ହୋମ / ସ୍ଵାସ୍ଥ୍ୟ / ରୋଗ / ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି/ଏଡସ ପରାମର୍ଶ ପୁସ୍ତିକା
ସେଆର କରନ୍ତୁ

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି/ଏଡସ ପରାମର୍ଶ ପୁସ୍ତିକା

ପ୍ରତ୍ୟକ ମଣିଷ ଭଗବାନଙ୍କର ଜଣେ ଅନନ୍ୟ ଅବଦାନ ; ତଥାପି ସମୁଦାୟର ଆମେ ଏକ ଅଂଶ ବିଶେଷ ।

ଅନୁସନ୍ଧାନ  ଆତ୍ମାର

ପ୍ରତ୍ୟକ  ମଣିଷ  ଭଗବାନଙ୍କର   ଜଣେ ଅନନ୍ୟ  ଅବଦାନ ; ତଥାପି  ସମୁଦାୟର  ଆମେ  ଏକ  ଅଂଶ  ବିଶେଷ   ।  ବଗିଚାର  ଫୁଲ ଭଳି , ଆମେ  ବିଭିନ୍ନ  ଆକୃତିର   ଯଥା   ଗେଡା , ଗୋରା , କାଳିଆ , ମୋଟା , ପତଳା  ତଥାପି  ଆମେ  ଜଣେ  ଜଣେ  ମନୁଷ୍ୟ  ଭାବରେ   ସମସ୍ତେ   ସୁନ୍ଦର   । ଯଦିଓ  ଆମର  ଜନ୍ମଗତ  ଭିନ୍ନତା  ବ୍ୟାପକ   ତଥାପି   ଆମେ  ସମସ୍ତଙ୍କର   ସ୍ଵପ୍ନ , ସ୍ନେହ , ସହାନୁଭୁତି  ତଥା   ଶ୍ରଦ୍ଧାର   ପାତ୍ର  ।

ଫୁଲର  ପାଖୁଡା  ଯେପରି  ଗୋଟିଏ  ନିର୍ଦ୍ଧିଷ୍ଟ   ବିନ୍ଦୁରେ ବନ୍ଧା , ଆମେ  ସମସ୍ତେ  ସେହିପରି  ସ୍ନେହ  ରୂପକ  ରଜ୍ଜୁରେ  ବନ୍ଧା , ଫୁଲର   ପାଖୁଡା   ସୂର୍ଯ୍ୟଙ୍କର  ରଶ୍ମିରେ  ଯେପରି   ଅଧିକରୁ  ଅଧିକ  ମହକିତ  ଓ ସୌନ୍ଧର୍ଯ୍ୟ ପତ୍ରଦାନ  କରିଥାଏ , ସେହିପରି  ଆମେ ଆମର  କର୍ମଦ୍ୱାରା  ଅନ୍ୟମାନଙ୍କର  ଆସ୍ଥା  ଭାଜନ  ହୋଇ ସମାଜରେ   ଏକ  ସ୍ଵତନ୍ତ୍ର  ସ୍ଥାନ  ଅଧିକାର   କରିଥାଏ , କିନ୍ତୁ ଏହି ଫୁଲ  ଟିକିଏ   ଜୋର୍  ପବନରେ   ଧୂଳିସାତ୍  ହୋଇଥାଏ , ଏହାର  ରୂପ  ରଙ୍ଗ   ବିବର୍ଣ୍ଣ   ଏବଂ  ବିକୃତ   ହୋଇଯାଏ   ।

ସେହିପରି  ଏହି କଥା   ମଧ୍ୟ  ଆମମାନଙ୍କ   ପାଇଁ   ଅକ୍ଷରେ ଅକ୍ଷରେ   ପ୍ରଯୁଜ୍ୟ  । ଆମର  ବାଳୁତ  ଅବସ୍ଥାରେ   ଆମେ  ନିଷ୍ପାପ , ଶାନ୍ତ , ସୁଧାର  ହୋଇଥାଉ   । ତଥାପି  ମନରେ   ପ୍ରଶ୍ନ  ଉଠେ , ଏହି ବାଳୁତ  କିଏ  ? ପ୍ରତ୍ୟକ  ଶିଶୁ  ଭଗବାନଙ୍କ   ଦ୍ଵାରା  ପ୍ରଦତ୍ତ  ଗୁଣ   ଯଥା  ପ୍ରବୃତ୍ତି , ଅର୍ନ୍ତଦୃଷ୍ଟି , ସ୍ବାଭାବିକତା , ମାର୍ମିକ  ଗୁଣରେ  ଜନ୍ମଗ୍ରହଣ  କରିଥାଏ   । ସେ –

  • ଅନ୍ୟକୁ  ଅବିଶ୍ଵାସ  କରି ନଥାଏ , ଯେତେବେଳେ  ଯାଏଁ  ସେ ବାହ୍ୟ  ଆକ୍ରମଣରୁ   ରକ୍ଷା  କରିବ ; ଶକ୍ତି  ପାଇ ନ ଥାଏ   ।
  • ଖେଳି  ଚାଲିଥାଏ  ଯେତେବେଳେ  ପର୍ଯ୍ୟନ୍ତ  ତାକୁ  ତାର   ପିଲାଳିଆମି  ପାଇଁ  ଅନ୍ୟର  ଶରବ୍ୟ  ହେବାକୁ  ପଡି ନ ଥାଏ   ।
  • ସୃଜନାତ୍ମକ  ହୋଇଥାଏ  ଯେତେବେଳେ   ପର୍ଯ୍ୟନ୍ତ   ସେ   ଲୋକହସାର  ପାତ୍ର  ହୋଇ ନ ଥାଏ  ।

ଆମେ   ପିଲାର   ପ୍ରତିଭାକୁ   ସାମୟିକ  ଲୁଚେଇ  ଦେଇପାରିବା  । କିନ୍ତୁ   ସବୁବେଳେ  ପାଇଁ  ନୁହେଁ  । ଆମେ  ପ୍ରୌଢତ୍ଵ  ପାଇବା   ପୂର୍ବରୁ   ଆମର  ଅଧିକାଂଶ  ବାଳୁତ ଅବସ୍ଥା  ଖିନଭିନ  ହୋଇ ନଷ୍ଟ  ହୋଇ  ଯାଇଥାଏ   । ଆମେ  କେବେ  ଆମକୁ  ପଚାରିଛେ  କି  ଏହି ଭବିଷ୍ୟତ  ହରା  ପିଲାର  ଅନ୍ତରରେ   କି  ପ୍ରକାର  ଆଲୋଡନ   ସୃଷ୍ଟି  ହୋଇଥିବ  । ଏହି  ଯନ୍ତ୍ରଣା , କ୍ରୋଧ , ଘୃଣା , ଲଜ୍ୟା ,  ଭଲପାଇବା   ତା  ମନରୁ ଦୂରେଇ   ଯାଇଥିବ  ବା   ସେ ଭୁଲି ଯାଇଥିବା

ସୁଖଦ  ଆତ୍ମା

ଦୁଃଖଦ ଆତ୍ମା

ଖୋଲା

ପରିପୂର୍ଣ୍ଣ

ବିଶ୍ଵାସ

କ୍ରୋଧ

ସୃଜନାତ୍ମକ

ଭୟ

ଅଦ୍ଭୁତ

ଲଜ୍ୟା

ଖେଳାପ୍ରିୟ

ଦୋଷୀ

ଭାବପୂର୍ଣ୍ଣ

ଘୃଣିତ

ସମ୍ପୁର୍ଣ୍ଣ  ଜୀବନ୍ତ

ଜୀବିତ  କିନ୍ତୁ  ମୃତବତ୍

ମଞ୍ଜିର  ରୂପ

ଏବେ  ଆସନ୍ତୁ , ମଞ୍ଜିର  ରୂପ  କଥା  ଆଲୋଚନା  କରିବା   । କେତେକ  ମଞ୍ଜି  ଅତି  ଉର୍ବର  ମାଟିରେ   ଲଗାଯାଇଥାଏ   । ପାଣି , ପବନ , ସୂର୍ଯ୍ୟକିରଣ   ପର୍ଯ୍ୟାପ୍ତ   ପରିମାଣରେ   ଉପଲବ୍ଧ  ହୋଇଥାଏ  । ପ୍ରକାରାନ୍ତରେ  ଏହି ମଞ୍ଜିରୁ  ଉତ୍ପନ  ଗଛ  ବେଶ  ଶସ୍ୟ ଶ୍ୟାମଳା  ହୋଇ  ଫୁଲ  ଫଳରେ  ସମସ୍ତଙ୍କୁ  ଚମତ୍ କୃତ   କରିଥାଏ   । ଆଉ  କେତେକେ   ମଞ୍ଜି  ଅନୁପଯୁକ୍ତ   ସ୍ଥାନରେ  ଲଗାଯାଇଥାଏ , ଯେଉଁଠାରେ   ପାଣି , ପବନ , ସୂର୍ଯ୍ୟକିରଣ  ଠିକ୍ ଭାବରେ   ମଞ୍ଜିକୁ  ମିଳି ନଥାଏ  । ଫଳରେ  ମଞ୍ଜିରୁ  ଉତ୍ପନ   ଗଛ  ସମ୍ପୂର୍ଣ  ନିର୍ଜୀବ  ହୋଇ ଅଳ୍ପ  ଦିନରେ   ମରିଯାଏ  ।

ଏହି ସମାନ  କଥା  ଆମ ପାଇଁ  ମଧ୍ୟ  ପ୍ରଯୁଜ୍ୟ  ଆମର   ମଣିଷ  ରୂପକ  ଗଛରେ , ସ୍ନେହ , ସମ୍ମାନ , ସ୍ଵାଧୀନତାର   ବୀଜ  ବପନ  କରାଯାଇଥାଏ  ।  ଏଠି  ସହିତ  ମଧ୍ୟ ଭୟ , ଘୃଣା , ଦ୍ୱୋଷ , କ୍ରୋଧର  ମଞ୍ଜି  ମଧ୍ୟ  ବପନ   କରାଯାଇଥାଏ , କିନ୍ତୁ   ପରିବେଶ   ଏହି  ସବୁକୁ  ସମାନୁପାତିକ   ଭାବରେ   ନିୟନ୍ତ୍ରଣ   କରିଥାଏ   । ଆମେ  ପ୍ରୌଢତ୍ଵରେ  ପଦାର୍ପଣ   କଲେ ,  ଏହି  ସବୁ  ନକରାତ୍ମକ  ଗୁଣ   ପରିପ୍ରକାଶ  ହୋଇଥାଏ , ଯାହା  ଆମର  ପରିବାର , ଗୋଷ୍ଠୀରେ  କ୍ଷତି  ପହଞ୍ଚାଇଥାଏ  । ଏହା  ଆମର  ଆତ୍ମବିଶ୍ଵାସ  ଓ  ଆତ୍ମସମ୍ମାନ   ଉପରେ  କୁଠାରଘାତ କରି  ଆମକୁ  ଏକ  ଅଲୋଡା  ଜୀବର  ସ୍ଥାନ  ଦେଇଥାଏ   । ଆମେ ଏହି ସବୁର  ମୂଳ  କାରଣ , ଆମ  ଭିତରେ   ଥିବା  ଭୁଲ୍ କୁ  ମଧ୍ୟ  ଜାଣି ନ ପାରି  ବାହ୍ୟ କାରଣକୁ  ଦୋଷ  ଦେଇଥାଉ  । ଯଦି  ସ୍ନେହ , ସମ୍ମାନ , ସ୍ଵାଧୀନତା ରୂପକ  ବୀଜ  ଠିକ୍  ଭାବରେ  ବୃଦ୍ଧିପାଇ  ବିକାଶ  ଲାଭକରେ , ଆମେ  ସମାଜରେ  ନିଶ୍ଚିନ୍ତ  ଭାବରେ  ଏକ ଉତ୍ତମ  ସ୍ଥାନ  ପାଇଥାଉ   ।

ଆମ  ପରିବାରର  ଧାରଣା

ଆମେ ଆମ ପରିବାରର  ଧାରଣା   ବିଷୟରେ  ଭଲ ଭାବରେ   ଜାଣିବା  ଆବଶ୍ୟକ  । ବିଶେଷକରି  ପିତା  ମାତା  ମାନେ  କିପରି   ନିଜ  ପିଲା ସହିତ  ଭାବର  ଆଦାନ ପ୍ରଦାନ  କରିଥାଆନ୍ତି  ଓ  ପିଲାମାନେ  କିପରି  ବାପା  ମା ଙ୍କୁ  ବ୍ୟବହାର  ପ୍ରଦର୍ଶନ  କରିଥାଆନ୍ତି  । ପରିବାରରେ   ଥିବା  ପ୍ରତ୍ୟକ ଉଚିତ ଓ ନିଶ୍ଚିତ  ଉପାଦାନକୁ ଭଲ ଭାବରେ  ଅନ୍ଵେଷଣ  କରାଯିବା   ଦରକାର   । ପରିବାରରେ ସୁସ୍ଥ  ଓ ସକାରାତ୍ମକ  ଧାରଣା  ପିଲାର   ଭବିଷ୍ୟତ  ଗଠନରେ  ଅଧିକଭାବେ  ସାହାଯ୍ୟ  କରିଥାଏ   । ଏହି ସୁସ୍ଥ   ଚିନ୍ତାଧାରା   ହେଲା :

  • ପିଲାର  ନାହିଂ  କରିବା  ପ୍ରବୃତ୍ତି  ଜନ୍ମଗତ
  • ପିଲାକୁ  ମାନସିକ  ବା  ଶାରୀରିକ  ଆଘାତ   ନଦେବା
  • ପିଲା ଦୁଷ୍ଟାମି  କଲେ  ନ ବାଡେଇ ବୁଝାଇବା
  • ପିଲାକୁ  ସତକର୍ମ  କରିବା  ପାଇଁ  ପ୍ରବର୍ତ୍ତାଇବା , ମାଡଗାଳି ଦେଇ ନୁହେଁ , ସ୍ନେହ  ଶ୍ରଦ୍ଧା  ମଧ୍ୟମରେ , ନକରାତ୍ମକ  ଚିନ୍ତାଧାରା  ସାଧାରଣତଃ ବ୍ୟକ୍ତି  କୈନ୍ଦ୍ରିକ , ଯଥା :-
  • ପିଲା  ପିତାମାତାମାନଙ୍କୁ  ସମ୍ମାନ   ଦେଖାଇବାକୁ   ବାଧ୍ୟ
  • ସବୁର  ଦୁଇଟି  ଦିଗ  ଅଛି  ଯଥା   ଭଲ ଓ ମନ୍ଦ
  • ପିଲାର   କଥା  ନ ଶୁଣିବା

ଏହାଦ୍ଵାରା  ପିଲାର  ମାନସିକ  ସନ୍ତୁଳନ  ବାଧାପ୍ରାପ୍ତ   ହୋଇଥାଏ   । ପ୍ରକାରାନ୍ତରେ  ଏହା  ପ୍ରୌଢତ୍ଵ  ସମୟରେ   ନିଜର   କ୍ଷତି  କରିବା ସହିତ  ପରିବାର  ଓ ସମାଜର  ପ୍ରଭୁତ  କ୍ଷତି  ଘଟାଇଥାଏ  ।

ସାଧାରଣତଃ  ଆମ ମଧ୍ୟରେ   ଦୁଇ  ପ୍ରକାର   ଧାରଣା  ସିମୀତ  ଥାଏ  ଯଥା  - କୁହା  ଓ ଅକୁହା  ଧାରଣା ; ଯଦିଓ  ଅନ୍ୟ  ପାଖରେ  ଉପସ୍ଥାପିତ  କରାଯାଇ  ପାରେ  ନାହିଂ  ।  କିନ୍ତୁ  ଲୋକର  ଚାଲିଚଳନି , ହାବଭାବ ଦ୍ଵାରା ଏହା  ଅନୁମେୟ  କରାଯାଇପାରେ , ଯାହା  ସମୟାନୁସାରେ   ବହୁଗଣିତ  କରିପାରେ   ।

ପରିବାରର  ଆଇନ  କାନୁନ୍ :-

ପିତାମାତାଙ୍କ  ଧାରଣା  ପରିବାରର ଆଇନକାନୁନ୍  ଅଟେ  । ଏହିମାନେ  ହିଁ  ଏସବୁ  ଆଇନକାନୁନ୍   ପରିବାରରେ  ପ୍ରଚଳନ  କରିଥାନ୍ତି  । କୁହା  ଆଇନ  କାନୁନ୍  ସେତେଟା   କ୍ଷତିକାରକ  ନୁହେଁ  । ଏହି  ନିୟମଗୁଡିକ ସଚେତନତା  ସ୍ତରରେ  ନିମ୍ନରେ  ଥାଆନ୍ତି  ।

ଆଳଙ୍କାରିକ ଭାଷାରେ , ଯଦି  ଧାରଣା  ଗୁଡିକ  ହାଡ  ତେବେ  ନିୟମ ଗୁଡିକ  ମାଂସ  ଅଟେ  ଏବଂ ଅନ୍ଧଭାବରେ  ନିୟମ ଗୁଡିକୁ  ଆଖିବୁଜି  ପାଳନ  କରାଯାଏ , ଯାହା  ପରେ  ପରିବାର  ପାଇଁ  କ୍ଷତି  ପହଞ୍ଚାଇଥାଏ   ।

ପରିବାର ସିଦ୍ଧାନ୍ତର  ମୁଖ୍ୟ ଦିଗ  ହେଲା , ପରିବାରର ସଦସ୍ୟମାନଙ୍କ  ମଧ୍ୟରେ  କେତେଦୂର  ସ୍ଵାଧୀନ   ଚିନ୍ତାଧାରା  ଅଛି  ।

ଏକ  ସୁସ୍ଥ  ପରିବାରର  ଚାବିକାଠି  ହେଲା :-

  • ଦେଖିବାର  ସ୍ଵାଧୀନତା
  • ଶୁଣିବାର  ସ୍ଵାଧୀନତା
  • ଛୁଇଁବାର  ସ୍ଵାଧୀନତା
  • ଭାବିବାର  ସ୍ଵାଧୀନତା
  • ଏକ  ନିର୍ଦ୍ଧିଷ୍ଟ  ଲକ୍ଷ୍ୟ  ରଖି  କାମ କରିବାର  ସ୍ଵାଧୀନତା
  • ଚୟନ  କରିବାର  ସ୍ଵାଧୀନତା
  • ନିଷ୍ପତି  ନେବାର  ସ୍ଵାଧୀନତା

ସୁସ୍ଥ  ପରିବାର  ବ୍ୟକ୍ତିଭିତ୍ତିକ , ବ୍ୟକ୍ତିଗତ  ଦାୟୀତ୍ଵ  ଓ  ସ୍ଵାଧିନତାକୁ  ଉତ୍ସାହିତ  କରିଥାଏ  । ତନୁ  ଏହି ପରିବାରର   ପିଲା  ଉପଯୁକ୍ତ  ଭାବରେ   ଲାଭ  କରିଥାଆନ୍ତି  ।

ଅନୁସନ୍ଧାନ ଆମ  ନିଜ  ଆତ୍ମାର :-

ଆମେ ନିଜକୁ ଜାଣିବା   ସବୁଠାରୁ   ଗୁରୁତ୍ୱପୂର୍ଣ୍ଣ   । ଏହାଦ୍ୱାରା  ପରିବାରର   ଅଜ୍ଞତା  ଜନିତ  ସମସ୍ୟାର  ଅନୁଧ୍ୟାନ  କରିହୁଏ   । ଯେତେବେଳେ  ଆମେ ଆମକୁ ଠିକ୍ ଭାବରେ  ସମୀକ୍ଷା  କରିପାରୁ ,  ଆମ  ଆଧ୍ୟାତ୍ମିକ  ଚେତନାର  ଫଳ  ଉପଲବ୍ଧି  କରିପାରୁ

ମୋର  ମନେଅଛି   । ପ୍ରଥମେ  ଯେତେବେଳେ  ଦେବଦାଶ  ମୋତେ   ଦେଖା କରିବାକୁ   ଆସିଲେ , ବହୁତ ବିଷର୍ଣ୍ଣ  ଦେଖାଯାଉଥିଲେ  । ମୁଁ  ତାଙ୍କୁ  ପରାମର୍ଶ  ଦେଲି  ତାଙ୍କ  ପରିବାର   ବିଷୟରେ  କିଛି  କହିବା  ପାଇଁ   । ସେ ବହୁତ  ସରଳ  ଥିଲେ  ଓ କହିଲେ :

ମୁଁ ଆମ ପରିବାରରେ  ଏକ  ଆବାଞ୍ଛିତ  ବ୍ୟକ୍ତି   କାରଣ  ମୁଁ  ଅନ୍ୟ ସହରକୁ   ଯାଇ  ସେଠାରେ  ବାହା  ହୋଇଗଲି  । ମୁଁ  ମୋର  ପରିବାର   ସଦସ୍ୟମାନଙ୍କୁ  ଯଥେଷ୍ଟ   ଭକ୍ତି  କରୁଥିଲି  । ସେମାନେ   ଭୁଲ  କାମ  କଲେ  ବି ମୁଁ  ପାଟିଖୋଲି  କିଛି  କହିପାରୁ  ନ ଥିଲି  । ସେମାନେ  ମୋ ସ୍ତ୍ରୀ  ଉପରେ ଅତ୍ୟାଚାର  କରୁଥିଲେ   ମଧ୍ୟ  ମୁଁ କିଛି କହିପାରୁ   ନଥିଲି  । ମୋର ଧାରଣା  ଥିଲା  ମୁଁ ସେମାନଙ୍କ   କଥା   ମାନିବି  ।

ଏହାର  ମୁଁ  ଦେବଦାଶର  ପିତାମାତାଙ୍କୁ  ଭେଟିଲି  ଓ ଆଲୋଚନା   କଲି  ଆମର  ଆଲୋଚନା   ପରେ  ଦେବଦାଶ  ଆଗ  ଭଳି  ଆଉ  ମାନସିକ  ଅଶାନ୍ତିର  ଶିକାର   ହେଲା ନାହିଂ  । ପରିବାରରେ  ସୁଖରେ  ରହିଲା   ।

ଏଠାରେ  ସ୍ମରଣ  କରାଯାଇପାରେ  ଯେ , ଯଦି  ଦେବଦାଶ  ମୋ  ପାଖକୁ  ଆସି ନଥାନ୍ତା  ଓ ମୋ ସହିତ  ତାହାର   ଦୁଃଖ  ବାଣ୍ଟି  ନଥାନ୍ତା , ତେବେ  ସେ ପରିବାରରୁ   ଯେଉଁଶିକ୍ଷା  ଲାଭ  କରିଥିଲା  ତାକୁ  ତାହାର   ପିଲାମାନଙ୍କୁ   ବାଣ୍ଟିଥାନ୍ତା  । କିନ୍ତୁ  ଏବେ  ସେ  ଅକୁହା  ନିୟମ  ମଧ୍ୟ  ବୁଝିପାରିଲା , ଯାହା   ତାହାର  ପିତାମାତାଙ୍କ  ମତିଗତି  ପରିବର୍ତ୍ତନରେ  ଯଥେଷ୍ଟ   ସହାୟକ  ହୋଇଥିଲା  । ମୁଁ  ଏବେ  ବହୁତ  ଖୁସି  ଯେ , ଦେବଦାଶ  ତାଙ୍କର  ପିତାମାତାଙ୍କ  ସହିତ  ସମ୍ପର୍କ   ଠିକ୍ ରୂପେ  ବୁଝି ପାରିଲେ  ଏବଂ  ସୁଖରେ  କାଳାତିପାତ  କଲେ  ।

ଏଡସ୍ ରୋଗର ପୃଷ୍ଠଭୂମି

 

ଆମେ  ଏବେ ଯେଉଁ  ରୋଗୀକୁ  ଏଡସ୍  ରୋଗ   ବୋଲି   କହୁଛୁ , ତାହା  ବିକାଶ  ସମୃଦ୍ଧ  ଦେଶ  ଯଥା ଆମେରିକା , ଅଷ୍ଟ୍ରେଲିଆ , ନିଉଜିଲ୍ୟାଣ୍ଡ  ଓ  ୟୁରୋପରେ  ପ୍ରଥମେ   ୧୯୮୦  ମସିହାରେ   ପୁରୁଷ  ସମଲିଙ୍ଗୀ ଯୌନକ୍ରିୟାରେ   ଲିପ୍ତ  ବ୍ୟକ୍ତିଙ୍କ  ଠାରେ   ଦେଖାଯାଇଥିଲା  । ସମଲିଙ୍ଗୀ  ଯୌନକ୍ରିୟା  କ୍ଷେତ୍ରରେ  ଏହିରୋଗ  ଉଭୟ  ପୁରୁଷ  ଓ ମହିଳାଙ୍କଠାରେ  ଦେଖାଦେଇଥିଲା  । ଯେହେତୁ   ଏହି  ରୋଗ  ଯୌନକ୍ଷମ  ବ୍ୟକ୍ତିଙ୍କଠାରେ  ଅଧିକ   ଦେଖାଯାଏ  ସେଥିପାଇଁ  ବୈଜ୍ଞାନିକମାନେ  ଏହାକୁ  ଯୌନ  ସଞ୍ଚାରିତ ରୋଗ  ବୋଲି   ଆଖ୍ୟା  ଦେଇଥିଲେ  ।

୧୯୮୧  ମସିହାରେ ପ୍ରଥମ  କରି  ଆମେରିକାରେ  ଏଡସ୍  ରୋଗ  ଚିହ୍ନଟ  କରାଯାଇଥିଲା  । ଏହା  ଏଚ.ଆଇ.ଭି. ନାମକ  ଏକ ଭୂତାଣୁ  ଦ୍ଵାରା  ବ୍ୟାପିଥାଏ  ଯାହା  ଶରୀରର  ରୋଗ ପ୍ରତିରୋଧକ  ଶକ୍ତିକୁ   ନଷ୍ଟ   କରିଦିଏ   । ଫଳରେ   ଶରୀର   ବାହ୍ୟ ରୋଗ   ସଂକ୍ରମଣରେ   ସଠିକ୍  ମୁକାବିଲା  କରିପାରେ   ନାହିଂ ଓ ବ୍ୟକ୍ତି  ବିଭିନ୍ନ  ସଂକ୍ରମଣର  ଶିକାର  ହୋଇଥାଏ   ।

ଏଡସ୍ ରୋଗରେ  ଆକ୍ରାନ୍ତ  ବ୍ୟକ୍ତି  ବିଭିନ୍ନ  ପ୍ରକାର  କର୍କଟରୋଗର   ଶିକାର  ହୋଇଥାନ୍ତି  । ବ୍ୟକ୍ତି   ମଧ୍ୟ ଫୁସ୍ ଫୁସ୍ , ପାଚନ କ୍ରିୟା , ଚର୍ମ  ଓ  ସି.ଏନ.ଭି  ସଂକ୍ରମଣର  ସମ୍ମୁଖୀନ  ହୋଇଥାଏ   ।

ଏଚ. ଆଇ. ଭି  ସଞ୍ଚାରଣ

ଏହି ଭୂତାଣୁ  ମୁଖ୍ୟତଃ  ରକ୍ତ , ବିର୍ଯ୍ୟ , ଯୋନି  ସ୍ରାବରେ  ଜୀବନଧାରଣ   କରିଥାଏ  ।

ଏଚ. ଆଇ. ଭି  ସଂକ୍ରମଣ

  • ଯୌନକ୍ରିୟା , ଦୂଷିତ ରକ୍ତ , ବିର୍ଯ୍ୟ  ମାଧ୍ୟମରେ  ଏହା  ଜଣଙ୍କଠାରୁ  ଅନ୍ୟ  ଜଣଙ୍କୁ ବ୍ୟାପିଥାଏ  ।  ଯୌନକ୍ରିୟା  ମାଧ୍ୟମରେ  ରୋଗ ସଂକ୍ରମଣ  ସବୁଠାରୁ  ଅଧିକ  । ସଂକ୍ରମିତ   ବ୍ୟକ୍ତିଠାରୁ  ସୁସ୍ଥବ୍ୟକ୍ତିକୁ  ଉପରଲିଖିତ  ମାଧ୍ୟମରେ   ରୋଗ  ସଂକ୍ରମଣ  ହୋଇଥାଏ   ।
  • ରକ୍ତ  ସଞ୍ଚାରଣ  ସମୟରେ  ଏଚ.ଆଇ.ଭି  ଥିବା ରକ୍ତ   ଅନ୍ୟକୁ  ରୋଗ  ସଂକ୍ରମଣରେ   ସାହାର୍ଯ୍ୟ  କରିଥାଏ   ।
  • ଏଚ.ଆଇ.ଭି  ଭୂତାଣୁ  ସଂକ୍ରମିତ ଛୁଞ୍ଚି  ଓ ସିରିଞ୍ଚି  ମାଧ୍ୟମରେ  ମଧ୍ୟ   ସଂକ୍ରମଣ  ହୋଇଥାଏ   ।
  • ଏଚ.ଆଇ.ଭି  ସଂକ୍ରମିତ  ମା ଠାରୁ  ଗର୍ଭସ୍ଥ   ଭୃଣକୁ  ରୋଗ ସଂକ୍ରମଣ  ହୋଇଥାଏ

ଏଚ.  ଆଇ.  ଭି. ସଂକ୍ରମଣ   ହୋଇନଥାଏ :

  • କାଶିବା  ବା  ଛିଙ୍କିବା  ଦ୍ଵାରା
  • ମଶା  କାମୁଡିବା  ଦ୍ଵାରା 
  • ଛୁଇଁବା  ବା  କୋଳାଗ୍ରତ  କରିବା   ଦ୍ଵାରା 
  • ପାଣି  ଓ  ଖାଦ୍ୟ  ଦ୍ଵାରା
  • ସାଧାରଣ  ଚୁମ୍ବନ  ଦ୍ଵାରା
  • କରମର୍ଦ୍ଦନ
  • ପାଇଖାନାର  ସମୂହ   ବ୍ୟବହାର 
  • ଟେଲିଫୋନ୍  ବ୍ୟବହାର 
  • ପୋଖରୀ  ବ୍ୟବହାର 
  • ବାସନ  କୁସନର  ସମୂହ   ବ୍ୟବହାର

ଏଚ.  ଆଇ.  ଭି  ପ୍ରତିଷେଧକ  ବ୍ୟବସ୍ଥା :

କେତେଗୁଡିଏ  ପ୍ରତିଷେଧାତ୍ମକ  ବ୍ୟବସ୍ଥା   ଆପଣେଇ  ପାରିଲେ  ଏଚ. ଆଇ. ଭି ର ବିପଦକୁ  ରୋକାଯାଇପାରିବ  ।

୧.  ଯଦି ଆପଣ ଯୌନକ୍ଷମ ତେବେ ଆପଣଙ୍କର ଯୌନ ବ୍ୟବହାରରେ  ପରିବର୍ତ୍ତନ କରନ୍ତୁ । ଯଥା –

  • ବିବାହ  ନ  ହେବା  ପର୍ଯ୍ୟନ୍ତ  ଯୌନକାର୍ଯ୍ୟରେ  ଲିପ୍ତ  ହୁଅନ୍ତୁ  ନାହିଂ  ।
  • ଯଦି ଯୌନକ୍ଷମ , ତେବେ  ଯୌନକ୍ରିୟା   ନକରି  ନିରାପଦ  ଯୌନ  ଯଥା  କୋଳାଗ୍ରତ , ଚୁମ୍ବନ , ହସ୍ତମୌଥୁନ  ଆଦି  ଆପଣାନ୍ତୁ  ।
  • ଯଦି  ଆପଣଙ୍କର  ଯୌନକ୍ରିୟା   ଆବଶ୍ୟକ  ତେବେ  ଜଣେ  ବିଶ୍ଵସ୍ତ  ବ୍ୟକ୍ତି  ସହିତ  ସମ୍ପର୍କ  ରଖନ୍ତୁ  ।
  • ପ୍ରତ୍ୟକ  ଥର  କଣ୍ଡୋମ  ବ୍ୟବହାର   କରନ୍ତୁ  ।

୨.  ରକ୍ତ  ସଞ୍ଚାରଣ  ମାଧ୍ୟମରେ   ସଂକ୍ରମଣ  ରୋକିବା  ପାଇଁ –

  • ସମସ୍ତ  ଯନ୍ତ୍ରପାତି  ବିଶୋଧନ  କରି  ବ୍ୟବହାର   କରନ୍ତୁ  । ଯଥା  ଛୁଞ୍ଚି , ସିରିଞ୍ଜ୍ , କାନଫୋଡା ସରଞ୍ଜାମ , ଚିଟାକୁଟାଇବା  ସରଞ୍ଜାମ  ।
  • ଏଚ.  ଆଇ.  ଭି  ମୁକ୍ତ   ରକ୍ତ   ବ୍ୟବହାର କରନ୍ତୁ  ।
  • ଇଂଜେକସନ୍  ମାଧ୍ୟମରେ  ଡ୍ରଗ୍  ନିଅନ୍ତୁ  ନାହିଂ , ଯଦି  ବ୍ୟବହାର  କରନ୍ତି   ତେବେ  ନିଜ  ଉପକରଣ  ବ୍ୟବହାର  କରନ୍ତୁ  ।

ପରାମର୍ଶ  କଣ ?

ଏହା  ସ୍ଵ  ଜାଗରଣ  ସୃଷ୍ଟି  ପାଇଁ   ଉଦ୍ଦିଷ୍ଟ  ।

ଏହା   ଜ୍ଞାନ  ପ୍ରଦାନ  କରେ   ।

ଜଣଙ୍କୁ  ଏକ   ବିଷୟ  ଭଲଭାବରେ   ବୁଝିବା   ପାଇଁ   ସମର୍ଥ  କରିଥାଏ  ।

ପରାମର୍ଶର  ପ୍ରକାରଭେଦ :

  • ପରିବାର   ପରାମର୍ଶ
  • ବ୍ୟକ୍ତିଗତ  ପରାମର୍ଶ
  • ବାଳୁତ   ପରାମର୍ଶ
  • ଦଳଗତ  ପରାମର୍ଶ
  • ଜୀବିକା  ପରାମର୍ଶ
  • ଛାତ୍ର /ଛାତ୍ରୀ  ପରାମର୍ଶ
  • ମାନସିକ  ସ୍ୱାସ୍ଥ୍ୟ   ପରାମର୍ଶ
  • ସାଧାରଣ  ପରାମର୍ଶ
  • ଏଚ. ଆଇ.  ଭି  ପରାମର୍ଶ
  • ବିବାହ   ପରାମର୍ଶ
  • ଆଲ୍ କୋହଲ୍ ସେବନ  ନ କରିବା  ପରାମର୍ଶ

ନୈତିକ   ବିଷୟ :

ଗୋପନୀୟତା :  ପରାମର୍ଶଦାତା  ଗୋପନୀୟତା  ଅର୍ଥ  ପରାମର୍ଶ  ଗ୍ରହିତାଙ୍କୁ  ଭଲ  ଭାବରେ  ବୁଝାଇବା  ଉଚିତ   । ଏହା  କାହିଁକି ଗୁରୁତ୍ଵପୂର୍ଣ୍ଣ ଓ ଏହାର  କାର୍ଯ୍ୟକାରିତା   ଦ୍ଵାରା  କଣ ହେବ  ତାହା  ମଧ୍ୟ  ବୁଝାଇବା   ଉଚିତ   ।

୧ .  ପରାମର୍ଶଦାତା , ପରାମର୍ଶ  ଗ୍ରହଣକାରୀଙ୍କୁ  ଗୋପନୀୟତା  ଓ ଏହାର  ଗୁରୁତ୍ଵ  ବୁଝାଇଥାନ୍ତି  ।

(ଉଦାହରଣ  ସ୍ୱରୂପ : ଯେତେବେଳେ  ଜଣଙ୍କର  ଅବସ୍ଥା  ସଙ୍କଟାପର୍ଣ୍ଣ  ଓ  ଅନ୍ୟମାନଙ୍କ  ପାଇଁ              ବିପଦପୂର୍ଣ୍ଣ , ସେତେବେଳେ  ପରାମର୍ଶଦାତା  ବ୍ୟକ୍ତିଗତ  ଭାବରେ  ଦାୟିତ୍ଵପୂର୍ଣ୍ଣ  ବ୍ୟକ୍ତିଙ୍କ  ଆଗରେ  ସେହିକଥା  ପ୍ରକାଶ   କରିଥାନ୍ତି   । )

୨ .  ପରାମର୍ଶଦାତା  ଗୋପନୀୟତାର  ଗୁରୁତ୍ଵ  ଉପରେ   ଜୋର୍  ଦିଅନ୍ତି   ଓ ପ୍ରତ୍ୟକ   ବ୍ୟକ୍ତିଙ୍କ  ପାଇଁ   ଏକ  ନିର୍ଦ୍ଧିଷ୍ଟ  ନିୟମ   ବ୍ୟବହାର  କରନ୍ତି  ।

ଗୋପନୀୟତା ର ସୀମା : ପରାମର୍ଶ  ସମୟରେ ପ୍ରତ୍ୟକ ସୂଚନା  ଗୋପନୀୟ  ଅଟେ ,  କିନ୍ତୁ ଯେତେବେଳେ  ନିଜ  ପାଇଁ  ତଥା ଅନ୍ୟମାନଙ୍କ  ପାଇଁ  ବିପଦପୂର୍ଣ୍ଣ  ହୋଇଯାଏ  ସେତେବେଳେ  ଏହି   ଗୋପନୀୟତା  ପ୍ରକାଶ  କରାଯାଇଥାଏ   ।

ଏଚ. ଆଇ . ଭି./ ଏଡସ୍  ପରାମର୍ଶ :

ଅନ୍ୟାନ୍ୟ  ମାରାତ୍ମକ ରୋଗ  ଲକ୍ଷଣ  ଭଳି ଏହି ରୋଗର  ଲକ୍ଷଣ  ପ୍ରକାଶ  କରିଥାଏ  ।  ଏହି  ରୋଗର  ମୃତ୍ୟୁ  ସୁନିଶ୍ଚିତ  । ଏହି ରୋଗରେ  ଶାରୀରିକ  ଭାବାବେଗ ଜନିତ  , ଆର୍ଥିକ  କ୍ଷତି  ହେବା  ସଙ୍ଗେ  ସଙ୍ଗେ  ମନସ୍ତାତ୍ତ୍ଵିକ  ସ୍ଖଳନ  ମଧ୍ୟ  ଘଟିଥାଏ   । ଅଧିକାଂଶ  ବ୍ୟକ୍ତି  ନାହିଂ  ନାହିଂରୁ  ଏହି  ଅପ୍ରିୟ   ସତ୍ୟ  ଗ୍ରହଣ  କରିଥାନ୍ତି   । ଏହି  ରୋଗରେ  ପଡି ସେମାନେ   ଭାବାବେଗ  ଜନିତ  ଚାହିଦାକୁ  ମେଣ୍ଟାଇବା   ପାଇଁ  ଚେଷ୍ଟା  କରନ୍ତି   ।

ଏଚ. ଆଇ.  ଭି/ ଏଡସ୍   ରୋଗ  ଅନ୍ୟାନ୍ୟ  ରୋଗ  ମଧ୍ୟରେ  ଆଖିଦୃଷ୍ଟିଆ  ତାରତମ୍ୟ  ଅଛି  । ଏଗୁଡିକ  ହେଲା   ଘୋର  ଅନ୍ଧବିଶ୍ଵାସ , ଘୃଣା  ଓ ଅପବାଦ  । ଏଚ. ଆଇ. ଭି. ର ସଂକ୍ରମଣ  ଏବଂ  ସ୍ନାୟୁରୋଗ  ଜନିତ  ମନସ୍ତାତ୍ତ୍ୱିକ  ଅବସ୍ଥା  ବିଶେଷ  କରି   ରୋଗର  ସେସ ଅବସ୍ଥାରେ   ଦେଖାଶୁଣା  କରିବା  ଅଧିକ  କଷ୍ଟକର  ଅଟେ   । ଏହି ମନସ୍ତାତ୍ତ୍ଵିକ  ଦିଗ ଗୁଡିକ ହେଲା  :

୧ .  କ୍ଷତି : କାର୍ଯ୍ୟକରିବା  କ୍ଷମତା  ହ୍ରାସ , ସ୍ୱାସ୍ଥ୍ୟ , ସ୍ଵାଧୀନତା , ଆର୍ଥିକ ଦିଗ ,  ସାମାଜିକ  ସାହାଯ୍ୟ , ମାନସିକ  ଭାରସାମ୍ୟ , ଯୌନ ସ୍ଵାଧୀନତା  ଏବଂ  ସାଧାରଣତ  ଜୀବନ  ଧାରଣ  ସମୟ  ।

୨ .  ଚାପ : ସୂଚନାର  ଅନିଶ୍ଚିତତା , ଭେଦଭାବ , ଦୋଷୀମନୋଭାବ , ଲାଜ୍ୟା , କ୍ରୋଧ  ।

୩ .  ସାମାଜିକ  ସମର୍ଥନ  : ଏଡସ୍  ରୋଗର  କାରଣ   ଯୌନ  ବ୍ୟବହାର  ଜନିତ  କି ?

୪ .  ମୃତ୍ୟୁ  ଭୟ  : ଯେତେବେଳେ  ଜଣେ  ରୋଗୀ  ମୃତ୍ୟୁର  କଳ୍ପନା  କରେ  ସେତେବେଳେ  ଏହା ଅଧିକ  ଯନ୍ତ୍ରଣାଦାୟକ  ହୋଇଥାଏ  ଓ  ଜୀବନ  ଦୁର୍ବିସହ  ହୋଇପଡେ  । ଏଡସ୍  ରୋଗୀମାନଙ୍କ  ପାଇଁ   ବ୍ୟକ୍ତିଗତ  ଭାବରେ   ସମସ୍ୟା  ଭିନ୍ନ ଭିନ୍ନ  ।  ପରାମର୍ଶ  ଦେବା  ପୂର୍ବରୁ  ଆମକୁ  ଏହାର  ବିଭିନ୍ନଡୀଗ  ବିଶ୍ଳେଷଣ  କରି  ପରାମର୍ଶ ଦେବାକୁ  ପଡିବ  ।

ଏଚ.ଆଇ. ଭି. ପରାମର୍ଶର  ଏକାଧିକ   ଦିଗର   ଚିହ୍ନଟିକରଣ :

ପରାମର୍ଶର  କଳ୍ପନା   କରିବା  ପୂର୍ବରୁ  ଜଣେ  ପରାମର୍ଶଦାତା  ଏହା  ବିଭିନ୍ନ  ଦିଗ  ବାବଦରେ  ଜାଣିବା   ଆବଶ୍ୟକ  । ସେଗୁଡିକ   ହେଲା –

୧ . ପରିବାର : ସେମାନେ କେଉଁ  ପ୍ରକାର  ପରିବାରରୁ   ଆସିଛନ୍ତି  ।

୨ . ଜାତି / ଧର୍ମ  ପରାମର୍ଶଦାତାଙ୍କ  ପାଇଁ  ସେପରି  କିଛି  ଜାଣିବାକୁ  ଅଛିକି  ? ଏପରି କିଛି  ସମସ୍ୟା  ଅଛି କି  ଯାହା  ଏଚ .ଆଇ.ଭି ରୋଗୀଙ୍କ  ପାଇଁ  ସମସ୍ୟା  ସୃଷ୍ଟି  କରୁଛି  ।

୩ . ଯୌନ ସମ୍ବନ୍ଧୀୟ : ସମାଲିଙ୍ଗୀ  ବା  ବିଷମଲିଙ୍ଗୀ , ପରିବାରରେ  ଗ୍ରହଣ , ଏକୁଟିଆ  ଓ  ନିଜେ  ଅନ୍ୟମାନଙ୍କ  ଦ୍ଵାରା  ଗ୍ରହଣ ନହେବାର  ଅଭିଜ୍ଞତା  ।

୪ . ପରିସ୍ଥିତିକୁ ଖାପ  ଖୁଆଇ  ଚଳିବା  କୌଶଳ : ରୋଗୀ  ପରିସ୍ଥିତିକୁ  ଖାପ ଖୁଆଇ  ଚଳିପାରିବ  କି ନାହିଂ ?

୫ . ସାମାଜିକ  ସମର୍ଥନ :ରୋଗୀର ଅଭିଜ୍ଞତା  ।

୬ .  ଭାବାବେଗଜନିତ  ସ୍ତର : ଭାବାବେଗ  ଯଥା : କ୍ରୋଧ , ଲଜ୍ୟା , ଭଲ ପାଇବା  ଇତ୍ୟାଦିକୁ  କିପରି  ପରିଚାଳନା   କରାଯାଏ   ।

୭ . ଦୁଃଖ : ସାଧାରଣ , ଅସାଧାରଣ , ପୁରାତନ  ଇତ୍ୟାଦି  ।

୮ . ଆତ୍ମହତ୍ୟା  ପ୍ରବୃତ୍ତି : ରୋଗୀ   ଏହି  ପ୍ରକାର  ଚେଷ୍ଟା କରିଥିଲା  କି ? ଯଦି  ହଁ  ତାହାର ଯୋଜନା  କଣ  ଥିଲା  ପରାମର୍ଶ  ପୂର୍ବରୁ  ରୋଗୀ  ଆତ୍ମହତ୍ୟା  ପାଇଁ  ଚେଷ୍ଟା  କରିଥିଲା  କି ?

୯ . ଅସୁସ୍ଥତାର  ସୋପାନ : ରୋଗୀ ଏବେ ରୋଗର  ପ୍ରାଥମିକ   ଅବସ୍ଥାରେ   ଅଛି କି ? ରୋଗ  ଗୁରୁତର କି ?

୧୦ .  ସମାଧାନ  ରହିତ  ସମସ୍ୟା : ଏପରି  କିଛି  ଅଛି କି ? ଏହା ଉପରେ   କଥା  ହେବା  ପାଇଁ  ପ୍ରସ୍ତୁତ  କି ?

୧୧ . ମାନସିକ  ଚାପର  ସ୍ତର : ଅଧିକ  ବା କମ

୧୨ . ଧର୍ମ ସମ୍ବନ୍ଧୀୟ  ସମସ୍ୟା  : ଏ ସମସ୍ୟା ଅଛି କି ? ଯଦି  ହଁ  ସେ  ଏହା  ବାବଦରେ  କଥା   ହେବା  ପାଇଁ  ପ୍ରସ୍ତୁତ  କି  ?

ରୋଗୀ  ସହିତ  ବିସ୍ତ୍ରୁତ  ଆଲୋଚନା  ହେବା  ପରେ , ପରବର୍ତ୍ତୀ  ପଦକ୍ଷେପ  ହେଉଛି  ସମସ୍ୟା ଆକଳନ  କରିବା   ।

୧ . ରୋଗୀର  ମନସ୍ତାତ୍ତ୍ଵିକ  ସମସ୍ୟା  କ”ଣ ?

୨ . ରୋଗୀର  ଶାରୀରିକ  ଆବଶ୍ୟକତା  କ”ଣ ?

୩ . ଧର୍ମ  ସମ୍ବନ୍ଧୀୟ  ଆବଶ୍ୟକତା  କ”ଣ  ?

ରୋଗୀଠାରେ  ହେଉଥିବା  ଯନ୍ତ୍ରଣାର ଆକଳନ  କରନ୍ତୁ  ।  ଶ୍ରଦ୍ଧାର  ସହିତ  ରୋଗୀର  କଥା  ଶୁଣନ୍ତୁ  । ରୋଗୀକୁ  ସମ୍ମାନ  ଦେଖାନ୍ତୁ  ରୋଗୀ  ଯେପରି  ନିଜ  ସମସ୍ୟା  ସମାଧାନ  କରିପାରିବ  ସେହି ପ୍ରକାର  ପ୍ରଶ୍ନ  ପଚାରିବା   ପାଇଁ ରୋଗୀକୁ  କୁହନ୍ତୁ  ।

ଅନ୍ୟକୁ  ଦୋଷ  ଦେଲାଭଳି ପ୍ରଶ୍ନ                     ସମସ୍ୟା ସମାଧାନ  ପ୍ରଶ୍ନ

୧. ଅସୁବିଧା  କ”ଣ  ?                                ମୁଁ  କ”ଣ  ଚାହେଁ ?

୨. ଏହା  କିପରି ଅସୁବିଧା  ସୃଷ୍ଟି  କରେ ?          ମୁଁ  କେତେବେଳେ  ଚାହେଁ  ?

୩. ମୋର  କାହିଁକି ଏହି ସମସ୍ୟା  ଅଛି  ?         ମୋ ପାଖରେ  କି ପ୍ରକାର  ସମ୍ବଳ ଅଛି  ?

୪. ଏହା  କିପରି  ଭଲ  ହୁଏ  ?                     ମୁଁ କିପରି  ଏହି ସମ୍ବଳ  ବ୍ୟବହାର   କରିପାରିବି ?

୫. ଏହା  କାହାର  ଦୋଷ  ?                      ମୁଁ ଯଦି ରୋଗରେ  ପଡିବି , ତେବେ କିପରି  ଅନୁଭବ    କରିବି ?

୬ . ଏହା  କେବେ  ଘଟିଥିଲା  ?                   ମୋ  ଜୀବନରେ ଆଉ କି  ପରିବର୍ତ୍ତନ ଆସିବ ?

ଏଚ. ଆଇ.ଭି /ଏଡସ୍  ପରାମର୍ଶ

ଏହା  କାହିଁକି   ଆବଶ୍ୟକ  :-

ଆଜି ପର୍ଯ୍ୟନ୍ତ , ସମୁଦାୟ  ଏଚ.ଆଇ.ଭି / ଏଡସ୍ ରେ   ସଂକ୍ରମିତ  ବ୍ୟକ୍ତିଙ୍କ  ମଧ୍ୟରୁ  ଖୁବ୍  କମ୍  ଲୋକଙ୍କର   ଏହି ପରାମର୍ଶ  ପାଇବାର   କ୍ଷମତା  ବା  ସୁବିଧା  ସୁଯୋଗ ଅଛି  ।  ସେ ଯାହାହେଉ  ଏହି ଏଚ.ଆଇ.ଭି /ଏଡସ୍  ବିଷୟରେ  ପରାମର୍ଶ  କେତେଗୁଡିଏ କାରଣ  ପାଇଁ  ଅଧିକ ଗୁରୁତ୍ୱପୂର୍ଣ୍ଣ ; କାରଣ ଏଚ.ଆଇ.ଭି  ସଂକ୍ରମଣ   ଜଣେ  ବ୍ୟକ୍ତିକୁ  ଜୀବନସାରା  ସଂକ୍ରମିତ  କରିଥାଏ   । ଏହି ସଂକ୍ରମଣ  ଦ୍ଵାରା  ବିଭିନ୍ନ ପ୍ରକାର  ଶାରୀରିକ , ସାମାଜିକ , ମନସ୍ତାତ୍ତ୍ଵିକ  ସମସ୍ୟା  ଦେଖାଦେଇଥାଏ  । ଏହା   କାଳକ୍ରମେ  ଅଧିକ  ବିପଦପୂର୍ଣ୍ଣ  ହୋଇ  ସଂକ୍ରମିତ   ବ୍ୟକ୍ତିର  ଆରୋଗ୍ୟରେ  ବାଧା  ଉପୁଯାଇଥାଏ   । ରୋଗୀର  ଆତ୍ମୀୟସ୍ଵଜନମାନେ  ପ୍ରଭୁତ  ମନସ୍ତାତ୍ତ୍ଵିକ  ଓ ଭାବାବେଗ   ଜନିତ  ସମସ୍ୟାର  ସମ୍ମୁଖୀନ ହୋଇଥାନ୍ତି  । ଏଥିସହିତ  ଏହି ସଂକ୍ରମଣରୁ  ସାମୟିକ   ଆରୋଗ୍ୟ  ହେବା ପାଇଁ  ପର୍ଯ୍ୟାପ୍ତ  ଅର୍ଥ  ଆବଶ୍ୟକ  ହୋଇଥାଏ  । ସଂକ୍ରମିତ  ବ୍ୟକ୍ତିର  କାର୍ଯ୍ୟଦକ୍ଷତା  ହ୍ରାସ  ପାଇ  ସେ ପରିବାର   ଉପରେ   ବୋଝ  ହୋଇଥାଏ  ।  ଏ  କ୍ଷେତ୍ରରେ  ପରାମର୍ଶର   ଭୂମିକା  ଅତ୍ୟନ୍ତ   ଗୁରୁତ୍ୱପୂର୍ଣ୍ଣ  ।

ଏଚ. ଆଇ.ଭି / ଏଡସ୍  ଜନିତ  ପରାମର୍ଶ , ସଂକ୍ରମିତ  ବ୍ୟକ୍ତି  ତଥା  ପରିବାର  ଓ ଗୋଷ୍ଠୀର  ଯଥେଷ୍ଟ  ସାହାଯ୍ୟ  କରିଥାଏ

ବିପଦପୂର୍ଣ୍ଣ ଆଚରଣରେ   ପରିବର୍ତ୍ତନ   ଆଣିବାରେ  ମଧ୍ୟ  ସାହାଯ୍ୟ  କରିଥାଏ  । କେବଳ  ଜଣେ  ଲୋକ ଏ ବାବଦରେ  ଜାଣିଗଲେ  ଯେ  ତାହାର  ବ୍ୟବହାରିକ ପରିବର୍ତ୍ତନ  ଆସିଯିବ , ତାହା  ନୁହେଁ , ଏହି ପରାମର୍ଶ  ମାଧ୍ୟମରେ  ଜଣେ  ବହୁତ  କିଛି ଶିଖିଥାଏ  । ଯଥା  ନିରାପଦ  ଯୌନକ୍ରିୟା  ଓ ସାମାଜିକ  ଦାୟିତ୍ଵ   । ବ୍ୟବହାରିକ  ପରିବର୍ତ୍ତନ  ଜଣେ  ଲୋକକୁ  ଏଚ.ଆଇ.ଭି  ସଂକ୍ରମଣଠାରୁ  ଦୂରେଇ  ରଖିଥାଏ   ଏବଂ  ସଂକ୍ରମିତ  ବ୍ୟକ୍ତି  ମଧ୍ୟ ଅନ୍ୟକୁ  ରୋଗ ସଂକ୍ରମଣ  କରିବାରେ  ଯଥେଷ୍ଟ  ଯତ୍ନଶୀଳ  ହୋଇଥାଏ   ।

ଏଚ.ଆଇ.ଭି / ଏଡସ୍ ପରାମର୍ଶ କ”ଣ ?

ଏଚ.ଆଇ.ଭି / ଏଡସ୍  ପରାମର୍ଶ , ପରାମର୍ଶଦାତା ଏବଂ ପରାମର୍ଶ ଗ୍ରହିତାଙ୍କ  ମଧ୍ୟରେ ଏକ  ପ୍ରକାର  କଥୋପକଥନ  ଅଟେ  ।

ଏଚ.ଆଇ.ଭି/ଏଡସ୍ ପରାମର୍ଶ  ସେବା  ବା  ଏଚ.ଆଇ.ଭି  ସମ୍ପର୍କିତ  ଯତ୍ନରୁ  ହିଁ  ଏହି ପ୍ରକ୍ରିୟା  ଆରମ୍ଭ  ହୋଇଥାଏ  । ଏଥିରେ  ଅନ୍ତର୍ଗତ  ଯତ୍ନ  ମୁଖ୍ୟତ  ସ୍ୱାସ୍ଥ୍ୟ , ସାମାଜିକ ସେବା  ସୁବିଧା , ଯେଉଁଠାରୁ ଜଣେ  ଯତ୍ନ ଓ ସାମାଜିକ  ସାହାଯ୍ୟ  ପାଇଥାଏ   ।

ଏହାର  ଦୁଇଟି  ମୁଖ୍ୟ  ଉଦ୍ଦେଶ୍ୟ  ହେଲା :-

-    ଏଚ.ଆଇ.ଭି  ସଂକ୍ରମିତ  ବ୍ୟକ୍ତିମାନଙ୍କୁ  ସାମାଜିକ ଓ ମନସ୍ତାତ୍ତ୍ଵିକ   ସେବା   ଯୋଗାଇଦେବା  ।

-     ଏଚ.ଆଇ.ଭି  ସଂକ୍ରମଣର  ପ୍ରତିରୋଧ  ।

ଏହି ଲକ୍ଷ୍ୟ ନିମ୍ନଲିଖିତ  ମାଧ୍ୟମରେ  ସାଧିତ   ହୋଇଥାଏ  ।

୧ .ଏଚ.ଆଇ.ଭି /ଏଡସ୍  ସମ୍ବନ୍ଧୀୟ  ସୂଚନା  ପ୍ରଦାନ  (ସଂକ୍ରମଣର  ମାଧ୍ୟମ , ପ୍ରତିଷେଧକ , ପରୀକ୍ଷା )

୨ . ସଂକ୍ରମିତ  ବ୍ୟକ୍ତିର  ପରିବାର , ବନ୍ଧୁମାନଙ୍କୁ  ଭାବାବେଗଜନିତ ସମସ୍ୟା  ସମାଧାନରେ  ସାହାଯ୍ୟ  କରିବା  ।

୩ . ପ୍ରତିଷେଧାତ୍ମକ  ବ୍ୟବସ୍ଥା ସମ୍ବନ୍ଧୀୟ  ସୂଚନା  ପ୍ରଦାନ   ।

୪ .ସଂକ୍ରମଣର  ପ୍ରତିଷେଧ  ଓ ନିରାକରଣ  ପାଇଁ  ଆବଶ୍ୟକୀୟ ବ୍ୟବହାରିକ  ପରିବର୍ତ୍ତନକୁ  ଉତ୍ସାହିତ  କରିବା  ।

ପରାମର୍ଶ  ଦ୍ଵାରା  ପ୍ରଦତ୍ତ  ଶାରୀରିକ  ସାହାଯ୍ୟ  ଜଣେ  ବ୍ୟକ୍ତିର  ମାନସିକ  ଦାୟିତ୍ଵକୁ  ବୃଦ୍ଧି  କରିଥାଏ  । ଏହା ଦ୍ଵାରା  ବ୍ୟକ୍ତି   ନିଜେ  ଜାଣିପାରେ  ଯେ , ସେ କି ପ୍ରକାର ସମସ୍ୟାର  ସମ୍ମୁଖୀନ  ହେଉଅଛି  ଏବଂ  ସେହି  ଅନୁସାରେ  ନିଜର  ବ୍ୟକ୍ତିଗତ  ନିଷ୍ପତି  ନେବାରେ  ସଫଳ  ହୋଇଥାଏ  । ଏଚ.ଆଇ.ଭି/ଏଡସ୍ ସଂକ୍ରମଣର  ସଫଳ  ମୁକାବିଲାର ଆତ୍ମବିଶ୍ଵାସ  ବୃଦ୍ଧି  ଏହି  ପରମର୍ଶର  ଏକ ଅବିଚ୍ଛେଦ  ଅଙ୍ଗ  ଅଟେ  ।

ଏହି ପରାମର୍ଶ  ପ୍ରଦାନ କରିବାର  କୌଶଳ  ପାରିପାର୍ଶ୍ଵିକ  ଅବସ୍ଥା , ରୋଗୀର  ମାନସିକ ଅବସ୍ଥା , କାଳ , ପାତ୍ର , ସ୍ଥାନକୁ  ନେଇ  ଭିନ୍ନ ଭିନ୍ନ  ହୋଇଥାଏ  । ଫଳପ୍ରଦ  ପରାମର୍ଶ  ପ୍ରଦାନର ସେପରି  କୌଣସି  ରୂପରେଖ  ନାହିଂ  । ଏହା ମଧ୍ୟ  ଖାଲି  କ୍ଲିନିକ୍   ବା ଡାକ୍ତର  ରୋଗୀ  ମଧ୍ୟରେ  ସୀମାବଦ୍ଧ  ହୋଇ  ରହିବା  ଉଚିତ୍  ନୁହେଁ  । ଏହା  ପ୍ରାୟ  ସାମୟିକ  ବାର୍ତ୍ତାଳାପ  ସହିତ  ସମାନ  । ରୋଗୀର  ସମସ୍ୟା  ସମାଧାନରେ  ଉତ୍ତମ  ଭୂମିକା  ଗ୍ରହଣ  କରିଥାଏ  ।

କେଉଁମାନଙ୍କ  ପାଇଁ  ଏହି  ପରାମର୍ଶ :

ଏହା  ବ୍ୟକ୍ତି , ଦମ୍ପତି , ପରିବାର  ବା  ଗୋଷ୍ଠୀ  ପାଇଁ  ଉଦ୍ଦିଷ୍ଟ  ବିଶେଷ   କରି  ନିମ୍ନଲିଖିତ  ବ୍ୟକ୍ତିମାନଙ୍କୁ  ଏହା  ପ୍ରଦାନ  କରାଯାଇ  ପାରିବ  ।

୧ . ଏଚ.  ଆଇ.  ଭି  ସଂକ୍ରମଣର  ପରୀକ୍ଷା  ପାଇଁ   ଉଦ୍ଦିଷ୍ଟ   ବ୍ୟକ୍ତି  ।

୨ . ଏଚ.  ଆଇ.  ଭି/ଏଡସ୍ ରେ   ଆକ୍ରାନ୍ତ ବ୍ୟକ୍ତି  ଓ  ସେମାନଙ୍କର   ସାଥି  ।

୩ . ଏଚ.  ଆଇ.  ଭି ସଂକ୍ରମଣ  ଦ୍ଵାରା  ବିଭିନ୍ନ  ପ୍ରକାର  ସୁବିଧା  ସୁଯୋଗ  ଯଥା  ଚାକିରୀ , ଗୃହ  ପାଇବାରୁ  ବଞ୍ଚିତ  ବା  ଅବହେଳିତ  ହେଉଥିବା  ବ୍ୟକ୍ତି  ।

୪ . ପୁରୁଷ ବା ନାରୀ  ଯେଉଁମାନଙ୍କର  ଏକରୁ  ଅଧିକ  ଯୌନ  ସାଥି  ଥାଆନ୍ତି  ।

୫ . ଡ୍ରଗ ସେବନକାରୀ  ବ୍ୟକ୍ତି  ।

୬ . ଅପରୀକ୍ଷିତ  ରକ୍ତଜାତ  ପଦାର୍ଥ  ଗ୍ରହଣ  କରୁଥିବା   ବ୍ୟକ୍ତିଙ୍କ  ପାଇଁ  ଏଚ.ଆଇ.ଭି /ଏଡସ୍ ର  ପରାମର୍ଶ  ଏକାନ୍ତ   ଆବଶ୍ୟକ  । ଏହା   ପରାମର୍ଶ  ପ୍ରଦାନକାରୀ  ଓ ପରାମର୍ଶ  ଗ୍ରହଣ   କରୁଥିବା  ବ୍ୟକ୍ତିର  ମୌଳିକ  ଅଧିକାର   ଅଟେ , ଯେପରି କି  ଏହା  କାନକୁ  ଦୁଇକାନ  ହୁଏ ନାହିଂ , କିନ୍ତୁ  ପରିସ୍ଥିତିକୁ  ଦେଖି  ଏଥିରେ  ବ୍ୟତିକ୍ରମ  ଦେଖାଯାଇଥାଏ , ଯାହା ଦ୍ଵାରା  ଏହି ଗୋପନୀୟତା  ରୋଗୀଠାରେ  ସୀମିତ  ହୋଇ ରହେ  ନାହିଂ । ଯଥା – ରୋଗୀର  ପରିବାର , ଡାକ୍ତରଙ୍କୁ  ସୂଚନା  ଦେବାକୁ  ପଡିଥାଏ   ।

ଏଚ.ଆଇ.ଭି  ସଂକ୍ରମଣର  ବିପଦପୂର୍ଣ୍ଣ   ଗୋଷ୍ଠୀମାନଙ୍କ ପାଇଁ  ମଧ୍ୟ  ଏହି   ପରାମର୍ଶ  ଗ୍ରହଣୀୟ , ଯାହାଦ୍ୱାରା   ସେମାନଙ୍କ  ମଧ୍ୟରୁ  ଅନେକ  ପ୍ରତିଷେଧାତ୍ମକ  ବ୍ୟବସ୍ଥା  ଆପଣେଇ  ପାରିବେ  । ଏପରିସ୍ଥିତିରେ ପରାମର୍ଶଦାତା ବିଭିନ୍ନ ପ୍ରକାର  ବିପଦପୂର୍ଣ୍ଣ  ବ୍ୟବହାରର  ବିଚାର  ଆଲୋଚନା  କରି  ଏହାର  ପରିବର୍ତ୍ତନରେ  ସାହାଯ୍ୟ  କରିଥାଏ   ।

ପରାମର୍ଶଦାତା  ମଧ୍ୟ  ଅନ୍ୟାନ୍ୟ  ବିଷୟ  ଯଥା :

ରୋଗୀ  ସହିତ  ମିଶୁଥିବା  ବ୍ୟକ୍ତିଙ୍କ  ପ୍ରତି  ମଧ୍ୟ ଧ୍ୟାନଦେବା  ଉଚିତ , ଉଦାହରଣ  ସ୍ୱରୂପ ଆମ ସମାଜରେ  ଏପରି  କେତେକ  ସଂସ୍କୃତି  ଅଛି   ଯେଉଁଠାରେ  ଜଣେ  ପୁରୁଷ   ଅନେକ  ସ୍ତ୍ରୀ  ଗ୍ରହଣ   କରିଥାଏ  । ଏ କ୍ଷେତ୍ରରେ  ପୁରୁଷକୁ  ସମାଜର   ନିତି  ନିୟମ  ମାନି  ଚଳିବାକୁ  ପଡିଥାଏ  । ତେଣୁ  ସାମାଜିକ  ସାଂସ୍କୃତିକ  ଦିଗ  ଉପରେ   ଆଧାରିତ   ବିକଳ୍ପ  କି ପ୍ରକାର  ହୋଇପାରିବ  ସେଥିପ୍ରତି  ଧ୍ୟାନ  ଦେବା  ଆବଶ୍ୟକ   । ଯଦି  ଏ ପରିସ୍ଥିତିରେ  ବିପଦପୂର୍ଣ୍ଣ  ଆଚରଣର  ସମ୍ଭାବନା  ଅଛି  ତେବେ  ଏଚ.ଆଇ.ଭି/ଏଡସ୍ ଯାଞ୍ଚ  ଅବଶ୍ୟମ୍ଭାବି  । କେତେକ  ସ୍ଥାନରେ   ପରୀକ୍ଷାର  ସୁବିଧା  ସୁଯୋଗ  ନଥାଏ , ଏଣୁ  ପରାମର୍ଶର  ଗୁରୁତ୍ଵ  ଏଠାରେ  ଯଥେଷ୍ଟ   ବେଶୀ  ।

କେଉଁମାନେ   ପରାମର୍ଶ  ଦେଇପାରିବେ :

୧ .  ନର୍ସ , ସ୍ୱାସ୍ଥ୍ୟକର୍ମୀ  ଏବଂ  ଯେଉଁମାନେ  ଏହି  ପରାମର୍ଶ  ଦେବାରେ   ପ୍ରଶିକ୍ଷଣ   ପାଇଥାନ୍ତି  ।

୨ .  ପରାମର୍ଶଦାତା  ଓ  ମନୋବିଜ୍ଞାନୀ  ।

୩ .  ଧର୍ମୀୟ ସଂଗଠନ  ବ୍ୟକ୍ତି , ଗୋଷ୍ଠୀରେ  ବିକାଶ  କାର୍ଯ୍ୟ  କରୁଥିବା  ବ୍ୟକ୍ତି  ।

୪ .  ଏଚ.ଆଇ.ଭି/ଏଡସ୍   ସଂକ୍ରମିତ  ବ୍ୟକ୍ତି  (ପରାମର୍ଶ  ପ୍ରଶିକ୍ଷଣ  ପାଇସାରିବା  ପରେ ) ।

କେଉଁଠାରେ  ପରାମର୍ଶ  ପ୍ରଦାନ  କରାଯାଇପାରିବ ?

ଏହା  ଡାକ୍ତରଖାନା , ଯୌନ ରୋଗ  କ୍ଲିନିକ୍ , ପରିବାର  ନିୟୋଜନ  କ୍ଲିନିକ୍ , ଉକ୍ତ  ପ୍ରଦାନ  ସ୍ଥାନ , ସାମୁଦାୟିକ  ସ୍ଵାସ୍ଥକେନ୍ଦ୍ର , ସ୍କୁଲ୍ , ଚର୍ଚ୍ଚ  ଇତ୍ୟାଦିରେ  ଦିଆଯାଇପାରିବ  । ଏଚ.ଆଇ.ଭି  ସଂକ୍ରମଣର ପ୍ରାର୍ଦୁଭାବକୁ   ଧ୍ୟାନଦେଇ  ସଂପୃକ୍ତ  ସ୍ଥାନରେ  ମଧ୍ୟ  ଏହା   ପ୍ରଦାନ  କରାଯାଇପାରିବ  । ଯେଉଁ  ସ୍ଥାନରେ  ଏଚ.ଆଇ.ଭି  ସଂକ୍ରମଣ  ପ୍ରାର୍ଦୁଭାବ  ବେଶୀ  ସେଠାରେ  ମଧ୍ୟ  ପରାମର୍ଶ ପ୍ରଦାନ  କରାଯାଇପାରିବ  ।

ପରାମର୍ଶ  ବନାମ  ସ୍ୱାସ୍ଥ୍ୟଶିକ୍ଷା  :

ଏହି  ଦୁଇଟିର  ପ୍ରାୟ  ଅନେକ  ଦିଗ  ସମାନ  ଯଥା  ପରାମର୍ଶଦାତାଙ୍କ  ଦକ୍ଷତା , ଏଚ.ଆଇ.ଭି   ପ୍ରତିଷେଧକ  ଓ ଯତ୍ନ  ଉପରେ ଅଗାଧ  ଜ୍ଞାନ , ସଂସ୍କୃତି , ପରାମର୍ଶ  ଗ୍ରହଣକାରୀଙ୍କ  ଜ୍ଞାନ , ଇଚ୍ଛା , ଆବଶ୍ୟକତା  ଇତ୍ୟାଦି କିନ୍ତୁ ଏଚ.ଆଇ.ଭି/ଏଡସ୍  ପରାମର୍ଶ  ଏକ  ଗୁପ୍ତ  ଯୋଗାଯୋଗ  ଯାହା  ପରାମର୍ଶ  ଗ୍ରହଣକାରୀଙ୍କ  ଆବଶ୍ୟକତା  ଅନୁଯାୟୀ  ପ୍ରଦାନ   କରାଯାଇଥାଏ  । ଏଥିରେ  ଭାବାବେଗ  ଜନିତ  ପରାମର୍ଶକୁ  ପ୍ରାଧାନ୍ୟ  ଦିଆଯାଇ  ସମସ୍ୟା   ସମାଧାନ  କରାଯାଇଥାଏ  ।

ଏଚ.ଆଇ.ଭି/ଏଡସ୍   ଉପରେ  ଶିକ୍ଷା  ଅନ୍ୟପକ୍ଷରେ  ଏକ  ଯୋଗାଯୋଗ  ଯେଉଁଥିରେ  ଏକାନ୍ତ  ବା  ଗୁପ୍ତ  କିଛି ନଥାଏ  । ଏହା ସାଧାରଣତଃ  ଜନ  ସ୍ୱାସ୍ଥ୍ୟ ସମସ୍ୟା ଉପରେ  ଆଧାରିତ  ଯଥା ଏଚ.ଆଇ.ଭି ସଂକ୍ରମଣର  ପ୍ରତିଷେଧକ , ରୋଗୀପ୍ରତି  ଭେଦଭାବ  ମନୋବୃତ୍ତି , ଏବଂ  ଯତ୍ନ  ବା  ସେବା  ବିଷୟରେ  ଶିକ୍ଷା  ଦିଆଯାଇଥାଏ   ।

ଏଣୁ  ଏଚ.ଆଇ.ଭି/ଏଡସ୍  ପରାମର୍ଶରେ  ଯୋଗାଯୋଗର  ମହତ୍ତ୍ଵ  ଗୁରୁତ୍ୱପୂର୍ଣ୍ଣ  । ଏଥିରେ  ଜଣେ ଅନ୍ୟ ଜଣଙ୍କ ସହିତ  ଯୋଗାଯୋଗ  ସ୍ଥାପନ  କରିଥାଏ , ଯାହା  ମୁଖ୍ୟତ  ଯୋଗାଯୋଗ  ଦକ୍ଷତା  ବାର୍ତ୍ତାଳାପ   ଦକ୍ଷତା  ଓ ଶୁଣିବା  ଉପରେ   ପର୍ଯ୍ୟବେଶିତ  ।

ସମ୍ପୂର୍ଣ୍ଣ  ପରାମର୍ଶ

ଏହା  କିପରି  ଏଚ.ଆଇ.ଭି/ଏଡସ୍/ଯୌନ  ରୋଗୀଙ୍କ  ପାଇଁ  ହିତସାଧନ  କରିଥାଏ  ।

ଗତ କିଛି  ବର୍ଷ ହେଲା  ଏହା   ଉପରେ   ଯଥେଷ୍ଟ  ଗୁରୁତ୍ଵ  ଆରୋପ  କରାଯାଇଛି  । ସମ୍ପୂର୍ଣ୍ଣ  ସ୍ୱାସ୍ଥ୍ୟ  ଏକ  ପ୍ରକାର  ଅବସ୍ଥା  ଯେଉଁଥିରେ  ବିଶେଷକରି  ନିମ୍ନଲିଖିତ  ଦିଗପ୍ରତି   ଧ୍ୟାନ ଦିଆଯାଇଥାଏ  ଯଥା : ରୋଗରୁ  ମୁକ୍ତି ପାଇବା  ପାଇଁ  ବିକଳ୍ପ  ଉପାୟ  ଏବଂ  ଉତ୍ତମ  ସ୍ୱାସ୍ଥ୍ୟ  । ଏଣୁ  ଏହି  ସମ୍ପୂର୍ଣ୍ଣ ପରାମର୍ଶ  ଏକ  ବହୁମୁଖୀ   ଉଦ୍ୟମ  ଅଟେ , ଯାହା   କେବଳ  ପରାମର୍ଶର କେତୋଟି  ଦିଗରେ   ସୀମିତ  ନୁହେଁ , ବରଂ  ପ୍ରତିଷେଧକର  ଅନ୍ୟାନ୍ୟ   ଦିଗକୁ  ଯଥେଷ୍ଟ  ଧ୍ୟାନ  ଦେଇଥାଏ   । ଏଥିରେ  ପରାମର୍ଶଦାତା  ରୋଗୀର  ମାନସିକ  ଚାପର  ପ୍ରତିରୋଧ , ଶାରୀରିକ  କାର୍ଯ୍ୟକ୍ଷମ ହେବା  ପାଇଁ  ଉତ୍ସାହ , ପୋଷଣ ଶିକ୍ଷା  ଓ ଆରୋଗ୍ୟ  ଉପରେ  ଅଧିକ ମନୋନିବେଶ  କରିଥାଏ   । ଆମ  ସମସ୍ତଙ୍କ  ଭଳି  ଜଣେ ଏଚ.ଆଇ.ଭି/ଏଡସ୍  ରୋଗୀ  ସ୍ନେହ , ଶ୍ରଦ୍ଧା , ଏବଂ ବିଶେଷକରି  ସମାଜରେ  ହତାଦାର  ନ ହୋଇ ଜୀବନ  ବିତାଇବା  ଆବଶ୍ୟକ  । ତେଣୁ  ଏହି  ସମ୍ପୂର୍ଣ୍ଣ   ପରାମର୍ଶରେ   ସମସ୍ତଙ୍କ  ସହିତ ମିଶିବା ଓ ଜ୍ଞାନ  ଆବଣ୍ଟନକୁ  ଗୁରୁତ୍ଵ   ଦିଆଯାଇଥାଏ  । ଏଥିରେ  ପରାମର୍ଶଦାତା  ରୋଗୀର  ଜୀବନଶୈଳୀ  ସମ୍ପୂର୍ଣ୍ଣ  ପରିବର୍ତ୍ତନ  କରି  ରୋଗୀ ଯେପରି  ସମାଜରେ  ଜଣେ  ଦାୟିତ୍ଵପୂର୍ଣ୍ଣ   ନାଗରିକ  ଭାବରେ   ଜୀବନ  ଧାରଣ  କରିପାରିବ , ତାହାର  ଯତ୍ନ   ନେଇଥାଏ  ।

ତାତ୍ପର୍ଯ୍ୟ

୧ . ସମଦୃଷ୍ଟି – ଦେହ , ମନ , ଅନୁଭବ , ଆତ୍ମା  ଓ  ଜୀବନଶୈଳୀ  ମଧ୍ୟରେ  ସମନ୍ଵୟ  ।

୨ . ପରାମର୍ଶର  ଲକ୍ଷ୍ୟ  ବ୍ୟକ୍ତିର  ସର୍ବାଙ୍ଗୀନ  ଉନ୍ନତି  ।

୩ . ପରାମର୍ଶଦାତା  ରୋଗୀର  ପରିସ୍ଥିତି  ସହିତ  ସାମିଲ  ହୋଇ  ପରାମର୍ଶ  ପ୍ରଦାନ  କରିଥାଏ   ।

୪ . ମାନସିକ  ଚାପରୁ  ମୁକ୍ତି  ଓ ରୋଗୀ  ଯେପରି  ସ୍ଵଚ୍ଛନ୍ଦରେ  ଜୀବନ  ଧାରଣ କରିପାରିବ , ସେ  ସେ  ବାବଦରେ  ସଚେତନତା  ସୃଷ୍ଟି  ।

ପରାମର୍ଶଦାତା  ବ୍ୟକ୍ତିର   ଶାରୀରିକ , ଆବେଗିକ  ଓ ଆଧ୍ୟାତ୍ମିକ  ଦିଗକୁ  ବିକାଶ   କରାଇବାରେ  ସାହାଯ୍ୟ  କରିଥାଏ   । ଏଚ.ଆଇ.ଭି/ଏଡସ୍ ରେ  ଆକ୍ରାନ୍ତ  ବ୍ୟକ୍ତିକୁ  ସାହାଯ୍ୟ  ସହଯୋଗ  ସେମାନଙ୍କର  ଆରୋଗ୍ୟ  ପ୍ରକ୍ରିୟାକୁ  ତ୍ୱରାନ୍ୱିତ  କରିଥାଏ , ଯାହା ଦ୍ଵାରା  ସେମାନେ  ଖୋଲାଖୋଲି  ଭାବରେ  ସମସ୍ୟା    ଉତ୍ ଥାପିତ  କରିଥାନ୍ତି  । ଥରେ  ସେମାନଙ୍କ  ମନରେ  ବିଶ୍ଵାସ   ଆସିଗଲେ , ଧିରେ ଧିରେ  ସେମାନଙ୍କର  ଦୁଃଖ  ଓ ବିଶାଦ  ମନରୁ  ଲୋପପାଇ  ବଞ୍ଚିବାର  ଆତ୍ମବିଶ୍ଵାସ  ସୃଷ୍ଟି   ହୋଇଥାଏ  ।

ଯେତେବେଳେ  ଜଣେ  ସମ୍ପୂର୍ଣ୍ଣ  ସ୍ଵାସ୍ଥ୍ୟକୁ  ବୁଝାଯାଏ , ତାହାର  ମାନସିକ  ଅବସ୍ଥା  ସକାରାତ୍ମକ  ହୋଇଥାଏ   ଏବଂ ତାହାର  କାର୍ଯ୍ୟକଳାପ  ତାକୁ ଭଲ  ଭାବରେ  ବଢିବାର  ଉପାଦାନ  ଯୋଗାଇଥାଏ  ।

ସକ୍ରିୟ  ଶ୍ରବଣ

ଏହା  ପରାମର୍ଶ  ପଦ୍ଧତିର  ଏକ  ଅବିଛେଦ୍ୟ  ଅଙ୍ଗ   । ଏଥିରେ  ଧୌର୍ଯ୍ୟର  ସହିତ  ରୋଗୀ  କଥା  ଶୁଣିବା  ଓ  ରୋଗୀକୁ  ପରାମର୍ଶ   ଦେବା  ଇତ୍ୟାଦି   ରହିଥାଏ   । ଯଦିଓ  ଏହି ଶୁଣିବା   ବହୁତ  ଗୁରୁତ୍ୱପୂର୍ଣ୍ଣ  ତଥାପି  କେତେ  ଶୁଣିବା  ଓ  କେତେ  ନ ଶୁଣିବା  ମଧ୍ୟରେ  ସନ୍ତୁଳନ  ରହିବା  ଆବଶ୍ୟକ   । ଯଦି ଜଣେ  ଖାଲି  ଶୁଣନ୍ତି  ତେବେ  ପରାମର୍ଶର  ଧାରା  ବଦଳିଯାଇପାରେ  । ସେହିପରି  ପରାମର୍ଶଦାତା  ଯଦି ରୋଗୀ  କଥା  ନଶୁଣନ୍ତି  ତେବେ  ପରାମର୍ଶ  ଫଳପ୍ରଦ  ହୋଇ  ନଥାଏ  ।

କାହିଁକି  ଶୁଣିବା ?

୧ . ଏହା ଦ୍ଵାରା  ରୋଗୀ  ଏବଂ  ପରାମର୍ଶଦାତାଙ୍କ  ମଧ୍ୟରେ  ଏକ  ଯୋଗସୂତ୍ର  ସ୍ଥାପନ  ହୋଇଥାଏ  । ରୋଗୀ  ନିଜ  ଲୋକ  ଭାବି ଖୋଲା  ହୃଦୟରେ  ପରାମର୍ଶଦାତାଙ୍କ  ପାଖରେ  ସବୁ  ପ୍ରକାଶ  କରିଥାଏ   ।

୨ . ଧୌର୍ଯ୍ୟର  ସହିତ  ଶୁଣିବା  ଦ୍ଵାରା  ରୋଗୀକୁ  ଉପଯୁକ୍ତ  ପରାମର୍ଶ  ଦେଇହୁଏ  ।

୩ . ଏହା  ଦ୍ଵାରା ରୋଗୀ   ଉତ୍ସାହିତ  ହୋଇ  ସମସ୍ୟା  ଉପରେ  ବିଶେଷ  ଧ୍ୟାନ  ଦେଇଥାଏ  ।

୪ . ଏହା ଦ୍ଵାରା  ରୋଗୀ  ପ୍ରଭାବିତ  ହୋଇ  ସେ ନିଜେ  ଶୁଣିବା  ପାଇଁ   ଉତ୍ସାହିତ   ହୋଇଥାଏ  ।

ଶୁଣିବାରେ  ବାଧା  ବା  ସମସ୍ୟା :

କ .   ରୋଗୀ  କଥା  ଅଳ୍ପ  ଶୁଣି   ନିଷ୍ପତ୍ତି  ଜଣାଇବା  ।

ଖ .   ବାହ୍ୟ  କାରଣ   ପାଇଁ  ବାର୍ତ୍ତାଳାପ   ସମୟରେ  ବାରମ୍ବାର   ବାଧା   ଉପୁଯିବା  ।

ଗ .   ଭଲଭାବରେ   ନ ଶୁଣି  ରୋଗୀକୁ  ଗୋଟିଏ  କଥା  ବାରମ୍ବାର  ପଚାରିବା  ।

ଘ .   ରୋଗୀକୁ  ଉପଦେଶ  ଦେବା  ଓ  ରୋଗୀ  ପାଇଁ   ସମସ୍ୟା  ସମାଧାନର   ବାଟ  ରୋଗୀ ଉପରେ   ଲଦିଦେବା  ।

ଆମେ  କିପରି  ଶୁଣୁ

ସ୍ପଷ୍ଟତା , ପାରାଫ୍ରେଜିଙ୍ଗ , ଅନୁଭବର  ପ୍ରତିଫଳନ ଏବଂ ସାରମର୍ମ ଶ୍ରବଣର  ମୁଖ୍ୟ  ବିଷୟ  ଅଟେ  ।

କ .  ସ୍ପଷ୍ଟତା  :

ରୋଗୀ  କିଛି  ସନ୍ଦେହ  ମୂଳକ  ବା  ଭ୍ରମାତ୍ମକ  ଉତ୍ତର ଦେଇଥାଏ , ଏହା   ମୁଖ୍ୟତଃ  “ ଆପଣ  ଭାବୁଛନ୍ତି  କି ” ବା  “ ଆପଣ   କହୁଛନ୍ତି କି ” ବା  ଆପଣ  ବର୍ଣ୍ଣନା  କରିପାରିବା  ସହିତ  ରୋଗୀ  କହିଥିବା କଥା  ଦୋହୋରା  ଯାଇଥାଏ  ।

ଉଦାହରଣ  ସ୍ୱରୂପ :

୧ .  ପରାମର୍ଶଦାତାଙ୍କ  ସ୍ପଷ୍ଟତା

ଆପଣ  କହୁଛନ୍ତି  କି  ଆପଣ  ଏବେ  ସେ କଠିନ   କାମ  କରିପାରିବେ , ଆପଣଙ୍କର  ସେ ଆତ୍ମବିଶ୍ଵାସ  ଅଛି ଯେ , ଆପଣ   ନିଜେ  ନିଜେ   ନିଷ୍ପତି   ନେଇପାରିବେ   ।

ରୋଗୀ : ହଁ

୨ .  ପରାମର୍ଶଦାତାଙ୍କ  ସ୍ପଷ୍ଟତା : ଆପଣଙ୍କର  କହିବାର  ଅର୍ଥ  ଏହା  କି ଯେ , ଆପଣଙ୍କର  ଦୁଇଟି  ଯୌନକର୍ମୀଙ୍କ  ସହିତ  ସମ୍ପର୍କ  ଅଛି  ।

ରୋଗୀ : ଆଜ୍ଞା , ସେଇଟା  ମୋର  ସମସ୍ୟା  ।

ଏହି  ସବୁଦ୍ୱାରା  ପରାମର୍ଶଦାତା  ପରାମର୍ଶରେ  ଫଳପ୍ରଦତା  ବିଶ୍ଳେଷଣ  କେଇପାରିବେ   ।

ଖ . ପାରାଫ୍ରେଜିଙ୍ଗ :

ଏଥିରେ  ରୋଗୀର ମୁଖ୍ୟ  ବିଷୟବସ୍ତୁ , ପରାମର୍ଶଦାତାଙ୍କ  ଦ୍ଵାରା  ପୁନର୍ବାର  କୁହାଯାଇଥାଏ  । ଏଣଯୁ ପାରଫ୍ରେଜିଙ୍ଗ୍ ର  ସାରମର୍ମ  ହେଲା  ରୋଗୀର କଥାକୁ  ପୁନର୍ବାର  କହିବା , ଉଦାହରଣ  ସ୍ୱରୂପ :

୧ . ରୋଗୀ :

ଆପଣ  ଜାଣନ୍ତି ମୋ ସ୍ଵାମୀ  ଗତବର୍ଷ  ମରିଗଲେ  ସେ  ବହୁତ  ଦୁର୍ବଳ  ଥିଲେ   ।  ଏବେ  ମୁଁ  ସବୁ  କାମ  କରୁଛି   । କେବଳ  ଏତିକି  ନୁହେଁ , ମୋତେ  ଏବେ  ସବୁ  ନିଷ୍ପତି  ନେବାକୁ  ପଡୁଛି  ।

ପରାମର୍ଶଦାତା : ଆପଣଙ୍କର  ସ୍ଵାମୀଙ୍କ  ଦେହାନ୍ତ  ପରଠାରୁ  ଆପଣ  ସମସ୍ତ  ଦାୟିତ୍ଵ   ବହନ  କରୁଛନ୍ତି  ।

ରୋଗୀ : ହଁ , ସମ୍ପୁର୍ଣ୍ଣ  ସତ୍ୟ  ।

ଫାରାଫ୍ରେଜ  ବ୍ୟବହାର  କରି

୧ . କୁହନ୍ତୁ , ଯେ  ଆପଣ  ସବୁ  ବୁଝିପାରନ୍ତି   ।

୨ . ରୋଗୀ  ଯେପରି  କିଛି  ନ  ଲୁଚାଏ  ସେଥିପ୍ରତି  ଧ୍ୟାନ ଦିଅନ୍ତୁ  ।

୩ . ଏକ ନିର୍ଦ୍ଧିଷ୍ଟ  ବିଷୟ  ଆଲୋଚନା  କରିବାରେ  ରୋଗୀକୁ  ସାହାଯ୍ୟ  କରନ୍ତୁ   ।

୪ . ରୋଗୀ ନିଷ୍ପତି   ନେବାରେ  ସାହାଯ୍ୟ  କରନ୍ତୁ   କିନ୍ତୁ  ନିଜ  ନିଷ୍ପତି  ରୋଗୀ  ଉପରେ  ଲଦି ଦିଅନ୍ତୁ  ନାହିଂ  ।

ଅନୁଭବର  ପ୍ରତିଫଳନ – ଏହା  ପାରାଫ୍ରେଜ ଭଳି   ପ୍ରାୟ  ସମାନ  କିନ୍ତୁ  ଅନୁଭବର   ପ୍ରତିଫଳନ  ପାରାଫ୍ରେଜରେ  ଛାଡି  ଯାଇଥିବା   ବିଷୟ  ବସ୍ତୁକୁ  ପୁନରୁଦ୍ଧାର  କରିଥାଏ  । ଏହା  ବହୁତ  କଷ୍ଟସାଧ୍ୟ କାରଣ  ଅନୁଭବ  ଅନେକ  ସମୟରେ  ଭୁଲ  ବୁଝାମଣାର  ଶିକାର ହୋଇଥାଏ   ବା  ବାସ୍ତବରୂପ   ଦେଇପାରେ  ନାହିଂ  ।

ପରାମର୍ଶଦାତାଙ୍କ  ପତିଫଳନ  ।

ଆପଣ   ଆପଣଙ୍କ   ପୁଅର  ବିଭାଗରରେ   ଖୁସି  । ଏଠାରେ  ଖୁସି , ରୋଗୀ ଅନୁଭବକୁ   ଉପସ୍ଥାପନ  କରିଥାଏ   ।

୧ . ଠିକ୍  ଭାବରେ   କରାଗଲେ  ରୋଗୀ  ମନରେ  ଆତ୍ମପ୍ରତ୍ୟୟ  ସୃଷ୍ଟି  ହୁଏ ଯେ ,  ତା  କଥା  ପରାମର୍ଶଦାତା  ଭଲଭାବରେ  ବୁଝିପାରିଛନ୍ତି  ।

୨ . ରୋଗୀ ଉଭୟ  ଭଲ ମନ୍ଦ  କହିବାରେ  ଉତ୍ସାହିତ  ହୋଇଥାଏ   ।

୩ . ରୋଗୀ  ମନରୁ  ରାଗ , ଦୁଃଖ , ଭୟ  ଦୂରେଇ  ଯାଏ  ।

ସାରମର୍ମ ଦ୍ଵାରା  ରୋଗୀର  କଥାବାର୍ତ୍ତାରେ  କେତେକ  ବିଷୟ  ପ୍ରାଞ୍ଜଳ  ଭାବରେ  ଜଣାପଡିଥାଏ , ଯାହାକୁ  କଥୋପକଥନର  ବିଷୟବସ୍ତୁ  କୁହାଯାଏ  । ପରାମର୍ଶଦାତା  ରୋଗୀ  କେଉଁଆଡକୁ   ଗୁରୁତ୍ଵ ଦେଉଛି  ବା  ବାରମ୍ବାର  କହୁଛି  ଜାଣି ପରାମର୍ଶ  ପ୍ରଦାନ  କରିଥାନ୍ତି  ।

(କ) ରୋଗୀ : ମୁଁ  ଜୀବନସାରା  ଶିକ୍ଷକତା  କରିବାକୁ  ଚାହେଁ   । ବର୍ତ୍ତମାନ  ମୁଁ  ସ୍ଥିର  ନିଶ୍ଚିତ ଯେ  ମୁଁ ଏହି ବାବଦରେ  କିଛି  ପଢିବା  ଉଚିତ୍  କିମ୍ବା  ଏଚ.ଆଇ.ଭି  ସଂକ୍ରମିତ  କି ନୁହେଁ  ଜାଣିବା  ପାଇଁ  ପରୀକ୍ଷା  କରିବା  ଉଚିତ୍  ? ପରାମର୍ଶଦାତାଙ୍କ  ସାରମର୍ମ : ଆପଣ ପଚାରୁଛନ୍ତି  ଶିକ୍ଷକତା   କରିବା  ଦିଗରେ ମନୋନିବେଶ କରିବେ  ନା  ରକ୍ତ  ପରୀକ୍ଷା  କରିବେ   ।

(ଖ) ସାରମର୍ମର  ଦ୍ଵିତୀୟ   ଉଦ୍ଦେଶ୍ୟ  ହେଲା କାଥାବାର୍ତ୍ତାରୁ  ଏକ  ମୁଖ୍ୟ ସମସ୍ୟା   ଚିହ୍ନଟ  କରିବା  ଉଦାହରଣ  ସ୍ୱରୂପ :

୩୫  ବର୍ଷର  ମହିଳା : ଆମର  ବିବାହ ବିଚ୍ଛେଦର  କାରଣ  ଥିଲା , ସେ ମୋତେ  ସବୁବେଳେ  ପଚାରୁଥିଲେ  କଅଣ  କରିବା  । ମୁଁ ତାଙ୍କୁ  ନାହିଂ  କରୁନଥିଲି  । ମୁଁ  ଭାବୁଥିଲି  ଜଣଙ୍କର  ଆବେଦନକୁ  ନାହିଂ କରିଦେବା   ମୋ  ପାଇଁ କଷ୍ଟକର  ଥିଲା  ।

ପରାମର୍ଶଦାତା : ଆପଣ  ମଧ୍ୟ  ଆପଣଙ୍କ  ସ୍ଵାମୀଙ୍କୁ  ନାହିଂ କରିପାରିବେ  ନାହିଂ  ବୋଲି  କହୁଛନ୍ତି   ।

(ଗ)  ଏକ ବା  ଏକାଧିକ  କଥୋପକଥନ ପରେ  କି ପ୍ରକାର  ପ୍ରଗତି  ହୋଇଛି ଜାଣିବା , ଉଦାହରଣ ସ୍ୱରୂପ –

ପରାମର୍ଶଦାତା : ପିଲା , ଆମେ  ୪୫ ମିନିଟ୍  ଧରି  କଥାବାର୍ତ୍ତା  ହେଉଛେ , ଆମର  ଆଉ  ୫ ମିନିଟ୍ ସମୟ  ଅଛି  । ଏହା ଭିତରେ   ଭଲ  ତୁମେ  ଆଗେଇ  ପାରିଛ , ତୁମର  ଏବେ  ସମସ୍ୟା ଗୁଡିକ  ସମାଧାନ  ହେବାରେ  ଲାଗିଛି  । ଆମର  ପରବର୍ତ୍ତୀ  କଥୋପକଥନ  ପୂର୍ବରୁ  ମୁଁ  ତୁମକୁ  ଏହି  ସବୁ ଘରକାମ  କରିବାକୁ  ଦେଉଛି  ।

ସାରମର୍ମ   ଏଥିପାଇଁ  ଦରକାର  ଯେ , ପରାମର୍ଶଗ୍ରହିତାଙ୍କ  ମୌଖିକ   ଓ ଠାର  କଥାବାର୍ତ୍ତାକୁ  ଭଲଭାବରେ  ଧ୍ୟାନ  ଦେବା  । ଏହା  ଦ୍ଵାରା  ପରାମର୍ଶ  ଗ୍ରହିତା   ନିଜର  ବ୍ୟବହାରିକ  ପରିବର୍ତ୍ତନରେ  ଅଧିକ   ସମର୍ଥ  ହୋଇଥାଏ  ।

-          ଆଖି  ଆଖିର  ମିଳନ

-          ମୁହଁର  ଭଙ୍ଗୀ

-          ହାତର  ଭଙ୍ଗୀ

-          ବସିବା  ସ୍ଥାନର   ଦୂରତା

-          ଆହାଃ , ହଁ  ଶବ୍ଦର  ଉଚ୍ଚାରଣ   ଇତ୍ୟାଦି

ଜଣେ  ଅନ୍ୟ  ଜଣଙ୍କର  କଥା  ଶୁଣିବା  ପାଇଁ  ଆବଶ୍ୟକ  ସମ୍ମାନ , ବାସ୍ତବତା  ଏବଂ ଗୁରୁତ୍ଵ  ଆରୋପ  ଉପରେ  ଯୋର  ଦିଆଯାଏ  ।

ଗୁରୁତ୍ଵ  ଆରୋପ : କଥାବାର୍ତ୍ତାରେ  ଗୁରୁତ୍ଵ ଆରୋପ , ଉଦାହରଣ  ସ୍ୱରୂପ :

ରୋଗୀ : ମୁଁ  ପିତାଙ୍କ  ସହ  କାମ  କରିବାକୁ  ଚାହିଁଲି  ହେଲେ ସେ ମୋପାଇଁ  ନିର୍ଦ୍ଦେୟ  ।

ବାସ୍ତବତା :

ରୋଗୀ ଓ ପରାମର୍ଶଦାତାଙ୍କ  ମଧ୍ୟରେ  ଯେପରି  ଭୂମିକା  ନରୁହେ , ଏହା  ଆବେଗିକ  ଗୁରୁତ୍ଵ  ହ୍ରାସ କରି  ଉଭୟଙ୍କ  ମଧ୍ୟରେ   ଏକ  ସୌହାର୍ଦ୍ଧ୍ୟ  ପୂର୍ଣ୍ଣ  ବାତାବରଣ  ସୃଷ୍ଟି  କରିଥାଏ   ।

ଯେଉଁ  ପରାମର୍ଶଦାତା   ନିଜର  ଗାରିମା , ଭୂମିକା , ପ୍ରଭୁତ୍ଵ  ନ ଦେଖାନ୍ତି  ସେମାନେ  ରୋଗୀ  ପାଖରେ   ସେତେଟା   ନିକଟତର  ହୋଇଥାନ୍ତି  ।

ସମ୍ମାନ :

ଏହାର  ଅର୍ଥ , ରୋଗୀକୁ  ଉପଯୁକ୍ତ  ସମ୍ମାନ  ଦେବା  । ଏହା ଦ୍ଵାରା  ରୋଗୀ ମନରୁ  ପରଭାବ  ଦୂରେଇ   ଯାଇ  ରୋଗୀ ପରାମର୍ଶଦାତାଙ୍କ  ନିକଟତର  ହୋଇଥାଏ   ।

କୁଶଳୀ  ପରାମର୍ଶଦାତା

୧ .   ଉତ୍ସାହ :

ରୋଗୀକୁ  ଉତ୍ସାହିତ  କରିବା ପରାମର୍ଶଦାତାଙ୍କ  ଏକ ମୁଖ୍ୟ  ଗୁଣ  ଅଟେ  । ଏହାଦ୍ୱାରା  ରୋଗୀ  ଉତ୍ସାହିତ  ହୋଇ  ନିଜ  ଉପରେ  ଆସ୍ଥାରଖି   ଜୀବନକୁ  ଅଧିକ  ଉପଯୋଗୀ  କରିଥାଏ   ।

୨ . ସୃଜନା :

ରୋଗୀର  ଆବଶ୍ୟକତାକୁ  ନେଇ  ପରାମର୍ଶଦାତା  ବିଭିନ୍ନ  ପ୍ରକାର  କୌଶଳ  ଯଥା  ସୃଜନଶୀଳତା , ସମନ୍ଵୟ  ଓ   ଆବଶ୍ୟକତା  ଆନୁଯାୟୀ  ପରିବର୍ତ୍ତନ   ବୁଝାଇଥାଆନ୍ତି  ।

୩ . ଆବେଗିକ  ଦୃଢତା :

ପରାମର୍ଶଦାତାର  ଆବେଗିକ  ଭାରସାମ୍ୟ  ରକ୍ଷା ନ  ହୋଇପାରିଲେ   ରୋଗୀର  କ୍ଷତି  ହେବାର  ସମ୍ଭାବନା  ଥାଏ   । ଏହାଦ୍ୱାରା   ରୋଗୀ  ମନରେ  ସନ୍ଦେହ  ଓ ଦ୍ଵିଧା  ସୃଷ୍ଟି  ହୋଇ  ରୋଗୀ ଅଧିକ  ନିରାଶ   ହୋଇଯାଏ  ।

୪ . ହୃଦୟଗ୍ରାହୀ  ଏବଂ  ଯତ୍ନଶୀଳ :

ଯେଉଁମାନଙ୍କର  ସାହାଯ୍ୟ  ସହଯୋଗର  ଆବଶ୍ୟକତା  ଆଛି , ସେମାନଙ୍କୁ  ସାହାଯ୍ୟ  କରିବା  ପରାମର୍ଶଦାତାଙ୍କର  କର୍ତ୍ତବ୍ୟ ଅଟେ  । ସେମାନେ  ଅନ୍ୟମାନଙ୍କର  ଆବେଗିକ  ସ୍ଥିତି  ପ୍ରତି  ଅଧିକ  ସମ୍ବେଦନଶୀଳ  ହୋଇଥାନ୍ତି  । ଏଡସ୍  ରୋଗୀ  ଏମାନଙ୍କଠାରୁ  ସାହାଯ୍ୟ  ଓ ଦୟା  ପାଇବା  ସହିତ , ଜୀବନକୁ  କିପରି   ସୃଜନାତ୍ମ   କରି ହେବ   ତାହାର   ଉପାଦାନ  ପାଇଥାନ୍ତି  ଏହାଦ୍ୱାରା   ରୋଗୀ  ସମ୍ମୁଖୀନ  ହେଉଥିବା  ସମସ୍ୟାକୁ  ଏହିଭାବ  ସମାଧାନ  କରିପାରେ  ।

୫ . ଆତ୍ମ  ଚେତନା :

ଆତ୍ମ  ଚେତନା  ଜଣେ  ପରାମର୍ଶଦାତାଙ୍କୁ  ଅଧିକ  ସହଯୋଗ  କରିଥାଏ  । ସେ ନିଜର  ସୀମାକୁ  ଭଲଭାବରେ  ଜାଣି  ରୋଗୀକୁ  ପରାମର୍ଶ  ଦେଇଥାନ୍ତି   ।

୬ . ସାମଗ୍ରିକ  ବିକାଶ :

ଏହାଦ୍ୱାରା  ରୋଗୀର  ସାମଗ୍ରିକ  ବିକାଶ  ହେବା  ସହିତ  ରୋଗୀ  ଉତ୍ସାହିତ  ହୋଇ  ଜୀବନକୁ  ଅଧିକ   ସରସ  ସୁନ୍ଦର  କରିବାରେ   ସମର୍ଥ  ହୋଇଥାଏ   ।

୭ . ଗୁଣାତ୍ମକ  ଆତ୍ମ  ସ୍ୱରୂପ :

ପରାମର୍ଶଦାତାଙ୍କର   ନିଜର  ଆତ୍ମାସ୍ଵରୂପ  ଦ୍ଵାରା  ରୋଗୀକୁ  ନକରାତ୍ମକ  ପ୍ରବୃତ୍ତିରୁ  କ୍ଷାନ୍ତ  କରି  ସକାରାତ୍ମକ   ଚିନ୍ତାଧାରା  ଆଣିବାରେ   ସାହାଯ୍ୟ  କରିଥାଏ  ।

୮ . ନିଜେ  ରୋଗୀ  ପାଇଁ  ନିଷ୍ପତି  ନ  ନେବା :

ରୋଗୀକୁ  ନିଷ୍ପତି  ନେବାରେ  ସାହାଯ୍ୟ  କରିବା , ପରାମର୍ଶଦାତା  ରୋଗୀ  ଉପରେ  ନିଜର  ମୂଲ୍ୟ  ଓ  ବିଚାରବୋଧ   ଲଦିଦେବା  ଉଚିତ  ନୁହେଁ  ଓ ରୋଗୀ ପାଇଁ  କେଉଁଟା  ଖରାପ ବିଚାର କରିବା  ଆଦୌ   ଉଚିତ   ନୁହେଁ  । ରୋଗୀ  ନିଜେ  ଯେପରି  ନିଜର  ସମସ୍ୟା  ସମାଧାନର ବାଟ  ଖୋଲିପାରିବ  ସେଥିପ୍ରତି  ରୋଗୀକୁ   ଉତ୍ସାହିତ  କରିବା  ଉଚିତ   ।

୯ . ସହୃଦୟତା , ସମ୍ମାନ :

ଏହି ଦୁଇଟି  ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ  ଅଟେ  ।

୧୦ . ଲୋକମାନଙ୍କ  ଉପରେ  ଆସ୍ଥା  ଓ  ବିଶ୍ଵାସ  :

ରୋଗୀମାନଙ୍କ  ସହିତ  ମିଶି  ସେମାନଙ୍କର  ସୁଖ  ଦୁଃଖରେ   ସାଥି  ହୋଇ  କାର୍ଯ୍ୟକଲେ  ରୋଗୀ  ଜୀବନ   ପ୍ରତି ଆଶା  ପୂର୍ଣ୍ଣ  ହୋଇଥାଏ  । ରୋଗୀର  ଆତ୍ମବଳ  ବୃଦ୍ଧି  ପାଇଥାଏ   ।

୧୧ . ଶିକ୍ଷାଲାଭ :

ଜଣେ  ଫଳପ୍ରଦ  ପରାମର୍ଶଦାତା  ଜୀବନସାରା  ଶିକ୍ଷା ଗ୍ରହଣ   କରିଥାନ୍ତି  । ନୂଆ  ପରାମର୍ଶଦାତାଙ୍କ ପାଇଁ  କେତୋଟି  ସାଧାରଣ   ସମସ୍ୟା

କ) ଗୋଟିଏ  ଘଟଣାରେ ରହିଯିବା  ଓ ଅନ୍ୟ  ବିଷୟକୁ  ଧ୍ୟାନ ନଦେବା  ।

ଖ) ରୋଗୀର  ଦୁଃଖ  ଲାଘବ  ପାଇଁ  ନିଜେ  କିଛି କରିପକାଇବା  ।

ଗ) ରୋଗୀ  ପାଇଁ  ନିଷ୍ପତି  କରିବା   ।

ଘ)  ରୋଗୀଠାରୁ  ଅନେକ କିଛି  ଆଶା କରିବା  ।

ଙ)  ରୋଗୀକୁ  ଅଧିକ  ସାହାଯ୍ୟ  କରିବା  ।

ଚ) ପରାମର୍ଶ  କିପରି  ଦିଆଯାଏ  ନ  ଜାଣି  ରୋଗୀକୁ  ବିଭ୍ରାନ୍ତ  କରିବା   ।

ଛ) ଅଧିକ  ସାହାଯ୍ୟ  କରିବା   ପାଇଁ  ଇଚ୍ଛା   ।

ଜ) ବ୍ୟକ୍ତିଗତ  ଭାବରେ   ସମସ୍ୟାକୁ   ଗ୍ରହଣ  କରିବା  ।

ଝ) ପରାମର୍ଶ  ମାଧ୍ୟମରେ   କମ ଅଭିଜ୍ଞତା  ଇତ୍ୟାଦି  ।

ପରାମର୍ଶର   ଧାରା / ପଦ୍ଧତି :

ପରାମର୍ଶ  ସେବାକୁ  ବୃତ୍ତି  ରୂପେ  ଗ୍ରହଣ  କରିଥିବା  ବ୍ୟକ୍ତିମାନେ  ପ୍ରଥମେ  ସମସ୍ୟାର  କାରଣକୁ  ଜାଣିବା  ପାଇଁ  ବିଭିନ୍ନ  ଉପାୟର  ସାହାଯ୍ୟ   ନେଇଥାନ୍ତି  । ପରାମର୍ଶ   ଗ୍ରହିତା  ସହିତ  ବିଭିନ୍ନ ପକାର  କଥୋପକଥନ  ମାଧ୍ୟମରେ  ସଂପୃକ୍ତ   ରହିପାରେ   । କରିବାରେ  ଅନେକ  ସମୟ  ଦେଇଥାନ୍ତି  ପରାମର୍ଶଦାତା  । ରୋଗୀଙ୍କ ଠାରୁ ସବୁ  ବିଷୟ  ଜାଣିବା  ଉଦ୍ଦେଶ୍ୟରେ   ତାଙ୍କ  ଇତିହାସକୁ  ସଂଗ୍ରହ  କରିଥାନ୍ତି   । ଏସବୁ  କରିବାକୁ  ହେଲେ  ଜଣେ  ପରାମର୍ଶଦାତାଙ୍କୁ  କେତେକ   ପଦ୍ଧତି  ସାହାଯ୍ୟରେ  ବିଭିନ୍ନ ସୋପାନ  ଦେଇ  ପରାମର୍ଶ  କାର୍ଯ୍ୟ  ସମ୍ପାଦାନ  କରିବାକୁ  ହୋଇଥାଏ   । ଏଥର ଦେଖିବା  ସେହି  ପଦ୍ଧତିଗୁଡିକ   କ ’ଣ  ଏବଂ  ପଦ୍ଧତି  ପାଇଁ  ପ୍ରତ୍ୟକ  ସୋପାନର  ଅନୁସରଣ  କିପରି  କରାଯାଉଛି  ।

ପ୍ରଥମ  ସୋପାନ :

ସମ୍ପର୍କ  ସ୍ଥାପନ -

ଜଣକୁ  ସାହାଯ୍ୟ  କରିବାର  ପ୍ରଥମ  ସୋପାନରେ  ସମ୍ପର୍କ  ସ୍ଥାପନ କରାଯାଇଥାଏ   । ଏହାଦ୍ୱାରା  ପରାମର୍ଶ ଦେବା  ଏବଂ  ରୋଗୀକୁ  ସାହାଯ୍ୟ  କରିବାର  ସମସ୍ତ  ଦ୍ଵାର ଖୋଲା  ହୋଇଯାଏ   ।

ପରାମର୍ଶଦାତା ଓ ପରାମର୍ଶଗ୍ରହିତାଙ୍କ  ସମ୍ପର୍କ  ଦୁଇ ପ୍ରକାରର

୧)  ....... ପରାମର୍ଶଦାତାଙ୍କର  କର୍ତ୍ତବ୍ୟ  ଓ  ନିୟମ  ପାଳନ

୨)  ....... ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତା  ଉଭୟଙ୍କର  କର୍ତ୍ତବ୍ୟ  ଓ ନିୟମ  ପାଳନ

ପରାମର୍ଶଦାତା ପାଳନ  କରୁଥିବା  ନିୟମ  ଓ କର୍ତ୍ତବ୍ୟ  ଗୁଡିକ  ହେଲା –

  • ସହାନୁଭୂତି /ସହୃଦୟତା  ବା ଦୟାଭାବ
  • ସମ୍ମାନ  ପ୍ରଦର୍ଶନ
  • ଉପଯୁକ୍ତତା
  • ଆତ୍ମ – ପ୍ରକାଶ
  • କହିରଖିବା/କଥାହେବା /ଦୃଢମନୋଭାବ

ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତା  ଉଭୟ  ପାଳନ  କରୁଥିବା  ନିୟମ  ଗୁଡିକ ହେଲା  -

-          ଉଭୟଙ୍କ   ମଧ୍ୟରେ  କାର୍ଯ୍ୟ  ସମ୍ବନ୍ଧୀୟ  ସମ୍ପର୍କ  ।

-          ପରସ୍ପର  ମଧ୍ୟରେ  ବିଶ୍ଵାସ  ଭାବକୁ   ବୁଝିବା  ।

ଦ୍ଵିତୀୟ  ସୋପାନ :

ନିରୂପଣ ଓ  ଲକ୍ଷ୍ୟ  ଧାର୍ଯ୍ୟ : ନିରୂପଣ  ପଦ୍ଧତିରେ  ଉଭୟ  ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତାଙ୍କ  ମଧ୍ୟରେ  ରୋଗ  ପୂର୍ବରୁ  ଘଟଣା ଗୁଡିକ  ଆଲୋଚନା  କରାଯାଇଥାଏ   । ଏହି  ଆଲୋଚନା  ମାଧ୍ୟମରେ  ପରାମର୍ଶଦାତା , ପରାମର୍ଶ ଗ୍ରହିତାଙ୍କର  ନିଜସ୍ଵ  ଭାବ , ପ୍ରକୃତି , ଅନୁଭୂତି  ଏବଂ  ବିଭିନ୍ନ  ବିଷୟକ  ଭାବନା  ଗୁଡିକୁ  ଖୋଲାଖୋଲି   ଆଲୋଚନା  କରିଥାନ୍ତି   । ଏହା  କରିବା  ଦ୍ଵାରା  ପରାମର୍ଶ  ଗ୍ରହିତାଙ୍କର  କେଉଁ  ପ୍ରକାର  ପରାମର୍ଶ  ଓ  ସାହାଯ୍ୟର  ଆବଶ୍ୟକତା  ରହିଛି  ତାହା  ଜଣା  ପଡିଥାଏ  ।

କେବଳ  ରୋଗୀକୁ  ନେଇ  ପରାମର୍ଶଦାତା  ବିଭିନ୍ନ  ପ୍ରକାର କଥାବାର୍ତ୍ତା ଦ୍ଵାରା ରୋଗୀର  ବର୍ତ୍ତମାନ  ସମୟର ଆବଶ୍ୟକତାକୁ  ଜାଣିପାରନ୍ତି  । ଏହାକୁ ଇଂରାଜୀରେ  କ୍ଲାୟେଣ୍ଟ  ସେଣ୍ଟର୍ଡ  ଇନ୍ ଟରଭ୍ୟୁ ବୋଲି କୁହାଯାଏ  । ଏହି ପଦ୍ଧତିରେ  ଅନେକ  ତଥ୍ୟର  ଆବଶ୍ୟକତା  ପଡେ  ସେଗୁଡିକ  ହେଲା –

ରୋଗୀ କୈନ୍ଦ୍ରିକ  କଥୋପ  କଥନ

୧)  ନାମ

୨) ବୟସ

୩)  ଶିକ୍ଷାଗତ  ଯୋଗ୍ୟତା

୪)  ପିତାମାତା

୫)  ଭାଇଭଉଣୀ

୬)  ବିବାହିତା /ଅବିବାହିତା

୭) ଧର୍ମ

୮) ବିଭିନ୍ନ  ଅବସ୍ଥା ସହିତ  ଖାପ ଖୁଆଇ  ଚଳିବାର  କ୍ଷମତା

୯) ସ୍ୱାସ୍ଥ୍ୟ

ପରାମର୍ଶ   ଗ୍ରହିତାଙ୍କ ବର୍ତ୍ତମାନ  ତଥା  ପୂର୍ବ  ସମୟ ସ୍ଵାସ୍ଥାବସ୍ଥା

-          ପରିବାରରେ  କେହି  ହେଲେ  ଭୀଷଣ  ଭାବେ  ଅସୁସ୍ଥ  ଥିଲେ  କି ?

-          ଯଦିଥିଲେ , ସେ ସମୟରେ  ସାରା ପରିବାରର  ମାନସିକ  ଅବସ୍ଥା  କିପରିଥିଲା  ?

-          ବିମୁଖଭାବ  ପ୍ରଦର୍ଶନ  କରିଥିଲେ  ।

-          କ୍ରୋଧ  ଭାବ  ପ୍ରଦର୍ଶନ  ।

-          ଅସୁସ୍ଥତାକୁ  ସହ୍ୟ  କରିନେଇଥିଲେ  ।

-          ଉପରୋକ୍ତ  ତିନୋଟି  ମଧ୍ୟରୁ  କେଉଁ  ଭାବ  ପ୍ରକାଶ  ପାଇଥିଲା  ତାହା  ଜାଣିବା  ଆବଶ୍ୟକ   ।

୧୦)  ନିକଟ  ଅତୀତରେ  ପରିବାରର  କେହି  ମୃତ୍ୟୁବରଣ  କରିଛନ୍ତି  କି ?

ଯଦି  କାହାର  ମୃତ୍ୟୁ  ହୋଇଛି  ସେଥିପାଇଁ  ରୋଗୀ  ଦୁଃଖିତ  ଅଛନ୍ତି  କି ? ଯଦି  ଅଛନ୍ତି , ତାହା  କେଉଁ  ପ୍ରକାରର , ଯଥା : କେଉଁ  ପ୍ରକାର  ସମ୍ପର୍କ  (ମୃତ୍ୟୁ  ବ୍ୟକ୍ତି ସହିତ )

  • ସାଧାରଣ  ଦୁଃଖ  ଭାବ
  • ବିଳମ୍ବିତ  ଦୁଃଖ  ଭାବ
  • ବହୁଦିନ  ଧରି  ଦୁଃଖ ଭାବ   ପ୍ରଦର୍ଶନ   ଇତ୍ୟାଦି ;

୧୧)  ପରାମର୍ଶ  ଗ୍ରହିତାଙ୍କ  ପରିବାର  କେଉଁ  ପ୍ରକାରର  ଅଟନ୍ତି , ଯଥା –

  • ଉତ୍ତମ  ସାଂସାରିକ  ଚଳଣୀ
  • ତୃଟିପୂର୍ଣ୍ଣ   ସାଂସାରିକ  ଚଳଣୀ

୧୨)  ମିଳୁଥିବା  ସାହାଯ୍ୟ  କେଉଁ ପ୍ରକାରର

  • ପରିବାରିକ
  • ସାମାଜିକ / ଗୋଷ୍ଟୀଗତ

୧୩)  ସମ୍ପର୍କ

ପରିବାର , ବନ୍ଧୁବାନ୍ଧବ  ଓ  ସାଙ୍ଗସାଥି  ତଥା  ସହକର୍ମୀ  ମାନଙ୍କ  ସହିତ  ପରାମର୍ଶ  ଗ୍ରହିତାଙ୍କର  କିଭଳି  ସମ୍ପର୍କ   ରହିଛି  ।

୧୪) ରୋଗୀ  (ପରାମର୍ଶ  ଗ୍ରହିତା )

-           ତାଙ୍କର  ଶୋଇବା  ଢଙ୍ଗ

-          କ୍ଷୁଧା  ଓ   ଶାରୀରିକ  ଶକ୍ତି

ପରାମର୍ଶ  ଦେବା  ପୂର୍ବରୁ ରୋଗୀ   ବିଷୟରେ  ଉପରୋକ୍ତ  ତଥ୍ୟ  ଗୁଡିକ  ଜାଣି  ରଖିବା ଉଚିତ୍

ପରାମର୍ଶ  ଗ୍ରହିତାଙ୍କୁ  କେନ୍ଦ୍ରକରି  କିପରି  ଭାବେ  ପରାମର୍ଶ  ଦେବା   ଆରମ୍ଭ  କରିବେ

ଏହି ଉଦ୍ଦେଶ୍ୟରେ ବିଭିନ୍ନ  ପ୍ରକାରର  ପ୍ରଶ୍ନ ପଚାରିବା ଉଚିତ  । ନମୂନା  ସହିତ ଏହାର  ସ୍ଵତନ୍ତ୍ର   ପଦ୍ଧତି ଗୁଡିକ  ନିମ୍ନରେ  ପ୍ରଦତ୍ତ  ହେଲା  ।

୧)   ଆପଣ  ଏଠାକୁ  କ ’ଣ ପାଇଁ   ଆସିଛନ୍ତି   ।

୨)   ମୁଁ  ଆପଣଙ୍କୁ  କେଉଁ  ପ୍ରକାର  ସାହାଯ୍ୟ  କରିପାରିବି  ?

୩)   ଆମ ଦୁଇଜଣଙ୍କର  ଆଲୋଚନା  କେଉଁଠାରୁ  ଆରମ୍ଭ  କରିବା  ?

ଉପରୋକ୍ତ  ପ୍ରଶ୍ନଗୁଡିକ  ପରାମର୍ଶ  ଗ୍ରହିତାଙ୍କୁ  କେନ୍ଦ୍ରକରି  ପଚରାଯିବା  ଆବଶ୍ୟକ  । ଏହା  ତାଙ୍କର   ଅଙ୍ଗେ  ଲିଭାଇଥିବା  ଘଟଣା  ସବୁ କୁ  ଜାଣିବାରେ  ପରାମର୍ଶଦାତାଙ୍କୁ   ସୁବିଧା   ହୋଇଥାଏ   । ଘଟଣାବଳୀର  ବର୍ଣ୍ଣନା  କ୍ରମେ  ପରାମର୍ଶ  ଗ୍ରହିତା  ଜୀବନର  ଅନେକ  କଥା  କୁ ଖୋଲାଖୋଲି  ଭାବରେ  କହିଥାନ୍ତି  ।

କଥୋପକଥନର  କିଛି ଅଂଶ (ଉଦାହରଣ)

ପରାମର୍ଶ ଦାତା : ମୁଁ  ବୁଝିଛି ଯେ  ଆପଣ  ଏହି କଥୋପକଥନ  ପାଇଁ  ରାଜି  ଅଟନ୍ତି   ।

ପରାମର୍ଶ  ଗ୍ରହିତା : ହଁ  (ଏସବୁ  ପଚାରିଲା  ବେଳେ  ରୋଗୀ  କହୁଥିବା  କଥାକୁ ଗୋପନ ରଖନ୍ତୁ  ଏବଂ କଥାବାର୍ତ୍ତାକୁ  ଏକ  ସ୍ଵତନ୍ତ୍ର  ସୀମା  ମଧ୍ୟରେ  ରଖିବାକୁ  ଚେଷ୍ଟା  କରନ୍ତୁ )ଏଥର  ପୁଣି  ପଚାରିବା  ଆରମ୍ଭ କରନ୍ତୁ  ।

ପରାମର୍ଶଦାତା : ଆପଣଙ୍କ  ନାମ  କ ’ଣ ?

ପରାମର୍ଶଗ୍ରହିତା : ମୋ ନାମ  ଚଞ୍ଚଳା  ।

ପରାମର୍ଶଦାତା : ଆପଣଙ୍କ  ବୟସ  କେତେ

ପରାମର୍ଶଗ୍ରହିତା :  ବତିଶି ।

ଏହିପରି   ଭାବରେ  ବିଭିନ୍ନ  ପ୍ରଶ୍ନ  ପଚାରି  ରୋଗୀ  ବିଷୟରେ  ଅନେକ  କିଛି  ଜାଣିଥାନ୍ତି  ପରାମର୍ଶଦାତା (କେଉଁ  ବିଷୟରେ ପଚରାଯିବ ଓ ଏହାର  ପଦ୍ଧତି  ପୂର୍ବରୁ  ଆଲୋଚନା   ହୋଇଛି ) ପରାମର୍ଶଗ୍ରାହି ତାଙ୍କଠାରୁ  ସମସ୍ତ  ବିଷୟ  ଜାଣିସାରିଲା  ପରେ  ତାଙ୍କର  କି  ଆବଶ୍ୟକତା  ରହିଛି ସେହି  ସମ୍ବନ୍ଧୀୟ  ଆଲୋଚନା  କରିଥାନ୍ତି , ଉଦାହରଣ  ସ୍ୱରୂପ :-

ପରାମର୍ଶ  ଗ୍ରହିତା :

ମୋର  ଜୀବନରେ  ଯାହା  କିଛି  କରିବାର ଥିଲା  ପ୍ରାୟ  ସମସ୍ତ  କଥା  କରିସାରିଛି  ।

ପରାମର୍ଶଦାତା : ଆପଣ  ନ କରି ପାରିଥିବା  କାର୍ଯ୍ୟଗୁଡିକ  ମଧ୍ୟରୁ  କ ’ଣ  ସବୁ  ଚାହୁଁଛନ୍ତି  ?

ଯଦି  ପରାମର୍ଶଦାତା  କେତୋଟି  ସମସ୍ୟାକୁ  ଜାଣିପାରୁଛନ୍ତି , ତେବେ  ଅଧିକାଂଶ  ସମୟରେ  ଭୋଗୁଥିବା  ସମସ୍ୟା  ଓ ପୁରାତନ  ସମସ୍ୟାଗୁଡ଼ିକୁ  ଭଲଭାବରେ  ବର୍ଣ୍ଣନା  କରିବା  ପାଇଁ  ପରାମର୍ଶ  ଗ୍ରହିତାଙ୍କୁ  କୁହନ୍ତୁ   । ଯେଉଁଠାରେ  କେବଳ  ଗୋଟିଏ  ସମସ୍ୟା  ନଥାଇ  ବେଶୀ  ସମସ୍ୟା  ଦେଖାଦେଇଥିବ  ସେ  କ୍ଷେତ୍ରରେ  ବିଭିନ୍ନ  ସମସ୍ୟାକୁ  ତର୍ଜମା  କରି  ପରସ୍ପର  ମଧ୍ୟରେ   ସମ୍ପର୍କ  ମୂଳକାରଣ   ସବୁକୁ  ଜାଣିବା  ବିଧେୟ  ।

ଉଦାହରଣ  ସ୍ୱରୂପ :

ପରାମର୍ଶ  ଗ୍ରହିତା : ରାତ୍ରିରେ ନିଦ୍ରା  ହେବାକୁ  କଷ୍ଟ   ହେଉଛି   ।

-          ରାତ୍ରିରେ  ନିଦ  ହେଉନାହିଁ   ।

ପରାମର୍ଶଦାତା : ଆପଣ  ଶୋଇବାବେଳେ  କେଉଁ  ଅସୁବିଧା  ହେଉଛି  ।

-          କେବେଠୁ  ଏହି ଅସୁବିଧା  ହେଉଛି

ଏହିପରି  ମୁକ୍ତ ପ୍ରଶ୍ନ  ସବୁ ପଚାରିବା  ଦ୍ଵାରା  ପରାମର୍ଶଗ୍ରହିତା  ନିଜକଥା  କହିବାକୁ  ଇଚ୍ଛା  କରିଥାନ୍ତି   ।

ତୃତୀୟ   ଥରରେ  ଭଲକରି  ଜାଣିବାକୁ   ଚେଷ୍ଟା  କରନ୍ତୁ , ପରାମର୍ଶ ଗ୍ରହିତା –

ଦୁଃଖିତ  ଅଛନ୍ତି କି ?

କିଛି କହୁ  ନାହାଁନ୍ତି  କି ?

-          ନିଜର  କେତେକ  ଦାବି  ବା  ଅଧିକାରକୁ  ଜଣାଉଛନ୍ତି କି ?

-          ତାଙ୍କ  ଉପରେ  କତ୍ତୃତ୍ଵ  ଜାରି  କରୁଥିବା  ଭଳି  ବ୍ୟକ୍ତିତ୍ଵଙ୍କୁ  ପସନ୍ଦ  କରୁନାହାଁନ୍ତି  କି ?

ଚତୁର୍ଥରେ  ପରାମର୍ଶ  ଦେବା  ପୂର୍ବରୁ  ଦେଖି ନିଅନ୍ତୁ  ଯେ , ରୋଗୀ  ର  ଶରୀର  ସୁସ୍ଥ  ଅଛି କି ନାହିଂ  । ଯଦି ଅସୁସ୍ଥ  ତେବେ  ଡାକ୍ତରଙ୍କ  ପାଖରେ  ଏଥିପାଇଁ   ଚିକିତ୍ସା  କରାଇ ସାରି  ପରାମର୍ଶ  କାର୍ଯ୍ୟ  ଆରମ୍ଭ  କରନ୍ତୁ  ।

ଥରଟିଏ  ପରାମର୍ଶଗ୍ରହିତାଙ୍କ  ସହିତ  କଥାବାର୍ତ୍ତା  ହୋଇ  ତାଙ୍କଠାରୁ  ସମସ୍ତ  ପ୍ରକାର  ତଥ୍ୟ  ଜାଣିଗଲା  ପରେ  ତିନୋଟି  ଦିଗ  ପ୍ରତି ଧ୍ୟାନ  ଦିଅନ୍ତୁ  । ସେଗୁଡିକ  ହେଲା  -

  • ଆବଶ୍ୟକତାର  ନିର୍ଣ୍ଣୟ
  • ରୋଗୀଙ୍କ  ସାଙ୍ଗରେ   କଥାବାର୍ତ୍ତା
  • ଏବଂ  ଲକ୍ଷ୍ୟ  ଧାର୍ଯ୍ୟ

ନିର୍ଣ୍ଣୟ , ନିରୂପଣ , ନିର୍ଦ୍ଧାରଣ

ରୋଗୀ ପାଇଁ  କିଛି  ପନ୍ଥା  ନିର୍ଣ୍ଣୟ  କରିବାକୁ  ହେଲେ  କେତେକେ  ପ୍ରଶ୍ନ ମାଧ୍ୟମରେ   ତାଙ୍କର  ଇଚ୍ଛା , ମନୋବୃତ୍ତି   ଇତ୍ୟାଦିକୁ  ଲକ୍ଷ୍ୟ  କରିବାକୁ   ହୁଏ  । ଏହାକୁ  ନିର୍ଦ୍ଧାରଣ , ନିର୍ଣ୍ଣୟ , ବା  ନିରୂପଣ  ହେଲେ  ବିଭିନ୍ନ ପ୍ରଶ୍ନ  ପଚାରିବାକୁ   ହୁଏ   ।

ଉଦାହରଣ  ସ୍ୱରୂପ :

ପରାମର୍ଶଦାତା – ଆପଣ  କ ’ଣ ସବୁ  ଭୋଗୁଛନ୍ତି  ବା  କେଉଁ  ସବୁ  ଅସୁବିଧାର  ସମ୍ମୁଖୀନ  ହେଉଛନ୍ତି  ।

ଏହିପରି  ଉତ୍ତର  ଦେବାକୁ  ଯାଇ  ପରାମର୍ଶଗ୍ରହିତା   ଯେତେବେଳେ  ନିଜର  ଅନୁଭୂତିକୁ  କହିବସନ୍ତି , ସେ ଭୋଗୁଥିବା   ଦୁଃଖ  ଏବଂ  ବେଦନାକୁ  ଭଙ୍ଗୀରେ  ପ୍ରକାଶ ନ କରି ଶବ୍ଦରେ  ପ୍ରକାଶ କରିବାକୁ  କୁହନ୍ତି  । ସୂଚନା  ଯୋଗ୍ୟ  କି  ଆପଣଙ୍କର  ସମସ୍ତ  ଧ୍ୟାନ ବ୍ୟକ୍ତି  ଠାରେ  ରହିଛି  ଏବଂ ତାଙ୍କ  ଅସୁବିଧା  ବିଷୟରେ  ଆପଣ ବେଶୀ  ଜାଣିବାକୁ  ଚାହୁଁଛନ୍ତି  । ଏହି  ପରିସ୍ଥିତିରେ   ରୋଗୀଙ୍କ  ପୀଡା  ବା ଅସୁସ୍ଥତାକୁ  ଜାଣିବା  ଉଚିତ  । ଏହାର ଲକ୍ଷଣ  ଜଣାଇ  କିଛି  ଲାଭ ହେବ  ନାହିଂ  ।

ଏହିସବୁ  ପ୍ରଶ୍ନଉତ୍ତର  ବା  କଥୋପକଥନ  ଦ୍ଵାରା  ଦୁଇ  ପ୍ରକାର  ଉଦ୍ଦେଶ୍ୟ  ସାଧନ  ହୋଇଥାଏ   । ଯଥା -୧)  ପରାମର୍ଶଗ୍ରହିତା  ଭୋଗୁଥିବା   ବେଦନାର  ଭାବ  ଓ ନିଜସ୍ଵଭାବ  କେଉଁ  ପ୍ରକାରର  ଦୁଃଖିତ , ଚକିତ , କ୍ରୋଧାନ୍ଵିତ  ପ୍ରଭୃତି  ।

୨)  ଏପରି  ପ୍ରଶ୍ନସବୁ  ପଚାରି   ରୋଗୀଙ୍କ  ବିଷୟରେ   ଜାଣିବାକୁ  ଇଚ୍ଛା  କରିବା  ଦ୍ଵାରା  ଉଭୟ  ପରାମର୍ଶଦାତା  ଓ  ପରାମର୍ଶଗ୍ରହିତାଙ୍କ  ମଧ୍ୟରେ   ସମ୍ପର୍କ  ଦୃଢୀଭୂତ  ହୋଇଥାଏ   । ସହାନୁଭୁତି  ପୂର୍ଣ୍ଣ  ହୃଦୟରେ  ପରାମର୍ଶ  ଗ୍ରହିତାଙ୍କ  କଥାସବୁ  ଶୁଣନ୍ତୁ

ଉଦାହରଣ  ସ୍ୱରୂପ :-

ପରାମର୍ଶଗ୍ରହିତା – ଆପଣ  ଜାଣନ୍ତି  ମୋର  ସ୍ଵାମୀ  ମରିଯାଇଛନ୍ତି   । ମୋର ଗୁଜୁରାଣ  ମେଣ୍ଟାଇବା ପାଇଁ  କିଛି କାମ ନାହିଂ , ପିଲାମାନେ  ଛୋଟ  ହୋଇଛନ୍ତି , ଏଥିପାଇଁ  ମୋର  କିଛି  ଋଣର  ଆବଶ୍ୟକତା ରହିଛି  ।

ସହାନୁଭୁତି  ପୂର୍ଣ୍ଣ  ପରାମର୍ଶଦାତା – ଏହି  କ୍ଷେତ୍ରରେ   ପରାମର୍ଶଦାତା  ସହାନୁଭୁତି   ପ୍ରଦର୍ଶନ  କରି  ରୋଗୀଙ୍କୁ  ଏଥିରୁ ମୁକ୍ତ    ହେବା  ପାଇଁ  ମୁଁ  ଚେଷ୍ଟା  କରିବି   ବୋଲି   ବୁଝାଇବେ  ।

ଏହି ସମୟ  ପରାମର୍ଶଦାତାଙ୍କ  ପାଇଁ  ଅନୁକୂଳ ସମୟ  । ତେଣୁ  ପରାମର୍ଶ  ଗ୍ରହିତାଙ୍କୁ  ବୁଝାଇ  କୁହନ୍ତୁ  କି , ସେ  ଚାହୁଁଥିବା  ଉଦ୍ଦେଶ୍ୟ  ସାଧନରେ  ନିଜେ  ପରାମର୍ଶଦାତା   ତାଙ୍କୁ  ସାହାଯ୍ୟ  କରିବେ  ଓ ତାଙ୍କ  ଅବସ୍ଥାରୁ  ସୁଧୁରିବାକୁ  ମଧ୍ୟ  ଚେଷ୍ଟା  କରିବେ  । ଏଠାରେ  ଅବସ୍ଥାରୁ   ସୁଧୁରିବାର  ମାନେ  ନୁହେଁ  ଯେ ରୋଗରୁ  ସମ୍ପୁର୍ଣ୍ଣ  ମୁକ୍ତ  ହେବା   କିନ୍ତୁ  କିଛିଟା  ଉପଶମ ହେବା  ଓ  ମାନସିକ  ଆଶ୍ଵସ୍ତି  ଲାଭ  କରିବା  ଯାହା  ରୋଗୀର  ଦୈହିକ  ଓ  ମାନସିକ  ସ୍ତରରେ  କିଛିଟା  ଧୌର୍ଯ୍ୟ , ସାହାସ ଓ  ଏକାଗ୍ରତା  ଆଣି  ସମସ୍ୟା  ମୁକାବିଲା  କରିବାକୁ  ସାହାଯ୍ୟ  କରିପାରିବେ , ଏଡସ୍ର  ରୋଗୀଙ୍କ  କ୍ଷେତ୍ରରେ  ଆରୋଗ୍ୟ  ସମ୍ଭବ  ହୋଇନଥାଏ  ମାତ୍ର  ଉପଶମ ବିଭିନ୍ନ  ଉପାୟରେ  ମିଳିଥାଏ   । ଏହି ଉପଶମର  ପ୍ରକାର  ଭେଦ  ଅନେକ  ।

ଏଥର  ପରାମର୍ଶଦାତା  ଓ  ପରାମର୍ଶଗ୍ରହିତା  ଉଭୟ  ମିଶି  ପରବର୍ତ୍ତୀ  ପର୍ଯାୟର  କାର୍ଯ୍ୟକ୍ରମ  ସ୍ଥିର  କରିବେ  ।

ତୃତୀୟ :

ଉପାୟ  ସ୍ଥିର   ଓ  କାର୍ଯ୍ୟକ୍ରମ   ରୂପାୟନ –

ତୃତୀୟ  ପଦ୍ଧତିରେ   ପରାମର୍ଶଦାତା  ଓ  ପରାମର୍ଶ ଗ୍ରହିତାଙ୍କ  ପୂର୍ବ  କଥୋପକଥନରୁ  ଜଣାପଡିଥିବା  ବିଭିନ୍ନ ଅସୁବିଧାପାଇଁ  ଉପାୟ  ସ୍ଥିର  କରି  ଏହାକୁ  ମୁକାବିଲା  କରିବା  ପାଇଁ  ସ୍ଥିର  କରାଯାଇଥିବା  କାର୍ଯ୍ୟଗୁଡିକୁ  ଠିକ୍  ଭାବେ  କରିବା  ଉଦ୍ଦେଶ୍ୟରେ  ଆଗେଇ  ଥାନ୍ତି  ।

ଉଦାହରଣ  ସ୍ୱରୂପ –

୪୮  ବର୍ଷର  ବ୍ୟକ୍ତି , ଯାହାକି  ନାମ  ହେଉଛି ‘ରାମ ’  । ସେ  ତାଙ୍କ  ପରାମର୍ଶଦାତାଙ୍କ  ସାହାଯ୍ୟରେ  ଦୁଇଟି  ଲକ୍ଷ୍ୟ  ହାସଲ  କରିବାକୁ  ଚାହୁଁଛନ୍ତି  ।

୧)  ତାଙ୍କ  ସ୍ତ୍ରୀଙ୍କ   ସହିତ  ସମ୍ପର୍କ  ଦୃଢ  କରିବେ

୨)  ଏଡସ୍  ପରୀକ୍ଷା କରାଇବା   ପାଇଁ  ହେଉଥିବା  ଇଚ୍ଛାକୁ  ସ୍ତ୍ରୀଙ୍କୁ  କିପରି  ଜଣାଇବେ  ।

ଉକ୍ତ  ଦୁଇଟି  ଲକ୍ଷ୍ୟ  ହାସଲ  କରିବାରେ  ବାଧା  ଦେଇଥିବା  କେତେକ  ଅସୁବିଧାକୁ  ଚିହ୍ନଟ  କରାଯାଇଥିଲା , ଯଥା –

-           ଦୃଢତାର  ଅଭାବ

-           ଶୁଣିବା  କ୍ଷମତା  ହ୍ରାସ

-           ନିଜସ୍ଵ  ଭାବମୂର୍ତ୍ତିର  ନ୍ୟୁନ  ଭାବ

-           ଅଧୈର୍ଯ୍ୟ  ଭାବ

ତତ୍  ସହିତ  ରାମର  ଭଲ  ଗୁଣଗୁଡିକୁ  ମଧ୍ୟ  ଚିହ୍ନଟ  କରାଯାଇଥିଲା  -

-           ସେ  କଠିନ  ପରିଶ୍ରମୀ

-           ନିର୍ଭରଶୀଳ

-            ନିଜକୁ  ତର୍ଜମା  କରିବାକୁ  ଇଚ୍ଛୁକ  ଇତ୍ୟାଦି

ନିଜ  ମନର  ଦୃଢତା  ଆଣିବା  ପାଇଁ   ରାମକୁ   ପ୍ରଶିକ୍ଷଣ  ଦେବାକୁ  ପଡିଲା  । ପ୍ରାୟ  ସପ୍ତାହ  ଧରି  ଏହି ବିଷୟରେ  ଜାଣିବାକୁ  ଲାଗିଥିଲା  ରାମ  । ପ୍ରତ୍ୟକ  ସପ୍ତାହରେ  ରାମକୁ  ବିଭିନ୍ନ ପ୍ରକାର  ଶିକ୍ଷା  ଦିଆଯାଉଥିଲା   । ଏଭଳି  ଅଭ୍ୟାସ  ଦ୍ଵାରା   ଏବେ  ରାମ  ନିଜ  ସ୍ତ୍ରୀ  ସହିତ  ଉତ୍ତମ  ସମ୍ପର୍କ  ରକ୍ଷା  କରି  ମନର  କଥା  କହି  ପାରୁଛନ୍ତି  ଏବଂ  ସ୍ତ୍ରୀର  ଭାବକୁ  ବୁଝିପାରୁଛନ୍ତି   । ଏଥର  ରାମ   ନିଜର  ଲକ୍ଷ୍ୟ  ହାସଲ  କରିପାରିଛି   ।

ଚତୁର୍ଥ :

ମୂଲ୍ୟାୟନ  ଓ  ସମାପନ

ଏହା  ହେଉଛି   ପରାମର୍ଶ  ପଦ୍ଧତିର   ଅନ୍ତିମ  ପର୍ଯାୟ  । ପରାମର୍ଶର  ଉଦ୍ଦେଶ୍ୟ   ସମାଧାନ  ହୋଇଛି  କି ନାହିଂ , ପରାମର୍ଶ  କାର୍ଯ୍ୟର  ସମାପନ  କେବେ  ଏବଂ  ପରାମର୍ଶ  ଦାତାଙ୍କର   ସଫଳତା  ପ୍ରଭୃତି  ଜାଣିବା   ଓ  ଏହାକୁ  ତର୍ଜମା  କରିବା  କାର୍ଯ୍ୟ  ଏହି ପର୍ଯାୟରେ  ହୋଇଥାଏ   ।

ସଫଳ ପରାମର୍ଶ   ଦ୍ଵାରା   ରୋଗୀ   ପୁନଶ୍ଚ   ପରାମର୍ଶ  ଦାତାଙ୍କର   ବିନା  ସାହାଯ୍ୟରେ  ଆସୁଥିବା  ଅସୁବିଧାର  ସମ୍ମୁଖୀନ   ହୋଇ  ତା ’ର ସମାଧନ  ନିଜେ   କରିପାରିବ   ବୋଲି  ଆତ୍ମବିଶ୍ଵାସ  ପାଇଥାଏ   ।

ଏହି ମୂଲ୍ୟାୟନ  ଓ  ସମାପନ  ପର୍ଯାୟରେ  ରୋଗୀର  ଉଦ୍ଦେଶ୍ୟ  ସମାଧନ , କାର୍ଯ୍ୟକ୍ରମର  ସଫଳତା  ଉଭୟକୁ  ବିଚାରକୁ  ନେଇ  ପରାମର୍ଶଦାତା  ଅନୁସରଣ  କାର୍ଯ୍ୟର  ବ୍ୟବସ୍ଥା  କରିବା  ଉଚିତ୍

ଉପସଂହାର :

ପରାମର୍ଶକୁ  ସଫଳ   କରିବାକୁ   ହେଲେ  ପରାମର୍ଶଦାତାଙ୍କୁ   ଅନେକ  କୌଶଳ  ଶିଖିବାକୁ  ହୋଇଥାଏ  । ଧୈର୍ଯ୍ୟ  ପୂର୍ଣ୍ଣ  ଶ୍ରବଣ , ସହାନୁବଭୂତି  ଏବଂ   ପୂର୍ଣ୍ଣ  ଯୋଗାଯୋଗ ,ଯଥାର୍ଥବୋଧ  ଇତ୍ୟାଦି  । ପରାମର୍ଶଦାତା , ଦଳ ଓ  ଗୋଷ୍ଠୀରେ  ପରାମର୍ଶ  କାର୍ଯ୍ୟକୁ  ସଫଳ  କରିବାକୁ  ଚେଷ୍ଟା  କରିବା  ଉଚିତ୍  । ଦଳ  ଓ  ଗୋଷ୍ଠୀରେ  ପରାମର୍ଶ  କାର୍ଯ୍ୟକୁ   ସଫଳ କରିବାକୁ  ଚେଷ୍ଟା  କରିବା  ଉଚିତ୍  । ଦଳ  ଓ ଗୋଷ୍ଠୀ  ମଧ୍ୟରେ  ସମ୍ପର୍କ  ସ୍ଥାପନ  କରିବା  ପରାମର୍ଶଦାତାଙ୍କର   ଏକ  ପ୍ରଧାନ  ଲକ୍ଷ୍ୟ  ଅଟେ  ।

ପ୍ରତିଷେଧକ  ଓ  ଆଣ୍ଟିବଡି  ପରୀକ୍ଷା  ପାଇଁ  ପରାମର୍ଶ

ପରାମର୍ଶ  ଗ୍ରହିତାଙ୍କ ନିଜସ୍ଵ  ସହମତି , ତାଙ୍କର  ସ୍ବାସ୍ଥ୍ୟସେବୀ   ଜ୍ଞାତସାରରେ   ଏହି  ପରୀକ୍ଷା  କରାଯାଇଥାଏ   ।

ଯେଉଁ   ବ୍ୟକ୍ତିବିଶେଷ  ନିଜ ଶରୀରରେ  ଏଚ୍ .ଆଇ.ଭି  ର  ସ୍ଥିତି  ଜାଣିବାକୁ  ଇଚ୍ଛା କରନ୍ତି  ସେମାନଙ୍କ  ପାଇଁ  ପରୀକ୍ଷା  ଯେତେବେଳେ  ବା  ଉପଲବ୍ଧ  ହୁଏ   ତାହାର  ଯଥେଷ୍ଟ  ଉପାଦେୟତା  ରହିଛି  । ସାଧାରଣ ସନ୍ତାନ  ପ୍ରସବ, ସ୍ତନ୍ୟପାନ  ନିମିତ୍ତ  ପରାମର୍ଶ  ନେଉଥିବା  ମହିଳାମାନଙ୍କୁ  ଏହି  କ୍ଷେତ୍ରରେ  ପରାମର୍ଶଦାତା  ବୁଝାଇବାକୁ  ହେବ  ଯେ  ପରୀକ୍ଷାଟି  କେବଳ   ଏଚ୍ .ଆଇ.ଭି   ପ୍ରତିରୋଧ ଶକ୍ତିର  ଉପସ୍ଥିତି ପାଇଁ  ଉଦ୍ଦିଷ୍ଟ  । ଏହି ପରୀକ୍ଷାରେ   ରୋଗୀ  ଜଣଙ୍କ  ଏଡସ୍ ରେ  ବା ତାଙ୍କର  ଏହା  ହେବାର  ସମ୍ଭାବନା  ଅଛି  ଏହା  ଜାଣି ହେବ  ନାହିଂ   । ସେ  ଯାହା  ହେଉନା  କାହିଁକି , ଯେଉଁମାନେ ଏଚ୍ .ଆଇ.ଭି  ସଂକ୍ରମିତ , ଶେଷ  ଫଳ  ସ୍ୱରୂପ  ଏଡସ୍ ରେ  ପୀଡିତ  ହୋଇଥାନ୍ତି   ।

ଯେଉଁମାନଙ୍କ   ପରୀକ୍ଷାରେ   ନେଗେଟିଭ୍  ଜଣାପଡିଥାଏ ,  ନିଜକୁ  ସଂକ୍ରମଣ  ମୁକ୍ତ  ଭାବି  ପୂର୍ବବତ୍  ଜୀବନ  ବିତାଇ  ପାରନ୍ତି , ସେ କ୍ଷେତ୍ରରେ  ପରାମର୍ଶ  ଶୀଘ୍ର  ଆରମ୍ଭ  ହେବା  ଉଚିତ୍  । ଏହି ପରାମର୍ଶରେ  ସେମାନେ  ରୋଗ  ସଂକ୍ରମଣର   ସମ୍ଭାବ୍ୟ  ଦିନ  ସମୀକ୍ଷା  ବା ଉଇଣ୍ଡୋ  ପିରିଅଡ୍  ଜାଣିବା  ବାଞ୍ଛନୀୟ  । ଏହି ସମ୍ଭାବ୍ୟ  ଦିବସ  ବା  ଉଇଣ୍ଡୋ  ପିରିଅଡ୍ ର  ମାନେ  ହେଉଛି , ସମ୍ଭାବ୍ୟ  ସଂକ୍ରମଣ ପାଇଁ  ଅତୀତରେ   ରୋଗୀ  ସଂକ୍ରମଣ  ଦିବସ  ପରଠାରୁ  ପ୍ରାୟ  ୩ ମାସ  ବା  ତଦୁର୍ଦ୍ଧ ସମୟ  ପର୍ଯ୍ୟନ୍ତ ଏଚ୍ .ଆଇ.ଭି  ପରୀକ୍ଷାର   ଫଳାଫଳ  ଅନିଶ୍ଚିତ  ବା  ସନ୍ଦେହ  ଜନକ  ହୋଇପାରେ   । ପରାମର୍ଶ ଗ୍ରହିତା  ସଂକ୍ରମିତ  ହେବା  ବା ଅନ୍ୟକୁ  ସଂକ୍ରମିତ  କରାଇବା   ବନ୍ଦ  କରିବାପାଇଁ  କ ’ଣ  କରିବା  ଆବଶ୍ୟକ  ତାଙ୍କୁ  ଭଲ  ଭାବରେ   ବୁଝାଯିବା  ଉଚିତ୍  । ସେମାନଙ୍କୁ  ପରବର୍ତ୍ତୀ  ପରାମର୍ଶ ଗ୍ରହଣ  ପାଇଁ   କୁହାଯିବା   ଉଚିତ୍  ।  ଯୋଗ୍ୟ ରକ୍ତ  ଦାନକାରୀମାନେ  କୌଣସି  ସଂକ୍ରମଣ  ଯୁକ୍ତ  ଥିବାବେଳେ   ବା  ସେମାନଙ୍କ  ମନରେ  ଏହି ଆଶଙ୍କା  ଥିବାବେଳେ  ରକ୍ତଦାନ  କରିବେ  ନାହିଂ  । ରକ୍ତଦାନ  ସେବା  ତରଫରୁ  ଏହି ଶିକ୍ଷା  ଦିଆଯିବା  ଉଚିତ୍  । କେତେକେ  ସମୟରେ  ବ୍ୟକ୍ତି  ବିଶେଷ  ସଂକ୍ରମିତ  ଥାଇ  ମଧ୍ୟ  ତାଙ୍କର  ରକ୍ତର  ପରିବର୍ତ୍ତନ  ପ୍ରକ୍ରିୟା  ଆରମ୍ଭ  ହୋଇଥିବା  ସମୟରେ  ରକ୍ତଦାନ  କରିଥାନ୍ତି   । ଏହି ସମୟ  ପ୍ରଧାନତଃ ସଂକ୍ରମଣ  ସମ୍ଭାବ୍ୟ  ଦିବସ  ବା  ଉଇଣ୍ଡୋ  ପିରିଅଡ୍ ରେ  ହୋଇଥାଏ   । ବ୍ୟକ୍ତିମାନଙ୍କର ରକ୍ତ  ପରୀକ୍ଷା  ତାଙ୍କର   ବିନା  ସହମତିରେ ହେବା ଉଚିତ୍  ନୁହେଁ  ।  ଏଚ୍ .ଆଇ.ଭି ରକ୍ତ  ପରୀକ୍ଷା  ନିର୍ଦ୍ଦେଶ ଦ୍ଵାରା କରାଯାଇପାରିବ  ନାହିଂ ।  ଏହା  ନିୟମ  ବିରୁଦ୍ଧ   । ସେ  ଯାହା  ହେଉ , ସମସ୍ତ  ଦାନ  କରାଯାଇଥିବା  ରକ୍ତ ଏଚ୍ .ଆଇ.ଭି ପରୀକ୍ଷା  ହେବା  ଆବଶ୍ୟକ  କିନ୍ତୁ ଫଳାଫଳ  ସମସ୍ତଙ୍କୁ  ଅଲଗା ଅଲଗା  ଭାବରେ  କହିବା   ଆବଶ୍ୟକ

ଏହି  ସବୁ  କ୍ଷେତ୍ରରେ  ନିଆଯାଇଥିବା  ରକ୍ତରେ ଏଚ୍ .ଆଇ.ଭି  ପ୍ରତିରୋଧୀ  ବା  ଆଣ୍ଟିବାଡି  ଜଣାପଡେ  ନାହିଂ  ।

ଏହି ବିପଦ  ହେତୁ  ରକ୍ତ  ସଞ୍ଚାରଣ  ସେବା  ସଂସ୍ଥାମାନେ  ରକ୍ତ  ଦାନ ପୂର୍ବରୁ   ବିପଦପୂର୍ଣ୍ଣ  ରକ୍ତ   ଦାନକାରୀମାନଙ୍କର  ରକ୍ତ ପରୀକ୍ଷାରେ  ବିଳମ୍ବ  ନ  ଘଟିବା  ପାଇଁ ଗୋପନଭାବେ  ପୂର୍ବରୁ   ରକ୍ତ  ପରୀକ୍ଷା  ସମ୍ପର୍କରେ  ବୁଝାଇଥାନ୍ତି  ଏହି   ରକ୍ତ ଦାନକାରୀମାନଙ୍କୁ  ଦରକାର  ମୁତାବକ  ଉପଯୁକ୍ତ  ସମୟରେ  ପରାମର୍ଶ  ଦେବା  ପାଇଁ  ସ୍ଵତନ୍ତ୍ର  ସୁବିଧା  ଦେବା  ଉଚିତ୍  ।

ପରୀକ୍ଷା ପୂର୍ବ  ପରାମର୍ଶ  ବିଶେଷ  କରି  ପରାମର୍ଶଦାତା  ଓ ଗ୍ରହିତାଙ୍କ  ମଧ୍ୟରେ  ଏକ  କଥୋପକଥନ  ଯାହାର  ପ୍ରଷ୍ଠଭୂମି  ଏଚ୍ .ଆଇ.ଭି  ପରୀକ୍ଷା  ଓ  ତତ୍ ସଂକ୍ରାନ୍ତୀୟ  ଫଳାଫଳ  ଉପରେ  ପର୍ଯ୍ୟବେଷିତ  ।  ଏହାଦ୍ୱାରା  ଗ୍ରାହୀତା  ରକ୍ତ  ପରୀକ୍ଷା  କରିବ  କି  ନାହିଂ , ନିଷ୍ପତି  ନେଇପାରେ   । ଏହି  ପରାମର୍ଶ  ମୁଖ୍ୟତଃ  ଦୁଇଟି  ବିଷୟ  ଉପରେ  ହୋଇଥାଏ  । ଯଥା :

୧.   ପରାମର୍ଶ  ଗ୍ରହୀତାର  ବ୍ୟକ୍ତିଗତ  ଇତିହାସ  ଏବଂ ଏଚ୍ .ଆଇ.ଭି  ସଂକ୍ରମଣର   ବିପଦ   ।

୨.   ଏଚ୍ .ଆଇ.ଭି/ ଏଡସ୍  ବିଷୟରେ   ଗ୍ରହୀତାର  ଜ୍ଞାନ  ଓ  ରୋଗକୁ  ମୁକାବିଲା  କରିବାର  ଦକ୍ଷତା  ।

ଏଚ୍ .ଆଇ.ଭି  ସଂକ୍ରମଣ  ସମ୍ବନ୍ଧୀୟ  ପରୀକ୍ଷା  ପୂର୍ବ  ଓ  ପର  ପରାମର୍ଶ

ଲକ୍ଷଣ ବା  ବ୍ୟସ୍ତତା  ଯାହା  ଏଚ୍ .ଆଇ.ଭି ସ୍ଥିତି  ଜାଣିବାର  ନିଷ୍ପତି  ଆଡକୁ  ମୁହାଁଇଥାଏ  ।

ପରୀକ୍ଷା  ପୂର୍ବରୁ  ପରାମର୍ଶ , ବିପଦପୂର୍ଣ୍ଣ  ବ୍ୟବହାରର   କଳନା , ମନସ୍ତାତ୍ତ୍ଵିକ  ଅବସ୍ତା ଓ  ସୂଚନା

ବିଚାର  କରିବା  ପାଇଁ  ସମୟ


ରକ୍ତ  ପରୀକ୍ଷା  ପାଇଁ  ଅସହମତି

ଏଚ୍ .ଆଇ.ଭି ଅଛି

ନିରାପଦ  ଯୌନ ବ୍ୟବହାର  ପାଇଁ   ଉତ୍ସାହ  ପ୍ରଦାନ  ଓ  ବିପଦପୂର୍ଣ୍ଣ   ଯୌନ  ବ୍ୟବହାର  ବର୍ଜନ   ।

କମ୍  ବିପଦ  ଅବସ୍ଥାରେ   ମଧ୍ୟ  ରୋଗୀ  ଯେପରି  ସଂକ୍ରମଣର  ଦ୍ଵାରସ୍ଥ  ନ ହୁଏ  ବୁଝାଇବା   ।

ପରୀକ୍ଷା  ପାଇଁ  ରକ୍ତ  ସଂଗ୍ରହ

ଏଚ୍ .ଆଇ.ଭି  ନାହିଂ

ପରୀକ୍ଷା  ଫଳାଫଳ  ବ୍ୟକ୍ତିର  ସହ୍ୟ କରିବା  କ୍ଷମତାକୁ  ନେଇ  ପ୍ରଦାନ , ଆଲୋଚନା  ପାଇଁ  ସମୟ  ଦେବା  ଓ   ଭବିଷ୍ୟତ  ଯୋଜନା କରିବା  ।

ପରିବାର , ସାଙ୍ଗ , ଅନ୍ୟମାନଙ୍କୁ  ନେଇ  ପରାମର୍ଶ   ଚାଲୁରଖିବା , ଗୋଷ୍ଠୀ  ସହାୟତା  ଯେପରି  ବ୍ୟକ୍ତିକୁ  ମିଳିବ  - ଚେଷ୍ଟା  କରିବା  , ଦାୟିତ୍ଵପୂର୍ଣ୍ଣ   ଯୌନ  ବ୍ୟବହାରକୁ  ଉତ୍ସାହିତ  କରିବା   ।

ନିୟମିତ  ପରାମର୍ଶ , ବ୍ୟକ୍ତି  ଯେପରି  ଅନ୍ୟକୁ  ସଂକ୍ରମଣରେ   ସାହାଯ୍ୟ   କରିବ  ନାହିଂ, ବୁଝାଇବା , ଡାକ୍ତରୀ ସେବା  ପାଇବାରେ  ରୋଗୀକୁ ସାହାଯ୍ୟ  କରିବା   ଓ  ଆବଶ୍ୟକ  ସୂଚନା   ଦେବା   ।  

ବ୍ୟକ୍ତିର  ଜୀବନ  ଶୈଳୀକୁ  ନେଇ  କଳନା -

  • ଯୌନ ବ୍ୟବହାରର  ପ୍ରକାର  ଓ ଯୌନକ୍ରିୟାର  ବାରମ୍ବାରତା , ବିପଦପୂର୍ଣ୍ଣ   ଯୌନ  ଆଚରଣ  ଯଥା  ମଳ ଦ୍ଵାର  ଓ ଯୋନି  ସଂଯୋଗ , କଣ୍ଡୋମ  ବ୍ୟବହାର  ନକରି  ଯୌନକର୍ମୀଙ୍କ  ସହିତ  ଯୌନ  ସମ୍ପର୍କ  ।
  • ବିପଦପୂର୍ଣ୍ଣ   ଜୀବନଶୈଳୀ : ଡ୍ରଗ୍  ସେବନ , ଯୌନ କର୍ମୀଙ୍କ  ସହିତ  ସମ୍ପର୍କ , ସମଲିଙ୍ଗୀ  ଯୌନ  ସମ୍ପର୍କ   ।
  • ଚିତା  କୁଟାଇବା  ଭଳି  ଅବିଶୋଧିତ  ଯନ୍ତ୍ରପାତିର  ବ୍ୟବହାର  ।

ବ୍ୟକ୍ତିର  ଜ୍ଞାନ  ଓ ସଂକ୍ରମଣକୁ  ମୁକାବିଲା  କରିବା  ଦକ୍ଷତାର  କଳନା –

  • ବ୍ୟକ୍ତି  ପରୀକ୍ଷା   ବିଷୟରେ   କ ’ଣ  ଜାଣେ , କାହିଁକି  ଏହି ପରୀକ୍ଷା  ଆବଶ୍ୟକ  ।
  • ବ୍ୟକ୍ତି  ପାଇଁ  କେଉଁ  ଲକ୍ଷଣ  ବା  ବ୍ୟବହାର  ଚିନ୍ତାଜନକ   ।
  • ବ୍ୟକ୍ତି  ପରୀକ୍ଷା  ଫଳାଫଳ  ଜାଣିବା   ପରେ  ତାହାର  କି ପ୍ରକାର  ପ୍ରତିକ୍ରିୟା  ହେବ   ।
  • ଏଚ୍ .ଆଇ.ଭି  ସଂକ୍ରମଣ  ବାବଦରେ  ବ୍ୟକ୍ତିର  ଜ୍ଞାନ  ଓ  ଧାରଣା   ।
  • ଯଦି  ପରୀକ୍ଷା  ଫଳାଫଳ  ଗୁଣାତ୍ମକ ,  କିଏ  କିଏ ତାକୁ  ଭାବାବେଗଜନିତ  ସାହାଯ୍ୟ  ଦେବ  । ପରାମର୍ଶଦାତା  ଏହି  ସବୁ  କଳନା  କରିବା  ସମୟରେ   ଏହା  ମନେ  ରଖିବା   ଉଚିତ୍  ଯେ  ବ୍ୟକ୍ତି  ଯେପରି  ନ ଭାବେ ତାକୁ କାହିଁକି  ଏହି ସବୁ  ପ୍ରଶ୍ନ  ପଚରାଯାଉଛି   ବା  ସେ  ସଙ୍କୋଚ  ପ୍ରକାଶ  କରି ନିଜ  କଥା  ଗୋପନ  ରଖେ   ।

ପରାମର୍ଶ ଗ୍ରହିତାଙ୍କ  ବିଷୟରେ  ଉପରୋକ୍ତ  ତଥ୍ୟ  ଜାଣିଲାପରେ  ପରାମର୍ଶଦାତା ଙ୍କୁ  ନିମ୍ନ  ବିଷୟରେ   ସାହାଯ୍ୟ  କରିବା  ଉଚିତ୍  ।

-          ସମସ୍ତ  ଆବଶ୍ୟକୀୟ  ତଥ୍ୟ  ଜଣାଇବା  ଆବଶ୍ୟକ    ।

-          ପରୀକ୍ଷାର  ଧାରାରୁ  ପୁନଃ  ଆଲୋଚନା  କରିବ  ।

-          ବ୍ୟକ୍ତିର  ସମ୍ମତି କ ’ଣ  ତାହା  ବୁଝାନ୍ତୁ  ଓ  ଏହା  ପାଇବାକୁ  ଚେଷ୍ଟା  କରନ୍ତୁ / ଏହାକୁ  ରୋଗୀଠାରୁ  ଜାଣି ରଖନ୍ତୁ  ।

-          ପରୀକ୍ଷାରୁ  ଜଣାପଡିଥିବା  ରୋଗ ଯୁକ୍ତ  ବା  ରୋଗମୁକ୍ତ  ନିଦାନର  ବ୍ୟକ୍ତିଗତ , ଆୟୁର୍ବିଜ୍ଞାନୀୟ , ସାମାଜିକ , ମନସ୍ତାତ୍ତ୍ଵିକ  ଏବଂ ଆଇନଗତ  ପ୍ରଭାବ  ସବୁ  କ ’ଣ  ?

-          ପରୀକ୍ଷା  ପରବର୍ତ୍ତୀ  ପରାମର୍ଶ   ନିମନ୍ତେ  ପରାମର୍ଶ  ଗ୍ରହିତାଙ୍କ  ସହିତ  ବିଶ୍ଵାସ  ମୂଳକ  ସମ୍ବନ୍ଧ  ସ୍ଥାପନ  କରନ୍ତୁ   ।

ପରୀକ୍ଷା  ପୂର୍ବ  ପରାମର୍ଶ  ସମୟରେ  ବ୍ୟକ୍ତି  ଜାଣିବା  ଉଚିତ୍  ଯେ  ଏହି  ପରୀକ୍ଷା  ଭୁଲ  ନୁହେଁ  । ପରୀକ୍ଷାରୁ  ଜଣାପଡୁଥିବା   ନିଦାନ  ବେଳେବେଳେ  ଭ୍ରମାତ୍ମକ  ହୋଇପାରେ  । ଏଥିପାଇଁ  ଅତିରିକ୍ତ  ପରୀକ୍ଷାର  ଫଳାଫଳ  ଅତ୍ୟନ୍ତ  ବିଶ୍ୱାସଯୋଗ୍ୟ  ଅଟେ  । ପରୀକ୍ଷା  ପୂର୍ବରୁ  ଦିଆଯାଉଥିବା  ପରାମର୍ଶବେଳେ  ପରାମର୍ଶଗ୍ରହିତାଙ୍କୁ  ଏହା  କହି ରଖନ୍ତୁ  । ରୋଗ  ସଂକ୍ରମଣର  ସମ୍ଭାବ୍ୟ  ଦିବସସୀମା  ବିଷୟରେ  ମଧ୍ୟ  ତାଙ୍କୁ  ବୁଝାଯିବା  ଦରକାର   ।  ଏଚ୍ .ଆଇ.ଭି   ପରୀକ୍ଷା  କରିବାର   ବନ୍ଦୋବସ୍ତ   ହେବା  କ୍ଷଣି  ପରୀକ୍ଷାପର  ପରାମର୍ଶର  ବ୍ୟବସ୍ଥା  କରାଯିବା   ବିଧେୟ   ।

ପରୀକ୍ଷାରୁ  ଜଣା  ପଡିଥିବା  ଫଳାଫଳକୁ  ଜଣାଇବା  ସମୟରେ  ପରୀକ୍ଷାପର  ପରାମର୍ଶ   ହେବା  ଆରମ୍ଭ  ହୋଇଥାଏ  ଏବଂ  ଏହି  ପରାମର୍ଶ  ବ୍ୟବସ୍ଥା  ଥର ଥର  କରି  ଅନେକ  ଥର  ପାଇଁ  କରାଯାଇଥାଏ  । ଏହାର  ମୂଳ  ଉଦ୍ଦେଶ୍ୟ  ହେଉଛି   ଏଚ୍ .ଆଇ.ଭି  ଯୁକ୍ତ  ବିଶେଷଙ୍କୁ   ରୋଗ  ବିଷୟରେ  ସମ୍ପୁର୍ଣ୍ଣ  ଜ୍ଞାନ  ଦେବା  ସହିତ  ସେମାନଙ୍କ  ଅବଶିଷ୍ଟ  ଜୀବନ   କିପରି  କଟାଇବେ   ସେ ବିଷୟରେ   ବୁଝାଇବା  ।

ରୋଗଯୁକ୍ତ ଓ  ରୋଗମୁକ୍ତ  ଦୁଇ  ପ୍ରକାର  ନିଦାନ  ମଧ୍ୟରୁ  ଯଦି  ଫଳାଫଳ  ପ୍ରଥମଟି  ହୋଇଥାଏ  ତେବେ  ସେ କ୍ଷେତ୍ରରେ  ପରୀକ୍ଷା ପର  ପରାମର୍ଶର  ଆବଶ୍ୟକତା   ବେଶୀ  ଅଟେ  । ପରୀକ୍ଷାର   ଫଳାଫଳ  ଜଣାଇଲା  ସମୟରେ  ପରାମର୍ଶଦାତା   ଏଚ୍ .ଆଇ.ଭି   ସମ୍ପର୍କରେ  ସମସ୍ତ  ତଥ୍ୟ   ଜଣାଇବାକୁ   ଚେଷ୍ଟା  କରିବେ   । ପରୀକ୍ଷାପର  ପରାମର୍ଶ  ହେଉଛି  ଜଣେ ପରାମର୍ଶ  ଗ୍ରହିତା  ଓ ପରାମର୍ଶଦାତାଙ୍କ  ମଧ୍ୟରେ  ଏକ କଥୋପକଥନ  ଯେଉଁଥିରେ  କି  ପରାମର୍ଶ  ଗ୍ରହିତାକୁ  ବିପଦପୂର୍ଣ୍ଣ  ବ୍ୟବହାର  ବର୍ଜନ  ପାଇଁ  ଉତ୍ସାହିତ  କରାଯାଇଥାଏ    ।

ସମ୍ମତି ପ୍ରଦାନ ସୂଚନା  ପାଇଲା  ପରେ ହିଁ  ପରୀକ୍ଷା  କରିବାକୁ  ନିଷ୍ପତି  ନିଅନ୍ତୁ   । ଏଠାରେ  ସୂଚନାରେ  ଅର୍ଥ  ହେଉଛି   । ପରାମର୍ଶ  ଗ୍ରହିତାଙ୍କୁ   ତାଙ୍କ  ବୁଝିବା  ଭାଷାରେ   ଏଚ୍ .ଆଇ.ଭି  ପରୀକ୍ଷାର  ବିପଦ  ଆପଦ , ଲାଭ  କ୍ଷତି  ପରୀକ୍ଷାର  ବିକଳ୍ପ  ବ୍ୟବସ୍ଥା   ବିଷୟରେ  କୁହାଯାଇଛି   । ସମ୍ମତିର  ଅର୍ଥ   ହେଉଛି , ଏଚ୍ .ଆଇ.ଭି  ପରୀକ୍ଷା  ପାଇଁ  ସ୍ପଷ୍ଟଭାବେ  ହୋଇଥିବା  ଚୁକ୍ତି , ଯେଉଁ ପରିସ୍ଥିତିରେ  କି  ପରାମର୍ଶ ଗ୍ରହିତା  ପରୀକ୍ଷା  ପାଇଁ  ରାଜି   ହେବା  ଆବଶ୍ୟକ   ।

ପରୀକ୍ଷାପରେ  ପରାମର୍ଶ  ବିଷୟବସ୍ତୁ , ପରୀକ୍ଷାର  ଫଳାଫଳ  ଉପରେ  ନିର୍ଭର  କରିଥାଏ  ।

ପରୀକ୍ଷା  ଫଳାଫଳ  ଧନାତ୍ମକ ଥିଲେ , :  ଧନାତ୍ମକ  ଫଳାଫଳ  କ ’ଣ  ଏହାକୁ  ସାବଧାନତାର  ସହିତ  ଆଲୋଚନା  କରିବା  ଏକ  ଗୁରୁତ୍ଵପୂର୍ଣ୍ଣ  ବିଷୟ  ଅଟେ   । ଆଲୋଚନା  ମଧ୍ୟରେ   କୁହନ୍ତୁ ଯେ  ଫଳାଫଳ  ଧନାତ୍ମ  ଥିଲେ  ବ୍ୟକ୍ତି  ଆଶ୍ଵସ୍ତ ଅନୁଭବ  କରିଥାଏ   । ତଥାପି  ନିମ୍ନଲିଖିତ ବିଷୟଗୁଡିକୁ  ଧ୍ୟାନ  ଦିଆଯିବା  ଉଚିତ୍  ।

୧)  ପରୀକ୍ଷାର  ଫଳାଫଳ  ବିଶ୍ୱାସଯୋଗ୍ୟ  ହୋଇ ନ  ପାରେ  ବା  ଭୁଲ୍  ହୋଇପାରେ   କାରଣ, ଏହା  ରୋଗ  ସଂକ୍ରମଣ  ସମ୍ଭାବ୍ୟ  ଦିବସ  ସମୀକ୍ଷା  ଉପରେ  ନିର୍ଭରଶୀଳ  ।

୨)  ପୁନଶ୍ଚ  ଏଚ୍ .ଆଇ.ଭି  ସଂକ୍ରମଣର  ଶିକାର  ନ  ହେବା  ପାଇଁ  ଏହି ସମ୍ପର୍କୀୟ  ବିପଦପୂର୍ଣ୍ଣ  ବ୍ୟବହାର  ଠାରୁ   ଦୂରେଇ  ରହିବା  ବାଞ୍ଛନୀୟ  ।

ନିରାପଦ  ଯୌନ ସମ୍ପର୍କର   ମହତ୍ଵ ଉପରେ   ଗୁରୁତ୍ଵ ଆରୋପ  କରାଯିବା  ଉଚିତ୍  । ପ୍ରକୃତ  ସୁସ୍ଥାବସ୍ଥା  ବା ଉତ୍ତମ  ସ୍ଵାସ୍ଥ୍ୟର  ମହତ୍ଵ  ବିଷୟରେ  ବୁଝାନ୍ତୁ   । ବ୍ୟକ୍ତିର  ଯୌନ  ବ୍ୟବହାରରେ  ପରିବର୍ତ୍ତନ  ଉପରେ  ଗୁରୁତ୍ଵ  ଆରୋପ  କରନ୍ତୁ  ।

ପରୀକ୍ଷାର  ଫଳାଫଳ  ଗୁଣାତ୍ମକ  ହେଲେ , ପରାମର୍ଶ :

ସମ୍ପୃକ୍ତ  ବ୍ୟକ୍ତିଙ୍କୁ  କହିଦେବା  ଉଚିତ୍  ଯେ , ସେ  ରୋଗମୁକ୍ତ  ନୁହଁନ୍ତି  । ପୂର୍ବ  ପରୀକ୍ଷା ଫଳାଫଳର  ଦୃଷ୍ଟାନ୍ତ  ଦେଇ  ବର୍ତ୍ତମାନ  ହୋଇଥିବା  ପରୀକ୍ଷାର  ଫଳ  ଗୁଣାତ୍ମକ  ଓ ସେ   ଏଚ୍ .ଆଇ.ଭି ସଂକ୍ରମିତ ବ୍ୟକ୍ତି  ବିଶେଷଙ୍କୁ  କୁହନ୍ତୁ  । ପରାମର୍ଶଗ୍ରହିତା  ଧୈର୍ଯ୍ୟପୂର୍ଣ୍ଣ  ଭାବରେ   ବର୍ତ୍ତମାନ  ପରିସ୍ଥିତିରେ  କ ’ଣ  କରାଯାଇପାରିବ   ଆଲୋଚନା  କରନ୍ତୁ  ।

ବ୍ୟକ୍ତି  ନିଜର  ସ୍ଥିତି  ଜାଣିଲା  ପରେ  ତାଙ୍କୁ  କିଛି  ସମୟ  ଦିଅନ୍ତୁ , ଯାହା ଦ୍ଵାରା  ବ୍ୟକ୍ତି  ସାଧାରଣ  ବ୍ୟବହାର  କରିପାରିବେ   । କିଛି  ସମୟ  ପରେ  ବ୍ୟକ୍ତିଙ୍କୁ  ପରୀକ୍ଷା  ଫଳାଫଳ   ବାବଦରେ ଧାରଣା  ଦିଅନ୍ତୁ  ।  ରୋଗର  ପ୍ରକୋପ , ଭୟାବହତା  ଓ  ରୋଗୀର  ଶେଷ ଜୀବନ ବିଷୟରେ  ଆଲୋଚନା  କରନ୍ତୁ  ନାହିଂ  ।  ଏହି  ସମୟରେ   ସଂକ୍ରମିତ   ବ୍ୟକ୍ତିଙ୍କ  ପାଇଁ  କ ’ଣ  ସବୁ  କରିହେବ  ଏବଂ  କେଉଁ  ଆଶାପୋଷଣ  କରି  ସମସ୍ୟାର  ସମାଧାନ   କରିହେବ  ତାହା ଦେଖିବା  ଉଚିତ୍  । ନୂଆକରି  ଆସିଥିବା  ଆଣ୍ଟି  ଭାଇରାଲ୍  ଔଷଧର  କାର୍ଯ୍ୟକରିତା  ଓ  ସ୍ଥାନୀୟ  ଚିକିତ୍ସା  ବ୍ୟବସ୍ଥା  ଯାହା  ଏଚ୍ .ଆଇ.ଭି  ଲକ୍ଷଣ  ପାଇଁ  ଫଳପ୍ରଦ  ସେ  ବିଷୟରେ  ବ୍ୟକ୍ତି   ସହିତ  ଆଲୋଚନା  କରନ୍ତୁ  ।

ପରାମର୍ଶର  ଆଲୋଚନା  ଏଠାରେ  ଏକ  ନୂଆମୋଡ  ନେଇଥାଏ  । ସଙ୍କଟାବସ୍ଥାରେ  ପରାମର୍ଶ  ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ   ଅଟେ , କାରଣ  ଏଚ୍ .ଆଇ.ଭି ସଂକ୍ରମିତ  ବ୍ୟକ୍ତି  ଜୀବନ  ପ୍ରତି  ଏହା  ଏକ  ବିପଦ  ହୋଇଥାଏ   । ଏହି ଖବର  କିପରି  ଅନ୍ୟମାନେ   ଗ୍ରହଣ କରିବେ  ଏବଂ ଏଥିରେ  ଅନ୍ୟମାନେ  କାତର  ହେବେ ନାହିଁ  ଏହା  ଅନେକ  କାରଣ  ଉପରେ  ନିର୍ଭର  କରିଥାଏ  ।

ସମସ୍ୟା  ସମାଧାନ  ପରାମର୍ଶ  ଅତ୍ୟନ୍ତ  ଜରୁରୀ   । ମନସ୍ତାପ  ସମୟରେ , ପରାମର୍ଶଗ୍ରହିତା  କିପରି  ପରାମର୍ଶଦାତାଙ୍କୁ  ଯୋଗାଯୋଗ  କରିବେ  ତାହା  କହିବା  ଆବଶ୍ୟକ   । ଅନ୍ୟବ୍ୟକ୍ତି  ଓ  କର୍ମଦାତା  ଯଦି  ଜାଣିପାରନ୍ତି  ଯେ  ବ୍ୟକ୍ତିବିଶେଷ  ଏଚ୍ .ଆଇ.ଭି  ରେ ସଂକ୍ରମିତ , ପରିସ୍ଥିତିର  ମୁକାବିଲା  ପାଇଁ  କ ’ଣ  କରାଯିବା  ଉଚିତ୍  ତାହା  ଆଲୋଚନା  କରିବା  ଆବଶ୍ୟକ  । ଏଥିପାଇଁ  ସମୟ  ମୁତାବକ  ବ୍ୟବସ୍ଥା  କରାଯିବା  ଉଚିତ୍ ।

ଅନେକ  ଦିନ  ପର୍ଯ୍ୟନ୍ତ  ଏଚ୍ .ଆଇ.ଭି  ସଂକ୍ରମଣ  ପ୍ରଭାବ  କିପରି  ଭାବେ  ରହିଥାଏ  ଏବଂ ଏଥିଯୋଗୁଁ   ବିଭିନ୍ନ ଅସୁସ୍ଥତା  ସବୁ  ଦେଖାଦେଇଥାଏ , ଏ ସଂକ୍ରାନ୍ତିୟ  ତଥ୍ୟ  ବ୍ୟକ୍ତିଙ୍କୁ  ଜଣାଇବା  ଆବଶ୍ୟକ  । ପରାମର୍ଶ  ଗ୍ରହିତା  ମଧ୍ୟ  ଜାଣି  ରଖିବା  ଉଚିତ୍  ଯେ  ସେମାନେ  ସାରାଜୀବନ   ସଂକ୍ରମିତ  ହୋଇରହିବେ ; ଏଥିପାଇଁ  ସେମାନଙ୍କ  ଯୌନ  ସାଥିଙ୍କଠାରୁ  ସେ  କିପରି  ଦୂରେଇ  ରହିବେ  ତାହାର  ବ୍ୟବସ୍ଥା  କରିବା  ଆବଶ୍ୟକ   ।

ନିମ୍ନଲିଖିତ  କଥାଗୁଡ଼ିକ  ପ୍ରତି  ବାରମ୍ବାର  ଧ୍ୟାନ  ଦିଆଯିବା   ଆବଶ୍ୟକ  ।

  • ଏଚ୍ .ଆଇ.ଭି  ସଂକ୍ରମଣର  ମାନେ  ନୁହେଁ  ଏଡସ୍  ରୋଗ  । ପ୍ରତ୍ୟକ ସଂକ୍ରମିତ   ବ୍ୟକ୍ତିର  କିପରି  ଆର୍ଥିକ  ଓ  ସାମାଜିକ  ସ୍ଥିତି   ବଜାୟ ରହିବ  ସେଥିପାଇଁ  ପ୍ରୋତ୍ସାହନ  ଦିଅନ୍ତୁ   । ସାଧାରଣ  ଲୋକଙ୍କୁ  ମଧ୍ୟ   ବଞ୍ଚିବା  ପାଇଁ  ସାମାଜିକ  ସହଯୋଗ  ଦରକାର   ତେଣୁ   ସଂକ୍ରମିତ  ବ୍ୟକ୍ତିମାନେ ସେମାନଙ୍କର   ଆବଶ୍ୟକତା  ପୂରଣ   ପାଇଁ  ଚାହୁଁଥିବା  ସାହାଯ୍ୟ   ସବୁ  ଯୋଗାଇ  ଦିଆଯିବା  ଆବଶ୍ୟକ   ।
  • ଏଚ୍ .ଆଇ.ଭି  ସଂକ୍ରମିତ  ବ୍ୟକ୍ତି  ତାଙ୍କର  ସ୍ୱାସ୍ଥ୍ୟ  ପ୍ରତି  ଯତ୍ନ  ନେବା  ଆବଶ୍ୟକ  । ସଂକ୍ରମିତ  ବ୍ୟକ୍ତି  ବିଭିନ୍ନ  ସଂକ୍ରମଣଠାରୁ  ଦୂରେଇ  ରୁହନ୍ତୁ   କାରଣ   ଏହା   ରୋଗ  ପ୍ରତିରୋଧ  ଶକ୍ତିକୁ  ଦୁର୍ବଳ  କରି  ଶରୀରରେ   ଏଡସ୍  କରାଇଥାଏ  । ପରାମର୍ଶଦାତା  କହିଦେବା  ଉଚିତ୍  ଯେ  କିପରି  ଭାବେ  ଘରୋଇ  ଯତ୍ନ  ଓ  ଚିକିତ୍ସା  କରିବା  ଦରକାର   ।  ଆହୁରି  ମଧ୍ୟ  ସଂକ୍ରମିତ  ବ୍ୟକ୍ତି  ବିପଦପୂର୍ଣ୍ଣ ଯୌନ କ୍ରିୟାଠାରୁ   ଦୂରେଇ  ସ୍ଵାସ୍ଥ୍ୟର  ଅବସ୍ଥାକୁ   ଆହୁରି ଖରାପ   କରିଦେଇପାରେ   ।
  • ଯୌନ ସମ୍ପର୍କ  ଦ୍ଵାରା ଏଚ୍ .ଆଇ.ଭି   ବ୍ୟାପିଥାଏ   । ଯୌନକ୍ରିୟାକୁ  ବର୍ଜନ  କରିବା  ଓ  ନିରାପଦ  ଯୌନ  କ୍ରିୟାଦ୍ୱାରା  ହିଁ   ସଂକ୍ରମଣକୁ  ରୋକାଯାଇପାରିବ  । ଯଦି ସଂକ୍ରମିତ  ବ୍ୟକ୍ତି  ଯୌନ ସଂସର୍ଗ   କରିବାକୁ  ଚାହାଁନ୍ତି  ତେବେ   କଣ୍ଡୋମ  ବ୍ୟବହାର  ବିଧେୟ   । ସଂକ୍ରମିତ  ବ୍ୟକ୍ତି  ତାଙ୍କର  ସାଥିଙ୍କ  ସହ  ସଂକ୍ରମଣ   ବିଷୟରେ  ଆଲୋଚନା  କରିବା  ଆବଶ୍ୟକ   କାରଣ  ସାଥି  ମଧ୍ୟ  ପରାମର୍ଶ  ଲୋଡିପାରନ୍ତି  ବା  ସଂକ୍ରମଣ  ପାଇଁ   ପରୀକ୍ଷା   କରାଇପାରନ୍ତି  ।

ସଂକ୍ରମିତ  ବ୍ୟକ୍ତି  କେବେଠାରୁ  ଏଚ୍ .ଆଇ.ଭି ରେ  ଆକ୍ରାନ୍ତ  ହେଲେଣି  ଓ କିପରି   ତାହା  ପରୀକ୍ଷା  ଦ୍ଵାରା  ଜଣା  ପଡି  ନଥାଏ , ଏହି ବିଷୟ  ଭଲଭାବରେ  ପରାମର୍ଶ ଗ୍ରହିତାଙ୍କୁ  ବୁଝାଇ  ଦିଅନ୍ତୁ  ଏବଂ କହି  ରଖନ୍ତୁ ଯେ   ସାଥିଙ୍କ  ସହିତ  ସମ୍ପର୍କ  ହେବା  ପୂର୍ବରୁ  ମଧ୍ୟ  ସଂକ୍ରମଣ   ହୋଇପାରିଥାଏ ; ସେଥିପାଇଁ  ବର୍ତ୍ତମାନର   ସାଥୀଙ୍କୁ  କେବଳ  ଅବିଶ୍ଵାସ  କରିବା  ଉଚିତ୍  ନୁହେଁ   । ଏଚ୍ .ଆଇ.ଭି  ଥିବା  ବ୍ୟକ୍ତି  ନିଜର  ସଂକ୍ରମଣ  କଥା  ଅନ୍ୟଙ୍କୁ  ଜଣାଇବାରେ  ଭଲମନ୍ଦ  କ ’ଣ  ତାହା  ପରାମର୍ଶଦାତା  ଭଲଭାବରେ  ସଂକ୍ରମିତ  ବ୍ୟକ୍ତିଙ୍କୁ  ବୁଝାଇଦେବା  ଉଚିତ  ।

ପ୍ରକୃତରେ  ପରିବାର  ଏବଂ ନିକଟ  ସମ୍ପର୍କୀୟଙ୍କୁ  ସଂକ୍ରମଣ  ବିଷୟ  ଜଣାଇବାର  କିଛିଟା  କାରଣ  ରହିଛି   । ସଂକ୍ରମିତଙ୍କୁ  ସାହାଯ୍ୟ  ସହଯୋଗ  କରିବାକୁ  ସେମାନଙ୍କୁ   କହିବା  ସହିତ  ଏଥିରେ  ସେମାନଙ୍କର   ଉପକାର   କ ’ଣ  ହେବ  ତାହା  ବୁଝାଇଦେବା  ଆବଶ୍ୟକ  । କେତେକେ  ବ୍ୟକ୍ତି  ସଂକ୍ରମିତ  ବ୍ୟକ୍ତିଙ୍କ  ସହିତ   ଯୋଗାଯୋଗ   ଓ ସାହାଯ୍ୟ  କରିବା  ପାଇଁ  ଲଜ୍ୟାବୋଧ  କରନ୍ତି   । ଏ କ୍ଷେତ୍ରରେ  ପରାମର୍ଶଦାତାଙ୍କ   ଭୂମିକା  ଗୁରୁତ୍ୱପୂର୍ଣ୍ଣ   ।

ପରାମର୍ଶ  ଗ୍ରହିତାଙ୍କୁ  ସାହାଯ୍ୟ  କରିବା  ପାଇଁ  ପରାମର୍ଶଦାତା  ପ୍ରଶ୍ନ  ମାଧ୍ୟମରେ   କେତେକେ   ସମାଧାନ  କରି ପାରିବେ   । ଯଥା  ଆପଣ   ଯେଉଁ  ବ୍ୟକ୍ତିଙ୍କୁ   ଭଲ  ପାଉଛନ୍ତି , ସେମାନଙ୍କୁ  ଯଦି ଆପଣଙ୍କର   କ ’ଣ  ହେଉଛି  କହିବେ , ତେବେ  ସେମାନଙ୍କର  ଅନୁଭବ  କ ’ଣ  ହେବ  । ପରାମର୍ଶ ଗ୍ରହିତା  ବୁଝିବା  ଆବଶ୍ୟକ  ଯେ  ତାଙ୍କର  ସ୍ତ୍ରୀ  ବା  ସ୍ଵାମୀ  ଏ ବିଷୟ  ଜାଣିବା  ପରେ  କିପରି  ଆଚରଣ  ପ୍ରଦର୍ଶନ  କରିବେ  । ଭୂମିକା  ଅଭିନୟ  ମାଧ୍ୟମରେ   ପରାମର୍ଶଦାତା ପରାମର୍ଶଗ୍ରହିତାଙ୍କୁ  ବୁଝାଇ  ଦେଇପାରିବେ  ଯେ  ସେ  କିପରି  ଏହି  ଖବର  ଘରେ  ଜଣାଇବେ  ।

ଲଜ୍ୟା , ସଙ୍କୋଚ  ଓ  ଭୟରେ  ଅଧିକାଂଶ  ବ୍ୟକ୍ତି  ପରାମର୍ଶ  ପାଇଁ  ଆସି  ନଥାନ୍ତି , ଯେ  ପର୍ଯ୍ୟନ୍ତ  ସେ ଏଚ୍ .ଆଇ.ଭି ସଂକ୍ରମିତ  ହୋଇନଥାନ୍ତି  । ପରାମର୍ଶଦାତା  ଏ ସମୟରେ  ବ୍ୟକ୍ତି  ଯେପରି  ପୁନର୍ବାର   ଏଚ୍ .ଆଇ.ଭି  ସଂକ୍ରମଣ  ନ  କରନ୍ତି  ସେ  ବିଷୟରେ  ଯତ୍ନଶୀଳ  ହେବା  ଆବଶ୍ୟକ   । ଏଚ୍ .ଆଇ.ଭି ସଂକ୍ରମଣର  ତିନୋଟି  ମାଧ୍ୟମ ବିଷୟରେ  ପରାମର୍ଶଦାତା  ପରାମର୍ଶଗ୍ରହିତାଙ୍କୁ ବୁଝାଇବା ଉଚିତ୍   ।

ଏଚ୍ .ଆଇ.ଭି   ଗୁଣାତ୍ମକ  ମାନ  କ ’ଣ  ବ୍ୟକ୍ତିଙ୍କୁ  ବୁଝାଇବା  ଉଚିତ୍  ।

  • ବ୍ୟକ୍ତି  ଏଚ୍ .ଆଇ.ଭି  ସଂକ୍ରମଣ  ପରେ  କିପରି   ଅନୁଭବ  କରୁଛି , ତାହାର  ଆଲୋଚନା   ।
  • ନକରାତ୍ମକ  ଅନୁଭବ  ହୋଇଥଲେ  ବ୍ୟକ୍ତିଙ୍କୁ  ଉପଯୁକ୍ତ   ପରାମର୍ଶ   ।
  • ଭବିଷ୍ୟତ  ଯୋଜନାର   ଆଲୋଚନା   ।
  • ଆଗାମୀ ପରାମର୍ଶ  ପାଇଁ  ବ୍ୟକ୍ତିଙ୍କ   ସହିତ  ଉତ୍ତମ  ସମ୍ପର୍କ  ସ୍ଥାପନ
  • ମେଡିକାଲ  ସେବା  ବାବଦରେ  ବ୍ୟକ୍ତିଙ୍କୁ  ଅବଗତ  ଓ  ପର  ପରାମର୍ଶ  ପାଇଁ  ଉପଦେଶ
  • ଯଦି  ସମ୍ଭବ  ସଂକ୍ରମିତ  ବ୍ୟକ୍ତିଙ୍କ  ସାଥୀଙ୍କୁ  ପରାମର୍ଶ   ।

ଏଚ୍ .ଆଇ.ଭି  ପରୀକ୍ଷା  ଫଳ  ସମୟେ  ସମୟେ ନା  ଗୁଣାତ୍ମକ  ବା  ନା  ଧନାତ୍ମକ  ହୋଇଥାଏ  । ଏ କ୍ଷେତ୍ରରେ   ପରାମର୍ଶଦାତା  ଦୁଇଟି  ବିଷୟ ଉପରେ  ଅଧିକ  ଧ୍ୟାନ ଦେବା  ଉଚିତ   ଯଥା :

୧.  କେଉଁ  ପ୍ରକାର  ପରୀକ୍ଷା  ହୋଇଥିଲା : ପ୍ରଥମ  ପରୀକ୍ଷାରେ  ଯଦି  ସଠିକ୍  କିଛି  ଜଣା ନ ପଡିଲା  ତେବେ  ପରୀକ୍ଷା   ପୁନର୍ବାର ହେବା ଆବଶ୍ୟକ   । ତଥାପି  ଯଦି  ଜଣା ନ ପଡିଲା  ତେବେ  ୱେଷ୍ଟର୍ଣ୍ଣ  ବ୍ଲଟ  ବା  ଏଲିସା  ପରୀକ୍ଷା   ପୁନର୍ବାର   ହେବା  ହେବା  ଆବଶ୍ୟକ   । ପ୍ରଥମ  ରକ୍ତ  ନମୁନା  ସଂଗ୍ରହର  ୨ ସପ୍ତାହ  ପରେ  ଆଉ ଥରେ  ରକ୍ତ  ସଂଗ୍ରହ  କରି  ପରୀକ୍ଷା  କରାଯିବା ଉଚିତ୍   । ଉଭୟ  ରକ୍ତ  ପୁନଃ  ପରୀକ୍ଷା   ହେବା  ଆବଶ୍ୟକ   । ଯଦି  ପୁନର୍ବାର  ପରୀକ୍ଷା  ଫଳାଫଳ  ସଠିକ୍   ଜଣା ନ ପଡେ  ତେବେ ବ୍ୟକ୍ତିର ଏଚ୍ .ଆଇ.ଭି ଆଣ୍ଟିବାଡି  ଧନାତ୍ମକ  ଭାବରେ   ଧରାଯାଏ  । ସେ  ଯାହାହେଉ  ଯେଉଁ  ରକ୍ତ  ପରୀକ୍ଷା  ଦ୍ଵାରା  ଏଚ୍ .ଆଇ.ଭି  ସଂକ୍ରମଣ  ଜଣା  ପଡେ  ନାହିଁ , ସେ  ରକ୍ତ  ବ୍ୟବହାର  କରିବା  ଉଚିତ୍  ନୁହେଁ  ।

୨. ପରୀକ୍ଷା  ଫଳାଫଳ   ସଠିକ୍  ଜଣା ନ  ପଡିଲେ  ସେ  ସମୟରେ  ପ୍ରତିରୋଧକ  ବ୍ୟବସ୍ଥା  ।

ପ୍ରଥମଥର   ଫଳାଫଳ ସଠିକ୍  ଜଣା ନ ପଡିଲେ , ପୁଣିଥରେ  ପରୀକ୍ଷା  କରି  ଫଳାଫଳ  ଜାଣିବା ପାଇଁ  ସମୟ  ଲାଗିଥାଏ  । ଏହି ସମୟରେ   ପରାମର୍ଶଦାତା , ବ୍ୟକ୍ତିଙ୍କୁ  ସବୁ ପ୍ରକାର  ପ୍ରତିଷେଧାତ୍ମକ  ବ୍ୟବସ୍ଥା  ଆପଣାଇବା  ପାଇଁ  କହିବା  ଉଚିତ୍   । ଏହା ଦ୍ଵାରା ବ୍ୟକ୍ତି  ପୁନର୍ବାର  ଏଚ୍ .ଆଇ.ଭି  ସଂକ୍ରମଣ  କରିବେ  ନାହିଁ   ଏହି ଫଳାଫଳର   ଅଜଣା  ସମୟ  ବ୍ୟକ୍ତି  ପାଇଁ  କଷ୍ଟଦାୟକ  ହୋଇଥାଏ  ଓ ବ୍ୟକ୍ତିର  ମନସ୍ତାତ୍ତ୍ଵିକ  ସମସ୍ୟା  ସୃଷ୍ଟି  ହୋଇଥାଏ   ।

କଣ୍ଡୋମ୍  ବ୍ୟବହାର :

ପରୀକ୍ଷା  ପର  ପରାମର୍ଶରେ  ପରାମର୍ଶଦାତା   କଣ୍ଡୋମ୍  ବ୍ୟବହାରର  ମହତ୍ଵ  ଆଲୋଚନା  କରିବା ଆବଶ୍ୟକ   । କେତେକେ  ସ୍ଥଳରେ  କଣ୍ଡୋମ୍   ବ୍ୟବହାର   ନ  କରିବା  ପାଇଁ   ବ୍ୟକ୍ତିମାନେ  ଚାହିଁଥାଆନ୍ତି  କିନ୍ତୁ  ସେ ଯେପରି  କଣ୍ଡୋମ୍  ବ୍ୟବହାର  କରିବେ , ବ୍ୟକ୍ତିଙ୍କୁ  ଉତ୍ତମ  ପରାମର୍ଶ  ଦେବା  ଉଚିତ୍  । କଣ୍ଡୋମ୍  ଯେପରି  ନିର୍ଭୁଲ୍  ଭାବରେ  କରାଯିବ  ବ୍ୟକ୍ତିକୁ   ବୁଝାଇବା  ଉଚିତ୍  । ସବୁଠାରୁ  ଗୁରୁତ୍ଵପୂର୍ଣ୍ଣ , ପ୍ରତ୍ୟକ  ଯୌନ  ସମ୍ପର୍କ  ସମୟରେ  ନୂଆ  କଣ୍ଡୋମ୍  ବ୍ୟବହାର  ହେବା  ଉଚିତ୍  ।

କେତେକ ସ୍ଵତନ୍ତ୍ର  ଚାହିଦା  ପାଇଁ  ପରାମର୍ଶ ବ୍ୟବସ୍ଥା  । ମହିଳାଙ୍କ  ନିମନ୍ତେ :

ଏଚ୍ .ଆଇ.ଭି ପ୍ରତ୍ୟକ  ବୟସର  ପୁରୁଷ , ସ୍ତ୍ରୀ  ଏବଂ ଶିଶୁମାନଙ୍କୁ  ସଂକ୍ରମିତ  କରିପାରେ   । ତେବେ  ବିଶ୍ୱବ୍ୟାପୀ  ପରିସଂଖ୍ୟାନ   ଅନୁଯାୟୀ  ମହିଳାମାନଙ୍କ  ସଂଖ୍ୟା  ପୁରୁଷଙ୍କ  ତୁଳନାରେ   ଖୁବ୍  ଶୀଘ୍ର  ବୃଦ୍ଧି  ପାଇଛି   । କେତେକ  ସ୍ଥାନରେ  ଏଡସ୍   ଯୋଗୁଁ  ମହିଳାମାନେ  କମ୍  ବୟସରେ  ମୃତ୍ୟୁମୁଖରେ   ପଡ଼ୁଛନ୍ତି  ଏବଂ  ସେମାନଙ୍କ  ମୃତ୍ୟୁହାର   ପୁରୁଷମାନଙ୍କ  ଠାରୁ  ବେଶୀ  ନ ହେଲେ  ମଧ୍ୟ  ସମାନ ଅଟେ  । ଏଥିରୁ  ଜଣାପଡେ  ଏଡସ୍  ସଂକ୍ରମଣର  ଆଶଙ୍କା  ମହିଳାଙ୍କ  କ୍ଷେତ୍ରରେ  ଅପେକ୍ଷାକୃତ   ବେଶୀ  ଏବଂ  ସଂକ୍ରମଣର  ପ୍ରତିରୋଧ  କରିବା  ଏବଂ ଏଥିଜନିତ  ସହାୟତା  ସେମାନଙ୍କୁ  ପ୍ରାୟ  ମିଳି  ନଥାଏ  ।

ଏଚ୍ .ଆଇ.ଭି/ଏଡସ୍ ସମ୍ପର୍କୀୟ   ବିପଦ  ବା  ଅସୁବିଧା  କେବଳ  ଯେ  ମହିଳାମାନଙ୍କୁ  ଭୋଗିବାକୁ  ହୁଏ  ତାହା  ନୁହେଁ   ମାତ୍ର  ଏହି ଆକ୍ରମଣରେ  ସେମାନେ  ବେଶୀ ଅସୁବିଧାରେ   ପଡନ୍ତି  । ଏଥି ସହିତ  ଗର୍ଭଧାରଣାରେ ମଧ୍ୟ ଏହାର ପ୍ରଭାବ  ଗୁରୁତ୍ୱପୂର୍ଣ୍ଣ  ଅଟେ , କାରଣ  ଗର୍ଭବତୀ  ମହିଳା  ଏଚ୍ .ଆଇ.ଭି ରେ  ସଂକ୍ରମିତ  ଥିଲେ  ଜରାୟୁସ୍ଥ  ଭୃଣକୁ  ଏହା  ସଂକ୍ରମଣ  କରିପାରେ  ଏବଂ  ଜଣେ  ଶିଶୁ  ଜନ୍ମ  ସମୟରେ  ଓ ସ୍ତନ୍ୟପାନ ଦ୍ଵାରା  ମଧ୍ୟ  ଏହା  ସଂକ୍ରମିତ  କରିପାରେ   ।

ସଂକ୍ରମିତ  ମହିଳାଙ୍କୁ  ପରାମର୍ଶ  ଦେବା :

ପ୍ରାଥମିକ  ପରାମର୍ଶ  ସମ୍ବନ୍ଧୀୟ  ଯୋଗାଯୋଗ   ପ୍ରାୟତଃ  ପରୀକ୍ଷା  ପୂର୍ବରୁ  ଦିଆଯାଇଥିବା  ପରାମର୍ଶ  ଦେବାର  ସ୍ଥାନ  ଓ ପରିବେଶ , ପରାମର୍ଶ  ଗ୍ରହିତାଙ୍କୁ ସୁରକ୍ଷିତ  ମନେ ହେବା  ଦରକାର  । କାରଣ , ଏଚ୍ .ଆଇ.ଭି  ପରାମର୍ଶରେ  ବ୍ୟକ୍ତିଗତ  ଗୋପନୀୟ  କଥା  ସବୁ  ଆଲୋଚନା  କରାଯାଏ , ଏହିସବୁ  କ୍ଷେତ୍ରରେ   ଅନେକ  ମହିଳା  ଜଣେ  ମହିଳା  ପରାମର୍ଶଦାତାଙ୍କୁ  ପସନ୍ଦ  କରିଥାନ୍ତି  ।

ପରାମର୍ଶ  ଦେବାକୁ   ହେଲେ  ଜଣେ ମହିଳା  ତାଙ୍କର  ଅବସ୍ଥା  ବା ସଂକ୍ରମିତ  ଜନିତ  ସମସ୍ୟା  କିଭଳି  ଅନୁଭବ  କରିଛନ୍ତି   ତାହା  ଭଲ  ଭାବେ ଜାଣିବା  ଉଚିତ୍   ।

ସାଧାରଣତଃ  ଜଣେ  ମହିଳାଙ୍କ  ସ୍ଵାମୀ , ଯୌନସାଥୀ  ଓ  ସନ୍ତାନ  ଯଦି ଏଚ୍ .ଆଇ.ଭି ସଂକ୍ରମଣ  ଜନିତ ଅସୁବିଧା  ଭୋଗନ୍ତି   ଠିକ୍  ସେତିକିବେଳେ  ହିଁ  ମହିଳାଜଣଙ୍କ  ନିଜେ  ଏଚ୍ .ଆଇ.ଭି  ସଂକ୍ରମିତ  ବୋଲି  ଜାଣିପାରନ୍ତି  । ପରାମର୍ଶଦାତା  ଏହାକୁ  ଧ୍ୟାନ  ଦେବା ଉଚିତ୍  ଯେ , ଜଣେ  ସଂକ୍ରମିତ  ମହିଳା ଦୁଇଟି  ବିପଦ  ଭାର  ବହନ  କରିଥାନ୍ତି  ଯଥା – ନିଜ  ସ୍ଵାମୀ , ଯୌନସାଥୀ  ଓ  ସନ୍ତାନଙ୍କର  ସଂକ୍ରମଣ ଜନିତ ବିପଦ  ତଥା  ନିଜସ୍ଵ  ସଂକ୍ରମଣର ବିପଦ  । ଜଣେ  ମହିଳାଙ୍କର  ସଂକ୍ରମଣ ବିଷୟରେ  ତାଙ୍କ  ଯୌନ ସାଥୀ  ଓ ପରିବାରଙ୍କୁ  ଜଣାଇ  ଦେବା  ଦ୍ଵାରା ତାଙ୍କୁ  ହତାଶ  କରାଯାଇଥାଏ   । ଏ  କ୍ଷେତ୍ରରେ  ସେ  ପ୍ରାୟତଃ  ଚାଲୁରହିଥିବା  ପରାମର୍ଶରୁ  ସାହାଯ୍ୟ  ସହଯୋଗ   ଇଛା  କରିଥାନ୍ତି  ।

ଜଣେ  ମହିଳାଙ୍କର  ଏଚ୍ .ଆଇ.ଭି  ସଂକ୍ରମଣକୁ  କେବଳ  ଯେ , ଚିକିତ୍ସା ଦିଗରୁ  ବିଚାର  କରାଯାଏ   ତାହା  ନୁହେଁ , ସାମାଜିକ  ଓ  ସାଂସ୍କୃତିକ  ଦିଗରୁ   ମଧ୍ୟ  ଏହାକୁ  ଧ୍ୟାନ  ଦିଆଯାଏ   । ପରିବାର  ମଧ୍ୟରେ  ପ୍ରାୟତଃ  ମହିଳାମାନଙ୍କୁ   ସଂକ୍ରମଣର  କାରଣ  ବୋଲି   ସନ୍ଦେହ  କରାଯାଏ, ଯଦି  ଓ ଠିକ  ଏହାର  ଓଲଟା  ପ୍ରମାଣ   ରହିଥାଏ   ।

ପରିବାର  ଓ ବନ୍ଧୁବର୍ଗଙ୍କ  ପରିତ୍ୟାଗ : ସଂକ୍ରମିତ  ମହିଳାଙ୍କ  ପ୍ରକୃତି  ତଥା  ପୂର୍ବରୁଥିବା  ଚାଲିଚଳନ  ଯୋଗୁଁ  ମହିଳାଙ୍କୁ  ଏକଘରିଆ   କରିଦେଇଥାନ୍ତି , ଏହାକୁ  ପରାମର୍ଶଦାତା  ଭଲଭାବରେ  ହୃଦୟଙ୍ଗମ  କରି  ସଂକ୍ରମିତ  ମହିଳାଙ୍କ  ମନରେ  ଉପୁଜୁଥିବା  ଏହି ଭୟର  ମୁକାବିଲା  ପାଇଁ  ମାନସିକ  ସାନ୍ତ୍ଵନା  ଦେବା  ଆବଶ୍ୟକ   । ଜଣେ  ମହିଳାଙ୍କ  ସଂକ୍ରମିତ  ବୋଲି  ଜଣାପଡିବା  ଦ୍ଵାରା  ତାଙ୍କର  କିଛି  ଗୁପ୍ତ  ତଥ୍ୟ  ଜଣାପଡିଯାଏ  ଓ ସେ  କିପରି  ତାଙ୍କର  ଯୌନସାଥିଙ୍କ  ସହିତ  ଜଡିତ  ତାହା  ଜଣାପଡିଯାଏ , ଏହିସବୁ  ଯୋଗୁଁ   ତାଙ୍କର  ପରିବାର  ଓ ବନ୍ଧୁବର୍ଗ   ତାଙ୍କଠାରୁ  ଦୂରେଇ  ରହିଥାନ୍ତି  । ଉଦାହରଣସ୍ୱରୂପ  ତାଙ୍କ  ଯୌନସାଥିଙ୍କର  ସହ  ସମ୍ପର୍କ  ଜଣାପଡିଥାଏ   ।

ଏଚ୍ .ଆଇ.ଭି  ସଂକ୍ରମିତ  ମହିଳା   ସମୟ  ସମୟରେ ସଂପୂର୍ଣ୍ଣ ଏକାକିନୀ ଏବଂ ନିଃସଙ୍ଗୀ  ମନେକରିଥାନ୍ତି  । ସାମାଜିକ  ବ୍ୟାଧି  ସ୍ୱରୂପ  ସେମାନେ  ନିଜକୁ  ଏକଘରିଆ , ପରିବାର , ଓ ଗୋଷ୍ଠୀ  ସଙ୍ଗଠନଠାରୁ  ଦୂରରେ  ବୋଲି  ମନେକରିଥାନ୍ତି   । ପରିବାର  ଓ ଅନ୍ୟ  ସାମାଜିକ  ସଂଗଠନ  ସହିତ  ସଂକ୍ରମିତ  ମହିଳାଙ୍କୁ  ପୁନଃ  ପ୍ରତିଷ୍ଠା  କରାଇବା  ପାରାମର୍ଶଦାତାଙ୍କର  ଏକ  ଗୁରୁଦାୟିତ୍ଵ  ଅଟେ   ।

ଏ କ୍ଷେତ୍ରରେ   ଅନେକ   ମହିଳାଙ୍କର   ବିଶ୍ଵାସ  ନ ଥାଏ  ଯେ , ସେମାନଙ୍କର  ପରିବାର  ବା  ସ୍ଵାମୀଙ୍କର  ପରିବାର  ତାଙ୍କୁ  ସାହାଯ୍ୟ  କରିବେ   ।  ପରାମର୍ଶଦାତା  ଚେଷ୍ଟା  କରିବା  ଉଚିତ୍ ଯେ , କିପରି  ତାଙ୍କ  ପରିବାର  ସଂକ୍ରମିତ  ମହିଳାଙ୍କୁ  ସାହାଯ୍ୟ  କରିବେ   । ଗୋଷ୍ଠୀ  ଏବଂ ପରିବାରକୁ  ଶିକ୍ଷା  ଦେବା  ଦ୍ଵାରା  ତାହା  ପରୋକ୍ଷ  ଭାବରେ   ପରାମର୍ଶ  ଗ୍ରହିତାଙ୍କର  ଉପକାରରେ   ଆସିଥାଏ   । ଯେଉଁ ସଂକ୍ରମିତ  ମହିଳାମାନେ  ତାଙ୍କର  ବନ୍ଧୁବାନ୍ଧବମାନଙ୍କଠାରୁ  ବିତାଡିତ  ହୋଇଛନ୍ତି   ତାଙ୍କୁ  ସାହାଯ୍ୟ  କରିବାର  ଉପଯୁକ୍ତ  ମାଧ୍ୟମ  ହେଲେ  ସେମାନଙ୍କ  ସାଙ୍ଗ  ଓ ସାଥିମାନେ  । ଏପରିକି  ଯେଉଁମାନଙ୍କର  ଦୃଢ  ସାମାଜିକ  ସମ୍ପର୍କ  ରହିଛି  ସେ  କ୍ଷେତ୍ରରେ  ସମ୍ପୃକ୍ତ   ମହିଳା  ଅନ୍ୟ  ଏଚ୍ .ଆଇ.ଭି  ସଂକ୍ରମିତ  ମହିଳାଙ୍କ  ସାକ୍ଷାତ  ଓ ଆଲୋଚନା   ବ୍ୟବସ୍ଥା   କରିପାରିବେ   । ଜଣେ  ସଂକ୍ରମିତ  ମହିଳାଙ୍କଠାରେ  ଦେଖା  ଦେଉଥିବା  ସାଧାରଣ  ଭାବଭଙ୍ଗୀ   ଗୁଡିକ  ହେଲା :-

  • କୌଣସି  ବ୍ୟକ୍ତିଙ୍କ  ପ୍ରତି  କ୍ରୋଧଭାବ , ସାଧାରଣତଃ  ଯୌନ  ସାଥି  କି  ତାଙ୍କର  ସଂକ୍ରମଣ  ପାଇଁ  ଦାୟୀ  ଅଟନ୍ତି   ।
  • ନିଜର  ସ୍ୱାସ୍ଥ୍ୟ  ଓ  ସାମାଜିକ  ସ୍ଥିତି  ହରାଇ ଦେଇ ଥିବାର  ଦୁଃଖ , ହେୟଭାବ ଓ ଯୌନ  ପ୍ରକୃତିରେ  ପରିବର୍ତ୍ତନ , ସନ୍ତାନ  ପ୍ରସବ  କରିବେ  କି ନାହିଂ , ମୃତବତ୍  ଏବଂ  ପିଲାଛୁଆଙ୍କୁ  ଅଲଗା କରି ରଖିବାର  ଭାବନା  ।

ସଂକ୍ରମିତ  ମହିଳାମାନେ  ସେମାନଙ୍କ  ସନ୍ତାନମାନଙ୍କର ମଙ୍ଗଳ  ନିମନ୍ତେ  ଅତ୍ୟଧିକ  ଚିନ୍ତା  କରିଥାନ୍ତି   । ଏବେ  ଦେଖାଯାଇଛି ଯେ , ନିଜର  ପିଲା  ଏଚ୍ .ଆଇ.ଭି  ସଂକ୍ରମିତ  କି ନୁହେଁ  କେବଳ ଏହାକୁ  ଜାଣିବା  ପାଇଁ  ଅଧିକାଂଶ  ମହିଳା  ନିଜର ସଂକ୍ରମଣ  ପରୀକ୍ଷା  କରାଇଥାନ୍ତି   । ଯଦି  ମା ’ ସାଙ୍ଗରେ  ଛୁଆଟି  ସଂକ୍ରମିତ  ବୋଲି  ଜଣାପଡେ , ତେବେ  ଦୁନିଆରେ  ସେମାନଙ୍କର  ଆବଶ୍ୟକତା  ନଗଣ୍ୟ  ବୋଲି ସେମାନେ  ମନେକରିଥାନ୍ତି  ଏବଂ କ୍ଲିନିକ୍ ରେ  ସେମାନଙ୍କଠାରୁ   ଛୁଆ  ଅଲଗା  କରି ଦିଆଯିବ  ବୋଲି  ମଧ୍ୟ  ସେମାନଙ୍କର  ଆଶଙ୍କା ଥଏ   ।

ସଂକ୍ରମିତ  ମହିଳାମାନଙ୍କୁ  ପ୍ରତ୍ୟକ  ପ୍ରକାର  ପରାମର୍ଶ  ଦେଇ ସାହାଯ୍ୟ  କରାଯାଇଥାଏ   । ଜଣେ  ସଂକ୍ରମିତ  ମହିଳା  ମୃତ୍ୟୁବରଣ  କରିବା  ପୂର୍ବରୁ  ସନ୍ତାନମାନଙ୍କ  ଲାଳନପାଳନ  ପାଇଁ  ଦାୟିତ୍ଵ , ସେ  ଗର୍ଭବତୀ  ହେଲେ  ଭୃଣହତ୍ୟା  ପାଇଁ  କେଉଁଠିକୁ  ଯିବେ  ପ୍ରଭୁତି  ଚିନ୍ତା  କରିବାସନ୍ତି  । ଗର୍ଭପାତ  କରିବାକୁ  ପରାମର୍ଶ   ଦେବାବେଳେ  ପରାମର୍ଶଦାତା   ସଂକ୍ରମିତ  ମହିଳାଙ୍କ  ଧର୍ମଭାବନା , ସଂସ୍କୃତି  ଏବଂ ଚିନ୍ତାଧାରାକୁ  ବିଚାର  କରିବା  ଆବଶ୍ୟକ

ଯୌନ ବ୍ୟବହାର  ଏବଂ ଗର୍ଭନିରୋଧ :

ସାଧାରଣତଃ  ଅଧିକାଂଶ  କ୍ଷେତ୍ରରେ  ମହିଳାମାନେ  ସାଥିମାନଙ୍କ  ଯୌନ  ଆଚରଣ  ଯୋଗୁଁ  ସଂକ୍ରମିତ  ହୋଇଥାନ୍ତି   । ଆଗରୁ  ଧାରଣା  ରହିଛି  ଯେ , ଦେହ  ବ୍ୟବସାୟ  ହେତୁ   ଏଚ୍ .ଆଇ.ଭି ସଂକ୍ରମଣ  ହୋଇଥାଏ  । ଏଥିଯୋଗୁଁ  ଦେହ  ବ୍ୟବସାୟ  କରୁଥିବା   ମହିଳାମାନଙ୍କୁ  ରୋଗର  କାରଣ  ରୂପେ  ଅବିହିତ  କରାଯାଇଥାଏ   ।

ଏଚ୍ .ଆଇ.ଭି   ସଂକ୍ରମଣର  ମାର୍ଗ  ମଧ୍ୟରୁ  ଦେହ  ବ୍ୟବସାୟ   ଅନ୍ୟତମ   । ଦେହ  ବ୍ୟବସାୟ  କରି  ଆସୁଥିବା  କେତେକେ  ମହିଳା  ଏଚ୍ .ଆଇ.ଭି/ ଏଡସ୍ ସଂକ୍ରମିତ ଜନିତ  ପରାମର୍ଶ  ଗ୍ରହଣ  କରିଥାନ୍ତି  । ଏହା  ଭାବିବା  କଥା  ନୁହେଁ  କି  ଦେହ  ବ୍ୟବସାୟରେ ହିଁ  ସଂକ୍ରମଣ  ହୋଇଥାଏ  । ବରଂ  ତାଙ୍କର  ସାଥିଙ୍କର  ଯୌନ ସମ୍ପର୍କ  କି  ପ୍ରକାର  ଓ  ସେମାନେ  ବିପଦପୂର୍ଣ୍ଣ  କି ନୁହନ୍ତି  ଏସବୁକୁ  ନେଇ  ସଂକ୍ରମଣ  କଥା  ବିଚାର  କରାଯାଏ   । ପରାମର୍ଶଦାତା   ଏ କ୍ଷେତ୍ରରେ  ନିରପେକ୍ଷ  ମନୋଭାବ  ପୋଷଣ  କରିବା  ଉଚିତ୍  ।

ପରାମର୍ଶଦାତା  ଗର୍ଭାନିରୋଧକ  ବିଷୟରେ  ଖୋଲାଖୋଲି  ଆଲୋଚନା  କରିବା  ଉଚିତ୍ , କାରଣ  ମହିଳାଙ୍କ  ଏଚ୍ .ଆଇ.ଭି  ସଂକ୍ରମଣର  ଏକ  ସାଧାରଣ  କାରଣ  ହେଉଛନ୍ତି  ତାଙ୍କ  ସାଥି   । ପରାମର୍ଶଦାତା ,  ବିଶେଷ  କରି  ମହିଳା  ପରାମର୍ଶଦାତା  ସମ୍ପୃକ୍ତ  ମହିଳାଙ୍କୁ  ଯୌନକ୍ରିୟା   ଏବଂ  ଏହାର  ବିକଳ୍ପ  ବିଷୟରେ  ଧାରଣା  ଦେବା  ଉଚିତ   । ମହିଳାମାନେ  ଏହାକୁ  ଅସଙ୍ଗତ  ମାନେ  କରି ପାରନ୍ତି  କିନ୍ତୁ  ପରାମର୍ଶଦାତା  ଭଲଭାବରେ  ଯୌନକ୍ରିୟାର  ବିକଳ୍ପ ଧାରଣା  ଦେବା  ଆବଶ୍ୟକ   । ଅନେକ  ସ୍ଥାନରେ  ମହିଳାଙ୍କ  ପକ୍ଷରେ  କଷ୍ଟକର  ବ୍ୟାପାର  ହେଉଛି  ଯୌନକ୍ରିୟା  ପାଇଁ  ଜଣେ  ବିପଦମୁକ୍ତ  ସାଥୀଙ୍କୁ  ପାଇବା   । ଅନେକ  ମହିଳା  କଣ୍ଡୋମ  ବ୍ୟବହାରରେ  ସୁଖି  ନ ଥାନ୍ତି  ଓ ଏହାର  ବ୍ୟବହାର  ପାଇଁ ନିଜର  ସାଥୀଙ୍କୁ  ପ୍ରବର୍ତ୍ତାଇବା  ପାଇଁ  ମଧ୍ୟ  ଶଙ୍କାବୋଧ   କରନ୍ତି   । ପ୍ରାୟ  ସବୁଇ ସମୟରେ  କଣ୍ଡୋମର  ବ୍ୟବହାର  ଓ ଏହାର  ନିଷ୍କାସନର  ଦାୟିତ୍ଵ  ମହିଳାଙ୍କ  ଉପରେ   ନ୍ୟସ୍ତ  ଥାଏ   । ଅତଏବେ  ପରାମର୍ଶଦାତା  ସମ୍ପୃକ୍ତ  ମହିଳାଙ୍କୁ   ଏ  ବିଷୟରେ  କହିବା  ଉଚିତ୍  ।

ବିଭିନ୍ନ  ଗର୍ଭାନିରୋଧକ  ଯଥା – ଆଇ.ୟୁ.ଡି. ହରମୋନାଲ୍  କଣ୍ଟ୍ରାସେପ୍ ଟିଭ  ଏବଂ  ଡାଏଫାମ ବ୍ୟବହାର  ହେଉ  ବା  ନ ହେଉ   ଏଚ୍ .ଆଇ.ଭି  ସଂକ୍ରମଣର  ଭୟଥିଲେ  କଣ୍ଡୋମ  ବ୍ୟବହାର  କରି  ଯୌନ କ୍ରିୟା  କରନ୍ତୁ  ।

ଯୌନାଙ୍ଗରେ  କ୍ଷତ , ପ୍ରଦାହ , ଫୁଲ  ତଥା  ଦରଜ  ଯୋଗୁଁ  ମଧ୍ୟ  ଏଚ୍ .ଆଇ.ଭି  ସଂକ୍ରମଣର  ସମ୍ଭାବନା  ରହିଥାଏ  । ଯଦି  ଏପରି  କିଛି ହୋଇଥାଏ  ତେବେ  ସମ୍ପୃକ୍ତ  ମହିଳା  ଏଥିରୁ  ରକ୍ଷା  ପାଇବା  ଓ  ଏହାର  ଚିକିତ୍ସା  କରାଇବା  ପାଇଁ  ଚେଷ୍ଟା  କରନ୍ତୁ  କୌଣସି  ଗର୍ଭାନିରୋଧକ  ବ୍ୟବହାର  କରନ୍ତୁ   ।

ପ୍ରଜନନ  କ୍ଷମ  ସଂକ୍ରମିତ  ମହିଳାଙ୍କୁ  ପରୀକ୍ଷାର  ପରାମର୍ଶ   ଦେବା  ସହିତ  ସେ  ଆଉ ଯେପରି  ଗର୍ଭଧାରଣ  ନ କରିବେ  ସେଥିପାଇଁ  ସାହାଯ୍ୟ  କରିବା  ଉଚିତ୍  । ଯାହା ହେଉନା  କାହିକି  କେତେକେ  ସମାଜରେ   ସନ୍ତାନ  ଜନ୍ମକୁ  ଏପରି  ଗୁରୁତ୍ଵ  ଦିଆଯାଏ  ଫଳରେ  ମହିଳାମାନେ   ଏଚ୍ .ଆଇ.ଭି  ସଂକ୍ରମିତ  ସନ୍ତାନ  ଜନ୍ମକରି  ବହୁ  ଅସୁବିଧା  ଭୋଗ  କରନ୍ତି   । ଅନେକ  ମହିଳା  ଯେଉଁମାନେକି   ଗର୍ଭ  ସମୟରେ  ନିଜର ସଂକ୍ରମଣ ବିଷୟରେ ଜାଣି  ପାରିଛନ୍ତି  ପାବର୍ତ୍ତୀ  ସମୟରେ  ହେଉଥିବା  ଗର୍ଭକୁ  ନଷ୍ଟ  କରିଦେଇଥାନ୍ତି

ଯେହେତୁ  ସଂକ୍ରମଣର  ଆଶଙ୍କା , ପ୍ରତି ୩ ଟିରେ ୧ଟି , ତେଣୁ  ମହିଳାଙ୍କ  ସନ୍ତାନ  ସଂକ୍ରମିତ ହୋଇପାରେ  ବୋଲି  ଜାଣି ରଖିବା   ଉଚିତ୍  । ଜଣେ  ସଂକ୍ରମିତ  ଗର୍ଭବତୀ  ନିଜର  ଗର୍ଭପାତ  କରାଇବାକୁ  ହେଲେ  ତାଙ୍କୁ  ନିଜର  ସ୍ଥିତି , ଧର୍ମ  ସଂସ୍କୃତି  ଏପରିକି  ଗର୍ଭପାତ  ବିଷୟକ  ନିୟମ  କାନୁନ୍  ଗର୍ଭସମୟ  ଓ ଅଞ୍ଚଳରେ  ଥିବା  ନିରାପଦ  ଗର୍ଭପାତ  ବ୍ୟବସ୍ଥା   ପ୍ରଭୁତି  ଅନେକ  କଥାକୁ  ଧ୍ୟାନ  ଦେବାକୁ  ପଡିଥାଏ   ।

ଗର୍ଭଧାରଣ :

ଏଚ୍ .ଆଇ.ଭି  ଯୁକ୍ତ  ଗର୍ଭବତୀଙ୍କଠାରେ  ରୋଗ  ସଂକ୍ରମଣର  ମାତ୍ରା ନିଦାନ କରିବା  ଅନିଶ୍ଚିତ  ଅଟେ  । ଏଚ୍ .ଆଇ.ଭି  ସଂକ୍ରମଣର  ପ୍ରଥମାବସ୍ଥାରେ   ଗର୍ଭ  ହେବା  ଦ୍ଵାରା  ବିଶେଷ ପ୍ରଭାବ  ପଡେ ନାହିଂ  ଯଦି  ବା  ହୁଏ, ସଂକ୍ରମଣର  ମାତ୍ରାକୁ  ଏହା  ବଢାଇବାରେ  ସାହାଯ୍ୟ  କରିଥାଏ  । ସେହିପରି  ଗର୍ଭର  ପ୍ରଭାବ ଓ ପରିମାଣ ଉପରେ  ଏଚ୍ .ଆଇ.ଭି ସଂକ୍ରମଣର ପ୍ରଭାବ ବିଶେଷ ନଥାଏ  ଯଦି ବା ଥାଏ  କ୍ଵଚିତ୍  ।   ଯେଉଁ  ମହିଳା  ଏଡସ୍ ରେ  ଭୀଷଣ  ଭାବେ  ଆକ୍ରାନ୍ତ , ଗର୍ଭଧାରଣ  ସେମାନଙ୍କ  ପାଇଁ  କଷ୍ଟ  । ଏହି ପ୍ରଥମ  ଅବସ୍ଥା ମହିଳାଙ୍କୁ ବହୁତ କଷ୍ଟ  ଦିଏ ଯଥା  ପ୍ରସବ ପୂର୍ବ କଷ୍ଟ ଏବଂ ମହିଳାଙ୍କୁ ଦୁର୍ବଳ କରିଦେବା  ଇତ୍ୟାଦି   ।

ସଂକ୍ରମିତ  ମହିଳାମାନେ  ଲଗାତାର୍  ଚିକିତ୍ସା  ଓ ଆଶ୍ଵାସନା  ଦରକାର  କରିଥାନ୍ତି  । ନିଜ  ସାଥିଙ୍କର  ସହଯୋଗ  ସହିତ  ଉପରୋକ୍ତ  ସହାୟତା  ଗୁଡିକର  ପ୍ରଭାବରେ  ତାଙ୍କୁ  ସୁଫଳ  ମିଳିଥାଏ   । ପରାମର୍ଶ  ସମୟରେ   ସଂକ୍ରମିତ  ମହିଳାମାନଙ୍କର  ସ୍ଵାମୀ  ଓ ସାଥିମାନଙ୍କ  ଉପସ୍ଥିତି  ଆବଶ୍ୟକ   । ଦରକାର  ପଡିଲେ   ସ୍ତ୍ରୀ ଓ ପୁରୁଷ  ଉଭୟଙ୍କ  ନିଷ୍ପତି  କ୍ରମେ  ଗର୍ଭପାତ  କରିବା  ବା  ସଂକ୍ରମିତ ଶିଶୁକୁ  ଜନ୍ମ ନ ଦେବା  ଇତ୍ୟାଦି  ସ୍ଥିର  କରାଯାଇଥାଏ   ।

ଏ  କ୍ଷେତ୍ରରେ  ଅଧିକ  ସଂଖ୍ୟକ  ମହିଳା  ସନ୍ତାନ  ପ୍ରସବ  କରିବାକୁ  ପସନ୍ଦ  କରନ୍ତି   । ତେଣୁ  ମହିଳାମାନେ  କିପରି ଭାବରେ  ତାଙ୍କର  ସନ୍ତାନ   ଯତ୍ନ  ନେବେ , ସନ୍ତାନର  ରୋଗ , ଶାରୀରିକ  ଅସୁବିଧା ପାଇଁ  ପରିବାର  ବା  ଗୋଷ୍ଠୀର  ସାହାଯ୍ୟ  କିପରି  ଭାବରେ  ନେବେ  ଏସବୁ  ବିଷୟରେ  ପରାମର୍ଶଦାତା  ବୁଝାଇବା   ଆବଶ୍ୟକ   ।

ସ୍ତନ୍ୟପାନ :

ସ୍ତନ୍ୟପାନ  ଦ୍ଵାରା ଏଚ୍ .ଆଇ.ଭି  ସଂକ୍ରମଣ  ହୋଇପାରେ  । ଯାହାହେଲେ  ବି ମା ’ କ୍ଷୀର  ଶିଶୁପାଇଁ  ସର୍ବଦା  ଉତ୍ତମ  । ଶିଶୁର  ତରଳଝାଡା  ଓ ଅନ୍ୟ କେତେକେ  ରୋଗ  ଦମନ  ପାଇଁ  ମା ’ କ୍ଷୀର  ବେଶ୍  ସହାୟକ  ହୋଇଥାଏ   । ସଂକ୍ରମିତ  ମହିଳାମାନେ  ଚିନ୍ତାକରି  ଦେଖିବା  ଉଚିତ୍  ଯେ  ଏଚ୍ .ଆଇ.ଭି   ସଂକ୍ରମଣ  ହେତୁ  ସ୍ତନ୍ୟପାନ  ନ କରାଇବା  ଦ୍ଵାରା  ଯେଉଁ ସବୁ ସମସ୍ୟା  ଦେଖା ଦେଉଛି   ସେଗୁଡିକ  ଏଚ୍ .ଆଇ.ଭି ସଂକ୍ରମଣଠାରୁ   ଅଧିକ  ଗୁରୁତ୍ୱପୂର୍ଣ୍ଣ   ନୁହେଁ  ।

ସଂକ୍ରମିତ  ମହିଳା  ଶିଶୁଙ୍କୁ  ସ୍ତନ୍ୟପାନର  ଉପଯୁକ୍ତ  ବିକଳ୍ପ  ଯାହାକି  ଶିଶୁର  ଦରକାର  ମୁତାବକ  ପ୍ରଚୁର  ଏବଂ  ଆବଶ୍ୟକୀୟ  ପୋଷଣ  ଯୋଗାଇପାରିବ  ଏବଂ  ଉତ୍ତମ ପରିବେଶ  ମଧ୍ୟରେ   ମିଳୁଥିବ, ପରାମର୍ଶଦାତା  ଏହାକୁ  ଭଲଭାବରେ  କହି  ରଖିବା  ଉଚିତ୍   । ଯଦି କୌଣସି   ପରିସ୍ଥିତିରେ  ସ୍ତନ୍ୟପାନର  ବିକଳ୍ପ  ବ୍ୟବସ୍ଥା  ହୋଇପାରୁନାହିଂ  ତେବେ  ଶିଶୁକୁ  ଏଚ୍ .ଆଇ.ଭି  ସଂକ୍ରମଣ  ହେଲେ  ବି ସ୍ତନ୍ୟପାନ  କରାନ୍ତୁ  ବୋଲି  ସମ୍ପୃକ୍ତ  ମା ’ ମାନଙ୍କୁ   ପରାମର୍ଶ  ଦେବା ଉଚିତ  ।

ସାରାଂଶ :

ଏଚ୍ .ଆଇ.ଭି  ସଂକ୍ରମିତ  ମହିଳା   ପ୍ରାୟତଃ ସାମାଜିକ ବାଛନ୍ଦର ଶିକାର  ହୋଇଥାନ୍ତି , ତେଣୁ  ସେମାନଙ୍କୁ  ସାନ୍ତ୍ଵନା  ସାହାଯ୍ୟ  କରିବା  ଉଚିତ  ।

ମହିଳାମାନଙ୍କର  ଅଧିକାଂଶ   ସଂକ୍ରମଣ  ସେମାନଙ୍କ  ଯୌନ  ସମ୍ପର୍କରୁ  ହିଁ  ହୋଇଥାଏ   । ତେଣୁ  ସେମାନେ  କିପରି   ବିପଦପୂର୍ଣ୍ଣ  କାର୍ଯ୍ୟଠାରୁ  ଦୂରେଇ  ରହିବେ  ଓ  ସେମାନଙ୍କ  ସ୍ଵାସ୍ଥ୍ୟର ଯତ୍ନ   ନେବେ  ତାହା ବୁଝାଇଦେବା  ଆବଶ୍ୟକ   । କଣ୍ଡୋମ୍ ର  ବ୍ୟବହାର  ପାଇନ୍ନ ସେମାନେ  ପଦକ୍ଷେପ  ନେବେ  ଏବଂ  ଗର୍ଭପାତ  ଓ ଗର୍ଭସଞ୍ଚାର  ପାଇଁ  ଭଲ ଭାବରେ  ଚିନ୍ତା  କରିବା  ଉଚିତ   ।

ପରିବାର

ପରିବାର  ସମାଜର  ପ୍ରଥମସ୍ତର  । ଛୁଆଙ୍କର  ଲାଳନ ପାଳନ , ଉତ୍ପାଦନ , ପରସ୍ପର  ମଧ୍ୟରେ  ସାହାଯ୍ୟ  ଆଦାନପ୍ରଦାନ  ଇତ୍ୟାଦି  କର୍ମ  ପରିବାରରେ  ସମ୍ପାଦନ  ହୋଇଥାଏ   । ଅନେକ  ସାମାଜିକ  ଚଳଣିରେ  ଏଚ୍ .ଆଇ.ଭି   ଭୋଗୁଥିବା   ବ୍ୟକ୍ତିଙ୍କୁ  ଦେଖାଶୁଣା  କରିବାର   ଦାୟିତ୍ଵ  ପରିବାର  ଉପରେ  ନ୍ୟସ୍ତଥାଏ   । ରୋଗୀର  ଯତ୍ନ  କିପରି  ନିଆଯିବ , ଏହା  ତା ’ର ସଂକ୍ରମଣର  ମାତ୍ରା  ଉପରେ  ନିର୍ଭର  କରେ  । ରୋଗୀ  ବିଭିନ୍ନ  ପକାର  ଯତ୍ନ  ଓ ସେବା  ଦରକାର  କରିଥାଏ  ଫଳରେ   ତା ’ର ପ୍ରଭାବ  ସାରା  ପରିବାର  ଉପରେ  ପଡିଥାଏ   । ଏହି ପ୍ରଭାବ  ପରିବାରର  ଅନ୍ୟସବୁ  କାର୍ଯ୍ୟ  ଉପରେ  ସୃଷ୍ଟି  କରିଥାଏ   ।

ସଂକ୍ରମିତ  ବ୍ୟକ୍ତି  ପ୍ରତି  ହେଉଥିବା  ସାମାଜିକ  ବାଛନ୍ଦର  ଶିକାର  ହୁଅନ୍ତି  ସାରା  ପରିବାର  ଘରେ  ଜଣେ  ଏଚ୍ .ଆଇ.ଭି/ଏଡସ୍  ବ୍ୟକ୍ତି  ରହିଥିଲେ  ଗୋଷ୍ଠୀର  ଲୋକ  ବିଭିନ୍ନ  ପ୍ରକାର  କଥା  କହିଥାନ୍ତି   ଓ  ନାନା  ପ୍ରକାର  ସାମାଜିକ  ଚାପ  ସମ୍ପୃକ୍ତ   ପରିବାର  ଉପରେ  ପଡିଥାଏ   । ତେଣୁ  ପରିବାରର  ଲୋକେ   ରୋଗୀକୁ  ଏଚ୍ .ଆଇ.ଭି/ଏଡସ୍  ସଂକ୍ରମଣ  ହୋଇଛି   ବୋଲି   କାହାକୁ  କହିନଥାନ୍ତି   କିମ୍ବା   କତା  ଛଳରେ  ରୋଗୀଟିକୁ  ଲୁଚାଇ  ଥାଆନ୍ତି  । ଏପରି  ଭାବରେ   ସମାଜ  ବା ଗୋଷ୍ଠୀରେ  ସତକଥାକୁ  ପ୍ରକାଶ  ନ କରି  ଚୁପ୍ ଚାପ୍  ରହି  ମାନସିକ  ଚାପରେ ସମୟ  କାଟିବାକୁ  ହୁଏ  ସାରା  ପରିବାରକୁ  । ରୋଗୀର  ସେବା  କରିଚାଲିଥିବା  ପରିବାର  ସଦସ୍ୟଙ୍କ  ମନରେ  ଦୁଃଖ  ଓ ବ୍ୟସ୍ତଭାବ ଥିଲେ  ମଧ୍ୟ  ଗୋଷ୍ଠୀରେ   ଏହା  ପ୍ରକାଶ   କରିନଥାନ୍ତି  ଏବଂ  ନିଜର  ବ୍ୟସ୍ତତା  ଅନ୍ୟ  ଆଗରେ  ପ୍ରକାଶ  ନ କରି  ନିତିଦିନ  ଅସାଧାରଣ  ମନୋଭାବ ପ୍ରଦର୍ଶନ  କରିଥାନ୍ତି   । ଏହି  ଅବସ୍ଥା  ଦେଇ ସମୟ  କାଟୁଥିବା  ପରିବାର ସଦସ୍ୟଙ୍କ   ପାଇଁ  ପରାମର୍ଶର  ଆବଶ୍ୟକତା   ବେଶୀ  । ପରିବାରର  ପ୍ରତ୍ୟକ  ସଦସ୍ୟଙ୍କୁ  ପୃଥକ୍ ଭାବେ   ଏବଂ  ଏକତ୍ରକରି  ଏହି  ଉଭୟ  ପ୍ରକାରର   ପରାମର୍ଶ  ଦେବାକୁ  ପଡିଥାଏ   ।

ଆଉ କେତେକ   କ୍ଷେତ୍ରରେ   ପୀଡିତ  ରୋଗୀଙ୍କୁ ନିଜର  ପରିବାର   ଦୂରେଇ  ଦେଇଥାନ୍ତି  ଓ ରୋଗୀର  କୌଣସି   ସେବା  କରିନଥାନ୍ତି   । ତେଣୁ  ରୋଗୀ ନିଜକର  ବନ୍ଧୁବାନ୍ଧବ  କିମ୍ବା  ସମ୍ପର୍କୀୟଙ୍କ  ପରିବାରରେ  ରହିଥାନ୍ତି   । ତେଣୁ ପରାମର୍ଶଦାତା  ରୋଗୀଙ୍କୁ  ଓ ରୋଗୀର  ରକ୍ଷଣାବେକ୍ଷଣ  ଦାୟିତ୍ଵରେ ଯେ କୌଣସି  ପରିବାରକୁ   ଯାଇ  ଆବଶ୍ୟକୀୟ  ପରାମର୍ଶ ଦେବା ଉଚିତ  ।

ଏଚ୍ .ଆଇ.ଭି/ଏଡସ୍   ହେତୁ  ପରିବାର  ବର୍ଗଙ୍କ  ମନସ୍ତାପ :

କୌଣସି  ପରିବାରର   ଜଣେ ଏଚ୍ .ଆଇ.ଭି/ଏଡସ୍ ରେ  ସଂକ୍ରମିତ  ହୋଇଥିଲେ  ସାରା  ପରିବାର  ଏହି  ରୋଗ  ସଂକ୍ରମଣର  ଭୟାବହତା   ବିଷୟରେ  ଜାଣିପାରିଥାନ୍ତି  । ତେଣୁ ଏଚ୍ .ଆଇ.ଭି /ଏଡସ୍ ଏଥିପାଇଁ  ମୁଖ୍ୟ  ଦାୟୀ  ଥିବା  କାରଣ ଗୁଡିକ ଯଥା – ସିରିଞ୍ଜରେ  ସାମୂହିକ  ନିଶା ଗ୍ରହଣ ଏବଂ  ବହୁସଙ୍ଗୀ  ସହବାସର  କୁଫଳ   ବିଷୟରେ  ପରିବାରକୁ  ଅବଗତ  କରାଇବା  ପରାମର୍ଶଦାତାଙ୍କର  ଏକ ମୁଖ୍ୟ କାର୍ଯ୍ୟ  ଅଟେ  ।  କୌଣସି  ରୋଗୀର  ଉପରୋକ୍ତ  ପ୍ରକାର   ଅତିଶୟ  ଅସାମାଜିକ  ଚଳଣି  ପରିବାର  ମଧ୍ୟରେ   ଅଶାନ୍ତି  ସୃଷ୍ଟି  କରେ , ଏପରିକି  କେତେକାଂଶରେ   ସମ୍ପୃକ୍ତ  ବ୍ୟକ୍ତିଙ୍କୁ   ପରିବାରରୁ  ବିତାଡିତ   କରାଯାଏ   ।

ରୋଗ  ବଢିବ , ରୋଗୀର  ସେବା  ପାଇଁ  ପରିବାରବର୍ଗଙ୍କର  କାର୍ଯ୍ୟଭାର  ବଢିଥାଏ  । ଫଳରେ  ପରିବାରର  ଉତ୍ପାଦନ , ରୋଜଗାର   ଓ ଅନ୍ୟାନ୍ୟ  କାର୍ଯ୍ୟ  ବାଧାପ୍ରାପ୍ତ  ହୁଏ   । ଏଣେ  ରୋଗୀର  ଦୁଶ୍ଚିନ୍ତା  , ଭୟ , ଗ୍ଲାନି , ଅପମାନ  ଓ ଦୁଃଖ  ଯୋଗୁଁ  ସାରା   ପରିବାରଙ୍କ  ଅସନ୍ତୋଷ  ବୃଦ୍ଧି ପାଇଥାଏ  ।

ଏସବୁ  ଅବସ୍ଥାକୁ  ମୁକାବିଲା  କରିପାରୁଥିବା  ପରିବାର  ସଦସ୍ୟମାନେ  ହିଁ  ଏଚ୍ .ଆଇ.ଭି/ଏଡସ୍  ଭୋଗୁଥିବା  ବ୍ୟକ୍ତିଙ୍କର  ଉତ୍ତମ  ଯତ୍ନ  ନେଇପାରିବେ  ଏବଂ  ଯେଉଁ  ପରିବାର  ଅବସ୍ଥାର  ମୁକାବିଲା  ଠିକ୍ ଭାବେ  କରିପାରନ୍ତି  ନାହିଂ  ସେମାନେ  ରୋଗୀଙ୍କ  ଯତ୍ନ  ହେତୁ  ବିବ୍ରତ  ହୋଇ ପଡନ୍ତି   । ତେଣୁ  ଯଦି  କୌଣସି  ପରିବାରରେ   ଏଭଳି  ରୋଗୀ  ପଡନ୍ତି   ବା  ଏଭଳି  ରୋଗ  କେହି ଭୋଗନ୍ତି , ସେ ସ୍ଥଳରେ  ସାରା ପରିବାର  ରୋଗର  କାରଣ , କାରଣ ବିଷୟକ   ସଚେତନତା , ପରିବାରରେ  ପ୍ରତ୍ୟକ  ସଦସ୍ୟଙ୍କ  ନିକଟରେ  ପହଞ୍ଚିବା  ଆବଶ୍ୟକ   । ଫଳରେ  ପରିବାର  ସଦସ୍ୟ  କାରଣ  ବିଷୟ  ଅଧିକ  ମନସ୍ତାପ  ଓ  ସନ୍ଦେହରେ  ନ ପଡି  ରୋଗୀର  ଯତ୍ନ ପାଇଁ  ଧ୍ୟାନ ଦେଇପାରିବେ   ।

ଉକ୍ତ  ପରିବାର  ମାନଙ୍କର   ମାନସିକ  ଅବସ୍ଥା  ଠିକ୍  ନ ରହିଲେ  ରୋଗୀର  ଅଧିକ  କ୍ଷତି  ହୋଇଥାଏ  । ତେଣୁ ସାରା ପରିବାର  ମାନସିକ  ଅବସ୍ଥା  ଲାଭ  ରଖିବାକୁ ପରାମର୍ଶଦାତା  ଲଗାତାର  ଚେଷ୍ଟା  କରିବେ  ଓ ବିଭିନ୍ନ  ପ୍ରକାର  ପରାମର୍ଶ  ଦେବେ   ।

ସ୍ଵାମୀ , ସ୍ତ୍ରୀ  ତଥା ପରିବାର   ଭିତରେ  ମନାନ୍ତର /ଅଶାନ୍ତିର  ଅବସାନ  ଘଟିବା  ଆବଶ୍ୟକ

ଖୋଲାଖୋଲି  ଭାବେ ଏଚ୍ .ଆଇ.ଭି/ଏଡସ୍ ର  ସଂକ୍ରମଣ  ଜଣାପଡିଲା  ମାତ୍ରେ  ସଂକ୍ରମିତ  ବ୍ୟକ୍ତିଙ୍କ  ଗୁପ୍ତା  ଚରିତ୍ର   ଓ  ବ୍ୟବହାର  ପାଇଁ  ଆସେ  ସମସ୍ତଙ୍କ  ମନରେ  ସନ୍ଦେହ , ଘୃଣା  ଏବଂ ବେଦନା । ଏଥିପାଇଁ  ପରାଇବାର  ବର୍ଗରେ  ପତି  ପତ୍ନୀର  କଳି , ପିତା  ପୁତ୍ର କଳି ପ୍ରଭୃତି ଅନେକ ଦୁଃଖ ଓ  ଅଶାନ୍ତି  ସୃଷ୍ଟି  ହୁଏ   ।

ସଂକ୍ରମିତ  ବ୍ୟକ୍ତିଙ୍କର  ଏହି ଦୁଃଖ  ଭୋଗ  ପାଇଁ  ତୁଟିଯାଏ  ପତ୍ନୀର  ବିଶ୍ଵାସ , ଉଜୁଡିଯାଏ  ତାଙ୍କ  ସଂସାର , ଛୁଟେ  ଅବିଶ୍ଵାସର  ଲହଡି , ଏକ  ଅନ୍ଧକାର  ଓ ହାହାକାର  ଭବିଷ୍ୟତର  ଦ୍ଵାର  ଦେଶରୁ  । ଏଭଳି ପରିସ୍ଥିତିରେ  ଧୈର୍ଯ୍ୟ  ହିଁ   ଏକାନ୍ତ  ପ୍ରୟୋଜନ   । ରୋଗୀ ହେଉଛି ପରିବାରର   ଜଣେ  ସଦସ୍ୟ  ଏବଂ  ତାଙ୍କ  ମାନସିକ  ଦାୟିତ୍ଵବୋଧକୁ  ଚିନ୍ତାକରି  ରୋଗୀର  ସେବା  କରିବା  ସହିତ  ସାନ୍ତ୍ଵନା ମଧ୍ୟ  ଦେବା   ଆବଶ୍ୟକ   । ଏସବୁ କ୍ଷେତ୍ରରେ  ଆଉ ଏକ  ମୁଖ୍ୟ  କଥା  ହେଲା  ସ୍ଵାମୀ ଓ ସ୍ତ୍ରୀଙ୍କର ଚଳଣି  ଏମାନଙ୍କ  ମଧ୍ୟରୁ  ଯଦି  ପୁରୁଷ ସଂକ୍ରମିତ  ଥାଆନ୍ତି  ଏବଂ  ପୁରୁଷ  ପ୍ରଧାନ  ସମାଜର  ରୀତିରେ  ସ୍ତ୍ରୀ  ସହିତ  ସହବାସ  କରିବାକୁ  ଇଚ୍ଛା  କରନ୍ତି  ତେବେ ,  ସେଠାରେ  ଅନେକ  କିଛି ଦେଖିବାକୁ  ଅଛି  ଯଥା – ସଂକ୍ରମଣର  ମାତ୍ରା  କେତେ  ଏବଂ  କଣ୍ଡୋମ  ବ୍ୟବହାର  କରି  ସହବାସ   କରିହେବ  କି  ନାହିଂ  ଇତ୍ୟାଦି   ।

ସେମାନେ  ଶାରୀରିକ  ସମ୍ପର୍କ ରଖିପାରିବେ  କି ନାହିଂ  । ଏ ସମ୍ପର୍କରେ  ସେମାନଙ୍କର  କ୍ଷତି  ସବୁ  କ ’ଣ  ହୋଇପାରେ  ।

ସହବାସ  ପାଇଁ  ସ୍ଵାମୀ , ସ୍ତ୍ରୀଙ୍କ  ଉପରେ  ନିଜର  ଜବରଦସ୍ତ  ମନୋଭାବ  ପ୍ରଦର୍ଶନ  କରୁଛନ୍ତି  କି ଇତ୍ୟାଦି  ।

ତେଣୁ  ପରାମର୍ଶଦାତା  ଏସବୁ  ପ୍ରତି  ନଜର  ଦେବା  ସହିତ  ଉଭୟ ସ୍ଵାମୀ ଓ  ସ୍ତ୍ରୀଙ୍କୁ ପରାମର୍ଶ ଦେବା  । ସଂକ୍ରମଣରେ  ସହବାସର  କ୍ଷତି  ସମ୍ପର୍କରେ   ବୁଝାଇବେ  ଏବଂ  ନିଜର  ଭବିଷ୍ୟତ  ଓ ଛୁଆମାନଙ୍କର  ଭବିଷ୍ୟତ   ପାଇଁ  କେଉଁ  ପ୍ରସ୍ତୁତି  ସବୁ  ଆବଶ୍ୟକ  ତାହାକୁ   ଭଲଭାବରେ   ବୁଝାଇ  ସେମାନଙ୍କ  ମନର  ପରିବର୍ତ୍ତନ  ଆଣିବାକୁ   ଚେଷ୍ଟା  କରିବେ  ।

ଏଡସ୍  ରୋଗ  ଥାଇ  ଫଳପ୍ରଦ  ଜୀବନ  ବିତାଇବା :

ଯଦି  କେହି  ଏଡସ୍  ଭୋଗୁଥାନ୍ତି  ତେବେ  ସେମାନେ  ନିଜର  ଶରୀରର  ଉପଯୁକ୍ତ  ଯତ୍ନ  ନେବା   ସହିତ  ଶାରୀରିକ  କ୍ଷମତାକୁ   ବଜାୟ  ରଖିବାକୁ  ଚେଷ୍ଟା  କରିବେ  ।

ଏଥିପାଇଁ  ସେମାନେ  ସନ୍ତୁଳିତ  ଆହାର  ଯଥା – ସମସ୍ତ  ପ୍ରକାର  ଜୀବସାର ଓ ପୃଷ୍ଟିଯୁକ୍ତ  ଆହାର  ଖାଇ  ଶରୀର  ଆବଶ୍ୟକ  କରୁଥିବା  ଶକ୍ତିର  ସଞ୍ଚୟ  କରିବା  ଆବଶ୍ୟକ  ଶରୀରର ବୃଦ୍ଧି ପାଇଁ ଏବଂ ସଂକ୍ରମଣକୁ  ରକ୍ଷା  ପାଇଁ  ସନ୍ତୁଳିତ  ଆହାରର ଯଥେଷ୍ଟ  ଆବଶ୍ୟକତା  ରହିଛି  ।

-          ଆବଶ୍ୟକୀୟ  ଶୋଇବା  ଅଭ୍ୟାସ  ଚାଲୁରଖନ୍ତୁ  । ଶରୀରର କ୍ଷମତା  ଅନୁଯାୟୀ   ବ୍ୟାୟାମ  କଲେ ମନ ସ୍ଥିର  ରହେ  ଏବଂ ଶରୀରରେ  ଶକ୍ତି  ସଞ୍ଚୟ  ହୁଏ   ।

-          ଯଦି  ପାରୁଛନ୍ତି  କାମ  କରିଚାଲନ୍ତୁ  ।

-          କେତେକେ  ଯଥାର୍ଥତା  ପୂର୍ଣ୍ଣ  କାର୍ଯ୍ୟରେ  ନିଜକୁ  ନିୟୋଜିତ  ରଖନ୍ତୁ   ।

-          ଦେହ  ଓ ମନ   ଉଭୟଙ୍କୁ  ସ୍ନେହପୂର୍ଣ୍ଣ   ବାତାବରଣ   ମଧ୍ୟରେ  ବାନ୍ଧି  ରଖନ୍ତୁ  ।

-          ବନ୍ଧୁବାନ୍ଧବ  ଓ ପରିବାର  ମଧ୍ୟରେ  ନିଜକୁ  ସାମିଲ  କରନ୍ତୁ   ।

-          ନିଜେ  ଭୋଗୁଥିବା  ସଂକ୍ରମଣର ନିଦାନ ପାଇଁ  କୌଣସି  ଅଭିଜ୍ଞଙ୍କ   ସାହାଯ୍ୟ  ନିଅନ୍ତୁ   ।

-          ଯଦି  ସହବାସ  କରୁଥାନ୍ତି  ତେବେ  କଣ୍ଡୋମ  ବ୍ୟବହାର  କରନ୍ତୁ   ।

-          ବିଭିନ୍ନ  ପ୍ରକାରର  ଅସୁସ୍ଥତା  ପାଇଁ  ଡାକ୍ତରୀ  ପରାମର୍ଶ  ନେବା  ସହିତ  ସ୍ୱାସ୍ଥ୍ୟକର୍ମୀ  ଏବଂ ପରାମର୍ଶଦାତାଙ୍କ   ସାହାଯ୍ୟ  ନେବା  ଉଚିତ   ।   ଏଚ୍ .ଆଇ.ଭି/ଏଡସ୍ ଆକ୍ରାନ୍ତ  ପିଲା  ଓ ଶିଶୁମାନଙ୍କୁ   ବିଭିନ୍ନ ପ୍ରକାରର  ଟୀକା  ଦେବା  ପାଇଁ ଭୁଲନ୍ତୁ  ନାହିଂ  । ସଂକ୍ରମଣର  ପ୍ରକୃତ  କାରଣ  ଜାଣି  ରଖନ୍ତୁ  ଫଳରେ  ଅଯଥା  ଚିନ୍ତାରେ  ଶରୀର  କ୍ଷୀଣ  ହେବ  ନାହିଂ  ।

ଉପରୋକ୍ତ  ଦାୟିତ୍ଵ  ଓ  ପରାମର୍ଶ  ସହିତ  ଆଉ କେତେକେ  ସାବଧାନତା  ଅବଲମ୍ବନ  କରିବାକୁ  ହେବ  । ସେଗୁଡିକ   ହେଲା –

-          ମଦ୍ୟପାନ  ଓ  ଧୂମପାନ  । ଧୂମପାନ  ଦ୍ଵାରା ଫୁସ୍ ଫୁସ୍ ର  ଅବକ୍ଷୟ  ଘଟିବା  ସହିତ  ଶରୀରର  ଅନ୍ୟାନ୍ୟ  ଅଂଶର  ମଧ୍ୟ  ହାନୀ  ଘଟିଥାଏ   । ଫଳରେ  ସଂକ୍ରମଣ  ଶୀଘ୍ର  ବ୍ୟାପିଥାଏ   । ସେହିପରି ଅଧିକ  ମଦ୍ୟପାନ  ଦ୍ଵାରା  ଶରୀର  ଉପରେ  ଚାପ  ପଡିଥାଏ  । ସେଥିପାଇଁ  କଲିଜାର  କ୍ଷତି  ହୋଇଥାଏ   । କିଛି ସମୟ  ପାଇଁ  ଏହା  ମନକୁ  ଭୁଲାଇ ଦେଇପାରେ , ଏକଥା ସତ , ମାତ୍ର  ଭୁଲା ମନରେ   ସୁରକ୍ଷିତ  ଯୌନ ଅ  କ୍ରିୟା  ସମ୍ବନ୍ଧୀୟ  ଜ୍ଞାନକୁ  ହରାଇ  ବିପଦପୂର୍ଣ୍ଣ  ଯୌନ କ୍ରିୟାରେ  ଲିପ୍ତ  ହୋଇପାରନ୍ତି  ଯାହାକି  ଅନ୍ୟ  ସବୁପ୍ରକାର   ଯୌନ  ସଞ୍ଚାରିତ   ରୋଗକୁ  ଆମନ୍ତ୍ରଣ  କରିଥାଏ  ।

ଅନ୍ୟାନ୍ୟ  ସଂକ୍ରମଣ :

ଗର୍ଭାଧାନ :  ଏହି  ଅବସ୍ଥା ଦେଇ  ଗତି  କରୁଥିବା  ଏଚ.ଆଇ.ଭି  ଯୁକ୍ତ   ମହିଳା ବାରମ୍ବାର  ଡାକ୍ତରଙ୍କ  ପରାମର୍ଶ  ନେବା  ଉଚିତ୍  । କାରଣ  ଭବିଷ୍ୟତର  ଶିଶୁଟି  ଏଚ.ଆଇ.ଭି  ଯୁକ୍ତ  ହୋଇ  ଜନ୍ମଗ୍ରହଣ  କରିପାରେ  । ଗୋଟିଏ   ଶିଶୁର  ଯତ୍ନ  ପାଇଁ  ସୁସ୍ଥ   ପିତାମାତାଙ୍କ  ଆବଶ୍ୟକତା  ଯଥେଷ୍ଟ  ବେଶୀ  ।

ବିନା  ପରାମର୍ଶରେ  ଔଷଧ  ସେବନ :

କେତେକ  ନିଶା ଔଷଧ  ସେବନକାରୀ  ବିନା  ପରାମର୍ଶରେ   ବିଭିନ୍ନ ପ୍ରକାର  ନିଶା  ଔଷଧ  ସେବନ  କରିଥାନ୍ତି  । ଏହି ଔଷଧ ଗୁଡିକର   ପାର୍ଶ୍ଵ  ପ୍ରତିକ୍ରିୟା   ଅନେକ  । ଯାହା  ରୋଗୀଠାରେ  ଅନେକ  ପ୍ରକାରର  ଅସୁସ୍ଥତା  ଆଣି ଦେଇଥାଏ  । ତେଣୁ  ସମ୍ପୃକ୍ତି  ବ୍ୟକ୍ତି  କୌଣସି  ଔଷଧ  ସେବନ  କରିବା ପୂର୍ବରୁ  ବିଶେଷଜ୍ଞଙ୍କ  ପରାମର୍ଶ  ନେବା  ଉଚିତ   ।

-          ସର୍ବଦା  ଏକାକୀ /ନିସଙ୍ଗୀ  ହୋଇ ରୁହନ୍ତୁ  ନାହିଂ  । ଗୋଷ୍ଠୀରେ   ହେଉଥିବା  ବିଭିନ୍ନ  ପର୍ବପବାଣୀ ଓ  ଅନ୍ୟାନ୍ୟ  କାର୍ଯ୍ୟକ୍ରମରେ   ଭାଗ  ନିଅନ୍ତୁ   । ଏହା  ମାନସିକ  ସ୍ତରରେ  ବହୁତ  ସାହାଯ୍ୟ  କରିଥାଏ   । ତେଣୁ  ଏଚ୍ .ଆଇ.ଭି/ଏଡସ୍ ରେ  ସଂକ୍ରମିତ  ଯେ  କୌଣସି  ବ୍ୟକ୍ତି  ପରିବାରରେ  ରହିଥିବା  ଉପରୋକ୍ତ   ନିୟମ  ଓ ଯତ୍ନ  ପ୍ରତି  ଧ୍ୟାନ  ଦେବା  ଉଚିତ  ।

ବିଚ୍ଛିନ୍ନ  ତଥା  ମୃତ୍ୟୁଜନିତ  ଦୁଃଖ ପାଇଁ  ପରାମର୍ଶ  ବ୍ୟବସ୍ଥା

ଏହି ଧାରଣା  ଇଂରାଜୀ  ଶବ୍ଦ  ବିରେଭ୍  ମେଣ୍ଟରୁ ଆସିଅଛି   । ଏହା  ଅର୍ଥ , କୌଣସି  ବିପଦ  ହେତୁ   ଛାଡି   ଚାଲିଯାଇଥିବା  ବା  ମରିଯାଇଥିବା  ଆତ୍ମୀୟଙ୍କ  ସକାଶେ  ହେଉଥିବା  ଦୁଃଖ  ବା  ବିଷାଦ  ।

ଏହି  ବିଷାଦ  ପୁଣି  କ ଣ  ହୋଇପାରେ ?

-          ଯେକୌଣସି   ପ୍ରକାରର  କ୍ଷୟକ୍ଷତି , ଦୁର୍ବିପାକ  ଏବଂ ଦୁର୍ଭାଗ୍ୟ   ହେତୁ  ଭୋଗୁଥିବା  ମାନସିକ   ଯନ୍ତ୍ରଣା  ହିଁ  ବିଷାଦ  ।

-          ଏହି ବିଷାଦ  ମଣିଷ ଜୀବନର   ଏକ  ଅଙ୍ଗ  ।

-          ଏହା  ଦେହ  ଏବଂ  ମନର ଏକ  ଉଦ୍ଦୀପନା  ।

ଯେକୌଣସି   ବ୍ୟକ୍ତିଙ୍କର  ନିଜସ୍ଵ  ଅନୁଭୂତି  ଓ ପ୍ରକୃତିକୁ  ସାଥିକରୀ  ଏହି ଦୁଃଖ  ଆସିଥାଏ  । ଏହା  କୌଣସି  ଏକ  ଅସୁସ୍ଥତା  ନୁହେଁ , ବରଂ  ମଣିଷ  ଜୀବନର  ଏକ  ଅବସ୍ଥା  । ବିଷାଦ  ବା  ଦୁଃଖ  ଅନୁଭୂତିକୁ   ଅଙ୍ଗେ  ଲିଭାଇବା  ପରେ  ହିଁ  ଏହା  ମନୋବଳ  ଜନ୍ମାଇଥାଏ  ।

ସାଧାରଣ   ବିଷାଦର  ପ୍ରକାର  ଭେଦ :

ଦୁଃଖପୂର୍ଣ୍ଣତା ..........ଦୁଃଖ ......ହତାଶା

କ୍ରୋଧ .........ଏକାନ୍ତବୋଧ

ଦୋଷ.........ଅସହାୟତା

ଦୁଃଖର  ପ୍ରକାର  ଭେଦ :

ସାଧାରଣ  ବିଷାଦ

ବିଳମ୍ବିତ   ବିଷାଦ

ଆଶଙ୍କିତ  ବିଷାଦ

ଦ୍ଵନ୍ଦପୂର୍ଣ୍ଣ  ବିଷାଦ

ପୁରାତନ ବିଷାଦ

ବିଷାଦ  ପାଇଁ  ପରାମର୍ଶ   ବା  ଦୁଃଖ  ଏଡାଇବାର  ବାଟ  କ ’ଣ  ? ପରାମର୍ଶ   କିପରି  ଦେବେ  ଏବଂ  ତାହାର ନିୟମଗୁଡିକ  କ ’ଣ  ? ତିଷ୍ଠି  ରହିଥିବା  ବ୍ୟକ୍ତିଙ୍କୁ  ମୃତ୍ୟୁର  ଯଥାର୍ଥତା  ବୁଝାଇବାକୁ  ଚେଷ୍ଟା  କରନ୍ତୁ  । ସେଥିପାଇଁ  ସାହାଯ୍ୟ  କରନ୍ତୁ  । ତେଣୁ ଏହା  କିପରି  କରାଯିବା  ଉଚିତ , ପରାମର୍ଶଦାତାଙ୍କର  ଅନୁଭୂତି  କ୍ରମେ  ବଞ୍ଚିଥିବା  ସାଥିଙ୍କୁ  ବୁଝାଇବାର  ଉତ୍ତମ  ଉପାୟ  ହେଲା  ସେମାନଙ୍କ  ସହିତ  ମୃତ୍ୟୁଜନିତ  କ୍ଷୟକ୍ଷତି  ବିଷୟରେ  ଆଲୋଚନା  କରିବା  ।

ଏଣୁ  ପରାମର୍ଶଦାତା  ଏ  ଦିଗରେ  ଆଗ୍ରହ  ପ୍ରକାଶ  କରି  ନିମ୍ନଲିଖିତ   ବିଷୟ  ଉପରେ  ଆଲୋଚନା  କରିବା  ଉଚିତ  ।

  • ମୃତ୍ୟୁ  କେଉଁଠାରେ   ହୋଇଥିଲା  ?
  • ମୃତ୍ୟୁ  ବେଳକୁ  କେଉଁ  ଲକ୍ଷଣ ସବୁ  ଦେଖାଗଲା   ?
  • ଖବର   ଶୁଣିଲାବେଳକୁ   ଆପଣ  କେଉଁଠାରେ  ଥିଲେ  ଓ କ ’ଣ   କରୁଥିଲେ  ?
  • ମୃତ୍ୟୁ  ପରେ  ଶୁଦ୍ଧକ୍ରିୟା  କିପରି   ହେଲା ?

ଏହି ପ୍ରକାର  ପ୍ରଶ୍ନସବୁ  ପଚାରିଲେ   ମୃତ୍ୟୁ  ବିଷୟକ  ଅନ୍ୟ ତଥ୍ୟ ସବୁ  ମିଳିପାରିବ   । ଏ କ୍ଷେତ୍ରରେ  ପରାମର୍ଶଦାତା  ଧୈର୍ଯ୍ୟସହ   ଶୁଣିବା  ଉଚିତ ଏବଂ  ବଞ୍ଚିଥିବା  ସାଥୀଙ୍କୁ  ତାଙ୍କ  ଆତ୍ମୀୟଙ୍କ  ମୃତ୍ୟୁ  ବିଷୟରେ  ଅଧିକ  କିଛି  କହିବା  ପାଇଁ ପ୍ରୋତ୍ସାହନ   ଦେବା  ଉଚିତ  ।

୨. ନିଜ ସାଥୀଙ୍କୁ / ଆତ୍ମୀୟଙ୍କୁ  ହରାଇବା  ପରେ  ସେ  କ ’ଣ ସବୁ ଭାବୁଛନ୍ତି  ତାହା  ପ୍ରକାଶ  କରିବା  ପାଇଁ  ତାଙ୍କୁ  ସାହାଯ୍ୟ  କରନ୍ତୁ   । ପ୍ରକୃତରେ  ଦୁଃଖ  ଭାବନାକୁ  ପ୍ରକାଶ  କରିବା  ଏକ  କଷ୍ଟକର  ବ୍ୟାପାର  । ଦୁଃଖଦ  ଘଟଣାଗୁଡିକ  ମଧ୍ୟରୁ  ସବୁଗୁଡିକ  ଏକାବେଳେ  ପ୍ରକାଶ  କରିବା  ସମ୍ଭବ  ନୁହେଁ  । ତଥାପି  ଏ କ୍ଷେତ୍ରରେ  ସବୁଗୁଡିକ   ଏକାବେଳେ  ପ୍ରକାଶ  କରିବା  ସମ୍ଭବ  ନୁହେଁ   । ତଥାପି  ଏ କ୍ଷେତ୍ରରେ   ଘାଟଣାକ୍ରମେ  ଉପୁଜିଥିବା  ରାଗ , ଦୋଷ  ଏବେ  ଦୁଃଖସବୁର   ଲାଘବ  ପାଇଁ  ଘାଟଣାକ୍ରମେ  ଉପୁଜିଥିବା  ରାଗ , ଦ୍ଵେଷ ଏବଂ  ଦୁଃଖସବୁର  ଲାଘବ  ପାଇଁ  ପରାମର୍ଶଦାତା  ଚେଷ୍ଟା  କରିବା  ଉଚିତ  । ମୃତ୍ୟୁ  ଘଟଣାପରେ  କାହାମନରେ   ରାଗ ଆସିପାରେ , କିଏ  ଦୁଃଖରେ  ଭାଙ୍ଗିପଡେ , କିଏ ବା  ନିଜକୁ  ଦୋଷୀ  ମନେକରିପାରେ   । ମୃତ୍ୟୁବ୍ୟକ୍ତିର  ସମ୍ପର୍କୀୟ , ସାଥିମାନଙ୍କଠାରେ   ରହିଥିବା  ଏ  ପ୍ରକାର  ମାନସିକ  ଅବସ୍ଥାକୁ  ଜାଣିବା  ଏବଂ ଏହାର  ପ୍ରତିକାର  ଚିନ୍ତା  କରିବା  ପରାମର୍ଶଦାତାଙ୍କର  ଏକ ଗୁରୁଦାୟିତ୍ଵ  । ଏ ପରିସ୍ଥିତି  ଭଲ  ଓ ମନ୍ଦ  ଭାବନାକୁ  ପରାମର୍ଶଦାତା  ଜାଣିବା  ଦରକାର   ।

ନିକଟରେ  ପିତାଙ୍କୁ  ହରାଇଥିବା   ଜଣେ ପରାମର୍ଶ  ଗ୍ରହିତାଙ୍କୁ  ପରାମର୍ଶଦାତା  ଏହିପରି  ପ୍ରଶ୍ନ  କରିପାରନ୍ତି   ।

  • ବାପାଙ୍କର   କେଉଁ  କାମଗୁଡିକ  ତମକୁ  ଭଲ  ଲାଗୁଥିଲା  ?
  • ବାପାଙ୍କର   କେଉଁ  କାମଗୁଡିକ  ତୁମକୁ  ଭଲ ଲାଗୁ  ନ ଥିଲା ?
  • ବାପା କ ’ଣ ତୁମକୁ   ବେଶୀ  ଭଲ  ପାଉଥିଲେ  ?
  • କଣ  ପାଇଁ  ତୁମ ମନରେ  ଘୃଣାଭାବ  ଆସିଲା  ?

୩.        ଆତ୍ମୀୟଙ୍କ  ବିୟୋଗ  ପରେ  କିପରି  ଧୈର୍ଯ୍ୟ  ଧରି  ନିଜେ  ଚଳିପାରିବେ  ସେ  ବିଷୟରେ  ପରାମର୍ଶ  ଦିଅନ୍ତୁ  । ଏପରି  କ୍ଷେତ୍ରରେ   ବଞ୍ଚିଥିବା  ବ୍ୟକ୍ତି  ନିଜ  ସାମର୍ଥ୍ୟରେ   ହିଁ  ଭଲମନରେ   ଚଳିପାରିବେ  ଏବଂ ମୃତବ୍ୟକ୍ତି ଙ୍କୁ  ଛାଡି  ଚଳିବାରେ   ତାଙ୍କର   କିଛି  ଅସୁବିଧା  ହେବ  ନାହିଂ  ଏହି କଥା  ତାଙ୍କୁ  ବୁଝାଇ  ଦିଅନ୍ତୁ  ବିଭିନ୍ନ ପରିସ୍ଥିତି  ସହିତ  ଖାପାଖୁଆଇ  ଉଚିତ  ସମୟରେ  ଉପଯୁକ୍ତ  ନିସ୍ପତି  ନେଇ  କିପରି  ଚଳିବାକୁ   ପଡିବ  ଏବଂ ମରିଯାଇଥିବା  ବ୍ୟକ୍ତିଙ୍କ  ଦାୟିତ୍ଵକୁ  କିପରି  ତୁଲାଇ  ପାରିବେ , ସେ  ବିଷୟରେ  ଶିକ୍ଷାଦେବା  ପରାମର୍ଶଦାତାଙ୍କର   ଦାୟିତ୍ଵ  ।

4.      ବେଶୀ  ନା  ଭାବିବାକୁ   ପରାମର୍ଶ ଦିଅନ୍ତୁ  ।

ଏପରି  ପରିସ୍ଥିତିରେ  ବଞ୍ଚିଥିବା  ବ୍ୟକ୍ତିଙ୍କ   ମନରେ  ସାହାସ  ସଞ୍ଚୟ  କରିବାକୁ  କୁହନ୍ତୁ  । ଯେପରିକି  ଅନ୍ୟ  ନୂଆ ସାଥିଙ୍କ ଗହଣରେ  ରହି ସାଥିଙ୍କ  ମୃତ୍ୟୁ  ହେତୁ  ହେଉଥିବା  ବିରହ  ବେଦନାରୁ  ମୁକ୍ତ  ପାଇପାରିବେ  । କେତେକ  ବ୍ୟକ୍ତି ଆଉ ଜଣେ  ନିଜର ସହଧର୍ମୀ  ବା  ଜୀବନସାଥୀ  ହୋଇ  ରହୁ  ଏହାକୁ  ପସନ୍ଦ କରନ୍ତି  ନାହିଂ  । ମୃତ  ବ୍ୟକ୍ତିର  ସ୍ଥାନକୁ  ଆଉ କେହି  ପୂରଣ  କରିପାରିବେ  ନାହିଂ  ଏବଂ  ଜଣେ  ସାଥି  ଗଲା ପରେ  ଆଉ ସାଥି  କରି ତାଙ୍କର  ଆତ୍ମାତୃପ୍ତି  ହୋଇପାରିବ  ନାହିଂ  । ଏଥିରେ  ସମ୍ପୁର୍ଣ୍ଣ  ବିଶ୍ଵାସ  କରନ୍ତି  । ଏହା  ସତ  ହୋଇପାରେ   କିନ୍ତୁ  ପରାମର୍ଶଦାତା  ଶୋକାତୁର  ବ୍ୟକ୍ତିଙ୍କୁ  କିପରି  ଆଉ ଜଣଙ୍କ  ସହିତ  ସମ୍ପର୍କ  ସ୍ଥାପନ କରି  ପୂର୍ବ  ଦୁଃଖ   ଭୁଲିଯିବେ , ସେଥିପାଇଁ  ପରାମର୍ଶ   ଦେବା  ଉଚିତ   ।

୫.     ପରାମର୍ଶ  ଗ୍ରହିତା  ନିଜ  ଦୁଃଖ  କଥା  କହିଲା  ପର୍ଯ୍ୟନ୍ତ  ଅପେକ୍ଷା  କରନ୍ତୁ   । ବଞ୍ଚି  ରହିଥିବା  ସାଥି  ମନର  ଦୁଃଖକୁ  ପ୍ରକାଶ  କରିଦେବା  ଦ୍ଵାରା  କେତେକାଂଶରେ  ଦୁଃଖ  ଲାଘବ  ହୋଇପାରିଥାଏ  କିନ୍ତୁ  ଏହା  ସବୁ ସମୟରେ  ପ୍ରକାଶ  କରି  ହୁଏ  ନାହିଂ , ଏଥିପାଇଁ ଅନେକ  ସମୟ  ଦରକାର  । ଏ  କ୍ଷେତ୍ରରେ  ପରାମର୍ଶଦାତା  ବଞ୍ଚିଥିବା  ସାଥିର  ଦୁଃଖକୁ  ପରିବାରକୁ  ଠିକ୍  ଭାବେ  ଜଣାଇବାରେ  ସାହାଯ୍ୟ   କରିପାରିବେ  କିନ୍ତୁ  ଏହା  ସବୁ  ସମୟରେ  ସମ୍ଭବ  ହୋଇନଥାଏ  ବା  ଏହା  ସର୍ବଦା  ପାରିବାର  ସଦସ୍ୟଙ୍କ  ପ୍ରଯୁଜ୍ୟ  ହୋଇନଥାଏ   ।

୬.      ଦୁଃଖଭରା  ସାଥି  ସ୍ଵାଭାବିକ  ଅବସ୍ଥାକୁ  ସ୍ଵାଭାବିକ  ଅବସ୍ଥାକୁ   ଆସିବା  ପାଇଁ  ସାହାଯ୍ୟ   କରନ୍ତୁ   ଦୁଃଖ  ଯନ୍ତ୍ରଣାକୁ  ବୁଝିବା  ଏବଂ ଏହା  ଏକ  ସାଧାରଣ  ଘଟଣା  ବୋଲି  ବୁଝାଇବା  ହେଉଛି  ଏକ   ପ୍ରଧାନ  କାର୍ଯ୍ୟ  ।  ବଞ୍ଚିଥିବା  ସାଥିଙ୍କର  ଧାରଣା , ସେ ନିଜର  ସାଥୀଙ୍କୁ  ହରାଇବା  ଅର୍ଥ  ଦୁନିଆରେ  ତାଙ୍କ  ପାଇଁ  ଆଉ କିଛି ନାହିଂ ଏବଂ ତାଙ୍କର  ଜୀବନ   ନିରର୍ଥକ  । ତେଣୁ ପରାମର୍ଶଦାତା   ଏହାକୁ  ଏକ  ସାଧାରଣ  ଘଟଣା   ବୋଲି   ବୁଝାଇବା  ସହିତ  ରୋଗୀର  ଦୁଃଖକୁ   ଏଡାଇବା  ଲାଗି  ଚେଷ୍ଟା  କରିବା  ଉଚିତ   ।

୭.     ବିଷାଦଗ୍ରସ୍ତ  ବ୍ୟକ୍ତିମାନଙ୍କ   ମଧ୍ୟରେ   ଥିବା  ତଫାତ୍ କୁ  ଲକ୍ଷ୍ୟ  କରନ୍ତୁ   ।

ଏବିଚ୍ଛେଦ  ଯନ୍ତ୍ରଣା  ଭୋଗୁଥିବା  ସମସ୍ତ  ବ୍ୟକ୍ତିଙ୍କର   ବ୍ୟବହାର  ସମାନ  ନ  ଥାଏ  । ଉଦାହରଣ  ସ୍ୱରୂପ   ମାରିବା  ସମସ୍ତଙ୍କ  ପାଇଁ  ସତ  ହୋଇପାରେ   କିନ୍ତୁ  କିଏ  କିପରି  ସହିବା  ତାହା କହିହେବ  ନାହିଂ  । କୌଣସି  ପରିସ୍ଥିତିରେ   ଯଦି  ପରିବାର  ଭିତରୁ   ଜଣେ  ମାତ୍ର   ଏପରି  ଯନ୍ତ୍ରଣାରେ   ସ୍ଵାଭାବିକ  ବ୍ୟବହାର  ଦେଖାନ୍ତି , ତେବେ  ଏହା  ସାରା  ରିବାରକୁ   ବ୍ୟସ୍ତ   କରିଦିଏ   ।

୮.  ଦୁଃଖ  ଯନ୍ତ୍ରଣାକୁ   କିପରି  ସହିବେ  ଓ  ଭୁଲିଯିବେ  ସେ  ବିଷୟରେ  ବୁଝାନ୍ତୁ  ।

ଲୋକମାନେ  କିପରି  ବିଚ୍ଛେଦ  ଯନ୍ତ୍ରଣା  ସହ୍ୟ  କରନ୍ତି  ଓ ଏହାକୁ  ଭୁଲିଯାଆନ୍ତି  ତାହା  ଲକ୍ଷ୍ୟ  କରିବା  ଉଚିତ  । ଅନେକ  ସମୟରେ  ଦୁଃଖ   ହେତୁ  ଲୋକମାନେ  ନିଶା ଔଷଧ  ସେବନ ତଥା  ମଦ୍ୟପାନ ଇତ୍ୟାଦି  କରିଥାନ୍ତି   । ଏହି  ପ୍ରକାରର  ମନ  ଭୁଲାଇବା ସୁସ୍ଥ  ଚିନ୍ତାଧାରାରେ  ଗଣାଯାଏନି   । ଅନେକ  ବ୍ୟକ୍ତି  ମୃତ  ସାଥିଙ୍କ ଫଟୋ  ଓ ଚିତ୍ରକୁ  ମଧ୍ୟ  ଦେଖିବାକୁ  ଇଚ୍ଛା  କରନ୍ତି ନାହିଂ  । ଅତଏବ  ଏସବୁ  ପ୍ରକାରର  ଚିନ୍ତାଧାରାକୁ  ଅସୁସ୍ଥ ଚିନ୍ତାବୋଲି  କୁହାଯାଇଥାଏ   । ତେଣୁ ପରାମର୍ଶଦାତା  ଦୁଃଖ  ପାସୋରି  ଯିବାର  ଉପଯୁକ୍ତ  ଧାରା  କିଛି  ବତାଇ  ଦେବା  ଉଚିତ  ।

ନିଜ  ସାଥୀଙ୍କୁ   ହରାଇ ବିଭିନ୍ନ  ପ୍ରକାରର  ଦୁଃଖରେ  କାଳ କାଟୁଥିବା  ଜଣେ  ମହିଳାଙ୍କ  ନାମ  ହେଲା   ଅନିତା  ଜଣେ  ଏଡସ୍  ରୋଗୀଙ୍କ  ମୃତ୍ୟୁ  ପୂର୍ବରୁ  ସେ କିଭଳି  ବ୍ୟବହାର   ଦେଖାନ୍ତି  ଓ  କେଉଁ  ସବୁ  ସୋପାନ  ଦେଇ ଗତି  କରନ୍ତି  ତାହାର   ଏକ ନମୁନା , ଅନିତାଙ୍କ  ଚରିତ୍ରରେ  ପ୍ରକାଶ  କରିଛନ୍ତି  ପରାମର୍ଶଦାତା  ସୁବ୍ରତବାବୁ  ତାଙ୍କ  ଅଭିଜ୍ଞତାରେ  ରୋଗୀର  ଆସନ  ମୃତ୍ୟୁକୁ  ଅପେକ୍ଷା  କରି ରହିଥିବା  ଯେ କୌଣସି   ରୋଗୀର  ପରିବାର  ଗୋଟିଏ   ଗୋଟିଏ  ଡାକ୍ତରଠାରୁ  ଅନ୍ୟ  ଡାକ୍ତରଙ୍କ  ପାଖକୁ  ଯାଇ  ବାରମ୍ବାର  ରୋଗୀର  ନିଦାନ  କରିଚାଲନ୍ତି  । ଏପରିକି   ଜଣେ  ଡାକ୍ତର  କରିଥିବା  ନିଦାନ  ଓ ଦେଇଥିବା   ବିବରଣୀ ଭୁଲ୍  ବୋଲି  ପ୍ରମାଣ  କରିବାକୁ   ମଧ୍ୟ  ସେମାନେ  ମନ  ବଳାଇଥାନ୍ତି   । ଅନେକ ପରିସ୍ଥିତିରେ   ରୋଗୀର  ମୃତ୍ୟୁ ନିଶ୍ଚିତ  ବୋଲି  ପରିବାରବର୍ଗ  ଜାଣିଥିଲେ ହେଁ  ଏ  ବିଷୟରେ  କେହି କାହାକୁ  ଖୋଲି  କହନ୍ତି  ନାହିଂ  । ଏଭଳି  ପରିସ୍ଥିତିରେ   ଯଦି   ରୋଗୀ  ତା ’ର ମନୋଭାବ  ଏବଂ ଯନ୍ତ୍ରଣାକୁ   ପରିବାରକୁ  ଜଣାଇପାରେ  ତେବେ  ଏହା ବିଶେଷ  ସହାୟକ  ହୋଇଥାଏ , କାରଣ  ରୋଗୀଠାରୁ  ତା ’ର ଅବସ୍ଥା  ବିଷୟରେ  ଭଲଭାବରେ  ଜାଣିପାରିବା  ଦ୍ଵାରା  ପରିବାରବର୍ଗ  ରୋଗୀର  ଅସନ୍ନ  ମୃତ୍ୟୁ ପାଇଁ  ମନୋବଳ   ଦୃଢ   ରଖିପାରିବେ  ଓ  ରୋଗୀର  ମୃତ୍ୟୁ  ପରେ  ବିଶେଷ  ଅସ୍ଥିର  ହେବେ  ନାହିଂ  ।

ଏଥର  ଆସନ୍ତୁ  ସ୍ଵର୍ଗତ  ଅନିତାଙ୍କ  ବିଷୟରେ  ଜାଣିବା  - ଅନିତା ହେଉଛନ୍ତି  ଏଡସ୍ ରେ  ଆକ୍ରାନ୍ତ  ଜଣେ  ମହିଳା  ଯାହାଙ୍କ  ପରିବାରର  ସଦସ୍ୟମାନେ   ହେଲେ   ତିନି ଝିଅ ଓ ସ୍ଵାମୀ  । ତିନୋଟି  ଯାକ  ଝିଅଙ୍କର   ବିବାହ  ସରିଯାଇଛି , ସାନ  ଝିଅ ତାଙ୍କ  ପାଖରେ  ରହନ୍ତି   । ଅବସ୍ଥାକୁ   ଦେଖି  ଅନିତାଙ୍କୁ  ଉପରୁ  ଆସ୍ଥା  ତୁଟି  ଯାଇଛି  ତାଙ୍କ  ସ୍ଵାମୀ ଓ ବଡ  ଝିଅଙ୍କର  । ଦ୍ଵିତୁୟ  ଝିଅ  ସିଲା  ହେଉଛନ୍ତି  ଖୁବ୍  ରାଗୀ   । କୌଣସି  ଭଦ୍ରବ୍ୟକ୍ତି  ବା  ପରାମର୍ଶଦାତା  ତାଙ୍କ  ମା ’ଙ୍କ ପାଖକୁ  ଗଲେ  ସେ ରାଗିଯାଇ  କହନ୍ତି – ଯଦି  ତୁମେ  ମୋ ମାଆଙ୍କୁ   ଭଲ  କରିପାରିବ  ନାହିଂ ତେବେ   ଏଠାକୁ  ଆସ   ନାହିଂ  । ସାନଝିଅ  ମଧ୍ୟ  ମା ’ ଙ୍କ  ମୃତ୍ୟୁ  ଆସନ୍ନ  ବୋଲି ଜାଣିସାରିଥିଲା   । ଅନିତାଙ୍କ  ଘରକୁ  ଯିବାର  ପ୍ରଥମ  ସପ୍ତାହରେ  ସୁବ୍ରତ  ଦେଖିପାରିଥିଲେ , ରୋଗରେ  ଭୋଗୁଥିବା  ମହିଳା  କୌଣସି  ପୂଜାର୍ଚ୍ଚନା  ଦ୍ଵାରା  ରୋଗମୁକ୍ତ   ହେବାକୁ  ଚାହୁଁଛନ୍ତି   । ରକ୍ତ  ନେବା  ଦ୍ଵାରା  ଏହି ରୋଗ  ଯେ  ହୋଇପାରେ  ଏବଂ ସେ  କାହିଁକି  ଏହି ରୋଗ  ଭୋଗିବେ , ଏହି ଚିନ୍ତାର  ଲକ୍ଷ୍ୟ  କରାଯାଉଥିଲା  ଅନିତା  ଓ  ତାଙ୍କ  ଝିଅଙ୍କଠାରୁ   । ସୁବ୍ରତ  ପ୍ରତ୍ୟକ  ସପ୍ତାହରେ  ଥରେ  ଅନିତାଙ୍କ   ଘରକୁ  ଯାଉଥିଲେ  । ସେଠାରେ  ସେ  ପ୍ରଥମେ  ରୋଗୀ  ଅନିତାଙ୍କ  ସହିତ  ପ୍ରାୟତଃ  ୪୫ ମିନିଟ୍ ରୁ  ୧ ଘଣ୍ଟା  ପର୍ଯ୍ୟନ୍ତ   କଥା  ହେଉଥିଲେ  ଏବଂ ପରେ  ଘରର  ଅନ୍ୟମାନଙ୍କ  ସହିତ  ମଧ୍ୟ ଆଲୋଚନା  କରୁଥିଲେ   । ସୁବ୍ରତଙ୍କୁ  ଛାଡିଦେଲେ  ଅନିତାଙ୍କ  ପାଖକୁ  ଡାକ୍ତର   ଓ ନର୍ସ  ଅନ୍ୟ  ସମୟରେ  ପାଖକୁ  ଆସୁଥିଲେ   । ତୃତୀୟ  ସପ୍ତାହ  ବେଳକୁ   କିଛି ପରିବର୍ତ୍ତନ  ଦେଖାଦେଇଥିଲା   ତାଙ୍କ  ବଡଝିଅ  ଏବଂ  ସ୍ଵାମୀ  ସୁବ୍ରତଙ୍କ  ସହିତ କଥା  ହେବାକୁ  ଆଗ୍ରହ  ପ୍ରକାଶ  କରିଥିଲେ   । ପଚାରିବା  ଅବସରରେ  ସେମାନେ  ରୋଗୀ  ଅନିତାଙ୍କର   ମୃତ୍ୟୁ ପର୍ଯ୍ୟନ୍ତ  କିପରି ପାରିବାରିକ  ସାନ୍ତ୍ଵନା   ଦେଇପାରିବେ   ତାହା  ଚାହିଁଥିଲେ  ଠିକ୍  ଏହି ସମୟରେ   ସୁବ୍ରତ  ସମନ୍ଵିତ  ପାରିବାରିକ   ସାନ୍ତ୍ଵନା   ପଦ୍ଧତି  ଆରମ୍ଭ  କରିଥିଲେ   । ସେ ସପ୍ତାହକୁ  ଥରେ  ପ୍ରାୟ  ୩-୪ ଘଣ୍ଟା  ସମୟ  ଏହି ପଦ୍ଧତିରେ  ସାରା  ପରିବାରକୁ ନିୟୋଜିତ  କରି  ରଖୁଥିଲେ   । ପ୍ରଥମେ  ସେ କିଛି  ସମୟ  ପରିବାର   ସଦସ୍ୟଙ୍କ  ସହିତ  କଥାବାର୍ତ୍ତା   କରିସାରି   ଗୋଟିଏ  ହୁଇଲ୍  ଚେୟାରରେ  ଅନିତାଙ୍କୁ  ଆନୁଥିଲେ  ଏବେ  ତାଙ୍କ  ଚାରିପାଖରେ   ପରିବାରର   ସମସ୍ତଙ୍କୁ  ବସାଇ  କଥାବାର୍ତ୍ତା  କରୁଥିଲେ   ।

ଏହି  ଅଭ୍ୟାସ  ଅନେକ   କ୍ଷେତ୍ରରେ   ସାହାଯ୍ୟ  କରିଥାଏ , ଯଥା –

  • ପରିବାରର  ସମସ୍ତ  ସଦସ୍ୟ   ନିଜର  ଭୟ , ରାଗ  ଓ ହତାଶା  ପ୍ରବୃତିକୁ   ପ୍ରକାଶ  କରିଥିଲେ   ।
  • ଆସନ୍ନ  ଦୁଃଖ  ଯନ୍ତ୍ରଣାକୁ  ଆଲୋଚନା  କରିଥିଲେ   ।
  • ପରିବାରର  ସମସ୍ତେ  ଅନିତାଙ୍କୁ  କ ’ଣ  କହିବାକୁ  ଇଚ୍ଛା  କରୁଛନ୍ତି  ଓ  ଅନିତାଙ୍କ  ରୋଗ  ଯନ୍ତ୍ରଣା  ପାଇଁ   କ ’ଣ କରିବାକୁ   ଚାହାଁନ୍ତି   ତାହା ପ୍ରକାଶ  କରିଥିଲେ   ।
  • ନିଜେ  କେଉଁ  ଅସୁବିଧାର   ସମ୍ମୁଖୀନ  ହେବେ  ପରିବାରର  ସମସ୍ତଙ୍କଠାରେ   ଦେଖାଦେଇଥିଲା   ।
  • ପରିବାର   ଲୋକ  ସେମାନଙ୍କ  ମଧ୍ୟରେ  ଥିବା  ମତାନ୍ତରକୁ  ସମାଧାନ  କରିଥିଲେ   ।
  • ଏହି  ପ୍ରକାର   ପାରିବାରିକ  ସାନ୍ତ୍ଵନା  ପଦ୍ଧତିରେ   ନିଜର  ମନକୁ   ହାଲକା  କରିପାରିଥିଲେ   ଫଳରେ   ସେ ଆଉ କୌଣସି  ଚିକିତ୍ସା  ପାଇଁ  ମନବଳାଇ , ଏଥିପାଇଁ  ଶ୍ରମ  ଓ  ଅର୍ଥ  ବ୍ୟୟ   କରିବାକୁ  ଦୂରରେ  ରହିଥିଲେ   । ଏବେ  ଅନିତାଙ୍କ   ସାନଝିଅ  ଆନନ୍ଦ  ଅନୁଭବ  କରିଥିଲା   ।

କାରଣ   ପାରିବାରିକ  ସାନ୍ତ୍ଵନା   ପଦ୍ଧତିରେ   ଅନିତାଙ୍କ  ଝିଅ  ସବୁ କଥା  ଶୁଣିଥିଲେ  ଓ  ମା ’ଙ୍କ  ଯତ୍ନ  ନେବା ଓ ମାଙ୍କୁ  ବୁଝାଇବା ପାଇଁ  ଅସୁବିଧାରେ  ଅପଡି  ନଥିଲେ   । ପରବର୍ତ୍ତୀ  ତିନି ସପ୍ତାହରେ  ସେମାନଙ୍କ  ମଧ୍ୟରେ  ଅନେକ  ବାର୍ତ୍ତାଳାପ  ହୋଇଥିଲା   ନିଜ  ଘର ଭିତରେ   ପରିବାରର  ସମସ୍ତେ  ଏକାଠି  ହୋଇ  ନିଜ  ମନର  ବେଦନାକୁ   ପ୍ରକାଶ   କରିପାରିବେ   ଏହା  ସେମାନେ  ଅନୁଭବ କରିପାରିଥିଲେ   । ଅନିତାଙ୍କ  ଦ୍ଵିତୀୟ ଝିଅ  ନିଜର  ଅସୁବିଧା  ଡେରିରେ  ପ୍ରକାଶ  କରିଥିଲେ   କାରଣ  ଭାରି ଲାଜକୁଳି  ଥିଲେ   ।

ଏପରି  ଭାବରେ  ପାରିବାରିକ  ସାନ୍ତ୍ଵନା  ପଦ୍ଧତି  ୬ ମାସ  ଧରି  ଚାଲିଲା  ଏବଂ  ସାରା  ପରିବାର  ଦୁନିଆର  ବାସ୍ତବ   ସତ୍ୟକୁ  ବୁଝିବା  ଓ ଏହାକୁ  ଗ୍ରହଣ  କରିବାର  ମନୋବୃତ୍ତି   ସୃଷ୍ଟି   ହୋଇ  ଯାଇଥିଲା   ।

କ୍ରମଶଃ  ଦ୍ଵିତୀୟ  ଝିଅ   ଯେକି  ବହୁତ  ଚୁପ୍ ଚାପ୍  ଓ ଲାଜକୁଳି  ଥିଲେ  ସେ  ଅନେକ  କଥାକୁ  ଗୁରୁତ୍ଵ  ଦେଇଥିଲେ  ।

ଅନିତାଙ୍କ  ସ୍ଵାମୀ  ଓ ବଡଝିଅ   ଯେଉଁମାନେ  କି ଦୂରେଇ  ରହୁଥିଲେ  ଆସ୍ତେ  ଆସ୍ତେ   ସେମାନଙ୍କର  ମନୋଭାବ  ପରିବର୍ତ୍ତନ  କରିଥିଲେ   ।

ଏ ପ୍ରକାର   ପରାବର୍ତ୍ତନ  ପରିବାର  ଓ ସଦସ୍ୟଙ୍କ  ଅନେକ  ପ୍ରେରଣା  ଯୋଗାଇଥିଲା   ।

ଏପରିଭାବେ   ପାରିବାରିକ  ପରାମର୍ଶ   ୬ ମାସ ଚାଲିବାପରେ  ଅନିତା  ଶରୀରର  ତେଜ  କ୍ଷୀଣ  ହେବା  ଆରମ୍ଭ  ହୋଇଥିଲା    । ଖାଦ୍ୟ  ନ  ଖାଇ  ପାରି କେବଳ  ପାନୀୟରେ   ତାଙ୍କୁ  ଜୀବନ  ଧରିବାକୁ  ହେଲା  । ଓଜନ  କମିଯାଇଥିଲା  ଏବଂ ଆସନ୍ନ  ମୃତ୍ୟୁ  ବିଷୟରେ  ଚିନ୍ତା  ମଧ୍ୟ  ବଢିଥିଲା   । ସେତେବେଳକୁ  ସେ  ନିଜେ  ଭୋଗୁଥିବା   ରୋଗର  ଫଳାଫଳକୁ  ଜାଣିସାରିଥିଲେ  । ସେସ ବେଳକୁ   ନିଜର  ବଡଭଉଣୀ   ଜୁଲିଙ୍କ   ସହିତ  କଥାବାର୍ତ୍ତା  ହେବେ  ଓ  ତାଙ୍କ  ସହିତ  ମିଶିବେ ବୋଲି   ଅନିତା  ଇଚ୍ଛା  କରିଥିଲେ  । ତେଣୁ  ସୁବ୍ରତ  ତାଙ୍କ  ବଡ  ଭଉଣୀ  ଅନିତାଙ୍କ  ପାଖରେ   ରହୁ  ବୋଲି ପରାମର୍ଶ ଦେଇଥିଲେ  । ସେହି  ଅନୁସାରେ  ବଡ  ଭଉଣୀ   ଜୁଲିଙ୍କୁ  ଅନିତାଙ୍କ  ନିକଟକୁ  ଅଣାଯାଇଥିଲା   ।

ଏପରି  ଏକ ଦିନ ରବିବାର   ସକାଳେ  ସୁବ୍ରତ  ଅନିତାଙ୍କୁ   ତାଙ୍କ  ବଡଭଉଣୀ   ଜୁଲିଙ୍କ  ସହ  ଦେଖିପାରିଥିଲେ   । ସେଠାରେ  ଜୁଲି ଓ ଅନିତା  କଥୋପକଥନରୁ   ଆନନ୍ଦାଶ୍ରୁ  ବହି ଆସୁଥିଲା   ଉଭୟଙ୍କ  ଆଖିରୁ   । ଯଦିଓ  ଜୁଲି  କିଛି ସମୟ  ରହି ଚାଲିଯିବାକୁ   ଭାବୁଥିଲେ   ପରାମର୍ଶଦାତାଙ୍କ  କଥାରେ  ସେ  ରହିଥିଲେ    । ପୁଣି  ଅନିତା  ଆହୁରି  କ୍ଷିଣାଙ୍ଗୀ  ହୋଇ ଆସିଲେ   ଦିନକୁ ଦିନ   । ତାଙ୍କୁ  ଅନେକ କିଛି  ଦେଖାଗଲା   ଏପରିକି ସେ  ଠାରରେ  କହି  ପକାଇଲେ  ମୋର  ଜେଜେ ବାପା  ଓ ମାଆ  ବତୀ  ଜଳାଇ  ମୋ  ପାଖକୁ   ଆସୁଛନ୍ତି , ଏପରି ଭାବେ  ସେସ  ମୂହୁର୍ତ୍ତ  ପର୍ଯ୍ୟନ୍ତ  ଅନିତା  ସବୁ   ଜାଣିପାରୁଥିଲେ   । ଏଣେ   ପରିବାରରେ  ସମସ୍ତଙ୍କଠାରେ  ବ୍ୟବହାରର  ପରିବର୍ତ୍ତନ  ଦେଖାଦେଇଥିଲା   । ଯାହାକି  ସେମାନଙ୍କୁ  ଏକାଠି  କରିଥିଲା  ଅନିତା  ଶେଷ  ନିଶ୍ଵାସ   ତ୍ୟାଗ  କଲା  ବେଳକୁ   । ସାରାଦିନର   କୋଳାରାବକୁ   ଶାନ୍ତ  କରିଦେଇ   ଦିଗ୍ ବଳୟର   ଅସ୍ତମିତ  ସୂର୍ଯ୍ୟଙ୍କ  ଆଲୋକ  ଲିଭିଗଲା  ଭଳି   ଅନିତା  ଏଥର  ବିଦାୟ   ନେଲେ   ଚର୍ତୁପାର୍ଶ୍ବରେ  ଘେରି  ରହିଥିବା   ପରିବାର  ବର୍ଗ  ଓ ବନ୍ଧୁମାନଙ୍କଠାରୁ , ସମସ୍ତେ  ନୀରବ  ।

ଏଥର  ପରାମର୍ଶଦାତାଙ୍କ  ମନରେ  ଟିକିଏ  ଖୁସିଭାବ   ଦେଖାଦେଇଥିଲା   । କାନ ତାଙ୍କ  ଚେଷ୍ଟିତ  ପାରିବାରିକ  ପରାମର୍ଶ ପଦ୍ଧତି   ସଫଳ  ହୋଇଥିଲା   ଯାହାର  ପ୍ରମାଣ  ହେଉଛି   ଅନ୍ତତଃ  ପରିବାରବର୍ଗ   ନିଜ  ନିଜ  ଭିତର   ଅସୁବିଧାକୁ  ଭୁଲିଯାଇ  ଅନିତାଙ୍କୁ   ଏକ ଶାନ୍ତିପୂର୍ଣ୍ଣ   ବିଦାୟ  ଜଣାଇଥିଲେ   ।

ମୃତ୍ୟୁ  ସମୟର  କେତେକ   ମୌଳିକ   ଆବଶ୍ୟକତା

  • ମୃତ୍ୟୁ ସମୟକୁ   ଜାଣିବା  ଓ ଏହିପାଇଁ  ନିଜେ  ମୃତ୍ୟୁ  ବରଣ କରିବାକୁ   ସାହାସ  ସଞ୍ଚୟ  କରିବା  ।
  • ମୃତ୍ୟୁ  ପର୍ଯ୍ୟନ୍ତ   ସମସ୍ତ  ଇଚ୍ଛା  ଓ ସମ୍ମାନ ସହିତ  ତିଷ୍ଟି  ରହିବା  ।
  • ଆଶାକୁ  ଚରିତାର୍ଥ  କରିବା
  • ନିଜର  ସମସ୍ତ  ପ୍ରକାର  ଦୁଷ୍କର୍ମ , ରାଗ , ଈର୍ଷା , ଅଭିମାନ  ପ୍ରଭୃତିକୁ  ପ୍ରକାଶ  କରିବା  ଏବଂ ମିଳିମିଶି  ଚଳିବାର   ଭାବନା  ମଧ୍ୟ   ବ୍ୟକ୍ତ   କରିବା   ।
  • ବିରକ୍ତିଭାବ  ପ୍ରକାଶ  ନ କରି  ତାଙ୍କ  ଭାବକୁ   ଶୁଣିବା   ।
  • ସମାଜ  ଓ ପରିବାର  ନିକଟରେ  ବ୍ୟକ୍ତିବିଶେଷଙ୍କ  ମୂଲ୍ୟ  ବହୁତ  ବୋଲି  ମନେକରିବା   ।
  • ନିଜର  ପାରୁ  ପର୍ଯ୍ୟନ୍ତ  ବ୍ୟକ୍ତି  ବିଶେଷ  ଅନ୍ୟମାନଙ୍କ  ସହିତ   ସ୍ନେହ  ସମ୍ପର୍କର  ଆଦାନ  ପ୍ରଦାନରେ   ବିଶେଷ  ଇଛା  ବଳାଇ  ଥାନ୍ତି  ।
  • ତାଙ୍କୁ  କେହି   ପାସୋରି  ନଯାଆନ୍ତୁ  ଏହି  ଇଛା  ପୋଷଣ  କରିଥାନ୍ତି   ।
  • ତାଙ୍କ  ମନର  କଥା  ସମସ୍ତେ  ବୁଝି ପାରନ୍ତୁ  (କେବଳ  ପାଟିରେ  କହିବା  ନୁହେଁ )
  • ପରିବାରବର୍ଗ  ଓ ବନ୍ଧୁବାନ୍ଧବ  ଆସନ୍ନ  ମୃତ୍ୟୁ  ଜନିତ  ଓ ଭାବନାକୁ  ତ୍ୟାଗକରନ୍ତୁ  ଓ ସେମାନଙ୍କ  ମଧ୍ୟରେ  ଥିବା  ଭୟ  ଦୂର  କରନ୍ତୁ  ।
  • ଆତ୍ମବଳ , ସ୍ଵାଭିମାନ ଓ ସୁରକ୍ଷାର  ସହିତ  ମୃତ୍ୟୁକୁ ଅପେକ୍ଷା  କରିବା  ।
  • ମରଣକୁ  ବରଣ  କରିବା  ଇଛା   ।

ରୋଗ  ଶଯ୍ୟାରେ  ପଡି ମୃତ୍ୟୁକୁ  ଅପେକ୍ଷା  କରିଥିବା   ଯେକୌଣସି  ବ୍ୟକ୍ତି  ଉପରୋକ୍ତ  ଇଛା  ସବୁ ପ୍ରକାଶ କରିଥାନ୍ତି  । ତେଣୁ ପରାମର୍ଶ  ଦାତା  ଏ  କ୍ଷେତ୍ରରେ  ଯତ୍ନବାନ  ହୋଇ  ପ୍ରତିକାର  ଚିନ୍ତା  କରିବା  ଉଚିତ  ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top