ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଗର୍ଭାବସ୍ଥାରେ ଯକ୍ଷ୍ମାରୋଗ
ସେଆର କରନ୍ତୁ

ଗର୍ଭାବସ୍ଥାରେ ଯକ୍ଷ୍ମାରୋଗ

ମହିଳାମାନଙ୍କ ଗର୍ଭାବସ୍ଥାରେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥାନ୍ତି ବା ଯକ୍ଷ୍ମାରୋଗ ସହ ଗର୍ଭଧାରଣ କରିଥାନ୍ତି ।

ମହିଳାମାନଙ୍କୁ  ଯକ୍ଷ୍ମାରୋଗ

ମହିଳାମାନଙ୍କ  ଯକ୍ଷ୍ମାରୋଗ  କଥା  ବିଚାରକୁ  ନେଲେ  ଦେଖିବା  ଯେ  ଗର୍ଭାବସ୍ଥାରେ  ପ୍ରାୟ  ଶତକଡା  ୫ ପ୍ରତିଶତ  ମହିଳା  ଯକ୍ଷ୍ମାରୋଗରେ  ଆକ୍ରାନ୍ତ  ହୋଇଥାନ୍ତି  ବା ଯକ୍ଷ୍ମାରୋଗ ସହ  ଗର୍ଭଧାରଣ  କରିଥାନ୍ତି । ଗର୍ଭାବସ୍ଥା  ଏକ  ଷ୍ଟ୍ରେସଫୁଲ  ପିରିଅଡ୍  ବା ମାନସିକ  ଓ ଶାରୀରିକ  ଚାପର  ସମୟ  ଏବଂ ଏହି ସମୟରେ  ରୋଗ  ପ୍ରତିରୋଧକ  ଶକ୍ତି  କମ୍  ଥିବାରୁ  ରୋଗ  ବ୍ୟାପିବାର  ଆଶଙ୍କା  ଥାଏ  ।

ତେଣୁ ଛାତି  ରୋଗ  ବିଶେଷଜ୍ଞ  ଏବଂ  ସ୍ତ୍ରୀରୋଗ  ଓ  ପ୍ରସୂତି  ବିଶେଷଜ୍ଞଙ୍କର  ମିଳିତ  ଉଦ୍ୟମରେ  ଏହି ରୋଗର  ଚିକିତ୍ସା  କରାଇବା  ଆବଶ୍ୟକ  ।

ଯକ୍ଷ୍ମାରୋଗ  ଭୋଗୁଥିବା  ମହିଳାମାନଙ୍କର  ଏଚ.ଆଇ.ଭି  ପଜିଟିଭ୍  ରୋଗୀଙ୍କର  ଛାତିରେ  ଯକ୍ଷ୍ମାରୋଗ  ହେବା  ସହ  ଅନ୍ୟ  ଅଙ୍ଗରେ  ମଧ୍ୟ  ଯକ୍ଷ୍ମାରୋଗ  ହୋଇଥାଏ  । ଏଚ.ଆଇ.ଭି  - ପଜିଟିଭ୍ ରୋଗୀଙ୍କ  ମଧ୍ୟରୁ  ଶତକଡା  ୧୪ ପ୍ରତିଶତ  ରୋଗୀ  ଯକ୍ଷ୍ମାରୋଗ  ଭୋଗିଥାନ୍ତି    ।

ଲକ୍ଷଣ

ଶତକଡା  ୫୦ରୁ  ୭୫ ଭାଗ  ଗର୍ଭବତୀ  ମହିଳାଙ୍କର  ଯକ୍ଷ୍ମାରୋଗର  ଲକ୍ଷଣ  ଦେଖା  ଦେଇ  ନ ଥାଏ  ଏବଂ  ଅନେକ  ଗର୍ଭବତୀ  ମହିଳାଙ୍କର   କିଛି  ଲକ୍ଷଣ  ନ ଥିବାରୁ ଏହି  ରୋଗର  ଚିହ୍ନଟରେ  ଅସୁବିଧା  ହୋଇଥାଏ   । ଗର୍ଭାବସ୍ଥାରେ  ମହିଳା ଯକ୍ଷ୍ମା  ରୋଗର  ଲକ୍ଷଣ  ପ୍ରାୟ  ଅନ୍ୟ  ମହିଳା  ଯକ୍ଷ୍ମା  ରୋଗୀଙ୍କ  ଭଳି  ବେଳେ  ବେଳେ  ହୋଇଥାଏ   । ଅନ୍ୟମାନଙ୍କର  କାଶ ଓ  କଫ, ଓଜନ ହ୍ରାସ, ରାତିରେ  ଝାଳ  ବୋହିଯିବା, ସନ୍ଧ୍ୟାରେ  ଜ୍ଵର  ହେବା  କ୍ଲାନ୍ତ   ଲାଗିବା, ବେଳେବେଳେ  କଫରେ  ରକ୍ତ  ପଡିବା  ଆଦି  ଲକ୍ଷଣମାନ  ଦେଖା ଦେଇଥାଏ  । ଗର୍ଭବତୀ  ମହିଳାଙ୍କର  ଉପୋରକ୍ତ  ଲକ୍ଷଣ  ସହ  ଓଜନ  କମିଗଲେ, ଏବଂ  ପରିବାର  ବା  ପଡୋଶୀ  ଯକ୍ଷ୍ମା  ରୋଗୀଙ୍କ  ସଂସ୍ପର୍ଶରେ   ଆସିଲେ  ଏହା  ହୋଇଥାଏ   । ଏହାଛଡା  ପରୀକ୍ଷା  କଲେ  ବେକାର  ଲିମ୍ପ୍ ନୋଡ  ବାଗୁଲି  ବଢିଥିବା  ସହ ଛାତିରେ   କଫର  ଶବ୍ଦ  ଓ  ପୋଷ୍ଟଟସିଭ୍  ରାଲ୍  ଶୁଣାଯାଇଥାଏ   ।

ଡାକ୍ତରଙ୍କ ସହିତ ପରାମର୍ଶ

ମାଣ୍ଟୁକ୍ସ  ଟେଷ୍ଟ, ଛାତି  ଏକ୍ସରେ , କଫ  ପରୀକ୍ଷା, କଫ  କଲଚର୍, ରକ୍ତର  ସିରମ୍  ଆଣ୍ଟିବଡି  ଟେଷ୍ଟ , ମଲିକ୍ୟୁଲାର  ଡାଏଗ୍ନୋଷ୍ଟିକ  ଟେଷ୍ଟ  ଓ  ଔଷଧ  ରେଜିଷ୍ଟାଣ୍ଡ  ଟେଷ୍ଟ  ଆଦି  କରାଯାଇ  ତାପରେ  କେମୋଥେରାପି  ଦିଆଯାଏ   । ଏହି  ଚିକିତ୍ସା  ଡଟସ୍  ମେଥଡ୍ ରେ  ଦିଆଯାଇଥାଏ   । ଏହା  ପଲମୋନାରୀ  ମେଡ଼ିସିନ୍ ବିଶେଷଜ୍ଞମାନେ  ଦେଇଥାନ୍ତି   । ଏହା  ନିଶ୍ଚିତ  ଯେ , ଜରାୟୁ ଓ  ଡିମ୍ବବାହୀ  ନଳୀରେ  ଯକ୍ଷ୍ମାରୋଗ  ହେଲେ  ବନ୍ଧ୍ୟାଦୋଷ  ହୋଇଥାଏ  । ଗର୍ଭ  ସମୟରେ  ୬ ରୁ  ୯ ମାସ  ଯାଏଁ  ଯକ୍ଷ୍ମାରୋଗର  ଚିକିତ୍ସା  କଲେ , ଗର୍ଭସ୍ଥ  ଶିଶୁ  କମ୍  ଓଜନର   ହେବା  ସହ  ଛୋଟ  ଶିଶୁ  ହୋଇଥାଏ , ଏବଂ  ଅପରିଣତ  ପ୍ରସାବ  (ଶତକଡା ୨୩ ରୁ  ୬୪ ପ୍ରତିଶତ) ହୋଇଥାଏ  । ଯଦି  ଅନିୟମିତ  ବା  ଅସଂପୂର୍ଣ୍ଣ  ଭାବରେ  ଯକ୍ଷ୍ମାରୋଗ  ପାଇଁ  ଚିକିତ୍ସା  କରାଯାଏ , ତେବେ  ଶିଶୁର  ସ୍ୱାସ୍ଥ୍ୟ  ଖରାପ  ହୋଇଥାଏ   । ଏହାଛଡା  ଗର୍ଭାବସ୍ଥାରେ  ଉଚ୍ଚରକ୍ତଚାପ , ରକ୍ତହୀନତା , କଷ୍ଟସାଧ୍ୟ  ପ୍ରସବ  ଏବଂ  ପ୍ରସବପରେ  ଅତ୍ୟଧିକ  ରକ୍ତ  କ୍ଷରଣ   ହୋଇଥାଏ   । ତେବେ ଗର୍ଭାବସ୍ଥାରେ   ଯକ୍ଷ୍ମାରୋଗରୁ  ଆରୋଗ୍ୟ  ହେବାପାଇଁ  ଔଷଧ  ନ ଖାଇଲେ , ଜଟିଳତାର  ମାତ୍ରା  ଅଧିକ  ହୁଏ ଏବଂ  ଯକ୍ଷ୍ମା ପାଇଁ  ସଂପୂର୍ଣ୍ଣ   ଔଷଧ   ଖାଇଲେ , ମା ଓ  ଶିଶୁଙ୍କ ପାଇଁ  ଜଟିଳତାର  ହାର  କମିଯାଏ   ।

ଗର୍ଭଧାରଣର  ଯକ୍ଷ୍ମା ଉପରେ  ପ୍ରଭାବ :ଗର୍ଭାବସ୍ଥା  ଅପେକ୍ଷା  ପ୍ରସବପରେ  ଏହା  ବେଶୀ  ସଂକ୍ରମିତ  ତେବେ  ଉପଯୁକ୍ତ  ଔଷଧ  ସେବନ  ଦ୍ଵାରା  ଗର୍ଭାବସ୍ଥା , ପ୍ରସବ  ସମୟରେ  ବିଶେଷ  ଅସୁବିଧା  ହୋଇ  ନ ଥାଏ   ।

ଯକ୍ଷ୍ମାରୋଗରେ  ଗର୍ଭଧାରଣ   ପୂର୍ବରୁ  ପରାମର୍ଶ : ଯେଉଁ  ମହିଳାଙ୍କୁ  ଗର୍ଭଧାରଣ  ପୂର୍ବରୁ  ଯକ୍ଷ୍ମାରୋଗ  ହୋଇଥାଏ  ସେମାନେ  ତାଙ୍କର  ଚିକିତ୍ସା  ସଂପୂର୍ଣ୍ଣକରି , ଅନ୍ତତଃପକ୍ଷେ  ୨ ବର୍ଷପରେ  ଗର୍ଭଧାରଣ  କରିବା  ଆବଶ୍ୟକ, କିନ୍ତୁ  ତଥାପି  ଯଦି  ଜଣେ  ଗର୍ଭଧାରଣ  କରିବାକୁ  ଇଛାପ୍ରକାଶ କରନ୍ତି , ତେବେ  ଗର୍ଭାବସ୍ଥାରେ  ମା’ ଓ  ଶିଶୁଙ୍କ ପାଇଁ  କି କି  ଜଟିଳତାର  ସାମ୍ନା  କରିବାକୁ  ହୁଏ  ଏବଂ  ଏହା  ସହ  ଗର୍ଭାବସ୍ଥାରେ   ମଧ୍ୟ  ଚିକିତ୍ସା  ପାଇଁ  ଔଷଧ  ଖାଇଲେ  ସେ  କିପରି  ଆରୋଗ୍ୟ  ହେବେ  ତାହା  ମଧ୍ୟ  ଜାଣିବା  ଜରୁରୀ   । ଗର୍ଭାବସ୍ଥାରେ  ଯକ୍ଷ୍ମା  ପାଇଁ  ଔଷଧ  ସେବନ  କରିବା  ଅତି  ପ୍ରୟୋଜନ   । କାରଣ  ଏହି  ସମୟରେ  ଔଷଧ  ନଖାଇଲେ, ମା’ ଓ  ଶିଶୁଙ୍କ  ପାଇଁ  ଜଟିଳତା  ହେବା  ସହ , ଖୁବ୍  ଜରୁରୀ  । ତେବେ  ଗର୍ଭଧାରଣପୂର୍ବରୁ  ରିଫାସ୍ପିସିନ  ଖାଇଥିଲେ  ଗର୍ଭ  ନିରୋଧକ   ବଟିକା  ବିଶେଷ  କାମ  ଦେଇ  ନଥାଏ   । ତେଣୁ  ଗର୍ଭନିରୋଧକପାଇଁ   ବାରିଅର୍  ମେଥଡ୍  କଣ୍ଡୋମ୍  ବ୍ୟବହାର  କରିବା  ଆବଶ୍ୟକ   ।

ଗର୍ଭାବସ୍ଥାରେ  ଚିକିତ୍ସା

ଛାତିରୋଗ  ବିଶେଷଜ୍ଞଙ୍କ  ସହ  ପରାମର୍ଶ  କରି  ଗର୍ଭାବସ୍ଥାରେ  ଚିକିତ୍ସା  କରାଇବା  ବିଧେୟ  । ଗର୍ଭଧାରଣର  ପ୍ରଥମ  ୩ମାସରେ  ଠିକ୍  ପରିମାଣରେ  ଯକ୍ଷ୍ମା  ଚିକିତ୍ସା  ପାଇଁ  ଔଷଧ  ଖାଇବା  ଦରକାର  । ଗର୍ଭାବସ୍ଥାରେ  ଦ୍ଵିତୀୟ  ଓ  ତୃତୀୟ  ପର୍ଯ୍ୟାୟରେ  ଗର୍ଭବତୀ  ରୋଗୀକୁ  ଆଉଥରେ  ଭଲ କରି  ଦେଖିବା  ଆବଶ୍ୟକ   । ବେଶୀ  ପରିଶ୍ରମ  ନ  କରି  ବିଶ୍ରାମ  କରିବା , ସୁଷମଖାଦ୍ୟ  ତଥା  ଯକ୍ଷ୍ମା  ପାଇଁ  ଠିକ୍  ଡୋଜ୍ ରେ   ଔଷଧ  ଖାଇବା  ଜରୁରୀ   । ଏହାଛଡା  ଲୌହସାର , ଫଲିକ ଏସିଡ  ଓ  ଭିଟାମିନ୍  ମଧ୍ୟ  ଖାଇବା  ପ୍ରୟୋଜନ   । ଏହି  ରୋଗୀଙ୍କର   ସାଧାରଣ  ପ୍ରସବ  ପାଇଁ  ଛାଡି  ଦିଆଯାଏ   । ଯଦି  ଅନ୍ୟ  କିଛି  ଅସୁବିଧା  ଥାଏ , ତେବେ  ସିଜରିଆନ  ସେକ୍ସନ  କରାଯାଏ  । ପ୍ରସବପରେ  ଯେଉଁମାନଙ୍କର   ଯକ୍ଷ୍ମାରୋଗ  ବିଶେଷ  ଅସୁବିଧା  କରୁଥାଏ  ସେମାନଙ୍କୁ  ହସ୍ପିଟାଲରେ  ୨ – ୩ ସପ୍ତାହ  ଯାଏଁ  ରଖାଯାଏ   । ସ୍ପୁଟମ ନେଗେଟିଭ  ମାନେ  ଶିଶୁଙ୍କୁ  ସ୍ତନ୍ୟପାନ  କରାଇପାରିବେ   । କିନ୍ତୁ  ଯେଉଁ  ମା’ମାନେ  ସ୍ପୁଟମ  ପଜିଟିଭ୍  ହୋଇଥାନ୍ତି  ସେମାନେ  ସ୍ତନ୍ୟପାନ  କରାଇବା   ଉଚିତ୍  ନୁହେଁ  । ପ୍ରଥମ  ଗର୍ଭାମାନେ  ପ୍ରସବ  ପରେ  ଗର୍ଭନିରୋଧକ   ପ୍ରଣାଳୀ  ବ୍ୟବହାର  କରିବା  ଏବଂ  ବହୁଗର୍ଭା  ମାନେ  ଜନ୍ମ  ନିରୋଧକ  ଅସ୍ତ୍ରୋପ୍ରଚାର   କରାଇବା    ଭଲ   ।

ସୂଚନାଯୋଗ୍ୟ  ସଚେତନତାର  ଅଭାବ, ଦାରିଦ୍ର୍ୟ, ଏଚ.ଆଇ.ଭି.  ର  ପ୍ରାବଲ୍ୟ  ଓ  ଏହାଦ୍ୱାରା  ଆକ୍ରାନ୍ତ  ଲୋକଙ୍କ  ସଂଖ୍ୟାଧିକତା , ଔଷଧର  ରେଜିଷ୍ଟାନ୍ସ  ପାଇଁ  ପୁଣିଥରେ  ଯକ୍ଷ୍ମାରୋଗ  ଲୋକମାନଙ୍କ  ପାଇଁ  ମୁଖ୍ୟ  ସମସ୍ୟା   ସୃଷ୍ଟି  କରିଛି  । ଚଳିତମାସ  ୨୪ ତାରିଖରେ   ପାଳିତ  ହେଉଛି  ବିଶ୍ଵ  ଯକ୍ଷ୍ମାରୋଗ  ସମ୍ପର୍କରେ  ସଚେତନତା  ସୃଷ୍ଟି  କରିବା  ଏବଂ  ରୋଗୀଙ୍କୁ   ସଂପୂର୍ଣ୍ଣ  ଆରୋଗ୍ୟ   କରାଇବା  । ତେବେ  ଉପଯୁକ୍ତ  ସମୟରେ  ଚିହ୍ନଟ  ଓ  ସଂପୂର୍ଣ୍ଣ  ଭାବରେ  ଚିକିତ୍ସା  ହୋଇପାରିଲେ  ଗର୍ଭାବସ୍ଥାରେ  ମଧ୍ୟ  ଜଣେ  ଯକ୍ଷ୍ମାରୋଗୀ  ସୁସ୍ଥ  ରହିବା  ସହ  ଗର୍ଭସ୍ଥ  ଶିଶୁ  ମଧ୍ୟ  ନିରାପଦରେ  ରହିପାରିବ   ।

ଆଧାର – ଡା . ସରୋଜିନୀ  ଷଡଙ୍ଗୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top