ହୋମ / ସ୍ଵାସ୍ଥ୍ୟ / ରୋଗ / ଖରାଦିନ ର ସମସ୍ୟା
ସେଆର କରନ୍ତୁ

ଖରାଦିନ ର ସମସ୍ୟା

ଖରା ଦିନେ ସୂର୍ଯ୍ୟଙ୍କର ତାପ ଅତ୍ୟନ୍ତ ପ୍ରଖର ଥିବାରୁ ଅଂଶୁଘାତ ପରି ବିଭିନ୍ନ ସମସ୍ୟା ଦେଖାଯାଏ ।

ଖରାଦିନେ ମହିଳାଙ୍କ ସନ୍ ପଏଜନିଂ

ସନପଏଜନିଂ କହିଲେ ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତିକରଣହୋଇନଥାଏ, ସୂର୍ଯ୍ୟକିରଣ ଦ୍ଵାରା ଆମ ଚର୍ମରେ ହେଉଥିବା ଅତ୍ୟଧିକ କ୍ଷତି ( ସନ୍ ବର୍ଣ୍ଣ) କୁ  ସନ୍ ପଏଜନିଂ କୁହାଯାଇଥାଏ । ଅଲ୍ଟ୍ରାଭାୟୋଲେଟ ରେଡିଏସନ୍ ଯୋଗୁଁ ଏହି ସନ୍ ପଏଜନିଂ ହୋଇଥାଏ ଯାହାଦ୍ୱାରା ଆମର ଚର୍ମ ଭୀକ୍ଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ ।

ସନ୍ ପଏଜନିଂର ଲକ୍ଷଣ

ଖରା ଦିନେ ଅତିବେଶୀରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ବୁର୍ଣ୍ଣ ହୋଇବା ସମ୍ଭାବନାରହିଥାଏ କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣାପଡିଯାଉଥିବା ବେଳେ ଆଉ କେତେକ ସ୍ଥଳେ ଏହା ଡେରିରେ ଜଣାପଡିଥାଏ । ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ ତେବେ ଅଧିକ ସମୟ ଖରାରେ ରହିବା ଦ୍ଵାରା ସନବର୍ଣ୍ଣର ଶିକାର ହୋଇପାରନ୍ତି । ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହେବା ଦ୍ଵାରା ନିମ୍ନଲିଖିତ ଲକ୍ଷଣ ମାନ ପ୍ରକାଶ ପାଇଥାଏ । ଚର୍ମ ନାଲି ପଡିଯିବା ଏବଂ ଚର୍ମ ଜ୍ଵଳନ ହେବା । ଯନ୍ତ୍ରଣା ଏବଂ ଚର୍ମ ହାଲକା ଭାବରେ କୁଣ୍ଡାଇ ହେବା । ଚର୍ମ ଫୁଲିଯିବା । ଜ୍ଵର ଏବଂ ଥଣ୍ଡା ହେବ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଶରୀରର ଜଳୀୟ ଅଂଶ କମିଯିବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ ।

କିପରି କରିବେ ଚିକିତ୍ସା

ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ନିମ୍ନଲିଖିତ ଭାବରେ ଉପଚାର କରାଯାଇପାରେ । ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ । ଥଣ୍ଡା ପାଣିରେ ଗାଧାନ୍ତୁ । ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଆନ୍ତୁ । ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଶରୀରର ଯେଉଁ ସ୍ଥାନରେ ସନ୍ ବର୍ଣ୍ଣ ହୋଇଛି ସେଠାରେ ଆଲୋଭେରା ଜେଲ୍ କିମ୍ବା ମଶ୍ଚରାଇଜର ଲଗାନ୍ତୁ । ଯଦି ବାହାରକୁ ଯିବାର ଥାଏ ତେବେ ଯେଉଁଠାରେ ସନବୁର୍ଣ୍ଣ ହୋଇଛି ତାହାକୁ ସମ୍ପୁର୍ଣ୍ଣ ଭାବରେ ଲୁଗାରେ ଢାଙ୍କି ଯାଆନ୍ତୁ । ପ୍ରାଥମିକ ଉପଚାର କରିବା ପରେ ନିଶ୍ଚୟ ଚର୍ମ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ସନ ପଏଜନିଂ ହେବା ଦ୍ଵାରା ଚର୍ମ କଟୁ ହେବା ସହିତ ଏହା ଶରୀରର ବ୍ୟାପକ ଅଞ୍ଚଳରେ ବ୍ୟାପିଯାଇଥାଏ ଏବଂ ଯନ୍ତ୍ରଣା ଦେଇଥାଏ, ଏହା ବ୍ୟତୀତ ମୁହଁ ଫୁଲିଯିବା, ଜ୍ଵର ଏବଂ ଥଣ୍ଡା ହେବା, ପେଟ ଯନ୍ତ୍ରଣା ହେବା, ମୁଣ୍ଡ, ଶରୀର ନିସ୍ତେଜ ହେବ । ଏବଂ ଶରୀର ଶୁଷ୍କତା ଆଦି ଦେଖାଦେଇଥାଏ ।

କିପରି ପ୍ରତିହତ କରିବେ?

ଖରାରେ ବାହାରକୁ ଯିବା ପୂର୍ବରୁ ଏକ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।ଆପଣସନସ୍କ୍ରିନ୍ ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ । ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ । ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି । ଦିନ ଦଶଟାରୁ ଚାରିଟା ମଧ୍ୟରେ ଖରାରେ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ପାଣି, ବରଫ ଏବଂ ବାଲି ସୂର୍ଯ୍ୟଙ୍କର କ୍ଷତିକାରକ ରଶ୍ମୀର ପ୍ରଭାବକୁ ବଢାଇ ଦେଇଥାଏ । ବାହାରକୁ ଯିବା ସମୟରେ ସନବୁର୍ଣ୍ଣ କିମ୍ବା ସନ ପଏଜନିଂରୁ ରକ୍ଷା ପାଇବା ପାଇଁ ସନ୍ ଗ୍ଲାସ, ଟୋପି ଏବଂ ଉପଯୁକ୍ତା ପୋଷାକ ପରିଧାନ କରନ୍ତୁ ଯେପରି ପୋଷାକ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖିବ । ଯଦି ଆପଣଙ୍କ ଚର୍ମ ଅଧିକ ସ୍ପର୍ଶକାତର ହୋଇଥାଏ ତେବେ ପୂର୍ବରୁ ଡାକ୍ତରଙ୍କ ସହିତ ନିଶ୍ଚିତ ପରାମର୍ଶ କରନ୍ତୁ । କାରଣ କେତେକ ଔଷଧ ରହିଛି ଯାହା ଚର୍ମର ସ୍ପର୍ଶକାତରତାକୁ ବଢାଇ ଦେଇଥାଏ । ଏହି ଔଷଧ ଗୁଡିକ ମଧ୍ୟରେ ଆଣ୍ଟିବୟୋଟିକ୍, ଆଣ୍ଟିଡିପ୍ରେସାଣ୍ଟ, ଡ୍ୟୁରେଟିକ୍, ହାର୍ଟ ଡ୍ରଗ୍ସ, ବାର୍ଥ କଣ୍ଟ୍ରୋଲ ପିଲ ଆଦି ଔଷଧ ଚର୍ମକୁ ସ୍ପର୍ଶକାତର କରିଥାଏ । ଖରାଦିନେ ମହିଳାଙ୍କ କର୍ମବ୍ୟସ୍ତତା ପାଇଁ ପ୍ରାୟତଃ ସେମାନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ହେଲା କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣ ବିଶେଷକରି ଚର୍ମ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣରୁ ଖରାଦିନଟି ସତର୍କତାର ସମୟ । ମହିଳାମାନେ ପ୍ରଚୁର ପାଣି ପିଅନ୍ତୁ । ଅତ୍ୟଧିକ ଖରାକୁ ସେପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନଥିଲେ ଯାଆନ୍ତୁ ନାହିଁ । ପ୍ରତ୍ୟୁଷରୁ ଉଠିବା ଖୁବ୍ ଭଲ ଅଭ୍ୟାସ । କୋଷ୍ଠ କାଠିନ୍ୟ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । ନିଶାଦ୍ରବ୍ୟ ସେବନ ସର୍ବାଦୌ ବର୍ଜନୀୟ । ତୁଟୁକା ତୁଟୁକି କିମ୍ବା ଚେରମୂଳୀ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ମୁହଁରେ ଲଗାନ୍ତୁନାହିଁ । ଶରୀରର ବିଶେଷ କରି ତ୍ଵଚା କୁଣ୍ଡାଇ ହେଲେ ରଗଡା ରଗଡି କରନ୍ତୁ ନାହିଁ ବା କୁଣ୍ଡାନ୍ତୁ ନାହିଁ ।  ସ୍ୱାସ୍ଥ୍ୟ ଅନୁକୂଳ ପାଉଡର ବ୍ୟବହାର କରନ୍ତୁ । ତୀବ୍ରଗନ୍ଧଯୁକ୍ତ ଅତର ବ୍ୟବହାର କରନ୍ତୁ ନାହିଁ । ଖୋଲା ସ୍ଥାନରେ ରାତିରେ ଶୋଇବା ଅଭ୍ୟାସ ଚର୍ମଗତ କାରଣ ପାଇଁ ଭଲ ନୁହେଁ । ସନବୁର୍ଣ୍ଣ ବା ପଏଜନିଂ ସମସ୍ୟା ପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଜ୍ଞ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ଡାକ୍ତର ବିନୋଦିନୀ ବେହେରା

ଗ୍ରୀଷ୍ମଋତୁରେ ନବଜାତ ଶିଶୁର ଯତ୍ନ

ଗ୍ରୀଷ୍ମଋତୁରେ ନିଜର ଉଦ୍ୟାନରେ ଥିବା ଫୁଲଗଛ ଓ ଛୋଟ ଚାରାଗଛ ଗୁଡିକ ଝାଉଁଳି ପଡିବା ପରି ନବଜାତ ଶିଶୁ ଗୁଡିକ ଅତ୍ୟଧିକ ଗ୍ରୀଷ୍ମରେ ରୁଗଣ ହୋଇ ପଡିଥାନ୍ତି । ତେଣୁ ସେମାନଙ୍କର ଉପୟୁକ୍ତ ଯତ୍ନର ପ୍ରୟୋଜନ ରହିଛି । ଅତ୍ୟଧିକ ଉତ୍ତାପ ହେତୁ ଶୟନ କକ୍ଷରେ ଥାଇ ମଧ୍ୟ ଶିଶୁ ବ୍ୟସ୍ତ ହୋଇପଡେ । ବୟସ୍କ ଶିଶୁମାନଙ୍କର ଦେହରୁ ଝାଳ ବାହାରି ଶରୀରକୁ ଶୀତଳ କରିବା ପଦ୍ଧତି ନବଜାତ ଶିଶୁଠାରେ ଶାରୀରିକଅପରିପକ୍ଵତା ହେତୁ ଦେଖାଯାଏ ନାହିଁ ଟେବୁ ଶୁଷ୍କତା ଦେଖାଯାଏ । ଏହା ଫଳରେ ଶରୀରର ଉତ୍ତାପ ବୃଦ୍ଧି ହୋଇଥାଏ, ଯାହାକୁ ଡିହାଇଡ୍ରେସନ ଫିଭର କୁହାଯାଏ । ତେଣୁ ଗ୍ରୀଷ୍ମ ଋତୁରେ ଜଳ ଶୁଷ୍କତା ହେତୁ ନବଜାତ ଶିଶୁକୁ ଜ୍ଵର ହୋଇପାରେ । ଛଅ ମାସରୁ କମ୍ ଶିଶୁକୁ ଜ୍ଵର ହୋଇପାରେ । ଛଅ ମାସରୁ କମ୍ ଶିଶୁକୁ ମା’ କ୍ଷୀର ବ୍ୟତୀତ, ଜଳ ପିଇବାକୁ ଦିଆଯାଏ ନାହିଁ, ଛଅ ମାସରୁ ଅଧିକ ବୟସ୍କ ଶିଶୁକୁ ଜଳ ଦିଆଯାଇପାରେ । କିନ୍ତୁ ଶିଶୁ ଗ୍ରୀଷ୍ମଋତୁରେ ଅଧିକ ଥର କ୍ଷୀର ପିଇବା ଉଚିତ୍ । ଯେପରି ତାର ପରିସ୍ରା ଦିନରେ ସାତଥରରୁ ଅଧିକ ହେଉଥିବ । ଶିଶୁଟିକୁ ସୁତାର ଢିଲା ଜମା ପିନ୍ଧାଯାଇପାରେ । ମୋଟା ଚିପା ଡ୍ରେସ ପିନ୍ଧାଇବା ଉଚିତ୍ ନୁହେଁ ବାହାରକୁ ନେବା ବ୍ୟତୀତ ଘର ଭିତର ଡାଆପ୍ ର ବ୍ୟବହାର କରିବା ଭଲ । ଶିଶୁମାନଙ୍କର ଶରୀର ଜଳାୟ ଅଂସ ଅଧବକ ରହିଥାଏ । ଶତକଡା ଅଶୀ ପ୍ରତିଶତ ଗ୍ରୀଷ୍ମଋତୁରେ ୱାର୍ମର କିମ୍ବା ଫଟୋଥେରାପି ବ୍ୟବହାର କରାଯାଇଥାଏ । ସେଥିପାଇଁ ଦାସ ପ୍ରତିଶତ ଅଧିକ ଜଳ ଦେବା ଉଚିତ୍ ଯାହାକି ଅଧିକ ଥର କ୍ଷୀର ପିଆଇ କିମ୍ବା ସାଲାଇନ୍ ଆକାରରେ ଦିଆଯାଇପାରେ ।

ଶିଶୁର ଯତ୍ନ

ସୁସ୍ଥ ଶିଶୁକୁ ଦିନକୁ ଥରେ ଗାଧୋଇ ଦେବା ଭଲ । ଛଅ ମାସରୁ କମ୍ ଶିଶୁଙ୍କୁ କେବଳ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସାବୁନ  ଲଗାଇବା ଭଲ, ଦେହରେ ବିଶେଷକରି ବେକତଳ କାଖତଳ ଓ ଅଣ୍ଟିତଳକୁ ବେବି ପାଉଡରବ୍ୟବହାର କରାଯାଇପାରେ । ବେକତଲ ଝାଳ ଓ ଓଦା ହୋଇ ଘା ହୋଇ ଯାଇପାରେ । ଏଥିରେ ଆଣ୍ଟି ଫଙ୍ଗାଲ କ୍ରିମ କିମ୍ବା ପାଉଡର ବ୍ୟବହାର କରିବା ଉଚିତ୍ । ନବଜାତକୁ ଖରା ସମୟରେ ବାହାରକୁ ନେବା ଉଚିତ୍ତ ନୁହେଁ । ଅତି ଦରକାର ଥିଲେ ସନ୍ ସ୍କ୍ରିନ ଲୋଶନ ମୁଖ ମଣ୍ଡଳ ବ୍ୟତୀତ ଖୋଲା ସ୍ଥାନମାନଙ୍କରେ ବ୍ୟବହାର କରାଯାଇପାରେ । ଗୃହତ ପରିବେଶକୁ ଶୀତଳ ରଖିବା ଉଚିତ୍ । ଛାତ ଉପରେ ଛଣ ପକାଇ ପଙ୍ଖା ଲଗାଇ ଏପରିକି ଷ୍ଟ୍ରମ ପରିମାଣ ଥଣ୍ଡା କରି ଏସି ଅଠେଇଶ ଡିଗ୍ରୀ ସେଲସିୟସ ଚଲାଯାଇପାରେ ।

ଶିଶୁର ଅସୁସ୍ଥତା

ଗ୍ରୀଷ୍ମଋତୁରେ ଜ୍ଵର ତରଳଝାଡା, ବଥ, ଘା, ଘିମିରି, ଶ୍ଵାସପଥ ସଂକ୍ରମଣ, ଚର୍ମ ରୋଗ ଶିଶୁମାନଙ୍କ ଠାରେ ଅଧିକ  ଦେଖାଯାଇଥାଏ । ମ୍ୟାଲେରିଆ, ଚିକେନଗୁନିଆ, ଡେଙ୍ଗୁ ଦେଖାଯାଇଥାଏ । ମଶାରୀ ବ୍ୟବହାର ଅତ୍ୟନ୍ତ ଜରୁରୀ । ଜଳ ଶୁଷ୍କତା ଓ ଅଂଶୁଘାତ ରୋଗ ମଧ୍ୟ ଏହି ସମୟରେ ଅତି ସାଂଘାତିକ ରୋଗ । ତେଣୁ ଶିଶୁ ଅଧିକ ଖରା ସମୟରେ ବାହାରକୁ ଆଣିବା  ଅନୁଚିତ । ଗ୍ରୀଷ୍ମଋତୁରେ ଶିଶୁକୁ ଏନ୍ତୁଡି ନିଆଁରେ ସେକିବା ଉଚିତ୍ ନୁହେଁ । ଶିଶୁକୁ ଠିକ୍  ଭାବେ ନଖାଇଲେ, ଶରୀର ଉତ୍ତାପ ସଇଁତିରିଶ ଡିଗ୍ରୀ ସେଲସିୟସରୁ ଅଧିକ ରହିଲେ, ଶିଶୁର ପିହୁଳ ମାରିଲେ କିମ୍ବା ନିସ୍ତେଜ ରହିଲେ କିମ୍ବା ଝାଡାରେ ରକ୍ତ ପଡିଏ ଶୀଘ୍ର ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଉଚିତ୍ । ବାସ୍ତବ କଥା ହେଉଛି ଗ୍ରୀଷ୍ମ ଦିନ ହୋଇଥିଲେ ବି ନବଜାତ ଶିଶୁଟିର ପିତାମାତା ବା ତା’ ପରିବାରର ଲୋକ ସଚେତନ ହୋଇ କୁନି ପିଲାଟିର ସ୍ଵାସ୍ଥ୍ୟର ସମସ୍ତ ଦିଗ ପ୍ରତି ଦ୍ରୁଷ୍ଟି ଦେଲେ ପିଲାଟିର କୌଣସି ରୋଗ ବା କ୍ଷତି ହେବନାହିଁ । ଅନେକ ସମୟରେ ଦେଖାଯାଏ ନବଜାତ ଶିଶୁର ଦେହ ଖରାପ ହେବା ମାତ୍ରେ ସର୍ବପ୍ରଥମ ଶିଶୁରୋଗ ବିଶେଷଜ୍ଞଙ୍କୁ ପରାମର୍ଶ ନକରି କାନକୁହା କଥା ଶିଶୁ ତୁଟୁକା ତୁଟୁକି ବା ଘରୋଇ ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । ତେବେ ପରବର୍ତ୍ତୀ ସମୟରେ ପିଲାଟି ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇ ଶିଶୁରୋଗ ବିଶେଷଜ୍ଞଙ୍କ ପାଖକୁ ପହଞ୍ଚିଲାବେଳକୁ ପିଲାଟିର ଦେହ ଅଧିକ ବିଗିଡିଯାଇପାରେ । ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପିଲାଟି ତା ମାଆର ଗର୍ଭରେ ଭୂମିଷ୍ଠ ହେବା ପରଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ବିଭନ୍ନ ସହାୟକ ଓ ସହଯୋଗୀ ସୁବିଧାର ସୁବ୍ୟବସ୍ଥା ହୋଇଛି । ନିପଟ ମଫସଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହେଉ ବା ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲାସ୍ତରୀୟ ଡାକ୍ତରଖାନା ବା ରାଜ୍ୟରେ ବଡ ମେଡିକାଲ ଏହାସହ ଶିଶୁରୋଗ ପାଇଁ ସବୁଠାରୁ ଅଧିକ ଉପଲବ୍ଧ ବ୍ୟବସ୍ଥା ଥିବା ଶିଶୁଭବନରେ ସରକାର ସମସ୍ତ ପ୍ରକାର ଶିଶୁ ଚିକିତ୍ସା ପ୍ରାଥମିକ ପରୀକ୍ଷା ଠାରୁ, ପରାମର୍ଶ ବିନା ମୂଲ୍ୟରେ ଔଷଧ ବିତରଣ ସହ ଏପରିକି ଆବଶ୍ୟକ ହେଲେ ସର୍ଜରୀର ସୁବନ୍ଦୋବସ୍ତ ରହିଛି । ଏହାର ଫାଇଦା ନିତ୍ୟାନ୍ତ ନେବା ଜରୁରୀ । ହିଁ, ଗ୍ରୀଷ୍ମ ଦିନ ପିଲାଟି ପାଇଁ ସବୁଠାରୁ ବଡକଥା ହେଉଛି ପିଲାଟିକୁ ଅତ୍ୟଧିକ ଗରମ ହେଉଥିବା ଘରେ ରଖନ୍ତୁ ନାହିଁକିମ୍ବା ଶୀତତାପ ନିୟନ୍ତ୍ରିତ ଥିବା କୋଠରୀରେ ଅଧିକ ସମୟ ରଖନ୍ତୁ ନାହିଁ । ଏ କ୍ଷେତ୍ରରେ ଶିଶୁରୋଗ ବିଶେଷଜ୍ଞଙ୍କ ସମସ୍ତ ପରାମର୍ଶ ଟିକିନିଖି ବିଶେଷଜ୍ଞଙ୍କ ସମସ୍ତ ପରାମର୍ଶକୁ  ଟିକିନିଖି ଭାବରେ ପାଳନ କରିବା ତିତ୍ୟାନ୍ତ ଜରୁରୀ । ନବଜାତ ଶିଶୁଟିର ଆର୍ବଭାବ ଘରର ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ମହୋତ୍ସବ ସୃଷ୍ଟି କରିଥାଏ କିନତି ଆପନମାନଙ୍କ ସାମାନ୍ୟ ଭୁଲ ବା ତ୍ରୁଟି ପାଇଁ ସେହି ଖୁସିରେ ଯେପରି କୌଣସି ବାଧା ନଆସେ ଏହାକୁ ସମସ୍ତେ ଚିନ୍ତା କାଲେ ଦେଖିବା ନବଜାତ ପିଲାଟିକୁ ନେଇ ଆପଣଙ୍କ ଖୁସି ବରଂ ଆହୁରି ବଢିଚାଲିବ ।

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତରାୟ

ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ ଶିଶୁଭବନ କଟକ

ଆଧାର

ସଂଚାର ୧୬ ଏପ୍ରିଲ ୨୦୧୬

3.6
Afreen Zafar Apr 22, 2016 12:44 PM

ଖରାଦିନେ ଦେଖାଯାଉଥିବା ସମସ୍ୟା ସମ୍ପର୍ଖରେ ଲେଖା ଗୁଡିକ ବେଶ ଉପଦାୟ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top