ସେଆର କରନ୍ତୁ

ଗାଲୁଆ

ଗାଲୁଆ ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍‌ସ ଭୁତାଣୁ ଯୋଗୁ ହୁଏ ।

ଏପିଡେମିକ ପରୋଟାଇଟିସ

ଏହି ଲେଖାଟି ମାନବ ଶରୀରରେ ହେଉଥିବା ଗାଲୁଆ ରୋଗ ବିଶେଷ ବାବଦରେ । ବାକିସବୁ ପାଇଁ, ଗାଲୁଆ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।

ଗାଲୁଆ ବା ମମ୍ପ୍‌ସ ବା ଏପିଡେମିକ ପରୋଟାଇଟିସ (ଇଂରାଜୀରେ Mumps ବା epidemic parotitis ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍‌ସ ଭୁତାଣୁ ଯୋଗୁ ହୁଏ । ଜ୍ଵର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ । ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ ।

ଲକ୍ଷଣ

ଭୂତାଣୁ ସଂସ୍ପର୍ଶ ଆସିବାର ୧୬ ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ ରୁ ୧୦ ଦିନରେ ଭଲ ହୋଇଯାଏ । ପିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ । ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ । ଏହା ଜଟିଳ ଆକାର ଧାରଣ କଲେ ମେନିଞ୍ଜାଇଟିସ (୧୫ %), ଅଗ୍ନାଶୟ ପ୍ରଦାହ (୪ %), ସମ୍ପୂର୍ଣକାଲ, ଓ ଯନ୍ତ୍ରଣାଦାୟକ ଶୁକ୍ରାଶୟ ଫୁଲା ହୋଇ ବନ୍ଧ୍ୟାଦୋଷ ହୁଏ ।  ମହିଳାମାନଙ୍କର ଓଭାରି ଫୁଲା ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ଵ ହୁଏ ନାହିଁ ।

କିପରି ବ୍ୟପେ

ଗାଲୁଆ ଏକ ଭୟାବ‌ହ ଡିଆଁ ରୋଗ ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁବ୍ୟାପିଯାଏ । ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ । ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ ।  ୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ । ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ପାରୋଟିଡ ଡକ୍ଟରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ ।  ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସ‌ହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟୁନାଇଜ କରାଯାଇଥାଏ ।

ଗାଲୁଆ ରୋଗକୁ ଦୁଇ ଡୋଜ ମମ୍ପ ଟିକା ଦେଇ ପ୍ରତିରୋଷ କରାଯାଇପାରିବ । ଅଧିକାଂଶ ବିକଶିତ ଦେଶର ଟିକା ପ୍ରୋଗ୍ରାମରେ ମିଳିମିଳା ଟିକା, ଜର୍ମାନୀ ମିଳିମିଳା ଟିକା ସ‌ହିତ ମମ୍ପ ଟିକା ଦିଆଯାଉଛି ।  ଅଳ୍ପ ଇମ୍ମ୍ୟୁନିଟି ଥିବା ସ୍ଥାନରେ ବୟସାଧିକ୍ୟ ଲୋକଙ୍କର ଏହି ରୋଗ ହେଲେ ଫଳ ସାଂଘାତିକ ହୁଏ ।  ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।  କଷ୍ଟ ନିବାରଣ ନିମନ୍ତେଆସେଟାମିନୋଫେନ ଦିଆଯାଏ । ଜଟିଳ କେଶରେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସାହାଯ୍ୟକାରୀ ହୁଏ । ମେନିଞ୍ଜାଇଟିସ ବା ଅଗ୍ନାଶୟ ପ୍ରଦାହ ହେଲେ ଡାକ୍ତରଖାନାକୁ ନିଆଯାଏ । ପ୍ରତି ୧୦,୦୦୦ ରୋଗୀ ମଧ୍ୟରୁ ଜଣେ ମରେ ।

ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନ ଦ୍ୱାରା ଏହି ରୋଗ ୯୦ % କମିଯାଇଛି । ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ ।  ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ । ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ ଶୈଶବ ରୋଗ ଥିଲା । ପ୍ରତ୍ୟେକ ୨ ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା ।  ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ ।  ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ ।  ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ଏହି ରୋଗର ବର୍ଣ୍ଣନା କରିଥିଲେ ।

ଏପିଡେମିକ ପରୋଟାଇଟିସ ଏହି ଲେଖାଟି ମାନବ ଶରୀରରେ ହେଉଥିବା ଗାଲୁଆ ରୋଗ ବିଶେଷ ବାବଦରେ । ବାକିସବୁ ପାଇଁ, ଗାଲୁଆ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ । ଗାଲୁଆ ବା ମମ୍ପ୍‌ସ ବା ଏପିଡେମିକ ପରୋଟାଇଟିସ (ଇଂରାଜୀରେ Mumps ବା epidemic parotitis ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍‌ସ ଭୁତାଣୁ ଯୋଗୁ ହୁଏ ।ଜ୍ଵର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ ।  ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ ।ଲକ୍ଷଣଭୂତାଣୁ ସଂସ୍ପର୍ଶ ଆସିବାର ୧୬ ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ ରୁ ୧୦ ଦିନରେ ଭଲ ହୋଇଯାଏ ।  ିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ । ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ ।  ଏହା ଜଟିଳ ଆକାର ଧାରଣ କଲେ ମେନିଞ୍ଜାଇଟିସ (୧୫ %), ଅଗ୍ନାଶୟ ପ୍ରଦାହ (୪ %), ସମ୍ପୂର୍ଣକାଲ, ଓ ଯନ୍ତ୍ରଣାଦାୟକ ଶୁକ୍ରାଶୟ ଫୁଲା ହୋଇ ବନ୍ଧ୍ୟାଦୋଷ ହୁଏ ।ମହିଳାମାନଙ୍କର ଓଭାରି ଫୁଲା ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ଵ ହୁଏ ନାହିଁ ।କିପରି ବ୍ୟପେଗାଲୁଆ ଏକ ଭୟାବ‌ହ ଡିଆଁ ରୋଗ ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟାପିଯାଏ ।  ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ ।  ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ ।  ୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ ।[୫]ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ପାରୋଟିଡ ଡକ୍ଟରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ ।  ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସ‌ହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟୁନାଇଜ କରାଯାଇଥାଏ । ଗାଲୁଆ ରୋଗକୁ ଦୁଇ ଡୋଜ ମମ୍ପ ଟିକା ଦେଇ ପ୍ରତିରୋଷ କରାଯାଇପାରିବ । ଅଧିକାଂଶ ବିକଶିତ ଦେଶର ଟିକା ପ୍ରୋଗ୍ରାମରେ ମିଳିମିଳା ଟିକା, ଜର୍ମାନୀ ମିଳିମିଳା ଟିକା ସ‌ହିତ ମମ୍ପ ଟିକା ଦିଆଯାଉଛି ।  ଅଳ୍ପ ଇମ୍ମ୍ୟୁନିଟି ଥିବା ସ୍ଥାନରେ ବୟସାଧିକ୍ୟ ଲୋକଙ୍କର ଏହି ରୋଗ ହେଲେ ଫଳ ସାଂଘାତିକ ହୁଏ ।  ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କଷ୍ଟ ନିବାରଣ ନିମନ୍ତେଆସେଟାମିନୋଫେନ ଦିଆଯାଏ । ଜଟିଳ କେଶରେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସାହାଯ୍ୟକାରୀ ହୁଏ । ମେନିଞ୍ଜାଇଟିସ ବା ଅଗ୍ନାଶୟ ପ୍ରଦାହ ହେଲେ ଡାକ୍ତରଖାନାକୁ ନିଆଯାଏ । ପ୍ରତି ୧୦,୦୦୦ ରୋଗୀ ମଧ୍ୟରୁ ଜଣେ ମରେ । ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନ ଦ୍ୱାରା ଏହି ରୋଗ ୯୦ % କମିଯାଇଛି । ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ ।  ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ ।  ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ ଶୈଶବ ରୋଗ ଥିଲା । ପ୍ରତ୍ୟେକ ୨ ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା ।  ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ ।  ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ ।  ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ଏହି ରୋଗର ବର୍ଣ୍ଣନା କରିଥିଲେ ।

ଆଧାର

"mumps"

2.71428571429
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top