ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ମହିଳାଙ୍କ ପାଇଁ ଉପକାରୀ କଖାରୁ
ସେଆର କରନ୍ତୁ

ମହିଳାଙ୍କ ପାଇଁ ଉପକାରୀ କଖାରୁ

କଖାରୁ ଏଭଳି ପାରିବା ଯେଉଁଥିରେ ଆଇରନ୍, ଜିଙ୍କ୍ ପୋଟାସିଅମ୍, ମାଗ୍ନେସିଅମ୍ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି ।

ଉପକ୍ରମ

ସାଧାରଣତଃ ଦେଖାଯାଏ କେବଳ ଡାଲମା କିମ୍ବା କୌଣସି ନିର୍ଦ୍ଦିଷ୍ଟ ତରକାରୀ ଲାଗି ହିନ କଖାରୁ ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କି, ଏହା ଏଭଳି ଏକ ପାରିବା ଯେଉଁଥିରେ ଆଇରନ୍, ଜିଙ୍କ୍ ପୋଟାସିଅମ୍, ମାଗ୍ନେସିଅମ୍ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି । ଯାହାଳି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।

କଖାରୁର ଉପକାରିତା

  • ଆମେରିକାସ୍ଥିତ ନ୍ୟାଶନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳାମାନଙ୍କୁ ପ୍ରତିଦିନ ଖାଦ୍ୟରେ ୮ ଗ୍ରାମ୍ ଜିଙ୍କର ଆବଶ୍ୟକତା ହୋଇଥାଏ । ଯାହାକି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ୍ ରହିଥିବାରୁ ପ୍ରତିଦିନ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ବେଶ୍ ଉପକାରୀ ।
  • ଡାଇବେଟିସ୍ ରୋଗୀ ନିୟମିତ କଖାରୁ ଜୁସ ପିଇବା ଦ୍ଵାରା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର ପରିମାଣ ନିୟନ୍ତ୍ରିତ ରହିଥାଏ ।
  • ଅମ୍ଳପିତ୍ତ ଜନିତ କଷ୍ଟ ଭୋଗୁଥିଲେ କଖାରୁ ରସରେ ଅଳ୍ପ ଚିନି ମିଶାଇ ପିଅନ୍ତୁ, ତୁରନ୍ତ ଉପଶମ ମିଳିବ ।
  • ମହିଳାମାନେ ସାଧାରଣତଃ ଅଧିକ କାମର ଚାପରେ ସମୟ ସମୟ ଚିନ୍ତା ବା ଅବସାଦଗ୍ରସ୍ତ ହୋଇପଡନ୍ତି । ଯାହାକି ଅପରପକ୍ଷେ ସେମାନଙ୍କଠାରେ ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣ ସାଜିଥାଏ । ଯଦି ଆପଣ ବି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ପ୍ରତିଦିନ ଖାଦ୍ୟ ତାଲିକାରେ କଖାରୁକୁ ସାମିଲ କରନ୍ତୁ । ଆପଣ ଚାହିଁଲେ କଖାରୁ ମଞ୍ଜିକୁ ଭାଜି ମଧ୍ୟ ଖାଇପାରିବେ । କାରଣ ଏଥିରେ ଥିବା ଏଲ୍ – ଟ୍ରିପ୍ଟୋଫାନ୍ ନାମକ ଉପାଦାନ ଆପଣଙ୍କୁ ଅବସାଦଠାରୁ ଦୂରେଇ ରଖିବା ସହ ମନକୁ ଖୁସିରେ ରଖିବାରେ ସାହାଯ୍ୟ କରିଥାଏ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

3.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top