ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ଘରୋଇହିଂସା ରୋକିବାରେ ପୋଲିସର ଭୂମିକା
ସେଆର କରନ୍ତୁ

ଘରୋଇହିଂସା ରୋକିବାରେ ପୋଲିସର ଭୂମିକା

ଘରୋଇ ହିଂସାର ଶିକାର ହୋଇ କୌଣସି ମହିଳା ପୋଲିସ ସହାୟତା ପାଇଁ ଥାନାକୁ ଗଲେ ପୋଲିସର କଣ କର୍ତ୍ତବ୍ୟ

ଏଫ.ଆଇ.ଆର ଦର୍ଜ କରିବା

ଘରୋଇ ହିଂସାର ଶିକାର ହୋଇ କୌଣସି ମହିଳା  ପୋଲିସ ସହାୟତା ପାଇଁ ଥାନାକୁ ଗଲେ ପୋଲିସର ପ୍ରଥମ କର୍ତ୍ତବ୍ୟ ହେଲା ଏଫ.ଆଇ.ଆର ଦର୍ଜ କରିବା । ଜଣେ ମହିଳା ନିଜେ କିମ୍ବା ସୁରକ୍ଷା ଅଧିକାରୀଙ୍କ ସାହାଯ୍ୟରେ ଅଭିଯୋଗ କରିପାରିବେ କିମ୍ବା ସେ ମାର୍ଜିଷ୍ଟ୍ରଟଙ୍କ ନିକଟରେ ସିଧା ଅଭିଯୋଗ ଦାଖଲ କରିପାରିବେ । ଜଣେ ମହିଳା ଚିଠି ମାଧ୍ୟମରେ ହେଉ କିମ୍ବା ମେଲ ଦ୍ଵାରା ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବା ସଙ୍ଗେ ସଙ୍ଗେ ସେ ମଧ୍ୟ ପୋଲିସ, ସ୍ଵେଚ୍ଛାସେବି ଅନୁଷ୍ଠାନ ଓ  ପାଖ ପଡୋଶିଙ୍କ ସହଯୋଗରେ ଅଭିଯୋଗ ଦାଖଲ କରିପାରିବେ ।

ଡାକ୍ତରୀ ସହାୟତା

  • ଘରୋଇ ହିଂସାରେ  ପୀଡ଼ିତା ମହିଳାକୁ ସଙ୍ଗେ ସଙ୍ଗେ ଡାକ୍ତରୀ ସହାୟତା ପ୍ରଦାନ କରିବା । ମହିଳା ଯଦି ସାଂଘାତିକ ଭାବରେ ଆହାତ ହୋଇଥିବେ ତାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ରଖାଇ ଚିକିତ୍ସା କରାଇବା ଆବଶ୍ୟକ ।
  • ଡାକ୍ତରୀ ଚିକିତ୍ସା ପରେ ମହିଳାଜଣଙ୍କୁ ନେଇ ମହିଳାସୁରକ୍ଷା କେନ୍ଦ୍ରରେ ଛାଡିବା ପୋଲିସର କର୍ତ୍ତବ୍ୟ । ମହିଳାଜଣଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଯେପରି ସୁରକ୍ଷିତ ରହିପାରିବେ ।

ମହିଳା ସୁରକ୍ଷା କେନ୍ଦ୍ର

  • ମହିଳା ସୁରକ୍ଷା କେନ୍ଦ୍ରରେ ମହିଳାଜଣଙ୍କ ସୁସ୍ଥ ହେବାପରେ ଯଦି ଘରକୁ ଫେରିବାକୁ ନ ଚାହାନ୍ତି ତେବେ ତାକୁ ସ୍ୱଳ୍ପ ଅବଧି ଗୃହ ସମ୍ପର୍କରେ ସୂଚନା ଦେବା କିମ୍ବା ସେ ସ୍ଥାନରେ ନେଇ ଛାଡ଼ିବା ପୋଲିସର କର୍ତ୍ତବ୍ୟ ।

ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ

  • ପୋଲିସ ପୀଡ଼ିତା ମହିଳାକୁ ନେଇ ମହିଳା ଓ ଶିଶୁ ବିଭାଗର ର ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ କରାଇବା ଆବଶ୍ୟକ।

ଆଇନ ସହାୟତା

  • ସର୍ବଶେଷରେ ମହିଳାକୁ ନେଇ ପୋଲିସ ଆଇନ ସହାୟତା ଯୋଗାଇଦେବା ଉଚିତ୍ ।

 

 

 

ଆଧାର - ଅକ୍ସଫାମ

 

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top