ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ମହିଳା ଓ ମାନସିକ ଅବସାଦ
ସେଆର କରନ୍ତୁ

ମହିଳା ଓ ମାନସିକ ଅବସାଦ

ପୁରୁଷମାନଙ୍କ ଲକ୍ଷଣ ଅପେକ୍ଷା ନାରୀମାନଙ୍କର ଲକ୍ଷଣ ଅଲଗା । ଅଳ୍ପ ଚାପରେ, ମହିଳାମାନେ ବେଶି ଶୁଅନ୍ତି, ବେଶି ଖାଆନ୍ତି ଓ ମୋଟା ହୋଇଯାଆନ୍ତି ।

ଉପକ୍ରମ

ପ୍ରତିବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ତରଫରୁ ଏପ୍ରିଲ ୭ ତାରିଖରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ସାରା ବିଶ୍ଵରେ ପାଳିତ ହୋଇ ସ୍ୱାସ୍ଥ୍ୟଭିତ୍ତିକ ସମସ୍ୟାର ଚିକିତ୍ସା ଓ ନିରାକରଣ ପାଇଁ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତାମାନ ପ୍ରଚାର କରୁଛି । ଏ ବର୍ଷର ମୁଖ୍ୟବାର୍ଭା ହେଉଛି ମାନସିକ ଅବସାଦ । ପ୍ରତିବର୍ଷ ଏଥିରେ ହଜାର ହଜାର ରୋଗୀ ଆକ୍ରାନ୍ତ ହେଉଛନ୍ତି । ଏହି ମାନସିକ ଚାପ ଦୂରକରିବା ଏବଂ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ । ବର୍ତ୍ତମାନ ସାରା ପୃଥିବୀରେ ୩୦ କୋଟି ଲୋକ ମାନସିକ ଚାପଗ୍ରସ୍ତ ହୋଇ ଅବସାଦରେ ଜୀବନ କଟାଉଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ହୋଇଥିବା ଆକଳନରୁ ଏହା ଜଣାପଡ଼ିଛି । ଧନ, ଜନ, ଗୋପ, ଲକ୍ଷ୍ମୀ ସହ ମଣିଷଟିଏ ସମ୍ପୂର୍ଖ ଶାରୀରିକ ଭାବରେ ସୁସ୍ଥଥିଲେ  ମଧ୍ୟ ଥରେ ମାନସିକ ଅବସାଦଗ୍ରସ୍ତ ହେଲେ ଜୀବନରେ କୌଣସି ସୁଖ ମିଳେ ନାହିଁ ଏବଂ ଆସ୍ତେ ଆସ୍ତେ ମଣିଷ ଅନେକ ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥାଏ । ଅନେକେ ମଧ୍ୟ ଆତ୍ମହତ୍ୟା କରିବାକୁ ପଛାଇ ନ ଥାନ୍ତି । ୨୦୦୫ ରୁ ୨୦୧୫ ମଧ୍ୟରେ ମାନସିକ ଚାପଗ୍ରସ୍ତରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକଡ଼ା ୧୮ ପ୍ରତିଶତ ବଢ଼ିଛି ।

ମାନସିକ ଅବସାଦ

ମହିଳାମାନଙ୍କର ମାନସିକ ଅବସାଦକୁ ବିଚାରକୁ ନେଲେ ଆମେ ଦେଖିବା ଯେ, ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଦୁଇଗୁଣ ମାନସିକ ଅବସାଦର ଶିକାର ହୋଇଥାନ୍ତି । ଏହି ଅବସାଦ ପାଇଁ ଲିଙ୍ଗଜନିତ ବୈଷମ୍ୟତା, ସାକ୍ଷରତା ତଥା ଆର୍ଥିକ ଅକ୍ଷମତା ସହ କେତେକ ନାରୀ ଅନ୍ତଃସ୍ରାବୀ ରସର ଅସନ୍ତୁଳନ, ପାରିବାରିକ, ସାମାଜିକ ଏବଂ ମାନସିକ କାରଣ ଦାୟୀ ମନସ୍ତାତ୍ତିକ ଦୃଷ୍ଟିକୋଣରୁ ଦେଖିଲେ କୈଶୋରାବସ୍ଥାରୁ ହିଁ  ଏହା ଆରମ୍ଭ ହୋଇଥାଏ । ଏହାଛଡ଼ା ଘର ଓ କାର୍ଯ୍ୟାଳୟରେ କାମର ଚାପ, ଦାମ୍ପତ୍ୟଜନିତ ସମସ୍ୟା ଓ ଅବସାଦ, ପିଲାଛୁଆଙ୍କ ଦାୟିତ୍ଵ, ବୟସ୍କମାନଙ୍କର ଯତ୍ନ, ଆର୍ଥିକ ଦୁରବସ୍ଥା, ପରିବାରରେ ଅନାଦର, ପ୍ରିୟଜନଙ୍କ ରୋଗ, ବୈରାଗ୍ୟ ତଥା ବିଚ୍ଛେଦଜନିତ ଦୁଃଖ ପାଇଁ ନାରୀଟିଏ ବିଶେଷ ଭାବରେ ମାନସିକ ଚାପ ଭୋଗିଥାଏ । ଏହାଛଡ଼ା ମାସିକ ଋତୁସ୍ରାବ ଆଗରୁ ଚିଡ଼ଚିଡ଼ାପଣ, କ୍ଲାନ୍ତ ଭାବ, ବନ୍ଧ୍ୟାନ୍ଦୋଷ, ଗର୍ଭଧାରଣ ସମୟରେ ମାନସିକ ଓ ଶାରୀରିକ ଚାପ ଆଦି ବଢ଼ିଯାଏ ।        ଗର୍ଭାବସ୍ଥାର ଅନ୍ୟ କେତେକ ଅସୁବିଧା ଯଥା ବାରମ୍ବାର ଗର୍ଭକଷ୍ଟ, ବିନା ପ୍ଲାନିଂରେ ଗର୍ଭଧାରଣ ଆଦିରେ ମଧ୍ୟ ମାନସିକ ଅବସାଦ ହୋଇଥାଏ । ହରମୋହନର ପ୍ରଭାବରେ ଅନେକ ନୂଆ ମା’ ଏବଂ ଅଳ୍ପ ବୟସରେ ମା'ମାନଙ୍କର ପ୍ରସବ ପରେ ଅବସାଦ ଦେଖାଦେଇଥାଏ । ଏହାକୁ ‘ପୋଷ୍ଟପାର୍ଟମ ଡିପ୍ରେସନ' ବା ‘ବେବି ବ୍ଲୁ  କୁହାଯାଇଥାଏ । ବିଶେଷ ଭାବରେ ଝିଅଟିଏ ଜନ୍ମ ହେଲେ ଏହା ବେଶି ଦେଖା ଦେଇଥାଏ । ଏହାଛଡ଼ା ବହୁଦିନ ଧରି ରୋଗରେ ପଡ଼ିରହିଲେ, କିମ୍ବା କର୍କଟ ରୋଗରେ ଆକ୍ରାନ୍ତ ହେଲେ, ମାସିକ ଋତୁସ୍ରାବର ବିରତି ପରେ ସ୍ତ୍ରୀ ଅନ୍ତଃସ୍ରାବାରସର ଅସନ୍ତୁଳନ ଯୋଗୁଁ ତଥା ସୌନ୍ଦର୍ଯ୍ୟ, ଲାଳିତ୍ୟ କମିଯିବା ଭୟରେ ଅନେକ ନିଜକୁ ଅସହାୟ ମନେକରି ମାନସିକ ଚାପର ଶିକାର ହୁଅନ୍ତି ।

ପୁରୁଷମାନଙ୍କ ଲକ୍ଷଣ ଅପେକ୍ଷା ନାରୀମାନଙ୍କର ଲକ୍ଷଣ ଅଲଗା । ଅଳ୍ପ ଚାପରେ, ମହିଳାମାନେ ବେଶି ଶୁଅନ୍ତି, ବେଶି ଖାଆନ୍ତି ଓ ମୋଟା ହୋଇଯାଆନ୍ତି । ନିଜକୁ ଚିନ୍ତିତ ମନେକରି ଦୁଃକରେ ପ୍ରିୟମାଣ ହୋଇଯାଆନ୍ତି ।  ମାନସିକ ଅବସାଦର ସଙ୍ଗେ ସଙ୍ଗେ ଚିକିତ୍ସା ନ କଲେ ଅନେକ ଅସୁବିଧା ହୋଇଥାଏ । ଏଥିରେ ସ୍ଵାମୀ, ପରିବାର ଓ ଆତ୍ମୀୟସ୍ୱଜନ ଏକ ସଙ୍ଗେ ହାତ ବଢ଼ାଇବା ଦରକାର ଓ ସଙ୍ଗେ ସଙ୍ଗେ ମାନସିକ ରୋଗ ବିଶେଷଜ୍ଞ ଓ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସହାୟତାରେ ଚିକିତ୍ସା କରିବା ଉଚିତ । ସେମାନଙ୍କ ଅବହେଳା ନ କରି, ସୁଷମ ଖାଦ୍ୟ, ବ୍ୟାୟମ, ଜୀବନଶୈଳୀରେ ପରିବର୍ତ୍ତନ, ତଥା ପ୍ରତ୍ୟେକ ଦିନ ସୂର୍ଯ୍ୟ କିରଣରେ ଚାଲିବା ଦରକାର । ତେବେ ଏ ସବୁ ସତ୍ତ୍ୱେ ଜଣେ ଧୈର୍ଯ୍ୟଶୀଳ ଶ୍ରେତା ଏମାନଙ୍କର କଥା ଶୁଣିବା ଜରୁରୀ ହୋଇଥାଏ । ଏହାଛଡ଼ା ପ୍ରତ୍ୟେକ ସାମାଜିକ କାର୍ଯ୍ୟରେ ଯୋଗଦାନ, ୮ ଘଣ୍ଟା ବିଶ୍ରାମ ଓ ଉତ୍ତମ ଖାଦ୍ୟ, ଔଷଧ ଓ ଚିକିତ୍ସା ସହ, ସ୍ନେହ, ସହାନୁଭୂତି ତାକୁ ଆରୋଗ୍ୟ କରିବାରେ ସହାୟକ ଜୋହାଇଥାଏ ।

ବିଶ୍ଵସ୍ୱାସ୍ଥ୍ୟ ସଂସ୍ଥାର ମାନସିକ ଚାପ ନେଇ ପ୍ରକାଶିତ ଏକ ସମ୍ବାଦ ସମଗ୍ର ପୃଥିବୀ  ପାଇଁ ଏକ ଆହ୍ଵାନର ବିଷୟ ହୋଇ ପଡ଼ିଛି । ତେଣୁ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତାର ସୃଷ୍ଟ ସମନ୍ଵୟ ହିଁ ଏ ରୋଗକୁ ଦୂରେଇ ଦେଇପାରିବ ।

ବିଶ୍ଵସ୍ଵାଗ୍ମୀ ଦିବସ ଅନୁଚିନ୍ତାରେ ବିଷାଦର ଚର୍ଚ୍ଚା

“ମନସାମ ବିଧୁ ମାନବମ” । ମନ ହିଁ ମନୁଷ୍ୟ ଅଟେ । ଆମ ମନରେ ଦୁଃଖ ଓ ସୁଖ ଅନୁଭୂତି ହୁଏ । ଦୁଃଖରେ ଆମେ ପ୍ରିୟମାଣ ହେଉ । ସୁଖରେ ଉଲ୍ଲସିତ, ଉସାହିତ ଓ ଉନ୍ମାଦିତ ହେଉ । ସାଧାରଣ ବିଷାଦ ହୁଏତ ଆମ ସମସ୍ତଙ୍କ ପାଇଁ ଅତି ମାମୁଲି । ରୋଗର ରୂପନେଲେ ଏହା ସବୁଠୁ ଦୁଃଖଦାୟୀ ବିଷାଦରୋଗ, ଆତ୍ମହତ୍ୟା, ହିଂସ୍ରତା ଓ ଅନେକ ପ୍ରକାରର ଶାରୀରିକ, ସାମାଜିକ ବ୍ୟାଧି ତଥା ଆତଙ୍କବାଦର ରୂପ ନେଇପାରେ । ଗତ ୩ ବର୍ଷରେ ଆତଙ୍କବାଦରେ ୨୦ ହଜାର ମୃତ୍ୟୁବରଣ କରିଥିବାବେଳେ ୧ ଲକ୍ଷ ୧୭ ହଜାର ଲୋକ ପ୍ରେମଜନିତ ଆତ୍ମହତ୍ୟା ଓ ହତ୍ୟାର ଶିକାର ହୋଇଛନ୍ତି । ଏମାନେ ସମସ୍ତେ କିଶୋର ଓ ଯୁବକ । ସାଧାରଣ ବିଷାଦ ରୋଗ ଦଶରୁ କୋଡିଏ ପ୍ରତିଶତ ଏବଂ ଗମ୍ଭୀର ବିଷାଦ ରୋଗ ପ୍ରାୟ ପାଞ୍ଚ ପ୍ରତିଶତ ଲୋକଙ୍କୁ ଆକ୍ରାନ୍ତ କରୁଛି । କର୍ମହୀନତା, ନିଶାବେସବନ, ଅପରାଧପ୍ରବଣ ବିକୃତ ଯୌନଜୀବନ ପଛରେ ବିଷାଦ ହିଁ ଲୁଚିରହିଥାଏ । ଅଶୀ ପ୍ରତିଶତ ବିଷାଦ ରୋଗୀ ଉଚ୍ଚରକ୍ତଚାପ, ମଧୁମେହ, ପେଟ ଓ ଯକୃତ, ବୃକକ, ଗଳଗଣ୍ଡ ରୋଗ ଆଦିରେ ପୀଡ଼ିତ ଏସବୁ ଦୀର୍ଘସ୍ଥାୟୀ ଶାରୀରିକ ରୋଗ ବିଷାଦକୁ ଜନ୍ମଦିଏ । ମଧୁମେହ, ଗଣ୍ଠିବାତ, ସୋରିଆସିସ, କର୍କଟ ରୋଗ ସହ ବିଷାଦ ରୋଗ ଅଙ୍ଗାଙ୍ଗୀ ଭାବେ ଜଡିତ । ଉଚ୍ଚ ରକ୍ତଚାପ, ହୃଦଘାତ ମସ୍ତିଷ୍କ ପ୍ରଦାହ କର୍କଟ ରୋଗ ଅଧିକ କଷ୍ଟପ୍ରଦ ହୁଏ । ମାନସିକ ସ୍ତରରେ ଚିକିତ୍ସା ତଥା ସହଯୋଗ ନକଲେ ଭେଷଜ ଚିକିତ୍ସା ଫଳବତୀ ହୁଏ ନାହିଁ ।

ବିଷାଦରେ ବ୍ୟକ୍ତି ନୀରବ ରହେ ବା ଉଦବେଗରେ ଛଳଛଳ ହୁଏ । ଖୁସି ହୋଇପାରେ: ନାହିଁ । କାହା ସହ ମିଶେ ନାହିଁ, ନିଜର ଖାଦ୍ୟ, ନିଜ ଦୈନିକ ଚର୍ଯ୍ୟାରେ ବ୍ରତୀ ହୁଏନାହିଁ, କାର୍ଯ୍ୟଶକ୍ତି ସ୍ପୃହା କମିଯାଏ । ଆଉ ଜୀବନ ରଖିବା ନାହିଁ । ମୋ ଦ୍ଵାରା କିଛି ହେବ ନାହିଁ ଆତ୍ମହତ୍ୟା କଲେ ଏ କଷ୍ଟରୁ ମୁକ୍ତ ମିଳିବ- ଏ ପ୍ରକାର ଭାବନା ଆସିଥାଏ ।

ବିଷାଦ ଘଟଣାଜନିତ ହୋଇପାରେ, କୋଷ୍ଠୀଗତ ରୋଗ ହୋଇପାରେ, ସ୍ନାୟୁ, ଜୀବରସର ଉଣାଅଧିକରୁ ହୋଇପାରେ । ମସ୍ତିଷ୍କର ପ୍ରଦାହ, ଜୀବାଣୁବୀଜାଣୁଜନିତ ସଂକ୍ରମଣ, ଆଘାତ ତଥା ମାନସିକ- ସାମାଜିକ-ଆଧ୍ୟାତ୍ମିକ ସଂଘାତରୁ ମଧ୍ୟ ସୃଷ୍ଟି ହୋଇପାରେ । ମାନସିକ ବିଷାଦ ସହ ଶାରୀରିକ ତତ୍ତ୍ଵ ସବୁ ଆକ୍ରାନ୍ତ ହୁଅନ୍ତି । ସିଦନ୍ତୁ ମମଗାତ୍ରାଣ - ଶ୍ଳୋକରୁ ବିଷାଦ ସହ ଶାରୀରିକ ଲକ୍ଷଣ ଜଣାପଡେ । ଦେହ ଜଳିଲା ଭଳି ଲାଗିବା, ହାତ ଥରିବା, ଦୀର୍ଘଶ୍ଵାସ, ମୁଣ୍ଡ ବୁଲାଇବା, ଶକ୍ତି ହ୍ରାସ ହେବା, ଅନ୍ଧାର ଲାଗିବା, ନିଜର ଭାରସାମ୍ୟ ନରଖି ପାରି ବସି ରହିବା ଏହାର ଲକ୍ଷଣ । ବୀର ଅର୍ଜୁନଙ୍କ ବିଷାଦଗ୍ରସ୍ତ ହେବା ତଥା ମୋହଗ୍ରସ୍ତ ହୋଇ କିଂକର୍ତ୍ତବ୍ୟବିମୂଢ ହେବା ବିଷୟ ଭଗବତ ଗୀତାରେ ବର୍ଣ୍ଣିତ । ବିଷାଦରୁ ରାମାୟଣ’ କାବ୍ୟର ସୃଷ୍ଟି । ବିଶ୍ଵର ପ୍ରଥମ ବିଷାଦ ଚିକିତ୍ସା ଶ୍ରୀମଦ ଭାଗବତ ଗୀତା ରୂପରେ ବିଦିତ ଓ ଶ୍ରୀକୃଷ୍ଣ ସଭ୍ୟତାର ପ୍ରଥମ ମନୋଚିକିତ୍ସକ ଯେ ଅର୍ଜୁନଙ୍କ ବିଷାଦ ପର୍ବରୁ ରକ୍ଷା କରିଥିଲେ ।

ଆଧୁନିକ ଚିକିତ୍ସା ବିଜ୍ଞାନରେ ବିଷାଦ, ମାନସିକ, ଯାତନା, ଚିନ୍ତା, ଆତ୍ମହତ୍ୟା ପ୍ରବଣତାର ଚିକିତ୍ସା ପାଇଁ ଅନେକ ଔଷଧ ଅଛି । ଏହାର ଉନ୍ନତ ମାନସିକ ଚିକିତ୍ସା ପଦ୍ଧତି, ବ୍ୟାବହାରିକ ଚିକିତ୍ସା ପ୍ରଣାଳୀ ଉପଲବ୍ଧ । ଆଲୋକର ଚିକିତ୍ସା, ତମସୋ ମା ଜ୍ୟୋତିର୍ଗମୟ ପରି ବିଭିନ୍ନ ଚିକିତ୍ସା ପଦ୍ଧତି ଋତୁଜନିତ ବିଷାଦରୋଗ ଲାଘବ କରେ । ବୈଦ୍ୟୁତିକ ଚିକିତ୍ସା, ଚୁମ୍ବକୀୟ ଚିକିତ୍ସା ଅବା ଅତ୍ୟାଧୁନିକ ସ୍ନାୟୁଶଲ୍ୟ ମାଧ୍ୟମରେ ବା କୋଷ୍ଠୀନିଦାନ ଚିକିତ୍ସା ମାଧ୍ୟମରେ ବିଷାଦ ରୋଗର ଚିକିତ୍ସା ଓ ନିରାକରଣ କରାଯାଉଛି । ଅତୀବ କ୍ଷୁଦ୍ରାଦପିକ୍ଷୁଦ୍ର ନାନୋକଣିକା ତନ୍ତ୍ର ସାହାଯ୍ୟରେ ନୂଆ ଔଷଧର ସଂରଚନା କରି ବିଷାଦ ରୋଗର ନୂତନ ଚିକିତ୍ସା ନିକଟ ଭବିଷ୍ୟତରେ ଉପଲବ୍ଧ ହେବ । ସାମାଜିକ ଜୀବନରେ ବିଷାଦ ଦାମ୍ପତ୍ୟ ଜୀବନରେ ବାଧାସୃଷ୍ଟି କରୁଛି । ବିବାହ ବିଛେଦ, ବାହା ନହେବା ଓ ବାହା ହୋଇ ସନ୍ତାନ ପ୍ରାପ୍ତି ନକରିବା, ନିସାସେବନ ଓ ଅପ୍ରାକୃତିକ ଯୌନତା, ସମକାମିତା ବିଷାଦ ରୋଗର ପ୍ରତିଫଳନ । ବିଶ୍ଵବ୍ୟାପୀ ଆତଙ୍କବାଦ, ଯୁଦ୍ଧର ବିଭୀଷିକା, ଗୋଷ୍ଠୀଗତ ଓ ଧାର୍ମିକ ଅସହିଷ୍ଣୁତା – ସାମଗ୍ରିକ ବିଷାଦ ରୋଗକୁ ଜନ୍ମ ଦେଉଛି । ପରିବେଶ ପ୍ରଦୂଷଣ, କ୍ଷିପ୍ର ଜୀବନଧାରା “ମୁଁ, ମୋର, ମୋ ପାଇଁ କେବଳ ' – ସ୍ଵାର୍ଥପରତା, ଏକାନ୍ନବର୍ତ୍ତୀ ପାରିବାରିକ ଜୀବନର ଅଭାବ ବା କ୍ଷୟ, ବିଲୋପ ଅନେକଙ୍କର ସାମଗ୍ରିକ ବିଷାଦ ପାଇଁ ଦାୟୀ । ବିଶ୍ଵାସ୍ୱାସ୍ଥ୍ୟ ସଂସ୍ଥା) ୨୦୩୦ ସୁଦ୍ଧା ବିଷାଦ ରୋଗ ମାନବ ସମାଜକୁ ସବୁଠୁ ବେଶୀ ପଙ୍ଗୁ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କଲାଣି ।

ବିଷାଦ ରୋଗର ନିରାକରଣ କରି, ଅନ୍ତର୍ମୁଖୀ ନହୋଇ ଅନ୍ୟ ସହ ସମ୍ପର୍କର ସେତୁ ଗଢ଼ି, ପରସ୍ପର ସହ କଥା ହୋଇ, ଦୁଃଖ ସୁଖ ବାଣ୍ଟି ଆମେ ଏ ବିଷାଦ ମହାମାରୀର ସାମନା କରିବା ।

ବିଷାଦ ଏକ ନୀରବ ମହାମାରୀ । ଶରୀର ମନ, ଆତ୍ମା ଓ ବ୍ୟକ୍ତିର ଚରିତ୍ରକୁ ଏହା ଆକ୍ରାନ୍ତ କରିପାରେ । ଏହି ନୀଳ ଶୀତଳ ମୃତ୍ୟୁମୁଖରୁ ମାନବକୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ଚେଷ୍ଟିତ ହେବା । ପରିବେଶର ସୁରକ୍ଷା, ସୁଷମ ଖାଦ୍ୟ, ଉପଯୁକ୍ତ ପରିଶ୍ରମ ଓ ବ୍ୟାୟାମ, ଯୋଗ ଧ୍ୟାନ, ସତଚିତ୍ରନ, ସତକର୍ମଯୋଗ ମାଧ୍ୟମରେ ଜୀବନକୁ ‘ସତ୍ୟ, ଶିବ, ସୁନ୍ଦର'ର ପରିସରକୁ ଆଣିପାରିବା । ‘ବସୁଧେବ  କୁଟୁମ୍ବକମ୍' ଭାବନାରେ 'ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟ' ମନ୍ତ୍ରର ସଫଳ ରୂପାୟନ କରିପାରିବା, ସତକର୍ମରେ ବ୍ରତୀ ହୋଇ ଅନ୍ୟର ଦୁଃଖମୋଚନ କରିପାରିବା । ଦୁଃଖକୁ ନିଜ ଭିତରେ ରୋମନ୍ଥନ କରି ନିଜ ଭିତରେ ନିଜେ ବିଷାଦରେ ସମାଧି ନନେଇ, ଦୁଃଖ ବାଣ୍ଟି  ଓ ସୁଖ ବୁଣି ଆମେ ଜୀବନକୁ ସାର୍ଥକ କରିବା ସହ ସତ ଚିତ, ଆନନ୍ଦର ସ୍ଵାଦ  ଆହରଣ କରିବା । ବିଶ୍ଵରେତନା, ବିଶ୍ଵପ୍ରମ, ବିଶ୍ଵାସ ଓ ଶାଶ୍ଵତ ଆନନ୍ଦର ସ୍ରଷ୍ଟା ହୋଇପାରିବା ।

ସଂଗୃହିତ : ଡା. ନୀଳମାଧବ  ରଥ ନିର୍ଦେଶକ ଓ ଅଧୀକ୍ଷକ, ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍କାନ, କଟକ

 

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top