অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ଅଧିନିୟମ, ୧୯୮୬

ଉପକ୍ରମ

ଶିଶୁମାନଙ୍କର ନିର୍ଦ୍ଧିଷ୍ଟ କାର୍ଯ୍ୟଗୁଡିକରେ ନିଯୁକ୍ତିକୁ ନିଷେଧ ଓ ଅନେକଗୁଡିଏ କାର୍ଯ୍ୟରେ ନିଯୁକ୍ତିକୁ ନିଷେଧନ କରାଯାଇ କାର୍ଯ୍ୟର    ଅବସ୍ଥା (ସର୍ତ୍ତ ) ର ନିୟନ୍ତ୍ରଣ  ନିମିତ୍ତ ଏହା ଏକ ଅଧିନିୟମ । ଏହା ନିମ୍ନମତେ  ଭାରତ ଗଣରାଜ୍ୟର ୩୭ତମ ବର୍ଷରେ ସଂସଦ (ପାର୍ଲିଆମେଣ୍ଟ ) ଦ୍ଵାରା ଗୃହିତ ହେଲା ।

କାରଣ ଓ ଉଦ୍ଦେଶ୍ୟ

କେତେକ ନିର୍ଦ୍ଧିଷ୍ଟ ଉଲ୍ଲିଖିତ କାର୍ଯ୍ୟ ଗୁଡିକରେ ୧୪ ଓ ୧୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ନିୟୋଜନରେ  ନିଷେଧ ନିମନ୍ତେ ଅନେକ ଆଇନ୍ ରହିଛି । ତେବେ ଶିଶୁମାନଙ୍କୁ କେଉଁ କାର୍ଯ୍ୟ, ଧନ୍ଦା (ବ୍ୟବସାୟ ) ବା ନିଯୁକ୍ତିରେ ନିୟୋଜନ କରାଯିବ, ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ନିମନ୍ତେ କାର୍ଯ୍ୟ ପ୍ରକ୍ରିୟା କୌଣସି ଆଇନ୍ ରେ ଉଲ୍ଲେଖ କରାଯାଇନାହିଁ । ଆଉ ମଧ୍ୟ ଅଧିକାଂଶ ନିୟୋଜନାରେ ଶୋଷଣ   ଯୋଗ୍ୟ  ଅବସ୍ଥାରେ କାର୍ଯ୍ୟ କରୁଥିବା ଶିଶୁମାନଙ୍କୁ ନିଷେଧ କରାଯାଇନାହିଁ ଓ ଶିଶୁମାନଙ୍କର କାର୍ଯ୍ୟ ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ ନାହିଁ ।

ଏହି ବିଧେୟକ (ବିଲ୍)ର ଉଦ୍ଦେଶ୍ୟ

  • କେତେକ ନିର୍ଦ୍ଧିଷ୍ଟ ଜୀବିକା ଓ ପ୍ରକ୍ରିୟାରେ ୧୪ ବର୍ଷ ବୟସ ସମ୍ପୂର୍ଣ୍ଣ ହୋଇନଥିବା ଶିଶୁମାନଙ୍କୁ ନିୟୋଜନ (ନିଯୁକ୍ତି) ନିଷେଧ କରିବା ।
  • ନିଷିଦ୍ଧ ଜୀବିକା / ପ୍ରକ୍ରିୟାର ଅନୁସୂଚୀ ରୂପାନ୍ତରଣ (ମାର୍ଜନା) ସ୍ଥିର କରିବା ପାଇଁ ଏକ କ୍ରିୟାବିଧି ନିର୍ଦ୍ଧାରଣ କରିବା ।
  • ଶିଶୁମାନେ କାର୍ଯ୍ୟ କରିବା  ନିମିତ୍ତ ନିଷିଦ୍ଧ ହୋଇନଥିବା କ୍ଷେତ୍ରରେ ଶିଶୁମାନଙ୍କର କାର୍ଯ୍ୟ ଅବସ୍ଥା (ସର୍ତ୍ତ) ସବୁର ନିୟନ୍ତ୍ରଣ କରିବା ।
  • ଏହି ଆଇନ୍ ବା ଶିଶୁମାନଙ୍କର ନିୟୋଜନ (ନିଯୁକ୍ତି) ନିଷେଧ କରୁଥିବା କୌଣସି ଆଇନର ବ୍ୟବସ୍ଥା ଗୁଡିକର ଉଲଘଂନ କ୍ଷେତ୍ରରେ ବର୍ଦ୍ଧିତ ଶାସ୍ତି ନିର୍ଦ୍ଧାରଣ କରିବା ।
  • ଉକ୍ତ ସମ୍ପର୍କିତ ଆଇନରେ 'ଶିଶୁ' ସଂଜ୍ଞାରେ ସମରୂପତା ହାସଲ କରିବା ।

ଏହି ବିଧାୟକ (ବିଲ୍) ଉପରେ ବର୍ଣ୍ଣିତ  ଲକ୍ଷ୍ୟ ବା ଉଦ୍ଦେଶ୍ୟ ହାସଲ

ଧାରା ୧- ସଂକ୍ଷିପ୍ତ ନାମ, ପରିସର ଓ ପ୍ରାରମ୍ଭ

  1. ଏହି ଅଧିନିୟମ ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ଅଧିନିୟମ୧୯୮୬ ନାମରେ କଥିତ ହେବ ।
  2. ଏହା ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ ହେବ ।
  3. ଭାଗ ୩- କୁ ବାଦ୍ ଦେଲେ, ଏହି ଅଧିନିୟମର ବ୍ୟବସ୍ଥାଗୁଡିକ ଏକ ସମୟରେ ବଳବତ୍ତର ହେବ ଏବଂ ନିର୍ଦ୍ଧିଷ୍ଟ ତାରିଖ ଅନୁସାନରେ ଭାଗ ୩- ବ୍ୟବସ୍ଥାଗୁଡିକ ବଳବତ୍ତର ନିମନ୍ତେ କେନ୍ଦ୍ର ସରକାର ସରକାରୀ ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ କରି ଭିନ୍ନ ଭିନ୍ନ ରାଜ୍ୟ ଓ ବିଭିନ୍ନ ଶ୍ରେଣୀରେ ପ୍ରତିଷ୍ଠାନ ନିମନ୍ତେ ଭିନ୍ନ ଭିନ୍ନ ତାରିଖ ନିର୍ଦ୍ଧିଷ୍ଟ କରାଯାଇପାରେ ।

ଧାରା ୨- ସଂଜ୍ଞା

  1. “ଯଥାଯୋଗ୍ୟ ସରକାର” ର ଅର୍ଥ କେନ୍ଦ୍ରସରକାର, ରେଲ ପ୍ରଶାସନ, ମୁଖ୍ୟ ବନ୍ଦର, ଖଣି ବା  ତୈଲ କ୍ଷେତ୍ର (ତେଲ ଖଣି ଅଞ୍ଚଳ ) ନିୟନ୍ତ୍ରଣ ଅଧିନରେ ଥିବା ଏକ ପ୍ରତିଷ୍ଠାନ ସମ୍ପର୍କୀୟ ଘଟଣାରେ କେନ୍ଦ୍ରସରକାର ଓ ଅନ୍ୟାନ୍ୟ ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କୁ ବୁଝାଏ ।
  2. “ଶିଶୁ” ର ଅର୍ଥ ୧୪ ବର୍ଷ ବୟସ ସମ୍ପୂର୍ଣ୍ଣ ହୋଇନଥିବା ଏକ ବ୍ୟକ୍ତି ।
  3. “ଦିନ’’ କହିଲେ ମଧ୍ୟରାତ୍ରରୁ ଆରମ୍ଭ କରି ୨୪ ଘଣ୍ଟା ସମୟ ସୀମାକୁ ବୁଝାଏ ।
  4. “ପ୍ରତିଷ୍ଠାନ’’ କହିଲେ ଏକ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କର୍ମଶାଳୀ ବା  କର୍ମ ଶିବିର, କୃଷି କ୍ଷେତ୍ର,ଫାର୍ମ, ଆବାସିକ ହୋଟେଲ, ରେଷ୍ଟୁରାଣ୍ଟ, ଭୋଜନ ଗୃହ, ଥିଏଟର, ଅନ୍ୟାନ୍ୟ ସର୍ବସାଧାରଣ ମନୋରଞ୍ଜନ ବା  ଆମୋଦ ପ୍ରମୋଦ ସ୍ଥାନ ।
  5. ‘ପରିବାର’ର ଅର୍ଥ ଜଣେ ବ୍ୟକ୍ତିର ସ୍ତ୍ରୀ ବା ସ୍ଵାମୀ ଘଟଣା ଅନୁଯାୟୀ ସେହି ବ୍ୟକ୍ତି ଏବଂ ସେମାନଙ୍କର ପିଲାମାନେ ଅଥବା ଭାଇ କିମ୍ବା ଭଉଣୀ ।
  6. ଏକ କର୍ମଶିବିର ବା  ପ୍ରତିଷ୍ଠାନ ସମ୍ପର୍କରେ ‘ଭୋଗଦଖଲକାରୀ’ ର ଅର୍ଥ ଜଣେ ବ୍ୟକ୍ତି ଯାହାର ପ୍ରତିଷ୍ଠାନ ବା କର୍ମ ଶିବିର ବ୍ୟାପାରରେ ସମସ୍ତ ନିୟନ୍ତ୍ରଣ ରହିଥିବା ।
  7. ‘ବନ୍ଦର କର୍ତ୍ତୃପକ୍ଷ ’ର ଅର୍ଥ ଏକ ବନ୍ଦର ପରିଚାଳନା କରୁଥିବା ଯେକୌଣସି ପ୍ରାଧିକାରୀ ବା କର୍ତ୍ତୃପକ୍ଷ ।
  8. ‘ବିହିତ’ ର ଅର୍ଥ ଧାରା ୧୮ ଅଧିନରେ ପ୍ରସ୍ତୁତ ନିୟମ ଦ୍ଵାରା ହୋଇଥିବା ବିହିତକୁ ବୁଝାଏ ।
  9. ‘ସପ୍ତାହ’ ଅର୍ଥ ଶନିବାର ମଧ୍ୟରାତ୍ରିରୁ ଆରମ୍ଭ କରି ୭ ଦିନ ସମୟ ସୀମାକୁ ବୁଝାଏ କିମ୍ବା ଏକ ନିର୍ଦ୍ଧିଷ୍ଟ ଅଞ୍ଚଳ ନିମନ୍ତେ ନିରୀକ୍ଷକଙ୍କ ଦ୍ଵାରା ଲିଖିତ ଆକାରରେ ଅନୁମୋଦିତ ହୋଇ ସେହିପରି ଅନ୍ୟାନ୍ୟ ଯେକୌଣସି ରାତ୍ରିରୁ ଆରମ୍ଭ କରାଯାଏ ।
  10. ‘କର୍ମଶାଳା’ ଅର୍ଥ ଯେକୌଣସି ପରିସର (ତାହାର ହତା ସମେତ) ଯେଉଁଠାରେ ଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ଚାଲୁରହିଥାଏ, କିନ୍ତୁ ସେହି ସମୟରେ ଶିଳ୍ପ ଆଇନ, ୧୯୪୮ (୧୯୪୮ ର ୬୩) ର ଧାରା ୬୭ର ବ୍ୟବସ୍ଥାଗୁଡିକ ଯେକୌଣସି ପରିସର ପାଇଁ ଲାଗୁ ହୋଇଥାଏ, ସେହି ପରିସର ଏହି କର୍ମଶିବିରର ଅନ୍ତର୍ଭୁକ୍ତ  ହୋଇନଥାଏ ।

ନିର୍ଦ୍ଧିଷ୍ଟ ଜୀବିକା ଓ ପ୍ରକ୍ରିୟାରେ ଶିଶୁମାନଙ୍କର ନିୟୋଜନ ନିଷେଧ

ଧାରା ୩- କେତେକ ନିର୍ଦ୍ଦିଷ୍ଟ ଜୀବିକା ଓ ପ୍ରକ୍ରିୟାରେ ନିଯୋଜନ କରିବା ଉପରେ ନିଷେଧ

ଅନୁସୂଚୀତ ଭାଗ (କ)ରେ ଦର୍ଶାଯାଇଥିବା କୌଣସି ଜୀବିକା କିମ୍ବା କୌଣସି କର୍ମଶାଳାରେ ଅନୁସୂଚୀତ ଭାଗ (ଖ)ରେ  ଦର୍ଶାଯାଇଥିବା କୌଣସି ପ୍ରକ୍ରିୟା କାର୍ଯ୍ୟକାରୀ ହେଉଥାଏ, ସେଠାରେ କୌଣସି ଶିଶୁକୁ ନିଯୁକ୍ତି କରାଯିବ ନାହିଁ କିମ୍ବା କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ପରନ୍ତୁ, ଯେକୌଣସି କର୍ମଶାଳା ଯେଉଁଠାରେ ଭୋଗ ଦଖଲକାରୀର ପରିବାରର ସହାୟତାକରେ କୌଣସି କାର୍ଯ୍ୟ ଚାଲୁ ରହିଥାଏ କିମ୍ବା କେନ୍ଦ୍ରସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ (ସ୍ଥାପିତ) ଯେକୌଣସି ସ୍କୁଲ ବା ସରକାରଙ୍କଠାରୁ ସ୍ଵୀକୃତି ଓ ସହାୟତା ଗ୍ରହଣ କରିଥିବା ସ୍କୁଲ କ୍ଷେତ୍ରରେ ଏହି ଧାରା ପ୍ରୟୋଗ କରାଯିବ ନାହିଁ ।

ଧାରା ୪ – ଅନୁସୂଚୀତ ସଂଶୋଧନ କ୍ଷମତା

କେନ୍ଦ୍ରସରକାର ଅନୁସୂଚୀରେ କୌଣସି ଜୀବିକା କିମ୍ବା ପ୍ରକ୍ରିୟା ଯୋଗପୂର୍ବକ ଅଭିଳାସା ଦର୍ଶାଇ ଅନ୍ୟୁନ ତିନିମାସ ପୂର୍ବରୁ ସରକାରୀ ରାଜପତ୍ରରେ ଅଧିସୂଚନା ଦେବେ ଏବଂ ସମ ଅଧିସୂଚନା ଅନୁସାରେ ଫଳତଃ ଅନୁସୂଚୀ ତଦନୁସାରେ ସଂଶୋଧିତ କରାଗଲା ବୋଲି ବିବେଚନା କରାଯିବ ।

ଧାରା ୫- ଶିଶୁ ଶ୍ରମିକ ବୈଷୟିକ ଉପଦେଷ୍ଟା କମିଟି

  1. କେନ୍ଦ୍ରସରକାର ସାରକାରୀ ରାଜପତ୍ରରେ ଅଧିସୂଚନା ଦ୍ଵାରା ଶିଶୁ ଶ୍ରମିକ ବୈଷୟିକ ଉପଦେଷ୍ଟା କମିଟି ଭାବରେ କଥିତ ଏକ ଉପଦେଷ୍ଟା କମିଟି (ଏହାପରେ ଏହି ଧାରାରେ କମିଟି ଭାବରେ ଉଲ୍ଲେଖିତ) ସ୍ଥାପନ କରିପାରିବ । ଏହି କମିଟି ଅନୁସୂଚୀତ କାର୍ଯ୍ୟଧାରା ବା ଜୀବିକାଗୁଡିକ ଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ରସରକାରଙ୍କୁ ଉପଦେଶ ଦେବେ ।
  2. କମିଟିରେ କେନ୍ଦ୍ରସରକାରଙ୍କୁ ଦ୍ଵାରା ନିଯୁକ୍ତ ଜଣେ ଅଧ୍ୟକ୍ଷ (ଚେୟାରମ୍ୟାନ ) ଏବଂ ଅତି ବେଶିରେ ୧୦ ଜଣ ସଭ୍ୟ ରହିବେ ।
  3. କମିଟି ଆବଶ୍ୟକ ମନେକଲେ ବାରମ୍ବାର ଏହାର ବୈଠକ ବସିବା ଏବଂ ନିଜ କାର୍ଯ୍ୟ ପ୍ରକ୍ରିୟା ନିୟନ୍ତ୍ରଣ କରିବାର କ୍ଷମତା କମିଟିର ରହିବା ।
  4. ସାଧାରଣତଃ କମିଟିର ସଦସ୍ୟ ହୋଇନଥିବା କୌଣସି ବ୍ୟକ୍ତି  ବା ଯେକୌଣସି ନିର୍ଦ୍ଧିଷ୍ଟ ଘଟଣାରେ କମିଟି ଯଦି ଆବଶ୍ୟକ ମନେକରିବେ, ତେବେ ଏକ ବା ଏକାଧିକ ଉପ- କମିଟି ଗଠନ କରିପାରିବେ ବା ଏହିପରି ଯେକୌଣସି ଉପ-କମିଟି ଗଠନ କରିପାରିବେ, ବା ଏହିପରି ଯେକୌଣସି ଉପକମିଟିକୁ ନିଯୁକ୍ତ କରିପାରିବେ ।
  5. କାର୍ଯ୍ୟାଳୟର ସାମୟିକ ଶୂନ୍ୟସ୍ଥାନ ପୂରଣ ନିମନ୍ତେ କମିଟି ସର୍ତ୍ତ ଓ କଟକଣା ଅନୁଯାୟୀ ବିହିତ ହୋଇଥିବା ପ୍ରକାରେ କମିଟିର ସଦସ୍ୟ ହୋଇ ନଥିବା, ଯେକୌଣସି ବ୍ୟକ୍ତିଙ୍କୁ ଏହାର ଉପକମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯିବ । କମିଟି ଅଧ୍ୟକ୍ଷ ବା ସଦସ୍ୟମାନଙ୍କର ଯଦି କୌଣସି ଭତ୍ତା ପାଇବାକୁ ଥାଏ, ତେବେ କମିଟି ତାହା ପ୍ରଦାନ କରିଥାଆନ୍ତି ।

ଶିଶୁମାନଙ୍କର କାର୍ଯ୍ୟ ଅବସ୍ଥା (ସର୍ତ୍ତ) ର ନିୟନ୍ତ୍ରଣ

ଧାରା ୬- ଭାଗ ବା ଅଂଶର ପ୍ରୟୋଗ :

ଏହି ଭାଗର ବ୍ୟବସ୍ଥାଗୁଡିକ  ଏକ ପ୍ରତିଷ୍ଠାନ ବା ଆନେକ ଶ୍ରେଣୀରେ ପ୍ରତିଷ୍ଠାନ କ୍ଷେତ୍ରରେ ପ୍ରୟୋଗ କରାଯିବ ଯେଉଁ  ପ୍ରତିଷ୍ଠାନରେ ଧାରା – ୩ରେ ସୂଚୀତ ହୋଇଥିବା କୌଣସି ଜୀବିକା ବା କାର୍ଯ୍ୟ ପ୍ରକ୍ରିୟା ଚାଲୁ ରହିଥାଏ ।

ଧାରା ୭ – କାର୍ଯ୍ୟ କରିବାର ସମୟସୀମା

  1. କୌଣସି ପ୍ରତିଷ୍ଠାନ କିମ୍ବା ଶ୍ରେଣୀରେ ପ୍ରତିଷ୍ଠାନରେ ବିଧି ବିହିତ ହୋଇଥିବା ନିର୍ଦ୍ଧିଷ୍ଟ ସମୟସୀମା ବାହାରେ କାର୍ଯ୍ୟ କରିବା ପାଇଁ କୌଣସି ଶିଶୁଙ୍କୁ ଅନୁମତି ଦିଆଯିବ ନାହିଁ ।
  2. ଗୋଟିଏ ଦିନରେ ଶିଶୁର କାର୍ଯ୍ୟ କରିବାରେ ସମୟସୀମା ଏପରି ଭାବେ ସ୍ଥିରୀକୃତ  କରାଯିବ ଯେପରି କୌଣସି କାଳାବଧି (ପିରିୟଡ) ୩ ଘଣ୍ଟାରୁ ଅଧିକ ହେବନାହିଁ ଏବଂ ଅତି କମ୍ ରେ ଏକ ଘଣ୍ଟା ବିଶ୍ରାମ ବିରତି ପୂର୍ବରୁ କୌଣସି ଶିଶୁ ୩ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବ ନାହିଁ ।
  3. କାର୍ଯ୍ୟର କଳାବଧି ଏପରି ଭାବରେ ବିନ୍ୟାସ କରାଯିବ ଯେପରି ଉପଧାରା -୨ ଅଧୀନରେ ଥିବା ବିଶ୍ରାମ ବିରତି ସମେତ ଏହା ଯେକୌଣସି ଦିବସରେ କାର୍ଯ୍ୟକୁ ଅପେକ୍ଷା କରି ଅତିକ୍ରାନ୍ତ ହୋଇଥିବା ସମୟ ସମେତ ୬ ଘଣ୍ଟା ରୁ ଅଧିକ ବ୍ୟାପିଯିବ ନାହିଁ ।
  4. ସନ୍ଧ୍ୟା ୭ଟା ସମୟରେ ସକାଳ ୮ ଟା ସମୟ ପର୍ଯ୍ୟନ୍ତ କୌଣସି ଶିଶୁଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଦିଆଯିବ ନାହିଁ , ଅଥବା କାର୍ଯ୍ୟ କରାଇବାର ଆବଶ୍ୟକତା ରହିବ ନାହିଁ ।
  5. କୌଣସି ଶିଶୁକୁ ଅଧିକ ସମର (ଓଭର ଟାଇମ୍) କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବ ତା’ର ଆବଶ୍ୟକତା ନାହିଁ ।
  6. କୌଣସି ଶିଶୁ ଯେକୌଣସି ଦିନ ଏକ ପ୍ରତିଷ୍ଠାନରେ କାମ କରିସାରିବା ପରେ, ଅନ୍ୟ ଏକ ପ୍ରତିଷ୍ଠାନରେ କାମ କରିବାପାଇଁ ଅନୁମତି ଦିଆଯିବ ନାହିଁ ।

ଧାରା ୮- ସାପ୍ତାହିକ ଛୁଟି

ଏକ ପ୍ରତିଷ୍ଠାନରେ ନିଯୁକ୍ତ ହୋଇଥିବା ପ୍ରତ୍ୟେକ ଶିଶୁଙ୍କ ପାଇଁ ପ୍ରତ୍ୟେକ ସପ୍ତାହରେ  ଗୋଟିଏ ସମ୍ପୂର୍ଣ୍ଣ ଦିନ ଛୁଟି ରଖାଯିବ, ଯେପରି ଛୁଟିଦିନଟି ବିଜ୍ଞପ୍ତିରେ ଭୋଗ ଦାଖଲକାରୀ ଦ୍ଵାରା ପ୍ରତିଷ୍ଠାନ ମଧ୍ୟରେ ଏକ ସ୍ପଷ୍ଟ ସ୍ଥାନରେ ସ୍ଥାୟୀ ଭାବରେ ପ୍ରଦର୍ଶିତ ଦିନଟି ଭୋଗଦଖଲକାରୀ ପରିବର୍ତ୍ତନ କରିପାରିବେ ନାହିଁ, ଏବଂ ନିର୍ଦ୍ଧିଷ୍ଟ ଦିନକୁ ଭୋଗଦଖଲକାରୀ ତିନିମାସ ମଧ୍ୟରେ ଏକାଧିକ ବାର ପରିବର୍ତ୍ତନ କରିପାରିବ ନାହିଁ ।

ଧାରା ୯- ଇନ୍ସପେକ୍ଟରଙ୍କୁ ବିଜ୍ଞପ୍ତି

  1. ପ୍ରତ୍ୟେକ ପ୍ରତିଷ୍ଠାନର ଭୋଗଦଖଲକାରୀ ଯେଉଁଠାରେ ଏହି ଅଧିନିୟମରେ ପ୍ରାରମ୍ଭ ତାରିଖ ଠିକ୍ ପୂର୍ବରୁ କୌଣସି ଶିଶୁ ନିଯୁକ୍ତି ହୋଇଥିବା କିମ୍ବା କାର୍ଯ୍ୟ କରିବା ପାଇଁ ଅନୁମତି ପାଉଥିବା,ତେବେ ସେହି ପ୍ରତିଷ୍ଠାନ ଯେଉଁ ଇନ୍ସପେକ୍ଟରଙ୍କ ସ୍ଥାନୀୟ ସୀମା ମଧ୍ୟରେ ଅବସ୍ଥିତ ହୋଇଥିବା । ନିମ୍ନଲିଖିତ ସବିଶେଷ ବିବରଣୀ ଅନ୍ତର୍ଭୁକ୍ତ ହୋଇଥିବା ବିଜ୍ଞପ୍ତି ପଠାଇବେ:
    • ପ୍ରତିଷ୍ଠାନର ନାମ ଓ ଅବସ୍ଥିତି;
    • ପ୍ରତିଷ୍ଠାନର ବାସ୍ତବ ପରିଚୋଳନ ଦାୟିତ୍ଵରେ ଥିବା ବ୍ୟକ୍ତିର ନାମ
    • ପ୍ରତିଷ୍ଠାନ ସମ୍ପର୍କୀତ ଯୋଗାଯୋଗ ଠିକଣା ଏବଂ
    • ପ୍ରତିଷ୍ଠାନରେ ଚାଲୁ ରହିଥିବା ଜୀବିକା ଓ କାର୍ଯ୍ୟ ପ୍ରକ୍ରିୟାର ବିବରଣୀ ।
  2. ଏହି ଅଧିନିୟମ ବଳବତ୍ତର ହେବା ତାରିଖ ପରେ, ଏକ ପ୍ରତିଷ୍ଠାନ ଯେ କି ଶିଶୁମାନଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ହୋଇଥା’ନ୍ତି ବା ନିଯୁକ୍ତି କରିଥା’ନ୍ତି ତାହାର ଭୋଗ ଦଖଲକାରୀ ଏପରି ନିଯୁକ୍ତିର ୩୦ ଦିନ ମଧ୍ୟରେ ଉପଧାରା (୧) ରେ ବର୍ଣ୍ଣିତ ସବେଶେଷ ବିବରଣୀ ବହନ/ଉଲ୍ଲେଖ ଥିବା, ଏକ ଲିଖିତ ବିଜ୍ଞପ୍ତି ଇନ୍ସପେକ୍ଟରଙ୍କୁ ପାଖକୁ ପଠାଇବେ, ଯେଉଁ ଇନ୍ସପେକ୍ଟରଙ୍କ ସ୍ଥାନୀୟ ସୀମା ମଧ୍ୟରେ ପ୍ରତିଷ୍ଠାନ ଅବସ୍ଥିତ ହୋଇଥିବ ।
  3. ସ୍ପଷ୍ଟୀକରଣ ଉପଧାରା (୧) ଓ (୨) ଉଦ୍ଦେଶ୍ୟରେ “ଏକ ପ୍ରତିଷ୍ଠାନ ସମ୍ବନ୍ଧୀୟ ଅଧିନିୟମ ପ୍ରାରମ୍ଭ ତାରିଖ “ଅର୍ଥ ଏହିପରି ଏକ ପ୍ରତିଷ୍ଠାନ ସମ୍ପର୍କିତ ଅଧିନିୟମ ବଳବତ୍ତର ହେଉଥିବା ତାରିଖକୁ ବୁଝାଏ ।

  4. ଭୋଗ ଦଖଲକାରୀ ପରିବାର ସାହାଯ୍ୟରେ କୌଣସି ପ୍ରତିଷ୍ଠାନରେ କୌଣସି କାର୍ଯ୍ୟ ଚାଲୁ ରହିଥିଲେ ବା କୌଣସି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେ ବା ସରକାରଙ୍କ ଠାରୁ ସ୍ଵୀକୃତି ବା ସହାୟତା ଗ୍ରହଣ କ୍ଷେତ୍ରରେ ଧାରା -୭,୮ ଓ ୯ ମଧ୍ୟରୁ କୌଣସି ଧାରା ଲାଗୁ ହେବନାହିଁ ।

ଧାରା ୧୦-ବୟସକୁ ନେଇ ବିବାଦ

ଯଦି ଏକ ଶିଶୁକୁ ନିଯୁକ୍ତ କରିଥିବା ଅଥବା କୌଣସି ପ୍ରତିଷ୍ଠାନରେ କାର୍ଯ୍ୟକରିବା ପାଇଁ ଅନୁମତି ଦେଇଥିବା ଭୋଗ ଦଖଲକାରୀ ଏବଂ ନିରୀକ୍ଷକଙ୍କ ମଧ୍ୟରେ ଶିଶୁର ବୟସକୁ ନେଇ ପ୍ରଶ୍ନ ଉଠେ, ତେବେ ବୟସ ପ୍ରମାଣପତ୍ର ନଥିବା କ୍ଷେତ୍ରରେ ଏକ ବିଧି ଅନୁମୋଦିତ ବିହିତ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ଦିଆଯାଇଥିବା ସେହି ଶିଶୁର ବୟସ ପ୍ରମାଣପତ୍ର ଉକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟକୁ ଏହି ସଂକ୍ରାନ୍ତୀୟ ନିଷ୍ପତ୍ତି ନେବା ନିମନ୍ତେ ଇନ୍ସପେକ୍ଟରଙ୍କ ଦ୍ଵାରା ପଠାଯାଇଥାଏ ।

ଧାରା ୧୧ – ରେଜିଷ୍ଟର ରକ୍ଷଣାବେକ୍ଷଣା

ପ୍ରତ୍ୟେକ ଭୋଗ ଦଖଲକାରୀ ଯେକୌଣସି ପ୍ରତିଷ୍ଠାନରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥିବା ବା ନିଯୁକ୍ତ କରିଥିବା ଶିଶୁମାନଙ୍କର ରକ୍ଷଣାବେକ୍ଷଣ କରିବେ, କାର୍ଯ୍ୟ ସମୟରେ ଜଣେ ନିରୀକ୍ଷକଙ୍କ ଦ୍ଵାରା ନିରୀକ୍ଷଣ ନିମନ୍ତେ ଏକ ରେଜିଷ୍ଟର ରହିବ କିମ୍ବା ଏହିପରି ଯେକୌଣସି ପ୍ରତିଷ୍ଠାନରେ କାର୍ଯ୍ୟ ଚାଲୁ ରହିଥିବା ସମୟରେ ରେଜିଷ୍ଟରରେ ନିମ୍ନଲିଖିତ ସୂଚନା ଦର୍ଶାଯାଇଥାଏ –

  • କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଜେଇଥିବା ବା ନିଯୁକ୍ତ କରାଯାଇଥିବା ପ୍ରତ୍ୟେକ ଶିଶୁର ଜନ୍ମ ତାରିଖ ଓ ନାମ;
  • ଶିଶୁର କାର୍ଯ୍ୟ କରିବାର ସମୟସୀମା ଏବଂ ଅଭିହିତ ବିଶ୍ରାମ ବିରତି;
  • ବାଳ ଶ୍ରମିକଙ୍କ କାର୍ଯ୍ୟର ପ୍ରକାର ଭେଦ;
  • ବିହିତ ହୋଇଥିବା ପ୍ରକାରେ ଏହିପରି ଅନ୍ୟାନ୍ୟ ବିବରଣୀଗୁଡିକ ।

ଧାରା ୧୨ – ଧାରା ୩ ଓ ୧୪ ର ସାରାଂଶ ଧାରଣ କରୁଥିବା ଏକ ବିଜ୍ଞପ୍ତି ପ୍ରଦର୍ଶନ

ଧାରା ୩ ଓ ୧୪ ର ସାରାଂଶ ସ୍ଥାନୀୟ ଭାଷା ଓ ଇଂରାଜୀ ଭାଷାରେ ଲେଖାଯାଇଥିବା ଏକ ନୋଟିସ୍ ରେଳଷ୍ଟେସନ୍ ରେ ,ବନ୍ଦର ସୀମା ମଧ୍ୟରେ ବା କାର୍ଯ୍ୟସ୍ଥଳୀରେ ପ୍ରତ୍ୟେକ ରେଳବାଇ ପ୍ରଶାସନ, ପ୍ରତ୍ୟେକ ବନ୍ଦର କର୍ତ୍ତୃପକ୍ଷ ଓ ପ୍ରତ୍ୟେକ ଭୋଗ ଦଖଲକାରୀଙ୍କ ଦ୍ଵାରା ଏକ ସ୍ପଷ୍ଟ ଓ ସୁଗମ ସ୍ଥାନରେ ପ୍ରଦର୍ଶିତ ହୋଇଥିବ ।

ଧାରା ୧୩- ସ୍ୱାସ୍ଥ୍ୟ ଓ ନିରାପତ୍ତା

  1. ପ୍ରତିଷ୍ଠାନଗୁଡିକରେ ବା ଯେକୌଣସି ପ୍ରତିଷ୍ଠାନରେ କାର୍ଯ୍ୟ କରିବା ପାଇଁ  ଅନୁମତି ଦିଆଯାଇଥିବା ବା ନିଯୁକ୍ତ କରାଯାଇଥିବା ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ନିରପତ୍ତା ନିମନ୍ତେ ଯଥାଯୋଗ୍ୟ ସରକାର ସରକାରୀ ରାଜପତ୍ରରେ ନିୟମ ତିଆରି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ।
  2. ପୂର୍ବ ବ୍ୟବସ୍ଥାଗୁଡ଼ିକରେ ବ୍ୟାପକତାର ବିନା ପ୍ରତିକୂଳ ପ୍ରଭାବରେ ନିମ୍ନଲିଖିତ ଯେକୌଣସି ଘଟଣା ବା ସମସ୍ତ ଘଟଣା ନିମନ୍ତେ ନିୟମଗୁଡିକରେ ବ୍ୟବସ୍ଥା କରାଯାଇପାରେ, ମୁଖ୍ୟତଃ –
    • କାର୍ଯ୍ୟ ପରିସରର ପରିଷ୍କାର – ପରିଚ୍ଛନ୍ନତା ଏବଂ ସର୍ବସାଧାରଣଙ୍କ ଆହିତକର ଅସାମାଜିକ କାର୍ଯ୍ୟମୁକ୍ତ ।
    • ବହିଃ ସ୍ରୋତ ଓ ଅଧିକାରୀ ପଦାର୍ଥଗୁଡିକର ନିଷ୍କାସନ
    • ମୁକ୍ତ ବାୟୁ ଚଳାଚଳ ଓ ତାପମାତ୍ରା
    • ଧୂଳିକଣା ଓ ଧୂମ
    • କୃତ୍ରିମ ଆର୍ଦ୍ରିକରଣ
    • ଆଲୋକିତ
    • ପାନୀୟ ଜଳ
    • ପାଇଖାନା ଓ ପରିଶ୍ରାଗାର
    • ପିକଦାନି
    • ଯନ୍ତ୍ରପାତି ଆବୃତ୍ତ କରିବା
    • ଚଳତ ଶକ୍ତ ଯନ୍ତ୍ରପାତିରେ ବା ପାଖରେ କାର୍ଯ୍ୟ କରିବା
    • ବିପଦପୂର୍ଣ୍ଣ  ଯନ୍ତ୍ରପାତିରେ ଶିଶୁମାନଙ୍କୁ ନିଯୁକ୍ତ କରିବା
    • ବିପଦପୂର୍ଣ୍ଣ ଯନ୍ତ୍ରପାତିରେ ଶିଶୁମାନଙ୍କୁ ନିଯୁକ୍ତ ସଂକ୍ରାନ୍ତୀୟ ଶିକ୍ଷା, ତାଲିମ ଓ ପର୍ଯ୍ୟବେକ୍ଷଣ
    • ଶକ୍ତି ବିଯୋଗ ଉପକରଣ
    • ସ୍ଵୟଂଚାଳିତ ଯନ୍ତ୍ରପାତି
    • ନୂଆ ଯନ୍ତ୍ରପାତିକୁ ଯତ୍ନ ନେବା
    • ପାହାଚ,ଚଟାଣ ଓ ପହଞ୍ଚିବାର ମାଧ୍ୟମ
    • ଖାଲ, ଖମା ଓ ଚଟାଣର ଖୋଲାଯାଗା
    • ଅତ୍ୟଧିକ ଓଜନ
    • ଚକ୍ଷୁର ସୁରକ୍ଷା
    • ବିସ୍ଫୋରକ ବା ଦହନଶୀଳ ଧୂଳିକଣା, ଗ୍ୟାସ୍ ଇତ୍ୟାଦି
    • ନିଆଁ ଲାଗିବା ନିମନ୍ତେ ସତର୍କମୂଳକ ବ୍ୟବସ୍ଥା
    • କୋଠଗୁଡିକର ରକ୍ଷଣାବେକ୍ଷଣ
    • କୋଠାଘର ଓ ଯନ୍ତ୍ରପାତିର ନିରାପତ୍ତା !

ଦଣ୍ଡବିଧାନ

ଧାରା ୧୪. ଶାସ୍ତି

  1. ଯେକୌଣସି ବ୍ୟକ୍ତି ଧାରା ୩ର ବ୍ୟବସ୍ଥାଗୁଡିକ ଉଲ୍ଲଘଂନ କରି, କୌଣସି ଶିଶୁକୁ ନିଯୁକ୍ତ କରନ୍ତି ବ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥା’ନ୍ତି, ତେବେ ୩ ମାସ କାରାଦଣ୍ଡରେ ଦଣ୍ଡନୀୟ ହେବେ, ଯାହା ୧ ବର୍ଷ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇପାରିବ କିମ୍ବା ଅତି କମ୍ ରେ ୧୦ ହଜାର ଟଙ୍କା ଜୋରିମାନା ଯାହା୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ଅଥବା ଉଭୟ  ଦଣ୍ଡରେ ଦଣ୍ଡନୀୟ ହେବ ।
  2. ଧାରା ୩ ଅନୁଯାୟୀ, ଯେ କେହି ବ୍ୟକ୍ତି ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥାଏ, ପୁନଶ୍ଚ ପରବର୍ତ୍ତୀ ସମୟରେ ସେହିପରି ଅପରାଧ କରେ, ତେବେ ସେ ଅତିକମ୍ ରେ ୬ମାସ କାରାଦଣ୍ଡରେ ଦଣ୍ଡନୀୟ ହେବେ ଯାହାକି ୨ ବର୍ଷ ପର୍ଯ୍ୟନ୍ତ ସଂପ୍ରସାରଣ ହୋଇପାରିବ ।
  3. ଧାରା ୯ ଅନୁଯାୟୀ ଆବଶ୍ୟକ ମତେ ବିଜ୍ଞପ୍ତି ହେବାରେ ଅସଫଳ ହୁଅନ୍ତି, ବା
  4. ଧାରା ୧୧ ଅନୁଯାୟୀ, ଆବଶ୍ୟକ ଏକ ରେଜିଷ୍ଟରର ରକ୍ଷଣା ବେକ୍ଷଣା କରିବାରେଅସଫଳ ହେଲେ କିମ୍ବା ଏହି ରେଜିଷ୍ଟରରେ କୌଣସି ମିଥ୍ୟା ତଥ୍ୟ ଦରଜ କଲେ ବା
  5. ଧାରା ୧୨ ଅନୁଯାୟୀ ଆବଶ୍ୟକ ଧାରା ୩ର ଏକ ସାରାଂଶ ଧାରଣ କରୁଥିବା ଏକ ବିଜ୍ଞପ୍ତି ପ୍ରଦର୍ଶନ କରିବାରେ ଅସଫଳ ହେଲା,ବା
  6. ଏହି ଆଇନର ଯେକୌଣସି ବ୍ୟବସ୍ଥାର ଉଲ୍ଲଘଂନ କଲେ ବା ତଦଧିନ ନିୟମଗୁଡିକ ଅନୁପାଳନ କରିବାରେ ଅସଫଳ ହେଲେ,

ସାଧାରଣ କାରାବାସ ଦଣ୍ଡରେ ଦଣ୍ଡନୀୟ ହେବେ ଯାହା ୧ ମାସ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ ବା ଜୋରିମାନା କରାଯାଇପାରେ ଯାହାର ପରିମାଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ କିମ୍ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ ।

ଧାରା ୧୫-ଦଣ୍ଡ ବା ଶାସ୍ତି ସମ୍ପର୍କିତ ନିର୍ଦ୍ଧିଷ୍ଟ ଅଧିନିୟମ ଗୁଡିକର ମାର୍ଜିତ ଦରଖାସ୍ତ

  1. ଯେଉଁ କ୍ଷେତ୍ରରେ ଉପଧାରା (୨) ରେ ବର୍ଣ୍ଣିତ ଯେକୌଣସି ବ୍ୟବସ୍ଥାର ଉଲ୍ଲଘଂନ କରି କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥାଏ, ତେବେ ସେ ଅନ୍ୟାନ୍ୟ ଅଧିନିୟନ ଗୁଡିକର ଅନ୍ତର୍ଗତ ବ୍ୟବସ୍ଥାରେ ଦଣ୍ଡିତ ନ ହୋଇ ଧାରା – 14 ର ଉପଧାରା (୧) ଓ (୨) ରେ ବ୍ୟବସ୍ଥା କରାଯାଇଥିବା ପ୍ରକାରେ ସେ ଦଣ୍ଡନୀୟ ହେବେ ।
  2. ନିମ୍ନରେ ଉପଧାରା (୧) ରେ ସୁଚିତ ବ୍ୟବସ୍ଥାଗୁଡିକ ଉଲ୍ଲେଖ କରାଯାଇଛି ।
    • କାରଖାନା ଆଇନ୍ ୧୯୪୮ (୧୯୪୮ ର ୬୩ )ର ଧାରା ୬୭
    • ଖଣି, ଆଇନ୍, ୧୯୫୨ (୧୯୫୨ ର ୩୫) ର ଧାରା ୪୦
    • ବଣିକ ଓ ନୌପରିବହନ ଆଇନ୍ ୧୯୫୮,(୧୯୫୮ ର ୪୪) ର ଧାରା ୧୦୯
    • ମୋଟର ପରିବହନ କର୍ମଚାରୀ ଆଇନ୍ ୧୯୬୧ (୧୯୬୧ ର ୨୭)ର ଧାରା ୨୧

ଧାରା ୧୬- ଅପରାଧଗୁଡ଼ିକ ସଂକ୍ରାନ୍ତୀୟ କ୍ରିୟାବିଧି

  1. କୌଣସି ବ୍ୟକ୍ତି, ଆରକ୍ଷୀ (ପୁଳିସ୍ ଅଧିକାରୀ ) କିମ୍ବା ନିରୀକ୍ଷକ (ଇନ୍ସପେକ୍ଟର) ଏହି ଅଧିନିୟମ ଅଧିନରେ ଏକ ଅପରାଧ ସଂକ୍ରାନ୍ତୀୟ ଅଭିଯୋଗ କ୍ଷମତାପନ୍ନ ଅଧିକାରୀ ତାର ଯେକୌଣସି ନ୍ୟାୟାଳୟରେ କରିପାରିବେ ।
  2. ଜଣେ ବିହିତ ଡାକ୍ତର କର୍ତ୍ତୃପକ୍ଷ ଦ୍ଵାରା ମଞ୍ଜୁର କରାଯାଇଥିବା ଏକ ଶିଶୁର ବୟସକୁ ନେଇ ପ୍ରତ୍ୟେକ ପ୍ରମାଣ ପତ୍ର ଏହି ଅଧିନିୟମ ଉଦ୍ଦେଶ୍ୟରେ ସଂପୃକ୍ତି ଶିଶୁର ନିର୍ଣ୍ଣାୟକ ପ୍ରମାଣ ।
  3. ଏକ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ବା ମେଟ୍ରୋପାଳିଟାନ୍ ମାଜିଷ୍ଟ୍ରେଟଙ୍କୁଠାରୁ ନିମ୍ନତର ଯେକୌଣସି ନ୍ୟାୟାଳୟ ଏହି ଆଇନ୍ ଅଧିନସ୍ଥ କୌଣସି ଅପରାଧର ପରୀକ୍ଷଣ କରିବେ ନାହିଁ ।

ଧାରା ୧୭ – ଇନ୍ସପେକ୍ଟରମାନଙ୍କ ନିଯୁକ୍ତି

ଏହି ଅଧିନିୟମର ବ୍ୟବସ୍ଥାଗୁଡିକ ଅନୁପାଳନ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଯଥାଯୋଗ୍ୟ ସରକାର ଇନ୍ସପେକ୍ଟରମାନଙ୍କୁ ନିଯୁକ୍ତି କରିପାରନ୍ତି ଏବଂ ଭାରତୀୟ ପିଙ୍ଗଳକୋଡ୍ (୧୮୬୦ ର ୪୫) ନିୟମାନୁସାରେ ସେହିପରି ନିଯୁକ୍ତ ହୋଇଥିବା ଇନ୍ସପେକ୍ଟରମାନଙ୍କୁ ସରକାରୀ କର୍ମଚାରୀ ବୋଲି ବିବେଚନା କରାଯିବ ।

ଧାରା ୧୮- ନିୟମ ତିଆରି କରିବାର କ୍ଷମତା

  1. ପୂର୍ବ ପ୍ରକାଶନର ସର୍ତ୍ତ ସାପେକ୍ଷ ହୋଇଥିବା ଓ ସରକାରୀ ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ କରି, ଯଥାଯୋଗ୍ୟ ସରକାର ଏହି ଅଧିନିୟମର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ତିଆରି କରିପାରନ୍ତି ।
  2. ବିଶେଷ କରି ପୂର୍ବୋକ୍ତ କ୍ଷମତାର ବ୍ୟାପକତରେ ବୀନା ପ୍ରତିକୂଳ ପ୍ରଭାବରେ ସମସ୍ତଙ୍କ ନିମନ୍ତେ ଏହି ନିୟମଗୁଡିକ ବ୍ୟବସ୍ଥା କରାଯାଇପାରେ କିମ୍ବା ନିମ୍ନଲିଖିତ ଯେକୌଣସି ଘଟଣାରେ ଏହା ପ୍ରଯୋଗ କରାଯାଇପାରେ ।
  3. ମୁଖ୍ୟତଃ –

    • ଧାରା ୫ ର ଉପଧାରା ଅଧୀନରେ ଶିଶୁ ଶ୍ରମିକ ବୈଷୟିକ ଉପଦେଷ୍ଟା କମିଟି ସଦସ୍ୟ ଓ ଅଧ୍ୟକ୍ଷଙ୍କୁ ପ୍ରଦେୟ ଭତ୍ତା, ସାମୟିକ ଶୂନ୍ୟସ୍ଥାନ ପୂରଣ କରିବା ରୀତି, ଅଫିସର କାର୍ଯ୍ୟକାଳ, ସର୍ତ୍ତାବଳୀ ଓ କଟକଣା ସାପେକ୍ଷ ଜଣେ ଅଣ- ସଦସ୍ୟଙ୍କୁ ଏକ ଉପ କମିଟିର ନିଯୁକ୍ତ କରିବା ।
    • ଧାରା ୭ର ଉପଧାରା (୧) ଅନୁଯାୟୀ, କେତେ ସମୟସୀମା ପାଇଁ ଏକ ଶିଶୁକୁ ଆବଶ୍ୟକ କରାଯାଇଥାଏ, କିମ୍ବା କମ କରିବା ପାଇଁ ଅନୁମତି ଦିଆଯାଇଥାଏ ।
    • ଯୁବକ ବ୍ୟକ୍ତିମାନଙ୍କ ନିୟୋଜନ କ୍ଷେତ୍ରରେ ବୟସ ପ୍ରମାଣ ପ୍ରତି ମଞ୍ଜୁର କରିବା ବା ନିୟୋଜନ ଚାହୁଁଥିବା ଯୁବକ ବ୍ୟକ୍ତି, ଏହିପରି ଏକ ପ୍ରମାଣ ପତ୍ରର ଫର୍ମ ଓ ପ୍ରମାଣପତ୍ର ଡାକ୍ତରୀ କର୍ତ୍ତୃପକ୍ଷ ହେଇଥାଆନ୍ତି, ଏହିପରି ପ୍ରମାଣପତ୍ର ପ୍ରଦାନ କରିବା ରୀତି ଓ ତାହା ଅଧୀନରେ ସ୍ଥିର କରାଯାଇଥିବା ଦେୟ ତଲବ କରିବା ।

ଧାରା ୧୯ – ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନମଣ୍ଡଳ ସମ୍ମୁଖରେ ନିୟମ ଓ ମାର୍ଜନାଗୁଡିକ ଉପସ୍ଥାପନା କରିବା

  1. ଯେଉଁ ସମୟରେ ପାର୍ଲିଆମେଣ୍ଟ ୩୦ ଦିନ ସମୟ ସୀମା ପର୍ଯ୍ୟନ୍ତ ଅଧିବେଶନ ବସିଥାଏ, ଯାହାକି ଗୋଟିଏ,ଦୁଇଟି ବା ପର୍ଯ୍ୟାୟକ୍ରମେ ଅଧିକ ଅଧିବେଶନ ଭାବରେ ଗଠିତ ହୋଇଥାଏ, ଧାରା ୪ ଅଧୀନରେ ଦିଆଯାଇଥିବା ପ୍ରତ୍ୟେକ ବିଜ୍ଞପ୍ତି ଏବଂ କେନ୍ଦ୍ରସକାରଙ୍କ ଦ୍ଵାରା ଏହି ଆଇନ୍ ଅଧୀନରେ ତିଆରି ହୋଇଥିବା ପ୍ରତ୍ୟେକ ନିୟମ ଯେତେ ଶୀଘ୍ର ସମ୍ଭବ ଏହି ନିୟମ ପ୍ରସ୍ତୁତ ହେବାପରେ ପାର୍ଲିଆମେଣ୍ଟର ଉଭୟ ଗୃହରେ ଉପସ୍ଥାପିତ କରିବା । ଏହି ଅଧିବେଶନ ଶୋଷ ହେବ ପୂର୍ବରୁ ଏହା ଉପସ୍ଥାପନ କରାଯାଇଥାଏ । ଯଦି ଉଭୟଗୃହ ଏହି ନିୟମକୁ ମାର୍ଜନା କରିଥା’ନ୍ତି , ତେବେ ଏହି ସଂଶୋଧିତ ରୂପ ସିଦ୍ଧ କରାଯାଇଥାଏ । ଆଉ ମଧ୍ୟ ଯଦି ସଂଶୋଧିତ ନ ହେବ ଉଚିତ୍ ବୋଲି ମତଦିଅନ୍ତି, ତେବେ ତାହା ଲାଗୁ କରାଯାଇ ନଥାଏ । ଯାହାହେଉ, ତେବେ ପୂର୍ବରୁ ସମ୍ପାଦନ କରାଯାଇଥାଏ ।
  2. ଏହି ଅଧିନିୟମ ଅଧୀନରେ ଏକ ରାଜ୍ୟ ସରକାର ଦ୍ଵାରା ପ୍ରସ୍ତୁତ ପ୍ରତ୍ୟେକ ନିୟମ, ଯେତେଶୀଘ୍ର ସମ୍ଭବ ରାଜ୍ୟ ବିଧାନମଣ୍ଡଳ ସମ୍ମୁଖରେ ଉପସ୍ଥାପନ କରାଯିବ ।

ଧାରା ୨୦- ଅଧିନିୟମର ଅନ୍ୟାନ୍ୟ ନିର୍ଦ୍ଧିଷ୍ଟ ନିୟମ ନିଷେଧ ବା ପ୍ରତିବନ୍ଧକ ହୋଇ ନଥାଏ

କାରଖାନା ଆଇନ୍,୧୯୪୮ (୧୯୪୮ ର ୬୩ ) ଉଦ୍ୟାନ ଶ୍ରମିକ ଆଇନ୍,୧୯୫୧ (୧୯୫୧ ର ୬୯ )ଓ ଖଣି ଆଇନ୍,୧୯୫୨ (୧୯୫୨ ର ୩୫ ) ର ବ୍ୟବସ୍ଥାଗୁଡ଼ିକର ମର୍ଯ୍ୟାଦାହାନୀ କରି ଏହି ଆଇନର ବ୍ୟବସ୍ଥାଗୁଡ଼ିକ ଓ ତହାଧିନ ନିୟମଗୁଡିକ ସହିତ ଧାରା ୧୫ ଅନ୍ତର୍ଗତ ବ୍ୟବସ୍ଥା ସାପେକ୍ଷ ହୋଇଥାଏ ।

ଧାରା ୨୧ – ଅସୁବିଧା ଦୂର କରିବାର କ୍ଷମତା

  1. ଏହି ଅଧିନିୟମର ବ୍ୟବସ୍ଥାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଯଦି କୌଣସି ପ୍ରତିବନ୍ଧକ ଦେଖାଦିଏ,ତେବେ କେନ୍ଦ୍ର ସରକାର ସରକାରୀ ରାଜପତ୍ରରେ ଆଦେଶ ପ୍ରକାଶ ଦ୍ଵାରା ଅସୁବିଧା ଦୂର କରିବା ନିମନ୍ତେ ସମିଚୀନ ବା ଆବଶ୍ୟକ ପ୍ରତୀତ ହେଉଥିବା ଓ ଏହି ଅଧିନିୟମ ସହିତ ଅସଙ୍ଗତ ହୋଇ ନଥିବା ବ୍ୟବସ୍ଥା ବା ନିୟମ ବ୍ୟବସ୍ଥା କରିଥା’ନ୍ତି ।
  2. ପରନ୍ତୁ, ଏହି ନିୟମ ରାଷ୍ଟ୍ରପତିଙ୍କର ସ୍ଵାକୃତି ଗ୍ରହଣ ତାରିଖଠାରୁ ୩ ବର୍ଷ ସମୟ ସୀମା ପରେ ଏହିପରି କୌଣସି ଆଦେଶ ତିଆରି ନାହିଁ ।

  3. ଉକ୍ତ ଧାରା ଅନୁଯାୟୀ ପ୍ରତ୍ୟେକ ଆଦେଶ ପ୍ରସ୍ତୁତ ହେବା ପରେ ଯେତେ ଶ୍ରୀଘ୍ର ସମ୍ଭବ ପାର୍ଲିଆମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯିବ ।

ଧାରା ୨୨ – ସଞ୍ଚୟ ଓ ରଦ୍ଦ

  1. ଏତଦ୍ ଦ୍ଵାରା ଶିଶୁ ନିଯୋଜନ ଅଧିନିୟମ, ୧୯୩୮ (୧୯୩୮ ର ୨୬ ) କୁ ରଦ୍ଦ କରାଯାଇଅଛି ।
  2. ଏହିପରି ରଦ୍ଦ  ଆଇନ ଅଧିନରେ ସମ୍ପାଦିତ ଯେକୌଣସି କାର୍ଯ୍ୟ ବା ନିଆଯାଇଥିବା କାର୍ଯ୍ୟନୁଷ୍ଠାନକୁ ଯଦି ସେପରି ରଦ୍ଦ କରିଦିଆଯାଇଥାଏ, କାର୍ଯ୍ୟନୁଷ୍ଠାନକୁ ଯଦି ସେପରି ରଦ୍ଦ କରିଦିଆଯାଇଥାଏ, ଯଦି ଏହି ଆଇନ୍ ର ନିୟମ ବ୍ୟବସ୍ଥା ସହିତ ଏହା ଯଥାସମ୍ଭବ ଅସଙ୍ଗତ ହୋଇନଥାଏ, ତେବେ ଏହି ଆଇନରେ ଅନୁରୂପ ବ୍ୟବସ୍ଥା ଅନୁଯାଯୀ,ଏପରି କାର୍ଯ୍ୟ ସମ୍ପାଦନ ବା କାର୍ଯ୍ୟ ସମ୍ପାଦନ ବା କାର୍ଯ୍ୟନୁଷ୍ଠାନ ନିଆଯିବା ନିମନ୍ତେ ବିବେଚନା କରାଯିବ ।

ଧାରା ୨୩ – ୧୯୪୮ ର ଆଇନର ଧାରା – ୧୧ ର ସଂଶୋଧନ

ନ୍ୟୁନତମ ମଜୁରି ୧୯୪୮ ର ଧାରା ୨ରେ (i) ଖଣ୍ଡ (କ) ନିମନ୍ତେ ନିମ୍ନଲିଖିତ ଖଣ୍ଡାଗୁଡିକ ପ୍ରତିସ୍ଥାନିତ କରାଯାଇଥାଏ, ସେଗୁଡିକ ହେଲା;

  • ‘କିଶୋର’ କହିଲେ ୧୪ ବର୍ଷ ବୟସ ସମ୍ପୂର୍ଣ୍ଣ ହୋଇଥିବ, କିନ୍ତୁ ୧୮ ବର୍ଷ ବୟସରୁ କମ୍ ହୋଇଥିବ ଏକ ବ୍ୟକ୍ତିକୁ ବୁଝାଏ ।
  • ‘ବୟସ୍କ’ ବା ‘ପ୍ରୌଢି’ କହିଲେ, ଏକ ବ୍ୟକ୍ତି ଯାହାକୁ ୧୮ ବର୍ଷ ବୟସ ସମ୍ପୂର୍ଣ୍ଣ ହୋଇଥାଏ ।
  • ‘ଶିଶୁ’ ର ଅର୍ଥ ଏକ ବ୍ୟକ୍ତି ଯାହାକୁ ୧୪ ବର୍ଷ ବୟସ ସମ୍ପୂର୍ଣ୍ଣ ହୋଇଥାଏ ।

ଧାରା ୨୪ – ୧୯୮୧ ଆଇନର ଧାରା ୬୯ ର ସଂଶୋଧନ ଉଦ୍ୟାନ ଶ୍ରମିକ ଆଇନ୍୧୯୫୧ ରେ

  • ଧାରା ୨ର ଖଣ୍ଡ (କ) ଓ (ଗ)ରେ ‘ପନ୍ଦର’ ଶବ୍ଦ ବଦଳରେ ‘ଚଉଦ’ ପ୍ରତିସ୍ଥାପନ କରାଯିବ ।
  • ଧାରା ୨୪କୁ ବାଦ୍ ଦେବା
  • ଧାରା ୨୬ର ପ୍ରାରମ୍ଭ ଭାଗରେ ଥିବା ଶଦ୍ଦ, ଯଥା-‘ଯାହାକୁ ବାର ବର୍ଷ ହୋଇଥାଏ’ କୁ ବାଦ୍ ଦିଆଯିବା ।

ଧାରା ୨୫-୧୯୫୮ ଆଇନର ଧାରା ୪୪ର ସଂଶୋଧନ

ମର୍ଚ୍ଚାଣ୍ଟ ଶିଫିଙ୍ଗ୍ ଆଇନ୍, ୧୯୫୮ ୧୦୯ ଧାରାରେ ‘ପନ୍ଦର’ ବଦଳରେ ‘ଚଉଦ’ ପ୍ରତିସ୍ଥାପନ କରାଯିବ ।

ଧାରା ୨୬ – ୧୯୬୧ ଆଇନର ଧାରା ୨୭ ର ସଂଶୋଧନ

ମୋଟର ପରିବହନ କର୍ମଚାରୀ ଆଇନ୍, ୧୯୬୧ ର ଧାରା ୨ର ଖଣ୍ଡ (କ) ଓ (ଗ) ରେ ‘ପନ୍ଦର’ ବଦଳରେ ‘ଚଉଦ’ ପ୍ରତିସ୍ଥାପନ ହେବ ।

ଜୀବିକା

ଯେକୌଣସି ଜୀବିକା ସମ୍ପର୍କିତ:

  1. ରେଲୱେ ଦ୍ଵାରା ପରିବାହନ ଯାତ୍ରୀ, ଜିନିଷପତ୍ର ବା ଡାକ ।
  2. ରେଲୱେ ପରିସର ମଧ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା, ଜଳନ୍ତି ଅଙ୍ଗାର ଗୋଟାଇବା ବା ପାଉଁଶ ଖାଲ ସଫା କରିବା ।
  3. ଏକ ରେଲଷ୍ଟେସନ୍ ରେ ଖାଦ୍ୟ ସରବରାହ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନର ଯେକୌଣସି କର୍ମଚାରୀ ବା ବିକ୍ରେତାର ଚଳନ୍ତା ଟ୍ରେନ୍ ଭିତରେ ବା ବାହାରେ ଏକ ପ୍ଲାଟ୍ ଫର୍ମରୁ  ଅନ୍ୟ ଏକ ପ୍ଲାଟ୍ ଫର୍ମରୁ ଯିବା ଆସିବା କରିବା ।
  4. ଏକ ରେଲଷ୍ଟେସନ୍ ଗଠନ ସମ୍ପର୍କିତ କାର୍ଯ୍ୟ ବା ରେଲ ଧାରଣା ମଧ୍ୟରେ ବା ଅତି ନିକଟରେ ସମ୍ପାଦିତ ଅନ୍ୟାନ୍ୟ ଯେ କୌଣସି କାର୍ଯ୍ୟ ।
  5. କୌଣସି ବନ୍ଦର ସୀମା ଅନୁଗତ ଜଣେ ବନ୍ଦର ପ୍ରାଧିକାରୀ ବା କର୍ତ୍ତୃପକ୍ଷ ।
  6. ଅସ୍ଥାୟୀ ଲାଇସେନ୍ସ ସହିତ ଦୋକାନରେ ଆତସବାଜି  ଓ ଫୋଟକା ବିକ୍ରୀ ସମ୍ପର୍କିତ କାର୍ଯ୍ୟ ।
  7. କଂସାଇଖାନା / ଆବାଟଏରସ୍ ।
  8. ସ୍ଵୟଂ ଗତିଶୀଳ କର୍ମଶାଳାଗୁଡିକ ଓ ମୋଟରଗାଡି ରଖିବାର ସ୍ଥାନ ବା ଯାନଶାଳା ।
  9. ଢଳାଇ କାରଖାନା ।
  10. ବିସ୍ଫୋରକ ବା ଜ୍ଵଳନୀୟ ବା ବିଷାକ୍ତ ପଦାର୍ଥର ବ୍ୟବହାର ।
  11. ହସ୍ତତନ୍ତ ବା କଳତନ୍ତ ଶିଳ୍ପ ।
  12. ଖଣି (ଭୂ-ଗର୍ଭ ଓ ଜଳଗର୍ଭ ) ଏବଂ କୋଇଲା ଖଣିଗୁଡିକ ।
  13. ପ୍ଲାଷ୍ଟିକ୍ ଯୁନିଟସ୍ ଓ ଫାଇବାର ଗ୍ଲାସ୍ କର୍ମଶାଳାଗୁଡିକ ।
  14. ଘରୋଇ ଚାକର ବା ଘରୋଇ କାର୍ଯ୍ୟରେ ନିଯୁକ୍ତ ଶିଶୁ ଶ୍ରମିକ
  15. ରାସ୍ତା ପାର୍ଶ୍ଵସ୍ଥ ଖାଇବା ଢାବା,ଜଳଖିଆ ଦୋକାନ, ହୋଟେଲ, ମୋଟେଲ, ଚା’ଦୋକାନ,ପର୍ଯ୍ୟଟନ କେନ୍ଦ୍ର ଆଶ୍ରୟସ୍ଥଳ, ଅବସରବିନୋଦାନ କେନ୍ଦ୍ରମାନଙ୍କରେ ନିୟୋଜିତ ଶିଶୁ ।

ପ୍ରକ୍ରିୟାଗୁଡ଼ିକ

  1. ବିଡି ତିଆରି ।
  2. ସିଲଟ ପେନ୍ ସିଲ ତିଆରି କରିବା ଓ ତାହାକୁ ପ୍ୟାକିଂ କରିବା ।
  3. ସିମେଣ୍ଟ ନିର୍ମାଣ କରିବା ଓ ଏହାକୁ ମୁଣିରେ ଭର୍ତ୍ତିକରିବା ।
  4. ‘ଅଗରବତୀ’ ନିର୍ମାଣ ।
  5. ବାଣ,ବିସ୍ଫୋରକ ଦ୍ରବ୍ୟ ଓ ଦିଆସିଲି ନିର୍ମାଣ କରିବା ।
  6. ଗାଳିଚ ବୁଣିବା ସହିତ ତାହାର ପ୍ରସ୍ତୁତିମୂଳକ ଓ ଆନୁସଙ୍ଗିକ କାର୍ଯ୍ୟ ପ୍ରକ୍ରିୟା ।
  7. କୋଠା ଓ ନିର୍ମାଣ ଶିଳ୍ପ ସମେତ ଗ୍ରାନାଇଟ ପଥରକୁ ପ୍ରକ୍ରିୟା ଓ ଚିକ୍ କଣ କରିବା ।
  8. ସାବୁନ ତିଆରି କରିବା ।
  9. ତମ୍ଵାରଙ୍ଗ କରିବା
  10. ପଶମ ସଫା ।
  11. ଅଭ୍ର ଫଟେଇବା ବା କାଟିବା ।
  12. ଲୁଗା ବୁଣିବା ଓ ତାହାକୁ ଛାପାରଙ୍ଗ କରିବା ସହ ଆନୁସଙ୍ଗିକ ବା ପ୍ରସ୍ତୁତିମୂଳକ କାର୍ଯ୍ୟ ପ୍ରକ୍ରିୟା ।
  13. ମୁଲ୍ୟବାନ ପଥରରୁ ଉତ୍ପନ୍ ଦ୍ରବ୍ୟ ତିଆରି କରିବା ।
  14. କାର୍ଯ୍ୟ ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା ବିଷାକ୍ତ ଧାତୁ ଓ ପଦାର୍ଥ ଯଥା ଶିଶୁ, ପାରଦ, ମାଙ୍ଗାନିଜ, କ୍ରୋମିୟମ୍, କାଡମିୟମ, ବେନଜେ, କୀଟନାଶକ ଔଷଧ ଓ ଆଜ୍ ବେଷ୍ଟସ୍ ।
  15. କାରଖାନା ଆଇନ୍ ୧୯୪୮ (୧୯୪୮ର ୬୩)ର ଧାରା ୮୭ରେ ଅଧିସୂଟୀତ ‘ବିପଦପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ’ ଓ ଧାରା – ୨ (ଗଖ) ରେ ନିର୍ଦ୍ଧିଷ୍ଟ ସଂକଟମୟ କାର୍ଯ୍ୟ ପ୍ରକ୍ରିୟା ।
  16. କାରଖାନା ଆଇନ୍, ୧୯୪୮ (୧୯୪୮ ର ୬୩) ର ଧାରା ୨ (୧) ୪ରେ ନିର୍ଦ୍ଧିଷ୍ଟ ହୋଇଥିବା ମତେ ଛପିବା ।
  17. କାଜୁ ଓ ମଞ୍ଜି କାର୍ଯ୍ୟ ପ୍ରକ୍ରିୟା ଓ ଓଜନ ।
  18. ଏଲେକ୍ ଟ୍ରୋନିକ୍ ଶିଳ୍ପଗୁଡ଼ିକରେ ଝଳେଇ କାର୍ଯ୍ୟ ।
  19. ଅଟୋମୋବାଇଲ ରକ୍ଷଣାବେକ୍ଷଣ, ମରାମତି ଓ ତା’ସଙ୍ଗେ ଆନୁସଙ୍ଗିତ କାର୍ଯ୍ୟ ପ୍ରକ୍ରିୟା, ମୁଖ୍ୟତଃ ୱେଲଡିଂ, ଲେଦ୍,କାମ,ଟୋଲ ବାଡିଆ ଓ ଚିତ୍ରଣ ।
  20. ଇଟା ଭାଟି ଓ ଛପର ଟାଇଲ ଯୁନିଟ୍ ଗୁଡିକ ।
  21. ତୁଳା ଉତ୍ପାଦନ ପ୍ରକ୍ରିୟା ଓ ତୁଳାଜାତ ବସ୍ତୁ ବୁଣିବା ।
  22. ଡିଟରଜଣେ ତିଆରି ।
  23. ଫାବ୍ରିକେସନ୍ କାରଖାନାଗୁଡିକ (ଲୌହ ଓ ଅଣ- ଲୌହ ସମ୍ଭନ୍ଧୀୟ)
  24. ମୂଲ୍ୟବାନ ପଥର କାଟିବା ଓ ପାଳିସ୍ କରିବା ।
  25. କ୍ରୋମାଇଟ୍ ପଥର ଓ ମାଙ୍ଗାନିଜ୍ ପଥର ବ୍ୟବହାର କରିବା ବା ଚଳାଇବା ।
  26. ନଡିଆକତା ଓ ଝୋଟ ବୁଣିବା ଜିନିଷ ତିଆରି କରିବା ।
  27. ଚୂନଭାତି ଓ ନଡିଆ କତା ତିଆରି ଜିନିଷର ନିର୍ମାଣ ।
  28. ତାଲା ତିଆରି ।
  29. ସୀମା ଅନାବରଣ କାର୍ଯ୍ୟ ପ୍ରକ୍ରିୟା, ଯଥା – ପ୍ରାଥମିକ ଓ ମାଧ୍ୟମିକ ତରଳାଇବା,ସୀମା ସଙ୍ଗଯୁକ୍ତ ଧାରୁ ବା ସୀମା ରଙ୍ଗ ଦିଆଯାଇଥିବା ଧାତୁ ଜିନିଷକୁ ଯୋଡିବା ବା କାଟିବା, ଜିଙ୍କ ସିଲିକେଟ୍ ବା ରାସାୟନିକ ତଡିତ ସଞ୍ଚାରର ଝଳେଇ, ପଲି ଭିନାଇଲକ୍ଳୋରାଇଡ, କ୍ରିଷ୍ଟାଲ ଗ୍ଲାସ୍ ଗୁଡିକ ହାତରେ ମିଶାଇ ହାତରେ ରଙ୍ଗ ଗୋଳାଇବା, ଏନାମେଲିଙ୍ଗ୍ କାରଖାନାରେ ସୀସାକୁ ଜଳାଇବା, ସୀସା ଖଣି, ପ୍ଲବିଂଙ୍ଗ, କେବୁଲ ତିଆରି ଛାପା, ଦୋକାନରେ ଖୋଲା ସୀସା ତାରକୁ ତରଳାଇ ଛାଞ୍ଚରେ ଢାଳି ଗୁଢିବା, ଗଚ୍ଛିତ ଦ୍ରବ୍ୟ ବସାଇବା, କାର୍ ଖଞ୍ଜିବା, ଗୁଳି ତିଆରି ଓ ସୀସା ଗ୍ଲାସ୍ ଫଟେଇବା ଇତ୍ୟାଦି ।
  30. ସିମେଣ୍ଟ ପାଇପ୍,ସିମେଣ୍ଟ ତିଆରି ପଦାର୍ଥ ଓ ଅନ୍ୟ ସେହି ସମ୍ବନ୍ଧୀୟ କାର୍ଯ୍ୟ ପ୍ରକ୍ରିୟା ।
  31. କାଚ, ଚୁଡି ସମେତ କାଚ ସାମଗ୍ରୀ ଫ୍ଲୋରିସେଣ୍ଟ ଟିଉବ,ବଲ୍ ବ ସେହିପରି ଅନ୍ୟାନ୍ୟ ଗ୍ଲାସ୍ ରୁ ଉତ୍ପନ୍ନ ଦ୍ରବ୍ୟ ।
  32. ରଙ୍ଗ ଓ ରଙ୍ଗ ସମୀଗ୍ରୀ ନିର୍ମାଣ ।
  33. ଫେଷ୍ଟିସାଇଡ ବା କୀଟନାଶକ ଔଷଧ ନିର୍ମା,ବ୍ୟବହାର ଓ କାର୍ଯ୍ୟ ପ୍ରକ୍ରିୟା ।
  34. ବିଶୋକ୍ତ ଓ କ୍ରମଶ କ୍ଷୟକାରୀ ପଦାର୍ଥ ବ୍ୟବହାର କରିବା ଓ ନିର୍ମାଣ କରିବା, ଧାତୁ ସଫା କରିବା ଫଟୋ  ଦୋକାନ ଓ ଇଲେକ୍ ଟ୍ରୋନିକ୍ ଶିଳ୍ପ ରେ ଝଳେଇ କାର୍ଯ୍ୟ ପ୍ରକ୍ରିୟା ।
  35. କୋଇଲା ଜଳାଇବା ବା ନିର୍ମାଣ କରିବା ।
  36. ଚମଡା, ରାସାୟନିକ ପଦାର୍ଥ ଓ କୃତ୍ରିମ ବସ୍ତୁ ଅନ୍ତର୍ଭୁକ୍ତ ଖେଳ ସାମଗ୍ରୀର ନିର୍ମାଣ ।
  37. ପ୍ଲାଷ୍ଟିକ୍ ଓ ଫାଇବର ଗ୍ଲାସର ତିଆରି ବା କାର୍ଯ୍ୟ ପ୍ରକ୍ରିୟା ।
  38. ତୈଳ ବାହାର କରିବା ଓ ଶୋଧନ କରିବା ।
  39. କାଗଜ ତିଆରି ।
  40. ମାଟି ତିଆରି ପାତ୍ର ଓ ଚିନାମାଟି ଶିଳ୍ପ ।
  41. ଝଳେଇ, କାଟିବା, ଗଢାଣ, ପାଲିସ୍ କରିବା ଓ ସମସ୍ତ ପ୍ରକାର ପିତ୍ତଳ କାର୍ଯ୍ୟ ପ୍ରକ୍ରିୟା ।
  42. କୃଷିକାର୍ଯ୍ୟ ପ୍ରକ୍ରିୟା ଟ୍ରାକ୍ଟର, ଅମଳ ଯନ୍ତ୍ରର ବ୍ୟବାହାର ଓ ନଡା କାଟିବା ।
  43. କରତ କଳ ସମସ୍ତ କାର୍ଯ୍ୟ ପ୍ରକ୍ରିୟା ।
  44. ରେଶମ ଚାଷ କାର୍ଯ୍ୟ ପ୍ରକ୍ରିୟା ।
  45. ଚମଡା  ସାମଗ୍ରୀ ଓ ଚମଡା ନିର୍ମାଣ କରିବା ମାତ୍ରେ କାର୍ଯ୍ୟ ପ୍ରକ୍ରିୟା, ଚମଡା ରଙ୍ଗ କରିବା ଏବଂ ଚମଡା ଆବୃତ୍ତ କରିବା ବା ଚମଡା କାଢିବା ।
  46. ପଥର ଭାଙ୍ଗିବା ଓ ପଥର ଚୂର୍ଣ୍ଣ କରିବା ।
  47. ତମାଖୁ କାର୍ଯ୍ୟ ପ୍ରକ୍ରିୟା ସମେତ ତମାଖୁ ପେଷ୍ଟ ତିଆରି କରିବା ତଥା ଯେକୌଣସି ପ୍ରକାର ତମାଖୁର ବ୍ୟବହାର କରିବା ।
  48. ଟାୟାର ତିଆରି, ମରାମତି ଓ ଗ୍ରାଫାଇଟ୍ ଦେବା ।
  49. ବାସନକୁସନ ତିଆରି, ପଲିସ୍ କରିବା ଓ ଧାତୁ ଲଗାଇ ରଖିବା ।
  50. ‘ଜରି’ ତିଆରି (ସମସ୍ତ କାର୍ଯ୍ୟ ପ୍ରକ୍ରିୟା) ।
  51. ବିଦ୍ୟୁତ୍ ଲେପନ
  52. ଗ୍ରାଫାଇଟ୍ ଚୂନ କରିବା ଏବଂ ତଦ୍ ଜନିତ ସମସ୍ତ କାର୍ଯ୍ୟ ପ୍ରକ୍ରିୟା ।
  53. ଧାତୁର ପେଷଣ କିମ୍ବା ଚିକ୍କଣ ପ୍ରକ୍ରିୟା ।
  54. ହୀରା କାଟିବା ବା ଚିକ୍କଣ କରିବା ।
  55. ଖଣିରୁ ସ୍ଲେଟ ପ୍ରସ୍ତୁତ କରିବା ।
  56. ଜରି ଗୋଟାଇବା ଏବଂ ଅଳିଆ ଆବର୍ଜନା ସଫା କରିବା ।
  57. ଲାଖ ନିର୍ମାଣ କରିବା ।

ଆଧାର - କ୍ଲପ, ଓଡ଼ିଶା

Last Modified : 5/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate