অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଲିସିଷ୍ଟିକ ବୃକକ୍ ରୋଗ

ପଲିସିଷ୍ଟିକ ବୃକକ୍ ରୋଗ

ଅଟୋସୋମାଳ ଡୋମିନା ପଲିସିଷ୍ଟିକ ବୃକକ୍ ରୋଗ (ଏ.ଡି.ପି.କେ.ଡି) ହେଉଛି ସାଧାରଣତଃ ବଂଶାନୁଗତ ରୋଗ । ଏହାର ଚାରିତ୍ରିକ ଗୁଣ ହେଉଛି ବୃକକ୍ ରେ ସଂଖ୍ୟାଧିକ ଅର୍ବୁଦ ହେବା । ପଲିସିଷ୍ଟିକ ବୃକକ୍ ରୋଗ (ପିକେଡି) କ୍ରନିକ୍ ବୃକକ୍ ରୋଗର ଚତୁର୍ଥ ମୁଖ୍ୟ କାରଣ। (ପିକେଡି) ରେ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଯେଉଁଥିରେ ଅର୍ବୁଦ ଦେଖାଯାଇପାରେ ସେଗୁଡିକ ହେଲା ଯକୃତ, ମସ୍ତିଷ୍କ, ପାକସ୍ଥଳୀ,ପାଚନଗ୍ରନ୍ଥି, ଡିମ୍ବାଶୟ ଏବଂ ପ୍ଲିହା ।

ପିକେଡିର ପରିସର କ’ଣ ?

ଅଟୋସୋମାଲ ତୋମିନାର୍ଟ ପିକେଡି ସବୁ କ୍ଷେତ୍ରରେ ସମାନ, ଏହା ସମାନ ଭାବରେ ପୁରୁଷ ଏବଂ ମହିଳାଙ୍କ ଠାରେ ଦେଖାଯାଇଥାଏ । ସାରା ପୃଥିବୀରେ ଏହା ୧୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରାନ୍ତ କରିଥାଏ । ସବୁ କ୍ରନିକ୍ ବୃକକ୍ ରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ପ୍ରାୟତଃ ୫% ରୋଗୀ ଡାୟଲିସିସ୍ ଅଥବା ବୃକକ୍ ପ୍ରତିରୋପଣ ଆବଶ୍ୟକ କରନ୍ତି, ଯଦି ସେମାନେ ପିକେଡି ରେ ଆକ୍ରାନ୍ତ ହୋଇଥାଆନ୍ତି ।

କିପରି ବୃକକ୍ ପିକେଡିରେ ଆକ୍ରାନ୍ତ ହୁଏ ?

  • ଅଟୋସୋମାଲ ଡୋମିନା ପିକେଡିରେ ବହୁଗୁଣିତ ଅର୍ବୁଦ ଗୁଚ୍ଛ (ତରଳ ଭର୍ତ୍ତି ମୁଣା) ଦୁଇଟି ବୃକକ୍ ଭିତରେ ଦେଖାଯାଏ ।
  • ଅର୍ବୁଦର ଆକାର ପିକେଡି ରେ ବଦଳିଥାଏ (ଡାୟମିଟର ଏକ ଛୁଞ୍ଚି ମୁନରୁ ଆରମ୍ଭକରି ୧୦ ସେ.ମି. କିମ୍ବା ତା’ଠାରୁ ଅଧିକ) ।
  • ସମୟ ବୃଦ୍ଧି ଅନୁସାରେ ଅର୍ବୁଦର ମାପ ବୃଦ୍ଧିପାଏ, ଯାହାକି ଧୀରେ ଧୀରେ ସୁସ୍ଥ ବୃକକ୍ ପେଶୀ ଗୁଡିକୁ ଛାପି ନଷ୍ଟ କରିଦିଏ ।
  • ଏହି କ୍ଷତ ଉଚ୍ଚ ରକ୍ତଚାପ ସହ ସମ୍ପୃକ୍ତ କରାଏ, ପରିଶ୍ରାରେ ପ୍ରୋଟିନ୍ ର କ୍ଷୟ କରାଏ ଏବଂ ବୃକକ୍ ର କାର୍ଯ୍ୟକୁ ଧୀମା କରିଦିଏ ଫଳରେ କ୍ରନିକ୍ କାର୍ଯ୍ୟଦକ୍ଷତା ଦେଖାଯାଏ ।
  • ବହୁବର୍ଷ ମଧ୍ୟରେ (ବର୍ଷ ବର୍ଷ ପରେ) କ୍ରନିକ୍ ବୃକକ୍ ରୋଗ ଖରାପ ସ୍ଥିତି ସୃଷ୍ଟି କରାଏ ଏବଂ ଅତିମାତ୍ରାରେ ବୃକକ୍ ର ହାନି କରେ (ବୃକକ୍ ରୋଗରେ ଶେଷ ସ୍ତର) । ଶେଷରେ ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ ଆବଶ୍ୟକ ହୋଇଥାଏ ।

ପିକେଡିର ଲକ୍ଷଣ

ଅଟୋସୋମାଲ ଡୋମିନା ପିକେଡି ରେ ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତି ବହୁ ଦଶନ୍ଧି ଧରି ବନ୍ଧୁ ଥାଆନ୍ତି ଏବଂ ସେମାନଙ୍କଠାରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଇନଥାଏ । ଅନେକ ପିକେଡି ରୋଗୀ ୩୦ ରୁ ୪୦ ବର୍ଷ ବୟସର ହେବାପରେ ତାଙ୍କଠାରେ ଲକ୍ଷଣ ବୃଦ୍ଧିପାଏ ।

ପିକେଡିର ସାଧାରଣ ଲକ୍ଷଣ ଗୁଡିକ ହେଲା : -

  • ଉଚ୍ଚ ରକ୍ତଚାପ ।
  • ପିଠିପଟରେ ଯନ୍ତ୍ରଣା, ଫ୍ଲାଙ୍କ ଯନ୍ତ୍ରଣା, ଗୋଟେ ବା ଦୁଇପଟ ଯାକ ପେଟ ଫୁଲିଯିବା ।
  • ପେଟରେ କିଛି ବଡ (ଜଡପିଣ୍ଡ) ଥିବାପରି ଅନୁଭବ ହେବା ।
  • ବାରମ୍ବାର ପରିଶ୍ରାନଳୀ ସଂକ୍ରମଣ ହେଉଥିବ କିମ୍ବା ବୃକକ୍ ରେ ପଥୁରୀ ହେବା
  • ବୃକକ୍ କାର୍ଯ୍ୟ କ୍ରମାଗତ ଭାବେ ହ୍ରାସ ପାଇ କ୍ରନିକ୍ ବୃକକ୍ ରୋଗ ହେଲେ ।
  • ଅନ୍ୟ ଅଙ୍ଗ ଯେପରିକି ମସ୍ତିଷ୍କରେ ହୋଇଥିବା ଅର୍ବୁଦ ଯୋଗୁଁ ଲକ୍ଷଣ ଦେଖାଗଲେ ।
  • ରୋଗୀର ଅନ୍ୟାନ୍ୟ ଜଟିଳତା ଗୁଡିକ ହେଉଛି, ବେନ୍ ଅନେୟୁରିସିମ୍, ଆବଡମିନାଲ ୱାଲ ହାରନିଆ, ଯକୃତ ଅର୍ବୁଦରେ ସଂକ୍ରମଣ, ଡାଇଭରସିକ୍ୟୁଲେ (ପାଉଚସ୍) କୋଲେନ୍ ରେ ଏବଂ ଭାଲବ୍ ର ଅସ୍ଵାଭାବିକତା ଦେଖାଦେଲେ ।

ପ୍ରାୟତଃ ୧୦% ରୋଗୀଙ୍କର ବ୍ରେନ୍ ବା ମସ୍ତିଷ୍କ ଆନେୟୁରିସିମ୍ ହେବାର ସମ୍ଭାବନା ଥାଏ । ବ୍ରେନ୍ ବା ମସ୍ତିଷ୍କ ଆନେୟୁରେସିମ ରେ ରକ୍ତବାହୀ ଶିରାର କାନ୍ଥ ଦୁର୍ବଳ ହୋଇଯାଏ କାରଣ ଶିରା ଫୁଲିଯିବା ଯୋଗୁଁ ।ମସ୍ତିଷ୍କ ଧମନୀର ଅତ୍ୟଧିକ ଯୋଗୁଁ ମସ୍ତିଷ୍କ ଘାତ ଘଟେ ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ।

ପ୍ରତ୍ୟକ ପିକେଡି ରୋଗୀଙ୍କର ବୃକକ୍ ହାନି ହୁଏ କି ?

ପିକେଡିରେ ପୀଡିତ ସମସ୍ତ ରୋଗୀଙ୍କର ବୃକକ୍ ହାନି ବା ଅଚଳ ହୋଇ ନଥାଏ । ୫୦% ପ୍ରତିଶତ ପିକେଡିରେ ପୀଡିତ ରୋଗୀଙ୍କର ୬୦ ବର୍ଷ ବେଳକୁ ବୃକକ୍ ଅଚଳ ହୋଇଥାଏ, ଏବଂ ପ୍ରାୟତଃ ୬୦% ଲୋକ ପିକେଡି ପୀଡିତ ରୋଗୀଙ୍କର ୭୦ ବର୍ଷ ବେଳକୁ ବୃକକ୍ ଅଚଳ ହୋଇଥାଏ । ଯୁବାବସ୍ଥାରେ ଉଚ୍ଚ ରକ୍ତଚାପ, ପରିଶ୍ରାରେ ପ୍ରୋଟିନ୍ କିମ୍ବା ରକ୍ତ ନିର୍ଗତ ହେଲେ, ବୃକକ୍ ର ଆକାର ବୃଦ୍ଧି ପାଇଲେ ପିକେଡି ରୋଗୀଙ୍କର କ୍ରନିକ୍ ବୃକକ୍ ରୋଗର ଗତି ବିପଦପୂର୍ଣ୍ଣ ହୋଇଯାଏ ।

ପିକେଡି ରୋଗର ନିର୍ଣ୍ଣୟ

ଅଟୋସୋମାଲ ଡୋମିଅନ ପିକେଡି ନିର୍ଣ୍ଣୟ କରାଯାଉଥିବା ପରୀକ୍ଷା ଗୁଡିକ ହେଲା : -

  • ବୃକକ୍ ର ଅଲ୍ଟ୍ରାସାଉଣ୍ଡ – ଏହା ସାଧାରଣତଃ ବୃକକ୍ ପିକେଡି ରୋଗ ନିର୍ଣ୍ଣୟ କରିବାପାଇଁ ଏକ ସହଜ, ସୁରକ୍ଷିତ, ଭରସାଯୋଗ୍ୟ ଯନ୍ତ୍ରଣା ବିହୀନ ଏବଂ ସ୍ୱଳ୍ପ ମୂଲ୍ୟଯୁକ୍ତ ରୋଗ ନିର୍ଣ୍ଣୟ ପଦ୍ଧତି ଭାବେ ବୃକକ୍ ଅଲ୍ଟ୍ରାସାଉଣ୍ଡ କରାଯାଇଥାଏ ।
  • ସିଟି କିମ୍ବା ଏମ୍ ଆର ସ୍କାନ – ଏହି ପରୀକ୍ଷା ଅତ୍ୟନ୍ତ ବ୍ୟୟବହୁଳ କିନ୍ତୁ ନିର୍ଦ୍ଧିଷ୍ଟ ପରୀକ୍ଷା ଯାହାଦ୍ଵାରା ଅଲ୍ଟ୍ରାସାଉଣ୍ଡରେ ଜଣାପଡୁନଥିବା ଅତିକ୍ଷୁଦ୍ର ଅର୍ବୁଦକୁ ମଧ୍ୟ ଖୋଳି ବାହାର କରିଦିଏ।
  • ବଂଶାନୁକ୍ରମିକ – ପିକେଡି ଏକ ଅଂଶାନୁକ୍ରମିକ ରୋଗ ହୋଇଥିବା ଯୋଗୁଁ ପ୍ରତ୍ୟକ ଶିଶୁର ୫୦:୫୦ ଭାଗ ରୋଗ ହେବାର ସମ୍ଭାବନା ଥାଏ । ତେଣୁ ପରିବାରର ବ୍ୟକ୍ତିଙ୍କ ରୋଗ ସମ୍ବନ୍ଧରେ ଅନୁସନ୍ଧାନ କଲେ ପିକେଡି ରୋଗୀର ରୋଗ ସଅଳ ନିର୍ଣ୍ଣୟ କରାଯାଇପାରେ ।

ପିକେଡିର ବୃକକ୍ ଉପରେ କେତେ ପ୍ରଭାବ ତାହା ଜାଣିବା ପାଇଁ ପରୀକ୍ଷା

ପରିଶ୍ରା ପରୀକ୍ଷାରୁ ପରିଶ୍ରାର ରକ୍ତ ପଡୁଥିବାର ମାତ୍ରା ଏବଂ ପ୍ରୋଟିନର ମାତ୍ରା ଜାଣିବାପାଇଁ କରାଯାଏ । ବୃକକ୍ ର କାର୍ଯ୍ୟ କ୍ଷମତା ଜାଣିବା ପାଇଁ ରକ୍ତରେ କ୍ରିଏଟିନର ମାତ୍ରା ଜାଣିବାପାଇଁ ରକ୍ତ ପରୀକ୍ଷା କରାଯାଇଥାଏ । କାରଣ କ୍ରିଏଟିନର ମାତ୍ରାରୁ ବୃକକ୍ ର କାର୍ଯ୍ୟ ଦକ୍ଷତା ଜଣାପଡେ ।

  • ଅତର୍କିତ ରୋଗ ନିର୍ଣ୍ଣୟ :
  • ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କିମ୍ବା ଅଲ୍ଟ୍ରାସାଉଣ୍ଡ କରିବା ବେଳେ ଯଦି ପିକେଡି ଜଣାପଡେ ତେବେ ଏହା ଅତର୍କିତ ରୋଗ ନିର୍ଣ୍ଣୟ ହୋଇଥିବାର କୁହାଯାଇପାରେ । ଏଥି ନିମନ୍ତେ ‘ଜିନ୍ ଲିଙ୍କେଜ ଆନାଲିସିସ୍’ ପରି ଏକ ସ୍ଵତନ୍ତ୍ର ରକ୍ତ ପରୀକ୍ଷା କରାଯାଇଥାଏ । ଯେଉଁଠିରୁ ପରିବାରର କେଉଁ ସଦସ୍ୟ ପିକେଡି ଜିନ୍ ବହନ କରିଥାଏ ତାହା ଜଣାପଡିଥାଏ । ଏହା ମଧ୍ୟ ଯଦି ଇମେଜିଙ୍ଗ ପରୀକ୍ଷାରେ ପିକେଡି ବିଷୟରେ ଜଣାନପଡେ ସେହି ପରିପ୍ରେକ୍ଷୀରେ ଏହି ପରୀକ୍ଷାର ଆବଶ୍ୟକତା ପଡେ । ଯଦିଓ ଏହା ବ୍ୟୟବହୁଳ ଏବଂ ଅଳ୍ପକେତେକ କେନ୍ଦ୍ରରେ କରାଯାଏ ତଥାପି ଏହା ରୋଗ ନିର୍ଣ୍ଣୟ ହେବା ଲକ୍ଷଣ କ୍ଵଚିତ ସ୍ଥଳରେ କରାଯାଇଥାଏ ।

  • ପରିବାରର କେଉଁ କେଉଁ ବ୍ୟକ୍ତିଙ୍କୁ ପିକେଡି ପରୀକ୍ଷା ପାଇଁ ବଛା ଯିବା ଉଚିତ୍ :
  • ପିକେଡି ଆକ୍ରାନ୍ତ ବ୍ୟକ୍ତିଙ୍କର ସମସ୍ତ ସନ୍ତାନ ଏହି ରୋଗ ବହନ କରିବାର ସମ୍ଭାବନା ଥାଏ । ତେଣୁ ପିକେଡି ରୋଗୀର ସନ୍ତାନ, ଭାଇ ଭଉଣୀଙ୍କୁ ଏହି ରୋଗର ପରୀକ୍ଷା ପାଇଁ ବଛାଯିବା ଉଚିତ୍ । ତେଣୁ ବଂଶାନୁକ୍ରମିକ ଭାବେ କାହାଠାରୁ ରୋଗ ଆସିଛି ତାହା ଠାବ କରିବା ନିୟାନ୍ତ ଆବଶ୍ୟକ ।

ପିକେଡି ଆକ୍ରାନ୍ତ ରୋଗୀର ସମସ୍ତ ସନ୍ତାନ ଏହି ରୋଗର ବିପଦକୁ ବହନ କରନ୍ତି କି ?

‘ନା’ ପିକେଡି ଏକ ବଂଶାନୁକ୍ରମିକ ରୋଗ ହେଲେ ମଧ୍ୟ ଯଦି ବାପା କିମ୍ବା ମା ଙ୍କର ଅଟୋସୋମାଲ ଡୋମିନା ପିକେଡି ଥାଏ ତେବେ ତାଙ୍କ ପିଲାଙ୍କ କ୍ଷେତ୍ରରେ ୫୦% ପିକେଡି ସଙ୍କ୍ରାନ୍ତୀୟ ଜଟିଳତା ବା ବିପଦ ହେବାର ସମ୍ଭାବନା ରହିଥାଏ ।

ପିକେଡିର ପୂର୍ବ ସୁରକ୍ଷା : -

ପିକେଡି ରୋଗଦେଲେ ଅର୍ବୁଦର ବୃଦ୍ଧିକୁ ହ୍ରାସ କରିବା କିମ୍ବା ପିକେଡିର ପୂର୍ବ ସୁରକ୍ଷା କରି ରୋଗ ନେହେବା ପାଇଁ କୌଣସି ଚିକିତ୍ସା ବର୍ତ୍ତମାନ ନାହିଁ ।

ପରିବାର ସଦସ୍ୟଙ୍କ ସମ୍ପର୍କରେ ବିଶଦ ତଥ୍ୟ ହାସଲ କରିବା ଏବଂ ରୋଗ ଦୀର୍ଘସ୍ଥାୟୀ ହେବା ପୂର୍ବରୁ ସଅଳ ରୋଗ ନିର୍ଣ୍ଣୟ କରିବା ଦ୍ଵାରା ଚିକିତ୍ସା ନିମିତ କେତେ ଗୁଡିଏ ସୁବିଧା ହୋଇଥାଏ । ସଅଳ ରୋଗ ନିର୍ଣ୍ଣୟ ପିକେଡିକୁ ଚିକିତ୍ସା କରିବାପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରେ । ପିକେଡିରେ ରେନାଲ ଫେଲ୍ୟୁଅର ବ ବୃକକ୍ ନିଷ୍ଫଳତା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା, ସଅଳ ରୋଗ ନିର୍ନାୟ ଦ୍ଵାରା ଏଡାଇ ଦିଆଯାଇପାରେ । ଜୀବନ ଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟରେ ସୁଷମ ଖାଦ୍ୟର ଅଭ୍ୟାସ କେତେକାଂଶରେ ବୃକକ୍ ର ସୁରକ୍ଷା କରିବା ସହ ହୃଦୟକୁ ମଧ୍ୟ ସୁରକ୍ଷା ପ୍ରଦାନ କରେ । ଯେତେବେଳେ ପିକେଡି ନଥାଏ ସେତେବେଳେ ପିକେଡି ଆକ୍ରାନ୍ତ ରୋଗୀ ରୋଗ ବିଷୟରେ ଜାଣିବାପାଇଁ ଉତ୍ସୁକ ଥାଏ ସେତେବେଳେ ନିବନ୍ଧନ କରିବା ପାଇଁ ବିଶେଷ ଅସୁବିଧା ହୋଇଥାଏ ।

କାହିଁକି ପିକେଡିର ଘଟଣାକୁ କମାଇବା ସମ୍ଭବପର ହୋଇନଥାଏ?

ସାଧାରଣତଃ ପିକେଡି ୪୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ହେବାପରେ ରୋଗ ନିର୍ଣ୍ଣୟ କରାଯାଇ ପାରିଥାଏ । ଅଧିକାଂଶ ବ୍ୟକ୍ତିଙ୍କର ତା ପୂର୍ବରୁ ପିଲାପିଲି ହୋଇସାରିଥାଏ । ସେଥିପାଇଁ ଏହା ପରବର୍ତ୍ତୀ ପିଡିକୁ ପ୍ରେରିତ ହେବା ସମ୍ଭବପର ହୋଇ ନଥାଏ ।

ପିକେଡିର ଚିକିତ୍ସା

ପିକେଡି ଏକ ଅସାଧ୍ୟ ରୋଗ କିନ୍ତୁ ଚିକିତ୍ସା ଆବଶ୍ୟକ କାହିଁକି ?

  • କାରଣ : କ୍ରନିକ୍ ବୃକକ୍ ରୋଗର ବର୍ଦ୍ଧିତ ମାତ୍ରାର ଗତିକୁ ପ୍ରତିହତ କରି ବୃକକ୍ ର ସୁରକ୍ଷା କରି ଶେଷ ସ୍ତର ପର୍ଯ୍ୟନ୍ତ ବୃକକ୍ ରୋଗକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ।
  • ଲକ୍ଷଣରୁ ରୋଗକୁ ଆୟ କରିବା ଏବଂ ଜଟିଳତାର ନିବାରଣ କରିବା ।

ପିକେଡି ଚିକିତ୍ସାର ଗୁରୁତ୍ୱପୂର୍ଣ୍ଣ ମାପକ :-

  • ବେଳେବେଳେ ଦେଖାଯାଏ ପିକେଡି ରୋଗ ନିର୍ଣ୍ଣୟ କରାଯିବା ପରେ ମଧ୍ୟ ରୋଗୀଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ରୋଗୀ ମଧ୍ୟ କୌଣସି ଚିକିତ୍ସା ଆବଶ୍ୟକ କରେନାହିଁ । ଏହି ପ୍ରକାର ରୋଗୀ ନିୟମିତ ପରୀକ୍ଷା ନିରୀକ୍ଷା କରିବା ଆବଶ୍ୟକ ।
  • ସି କେ ଡି ର କ୍ରମବର୍ଦ୍ଧିଷ୍ଣୁ ମାତ୍ରାକୁ ପ୍ରତିହତ କରିବାକୁ ହେଲେ ଉକ୍ତ ରକ୍ତ ଚାପକୁ ନିୟନ୍ତ୍ରଣ ମଧ୍ୟରେ ରଖାଯିବା ଅତ୍ୟାବଶ୍ୟକ ଯଦ୍ୱାରା ରୋଗର ଗତି ମନ୍ଥର ହୋଇଯାଏ ।
  • ଯେପରି କଷ୍ଟ ବା ବ୍ୟଥା ନିବାରକ ଔଷଧ ବୃକକ୍ ର କୌଣସି କ୍ଷତି ନକରେ ସେପରି ଔଷଧ ସେବନ ଜରୁରୀ (ଯେପରିକି ଆସ୍ପିରିନ, ଆସିଟୋମିନୋଫେନ)। ରିକରେ ବା କ୍ରନିକ୍ ଯନ୍ତ୍ରଣା, ସିଷ୍ଟର ବୃଦ୍ଧି, ଇତ୍ୟାଦି ଯୋଗୁଁ ପିକେଡି ର ଆରମ୍ଭ ହୋଇଥାଏ ।
  • ୟୁରିନାରୀ ଟ୍ରାକ ଇନ୍ ଫେକସନ୍ ବା ମୂତ୍ରନଳୀ ସଂକ୍ରମଣ ହେଲେ ନିର୍ଦ୍ଧିଷ୍ଟ ଏବଂ ତୁରନ୍ତ ଚିକିତ୍ସା କରି ଉଚିତ୍ ଆଣ୍ଟିବାୟୋଟିକ ସେବନ ଜରୁରୀ ।
  • ବୃକକ୍ ପଥୁରୀର ସଅଳ ଚିକିତ୍ସା କରିବା ।
  • ଯାହାର ଫୁଲା ନଥିବ ସେପରି ରୋଗୀ ପ୍ରଚୁର ମାତ୍ରାରେ ତରଳଦ୍ରବ୍ୟ ସେବନ କରିବା ଯଦ୍ୱାରା ଏହା ବୃକକ୍ ପଥୁରୀ ଏବଂ ୟୁରିନାରୀ ଟ୍ରାକ୍ ଇନ୍ ଫେକସନ୍ ବା ମୂତ୍ରନଳୀ ସଂକ୍ରମଣର ପୂର୍ବ ସୁରକ୍ଷା ପ୍ରଦାନ କରିବ ।
  • କ୍ରନିକ୍ ବୃକକ୍ ରୋଗର ନିର୍ଦ୍ଧିଷ୍ଟ ଚିକିତ୍ସା ଯାହା ୧୦ରୁ ୧୪ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ।
  • କେତେକ ରୋଗୀଙ୍କର ଯନ୍ତ୍ରଣା, ରକ୍ତ କ୍ଷରଣ ସଂକ୍ରମଣ କିମ୍ବା ପ୍ରତିବନ୍ଧକ କାରଣରୁ ଶଲ୍ୟ ଚିକଟା ଅଥବା ରେଡିଓଲୋଜି ଡ୍ରେନେଜ ସିଷ୍ଟ କରିବାପାଇଁ ପଡିଥାଏ ।

କେତେବେଳେ ପିକେଡିରେ ଆକ୍ରାନ୍ତ ଜେନ ରୋଗୀ ଡାକ୍ତରଙ୍କୁ ଯୋଗାଯୋଗ କରିବ ?

  • ଜ୍ଵର ହୋଇ ହଠାତ୍ ପେଟରେ ଯନ୍ତ୍ରଣା କିମ୍ବା ଲାଲ୍ ରଙ୍ଗର ପରିଶ୍ରା ହେଲେ ।
  • ମାତ୍ରାଧିକ କିମ୍ବା ବାରମ୍ବାର ମୁଣ୍ଡବିନ୍ଧା ହେଲେ ।
  • ବଢିଥିବା ବୃକକ୍ ର ଦୁର୍ଘଟଣା ଜନିତ କ୍ଷତି ହେଲେ ।
  • ଛାତିରେ ଯନ୍ତ୍ରଣା ବଢିଲେ, ଭୋକ ନ ଲାଗିଲେ, ମାତ୍ରାଧିକ ବାନ୍ତି ହେଲେ ମାଂସପେଶୀ ରେ ଦୁର୍ବଳତା ଅନୁଭବ ହେଲେ, ଅଳସୁଆ ଅନୁଭବ ହେଲେ, ମୂର୍ଚ୍ଛା କିମ୍ବା ବାତ ମାରିଲେ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 6/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate