମାତ୍ର ଉଚିତ ଔଷଧ ବ୍ୟବହାର, ଖାଦ୍ୟପାନୀୟ ଆଦି ଠିକ୍ ରହିଲେ ମନୁଷ୍ୟ ନିଜକୁ ସୁସ୍ଥ ଅନୁଭବ କରିପାରିବ ।

ପ୍ରାରମ୍ଭିକ ଲକ୍ଷଣ

  • ସକାଳୁ ଶଯ୍ୟାତ୍ୟାଗ କରିବା ପରେ ଆଖି ତଳେ ଫୁଲିବା ଓ ନିହୁଆ ଲାଗିବା, ସନ୍ଧ୍ୟା ପର୍ଯ୍ୟନ୍ତ ଏହିପରି ଲାଗିବା ଏବଂ ପାଦ ଫୁଲିବା ।
  • ଅଳସୁଆ ଲାଗିବା, ବାନ୍ତି ଲାଗିବା ।
  • ସଦାସର୍ବଦା ମୁବଡା ବିନ୍ଧା ହେବ ।
  • ଉଈ ରକ୍ତଚାପ 40 ବର୍ଷ ବୟସ ପୂର୍ବରୁ ହେବା ।
  • ବାରମ୍ବାର ପରିସ୍ରା ହେବ ବା ପରିସ୍ରା କମ୍ ହେବା ।
  • ରାତିରେ ବାରମ୍ବାର ପରିସ୍ରା ହେବା ।
  • ପରିସ୍ରା ଜଳା ବା ପରିସ୍ରା କରିବା କଷ୍ଟ ଅନୁଭବ କରିବା
  • ପରିସ୍ରା ଅଧିକ ଫେଣ ହେବା ।
  • ଅଳ୍ପ ପରିଶ୍ରାମରେ ହାଲିଆ ଲ୍ଲାଗିବା ।
  • ଭୋକ କମିବା, ଓଜନ କମିବା ।

ଉପରୋକ୍ତ ଲକ୍ଷଣମାନ ପ୍ରକାଶ ପାଉଥିଲେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଆବଶ୍ୟକ । ମୂତ୍ର ପରୀକ୍ଷା, ବ୍ଲଡ୍ ୟୁରିଆ, ଏସ୍ଇ କ୍ରେତିନାଇନ୍ ପରୀକ୍ଷା କରିବା ଆବଶ୍ୟକ । ମଧୁମେହା ରୋଗୀମାନେ ନିୟମିତ ସମୟ ଅନ୍ତରାଳରେ ରକ୍ତ ଶର୍କରା (ବ୍ଲଡ୍ ସୁଗାର ) ପରୀକ୍ଷା ସହ ଔଷଧ ସେବନକାରୀ ନିୟନ୍ତ୍ରଣ ମଧ୍ୟରେ ରଖିବା ଆବଶ୍ୟକ । ଯଦି ଏଥିରେ ତାରତମ୍ୟ ଦେଖାଦେଲା ତେବେ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

ଉପଚାର

ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ଔଷଧ ସେବନ କରିବା ସହ ଏହାକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃକ୍କକୁ ସୁସ୍ଥ ରଖିବା ପାଇଁ ନିୟମିତା ସଲାଳୁ ଚାଲିବା, ମାତ୍ରାଧିକ ପାଣି ନ ପିଇବା, ଉଚିତ ଖାଦ୍ୟପାନୀୟ ବ୍ୟବହାର କରିବା, ମଦକଦ୍ରବ୍ୟ ଏବଂ ମଦୟାପାନରୁ ଦୂରେଇ ରହିବା ଆବଶ୍ୟକ । ପ୍ରତ୍ୟେକ ଦିନ ‘ଚନ୍ଦ୍ରପ୍ରଭାବଳୀ’ ସକାଳ ସନ୍ଧ୍ୟାରେ ଖାଲି ପେଟରେ ସେବନ କରିବା ଆବଶ୍ୟକ । ମାତ୍ର ଚିକିତ୍ସକଙ୍କ ପରାମର୍ଶ ନେବେ ।

ଆଧାର ଧରିତ୍ରୀ ୧୦.୩.୨୦୧୬

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top