ହୋମ / ସମାଜ କଲ୍ୟାଣ / ଅନୁସୂଚିତ ଜାତିର କଲ୍ୟାଣ / ଅନୁସୂଚୀତ ଜାତିଙ୍କ ପାଇଁ ଶିକ୍ଷାଗତ ଯୋଜନା
ସେଆର କରନ୍ତୁ

ଅନୁସୂଚୀତ ଜାତିଙ୍କ ପାଇଁ ଶିକ୍ଷାଗତ ଯୋଜନା

ଅନୁସୂଚୀତ ଜାତିଙ୍କ ପାଇଁ ଶିକ୍ଷା ଯୋଜନା ସମ୍ବନ୍ଧରେ ସୂଚନା ।

ପ୍ରାକ୍ –ମାଟ୍ରିକ ଛାତ୍ରବୃତ୍ତି ଯୋଜନା

ଯୋଜନାର ଉଦ୍ଦେଶ୍ୟ

ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ଉପଲବ୍ଧ କରାଇବା ନିମନ୍ତେ ଆର୍ଥିକ ସହାୟତ ପ୍ରଦାନ କରିବା।  ଅନୁସୂଚୀତ ଜାତି ଓ ଜନଜାତିର ଅଭିଭାବକମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ଉତ୍ସାହିତ କରିବା ।

ହିତାଧିକାରୀଙ୍କ ଯୋଗ୍ୟତା

ଯେଉଁ ପରିବାର ଆୟକରଦାତା ପରିବାରର ଅନ୍ତଭୁକ୍ତି ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଏହା ଷଷ୍ଠାରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।

ଆବେଦନ ପ୍ରଣାଳୀ

ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ।

ଚିହ୍ନଟ ପ୍ରକ୍ରିୟା

ବାର୍ଷିକ ଆୟର ପ୍ରମାଣପତ୍ର ।

ସାହାଯ୍ୟର ପରିମାଣ

ଷଷ୍ଠରୁ ଦଶମ ଶ୍ରେଣୀ ଅନ୍ତେବାସୀ ଛାତ୍ରମାନଙ୍କୁ ମାସକୁ ୬୦୦ ଟଙ୍କା ଓ ଛାତ୍ରୀମନାଙ୍କୁ ମାସକୁ ୬୩୦ ଟଙ୍କା ହିସାବରେ ୧୦ ମାସ ପ୍ରଦାନ କରାଯାଏ । ଅଷ୍ଟମରୁ ଦଶମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ବାର୍ଷିକ ୧୫୦ ଟଙ୍କା ଓ  ଛାତ୍ରୀମନାଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯାଏ ।  ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ୨୦୦ ଟଙ୍କା ଓ  ଛାତ୍ରୀମନାଙ୍କୁ ୨୫୦ ପ୍ରଦାନ କରାଯାଇଥାଏ ।

ସାହାଯ୍ୟକାରୀ ଅଧିକାର

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।

ଅଭିଯୋଗ ଦାଖଲ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।

ପ୍ରେରଣା (ମାଟ୍ରିକ୍ – ପରି ଛାତ୍ରବୃତ୍ତି ଯୋଜନା )

ଯୋଜନାର ଉଦ୍ଦେଶ୍ୟ

ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ନିକଟରେ ଉଚ୍ଚଶିକ୍ଷା ଉପଲବ୍ଧ କରାଇବା ।

ହିତାଧିକାରୀ ଙ୍କ ଯୋଗ୍ୟତା

ଯେଉଁ ଅନୁସୂଚୀତ ଜାତି ପରିବାରର ବାର୍ଷିକ ରୋଜଗାର ଅନୁନ୍ୟ ଦୁଇଲକ୍ଷ ଟଙ୍କାରୁ କମ୍ କିମ୍ବା ଆୟକରଦାତା ପରିବାର ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ ।

ଆବେଦନ ପ୍ରଣାଳୀ

ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ।

ଚିହ୍ନଟ ପ୍ରକ୍ରିୟା

ବାର୍ଷିକ ଆୟର ପ୍ରମାଣପତ୍ର ।

ସାହାଯ୍ୟର ପରିମାଣ

  • ସ୍ମାତକ  ଏବଂ ସ୍ମାତକୋତ୍ତର (ଏସ୍ ଫି ଲ୍/ ପି ଏ  ଚ୍ ଡି /ମେଡିକାଲ /ଏଞ୍ଜିନିୟରଂ/ବୈଷୟିକ /କୃଷି ଓ ଅନ୍ୟାନ୍ୟ କୋର୍ସ) ର ହଷ୍ଟେଲ   ଛାତ୍ରଛାତ୍ରୀଙ୍କୁ ୫୫୦ ଟଙ୍କା ପ୍ରଦାନ କରାଯାଏ ।
  • ଅନ୍ୟାନ୍ୟ ଯାନ୍ତ୍ରିକ ଓ ବୃତ୍ତିଗତ କୋର୍ସ (ସ୍ମାତକ ଓ ସ୍ନାତକୋତ୍ତର  ଯେଉଁଗୁଡିକ ଉପରଲେଖିତରେ ଯାଇନାହିଁ ଯଥା: ସି.ଏ. /ଆଇସିଡବ୍ଲୁଏ/ ସି. ଏସ. ଇତ୍ୟାଦି ସମସ୍ତ  ସ୍ନାତକ ଓ ସ୍ନାତକୋତ୍ତର ଡିପ୍ଲୋମା ସାଟିଫିକେଟ କୋର୍ସ ) ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୮୨୦ ଟଙ୍କା ଓ ଦିବାଧ୍ୟାୟୀ  ଛାତ୍ରଛାତ୍ରୀଙ୍କୁ ୫୩୦ ଟଙ୍କା  ପ୍ରଦାନ କରାଯାଏ ।
  • ଅନ୍ୟାନ୍ୟ ସ୍ନାତକ ବା ତଦୁପରିସ୍ଥ ଡିଗ୍ରୀ ଯାହା ଉପର ଦୁଇ ଗ୍ରେଡ଼୍ ରେ ପାଇନାହିଁ, ସେହି ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ୫୭୦ ଟଙ୍କା ଓ ଦିବାଧ୍ୟାୟୀ  ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା  ପ୍ରଦାନ କରାଯିବା ।
  • ଏକାଦଶ ଓ ଦ୍ଵାଦଶ (୧୦+୨) ଆଇ.ଟି.ଆଇ./ ଧନ୍ଦାମୂଳକ ଶିକ୍ଷା (ନିମ୍ନତମ ଯୋଗ୍ୟତା ମାଟ୍ରିକ ) ର ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୩୮୦ ଟଙ୍କା ଓ ଦିବାଧ୍ୟାୟୀ  ଛାତ୍ରଛାତ୍ରୀଙ୍କୁ ୨୩୦ ଟଙ୍କା  ପ୍ରଦାନ କରାଯାଏ ।

ସାହାଯ୍ୟକାରୀ ଅଧିକାର

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।

ଅଭିଯୋଗ ଦାଖଲ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।

ଆଧାର - ନ୍ୟାସନାଲ  ଫ୍ରେଡ୍ରେସନ ଫର ଦଳିତ ଓମେନ

2.93333333333
Katia May 02, 2017 11:35 AM

ପିଲା ମାନେ ଦେଶର ଭବିଷ୍ୟତ । ଅନୁସୂଚୀତ ଜାତିଙ୍କ ପିଲା ମାନଙ୍କ ପାଇଁ ଶିକ୍ଷାଗତ ଯୋଜନା ରହିଛି । ପିଲା ମାନଙ୍କୁ ଅର୍ଥ ପ୍ରଦାନ କରାଯାଉଛି ଯାହା ଦ୍ଵାରା ପିଲା ମାନେ ଆଗେଇ ପାରିବେ । ଏହି ତଥ୍ୟ ଅତ୍ୟନ୍ତ ଜରୁରୀ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top