ହୋମ / ସ୍ଵାସ୍ଥ୍ୟ / ରୋଗ / ଯକ୍ଷ୍ମା ରୋଗ
ସେଆର କରନ୍ତୁ

ଯକ୍ଷ୍ମା ରୋଗ

ଭାରତରେ ଦେଖାଯାଉଥିବା ସଂକ୍ରାମକ ରୋଗ ମଧ୍ୟରେ ଯକ୍ଷ୍ମା ରୋଗ ଅନ୍ୟତମ ପୂର୍ବରୁ ଯକ୍ଷ୍ମା ରୋଗର କୌଣସି ପ୍ରତିକାର ନ ଥିଲା । ବର୍ତମାନ ଯକ୍ଷ୍ମା ରୋଗର ପ୍ରତିକାର ବାହାରିବା ଦ୍ଵାରା ରୋଗୀକୁ ସୁସ୍ଥ କରାଯାଏ ପାରୁଛି ।

ଉପକ୍ରମ

ଆଜି ବି ଆମ ଦେଶରେ ପ୍ରତିବର୍ଷ ଯକ୍ଷ୍ମା ରୋଗ ବା ଟି.ବି.ଯୋଗୁଁ ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କର ପ୍ରାଣହୀନହେଉଛି ।  ଏଚ.ଆଇ.ଭି.ସଂକ୍ରମଣ ଆରମ୍ଭ ହେବା ପରଠାରୁ ଯକ୍ଷ୍ମା ରୋଗ ତା ସହିତ ମିଶି ପୃଥିବୀରେ ଏକ ଜାଗତିକ ମହାମାରୀ ସୃଷ୍ଟି କରିଛି ଏବେ ସମଗ୍ର ପୃଥିବୀର ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ଶତକଡା ୩୦ ଭାଗ ରୋଗୀ ଆମ ଦେଶରେ ଅଛନ୍ତି । ତା ଭିତରୁ ପ୍ରତି ତିନି ମିନିଟ ରେ ଦୁଇଜଣ ଦିନକୁ ପ୍ରାୟ ଏକ ହଜାର ଲୋକ ଯକ୍ଷ୍ମା ଯୋଗୁଁ ପ୍ରାଣ ହରାଉଛନ୍ତି । ଆମ ଦେଶରେ ବର୍ତ୍ତମାନ ପ୍ରାୟ କୋଟିଏରୁ ଦେଢକୋଟି ଲୋକ ଯକ୍ଷ୍ମାରେ ସଂକ୍ରମିତ ବୋଲି ଜଣାପଡେ ।

ଯକ୍ଷ୍ମାରୋଗ ନିୟନ୍ତ୍ରଣ ପାଇଁ ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ ଯୋଜନା ୧୯୯୩ ମସିହାରେ କାର୍ଯ୍ୟକାରୀ ହେଉଛି । ଏହା ଦ୍ଵାରା ପ୍ରବର୍ତ୍ତିତ ପ୍ରତୀକ୍ଷା ତତ୍ଵାବଧାନରେ ସ୍ୱଳ୍ପମିଆଦି ରସାୟନ ଚିକିତ୍ସା ପଦ୍ଧତି ଏକ ଫଳପ୍ରଦ ବ୍ୟବସ୍ଥା । ତେବେ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ରାସ୍ତାରେ କେତେକ ଅନ୍ତରାୟ ମଧ୍ୟ ରହିଛି ତନ୍ମଧ୍ୟରେ ରୋଗ ଜୀବାଣୁର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି, ଏଚ.ଆଇ.ଭି. ଏଡସ୍ ରୋଗର ବ୍ୟାପକତା ରୋଗ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଦୀର୍ଘ ସମୟର ଚିକିତ୍ସା ବ୍ୟବସ୍ଥା ଏବଂ ସର୍ବୋପରି ଦାରିଦ୍ର୍ୟର ବ୍ୟାପକତା ଅନ୍ୟତମ ।

ଉତ୍ତମ ଯତ୍ନ ପୁସ୍ତକ ମାଳା ର “ଯକ୍ଷ୍ମାରୋଗ “ପୁସ୍ତିକାଟି ସାଧାରଣ ବ୍ୟକ୍ତିମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ । ଏହା ପାଠ କଲେ ସେମାନେ ଅନ୍ୟମାନଙ୍କୁ ବିଭିନ୍ନ ଚିକିତ୍ସା ସେବାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେବା ସହିତ ରୋଗ ନିୟନ୍ତ୍ରଣ କରାଇବାରେ ସହାୟକ ହୋଇପାରିବେ ।

ଯକ୍ଷ୍ମା ଏକ ସଂକ୍ରାମିତ ରୋଗ ମାଇକୋବାକ୍ଟେରିଅମ୍ ବ୍ୟାକ୍ଟେରିଆ ନାମକ ଏକ ଜୀବାଣୁ ଯୋଗୁଁ ଏହି ରୋଗ ହୁଏ । ସେଥିପାଇଁ ଇଂରାଜୀରେ ଏହାକୁ ଟି.ବି . କୁହାଯାଏ । କେହିକେହି ଏହାକୁ କ୍ଷୟରୋଗ ବୋଲି କହନ୍ତି ରୋଗ ମୁଖ୍ୟତଃ ରୋଗର ଫୁସଫୁସକୁ ଆକ୍ରାନ୍ତ କରେ । ତେବେ ଦେହର ଅନ୍ୟାନ୍ୟ ଅଙ୍ଗ ଯଥା :ଲସିକାଗ୍ରନ୍ଥି, କ୍ଷୁଦ୍ରାନ୍ତ ଓ ବୃହଦାନ୍ତ, ଗଣ୍ଠି ବୃକକ, ହାଡ ଓ ଚର୍ମରେ ବି ରୋଗ ହୋଇପାରେ । ଯକ୍ଷ୍ମାରୋଗର ଚିକିତ୍ସା ନ କଲେ ରୋଗୀ ଅନେକ ଉପଦ୍ରବର ଶିକାର ହୋଇ ଦୀର୍ଘ ଦିନ କଷ୍ଟପାଏ । ରୋଗୀର ଅକାଳ ମୃତ୍ୟୁ ହୁଏ ।

କାରଣ

ମାଇକୋବାକ୍ଟେରିଅମ୍ ବ୍ୟାକ୍ଟେରିଆ ନାମକ ଏକ ଜୀବାଣୁ ଯୋଗୁଁ ଏହି ରୋଗ ହୁଏ । ଜୀବାଣୁ ବ୍ୟକ୍ତିରଦେହର ଅନେକ ବର୍ଷ ସୁସ୍ତ ଅବସ୍ଥାରେ ସୁଯୋଗ ଅପେକ୍ଷାରେ ଥାଏ । ସୁଯୋଗ ପାଇବା ମାତ୍ରେ ଏହା ରୋଗ ଉତ୍ପନ୍ନ କରାଇଥାଏ । ଏହି ଜୀବାଣୁ ପାଇବା ମାତ୍ରେ ଏହା ରୋଗ ଉତ୍ପନ୍ନ କରାଇଥାଏ । ଏହି ଜୀବାଣୁ ଶତକଡା ପ୍ରାୟ ୪୦ ଭାଗ ଭାରତୀୟଙ୍କ ଦେହରେ ରହିଥାଏ । ତା ଭିତରୁ କେବଳ ଶତକଡା ୧.୫ଭାଗ ଲୋକଙ୍କ ଦେହରେ ଯକ୍ଷ୍ମାରୋଗ ଦେଖାଦିଏ ।

ଯକ୍ଷ୍ମାରୋଗର କାଶ, କଫ,ଓ ଛିଙ୍କ, ଆଦିରୁ ଜୀବାଣୁ ବାୟୁମଣ୍ଡଳରୁ ଆସି ସୁସ୍ଥଲୋକର ଦେହରେ ପ୍ରବେଶ କରେ । ଯେଉଁ ରୋଗୀମାନଙ୍କ କଫରେ ଜୀବାଣୁ ଥାଏ ଦୀର୍ଘ ଦିନ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କ ଦେହରେ ଜୀବାଣୁ ପ୍ରବେଶ କରିବା ଆଶଙ୍କା ଥାଏ । ସୁସ୍ଥ ଲୋକ ଦେହରେ ଜୀବାଣୁ ପଶିବା ପରେ ପ୍ରାୟତଃ ସୁସ୍ତ ଅବସ୍ଥାରେ ରହେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମିଯିବା ଅବସ୍ଥାରେ ଯକ୍ଷ୍ମାରୋଗ ଆତ୍ମପ୍ରକାଶ କରେ ।

ଯକ୍ଷ୍ମା ରୋଗ ମୁଖ୍ୟତଃ ଫୁସଫୁସ କୁ ଆକ୍ରାନ୍ତ କରେ । ତେବେ ଶରୀରର ଅନ୍ୟାନ୍ୟ ଅଙ୍ଗ ଯଥା : ଲସିକା ଗ୍ରନ୍ଥି , ହାଡ ଓ ଗଣ୍ଠି, ଅନ୍ତ୍ରନଳୀ, ଯକୃତ, ହୁତପିଣ୍ଡ ଓ ଚର୍ମ ଆଦି ମଧ୍ୟ ଯକ୍ଷ୍ମାଜୀବାଣୁ ଦ୍ଵାରା ଆକ୍ରାନ୍ତ ହୋଇପାରେ ।

ପୂର୍ବରୁ କୁହାଯାଇଛି ଯେ ଯକ୍ଷ୍ମା ରୋଗର ଜୀବାଣୁ ସଂକ୍ରାମିତ ବ୍ୟକ୍ତିର ଦେହରେ ରୋଗ ଜନ୍ମାଇବା ପୂର୍ବରୁ ଅନେକ ବର୍ଷ ସୁସ୍ଥ ଅବସ୍ଥାରେ ରହିଥାଏ । ରୋଗ ପ୍ରତିଷେଧକ ଶକ୍ତି ସାଧାରଣତଃ ହ୍ରାସ ପାଇଥିବା ବ୍ୟକ୍ତିମାନଙ୍କଠାରେ ଯଥା :କୁପୋଷଣଗ୍ରସ୍ତ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଏବଂ ଏଚ.ଆଇ.ଭି/ ଏଡସ୍ ଗ୍ରସ୍ତ ରୋଗୀମାନଙ୍କ ଠାରେ ରୋଗ ପ୍ରକାଶ ପାଇବାର ଆଶଙ୍କା ଅଧିକ ଥାଏ । ରୋଗ ପ୍ରତିରୋଧ ଶକ୍ତି କମ ଥିଲେ ରୋଗ ଜୀବାଣୁ ପ୍ରବେଶ କରିବାର ମାତ୍ର ୨ ବର୍ଷ ମଧ୍ୟରେ ରୋଗ ଲକ୍ଷଣ ଦେଖା ଦେଇଥାଏ । ଅପରିଷ୍କାର, ଅନ୍ଧାରିଆ, ସନ୍ତସନ୍ତିଆ, ପବନ ଚଳଚଳ କରୁନଥିବା ଘରେ କିମ୍ବା ଅତ୍ୟଧିକ ଗହଳିଆ ସ୍ଥାନରେ ରହୁଥିବା ପରିବାର ର ସଦସ୍ୟମାନଙ୍କୁ ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ଚିହ୍ନଟ

ଯକ୍ଷ୍ମା ରୋଗ ମୁଖତଃ ଫୁସଫୁସରେ ହେଉଥିବା ଯୋଗୁଁ କସ ଏହାର ପ୍ରଧାନ ଲକ୍ଷଣ । ୩ ସପ୍ତାହରୁ ଅଧିକ କାଶ ସହ କଫ ପଡୁଥିଲେ, ଛାତିରେ ଯନ୍ତ୍ରଣା ଓ କଫରେ ରକ୍ତ ପଡୁଥିଲେ , ଯକ୍ଷ୍ମା ରୋଗ ବୋଲି ସନ୍ଦେହ କରାଯାଏ । ଆମ ଦେଶରେ ଯକ୍ଷ୍ମା ରୋଗୀ ଅଧିକ ଥିବାରୁ ଯେ କୌଣସି ବ୍ୟକ୍ତିର କଫରେ ରକ୍ତ ପଡିଲେ ପ୍ରଥମେ ଯକ୍ଷ୍ମାରୋଗ ପାଇଁ ସମସ୍ତ ପରୀକ୍ଷା କରାଇନେବା ଆବଶ୍ୟକ । ଫୁସଫୁସ ବ୍ୟତୀତ ଅନ୍ୟାନ୍ୟ ଅଙ୍ଗରେ ଯକ୍ଷ୍ମା ହୋଇଥିଲେ ମୁଖ୍ୟତଃ ଦୁଇଟି ଲକ୍ଷଣ/ ସଂକେତରୁ ରୋଗ ଚିହ୍ନଟ ହୋଇପାରେ ।

  • ୩ସପ୍ତାହରୁ ଅଧିକ ଊର୍ଦ୍ଧ୍ଵକାଳ ପ୍ରତିଦିନ ସନ୍ଧ୍ୟାବେଳ ଆଡକୁ ଦେହରେ ହାଲୁକା ଜ୍ଵର ଆସିବା ।
  • ୩ ସପ୍ତାହ ମଧ୍ୟରେ ଦେହ ଓଜନର ଶତକଡା ୧୦ ଭାଗରୁ ଅଧିକ ହ୍ରାସ ପାଇବା । ଏହା ଛଡା ଯେଉଁ ଅଙ୍ଗରେ ଯକ୍ଷ୍ମା ହୋଇଥାଏ, ପୂର୍ବଲିଖିତ ଲକ୍ଷଣ ଛଡା, ନିର୍ଦ୍ଧିଷ୍ଟ ଅଙ୍ଗ ଅନୁଯାୟୀ କେତେକ ଲକ୍ଷଣ ଦେଖାଯାଏ ।
  • ଲସିକା ଗ୍ରନ୍ଥିରେ ଯକ୍ଷ୍ମା ହେଲେ ବେଳରେ ବ୍ୟଥାହିନ ଛୋଟ ଛୋଟ ଫୁଲା ଦେଖାଦିଏ ।
  • ମେରୁଦଣ୍ଡର  ଯକ୍ଷ୍ମା ରୋଗ ହେଲେ ତା ଉପରେ କୁଜ ପରି ଫୁଲା ଦେଖାଯାଏ ।
  • ଗଣ୍ଠିର ଯକ୍ଷ୍ମା ରୋଗରେ ବଜା ଗଣ୍ଠି ଯଥା : ଆଣ୍ଠୁ କାଟି (ନିତମ୍ବ) ରେ ଭୀଷଣ ବ୍ୟଥା ସାଙ୍ଗକୁ ଗଣ୍ଠିର ଚଳନରେ ବାଧା ସୃଷ୍ଟି ହୁଏ ।
  • ଯୌଣାଙ୍ଗରେ କିମ୍ବା ପ୍ରଜନନ ଅଙ୍ଗ ମାନଙ୍କରେ ଟି.ବି. ହେଲେ ନାରୀର ତଳିପେଟରେ ଭୀଷଣ ବ୍ୟଥା ହୁଏ ଏବଂ ଗର୍ଭଧାରଣ ହୋଇପାରେ ନାହିଁ ।

ଅନେକଙ୍କର ମତ ଯେ ଛାତିର ଏକ୍ସରେ ଫଟୋ ଦ୍ଵାରା ଯକ୍ଷ୍ମାରୋଗ ଚିହ୍ନଟ କରାଯାଏ । କିନ୍ତୁ ଫଟୋ ଦ୍ଵାରା ଚିକିତ୍ସିତ ମଧ୍ୟ ଚିକିତ୍ସା ପାଇଥିବା ଓ ପାଇ ନ ଥିବା ରୋଗୀ ମଧ୍ୟରେ ପ୍ରଭେଦ ଜାଣିବା ସମ୍ଭବ ହୁଏ ନାହିଁ  ।

ନିର୍ଦ୍ଧିଷ୍ଟ ଭାବରେ ରୋଗ ଚିହ୍ନଟ କରିବା ପାଇଁ କଫ ପରୀକ୍ଷା ହିଁ ସର୍ବୋକୃଷ୍ଟ ଉପାୟ । ଫୁସଫୁସ ଯକ୍ଷ୍ମାରୋଗର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ରୋଗୀର କଫରୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରିବା ନିତାନ୍ତ ଆବଶ୍ୟକ । ରୋଗୀର କଫ ପରୀକ୍ଷାର ପୂର୍ବ ରାତିରେ ସଂଗୃହିତ କଫ କିମ୍ବା ପରୀକ୍ଷା ସ୍ଥଳରୁ ସଂଗୃହିତ ନମୁନା ମଧ୍ୟରୁ ଅନ୍ୟୁନ୍ୟ ଗୋଟିକରେ ଯକ୍ଷ୍ମା ଜୀବାଣୁ ନ ମିଳିଲେ ତାହାକୁ ଜୀବାଣୁ ମୁକ୍ତ ରୋଗୀ ବୋଲି ଘୋଷଣା କରାଯାଇପାରିବ ନାହିଁ   ।

କଫରୁ ଯକ୍ଷ୍ମା ଜୀବାଣୁ ମିଳିଲେ ଅତି ଶୀଘ୍ର ରୋଗୀର ଯକ୍ଷ୍ମା ନିରୋଧୀ ଚିକିତ୍ସା କରିବା ଜରୁରୀ । କଫରେ ଜୀବାଣୁ ଥିବା ରୋଗୀ କାଶିବା ଏବଂ ଛିଙ୍କିବା ସମୟରେ ରୋଗ ଜୀବାଣୁ ବାୟୁ ମଣ୍ଡଳରେ ମିଶେ । ତାର ପାଖଆଖରେ ଲୋକମାନେ ସେହି ବାୟୁକୁ ପ୍ରଶ୍ଵାସରେ ନେବା ଦ୍ଵାରା ରୋଗୀର ସଂକ୍ରମିତ ହୁଅନ୍ତି । କଫରେ ଜୀବାଣୁଥିବା ସମସ୍ତ ରୋଗୀ ବର୍ଷକୁ ୧୦-୧୫ ଜଣ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରନ୍ତି ତେଣୁ ଏପରି ରୋଗୀଙ୍କୁ ଜରୁରୀ ଭାବେ ଚିକିତ୍ସା କରାଯିବା ଆବଶ୍ୟକ ।

ରୋଗୀର କଫରେ ଜୀବାଣୁ ଦେଖା ନ ଗଲେ ମଧ୍ୟ ଯଦି ତା ଦେହରେ ପୂର୍ବ ବର୍ଣ୍ଣତ ଲକ୍ଷଣ ଥାଏ ଏବଂ ଛାତିର ଏକ୍ସରେରେ ସଂକ୍ରମିତ ସଂକେତ ଥାଏ ତେବେ ଚିକିତ୍ସିତ ତାଙ୍କ ବିଚାର ଅନୁଯାୟୀ ରୋଗୀର ଯକ୍ଷ୍ମା ନିରୋଧୀ ଚିକିତ୍ସା କରିଥାନ୍ତି । ଏହା ଛଡା ବିଭିନ୍ନ ଅଙ୍ଗର ଯକ୍ଷ୍ମାର ନିର୍ଣ୍ଣୟ କରିବା ପାଇଁ ହାଡ କିମ୍ବା ମେରୁଦଣ୍ଡର ଏକ୍ସରେ ଚବିସ ଘଣ୍ଟା ରେ ସଂଗୃହୀତ ପରିସ୍ରାର ପରୀକ୍ଷା, ଜୀବନ୍ତ ତନ୍ତୁ ପରୀକ୍ଷା ଏବଂ ମେରୁଦଣ୍ଡରୁ ସଂଗୃହୀତ ତରଳର ପରୀକ୍ଷା କରାଯାଇଥାଏ । ତେବେ ରୋଗର ନିର୍ଭୁଲ ନିଦାନ ପାଇଁ ସଂକ୍ରମିତ ଅଙ୍ଗର ଏକ ଅତିକ୍ଷୁଦ୍ର ଅଂଶର ଅଣୁବିକ୍ଷଣରେ  ପରୀକ୍ଷା କରାଯାଏ ।

ରକ୍ତର (E. S. R. ) ପରୀକ୍ଷାର ଉଚ୍ଚମାନଙ୍କ ଥିଲେ ତାହା ନିର୍ଦ୍ଧିଷ୍ଟ ଭାବେ ଯକ୍ଷ୍ମା ରୋଗର ସୂଚନା ଦିଏ ନାହିଁ । ରୋଗୀର ଚିକିତ୍ସା କାଳ ମଧ୍ୟରେ ଗୋଟିଏ ବା ଦୁଇଟି ଛାତିର ଏକ୍ସରେ ଏବଂ କଫ ପରୀକ୍ଷା କରିବା ଯଥେଷ୍ଟ । ପ୍ରତିମାସରେ ନିୟମିତ ଭାବେ ଏକ୍ସରେ କରିବା ଆବଶ୍ୟକ ନାହିଁ  ।

ଯେଉଁ ରୋଗୀମାନଙ୍କର ଏକ୍ସରେ ଫଟୋ ଯକ୍ଷ୍ମାରୋଗର ସୂଚନା ଦେଉଥାଏ, ତଥାପି ବାରମ୍ବାର କଫ ପରୀକ୍ଷାରେ ଜୀବାଣୁ ଶୂନ୍ୟ ଚିକିତ୍ସକ ଯତ୍ନର ସହ ବିଚାର କରି ଯକ୍ଷ୍ମା ନିରୋଧୀ ଚିକିତ୍ସା ଆରମ୍ଭ କରନ୍ତି ।

କୌଣସି ରୋଗୀର ଏସବୁ ଲକ୍ଷଣ ଥିଲେ

  • ଜ୍ଵର
  • ଛାତିରେ ଯନ୍ତ୍ରଣା
  • କାଶ
  • କଫରେ ରକ୍ତପଡିବା
  • ଓଜନ ହ୍ରାସ
  • ଉକ୍ତ ଲକ୍ଷଣ ଗୁଡିକ ତିନି ସପ୍ତାହରୁ ଅଧିକ ଦିନ ଧରି ଲାଗିରହିଲେ ।
  • ସେ ନିଶ୍ଚିତ ଭାବେ ଯକ୍ଷ୍ମା ନିଦାନ ପାଇଁ କଫ ପରୀକ୍ଷା କରାଇବା ଓ ଛାତିର ଏକ୍ସରେ କରାଇବା ଆବଶ୍ୟକ ।

ଚିକିତ୍ସା

ଯକ୍ଷ୍ମା ରୋଗର ଚିକିତ୍ସାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶରୀର ମଧ୍ୟରେ ଥିବା ସମସ୍ତ ଯକ୍ଷ୍ମା ଜୀବାଣୁକୁ ନଷ୍ଟକରିବା । ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ପ୍ରତିଜୀବୀ ଏକାକୀ ଭାବେ ବ୍ୟବହୃତ ହେଲେ ଯକ୍ଷ୍ମା ଜୀବାଣୁର ଔଷଧ ପ୍ରତିରୋଧ କ୍ଷମତା ଆସିଥାଏ । ତେଣୁ ଅନ୍ୟୁନ୍ୟ ଦୁଇ ବା ଅଧିକ ପ୍ରତିଜୀବି ଏଥିପାଇଁ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ଆଜିକାଲି ଏକାଠି ଚାରି ବା ପାଞ୍ଚୋଟି ପ୍ରତିଜୀବୀ ଯକ୍ଷ୍ମା ରୋଗୀକୁ ଦିଆଯାଉଛି । ଫଳରେ ଖୁବ ଶୀଘ୍ର ଜୀବାଣୁର ସଂଖ୍ୟା ହ୍ରାସ ପାଏ , ରୋଗୀର ଅବସ୍ଥାରେ ଉନ୍ନତି ଦେଖାଦିଏ, ରୋଗୀଠାରୁ ସୁସ୍ଥଲୋକକୁ ରୋଗ ସଂକ୍ରମିତ ହେବା ଆଶଙ୍କା କମିଯାଏ ଏବଂ ରୋଗ ଜୀବାଣୁର ଔଷଧ ପ୍ରତିରୋଧ କ୍ଷମତା ହାସଲ ହୁଏନାହିଁ   ।

ତେବେ ରୋଗୀ ଦେହରେ ଶତକଡା ଶହେ ଭାଗ ଜୀବାଣୁ କଷ୍ଟ ହୋଇଛି କି ନାହିଁ ଜାଣିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ପଦ୍ଧତି ନାହିଁ । ସେଥିପାଇଁ ରୋଗୀକୁ ଦୀର୍ଘ ଦାନ ଧରି ଚିକିତ୍ସା ଦିଆଯିବାର ଆବଶ୍ୟକ ହୋଇଥାଏ । ଅନ୍ୟୁନ୍ୟ ଯେତେ ଦିନ ଚିକିତ୍ସା ନେବା ପରେ ଶତକଡା ପଞ୍ଚାନବେ ଭାଗ ରୋଗୀଙ୍କ ଦେହରେ ରୋଗର ପୁନରାଗମନ ହୁଏ ନାହିଁ ସେହି ଅବଧିକୁ ଜାତୀୟ ସ୍ତରର ଚିକିତ୍ସା ପ୍ରଣାଳୀ ପାଇଁ ସ୍ବୀକୃତି ହୋଇଛି ।

ଚିକିତ୍ସକ ଏବଂ ରୋଗୀମାନଙ୍କର ସୁବିଧା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଏବଂ ଭାରତ ସରକାରଙ୍କର ଅନୁମୋଦନ କ୍ରମେ ବିଭିନ୍ନ ଔଷଧର ନିର୍ଦ୍ଧିଷ୍ଟ ବିଧାନ ପ୍ରସ୍ତୁତ ହୋଇଛି । ସମସ୍ତ ବିଧାନ ମାନଙ୍କିତ ଏବଂ ଆମ ସମାଜ ପାଇଁ ଉପଯୁକ୍ତ  ।

ଭାରତ ବର୍ଷରେ ଥିବା ବିଭିନ୍ନ ଯକ୍ଷ୍ମାରୋଗୀଙ୍କର (କଫ ଜୀବାଣୁ ଯୁକ୍ତ କିମ୍ବା ଜୀବାଣୁ ମୁକ୍ତ )ଅବସ୍ଥା ଅନୁସାରେ ସେମାନଙ୍କ ପାଇଁ ଔଷଧ ବିଧାନକୁ ଅନୁମୋଦନ କରାଯାଇଛି । ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଏହି ବିଧାନଗୁଡିକୁ ସମସ୍ତ ଚିକିତ୍ସକ ମାନିବା ନିତାନ୍ତ ଜରୁରୀ । ସମସ୍ତ ରୋଗୀ ସମ୍ପୂର୍ଣଭାବେ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଯେପରି ନିଶ୍ଚିତ ଭାବେ ନିୟମିତ ଔଷଧ ଖାଇବେ ସେଥିପାଇଁ RNTCP ତରଫରୁ DOTS ବା ପ୍ରତ୍ୟକ୍ଷ ତତ୍ବାବଧାନ ସ୍ୱଳ୍ପ ମିଆଦି ଚିକିତ୍ସା ପଦ୍ଧତି ପ୍ରଚଳିତ ହେଉଛି ।

ଯେଉଁ ଜିଲ୍ଲା ମାନନ୍କାରେ ଏ ଯାଏଁ DOTS କାର୍ଯ୍ୟକ୍ରମ ପ୍ରଚଳିତ ହୋଇପାରିବ ନାହିଁ ସେଠାରେ ସ୍ୱଳ୍ପ ମିଆଦି ଚିକିତ୍ସା ବିଧାନ ଏବେବି ପ୍ରଚଳିତ ଅଛି ।

ଯକ୍ଷ୍ମା ଜୀବାଣୁ ଚିହ୍ନଟ ପାଇଁ କଫି ପରୀକ୍ଷା ନ ହେବା ଯାଏଁ ଚିକିତ୍ସା ଆରମ୍ଭ କରିବା ଉଚିତ ନୁହେଁ  । ଚିକିତ୍ସା ତାଲିକା ମଧ୍ୟରେ ପ୍ରତି ଦୁଇ ତିନି ମାସରେ ଥରେ ଲେଖାଏଁ  କଫର ଅବସ୍ଥା ପରୀକ୍ଷା ନିରୀକ୍ଷା କରାଯାଏ । ଏହା ସାଙ୍ଗକୁ ରୋଗୀର ସାଧାରଣ  ଅବସ୍ଥା ଏବଂ ଲକ୍ଷଣ ଆଡିକୁ ଦେଖି ଚିକିତ୍ସାର ବିଧାନ କରାଯାଏ ।

ଏକ୍ସରେ ଫଟୋରୁ ରୋଗ ନିର୍ଣ୍ଣୟ କଲାବେଳେ ଅନେକ ଭୁଲ ହୋଇପାରେ । ତେଣୁ କେବଳ ଯକ୍ଷ୍ମା ଲକ୍ଷଣ ଥିବା ରୋଗୀମାନଙ୍କର ଏକ୍ସରେ ପରୀକ୍ଷା କରାଯିବା ଆବଶ୍ୟକ । ଯକ୍ଷ୍ମାର ପୁରୁଣା ଏବଂ ଆରୋଗ୍ୟ ହୋଇଥିବା କ୍ଷତ କି ଏକ୍ସରେରେ ଆସିଥାଏ । ଫଳରେ ଆମ ଦେଶରେ ଅନେକ ବ୍ୟକ୍ତି ଅଯଥାରେ ଅଧିକ କାଳ ଯାଏ ଯକ୍ଷ୍ମାର ଚିକିତ୍ସା ପାଇଥାନ୍ତି ।

ଯେଉଁ ରୋଗୀର କଫ ଜୀବାଣୁ ମୁକ୍ତ ଥାଏ ତାର ପରିବାର ବର୍ଗ ସମସ୍ତଙ୍କର ଛାତି ଏକ୍ସରେ କରାଯିବା ଉଚିତ ।

କୌଣସି ବ୍ୟକ୍ତିଙ୍କର ଯକ୍ଷ୍ମାରୋଗ ହୋଇଛି ଚିହ୍ନଟ ହେଲେ ସେ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ମାଗଣା ଚିକିତ୍ସା ସେବା ପାଇପାରିବେ । ଏ ବିଷୟରେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁସନ୍ଧାନ କରାଯାଇପାରେ । ଅନେକ ରୋଗୀ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଉଛନ୍ତି । ମନେରଖିବା ଉଚିତ ଯେ, ସେମାନଙ୍କ ଠାରୁ ସଠିକ ଚିକିତ୍ସା ମିଳିନପାରେ । ତା ଛଡା ଲାଲ ରଙ୍ଗର ବଟିକା ଖାଇବା ପରେ ପରିସ୍ରା ଅନେକ ଦିନ ଯାଏଁ ଲାଲ ରଙ୍ଗ ହୋଇଥାଏ । ଅନେକ ଡାକ୍ତର ରୋଗୀମାନଙ୍କୁ ଏ ବିଷୟରେ ବୁଝାଇ କହିନଥାନ୍ତି ।

ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟବହାର କାରାଯାଉଥିବା ଔଷଧବଳୀ ।

  • ଆଇ.ଏନ.ଏଚ୍
  • ରିଫାମ୍ପିସିନ
  • ଇଂଜେକସନ ଷ୍ଟେଷ୍ଟ୍ରୋମାଇସିନ୍
  • ପାଇରାଜିନାମାଇଡ଼୍
  • ଇଥାମ୍ବୁଟଲ୍

ଯକ୍ଷ୍ମା ଚିକିତ୍ସା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଔଷଧାବଳୀ

  • ଥାଏସେଟାଜୋନ
  • ଇଥିୟନାମାଇଡ
  • କେନାମାଇସିନା
  • ସିପ୍ରୋଫ୍ଲୋକ୍ସାସିନ୍
  • ସାଇକ୍ଳୋସେରିନ
  • ପିଏଏସ(PAS)

ଯକ୍ଷ୍ମା ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଔଷଧବଳୀ ସୁବିଧାରେ ମିଳି ପାରୁଥିବାରୁ ଏବଂ ରୋଗ ଜୀବାଣୁର ଔଷଧ ପ୍ରତିରୋଧ କ୍ଷମତା ବଢିଥିବାରୁ ଚିକିତ୍ସା କ୍ଷେତ୍ରରେ (PAS)ର ଭୂମିକା କମିଯାଇଛି । ଏହା ଛଡା ଯେଉଁମାନେ ଆଇ. ଏନ.ଏଚ.ଚିକିତ୍ସାରେ ଥାଆନ୍ତି ସେମାଙ୍କର ଅବସ୍ଥା ଓ ଆବଶ୍ୟକତା ଅନୁଯାୟୀ ଜୀବସାର ବି-୬୦(୧୦ମି.ଗ୍ରା.)ର ବଟିକା ବ୍ୟବହାର କରାଯାଏ । ଯକ୍ଷ୍ମା ଜୀବାଣୁର ବିନାଶ ପାଇଁ ବ୍ୟବହୃତ ସମସ୍ତ ଔଷଧ ସକାଳବେଳ ଖଳିପେଟରେ ଖାଇଲେ ତାହା ଖୁବ ପ୍ରଭାବଶୀଳ ହୋଇଥାଏ। କେତେକ ରୋଗୀ ଔଷଧ ଖାଇବା ପରେ ପେଟ ମୋଡି ହୋଇଥାଏ କିମ୍ବା ବାନ୍ତି ହୋଇଥାଏ । ସେମାନଙ୍କ କ୍ଷେତ୍ରରେ କିଛି ଖାଇବାର ଏକ ଘଣ୍ଟାପରେ ଔଷଧ ଦିଆଯାଇପାରେ  ।

ଆଇ.ଏନ.ଏଚ୍

ଯକ୍ଷ୍ମାରୋଗ ଚିକିତ୍ସାର ମୂଳ ଔଷଧ । ଏହା ସମସ୍ତ ପ୍ରକାର ଯକ୍ଷ୍ମା- ଜୀବାଣୁ ମାରି ପାରୁଥିବା ସମସ୍ତ ପ୍ରକାର ଔଷଧ- ବିଧାନରେ । ସ୍ଥାନ ପାଇଥାଏ । ଏହାର ଅତ୍ୟଧିକ ମାତ୍ରା ଏବଂ ଦୀର୍ଘ କାଳ ପ୍ରୟୋଗ ଯକୃତ ଉପରେ କୁ ପ୍ରଭାବ ପକାଇଥାଏ । ଗୋଡ ହାତ ଝିମଝିମ ଏବଂ କାଲୁଆ ହୋଇପାରେ । ରିଫାମ୍ପିସିନ ଯକ୍ଷ୍ମାରୋଗ ନିୟନ୍ତ୍ରଣ ପାଇଁ ଏକ ଫଳପ୍ରଦ ଔଷଧ । ସବୁଠାରୁ ଅଧିକ କାର୍ଯ୍ୟକ୍ଷମ । ଏହାର ପ୍ରୟୋଗ ହେତୁ ଚିକିତ୍ସାର ଅବିଧିକମିଯାଇଛି । ସମସ୍ତ ସ୍ୱଳ୍ପମିଆଦି ଚିକିତ୍ସା ବିଧାନରେ ଏହାର ପ୍ରୟୋଗ ଜରୁରୀ ହୋଇଥାଏ । ତେବେ ଚିକିତ୍ସା ସମୟରେ ପରିସ୍ରାର ରଙ୍ଗ ନାରଙ୍ଗୀ ହୋଇଥାଏ । ବେଳେବେଳେ ଯକୃତ ଏହାଦ୍ଵାରା ପ୍ରଭାବିତ ହେବା ଫଳରେ କାମଳ ଦେଖାଯାଏ । ତା ଛଡା ଔଷଧ ଖାଇବା ପରେ ପେଟବ୍ୟଥା ଏବଂ ପେଟ ମୋଡିମୋଡି ହୋଇ ବାନ୍ତି ହୋଇପାରେ । ସେପରି କ୍ଷେତ୍ରରେ ରୋଗୀ କିଛି ଖାଇବାର ଏକଘଣ୍ଟା ପରେ ଔଷଧ ଖାଇବାକୁ କୁହାଯାଏ ।

ପାଇରାଜିନାମାଇଡ଼୍

ଯକ୍ଷ୍ମା- ନିରୋଧୀ ଅନ୍ୟ ଏକ ଶକ୍ତିଶାଳି ଔଷଧ । ସ୍ୱଳ୍ପ ମିଆଦି ଚିକିତ୍ସା ବିଧାନର କେବଳ ସଘନ ପର୍ଯ୍ୟାୟ ରେ ଏହା ଦିଆଯାଏ ।

କାରଣ ଦୀର୍ଘକାଳ ଏହା ସେବନ କାଲେ ଯକୃତ କ୍ଷତିଗ୍ରସ୍ଥ ହୋଇପାରେ । ଏହାକୁ ମୁଖ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଭାବେ କାନ୍ଧ-ସନ୍ଧିରେ ବ୍ୟଥା ହୋଇଥାଏ ।ଷ୍ଟେଷ୍ଟ୍ରୋମାଇସିନ୍ ଏହା କେବଳ ଇଂଜେକସନ ମାଧ୍ୟମରେ ଦିଆଯାଏ । ତେବେ ସଂପୂର୍ଣ୍ଣ ଚିକିତ୍ସାକାଳ ମଧ୍ୟରେ ଏପ୍ରକାର ସେବା ସମ୍ଭବ ହେଉନଥିବାରୁ ଏହାର ବ୍ୟବହାର ସୀମିତ ହୋଇଛି । ତେବେ ଏହା ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଅନ୍ୟତମ ପ୍ରଭାବଶାଳି ଔଷଧ ଭାବେ ସ୍ବୀକୃତ ଦୀର୍ଘଦିନ ଏହାର ବ୍ୟବହାର ଫଳରେ ଶ୍ରବଣ ଶକ୍ତି କମିପାରେ ତଥା ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇପାରେ ।କାମଳ କିମ୍ବା ଦୁର୍ବଳ ଯକୃତ ଥିବା ରୋଗୀଙ୍କୁ ବି ଏହା ଦିଆଯାଇପାରେ ଏବଂ ଯକ୍ଷ୍ମା ଜୀବାଣୁ ଦମନ କରିବାରେ ଏହା ଖୁବ ଫଳପ୍ରଦ ତେବେ ଗର୍ଭସ୍ଥ ଶିଶୁର ଶ୍ରବଣ ଓ ଭାରସାମ୍ୟ ରକ୍ଷା କରିବା ଶକ୍ତିକୁ ହ୍ରାସ କରୁଥିବାର ଗର୍ଭବତୀ ମହିଳାଙ୍କୁ ଏହା ଦିଆଯାଏ ନାହିଁ ।

 

ଇଥାମ୍ବୁଟଲ୍

ଦୀର୍ଘକାଳ ଚିକିତ୍ସା ପାଇଁ ବ୍ୟବହାର କରାଗଲେ ଦୃଷ୍ଟିଶକ୍ତି ହ୍ରାସ ହେବା ସାଙ୍ଗକୁ କେତେକଙ୍କୁ ସବୁ ଲାଲ ଓ ସବୁଜ ରଙ୍ଗର ଦିଶେ । ତେଣୁ ଶିଶୁମାନଙ୍କପାଇଁ ଏହା ବ୍ୟବହାର କରାଯାଏ ନାହିଁ  ।

ଥାଏସେଟାଜୋନ

ଯକ୍ଷ୍ମା ରୋଗ ନିରାକରଣ ପାଇଁ ବ୍ୟବହୃତ ସମସ୍ତ ଔଷଧ ମଧ୍ୟରେ ଏହା ସବୁଠାରୁ ଶସ୍ତା । ବିକାଶଶୀଳ

ଦେଶରେ ସମସ୍ତେ ଏହା କିଣିବାକୁ ସକ୍ଷମ ହେବେ । ତେବେ ଏହାର ପ୍ରଭାବରେ ରୋଗୀର ଚର୍ମରେ ରଞ୍ଜକ କଣା ଜମିହୁଏ । ବିଶେଷ କରି ଏଚ.ଆଇ.ଭି. ରୋଗୀମାନଙ୍କ ଠାରୁ ଭୀଷଣ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରୁଥିବା ଯୋଗୁଁ ଧୀରେ ଧୀରେ ଏହାକୁ ପ୍ରଥମ ଶ୍ରେଣୀ ଔଷଧ ପାହ୍ୟାରୁ ଦୂର କରାଯାଉଛି । କେତେକ ଦ୍ଵିତୀୟ ଶ୍ରେଣୀର ଔଷଧ

ଔଷଧ ଗୁଡିକ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟାୟଭୁକ୍ତ । କାରଣ
  1. ଖୁବ ପ୍ରଭାବଶୀଳ ନୁହେଁ  ।
  2. ଭୟଙ୍କର ପାର୍ଶ୍ଵପ୍ରଭାବ ସୃଷ୍ଟି କରିପାରେ ।

ଏ ଗୁଡିକ କେବଳ ମୁଖ୍ୟ ଔଷଧ ଗୁଡିକ ପ୍ରତି ଯକ୍ଷ୍ମା- ଜୀବାଣୁ ପ୍ରତିରୋଧ ଶକ୍ତି ହାସଲ ବୋଲି ନିଶ୍ଚିତ ହେବାପରେ ହିଁ ବ୍ୟବହାର କରାଯାଇପାରେ । ତେବେ ଏହାକୁ ଅନ୍ୟାନ୍ୟ ଔଷଧମାନଙ୍କ ସହିତ ଦୀର୍ଘକାଳ ଦେବାକୁ ପଡେ ।

ବିଶ୍ଵସ୍ୱାସ୍ଥ୍ୟ ସଂସ୍ଥାଦ୍ଵାରା ଅନୁମୋଦିତ ଔଷଧର ମାତ୍ର

ଯକ୍ଷ୍ମା ନିରୋଧୀ ଅତ୍ୟାବଶ୍ୟକ ଔଷଧ ନାମ

ଶରୀର ଓଜନ

<୩୩ କିଲୋ

୩୩-୫୦ କିଲୋ

>୫୦କିଲୋ

 

୦.୫ ଗ୍ରା ମ

୦.୭୫ ଗ୍ରା ମ

୧.୦ଗ୍ରା ମ

ରିଫାମ୍ପିସନ

୩୦୦ ମି. ଗ୍ରା

୪୫୦ ମି. ଗ୍ରା

୬୦୦ ମି. ଗ୍ରା

ଆଇସୋନିଆଜିଡ୍

୨୦୦ ମି. ଗ୍ରା

୩୦୦ ମି. ଗ୍ରା

୩୦୦ ମି. ଗ୍ରା

ଇଥାମ୍ବୁଟଲ୍

୮୦୦ ମି. ଗ୍ରା

୮୦୦ ମି. ଗ୍ରା

୧୨୦୦ ମି. ଗ୍ରା

ପାଇରିଜିନାମାଇଡ୍

୧୦୦ ମି. ଗ୍ରା

୧୫୦୦ ମି. ଗ୍ରା

୨୦୦୦ ମି. ଗ୍ରା

ପିଲାଙ୍କ ପାଇଁ

ଔଷଧ ନାମ

ଶରୀର ଓଜନ

୫-୧୦ କେ.ଜି

୧୧-୨୦ କେ.ଜି

୨୧-୩୦ କେ.ଜି

ରିଫାମ୍ପିସିନ

୭୫ ମି.ଗ୍ରା.

୧୫୦ ମି.ଗ୍ରା.

୩୦୦ ମି.ଗ୍ରା.

ଆଇସୋନିଆଜିଡ୍

୫୦ ମି.ଗ୍ରା.

୧୦୦ ମି.ଗ୍ରା.

୨୦୦ ମି.ଗ୍ରା.

ପାଇରାଜିନାମାଇଡ

୨୫୦ ମି.ଗ୍ରା.

୫୦୦ ମି.ଗ୍ରା.

୧୦୦୦ ମି.ଗ୍ରା.

ଇଥାମ୍ବୁଟଲ୍

-

-

୬୦୦ ମି.ଗ୍ରା.

୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଔଷଧ ୦.୭୫ ଗ୍ରା.ମରୁ ଅଧିକ ଦିଆଯାଏ ନାହିଁ । ଗର୍ଭବତୀ ମହିଳାମାନଙ୍କୁ ବି ଏହି ଔଷଧ ଦେବା ଅନୁଚିତ ।

ଇଥାମ୍ବୁଟଲ୍ ୬ ବର୍ଷରୁ କମ ବୟସ୍କ ଶିଶୁମାନଙ୍କୁ ଦିଆଯାଏ ନାହିଁ  ।

ଡଟସ୍ (DOTS) ପଦ୍ଧତି ଯୋଗେ ଯକ୍ଷ୍ମା ରୋଗ ଶୀଘ୍ର ଏବଂ ନିଶ୍ଚିତ ଭାବେ ଆରୋଗ୍ୟ ହୋଇଥାଏ । ଅପେକ୍ଷା କୃତ କମ ଖର୍ଚ୍ଚ ରେ DOTS ପଦ୍ଧତିରେ ଆରୋଗ୍ୟ ହାର ଶତକଡା ୯୫ ଭାଗ ମିଳିପାରୁଛି ବୋଲି ଜଣା ପଡୁଛି । ତା ଛଡା ଏହି ପଦ୍ଧତିରେ ନିୟମିତ ଔଷଧ ଯୋଗାଣ ସାଙ୍ଗକୁ ଅବିରତ ଔଷଧ ଦିଆଯାଉଥିବାରୁ ଚିକିତ୍ସା ଅସଫଳ ହୁଏ ନାହିଁ । ଜୀବାଣୁର ଔଷଧ ପ୍ରତିରୋଧ କ୍ଷମତା ବି ଉତ୍ପନ୍ନ ହୁଏ ନାହିଁ ।

ଡଟସ୍ (DOTS)

DOTS ପଦ୍ଧତି  କେତେକ ଇଂରାଜୀ ଶବ୍ଦାବଳୀର ସଂକ୍ଷିପ୍ତ ରୂପ । ତାର ଓଡିଆ ଅନୁବାଦ ହେଉଛି “ ପ୍ରତ୍ୟକ୍ଷ ତତ୍ଵାବଧାନରେ ସ୍ୱଳ୍ପମିଆଦି ରସାୟନ ଚିକିତ୍ସା “  । ଏହି ପଦ୍ଧତି ସର୍ବଶ୍ରେଷ୍ଟ । କାରଣ ପ୍ରତୀକ୍ଷ ତତ୍ଵାବଧାନରେ ଔଷଧ ଦିଆଯାଉଥିବାରୁ ରୋଗୀ ନିୟମିତ ନିଶ୍ଚିତଭାବେ ଔଷଧ ଖାଏ । ତେଣୁ ଚିକିତ୍ସାରେ ଅସଫଳତା କିମ୍ବା ରୋଗଜୀବାଣୁ ଔଷଧ ପ୍ରତିରୋଧ କରିବା କିମ୍ବା ସମାଜରେ ରୋଗ ବ୍ୟାପିବାର ଅବକାଶ ନ ଥାଏ ।

ଏହି ପଦ୍ଧତିରେ ରୋଗୀକୁ ସଂପୂର୍ଣ୍ଣ ଚିକିତ୍ସା ଅବଧିର ଔଷଧ ଜଣେ ନିକଟସ୍ଥ ସ୍ଵେଚ୍ଛାସେବୀ (ଆଶାକର୍ମୀ, ଶିକ୍ଷକ କିମ୍ବା ପଡୋଶୀ ) ଙ୍କ ହାତରେ ଦିଆଯାଏ । ସେ ନିଜର ପ୍ରତ୍ୟକ୍ଷ ତତ୍ଵାବଧାନରେ ରୋଗୀକୁ ପ୍ରତି ସପ୍ତାହରେ ୩ ଥର ଔଷଧ ଖାଆନ୍ତି ।ଡଟସ୍ ବିଧାନରେ ରୋଗୀମାନଙ୍କୁ ୩ ଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ  ଯଥା : ପ୍ରଥମ, ଦ୍ଵିତୀୟ, ତୃତୀୟ, ଶ୍ରେଣୀ, ।ପ୍ରଥମ ଶ୍ରେଣୀ ଚିକିତ୍ସା କେଉଁପ୍ରକାର ରୋଗୀଙ୍କ ପାଇଁ ଓ କେତେମାସ ଦେବାକୁ ପଡେ

  • କଫରେ ଜୀବାଣୁ ଥିବା ସମସ୍ତ ନୂଆ ଫୁସଫୁସ ଯକ୍ଷ୍ମା ରୋଗୀ ।
  • କଫରେ ଜୀବାଣୁ ନ ଥାଇ ମଧ୍ୟ ସାଂଘାତିକ ଭାବେ ପୀଡିତ ନୂଆ ଫୁସଫୁସ ଯକ୍ଷ୍ମା ରୋଗୀ ।
  • ଫୁସଫୁସ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଙ୍ଗରେ ଯକ୍ଷ୍ମା ରୋଗ ଥାଇ ସାଂଘାତିକ ଭାବେ ପୀଡିତ ନୂଆ ରୋଗୀ  ।

ପ୍ରଥମ ଶ୍ରେଣୀ ରୋଗୀମାନଙ୍କର ସଘନ ପର୍ଯ୍ୟାୟ ଚିକିତ୍ସା ଏବଂ ୪ ମାସ ନିରନ୍ତର ପର୍ଯ୍ୟାୟ ଚିକିତ୍ସା କରାଯାଇଥାଏ ସଘନ ପର୍ଯ୍ୟାୟ ଚିକିତ୍ସା । ୨ ମାସ ପର୍ଯ୍ୟୟ ସପ୍ତାହକୁ ୩ ଥର, ଦିନ ଛାଡି ଦିନେ (ରବିବାର ବ୍ୟତୀତ) (୨୪ଟି ଦୈନିକ ମାତ୍ରା କୋମ୍ବିପ୍ୟାକ) ୨ ମାସ ପରେ କଫ ପରୀକ୍ଷାରୁ ଜୀବାଣୁ ଥିବାର ଜଣାପଡିଲେ ଆଉ ଏକ ମାସ ଅଧିକ ଚିକିତ୍ସା ଦରକାର ହୁଏ । ୨ ବା ୩ ମାସ ସଘନ ପର୍ଯ୍ୟାୟ ଚିକିତ୍ସା ପରେ ଆଉ ୪ ମାସ ପର୍ଯ୍ୟନ୍ତ ସପ୍ତାହକୁ ୩ ଥର,ଦିନେ ଛାଡି ଦିନେ (ରବିବାର ବ୍ୟତୀତ) (୧୮ ଟି ସାପ୍ତାହିକ କୋମ୍ବିପ୍ୟାକ) ଦ୍ଵିତୀୟ ଶ୍ରେଣୀ ଚିକିତ୍ସା କେଉଁପ୍ରକାର ରୋଗୀଙ୍କ ପାଇଁ ଓ କେତେମାସ ଦେବାକୁ ପଡେ

  • କଫରେ ଜୀବାଣୁ ଥାଇ ପୁନର୍ବାର ଆକ୍ରାନ୍ତ ରୋଗୀ ।
  • କଫରେ ଜୀବାଣୁ ଥାଇ ଚିକିତ୍ସା ବିଫଳ ହୋଇଥିବା ରୋଗୀ ।
  • କଫରେ ଜୀବାଣୁ ଥିବା ଚିକିତ୍ସା ଖିଲାପକାରୀ ରୋଗୀ ।

୩ ମାସ ପର୍ଯ୍ୟନ୍ତ ଦିନେ ଛାଡି ଦିନେ, ସପ୍ଥାହକୁ ତିନିଥର, (ରବିବାର ବ୍ୟତୀତ )(୩୬ଟି ଦୈନିକ ମାତ୍ରା କୋମ୍ବିପ୍ୟାକ )ଚିକିତ୍ସାର ୩ୟ ମାସ ଶେଷରେ କଫ ପରୀକ୍ଷାରୁ ଯଦି ଜୀବାଣୁ ଥିବା ଜଣାପଡେ ଆଉ ୧ ମାସ ଅଧିକ ଚିକିତ୍ସା ଦରକାର ।କେବଳ ଏହି ଶ୍ରେଣୀର ଚିକିତ୍ସାରେ ରୋଗୀ ପ୍ରଥମ ଦୁଇମାସ ଔଷଧ ସହ ଇଂଜେକସନ ନେବାକୁ ପଡେ ନିରନ୍ତନ ପର୍ଯ୍ୟାୟ  ଚିକିତ୍ସା ।୫ ମାସ ପର୍ଯ୍ୟନ୍ତ ସପ୍ତାହକୁ ୩ ଥର ଦିନେ ଛାଡି ଦିନେ (ରବିବାର ବ୍ୟତୀତ ) (୧୮ଟି ସାପ୍ତାହିକ କୋମ୍ବିପ୍ୟାକ ତୃତୀୟ ଶ୍ରେଣୀ ଚିକିତ୍ସା କେଉଁ ପ୍ରକାର ରୋଗୀଙ୍କ ପାଇଁ ଏବଂ କେତେ ମାସ ଦେବାକୁ ପଡେ

  • କଫରେ ଜୀବାଣୁ ନ ଥାଇ ସାଂଘାତିକ ଭାବେ ପୀଡିତ ହୋଇ ନ ଥିବା ନୂଆ ଫୁସଫୁସ ଯକ୍ଷ୍ମା ରୋଗୀ ।
  • ଶରୀରର ଅନ୍ୟାନ୍ୟ ଅଙ୍ଗରେ ଯକ୍ଷ୍ମା ଥାଇ ସାଂଘାତିକ ଭାବେ ପୀଡିତ ହୋଇ ନ ଥିବା ନୂଆ ରୋଗୀ ।

୩ୟ ପର୍ଯ୍ୟାୟରେ ୪ ମାସ ଚିକିତ୍ସା ଦିଆଯାଏ ।

୨ମାସ ପର୍ଯ୍ୟନ୍ତ ସପ୍ତାହକ ୩ ଥର, ଦିନେ ଛାଡି ଦିନେ (ରବିବାର ବ୍ୟତୀତ) (୨୪ ଟି ଦୈନିକ ମାତ୍ରା କୋମ୍ବିପ୍ୟାକ )ଚିକିତ୍ସାର ୨ୟ ମାସ ପରେ କଫ ପରୀକ୍ଷାରୁ ଜୀବାଣୁ ଥିବାର ଜଣା ପଡିଲେ ୩ ୟ ଶ୍ରେଣୀ ଚିକିତ୍ସା ବନ୍ଦ କରାଯାଇ ୨ ୟ ଶ୍ରେଣୀ ଚିକିତ୍ସା ପାଇଁ ପୁନର୍ବାର ପଞ୍ଜୀକରଣ କରିବା ଆବଶ୍ୟକ

୪ ମାସ ପର୍ଯ୍ୟନ୍ତ ସପ୍ତାହକୁ ୩ ଥର, ଦିନେ ଛାଡି ଦିନେ (ରବିବାର ବ୍ୟତୀତ ) (୧୮ ଟି ସାପ୍ତାହିକ କୋମ୍ବିପ୍ୟାକ )

ସଘନ ପର୍ଯ୍ୟାୟ ଚିକିତ୍ସା କଣ ଏବଂ ବିଭିନ୍ନ ଶ୍ରେଣୀୟ ରୋଗୀଙ୍କ ପାଇଁ କେତେ ମାସ ଲେଖାଏଁ ଦେବାକୁ ହୁଏ

 

ରୋଗ ଚିହ୍ନଟ ହେଲା ପରେ ପରେ ସଘନ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ କରାଯାଏ । ଅଧିକ ପ୍ରକାରର ଔଷଧ ଦ୍ଵାରା ମିଳିତ ଭାବେ ଯକ୍ଷ୍ମା ଜୀବାଣୁକୁ ଆକ୍ରମଣ କରାଯାଏ  । ଫଳରେ ଖୁବ ଶୀଘ୍ର ଜୀବାଣୁ ସଂଖ୍ୟା ହ୍ରାସ ପାଏ ଏବଂ ରୋଗୀର ଅବସ୍ଥାରେ ଉନ୍ନତି ଦେଖାଦିଏ ।

ସଘନ ପର୍ଯ୍ୟାୟ ଚିକିତ୍ସା ପ୍ରଥମ ଏବଂ ତୃତୀୟ ଶ୍ରେଣୀ ପାଇଁ ୨ ମାସ ଏବଂ ୨ ୟ ଶ୍ରେଣୀ ପାଇଁ ୩ ମାସ ଦରକାର ହୁଏ । ଏହି ଅବଧିର ଔଷଧ ଦିନେ ଛାଡି ଦିନେ ଖାଇବାକୁ ପଡେ । ଗୋଟିଏ ମାତ୍ରା ପାଇଁ ଗୋଟିଏ ଲେଖାଏଁ ବ୍ଲିଷ୍ଟର ପ୍ୟାକ DOTS କାର୍ଯ୍ୟକ୍ରମ ମାଧ୍ୟମରେ ମିଳିଥାଏ । ସଘନ  ପର୍ଯ୍ୟାୟର ସମସ୍ତ ମାତ୍ରା ପ୍ରତ୍ୟକ୍ଷ ତତ୍ବାବଧାନରେ  ଦିଆଯାଏ ।  ।

ନିରନ୍ତର ପର୍ଯ୍ୟାୟ ଚିକିତ୍ସା କଣ ଏବଂ ବିଭିନ୍ନ ଶ୍ରେଣୀର ରୋଗୀଙ୍କ ପାଇଁ କେତେ ମାସ ଲେଖାଏଁ ନିରନ୍ତର ଚିକିତ୍ସା ଦରକାର ହୁଏ ସଘନ ଚିକିତ୍ସା ଫଳରେ ଯକ୍ଷ୍ମାଜୀବାଣୁ ରୋଗୀ ଦେହରୁ ଅନେକାଂଶରେ ମରିଯାଆନ୍ତି । ତଥାପି ଯେଉଁ କେତେକ ଜୀବାଣୁ ରୋଗୀ ଦେହରେ ଅର୍ଦ୍ଧମୃତ ଅବସ୍ଥାରେ ଥାଆନ୍ତି ସେଗୁଡିକର ସଂପୂର୍ଣ୍ଣ ବିନାଶ ନ କଲେ , ଔଷଧର ପ୍ରଭାବ ଚାଲିଗଲାପରେ ସେଗୁଡିକ ପୁଣିଥରେ ମୁଣ୍ଡ ଟେକି ରୋଗର ପୁନରାଗମନ କରାଇବାର ସମ୍ଭାବନା ଥାଏ । ତେଣୁ ସଘନ ଚିକିତ୍ସାରେ ବ୍ୟବହୃତ ଔଷଧମାନଙ୍କ ମଧ୍ୟରୁ ଗୋଟିଏ ବା ଦୁଇଟିକୁ ଛାଡି ଅନ୍ୟ ଔଷଧଗୁଡିକ ନିରନ୍ତର ଆଉ କିଛି ମାସ ଦେଲେ ସମସ୍ତ ରୋଗ ଜୀବାଣୁ ମରିଯାଏ । ଏହି ନିରନ୍ତର ଚିକିତ୍ସା ପ୍ରଥମ ଶ୍ରେଣୀ ଚିକିତ୍ସାର ୪ ମାସ, ଦ୍ଵିତୀୟ ଶ୍ରେଣୀ ପାଇଁ ୫ ମାସ ଏବଂ ୩ୟ ଶ୍ରେଣୀ ଚିକିତ୍ସା ପାଇଁ ୪ ମାସ କରିବାକୁ ପଡେ ।

ସମସ୍ତ ବ୍ଲିଷ୍ଟର ପ୍ୟାକରେ ଏକ ସପ୍ତାହ ପାଇଁ (୩ ମାତ୍ରା) ଔଷଧ ଥାଏ । ପ୍ରଥମ ମାତ୍ରାଟି ପ୍ରତ୍ୟକ୍ଷ ତତ୍ବାବଧାନରେ ଦିଆଯାଏ । ପ୍ରତି ସପ୍ତାହରେ ( ରବିବାର କୁ ଛାଡି ) ଦିନେ ଛାଡି ଦିନେ ଔଷଧ ଖାଇବାକୁ ହୁଏ ।

ରୋଗୀମାନଙ୍କର ଶ୍ରେଣୀ ବିଭାବ ଅନୁସାରେ କେଉଁ କେଉଁ ଔଷଧ କେତେ ମାସ ଓ କିପରି ଦିଆଯାଏ ?

ଶ୍ରେଣୀ

ସଘନ ପର୍ଯ୍ୟାୟ

ନିରନ୍ତର  ପର୍ଯ୍ୟାୟ

(I)

ପ୍ରଥମ ଶ୍ରେଣୀ

(II)

ଦ୍ଵିତୀୟ ଶ୍ରେଣୀ

(III)

ତୃତୀୟ ଶ୍ରେଣୀ

2(HRZE)3

2(HRZES)3/

1(HRZE)3

2(HRZ)3

4(HR)3

5(HRE)3

4(HR)3

H= ଆଇସୋନିଆଜିଡ୍ , R= ରିଫାମ୍ପିସିନ , z= ପାଇରାଜିମାଇଡ, E= ଇଥାମ୍ବୁଟଲ୍ ।

ଅନ୍ୟାନ୍ୟ ବିକଳ୍ପ ଚିକିତ୍ସା ପ୍ରଣାଳୀରେ ଯକ୍ଷ୍ମାରୋଗ ପାଇଁ ବିଜ୍ଞାନ ସମ୍ମତି ଚିକିତ୍ସା ନାହିଁ  । ଯକ୍ଷ୍ମା ନିବାରଣ ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନ ଉନ୍ନତି ଔଷଧ ସତ୍ବେ କୌଣସି ବ୍ୟକ୍ତିଙ୍କର ଏହାପ୍ରତି ଅତ୍ୟଧିକ ବିମୁଖତା ଥିଲେ , ବିକଳ୍ପ ଔଷଧ ପ୍ରଣାଳୀ ବ୍ୟବହାର କରିପାରନ୍ତି । ତେବେ ବିକଳ୍ପ ଔଷଧଗୁଡିକ ସହିତ ଏଲୋପାଥି ଔଷଧ ବି ନିଆଯାଇପାରିବା ।

ଚିକିତ୍ସା ଆରମ୍ଭ ହେବାର ଅଳ୍ପ କିଛି ସପ୍ତାହ ମଧ୍ୟରେ ଅଧିକାଂଶ ରୋଗୀ ନିଜକୁ ସୁସ୍ଥ ମନେ କରନ୍ତି । ଜ୍ଵର ହୁଏ ନାହିଁ , ଠିକ ସମୟରେ ଭୋକ ଲାଗେ । ଧୀରେ ଧିରେ ହରାଉଥିବା ଓଜନ ଫେରିପାଏ । ଏପରିକି କାଶ ମଧ୍ୟ କମିଯାଏ  ।କଫରେ ଜୀବାଣୁ ଥିଲେ, ଦୁଇ ବା ତିନି ମାସର ଚିକିତ୍ସା ପରେ ତାହା ବି ଜୀବାଣୁମୁକ୍ତ ହୋଇଥାଏ ।ତଥାପି, ଡାକ୍ତର ଔଷଧ ବନ୍ଦ କରିବାକୁ କହିବା ଯାଏଁ ରୋଗୀ ଔଷଧ ସେବନ କରିବା ଆବଶ୍ୟକ । ଏପରିକି ଏକ୍ସରେ ଫଟୋରେ ମଧ୍ୟ ରୋଗ ଉପଶମ ହୋଇଥିବାର ଜଣା ପଡିପାରେ । ଚିକିତ୍ସା ଫଳପ୍ରଦ ହୋଇଥିଲେ ଫଟୋରେ ଥିବା ଅସ୍ଵଛତା କମିଯାଇପାରେ । ଅପରପକ୍ଷରେ, ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥିଲେ ବି ଏକ୍ସରେ ଫଟୋରେ କୌଣସି ଉନ୍ନତି ଦେଖିବାକୁ ମିଳିନ ପାରେ । ପୂର୍ବ ଆଲୋଚନା ଅନୁସାରେ ଚିକିତ୍ସା ବିଧାନରେ ସଠିକ ନିୟମିତ ଓ ସଂପୂର୍ଣ୍ଣ ଚିକିତ୍ସା  ଫଳରେ ଯକ୍ଷ୍ମାରୋଗ ଶତକଡା 95 ଭାଗ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥାଏ । ତେଣୁ ସଠିକ ଓ ସଂପୂର୍ଣ୍ଣ ଔଷଧ ବିଧାନ ଗ୍ରହଣ କରିବା ହିଁ ଆରୋଗ୍ୟ ହେବାର ଶ୍ରେଷ୍ଠ ମାପକ । ଚିକିତ୍ସିତ ପରାମର୍ଶ ଅନୁସାରେ ସଂପୂର୍ଣ୍ଣ ଚିକିତ୍ସା କଲାବେଳେ ବି ରୋଗର ପୁନାଗମନ ର ଆଶଙ୍କା ଥାଇପାରେ କି ପୂର୍ବରୁ କୁହାଯାଇଛି ଯେ , ଅଧିକାଂଶ ଚିକିତ୍ସା ବିଧାନ ହିସାବ କରି ପ୍ରସ୍ତୁତ ହୋଇଛି । ଏହି ସବୁ ବିଧାନ ଫଳରେ ଶତକଡା ପ୍ରାୟ ୯୫ ଭାଗ ରୋଗୀଙ୍କର ପୁନାଗମନ ହୁଏ ନାହିଁ  । ତେଣୁ ଶତକଡା ୫ ଭାଗରୁ କମ ରୋଗୀଙ୍କର ଚିକିତ୍ସା ବିଧାନ ନେଲେ ବି ପୁନରାଗମନ ଆଶଙ୍କା ଥାଏ । ତେବେ ସାଧାରଣତଃ  ଚିକିତ୍ସା ଶେଷ ହେବାର କିଛି ମାସରୁ କିଛି ବର୍ଷ ପରେ ହିଁ  ରୋଗର ପୁନରାଗମନ ହୋଇପାରେ । କିନ୍ତୁ ପୂର୍ବରୁ ଔଷଧ ନିୟମିତ ଖାଇଥିଲେ ପୁନର୍ବାର ସେହି ସବୁ ଔଷଧ ବ୍ୟବହାର ଫଳପ୍ରଦ ହୋଇଥାଏ ।

ଯକ୍ଷ୍ମା ରୋଗର ଚିକିତ୍ସା ପରେ ରୋଗୀ ଆରୋଗ୍ୟ ହୋଇଛି ଘୋଷିତ ହେବା ପରେ ଯଦି କେବେ ପୁନର୍ବାର ୩ ସପ୍ତାହରୁ ଅଧିକ ସମୟ ସାମାନ୍ୟ ଜ୍ଵର ସାଙ୍ଗକୁ ଭୋକ ନ ହେବା, ଓଜନ କମିବା ଏବଂ କାଶ ଲାଗିରହେ କିମ୍ବା କାଶରେ ରକ୍ତପଡେ , ତେବେ ବ୍ୟକ୍ତିଙ୍କୁ କଫ ପରୀକ୍ଷା ସମେତ ସଂପୂର୍ଣ୍ଣ ପରୀକ୍ଷା କରାଇନେବା ଆବଶ୍ୟକ । ଗାଁ ଗହଳିରେ ଯେଉଁମାନେ ଯକ୍ଷ୍ମାରୋଗର ଚିକିତ୍ସା ପାଇ ଆରୋଗ୍ୟ ହେଉଛନ୍ତି ପରେ ସେମାନଙ୍କର ଶ୍ଵାସପଥର ତୀବ୍ର ସଂକ୍ରମଣ ବି ହୋଇପାରେ । କଫରେ ରକ୍ତପଡେ ଏବଂ ଯକ୍ଷ୍ମାରୋଗର ଭ୍ରମ ସୃଷ୍ଟି କରିଥାଏ । ସେ କ୍ଷେତ୍ରରେ ଏକ୍ସରେ ଫଟୋ ଯଦି ଫୁସଫୁସରେ ଯକ୍ଷ୍ମାଜନିତ ନୂଆ କ୍ଷତ ଦିଶେ କିମ୍ବା କଫରେ ଯକ୍ଷ୍ମା ଜୀବାଣୁ ବାହାରେ ତେବେ ଚିକିତ୍ସକ ତାହାକୁ ଯକ୍ଷ୍ମାର ପୁନରାଗମନ ଭାବେ ନିର୍ଣ୍ଣୟ କରନ୍ତି ।“ ଯକ୍ଷ୍ମା ରୋଗ ପାଇଁ ଆଦୌ ଚିକିତ୍ସା ନ ହେବା ଠାରୁ ଯକ୍ଷ୍ମା ରୋଗ ଅସମ୍ପୂର୍ଣ୍ଣ ଚିକିତ୍ସା ଅଧିକ ବିପଦପୂର୍ଣ୍ଣ “ । ଲକ୍ଷଣରୁ ଯକ୍ଷ୍ମା ରୋଗ ହୋଇଛି ବୋଲି ସନ୍ଧେହ ହେବା କ୍ଷଣି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରି ୩ ଥର କଫ ପରୀକ୍ଷା କରାଇବା ଜରୁରୀ । ପ୍ରଥମ ଦିନ ଡାକ୍ତରଖାନାରେ ଘରୁ ସଂଗୃହିତ କାଫର ନମୁନା ଦେବାକୁ ପଡେ । ଦ୍ଵିତୀୟ ଦିନ ରୋଗୀ ସକାଳ କଫ ସଂଗ୍ରହ କରି ଘରୁ ଆଣିଥାଏ ଏବଂ ଥା ସହିତ ଆଉ ଏକ ନମୁନା ଡାକ୍ତରଖାନାରେ ସଂଗୃହିତ ହୁଏ । ଏ ସମସ୍ତ ପରୀକ୍ଷା ମାଗଣାରେ ହୁଏ । ରୋଗ ହୋଇଛି ବୋଲି ନିର୍ଣ୍ଣୟ ହେଲେ ଚିକିତ୍ସା ଆରମ୍ଭ ହୁଏ । ଚିକିତ୍ସା ଅବଧିର ମଧ୍ୟରେ ନିମ୍ନ ତାଲିକା ଅନୁସାରେ ବିଭିନ୍ନ ଶ୍ରେଣୀ ରୋଗୀଙ୍କର କଫ ପରୀକ୍ଷା କରାଯାଏ ।

୧ମ ଶ୍ରେଣୀ ଚିକିତ୍ସା -୨ୟ, ୪ଥ ଓ ୬ଷ୍ଠ ମାସରେ । ସଘନ ପର୍ଯ୍ୟାୟର ଚିକିତ୍ସା ୧ ମାସ ବଢିଲେ – ୩ୟ, ୫ମ ଓ ୭ମ ମାସରେ କଫ ପରୀକ୍ଷା ଆବଶ୍ୟକ ।

୨ୟ ଶ୍ରେଣୀ ଚିକିତ୍ସା-୩ୟ, ୫ମ ଓ ୮ମ ମାସରେ । ସଘନ ପର୍ଯ୍ୟାୟର ଚିକିତ୍ସା ୧ ମାସ ବଢିଲେ- ୪ଥ , ୬ଷ୍ଠ ଓ ୯ମ ମାସରେ କଫ ପରୀକ୍ଷା ଆବଶ୍ୟକ ।

୩ ୟ ଶ୍ରେଣୀ ଚିକିତ୍ସା- ୨ୟ କିମ୍ବା ୬ଷ୍ଠ ମାସରେ କଫରେ ଜୀବାଣୁ ଥିବା ଜଣାପଡିଲେ ୩ୟ ଶ୍ରେଣୀ ଚିକିତ୍ସା ବନ୍ଦ କରାଯାଇ ୨ ୟ ଶ୍ରେଣୀ ଚିକିତ୍ସା ପାଇଁ ପୁନର୍ବାର ପଞ୍ଚିକରଣ କରାଯିବ ।

ରୋଗର ପୁନରାଗମନ ହେଲେ “ପରିବର୍ତ୍ତିତ ଜାତୀୟ ଯକ୍ଷ୍ମାରୋଗ ନିୟନ୍ତ୍ରଣ କାର୍ଯ୍ୟକର୍ମ “ ରେ ପ୍ରଦତ୍ତ ବିଧାନ ଅନୁସାରେ ଚିକିତ୍ସାକ କରାଯାଏ । ସେପରି ରୋଗୀର ଚିକିତ୍ସା କରିବା ପୂର୍ବରୁ ତାର କଫର କୃଷ୍ଟି ଓ ସୁଗ୍ରାହିତା ପରୀକ୍ଷା କାରାଇବା ଜରୁରୀ । ଅଧିକାଂଶ ପୁନରାଗମନ ରୋଗୀଙ୍କର ପୂର୍ବବ୍ୟବହୃତ ଔଷଧମାନଙ୍କ ପ୍ରତି ସୁଗ୍ରାହିତା ଥାଏ । ସବୁ କ୍ଷେତ୍ରରେ ପୁନରାଗମନ ରୋଗୀ ଔଷଧ ପ୍ରତିରୋଧି ଜୀବାଣୁ ଦ୍ଵାରା ସଂକ୍ରମିତ ବୋଲି ଭାବିବା ଠିକ ନୁହେଁ  ।

ଅଣ୍ଡା ମାଛ ମାଂସ କ୍ଷୀର ପ୍ରଭୁତି ଦାମୀ ଖାଦ୍ୟ ଯକ୍ଷ୍ମା ରୋଗୀ ପାଇଁ ନିହାତି ଆବଶ୍ୟକ ବୋଲି ଥିବା ଧାରଣ ଠିକ ନୁହେଁ । ଅସଲ କଥା ହେଉଛି , ରୋଗୀକୁ ସୁଷମ ଖାଦ୍ୟ ମିଳିବା ଆବଶ୍ୟକ ରୋଗୀର କ୍ଷୁଧାହାନି ହୋଇଥିବା ଯୋଗୁଁ ଖାଦ୍ୟ ସ୍ଵାଦଯୁକ୍ତ ହେଲେ ଭଲ । ତା ଛଡା ଖାଦ୍ଯରେ ସାମାନ୍ୟ ଅଧିକ କ୍ୟାଲୋରି ଥିଲେ ସେ ହରାଉଥିବା ଓଜନ ଶୀଘ୍ର ଫେରିପାଏ । ଖାଦ୍ଯରେ ଡାଲିଜାତୀୟ ଖାଦ୍ୟ ନିହାତି ରହିବା ଦରକାର । ତା, ସାଙ୍ଗକୁ ସାଧାରଣ ଘରେ ହେଉଥିବା ଭାତ, ପଖାଳ, ଶାଗ, ପନିପରିବା , ଗାଡିଆ/ ପୋଖରୀର ମାଛ (ଶୁଖୁଆ ) ଇତ୍ୟାଦି ଯଥେଷ୍ଟ  ।

ରୋଗୀ ଏଣେତେଣେ ଛେପ ପକାଇବା ଅନୁଚିତ । ମୁହଁ ଅନାବୃତ ରଖି କାଶିବା ଅନୁଚିତ । ରୋଗୀର ଚିକିତ୍ସା ଏବଂ ପରବର୍ତ୍ତୀ ସମୟରେ ଧୂମପାନ ବାରଣ କରାଯାଇଛି । ରୋଗୀର କ୍ଷତିଗ୍ରସ୍ତ ଫୁସଫୁସ ଧୂମପାନ ଫଳରେ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ମଦ୍ୟପାନ ଫଳରେ ରୋଗୀର ଉପଯୁକ୍ତ ପୃଷ୍ଟି ସମ୍ଭବ ହୁଏ ନାହିଁ  । ତା,ଛଡା ମଦ୍ୟପାନ ବିଭିନ୍ନ ଔଷଧର କାର୍ଯ୍ୟକାରିତାକୁ ବାଧା ଦିଏ । ବ୍ୟବହାର କରାଯାଉଥିବା କେତେକଔଷଧର ଯକୃତ ଉପରେ ଥିବା କୁ-ପ୍ରଭାବକୁ ଏହା ଦ୍ଵିଗୁଣିତ କରିପାରେ ତେଣୁ ଚିକିତ୍ସା ଅବଧି ମଧ୍ୟରେ ମଦ୍ୟପାନ ଛାଡିବା ଆବଶ୍ୟକ । ରୋଗୀ ଧିରେ ଆରୋଗ୍ୟ ଆଡକୁ ଗତି କଲାପରେ ତାର ନିୟମିତ କର୍ମକ୍ଷେତ୍ରକୁ ଫେରିପାରେ । କଫରେ ଜୀବାଣୁ ରହିଥିବା ରୋଗୀମାନେ ବରଂ ଘରେ ବିଶ୍ରାମ କରିବା ଆବଶ୍ୟକ । ଅନ୍ୟଥା ସେମାନଙ୍କର ସହକର୍ମୀମାନଙ୍କୁ ରୋଗ ସଂକ୍ରମିତ ହେବାର ଆଶଙ୍କା ଥାଏ । ରୋଗୀକୁଯକ୍ଷ୍ମା ରୋଗ ଶ୍ଵାସକ୍ରିୟାର ବ୍ୟାୟାମ, ବାଷ୍ପ ପ୍ରଶ୍ବାସରେ ଗ୍ରହଣ ଏବଂ ପ୍ରାଣାୟମ ଆଦି ବୁଝାଇବା ଶିଖାଦେବା ଆବଶ୍ୟକ । ଏହା ଫଳରେ ଆରୋଗ୍ୟ ହେବା ସମୟରେ ଛାତିରେ ଥିବା କଫ ଆଦିର ନିଷ୍କାସନ ସହଜରେ ହୋଇଥାଏ । ସାମାନ୍ୟ ମାତ୍ରାରେ ଅନ୍ୟାନ୍ୟ ଶାରୀରିକ ବ୍ୟାୟମ ମଧ୍ୟ ଲାଭ ଦାୟକ  । ସାଧାରଣ ସାବଧାନତା ଅବଲମ୍ବନ କରି ଯକ୍ଷ୍ମାରୋଗଗ୍ରସ୍ତ ମା’ମାନେ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ଆବଶ୍ୟକ । ମା’ର କଫରେ ଜୀବାଣୁ ଯୁକ୍ତ ହୋଇଥିଲେ , ଶିଶୁକୁ ତିନିମାସ ପାଇଁ ପ୍ରତିଷେଧକ ଭାବେ ଆଇ. ଏନ.ଏଚ. ଦେବା ଦରକାର ।

ପ୍ରଥମତଃ ଚିକିତ୍ସାର ପରିମାଣ ଫଳପ୍ରଦ ହେବ ବୋଲି ରୋଗୀ ଭାବିଲେ ତାହା ଶେଷରେ ଲାଭଦାୟକ ହୋଇଥାଏ । ଏହା ଛଡା ଚିକିତ୍ସକଙ୍କ ସହିତ ସହଯୋଗ କରି ରୋଗୀ ତା’ର ସମସ୍ତ ଅଭିଯୋଗ, ତଥା ମାନସିକ ଉଦବେଗ ଏବଂ ଚିକିତ୍ସାର ପ୍ରଗତି ଆଦି ଆଲୋଚନା କରିବା ଖୁବ ଗୁରୁତ୍ଵପୂର୍ଣ୍ଣ । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଚିକିତ୍ସାପାଇଁ ତାଙ୍କର ନିର୍ଦ୍ଦେଶାବଳି ନିରନ୍ତର ପାଳନ କରିବା ଆବଶ୍ୟକ । ରୋଗୀ ଭଲ ଖିଆପିଆ କରିବା ସାଙ୍ଗକୁ ଯଥାଶକ୍ତି ବ୍ୟାୟମ କରିବା ଏବଂ ମଦ୍ୟପାନ ଓ ଧୂମପାନରୁ ବିରତ ହେବା ଆବଶ୍ୟକ । ରୋଗୀର କଫ ଆଡିକୁ ନିଜେ ନିଆଁ ରେ ପୋଡି ନଷ୍ଟ କରିବା ଦରକାର । କଫ ଜୀବାଣୁ ମୁକ୍ତ ହେବା ଯାଏଁ ମୁହଁରେ ହାତ କିମ୍ବା ରୁମାଲ ଦେଇ କାଶିବା, ନିଜ କୋଠରୀକୁ ସଫା ସୁତୁରା ରଖିବା ଏବଂ ଘରର ଦୁଆର ଝରକା ଖୋଲାରଖି ବାୟୁ ଚାଳଚଳ କରାଇବା ଆବଶ୍ୟକ  ।

ଚିକିତ୍ସା ଚାଲୁଥିବା ବେଳେ ପରିବାରବର୍ଗ ରୋଗୀକୁ ଉତ୍ସାହିତ କରିବା ଆବଶ୍ୟକ ।ସେ ଯେପରି ନିୟମିତ ଔଷଧ ସେବନ କରେ ଏବଂ ଆରୋଗ୍ୟ ହେବାର ବିଶ୍ଵାସ ଅତୁଟ ରଖେ ସେ ଦିଗରେ ଚେଷ୍ଟା କରିବା ତଥା ପରବର୍ତ୍ତୀ ବର୍ଷେ ଦୁଇ ବର୍ଷ ମଧ୍ୟରେ ରୋଗୀ ସହିତ ରହୁଥିବା ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ଉପରେ ବି ତୀକ୍ଷ୍ନ ନଜର ରଖିବା ଆବଶ୍ୟକ ।

ମଲ୍ଟି ଡ୍ରଗ ରେଜିସ୍ଥାଣ୍ଟ  (MDR)ଯକ୍ଷ୍ମା ଅର୍ଥାତ ଏକାଧିକ ଔଷଧ ପ୍ରତିରୋଧ କ୍ଷମତା ଥିବା ଯକ୍ଷ୍ମାରୋଗର ଜୀବାଣୁ, ଚିକିତ୍ସା ପାଇଁ ବ୍ୟବହୃତ ବିଭିନ୍ନ ଔଷଧମାନଙ୍କ ମଧ୍ୟରୁ ଏକାଧିକ ପ୍ରତି ପ୍ରତିରୋଧ କ୍ଷମତା ହାସଲ କରିଥାଏ । ଅନ୍ୟାନ୍ୟ ପ୍ରତିଜୀବୀ ପରି ଯକ୍ଷ୍ମାରୋଗରେ ବ୍ୟବହୃତ ଔଷଧ ପ୍ରଥମ କିଛି ସପ୍ତାହ ମଧ୍ୟରେ ଦୁର୍ବଳ ଜୀବାଣୁ ଗୁଡିକୁ ମାରିଦିଏ । ସବଳ ଜୀବାଣୁ ଗୁଡିକ ଦୀର୍ଘ ସମୟ ଚିକିତ୍ସା ଆବଶ୍ୟକ ହୋଇଥାଏ । ଚିକିତ୍ସାକୁ ମଝିରେ ମଝିରେ ବନ୍ଦ କରିଦେଲେ ସେହି ସବଳ ଜୀବାଣୁ ଗୁଡିକ ବଞ୍ଚିଯାଆନ୍ତି । ସେମାନଙ୍କ ଠାରୁ ଉତ୍ପନ୍ନ ହେଉଥିବା ନୂତନ ଜୀବାଣୁ ଗୁଡିକୁ ବିନାଶ କରିବା କଷ୍ଟକର ହୁଏ । କେତେକ ପରିସ୍ଥିତିରେ ରୋଗୀ କିଛିଦିନ ଔଷଧ ଛାଡିଦେଇ ପୁନର୍ବାର ଔଷଧ ଖାଇବା ଆରମ୍ଭ କରେ । ଏହା ଅଧିକ କ୍ଷତିକାରକ ହୋଇଥାଏ । କାରଣ ଜୀବାଣୁ ମାରିବା ପାଇଁ ଆବଶ୍ୟକ ମାତ୍ରାଠାରୁ ଔଷଧ କମ ମାତ୍ରାର ହୋଇଥିଲେ ଜୀବାଣୁ ତାହା ଜାଣିପାରେ ଏବଂ ଔଷଧ ତାର ପରବର୍ତ୍ତୀ ବଂସୋଦ୍ଭବ ଜୀବାଣୁମାନେ ପ୍ରତିରୋଧି ହୋଇଯାଏ । ଏହି ପ୍ରକାରେ ଉଦଭବ ଜୀବାଣୁ ଜନିତ ଯକ୍ଷ୍ମା MDR ଯକ୍ଷ୍ମା କୁହାଯାଏ ।

ସାଧାରଣତଃ ଯକ୍ଷ୍ମାରୋଗ ଗରିବ ଶ୍ରେଣୀ ଲୋକଙ୍କୁ ଅଧିକ ହୋଇଥାଏ । ବିକାଶମୁଖୀ ଦେଶମାନଙ୍କରେ ଯକ୍ଷ୍ମା ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ କିଣିବା ପାଇଁ ଆର୍ଥିକ କ୍ଷମତା ସେମାନଙ୍କ ପାଖରେ ନ ଥାଏ । ତେବେ ଆମ ଦେଶର “ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ଯୋଜନା “ ମାଧ୍ୟମରେ ସମସ୍ତ ସରକାରୀ ଡାକ୍ତରଖାନା ରେ ମାଗଣାରେ ଏହି ସବୁ ଔଷଧ ମିଳୁଛି । MDR ଯକ୍ଷ୍ମା ରୋଗର ସମସ୍ୟା ଜଣକ ଠାରୁ ଅନ୍ୟମାନଙ୍କୁ ସଂକ୍ରମିତ ହେବା ଫଳରେ ପରିସ୍ଥିତି ଅଧିକ ଜଟିଳ ହେଉଛି । ଯକ୍ଷ୍ମା ରୋଗର ସଂକ୍ରମିତ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ହାସଲ କରିବା ପାଇଁ ଶିଶୁ ଜନ୍ମହେବାର ଦିନେ ଦୁଇ ଦିନ ମଧ୍ୟରେ ଦିଆଯାଉଥିବା ଟିକାର ନାମ ବି.ସି.ଜି. । ଏହାର ବାମ କାନ୍ଧ କିମ୍ବା ପିଚାର ଚର୍ମ ମଧ୍ୟରେ ୦.୧ମିଲି. ମାତ୍ରାରେ ଇଂଜେକସନ ମାଧ୍ୟମରେ ଦିଆଯାଏ ।

ପ୍ରତିରୋଧ କରିବା ପାଇଁ ବି.ସି.ଜି. ଖୁବ ଫଳପ୍ରଦ ତେବେ ଗବେଷଣାରୁ ଜଣାଯାଏ ଯେ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ଯକ୍ଷ୍ମା ବିରୁଦ୍ଧରେ ଏହାର ଭୂମିକା ନଗଣ୍ୟ । ମଣ୍ଟୁ ପରୀକ୍ଷାପାଇଁ ଅଗ୍ରବାହୁର ଚର୍ମ ଉପରେ ପୃଷ୍ଠିସାର ଏକ ସ୍ୱଳ୍ପ (୦.୧) ଇଂଜେକସନ ଦିଆଯାଏ । ୪୮ ଘଣ୍ଟା ପରେ ପୁନର୍ବାର ପ୍ରତିକ୍ରିୟାର ଗଠନ କରାଯାଏ । ଇଂଜେକସନ ସ୍ଥଳର ୧୦ ମିଲିମିଟର ବା ଅଧିକ ବ୍ୟାସର ଚର୍ମ ଫୁଲିଥିଲେ ପରୀକ୍ଷାକୁ ସକାରାତ୍ମକ ଧରାଯାଏ । ଏକ୍ସରେ ଏବଂ କଫ ପରୀକ୍ଷାରୁ ରୋଗ ସଠିକ ଭାବରେ ନିର୍ଣ୍ଣୟ ପାଇଁ ଏକ ଅତିରିକ୍ତ ସୂଚନା ଦେଇଥାଏ ।

ଶିଶୁ ଦେହରେ ଯକ୍ଷ୍ମାଜୀବାଣୁର ଗତିବିଧି କିଛି ଭିନ୍ନ ପ୍ରକାରରେ ହୋଇଥାଏ । ଶ୍ଵାସକ୍ରିୟା ମାଧ୍ୟମରେ ରୋଗଜୀବାଣୁ ଶରୀରରେ ପ୍ରବେଶ ହୋଇଥାଏ । ଶ୍ଵାସକ୍ରିୟା ମାଧ୍ୟମରେ ରୋଗଜୀବାଣୁ ଶରୀରରେ ପ୍ରବେଶ କଲାବେଳେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ତାହାକୁ ଆୟତ୍ତ କରିବାକୁ ଚେଷ୍ଟା କରେ । ଫଳରେ ତା ଫୁସଫୁସରେ ଏକ “ପ୍ରାଥମିକ ଯୌଗିକ “ସୃଷ୍ଟି ହୁଏ । ଏହା ଏକ୍ସରେ ଦ୍ଵାରା ଜଣାପଡେ । ଏହି ସମୟରେ ମଧ୍ୟରେ ଶିଶୁଦେହରେ ଅଳ୍ପ ତାପମାନର ଜ୍ଵର ସାଙ୍ଗକୁ କାସ , ଛିଙ୍କ, ଓ ଶର୍ଦ୍ଦି ଦେଖାଦିଏ । ଅଧିକାଂଶ ଶିଶୁଙ୍କ କ୍ଷେତ୍ରରେ ଟୋଗ ପ୍ରତିରୋଧକ ଶକ୍ତି ଜୀବାଣୁ କୁ ହରାଇ ଦିଏ  । ଫଳରେ ରୋଗ ଦେଖାଯାଏ ନାହିଁ । କିନ୍ତୁ ଯେଉଁ ଶିଶୁମାନେ ଦୁର୍ବଳ, କୁପୋଷଣଗ୍ରସ୍ଥ କିମ୍ବା ମିଳିମିଳା ପରି ଅନ୍ୟ କୌଣସି ରୋଗରୁ ଆରୋଗ୍ୟ ହେଉଥାନ୍ତି ସେମାନଙ୍କର ଦେହରେ ଜୀବାଣୁର ଜିତିଯାଏ । ଫଳରେ ତାହା ସମଗ୍ର ଫୁସଫୁସ, ଯକୃତ, ଅନ୍ତନାଳୀ, ମେରୁଦଣ୍ଡ, ଲସିକା, ଗ୍ରନ୍ଥୀ,ଚର୍ମ ଏପରିକି ତନିକା କୁ ବ୍ୟାପିଥାଏ । ଏପ୍ରକାର ଯକ୍ଷ୍ମା ଶିଶୁକୁ ଅତି ଦୁର୍ବଳ କରିଦିଏ , ଏପରିକି ଶିଶୁର ମୃତ୍ୟୁ ବି ହୋଇପାରେ । ତେବେ ବି.ସି.ଜି. ଟୀକା ଶିଶୁକୁ ଏହାର ପ୍ରଭାବରୁ ରକ୍ଷା କରିଥାଏ ।

HIV ରୋଗାକ୍ରାନ୍ତ ବ୍ୟକ୍ତି ଯକ୍ଷ୍ମା ଆକ୍ରାନ୍ତ ହେବାର ଆଶଙ୍କା ବହୁତ ବେଶୀ । କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ ।  ଭାରତରେ ଥିବା HIV ରୋଗୀମାନେଙ୍କ ମଧ୍ୟରୁ ଶତକଡା ୬୦ରୁ ୭୦ ଭାଗ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବୋଲି ଜଣାପଡୁଛି । ଯେଉଁ ବ୍ୟକ୍ତି HIV ରେ ସଂକ୍ରମିତ ହେବ ପୂର୍ବରୁ ଯକ୍ଷ୍ମା ଦ୍ଵାରା ସଂକ୍ରମିତ ହୋଇଛନ୍ତି ସେମାନଙ୍କର ଅବସ୍ଥା HIV ସଂକ୍ରମିତ ହୋଇ ସୁଖର କଥା ଉଭୟ ପ୍ରକାର ରୋଗୀ ଅନ୍ୟ ଯେ କୌଣସି ଯକ୍ଷ୍ମା ରୋଗୀ ପରି ଚିକିତ୍ସା ହୋଇପାରିବ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ସେ ରୋଗୀମାନଙ୍କ ମଧ୍ୟରେ କାଳାଜ୍ଵର, ମିଳିମିଳା , ମେଲେରିୟା ବାରମ୍ବାର ଆକ୍ରମଣ, ମାନସିକ ଚାପ, କଠିନ ପରିଶ୍ରମ, କୁ ପୋଷଣ ତଥା ଉପରୋକ୍ତ ସମସ୍ତ କ୍ଷେତ୍ରରେ ବ୍ୟକ୍ତିକୁ ଯକ୍ଷ୍ମା ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ସ୍ୱଳ୍ପ ମିଆଦି ରାସାୟନ ଚିକିତ୍ସାର ପ୍ରବର୍ତ୍ତନ ଫଳରେ ଆମ ଦେଶରେ ଯକ୍ଷ୍ମା ରୋଗର ନିୟନ୍ତ୍ରଣ ଦ୍ରୁତ ଗତିରେ ହେଉଥିଲା । କିନ୍ତୁ ବର୍ତ୍ତମାନ HIV ସଂକ୍ରମଣର ବ୍ୟାପକତା ଏବଂ ପ୍ରଥମ ଧାଡିର ଔଷଧ ପ୍ରତିରୋଧ କ୍ଷମତା ରୋଗ ନିୟନ୍ତ୍ରଣର ଅନ୍ତରାୟ ହୋଇଛି ଆମେ ତଥାପି ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣରେ ରଖିପାରିବା । ଯଦିଓ ଏହି ରୋଗର ସଂପୂର୍ଣ୍ଣ ସମ୍ଭବ ବର୍ତ୍ତମାନ ଆମର ଲକ୍ଷ୍ୟ ଏହାକୁ ଆମ ସମାଜର ନିୟନ୍ତ୍ରଣ କରିବା । ରୋଗକୁ ପ୍ରଥମ ଅବସ୍ଥାରେ ଚିହ୍ନଟ କରି , ରୋଗୀମାନଙ୍କୁ ସଂପୂର୍ଣ୍ଣ ଏବଂ ସମୁଚିତ ଭାବରେ ଚିକିତ୍ସା କରି ଏବଂ ଯକ୍ଷ୍ମା ସଂକ୍ରମିତ ସ୍ୱାସ୍ଥ୍ୟ ଶିକ୍ଷାର ପ୍ରସାରଣ କରି ଆମେ ସମସ୍ତେ ଯକ୍ଷ୍ମା ରୋଗୀମାନଙ୍କ ସଂଖ୍ୟା ହ୍ରାସ କରିବାରେ ସାହାଯ୍ୟ କରିପାରିବା ।

ଆଧାର:

ଭଲ୍ଯୁନ୍ତାରି ହେଲଥ ଆସୋସିଏସନ ଅଫ ଇଣ୍ଡିଆ ନୂଆଦିଲ୍ଲୀ

3.4
Bikash Moharana Feb 26, 2016 10:56 AM

ଯକ୍ଷ୍ମା ରୋଗ ସମ୍ବନ୍ଧରେ ଗାଁରେ ବସବାସ କରୁଥିବା ଲୋକେ ଭଲ ଭାବରେ ଜାଣି ନପାରି ମୃତ୍ୟୁ ମୁଖରେ ପଡନ୍ତି ତେଣୁ ଏବେ ଓଡିଆ ଭାଷାରେ ସମସ୍ତଙ୍କ ପାଖରେ ଏହା ଉପଲବ୍ଧ ହୋଇପାରିଲେ ଯକ୍ଷ୍ମା ରୋଗ ସମ୍ପୂର୍ଣ ନିରାକରଣ ହୋଇପାରିବ ।

ସ୍ମୃତି ରଞ୍ଜନ ଦାଶ Feb 26, 2016 10:47 AM

ଏହା ରାଜ୍ୟ ସରକାରଙ୍କ ଗୋଟେ ଉଚ୍ଚିତ ପଦକ୍ଷେପ ଯାହାଦ୍ୱାରା କି ଆମେ ବିଭିନ୍ନ ରୋଗ ଏବଂ ତାର ପ୍ରତିକାର ବିଷୟରେ ଜାଣିପାରୁଛୁ ଏବଂ ଆମକୁ କଣ କରିବାକୁ ହେବ ତାହା ମଧ୍ୟ ଆମେ ଜାଣି ପରୁଛୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top