ହୋମ / ସ୍ଵାସ୍ଥ୍ୟ / ରୋଗ / ବୃକକ୍ / ନେଫ୍ରୋଟିକ ସିଣ୍ଡ୍ରୋମ୍
ସେଆର କରନ୍ତୁ

ନେଫ୍ରୋଟିକ ସିଣ୍ଡ୍ରୋମ୍

ନେଫ୍ରୋଟିକ ସିଣ୍ଡ୍ରୋମ୍ ସମ୍ବନ୍ଧରେ ସୂଚନା ।

ନେଫ୍ରାଟିକ୍ ସିଣ୍ଡା କ'ଣ ?

ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ଏକ ସାଧାରଣ ବ୍ଲକ ରୋଗ । ମାତ୍ରାଧିକ ପ୍ରୋଟିନ ଯଦି ପରିଶ୍ରାରେ ବାହାରିଯାଉଥିଲେ, ରକ୍ତରେ ପ୍ରୋଟିନ୍‌ର ମାତ୍ରା କମ୍ ରହିଲେ କୋଲେଷ୍ଟ୍ରାଲ ମାତ୍ରା ଅଧିକ ରହିଲେ ଏବଂ ଫୁଲା ଦେଖାଗଲେ, ନେଫ୍ରାଟିକ୍ ସିଣ୍ଡାମ ହୋଇଥିବାର ଅନୁମାନ କରାଯାଇପାରେ । ଏହା କୌଣସି ବୟସରେ ହୋଇପାରେ କିନ୍ତୁ ଏହା ବୟସ୍କ ମାନଙ୍କ ଅପେକ୍ଷା ପିଲାମାନଙ୍କଠାରେ ଅଧିକ ଦେଖାଯାଏ । ନେଫ୍ରାଟିକ୍ ସିଣ୍ଡ୍ରୋମର ଚିକିତ୍ସା ପ୍ରତି ଜବାବରୁ ରୋଗର ଲକ୍ଷଣ ଓ ଗୁଣ ଚିହ୍ନଟ ବା ଚିତ୍ରଣ କରାଯିବା ସହିତ, କ୍ରମଶଃ ଏହା ସୁସ୍ପଷ୍ଟ ହୋଇଥାଏ, ଔଷଧ ଖାଇବାରୁ ନିବୃତ୍ତ ରହିବା, କମିଯିବା ଯୋଗୁଁ ଚିକିତ୍ସାରୁ ମୁକ୍ତ, ବାରମ୍ବାର ଲେଉଟିବା ଯୋଗୁଁ ଫୁଲିଯିବା ଇତ୍ୟାଦି ନେଫ୍ରାଟିକ୍ ସିଣ୍ଡ୍ରୋମର କାରଣ । ବାରମ୍ବାର ପୀଡିତ ହୋଇ ସୁସୁ ହେବାର ଚକ୍ର ଏବଂ ପୁନଃ ପୁନଃ ଏପରି ଘଟିବା ଦ୍ଵାରା ଏହା ଦୀର୍ଘଦିନ ଲାଗିରହେ । (ବର୍ଷ ବର୍ଷ) ଏହି ରୋଗ ଲାଗିରହିବା ଯୋଗୁଁ ଏହା ଉଭୟ ପିଲା ଏବଂ ତାଙ୍କ ପରିବାରର ଦୁଃଖର କାରଣ ହୋଇପାରେ ।

ବୃକକ ଏକ ଚାଲୁଣି ଭଳି (ଶୋଧନ ଯନ୍ତ୍ର) ଆମ ଶରୀରରେ କାର୍ଯ୍ୟକରେ । ଯାହାକି ଅଦରକାରୀ ଅନାବଶ୍ୟକ ଉତ୍ପାଦ ଏବଂ ବଳକା ଜଳକୁ ରକ୍ତରୁ ଛାଣି ବାହାରକରି ପରିଶ୍ର ମାଧ୍ୟମରେ ନିଷ୍କାସିତ କରାଇଥାଏ । ବ୍ଲକରେ ଥିବା କଣାଗୁଡିକ ଅତ୍ୟନ୍ତ କ୍ଷୁଦ୍ର । ତେଣୁ ସାଧାରଣ ପରିସ୍ଥିତିରେ ବଡ ଆକାର ଥିବା ପୋଟିନ୍ ଗୁଡିକୁ ଛାଣି ପରିଶ୍ରାରେ ନିଷ୍କାସିତ କରିପାରେ ନାହିଁ ।

ନେଫ୍ରାଟିକ୍ ସିଣ୍ଡ୍ରୋମରେ ଏହି ଛଣାର କଣା ଗୁଡିକ ବଡ ହୋଇଯାଇଥିବାରୁ ପ୍ରୋଟିନ୍ ଗୁଡିକ ଶରୀରରୁ ବାହାରିଆସେ । ପରିଶ୍ରାରେ ପ୍ରୋଟିନ୍‌ଗୁଡିକ ବାହାରିଯାଉଥିବା କାରଣରୁ ରୋଗୀ ଫୁଲିଯାଏ । ଫୁଲାର ମାତ୍ରା ବାହାରିଯାଉଥିବା ପ୍ରୋଟିନର ପରିମାଣ ଏବଂ ରକ୍ତରେ କମିଯାଉଥିବା ପ୍ରୋଟିନ୍‌ର ମାତ୍ରାରୁ ଜଣାପଡ଼ିଥାଏ ଏବଂ ଫୁଲାର ତୀବ୍ରତା ମଧ୍ୟ ସେହି ଅନୁପାତରେ ବଦଳି ଥାଏ । ଅନେକାଂଶ ନେଫ୍ରେଟିକ ସିଣ୍ଡ୍ରୋମ ଥିବା ରୋଗୀଙ୍କର ବୃକକ ସ୍ଵାଭାବିକ ଭାବେ କାର୍ଯ୍ୟ କରୁଥିବାର ପରିଲକ୍ଷିତ ହୋଇଥାଏ ।

ନେଫ୍ରାଟିକ୍ ସିଣ୍ଡ୍ରୋମ୍ବର କାରଣ କ'ଣ ?

୯୦%ରୁ ଅଧିକ ପିଲା ନେଫ୍ରାଟିକ୍ ସିଣ୍ଡ୍ରୋମ ଶିକାର ହେଲେ ମଧ୍ୟ ଜଣାପଡିନଥାଏ (ପ୍ରାଥମିକ କିମ୍ବା ଇଡିଓପ୍ୟାଥିକ ନେଫ୍ରାଟିକ୍ ସିଣ୍ଡ୍ରୋମସ) । ପାଥୋଲୋଜି ବିଭାଜନ ଅନୁସାରେ ପ୍ରାଥମିକ ନେଫ୍ରାଟିକ୍ ସିଣ୍ଡ୍ରୋମସ ଚାରିପ୍ରକାରର : ମିନିମାଲ ଚେ ଡିଡିଜି ଗଉଉ, ଫୋଜାଲ ସେଗ୍ ମୋଲ । ଗ୍ଲୋମେରୁଲୋ ସ୍ଲେରୋସିସ୍ (ଋଝୁଏଟ୍),ମେବ୍ରୋନ୍ୟୁସ୍ ନେଫ୍ରାପ୍ୟାଥି ଏବଂ ମେବ୍ରୋନୋପୋଲିପେରିଟିଭ୍ ଗଚଏଘ । ପ୍ରାଥମିକ ନେଫ୍ରୋଟିକ ସିଣ୍ଡ୍ରୋମ ହେଉଛି ଏକ ଡାଇଗ୍ନୋସିସ୍ ଅଫଏନ୍ କ୍ଲୁଜନ ଉଦାହରଣ ସ୍ୱରୂପ ପ୍ରାଥମିକ କାରଣ ବର୍ଜିତ ବା ପାରିହେଲାପରେ ସେମାନଙ୍କ ରୋଗ ନିର୍ଣ୍ଣୟ ହୋଇଥାଏ । ୧୦% ରୁ କମ୍ କ୍ଷେତ୍ରରେ

ନେଫ୍ରୋଟିକ ସିଣ୍ଡ୍ରୋମ

ଯେପରିକି ସଂକ୍ରମଣ, ଔଷଧ

ମ୍ୟାଲିଗ୍ନାନ୍ସି

ପୁରୁଷାନୁକ୍ରମିକ ବ୍ୟତିକ୍ରମ

ଯେପରିକି ମଧୁମେହ

 

ମିନିମାଲି ଚେ ଡିଜିଜ୍ :

ମିନିମାଲ ଚେଏ ଡିଜିଜ୍ ପିଲାମାନଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । ୯୦% ଘଟଣାରେ ଇଡିଓପ୍ୟାଥିକ୍ ନେଫ୍ଟିକ୍ ସିଣ୍ଡାମ ପିଲାମାନଙ୍କ କ୍ଷେତ୍ରରେ ( ଛ' ବର୍ଷର ସାନ) ପିଲାମାନଙ୍କର । ଏବଂ ୬୦% ଭାଗ ବଡ ପିଲାମାନଙ୍କ କ୍ଷେତ୍ରରେ ଦେଖାଯାଏ । ନେଫ୍ରାଟିକ୍ ସିଣ୍ଡ୍ରୋମରେ, ଯଦି ରକ୍ତଚାପ ସାଧାରଣ ସ୍ତରରେ ଥାଏ, ପରିଶ୍ରାରେ ଲୋହିତ ରକ୍ତ କଣିକା ନଥାଏ ଏବଂ କ୍ରିଏଟିନିର ମୂଲ୍ୟ ଏବଂ କଂପ୍ଲିମେ ୩ (ଉ୩) ସାଧାରଣ ମାତ୍ରାରେ ଥାଏ, ରକ୍ତ ପରୀକ୍ଷାରେ ମିନିମାଲ ଟେ ଡିଜିଜ୍ ରେ ତୀବ୍ର ପରିବର୍ତ୍ତନ ନ ଦେଖାଯିବା ଅନ୍ତରାଳରେ ନେଫ୍ରାଟିକ୍ ସିଣ୍ଡ୍ରୋମର ପାଥୋଲୋଜିକାଲ ପରିବର୍ତ୍ତନକୁ ଦାୟୀ କରାଯାଇପାରେ । ନେଫ୍ରାଟିକ୍ ସିଣ୍ଡ୍ରୋମର ସମସ୍ତ କାରଣ ମଧ୍ୟରୁ ମିନିମାଲ ଚେ ଡିଜିଜ୍ ହେଉଛି ନ୍ୟୁନତମ ଦୃଢବ୍ରତ ଯେଉଁଥିରେ ୯୦% ରୁ ଅଧିକ ରୋଗୀ ଷ୍ଟେରଏଡ ଚିକିତ୍ସାରେ ଭଲ ହୁଅନ୍ତି ।

ନେଫ୍ରାଟିକ୍ ସିଣ୍ଡାର ଲକ୍ଷଣ

  • ନେଫ୍ରାଟିକ୍ ସିଣ୍ଡ୍ରୋମ୍ ଯେକୌଣସି ବୟସରେ ହୋଇପାରେ କିନ୍ତୁ ସାଧାରଣତଃ ଏହା ୨ ବର୍ଷରୁ ୮ ବର୍ଷ ମଧ୍ୟରେ ବେଶୀ ଦେଖାଯାଏ । ଏହା ବାଳିକା ମାନଙ୍କ ଅପେକ୍ଷା ବାଳକ ମାନଙ୍କଠାରେ ବେଶୀ ଦେଖାଯାଏ ।
  • ପିଲାମାନଙ୍କର କ୍ଷେତ୍ରରେ ନେଫ୍ରାଟିକ୍ ସିଣ୍ଡ୍ରୋମର ଲକ୍ଷଣ ହେଉଛି ଫୁଲିଯିବା । ବିଶେଷତଃ ଆଖି ଚାରିପଟ ଏବଂ ମୁଁହ ଫୁଲିଥାଏ । ଆଖି ଫୁଲିଯିବା କାରଣରୁ ରୋଗୀ ପ୍ରଥମେ ଆଖି ଡାକ୍ତରଙ୍କ ସହିତ ପରାମର୍ଶ କରିଥାଆନ୍ତି ।
  • ନେଫ୍ରାଟିକ୍ ସିଣ୍ଡ୍ରୋମ୍ ଦେଖାଯିବା ସମୟରେ ଆଖି ଚାରିପାଖ ଏବଂ ମୁଁହ ଫୁଲା ପ୍ରାୟତଃ ସକାଳ ସମୟରେ ଅଧିକ ହୋଇଥିବାର ଜଣାପଡେ, ସନ୍ଧ୍ୟା ସମୟରେ ଏହା କମ୍ ଦେଖାଯାଏ ।
  • ସମୟକ୍ରମେ ଫୁଲିଯିବା ପ୍ରକ୍ରିୟା ପାଦ, ହାତ, ପେଟ ଏବଂ ସମସ୍ତ ଶରୀରକୁ ବ୍ୟାପିଯିବା ସହିତ ଓଜନର ବୃଦ୍ଧି ଘଟିଥାଏ ।
  • ଫୁଲିଯିବାକୁ ବାଦ ଦେଲେ, ରୋଗୀ ସାଧାରଣତଃ ସୁସ୍ଥ ଏବଂ ଚଳଚଚଞ୍ଚଳ ଥାଏ, ଅସୁସ୍ଥ ଦେଖାମଧ୍ୟ ଯାଏନାହିଁ ।
  • ସାଧାରଣ ସମୟର ପରିଶ୍ରା ସହିତ ତୁଳନାକଲେ ସେହି ସମୟରେ କମ୍ ପରିଶ୍ରା ହୋଇଥାଏ ଏବଂ ଏହା ମଧ୍ୟ ସ୍ଵାଭାବିକ
  • ଫେନିଳ ପରିଶ୍ରା ହେବା ସହ ଚଟାଣ ଉପରେ ପରିଶ୍ରା କଲେ ଧଳାଦାଗ ହୋଇଥାଏ କାରଣ ପରିଶ୍ରାରେ ଆଲବୁମିନ୍ ନେଫ୍ରୋଟିକ୍ ସିଣ୍ଡ୍ରୋମର ଏକ ସୁସ୍ପଷ୍ଟ ଲକ୍ଷଣ ଭାବେ ଏହା ଦେଖାଯାଏ।
  • ନେଫ୍ରାଟିକ୍ ସିଣ୍ଡାରେ ଅଣନିଃଶ୍ଵାସୀ ଏବଂ ଉଚ୍ଚରକ୍ତଚାପ, କମ୍ ଲାଲ ପରିଶ୍ରା କମ୍ ଲକ୍ଷଣଭାବେ ସାଧାରଣତଃ ଜଣାଯାଏ

ନେଫ୍ରାଟିକ୍ ସିଣ୍ଡାରେ କ'ଣ ସବୁ ଜଟିଳତା ଦେଖାଯାଏ ?

ନେଫ୍ରାଟିକ୍ ସିଣ୍ଡ୍ରୋମର ସମ୍ଭାବ୍ୟ ଜଟିଳତା ଯାହାକି କେତେଗୁଡିଏ ବିପଦକୁ ବଢାଇଥାଏ । ସେଗୁଡିକ ହେଲା ସଂକ୍ରମଣର ବୃଦ୍ଧି, ରକ୍ତବାହୀ ଶିରାରେ ରକ୍ତ ଜମାଟ ବାନ୍ଧିବା (ଡିଭେନ୍ ଥ୍ରାମ୍ବୋସିସ୍), ଅପୃଷ୍ଟି ସାଧନତା ରକ୍ତହୀନତା, ହୃଦରୋଗ, ଉଚ୍ଚ କୋଲେଷ୍ଟ୍ରୋଲ ଯୋଗୁଁ ହେଉଥିବା ହୃଦରୋଗ ଏବଂ ଟ୍ରାଇଗ୍ଲିସେରାଇଡ୍, ବୃକକ୍ ହାନି ଏବଂ ଚିକିତ୍ସା ଜନିତ ବିଭିନ୍ନ ଜଟିଳତା ଇତ୍ୟାଦି ।

ରୋଗ ନିର୍ଣ୍ଣୟ

ମୌଳିକ ନିଦାନ ପରୀକ୍ଷା (ଈବଗ୍ଧସମ ଖବଭକ୍ତବତ୍ସକ୍ଟଦ୍ଧଚ୍ଚ ରକ୍ଟଗ୍ଧ)

ଫୁଲା ଦେଖାଯାଉଥିବା ରୋଗୀର ପ୍ରାଥମିକ ପଦକ୍ଷେପ ସ୍ୱରୂପ, ରୋଗୀଟି ନେଫ୍ରୋଟିକ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇଥିବାର ନିଶ୍ଚିତ ହେବା ଜରୁରୀ । ଏହା ନିଦାନ ପରୀକ୍ଷା ଯୋଗୁଁ ସମ୍ଭବ ହୋଇଥାଏ । ନିଦାନ ପରୀକ୍ଷା ଗୁଡିକ ମଧ୍ୟରେ (୧) ମାତ୍ରାଧିକ ପ୍ରୋଟିନ ପରିଶ୍ରାରେ ବାହାରିଯାଉଥିଲେ, (୨) ରକ୍ତ ପ୍ରୋଟିନ୍ ସ୍ତର କମ୍ ରହିଲେ, (୩) କୋଲେଷ୍ଟ୍ରୋଲର ମାତ୍ରା ଉଚ୍ଚ ରହିଲେ ରୋଗ ହୋଇଥିବାର ଦୃଢ଼ ନିଶ୍ଚିତ ହୋଇଯାଇଥାଏ ।

  1. ପରିଶ୍ରା ପରୀକ୍ଷା
  2. ପରିଶ୍ରା ପରିକ୍ଷା ନେଫ୍ରାଟିକ୍ ରୋଗ ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଉଥିବା ପ୍ରଥମ ପରୀକ୍ଷା । ସାଧାରଣତଃ ନିୟମିତ ପରିଶ୍ରା ପରୀକ୍ଷାରେ ଅଥବା ଅପ୍ରତ୍ୟାଶିତ ଭାବରେ ପରିଶ୍ରା ପରୀକ୍ଷାରେ ପ୍ରୋଟିନ୍‌ର (ଆଲବୁମିନ୍) ଉପସ୍ଥିତି ୩ + କିମ୍ବା ୪+ ପ୍ରୋଟିନ୍ ଥିବ ସେତେବେଳେ ରୋଗୀଟିର ନେଫ୍ରାଟିକ୍ ସିଣ୍ଡ୍ରୋମ୍ ହୋଇଥିବାର ଦୃଢ଼ ନିଶ୍ଚିତ ହୋଇଯାଏ ।

    • ମନେରଖିବାକୁ ହେବ ଯେ ପରିଶ୍ରାରେ ଆଲବୁମିନର ଉପସ୍ଥିତି ନେଫ୍ରାଟିକ୍ ସିଣ୍ଡ୍ରୋମର ଏକ ନିର୍ଦ୍ଦିଷ୍ଟ ରୋଗକୁ ଦୃଢତାର ସହ ନିର୍ଣ୍ଣୟ କରିନପାରେ । ଏହା କେବଳ ପରିଶ୍ରାରେ ପ୍ରୋଟିନ୍ କ୍ଷୟ ଯୋଗୁଁ ରୋଗର ନିଶ୍ଚିତକରଣ ନିମନ୍ତେ ପରବର୍ତ୍ତୀ ତଦନ୍ତର ଆବଶ୍ୟକତାକୁ ଦର୍ଶାଇଥାଏ ।
    • ଚିକିତ୍ସା ଆରମ୍ଭ ହେବାପରେ, ଚିକିତ୍ସାର ସୁଫଳ ଜାଣିବା ପାଇଁ ନିୟମିତ ପରିଶ୍ରା ପରୀକ୍ଷା କରିବାକୁ ହୋଇଥାଏ । ପରିଶ୍ରା ପରୀକ୍ଷାରେ ପ୍ରୋଟିନ୍‌ର ଅନୁପସ୍ଥିତ ଚିକିତ୍ସାର ସୁଫଳତାର ସୂଚନା ଦିଏ । ନିଜେ ଘରେ ପରିଶ୍ରାରେ ପ୍ରୋଟିନ୍‌ର ପରିମାଣ ଜାଣିବାପାଇଁ ୟୁରିନ୍ ଡିପ୍ ଷ୍ଟିକ ପରୀକ୍ଷା ପଦ୍ଧତି ଅବଲମ୍ବନ କରିବା ଫଳାଫଳରୁ ପ୍ରୋଟିନ୍‌ର ଉପସ୍ଥିତି ଜାଣିପାରିବେ।
    • ମାଇକ୍ରୋସ୍କୋପିକ ପରୀକ୍ଷାରେ, ଲୋହିତ ରକ୍ତକଣିକା ଏବଂ ଶ୍ୱେତ ରକ୍ତକଣିକା ସାଧାରଣତଃ ଅନୁପସ୍ଥିତ ଥାଏ ।
    • ନେଫ୍ରାଟିକ୍ ସିଣ୍ଡାରେ, ପରିଶ୍ରାରେ ପ୍ରୋଟିନ୍ କ୍ଷୟର ମାତ୍ରା ଦିନକୁ ୩ ଗ୍ରାମ୍ ରୁ ଅଧିକ ହୋଇଥାଏ । ୨୪ ଘଣ୍ଟାରେ ପ୍ରୋଟିନ୍ କେତେ ପରିମାଣର କ୍ଷୟ ହେଉଛି ତାହା ଜାଣିବାପାଇଁ ୨୪ ଘଣ୍ଟିଆ ପରିଶ୍ରା ସଂଗ୍ରହ କିମ୍ବା ପ୍ରୋଟିନ/ କ୍ରିଏଟିନିନ୍ ଅନୁପାତ ହାରରେ ଗୋଟିଏ ଗୋଟିଏ ପରିଶ୍ରା ଟୋପା ଅନୁସାରେ ଅଧିକ ସୁବିଧାଜନକ ହୋଇଥାଏ । ପ୍ରୋଟିନ୍ କ୍ଷୟର ମାତ୍ରା ଅତି ଅଳ୍ପ, ମଧ୍ୟମ, ବା ଅତ୍ୟଧିକ ଏହାର ଯଥାର୍ଥ ପରିମାଣ ଏହି ପରୀକ୍ଷାରୁ ଜାଣିହୁଏ । ଚିକିତ୍ସାର ନିର୍ଣ୍ଣୟ ଓ ସୁଫଳତା ଏହା ଜାଣିବାପାଇଁ ୨୪ ଘଣ୍ଟିଆ ପ୍ରୋଟିନ୍ କ୍ଷୟ ଓ ପରିଶ୍ରାର ପରିମାଣର ଆକଳନ କରିବା ଅତ୍ୟନ୍ତ ଜରୁରୀ ।
  3. ରକ୍ତ ପରୀକ୍ଷା :
  4. ନେଫ୍ରାଟିକ ସିଣ୍ଡ୍ରୋମର ଚାରିତ୍ରିକ ଲକ୍ଷଣ ହେଉଛି ରକ୍ତରେ ଆଲବୁମିନର ମାତ୍ରା (୩ ଗ୍ରା /ଡିଏଲ) ରୁ କମ୍ ଏବଂ ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିବା (ହାଇପର କୋଲେଷ୍ଟ୍ରୋଲେସିଆ । ଏହା ରକ୍ତ ପରୀକ୍ଷାରୁ ଜଣାପଡେ ।

    • ନେଫ୍ରାଟିକ୍ ସିଣ୍ଡ୍ରୋମରେ କ୍ରିଏଟିନିନ୍ ର ମାତ୍ରା ସାଧାରଣ ଥାଏ । ବୃକକର କାର୍ଯ୍ୟକୁ ନିରୂପଣ କରିବାପାଇଁ ସେରମ କ୍ରିଏଟିନିନ୍ କୁ ମାପ କରାଯାଇଥାଏ ।
    • ପୂର୍ଣ୍ଣ ରକ୍ତ ଗଣନା ଅନେକ ରୋଗୀଙ୍କର ଏକ ନିୟମିତ ରକ୍ତ ପରୀକ୍ଷା ।

ଅତିରିକ୍ତ ପରୀକ୍ଷା :

ଥରେ ନେଫ୍ରାଟିକ୍ ସିଣ୍ଡ୍ରୋମ୍ ରୋଗର ନିରୂପଣ ହୋଇଗଲେ, ଅତିରିକ୍ତ ପରୀକ୍ଷା ଆବଶ୍ୟକ ଅନୁଯାୟୀ କରାଯାଏ । ଏହିସବୁ ପରୀକ୍ଷା ଜଣାଇଦିଏଯେ ପ୍ରକୃତରେ ନେଫ୍ରାଟିକ୍ ସିଣ୍ଡ୍ରୋମ୍ (ଇଡିଓପ୍ୟାଥିକ୍) ପ୍ରାଥମିକ ସ୍ତରର କିମ୍ବା ପ୍ରାରମ୍ଭିକ ସ୍ତରର ବା ତଦୁର୍ଦ୍ଧ ପ୍ରଣାଳୀଗତ ଅବ୍ୟବସ୍ଥା; ଏବଂ ଏହି ପରୀକ୍ଷା ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ସଂଲଗ୍ନ ଜଟିଳତା କିମ୍ବା ତତ୍ ଜନିତ ଅସୁବିଧା ଗୁଡିକୁ ଚିହ୍ନଟ କରେ ।

ରକ୍ତ ପରୀକ୍ଷା :

  • ରକ୍ତ ପରୀକ୍ଷାରେ, ରକ୍ତ ଶର୍କରା, ସେମ ଇଲେକ୍ଟ୍ରୋଲାଇସ୍‌, କ୍ୟାଲସିଅମ ଏବଂ ଫସଫରସର ମାତ୍ରା ଜଣାଯାଏ ।
  • ଏଚ୍ ଆଇ ଭି ଜାଣିବା ପାଇଁ ହେପାଟାଇଟସ୍ ବି ଏବଂ ସି ଏବଂ ଭି ଡି ଆର ଏଲ ପରୀକ୍ଷା କରାଯାଏ ।
  • ଅନୁପୂରକ ପରୀକ୍ଷା (ସି୩ ସି୪) ଏବଂ ଏ ଏସ ଓ ଓ ଟାଇଟର ପରୀକ୍ଷା ମଧ୍ୟ କରାଯାଏ ।
  • ଆଣ୍ଟିନ୍ୟୁକ୍ଲିୟର ଆଣ୍ଟିବଡି (ଏଏନ୍ ଏ) ଆଣ୍ଟିଡବଲ ଷ୍ଟାଣ୍ଡାର୍ଡ (ଡି ଏନ୍ ଏ) ଆଣ୍ଟିବଡି ରୁମାଟଏଡଫ୍ୟାକ୍ଟର ଏବଂ କ୍ରାୟୋଗ୍ଲୋବୁଭିନ୍ସ ଇତ୍ୟାଦି ପାଇଁ ମଧ୍ୟ ରକ୍ତ ପରୀକ୍ଷା କରାଯାଏ ।
  • ଆଣ୍ଟିନ୍ୟୁକ୍ଲିୟର ଆଣ୍ଟିବଡି (ଏଏନ୍ଏ) ଆଣ୍ଟିଡବଲ ଷ୍ଟାଣ୍ଡାର୍ଡ (ଡି ଏନ୍ ଏ) ଆଣ୍ଟିବଡି, ରିମାଟଏଡ ଫ୍ୟାକ୍ଟର ଏବଂ କ୍ରାୟୋଗ୍ଲୋବୁଲିନ୍ସ ଇତ୍ୟାଦି ପାଇଁ ମଧ୍ୟ ରକ୍ତ ପରୀକ୍ଷା କରାଯାଏ ।

ରେଡିଓଲୋଜିକାଲ ପରୀକ୍ଷା

  • ବୃକକ୍ ର ଆକାର ଓ ଆକୃତ ସମ୍ପର୍କରେ ସ୍ଥିର ନିଶ୍ଚିତ ହେବାପାଇଁ ପେଟର ଅଲ୍ଟ୍ରାସାଉଣ୍ଡ ଏବଂ ବୃକକ୍ ରେ କୌଣସି ଜଡ ପଦାର୍ଥର ଆକଳନ କରିବାପାଇଁ, ବୃକକ୍ ପଥୁରୀ, ସିଷ୍ଟି କିମ୍ବା ଅନ୍ୟ ଅସ୍ଵାଭାବିକତା ବିଷୟରେ ଜାଣିବାପାଇଁ ମଧ୍ୟ ଅଲ୍ଟ୍ରାସାଉଣ୍ଡ କରାଯାଏ ।
  • ଛାତିରେ ସଂକ୍ରମଣକୁ ଜାଣିବାପାଇଁ ଛାତିର ଏକ୍ସ-ରେ କରାଯାଏ ।

ବୃକକ୍ ବାୟୋଷ୍ପି :

ନେଫ୍ରୋଟିକ ସିଣ୍ଡ୍ରୋମ ଅନ୍ତରାଳରେ ରହିଥିବା ସ୍ତର ଓ କାରଣ ନିର୍ଣ୍ଣୟ କରିବା ପାଇଁ ବୃକକ୍ ବାୟୋପ୍ସି କରିବା ପାଇଁ ବୃକକ୍ ରୁ ଏକ ଛୋଟ ଟିସୁଖଣ୍ଡ ନିଆଯାଇ ଲାବୋରେଟୋରୀରେ ପରୀକ୍ଷା କରାଯାଇଥାଏ ।

ଚିକିତ୍ସା :

ନେଫ୍ରୋଟିକ ସିଣ୍ଡ୍ରୋମରେ ଚିକିତ୍ସାର ଲକ୍ଷ୍ୟ ହେଲା ଲକ୍ଷଣରୁ ମୁକ୍ତ, ପରିଶ୍ରାରେ ପ୍ରୋଟିନର କ୍ଷୟକୁ ଠିକ୍ କରିବା, ଜଟିଳତାକୁ ଠିକ୍ କରିବା ଏବଂ ବୃକକ୍ ର ସୁରକ୍ଷା କରିବା । ଏହି ରୋଗରେ ଚିକିତ୍ସା ସାଧାରଣତଃ ଦୀର୍ଘଦିନପର୍ଯ୍ୟନ୍ତ କରାଯାଇଥାଏ (ବର୍ଷ ବର୍ଷ ପର୍ଯ୍ୟନ୍ତ) ।

ଆହାର ସମ୍ବନ୍ଧୀୟ ପରାମର୍ଶ

  • ଫଳପ୍ରଦ ଚିକିତ୍ସା ଯୋଗୁଁ, ଫୁଲିଯାଇଥିବା ରୋଗୀଙ୍କ ପାଇଁ ଆହାରରେ ପରାମର୍ଶ/କଟକଣା ଫୁଲା ଚାଲିଯିବା ପରେ ପରିବର୍ତ୍ତନ କରାଯାଇଥାଏ ।
  • ଫୁଲିଯାଇଥିବା ରୋଗୀଙ୍କ ପାଇଁ : ତରଳ ବୃଦ୍ଧିରୁ ପୂର୍ବ ସୁରକ୍ଷା ଏବଂ ଏଡିମାରୁ ସୁରକ୍ଷିତ ହେବାପାଇଁ ଖାଦ୍ୟରେ ଲୁଣର କଟକଣା ଏବଂ ଲୁଣଛିଞ୍ଚି ଖାଇବାକୁ ବାରଣ କରାଯିବା ସହିତ ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ ଖାଇବାପାଇଁ ବାରଣ କରାଯାଇଥାଏ । ଏଥିରେ ପ୍ରାୟତଃ ତରଳଦ୍ରବ୍ୟ ଗ୍ରହଣ କରିବା ଉପରେ କଟକଣା ଆବଶ୍ୟକ ପଡେ ନାହିଁ ।

ଯେଉଁ ରୋଗ ଉଚ୍ଚମାତ୍ରାର ଷ୍ଟିରଏଡ ଔଷଧ ସେବନ କରୁଥିବ ତାଙ୍କୁ ଲୁଣ ଖାଇବାକୁ ବାରଣ କରାଯାଇଥାଏ । ଏପରିକି ଫୁଲା ନଥିଲେ ମଧ୍ୟ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣରେ ରଖି ବିପଦକୁ ଏଡାଇଦେବାପାଇଁ ମଧ୍ୟ ଲୁଣ ବାରଣ କରାଯାଇଥାଏ ।

ଫୁଲିଯାଇଥିବା ରୋଗୀଙ୍କ ପାଇଁ, ପର୍ଯ୍ୟାପ୍ତ ମାତାର ପ୍ରୋଟିନ ଖାଇବାକୁ ପରାମର୍ଶ ଦିଆଯାଏ । ଯଦ୍ୱାରା ପ୍ରୋଟିନ କମ୍ ହେବାଯୋଗୁଁ ଦେଖାଯାଉଥିବା ସମସ୍ୟା ଏବଂ ଅପୃଷ୍ଟି ସାଧନକୁ ଏଡାଇ ରୋଗୀକୁ ସୁରକ୍ଷା ଦିଆଯାଇପାରେ । ଏହା ସହିତ ଉଚ୍ଚ କ୍ୟାରୋରୀଯୁକ୍ତ ଖାଦ୍ୟ, ଭିଟାମିନ୍ ମଧ୍ୟ ରୋଗୀକୁ ଖାଇବାକୁ ଦିଆଯାଏ।

ଲକ୍ଷଣ ମୁକ୍ତ ରୋଗୀଙ୍କ କ୍ଷେତ୍ରରେ

ରୋଗୀ ଲକ୍ଷଣମୁକ୍ତ ହୋଇଗଲା ପରେ ଖାଦ୍ୟ ଜନିତ କଟକଣାକୁ ଏଡାଇ ଦିଆଯାଇପାରେ । ଏତତ୍ ବ୍ୟତୀତ ରୋଗୀକୁ ସାଧାରଣ ଖାଦ୍ୟ ସହିତ ସନ୍ତୁଳିତ ଆହାର ଖାଇବାକୁ ପରାମର୍ଶ ଦିଆଯାଏ । ଏବଂ ଆବଶ୍ୟକ ପରିମାଣର ପ୍ରୋଟିନ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ ବୃକକ୍ ହାନି ହେଳୀ ବୃକକ୍ ର କ୍ଷତିକୁ ନିବାରଣ କରିବା ପାଇଁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାରେ କଟକଣା କରାଯାଇଥାଏ ତତ୍ ସହିତ ତଟକା ଫଳ ଓ ପନିପରିବା ଅଧିକ ପରିମାଣର ଖାଇବାକୁ କୁହାଯାଏ । ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରିତ କରିବାପାଇଁ ଚର୍ବିଜାତୀୟ ଖାଦ୍ୟ ଖାଇବାକୁ ବାରଣ କରାଯାଏ ।

ଔଷଧ ଚିକିତ୍ସା

ନିର୍ଦ୍ଧିଷ୍ଟ ଔଷଧ ଚିକିତ୍ସା

  • ଷ୍ଟେରଏଡ ଚିକିତ୍ସା : ପ୍ରେଡନିସୋଲୋନ୍ ନେଫ୍ରୋଟିକ ସିଣ୍ଡ୍ରୋମର ଉପଯୁକ୍ତ ଉପଶମ ପାଇଁ ସଠିକ୍ ଚିକିତ୍ସା । ଅଧିକାଂଶ ପିଲା ଏହି ଔଷଧରେ ପୁରାପୁରି ଠିକ୍ ହୋଇଯାଆନ୍ତି । ଫୁଲା ଏବଂ ପରିଶ୍ରାରେ ଯାଉଥିବା ପ୍ରୋଟିନ ଏକରୁ ଚାରି ସପ୍ତାହ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଏ । (ପରିଶ୍ରା ପ୍ରୋଟିନ ଯୁକ୍ତ ହୋଇ ଯେତିକି ମାତ୍ରାରେ ରହିବା ଉଚିତ୍ ହ୍ରାସପାଇ ସେତିକି ମାତ୍ରାରେ ରହେ) ।
  • ବିକଳ୍ପ ଚିକିତ୍ସା : ଯେଉଁ ପିଲାମାନଙ୍କର ଔଷଧ ଉପଯୋଗିତା ପ୍ରଦାନ ନକରେ, ପରିଶ୍ରାରେ ପ୍ରୋଟିନର କ୍ଷୟ କ୍ରମାଗତବଢିଚାଲେ ସେମାନେ ପରବର୍ତ୍ତୀ ତଦନ୍ତ ଆବଶ୍ୟକ କରନ୍ତି । ଯେପରିକି ବୃକକ୍ ର ବାୟୋଷ୍ପି, ବିକଳ୍ପ ଔଷଧ ଭାବେ ରୋଗୀ ମାନଙ୍କୁ ଦିଆଯାଉଥିବା ଔଷଧ ଲେଭାମିଜୋଲ, ସାଇକ୍ଳୋନେଫିଲେଟ ମୋଫେଟିଲ (ଗଗଊ) ଏହି ବିକଳ୍ପ ଔଷଧ ଷ୍ଟିରଏଡର ମାତ୍ରା କମ୍ କଲାବେଳେ ବ୍ୟବହାର କରାଯାଏ ।

ସମର୍ପିତ ଔଷଧ ଚିକିତ୍ସା

  • ଡାଇୟୁରେଟିକ୍ସ ଔଷଧ ପରିଶ୍ରାର ପରିମାଣ ବଢାଏ ଯଦ୍ୱାରା ଫୁଲା କମିଯାଏ ।
  • ବିପରୀତ ଉଚ୍ଚରକ୍ତଚାପ ଔଷଧ ଯେପରିକି ଏ ସି ଇ ପ୍ରତିରୋଧକ ଗୁଡିକ ଏବଂ ଆଓଟେନସନ୍ ଓଓ ଗ୍ରହଣକାରୀ ଓ ପ୍ରତିରୋଧକାରୀ ରକ୍ତଚାପକୁ ନିୟନ୍ତ୍ରଣ କରେ
  • ସଂକ୍ରମଣକୁ ଚିକିତ୍ସା କରିବାପାଇଁ ଆଣ୍ଟିବାୟୋଟିକ୍ସର ପ୍ରୟୋଗ କରାଯାଏ । (ଉଦାହରଣ ସ୍ୱରୂପ ବ୍ୟାକ୍ଟେରିଆଲ ସେପ୍ ସିସ୍, ପେରିଟୋନାଇଟିସ ନିମୋନିଆ) ।
  • ଷ୍ଟାଟିନ ଗୁଦୁଇକ (ସିମ୍ ଭାଷ୍ଟାଟିନ, ଆଟ୍ରୋଭାଷ୍ଟାଟିନ) ଇତ୍ୟାଦି କୋଲେଷ୍ଟ୍ରୋଲ କମାଇବାକୁ ବ୍ୟବହାର କରାଯାଏ । ଏହାମଧ୍ୟ ହୃଦୟ ଏବଂ ରକ୍ତବାହୀ ଶିରାରେ ଅସୁବିଧାରେ, ତାକୁ ସୁରକ୍ଷା ଦିଏ । ଟ୍ରାଇଗ୍ଲିସେରାଇଡ କମ୍ କରିବାକୁ ମଧ୍ୟ ଉପରୋକ୍ତ ଔଷଧ ବ୍ୟବହାର କରାଯାଏ ।
  • କ୍ୟାଲସିୟମ, ଭିଟାମିନ-ଡି ଏବଂ ଜିଙ୍କ୍ ର ମାତ୍ରା ବଢାଇବା ଉଚିତ୍ ।
  • ଷ୍ଟେରଏଡ ଖାଉଥିବା କାରଣରୁ ସୃଷ୍ଟି ହେଉଥିବା ପାକସ୍ଥଳୀ ପ୍ରଦାହରୁ ରାବୀପ୍ରାଜୋଲ, ପ୍ୟାଥୋପ୍ରାଜୋଲ, ଓମେପ୍ରାଜୋଲ କିମ୍ବା ରାନିଟିଡିନ ପରି ଔଷଧ ସୁରକ୍ଷା ଦେଇଥାଏ ।
  • ଆଲବୁମିନର ପ୍ଲାବନ ସାଧାରଣତଃ ବ୍ୟବହାର କରାଯାଏନାହିଁ କାରଣ ତା’ର ପ୍ରଭାବ କ୍ଷଣସ୍ଥାୟୀ।
  • ରକ୍ତ ଘନୀଭୂତ ହୋଇ ବିରେଚନ ନହେବାପାଇଁ ରକ୍ତ ପତଳାକାରୀ ଯେପରିକି ୱାରଫାରିନ (କୌମାଡିନ) କିମ୍ବା ହେପାରିନ୍ ଦରକାର ପରଡିପାରେ ।

ଚିକିତ୍ସା ଅନ୍ତରାଳରେ ଥିବା କାରଣ

ଗୌଣ ସ୍ତରର ଥିବା ନେଫ୍ରୋଟିକ ସିଣ୍ଡ୍ରୋମ ଅନ୍ତରାଳରେ ଥିବା ନିର୍ଦ୍ଧିଷ୍ଟ ଚିକିତ୍ସା ନିମିତ କାରଣ ଗୁଡିକ ମଧ୍ୟରେ ମଧୁମେହ ଜନିତ ବୃକକ୍ ରୋଗ, ଲୁପ୍ସ ବୃକକ୍ ରୋଗ, ଆମିଲାଇଡୋସିସଓ ଅନ୍ୟାନ୍ୟ । ନେଫ୍ରୋଟିକ ସିଣ୍ଡ୍ରୋମର ନିୟନ୍ତ୍ରଣ କରିବାପାଇଁ ଅନ୍ତରାଳରେ ଥିବା କାରଣର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ସାଧାରଣ ପରାମର୍ଶ

  • ନେଫ୍ରୋଟିକ ସିଣ୍ଡ୍ରୋମ ହେଉଛି ଏପରି ଏକ ରୋଗ ଯାହା ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠିରହିଥାଏ । ପରିବାରର ଏଥିପ୍ରତି ଧାରଣା ରହିବା ଉଚିତ୍ ଏବଂ ରୋଗର ଲକ୍ଷଣ ଏବଂ ଏହାର ପରିଣତି ବିଷୟରେ ଜାଣିବା ଉଚିତ୍ । ବ୍ୟବହାର କରାଯାଇଥିବା ବିଭିନ୍ନ ଔଷଧ ଏବଂ ତା’ର ପାର୍ଶ୍ଵ ପ୍ରତିକ୍ରିୟା, ସତର୍କତା, ସୁରକ୍ଷା, ସୁବିଧା ଏବଂ ସଂକ୍ରମଣ ସମୟରେ ତୁରନ୍ତ ଚିକିତ୍ସା କରାଇବା ସମ୍ପର୍କରେ ଅବଗତ ହେବା ଉଚିତ୍ । ଯେତେବେଳେ ଫୁଲା ରହିଥାଏ ସେତେବେଳେ ରୋଗ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଅଧିକ ଥିବାରୁ ଅତିରିକ୍ତ ଯତ୍ନର ଆବଶ୍ୟକତା ପଡେ । କିନ୍ତୁ ଉପଶମ ପରେ ରୋଗୀକୁ ସାଧାରଣ ପିଲାଭାବରେ ବ୍ୟବହାର କରିବା ଉଚିତ୍ ।
  • ନେଫ୍ରୋଟିକ ସିଣ୍ଡ୍ରୋମ ଥିବା ରୋଗୀର ଷ୍ଟିରଏଡ ଚିକିତ୍ସା ଆରମ୍ଭ କରିବା ପୂର୍ବର ଅନ୍ୟାନ୍ୟ ସମ୍ଭାବ୍ୟ ଚିକିତ୍ସା କରାଯିବା ଆବଶ୍ୟକ ।
  • ନେଫ୍ରୋଟିକ ସିଣ୍ଡ୍ରୋମରେ ପୀଡିତ ପିଲା ଶ୍ଵାସନଳୀ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ସଂକ୍ରମଣରେ ପୀଡିତ ହେବାର ସମ୍ଭାବନା ଅଧିକ ତେଣୁ ନେଫ୍ରୋଟିକ ସିଣ୍ଡ୍ରୋମରେ ଆକ୍ରାନ୍ତ ରୋଗୀର ଚିହ୍ନଟ ଏବଂ ସଂକ୍ରମଣର ଚିକିତ୍ସା ଅତ୍ୟନ୍ତ ଜରୁରୀ । ସଂକ୍ରମଣ ଯୋଗୁଁ ମଧ୍ୟ ଆୟ ହୋଇଥିବା ନେଫ୍ରୋଟିକ ସିଣ୍ଡ୍ରୋମ ରୋଗ ବାରମ୍ବାର ପ୍ରତ୍ୟାବର୍ତ୍ତନ କରିଥାଏ (ଯେତେବେଳେ ରୋଗୀ ଚିକିତ୍ସିତ ହେଉଥାଏ ସେ ସମୟରେ ମଧ୍ୟ) ।
  • ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣକରିବା ପୂର୍ବକ, ପରିବାରର ବ୍ୟକ୍ତି ଏବଂ ପିଲା, ଉଭୟ ଠିକ୍ ଭାବରେ ତାଲିମ ପାଇବା ଉଚିତ୍ ଯଦ୍ୱାରା କେତେକ ସତର୍କତା ଅବଲମ୍ବନ କଲେ ସଂକ୍ରମଣକୁ ବ୍ୟାପିବାକୁ ନିୟନ୍ତ୍ରଣ କରାଯାଇପାରିବ ଯଥା : - ସ୍ୱଳ୍ପ ସଫା ଜୀବାଣୁ ମୁକ୍ତ ପାଣି ପିଇବା, ହାତକୁ ଠିକ୍ ଭାବରେ ସଫାକରିବା, ଜନଗହଳି ସ୍ଥାନକୁ ଯଥା ସମ୍ଭବ ଏଡାଇଯିବା, କିମ୍ବା ସଂକ୍ରମିତ ରୋଗୀଠାରୁ ଦୂରରେ ରହିବା ଇତ୍ୟାଦି ।
  • ଯେତେବେଳେ ଷ୍ଟେରଏଡ କୋର୍ସ ସମ୍ପୂର୍ଣ୍ଣ ହୋଇଯାଏ ସେତେବେଳେ ସମୟାନୁବର୍ତ୍ତୀ ଟୀକାକାରଣ ପାଇଁ ପରାମର୍ଶ ମଧ୍ୟ ଦିଆଯାଏ ।

ପର୍ଯ୍ୟାଲୋଚନା ଅବମ ଅନୁଧାବନ ନିୟମିତଭାବେ କରିବା

  • ଯଦିଓ ନେଫ୍ରୋଟିକ ସିଣ୍ଡ୍ରୋମ ଦୀର୍ଘସମୟ ପର୍ଯ୍ୟନ୍ତ (ପ୍ରାୟତଃ ବର୍ଷ ବର୍ଷ ଧରି) ରହିଥାଏ, ତଥାପି ଏହା ଗୁରୁତ୍ୱପୂର୍ଣ୍ଣ ଯେ କ୍ରମାଗତଭାବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ । ଡାକ୍ତରଙ୍କ ସହିତ ପରାମର୍ଶ କଲେ ଡାକ୍ତର ରୋଗୀର ପରିଶ୍ରାରେ ପ୍ରୋଟିନ କ୍ଷୟର ମାତ୍ରା, ଓଜନ, ରକ୍ତଚାପ, ଉଚ୍ଚତା, ଔଷଧର ପାର୍ଶ୍ଵପ୍ରତିକ୍ରିୟା ଏବଂ ଜଟିଳତାରୁ କ୍ରମୋନ୍ନତି ସମ୍ପର୍କରେ ମୂଲ୍ୟ ନିର୍ଦ୍ଧାରଣ କରି ଚିକିତ୍ସା କରିଥାଆନ୍ତି ।
  • ରୋଗୀ ନିୟମିତ ନିଜର ଓଜନ ମାପକରି ଲିଖିତଭାବେ ରଖିବା ଉଚିତ୍ । ଏହି ତଥ୍ୟ ତରଳ ହ୍ରାସ ବୃଦ୍ଧି ଜାଣିବାରେ ସହାୟକ ହୁଏ ।
  • ପାରିବାରଲୋକ ଘରେ କରାଯାଉଥିବା ପରିଶ୍ରାରେ ପ୍ରୋଟିନର ମାତ୍ରା, ସମସ୍ତ ପରିଶ୍ରା ପରୀକ୍ଷାର ଫଳାଫଳ ଏବଂ ଔଷଧ ସମ୍ବନ୍ଧୀୟ ସମସ୍ତ ବିବରଣୀକୁ ଏକ ଦୈନିକ କାର୍ଯ୍ୟ ବିବରଣୀ ସଂଗୃହୀତ ଖାତାରେ ଲିପିବଦ୍ଧ କରିବା ସହିତ ଏ ସମ୍ପର୍କରେ ଶିକ୍ଷାଲାଭ କରିବା ଉଚିତ୍ । ରୋଗର ସଅନ ଚିହ୍ନଟ, ରୋଗର ପ୍ରତ୍ୟାବର୍ତ୍ତନ ଏବଂ ପରବର୍ତ୍ତୀ ସମୟର ଉଚିତ୍ ନିମିତ ତଥ୍ୟ ବିବରଣୀ ସଂଗୃହୀତ ଖାତା ସାହାଯ୍ୟ କରେ ।

ନେଫ୍ରୋଟିକ ସିଣ୍ଡ୍ରୋମରେ କିପରି ଓ କାହିଁକି ପ୍ରେତିନିସୋଲ ଦିଆଯାଏ ?

  • ନେଫ୍ରୋଟିକ ସିଣ୍ଡ୍ରୋମର ପ୍ରଥମ ଔଷଧ ଚିକିତ୍ସାଭାବେ ପ୍ରେଡିନିସୋଲ (ଷ୍ଟିରଏଡ) ଦିଆଯାଏ କାରଣ ଏହି ଔଷଧ ପ୍ରୋଟିନର କ୍ଷୟକୁ ବନ୍ଦ କରିବା ସହିତ ଠିକ୍ ଭାବରେ ରୋଗକୁ ନିୟନ୍ତ୍ରଣ କରିଥାଏ ।
  • ଡାକ୍ତର ପ୍ରେଡିନିସୋଲ ଔଷଧର ମାତ୍ରା ନିର୍ଣ୍ଣୟ କରିବା ସହିତ ଖାଇବାର ବିଧି ଏବଂ ସମୟ ସମ୍ପର୍କରେ ପରାମର୍ଶ ଦେବେ । ସାଧାରଣତଃ ପାକସ୍ଥଳୀ ପ୍ରଦାହକୁ ଏଡାଇବାପାଇଁ ରୋଗୀକୁ ଖାଦ୍ଯ ଖାଇସାରିବାପରେ ଔଷଧ ଖାଇବାପାଇଁ ପରାମର୍ଶ ଦେଇଥାଆନ୍ତି ।
  • ପ୍ରାଥମିକ ଅବସ୍ଥାରେ ରୋଗ ନିୟନ୍ତ୍ରଣ ପାଇଁ ପ୍ରାୟତଃ ଚାରିମାସ ନିମିତ ଔଷଧ ଦିଆଯାଏ । ଏହା ପ୍ରାୟତଃ ଚାରିଭାଗରେ ବିଭକ୍ତ କରିଦିଆଯାଏ । ପ୍ରଥମ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ଖାଇବାକୁ ଦିଆଯାଏ । ପର୍ଯ୍ୟାୟକ୍ରମେ ଗୋଟିଏ ବଟିକା ଦିନେ ଛଡା ଦିନେ ଦିଆଯାଏ, କ୍ରମେ ମାତ୍ରା କମ୍ କରି କିଛିଦିନ ପରେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଏ । କିନ୍ତୁ ଯଦି ନେଫ୍ରୋଟିକ ସିଣ୍ଡ୍ରୋମ ପ୍ରତ୍ୟାବର୍ତ୍ତନ କରେ ତେବେ ତା’ର ଚିକିତ୍ସା ମୂଳ ଚିକିତ୍ସା ଠାରୁ ଭିନ୍ନ ହୋଇଥାଏ ।
  • ୧ରୁ ୪ ସପ୍ତାହ ଚିକିତ୍ସା ଦ୍ଵାରା ରୋଗୀ ଲକ୍ଷଣଯୁକ୍ତ ହେବା ସହ ପରିଶ୍ରାରେ ପ୍ରୋଟିନ ନିଷ୍କାସନ ହେବା ବନ୍ଦ ହୋଇଯାଏ । ଚିକିତ୍ସା ସ୍ଥଗିତ ହେଲାପରେ ମଧ୍ୟ ପ୍ରେଡିନିସୋଲନର ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇପାରେ ଏବଂ ରୋଗର ପୁନଃ ପୁନଃ ପ୍ରତ୍ୟାବର୍ତ୍ତନକୁ ବନ୍ଦ କରିବାପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀ ଔଷଧର ପୁରା ନିର୍ଦ୍ଧିଷ୍ଟ କ୍ରମକୁ ନିୟମାନୁସାରେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ।

ପ୍ରେଡିନିସୋଲନର ପାର୍ଶ୍ଵପ୍ରତିକ୍ରିୟା କ’ଣ ? (କର୍ଟିକୋ ଷ୍ଟେରଏଡସ)

ନେଫ୍ରୋଟିକ ସିଣ୍ଡ୍ରୋମରେ ଅତି ସାଧାରଣଭାବେ ବ୍ୟବହୃତ ହେଉଥିବା ଔଷଧ ହେଉଛି ପ୍ରେଡିନିସୋଲନ ।କିନ୍ତୁ ଏହି ଔଷଧର ଅନେକଗୁଡିଏ ସମ୍ଭାବ୍ୟ ପାର୍ଶ୍ଵପ୍ରତିକ୍ରିୟା ରହୁଥିବାରୁ ଏହାକୁ ଦୃଢଭାବରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀ ଖାଇବା ଉଚିତ୍ ।

  1. ସ୍ୱଳ୍ପ ସମୟ ପ୍ରଭାବ :
  2. ସାଧାରଣତଃ ସ୍ୱଳ୍ପ ସମୟ ପାର୍ଶ୍ଵପ୍ରତିକ୍ରିୟା ଗୁଡିକ ହେଉଛି ଭୋକ ନଲାଗିବା, ଓଜନବୃଦ୍ଧି ହେବା, ମୁହଁ ଫୁଲା ଦେଖାଯିବା, ପାକସ୍ଥଳୀ ପ୍ରଦାହ ଯୋଗୁଁ ପେଟରେ ଯନ୍ତ୍ରଣା ଅନୁଭବ କରିବା, ମଧୁମେହ, ଉଚ୍ଚରକ୍ତଚାପ, ଚିତ୍ ଚିତାପଣ, ମୁହଁରେ ବ୍ରଣ ଏବଂ ଦାଢି ଇତ୍ୟାଦି ଉଠିବା ଇତ୍ୟାଦି ।

  3. ଦୀର୍ଘସ୍ଥାୟୀ ପ୍ରଭାବ :
  4. ସାଧାରଣ ଦୀର୍ଘସ୍ଥାୟୀ ପାର୍ଶ୍ଵପ୍ରତିକ୍ରିୟା ଗୁଡିକ ମଧ୍ୟରେ ଓଜନବୃଦ୍ଧି, ପିଲାମାନଙ୍କ କ୍ରମବୃଦ୍ଧିର ବ୍ୟାହତ ପତଳା ଚର୍ମ ଥିବା ସ୍ଥାନ, ବାହୁ, ଜଙ୍ଘ ଓ ପେଟରେ ଦାଗ ଦାଗ ଚିହ୍ନ, କ୍ଷତ ଶୁଖିବାରେ ବିଳମ୍ବ, କ୍ୟାଟେରାକ୍ଟର ବୃଦ୍ଧି, ହାଇପରଲିପିଡେମିଆ, ହାଡରେ ଅସୁବିଧା ପିଚାର ବା ନିତମ୍ବର, ଆଭାସ୍କୁଲାର ନେକ୍ରୋସିସ୍, ଅଷ୍ଟାଓପୋରୋସିସ୍) ଏବଂ ମାଂସପେଶୀୟ ଦୁର୍ବଳତା ଇତ୍ୟାଦି ଦେଖାଯାଏ ।

ବିଭିନ୍ନ ପ୍ରକାର ଜଟିଳତା ସତ୍ତ୍ୱେ ନେଫ୍ରୋଟିକ୍ ସିଣ୍ଡ୍ରୋମରେ କର୍ଟିକୋଷ୍ଟିରଏଡର ବ୍ୟବହାର କରାଯାଏ କାହିଁକି?

କର୍ଟିକୋଷ୍ଟିରଏଡର ଗୁରୁତର ପାର୍ଶ୍ଵପ୍ରତିକ୍ରିୟା ସତ୍ତ୍ଵେ, ବିନା ଚିକିତ୍ସାରେ ନେଫ୍ରାଟିକ୍ ସିଣ୍ଡ୍ରୋମରେ ଦେଖାଯାଉଥିବା ସମ୍ଭାବ୍ୟ ବିପଦକୁ ଦୂରକରିବା ପାଇଁ ଏପରି ଔଷଧର ବ୍ୟବହାର କରାଯାଏ । ନେଫ୍ରାଟିକ୍ ସିଣ୍ଡୋମ ହେବା ଯୋଗୁଁ ଶରୀରରେ ପ୍ରୋଟିନ୍ ବହୁତ ପରିମାଣରେ କମିଯାଏ ଏବଂ ଶରୀର ଫୁଲିଯାଏ, ରୋଗର ଜଟିଳତା ବିନା ଚିକିତ୍ସାରେ ଅଣାୟତ ହୋଇଯିବାର ସମ୍ଭାବନା ସୃଷ୍ଟିକରେ । ଯେପରିକି ସଂକ୍ରମଣର ବିପଦ, ହାଇପୋଭୋଲେମିଆ, ଥ୍ରାମ୍ବୋଏମ୍ବୋଲିଜିମ, ଲିପିଡ୍ ଆବନରମାଲିଟିଜ୍, ପୃଷ୍ଟିହୀନତା ଏବଂ ରକ୍ତହୀନତା ଇତ୍ୟାଦି । ନେଫ୍ରାଟିକ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ପିଲା ଚିକିତ୍ସା ବିନା, ସଂକ୍ରମଣରେ କ୍ଵଚିତ୍ ମୃତ୍ୟୁବରଣ କରନ୍ତି।

ନେଫ୍ରାଟିକ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ପିଲାଙ୍କୁ କର୍ଟିକୋଷ୍ଟିରଏଡ ଚିକିତ୍ସା କରାଇବାଦ୍ଵାରା ମୃତ୍ୟୁ ସଂଖ୍ୟା ପ୍ରାୟତଃ ୩%ରୁ କମ୍ ସଂଖ୍ୟାରୁ ମଧ୍ୟ କମ୍ ହୋଇଯାଏ । ଡାକ୍ତର ପରାମର୍ଶ ଅନୁସାରେ ସର୍ବୋଚ୍ଚ ମାତ୍ରାର ଔଷଧ ଏବଂ କର୍ଟିକୋଷ୍ଟିରଏଡ ଚିକିତ୍ସା, କମ୍ କ୍ଷତିକାରକ ଏବଂ ଉଚ୍ଚ ଫଳଦାୟୀ ହୋଇଥାଏ । ଷ୍ଟିରଏଡ଼ ବ୍ୟବହାର ବନ୍ଦ କରିଦେଲେ ତା'ର ପ୍ରଭାବ ମଧ୍ୟ କମିଯାଏ ଏବଂ କ୍ରମେ ସଂପୂର୍ଣ୍ଣ ଚାଲିଯାଏ । ଜୀବନ ପ୍ରତି ବିପଦ ନ ହେବାପାଇଁ, ଏବଂ କେତେକ ପାର୍ଶ୍ଵପ୍ରତିକ୍ରିୟା ସତ୍ତ୍ଵେ କର୍ଟିକୋଷ୍ଟିରଏଡ ବ୍ୟବହାର କରାଯିବା ଉଚିତ୍ ।

ପାର୍ଶ୍ଵପ ସମ୍ଭାବନାକୁ କମ୍ କରିବାପାଇଁ ଡାକ୍ତରୀ ପରାମର୍ଶ ଅନୁସାରେ ଷ୍ଟିରଏଡ ଖାଇବା ଉଚିତ୍ ।

ନେଫ୍ରାଟିକ୍ ପିଲାର ଷ୍ଟିରଏଡ ଚିକିତ୍ସା ଆରମ୍ଭ ହେବାର ପ୍ରଥମ ଅବସ୍ଥାରେ ଫୁଲା କମିଯାଏ ଏବଂ ପରିଶ୍ରା ପ୍ରୋଟିନ୍ ମୁକ୍ତ ହୋଇଯାଏ କିନ୍ତୁ ଷ୍ଟିରଏଡ ଚିକିତ୍ସାର ତୃତୀୟ ଏବଂ ଚତୁର୍ଥ ସପ୍ତାହ ବେଳକୁ ପୁଣି ମୁଁହ ଫୁଲା ଦେଖାଯାଏ କାହିଁକି ?

ଷ୍ଟେରଏଡର ଦୁଇଟି ଅଲଗା ପ୍ରଭାବ ହେଉଛି, ଭୋକ ବଢିଯାଏ ଯାହାକି ଓଜନବୃଦ୍ଧି କରେ ଏବଂ ଚର୍ବିର ପୁର୍ନବର୍ତ୍ତନ ହୋଇଥାଏ । ଏହା ଗୋଲ ଏବଂ ମୁଁହ ଫୁଲିଯିବା ପାଇଁ ଦାୟୀ । ଷ୍ଟେରଏଡର ପ୍ରଭାବ ଯୋଗୁଁ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ବେଳକୁ ମୁଁହ ଚନ୍ଦ୍ରପରି ଗୋଲ ହୋଇଯାଇଥାଏ । ଯେଉଁଥିପାଇଁ ଚିକିତ୍ସାଯୋଗୁଁ ପ୍ରଥମ ଅବସ୍ଥାରେ କମିଯାଇଥିବା ଫୁଲା ଔଷଧର ପାର୍ଶ୍ଵପ୍ରତିକ୍ରିୟା ଜନିତ ଫୁଲା ତୃତୀୟ ସପ୍ତାହ ବେଳକୁ ପୁଣି ଦେଖାଯାଏ ।

ଷ୍ଟିରଏଡ ପ୍ରଭାବରୁ ଦେଖାଯାଉଥିବା ଫୁଲା କେବଳ ମୁଁହ ଓ ପେଟରେ (ଚର୍ବି ବୃଦ୍ଧି ଓ ପୁନଃ ପୁନଃ ବନ) ଦେଖାଯାଏ କିନ୍ତୁ ହାତ ଏବଂ ପାଦ ସାଧାରଣ ଅବସ୍ଥାରେ ଥାଏ କିମ୍ବା ପତଳା ଦେଖାଯାଏ । ଷ୍ଟିରଏଡ ଯୋଗୁଁ ଦେଖାଯାଉଥିବା ଫୁଲା ଦିନତମାମ ସମାନ ଥାଏ ।

ଏକାପରି ଦୁଇଟି ଅବସ୍ଥାକୁ ଭିନ୍ନ ଲକ୍ଷଣ ଏବଂ ଅଧିକ ଦେଖାଯାଉଥିବା ସମୟ ଆଧାରରେ ଅଲଗା ଅଲଗା କରାଯାଇପାରେ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top