ସେଆର କରନ୍ତୁ

ଋତୁଶୂଳ

ଋତୁଶୂଳ ବା କଷ୍ଟପ୍ରଦ ଋତୁସ୍ରାବ ବା ରଜକୃଚ୍ଛ ବା ଋତୁସ୍ରାବ ଯନ୍ତ୍ରଣା ନାମ ଦିଆଯାଏ ଯେତେବେଳେ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ ।

କଷ୍ଟପ୍ରଦ ଋତୁସ୍ରାବ

ଋତୁଶୂଳ ବା କଷ୍ଟପ୍ରଦ ଋତୁସ୍ରାବ ବା ରଜକୃଚ୍ଛ ବା ଋତୁସ୍ରାବ ଯନ୍ତ୍ରଣା (ଇଂରାଜୀ ଭାଷାରେ Dysmenorrhea, ବା dysmenorrhoea ବା painful periods ବା menstrual cramps) ନାମ ଦିଆଯାଏ ଯେତେବେଳେ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ । ଋତୁସ୍ରାବ ଆରମ୍ଭ ହେବା ସମୟରେ ଏହା ଆରମ୍ଭ ହୁଏ । ଏହି ଯନ୍ତ୍ରଣା ୩ ଦିନରୁ କମ ସମୟ ରହେ । ପେଲଭିସ ବା ତଳ ପେଟରେ ଏହି କଷ୍ଟ ହୁଏ । ଅଣ୍ଟାବିନ୍ଧା, ତରଳ ଝାଡ଼ା ବା ଅଇ ଉଠିବା ଭଳି ଲକ୍ଷଣ ଦେଖାଯାଏ ।

କାରଣ

ଅଳ୍ପ ବୟସ୍କା ଯୁବତୀଙ୍କର କୌଣସି ଅନ୍ତର୍ନିହିତ ସମସ୍ୟା ନ ଥାଇ କଷ୍ଟପ୍ରଦ ଋତୁସ୍ରାବ ହୁଏ । ବୟସ୍କା ମହିଳାଙ୍କର କ୍ଷେତ୍ରରେ ଜରାୟୁ ଫାଇବ୍ରଏଡ, ଆଡେନୋମାଇକୋସିସ ବା ଏଣ୍ଡୋମେଟ୍ରିଓସିସ ଯୋଗୁ ଏହି କଷ୍ଟ ହୁଏ । ଯେଉଁମାନଙ୍କର ଅତ୍ୟଧିକ ଋତୁସ୍ରାବ, ଅନିୟମିତ ଋତୁସ୍ରାବ, ୧୨ ବର୍ଷ ବୟସ ପୂର୍ବରୁ ଋତୁସ୍ରାବ ଆରମ୍ଭ ହୋଇଥାଏ ଓ ଅଳ୍ପ ଓଜନ ବିଶିଷ୍ଟ ମହିଳା ହୋଇଥାନ୍ତି ସେମାନଙ୍କର ଏହି କଷ୍ଟ ସାଧାରଣତଃ ଅଧିକ ହୋଇଥାଏ । ଯୌନ ସକ୍ରିୟ ମହିଳାଙ୍କର ପେଲଭିସ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଅସ୍ଥାନିକ ଗର୍ଭ, ପେଲଭିସ ପ୍ରଦାହ ରୋଗ, ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରି ତାପରେ ଋତୁଶୂଳ ନିର୍ଣ୍ଣୟ କରାଯାଏ ।

ଶିଘ୍ର ପିଲା ଜନ୍ମ କରିଥିବା ଓ ବ୍ୟାୟାମ କରୁଥିବା ମହିଳାଙ୍କର ଋତୁଶୂଳ କମ ହୁଏ । ଏହାର ଚିକିତ୍ସାର ସେକର ଭୂମିକା ଅଛି । ଆଇବୁପ୍ରୋଫେନ, ହରମୋନାଲ ଜନ୍ମ ନିରୋଧ ଓ ପ୍ରଜେସ୍ଟେରନ ମିଶ୍ରତ ଆୟୁଡି ଇତ୍ୟାଦି ଆବଶ୍ୟକ ସ୍ଥଳେ ଦିଆଯାଏ । ଭିଟାମିନ ବି ଓ ମ୍ୟାଗନେସିୟମ ସାହାଯ୍ୟ କରିପାରେ । ଯୋଗ, ଆକୁପଙ୍କଚର ଓ ମାଲିସ ଇତ୍ୟାଦି ଚିକିତ୍ସାର ଉପକାରୀତା ଯଥେଷ୍ଟ ପ୍ରମାଣିତ ହୋଇନାହିଁ । ଅନ୍ତର୍ନିହିତ ରୋଗ ଥିଲେ ଅପରେଶନ କରାଯାଏ ।

ପ୍ରଜନନକ୍ଷମ ବୟସରେ ୨୦ ରୁ ୯୦ % ମହିଳାଙ୍କର ଋତୁଶୂଳ ହୁଏ । ଏହା ଅତି ସାଧାରଣ ଋତୁସ୍ରାବ ବିକାର । ପ୍ରଥମ ଋତୁସ୍ରାବ (ମେନାର୍କି) ହେବାର ଏକ ବର୍ଷ ମଧ୍ୟରେ ଏହା ଆରମ୍ଭ ହୁଏ । ଏହାର କୌଣସି କାରଣ ଜଣାଯାଏ ନାହିଁ ଓ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଓ ପିଲା ହେବା ପରେ କଷ୍ଟ ହେବା କମିଯାଏ ।

ଆଧାର: ସ୍ୱାସ୍ଥ୍ୟ ଡେକ୍ସ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top