ହୋମ / ସମାଜ କଲ୍ୟାଣ / ଅନୁସୂଚିତ ଜନଜାତି କଲ୍ୟାଣ / ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ଵୀକୃତି)ଆଇନ, ୨୦୦୭
ସେଆର କରନ୍ତୁ

ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ଵୀକୃତି)ଆଇନ, ୨୦୦୭

ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ଵୀକୃତି)ଆଇନ, ୨୦୦୭ ସମ୍ବନ୍ଧରେ ସୂଚନା ।

ଭାରତର ଗେଜେଟରେ ପ୍ରକାଶ ନିମନ୍ତେ ଅସାଧାରଣ, ଅଂଶ-୨, ବିଗା-୩, ଉପବିଭାଗ (କ) ୧ ଜାନୁଆରୀ ୨୦୦୮ (ଭାରତ ସରକାର ) ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଏତଦ୍ୱାରା ଜନସାଧାରଣଙ୍କ ଅବଗତି ନିମନ୍ତେ ଗେଜେଟରେ ନକଲରେ ବିଜ୍ଞାପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି ଯେ ତା’ ୧୯ ଜୁନ ୨୦୦୭ ରିଖରେ ଭାରତର ଗେଜେଟରେ ଭାରତ ସରକାରଙ୍କର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଡି॰ଏସଆର ୪୭୩ (ଇ) ବିଜ୍ଞପ୍ତି ଅଧୀନରେ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଆଇନ ୨୦୦୬ ର ଚିଠା ପ୍ରକାଶିତ ହେଲା ଓ ତତସହିତ ପ୍ରକାଶିତ ତାରିଖଠାରୁ ୪୫ ଦିନ ମଧ୍ୟରେ ଏହି ଆଇନ ଯୋଗେ ପ୍ରଭାବିତ ହେଉଥିବା ବ୍ୟକ୍ତି ବିଶେଷମାନଙ୍କଠାରୁ ମତାମତ ଓ ଆପତ୍ତିଗୁଡିକୁ ଆହ୍ଵାନ କରାଯାଇଛି ।

ଏବଂ ଉପରୋକ୍ତ ଗେଜେଟରେ ନକଲଗୁଡିକ ୨୫.୦୬.୨୦୦୭ ରେ ଜନ ସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେଲା ଏବଂ ଜନସାଧାରଣଙ୍କଠାରୁ ଉପରୋକ୍ତ ଚିଠା ନିୟମ ସମ୍ବନ୍ଧରେ ମିଳିଥିବା ଆପତ୍ତି – ଅଭିଯୋଗ ଓ ମତାମତଗୁଡ଼ିକୁ ଉପଯୁକ୍ତ ଭାବେ କେନ୍ଦ୍ର ସରକାରଙ୍କ ଦ୍ଵାରା ବିଚାରକୁ ନିଆଯାଇଛି ।

ତେଣୁ ବର୍ତ୍ତମାନ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଆଇନ ୨୦୦୬ ର ଧାରା ୧୪ଉପଧାରା ୧ଓ୨ ଅନୁଯାୟୀ ଏଥିସହିତ କେନ୍ଦ୍ର ସରକାର ଏହିସବୁ ଜଙ୍ଗଲରେ ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବନବାସୀଙ୍କର ମାନ୍ୟତା ନିମନ୍ତେ ଏବଂ ଜଙ୍ଗଲ ଜମିରେ ଜୀବିକା ନିର୍ବାହ ସକାଶେ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ନିମ୍ନଲିଖିତ ନିୟମ ପ୍ରଣୟନ କରିଛନ୍ତି ; ଯଥା –

ସଂକ୍ଷିପ୍ତ ଶିରୋନାମା, ବିସ୍ତାର ଓ ପ୍ରାରମ୍ଭ

  1. ଉକ୍ତ ନିୟମାବଳୀ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ନିୟମାବଳୀ, ୨୦୦୭ ନାମରେ ଅଭିହିତ ହେବ ।
  2. ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ ଏହା ସମଗ୍ର ଭାରତରେ ଲାଗୁ ହେବ ।
  3. ସରକାରୀ ଗେଜେଟରେ ପ୍ରକାଶିତ ହେବା ଦିନଠାରୁ ଏହା କାର୍ଯ୍ୟକାରୀ କରାଯିବ ।

ସଂଜ୍ଞା

  1. ଏହି ନିୟମ ଅଧୀନରେ ଥିବା ବିଷୟବସ୍ତୁକୁ ନିମ୍ନଲିଖିତ ରୂପେ ବୁଝାଯିବ ।
    • “ଆଇନ” ଅର୍ଥାତ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଆଇନ ୨୦୦୬।
    • “ପ୍ରକୃତି ଜୀବିକାଜନିତ ଆବଶ୍ୟକତା” କହିଲେ ଆଇନର ୩ ଧାରର ଉପଧାରା (୧) ର ବାକ୍ୟାଂଶ (କ), (ଗ), ଏବଂ (ଘ) ପ୍ରଦତ୍ତ ଥିବା ସମସ୍ତ ଜଙ୍ଗଲ ଜମିରେ ନିଜସ୍ଵ କୃଷି ଉତ୍ତପାଦନର ବିକ୍ରି ଏବଂ ଉତ୍ତପାଦନ ଜରିଆରେ ନିଜସ୍ଵ ଏବଂ ପରିବାରର ଜୀବନ ଧାରଣର ଆବଶ୍ୟକତା ପୂରଣ ।
    • ‘ଦାବିଦାର’ ଅର୍ଥାତ ଜେନ ବ୍ୟକ୍ତି , ସମୂହ ପରିବାର କିମ୍ବା ଗୋଷ୍ଠୀ ଯିଏ ଆଇନରେ ସୂଚୀବଦ୍ଧ ଅଧିକାର ଗୁଡିକର କୌଣସି ଅଧିକାରର ସ୍ଵୀକୃତି ଓ ପ୍ରତ୍ୟାର୍ପଣ ପାଇଁ ଆବେଦନ କରିଥିବେ ।
    • ଆଇନର ଧାରା- ୩ର ଉପଧାରା (୧) (ଗ) ର ଲଘୁ ବନଜାତ ଦ୍ରବ୍ୟର ନିକାସ ଅର୍ଥାତ ପ୍ରାଥମିକ ସଂଗ୍ରହକାରୀ ବା ଗୋଷ୍ଠୀ ଦ୍ଵାରା ଲଘୁ ବନଜାତ ଦ୍ରବ୍ୟର ସ୍ଥାନୀୟ ସ୍ତରରେ ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଗୀକରଣ ଜଙ୍ଗଲ ଅଞ୍ଚଳରେ ମୁଣ୍ଡ-ବୋଝ , ସାଇକେଲ ଏବଂ ହାତଟଣା ଶଗଡ ମାଧ୍ୟମରେ ପରିବହନ ଭଳି ବ୍ୟବହାର ।
    • “ଜଙ୍ଗଲ ଅଧିକାର କମିଟି” ଅର୍ଥାତ ନିୟମ ୩ ଅଧୀନରେ ଗ୍ରାମସଭାଦ୍ବାରା ଗଠିତ ଏକ କମିଟି ।
    • “ଧାରା” ଅର୍ଥାତ ଏହି ଆଇନର ଧାରା ।
  2. ଏହି ନିୟମାବଳିରେ ବ୍ୟବହୃତ ଶବ୍ଦ ଓ କାବ୍ୟ ଯାହାର ସଂଜ୍ଞା ଦିଆଯାଇନାହିଁ କିନ୍ତୁ ତାହା ଆଇନରେ ନିରୂପିତ ହୋଇଅଛି, ସେଗୁଡିକର ଅର୍ଥ ଆଇନରେ ଦିଆଯାଇଥିବା ଅର୍ଥ ହିସାବରେ ରହିବ ।

ଗ୍ରାମସଭା

  1. ଗ୍ରାମ ପଞ୍ଚାୟତମାନଙ୍କ ଦ୍ଵାରା ଗ୍ରାମସଭାଗୁଡିକ ଡକାଯିବ ଏବଂ ଏହାର ପ୍ରଥମ ବୈଠକରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯିବ । ଏହି କମିଟି ସେହି ଗ୍ରାମସଭାର ସଦସ୍ୟମାନଙ୍କୁ ନେଇ ଗଠିତ ହେବ । ଯେଉଁଥିରେ ଅତି କମରେ ୧୦ଜଣ ଏବଂ ଅତି ବେଶୀରେ ୧୫ଜଣଙ୍କୁ ନିର୍ବାଚିତ କରାଯିବ । ଏହି କମିଟିରେ ଅତି କମରେ ଏକ ତୃତୀୟାଂସ ସଭ୍ୟ ଅନୁସୂଚିତ ଜନଜାତି ଓ ଏକ ତୃତୀୟାଂସ ମହିଳା ସଭ୍ୟ ଥିବେ ।
  2. ଜଙ୍ଗଲ ଅଧିକାର କମିଟି ଜଣେ ସଭା ମୁଖ୍ୟ ଓ ଜଣେ ସଚିବଙ୍କୁ ସ୍ଥିର କରିବ ଏବଂ ଏ ସମ୍ବନ୍ଧରେ ଉପଖଣ୍ଡ ସ୍ତରୀୟ କମିଟିକୁ ଜଣାଇବ ।
  3. ଯେତେବେଳେ ଜଙ୍ଗଲ ଅଧିକାର କମିଟିର ଜଣେ ସଭ୍ୟ ଜଙ୍ଗଲ ଅଧିକାରର ବ୍ୟକ୍ତିଗତ ଦାବିଦାର ହୋଇଥିବେ, ତା’ ହେଲେ ସେ କମିଟିକୁ ସୂଚନା ଦେବେ । ଏବଂ ତାଙ୍କ ଦାବୀର ବିଚାର ବେଳେ ହେଉଥିବା ଯାଞ୍ଚ କାର୍ଯ୍ୟରେ ସେ ଅଂଶ ଗ୍ରହଣ କରିବେ ନାହିଁ ।

ଗ୍ରାମ ସଭାର କାର୍ଯ୍ୟ

  1. ଗ୍ରାମ ସଭା :-
    • ଜଙ୍ଗଲ ଅଧିକାରୀ ଗୁଡିକର ସ୍ୱରୂପ ଓ ପ୍ରକାର ଭେଦ ନିର୍ଦ୍ଧାରଣର ପ୍ରକ୍ରିୟା ଆରମ୍ଭ କରିବ, ତତ ସହ ସମ୍ପର୍କିତ ଦାବିଗୁଡିକ ଗ୍ରହଣ କରିବ ଓ ଶୁଣିବ ;
    • ଜଙ୍ଗଲ ଅଧିକାରର ଦାବିଦାର ମାନଙ୍କର ଏକ ସୂଚୀ ପ୍ରସ୍ତୁତ କରିବା ଏବଂ ଏହି ଦାବିଦାର ତଥା ଦାବିଗୁଡିକର ବିବରଣୀ ସମ୍ପର୍କିତ ଏକ ରେଜିଷ୍ଟର ପ୍ରସ୍ତୁତ କରିବ ଯାହା କେନ୍ଦ୍ର ସରକାର ନିଜର ଆଦେଶ ଦ୍ଵାରା ନିର୍ଦ୍ଧାରିତ ହୋଇଥିବ ;
    • ଆଗ୍ରହୀ ବ୍ୟକ୍ତି ଓ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ସୁଯୋଗ ଦେଲାପରେ ଜଙ୍ଗଲ ଅଧିକାର ସମ୍ପର୍କିତ ଦାବି ଉପରେ ଗ୍ରାମସଭା ଏକ ରିଜୋଲ୍ୟୁସନ ପାସ କରି ଉପଖଣ୍ଡ ସ୍ତରୀୟ କମିଟିକୁ ପ୍ରେରଣ କରିବ;
    • ଅଧିନିୟମର ଧାରା -୪ ଉପଧାରା (୨) ର ବାକ୍ୟାଂଶ (ଙ) ଅଧୀନରେ ଥିବା ଥଇଥାନ ପ୍ୟାକେଜ ଉପରେ ବିଚାର କରି ଯଥୋଚିତ ରିଜୋଲ୍ୟୁସନ ପାସ କରିବ; ଏବଂ
    • ଆଇନର ଧାରା -୫ର ବ୍ୟବସ୍ଥାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମସଭା ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲ ଓ ଜୈବବିବିଧତାର  ସୁରକ୍ଷା ପାଇଁ ନିଜ ସଦସ୍ୟମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରିବ ।
  2. ଗ୍ରାମସଭା ବୈଠକର କୋରମ ପାଇଁ ଗ୍ରାମସଭାର ସମସ୍ତ ସଭ୍ୟମାନଙ୍କର ଦୁଇ ତୃତୀୟାଂସ ଠାରୁ ଅଧିକ ସଭ୍ୟ / ସଭ୍ୟା ଆବଶ୍ୟକ । ପ୍ରକାଶ ଥାଉକି, ଯେଉଁ ଗ୍ରାମର ଅନୁସୂଚିତ ଜନଜାତି ଓ ଅଣ- ଅନୁସୂଚିତ ଜନଜାତିଙ୍କୁ ନେଇ ଏକ ବିବିଧତାପୂର୍ଣ୍ଣ ଜନବସତି ଥିବ, ସେହି କ୍ଷେତ୍ରରେ ଗ୍ରାମସଭା ବୈଠକରେ ଅନୁସୂଚିତ ଜନଜାତି , ଆଦିମ ଆଦିବାସୀ ସମୁଦାୟ ଏବଂ ପ୍ରାକ କୃଷିଜୀବୀ ଗୋଷ୍ଠୀମାନେ ବହୁଳ ଭାବେ ପ୍ରତିନିଧିତ୍ଵ କରିବେ ।
  3. ରାଜ୍ୟର କ୍ଷମତାପ୍ରାପ୍ତ କର୍ତ୍ତୁପକ୍ଷମାନଙ୍କ ଦ୍ଵାରା ଆବଶ୍ୟକୀୟ ସହଯୋଗ ଗ୍ରାମସଭାମାନଙ୍କୁ ଯୋଗାଇ ଦିଆଯିବ ।

ଉପଖଣ୍ଡ ସ୍ତରୀୟ କମିଟି

ରାଜ୍ୟ ସରକାର ନିମ୍ନ ଲିଖିତ ସଦସ୍ୟମାନଙ୍କୁ ନେଇ ଉପଖଣ୍ଡ କମିଟି ଗଠନ କରିବେ , ଯଥା-

  • ଉପଖଣ୍ଡ ଅଧିକାରୀ ବା ତତୁଲ୍ୟଅଧିକାରୀ – ଅଧ୍ୟକ୍ଷ ;
  • ଉପଖଣ୍ଡ ଦାଇତ୍ଵରେ ଥିବା ଜଣେ ବନ ଅଧିକାରୀ ବା ତତୁଲ୍ୟ – ସଦସ୍ୟ;
  • ଜିଲ୍ଲା ପଞ୍ଚାୟତ ଦ୍ଵାରା ମନୋନୀତ ବ୍ଲକ/ତହସିଲ ପଞ୍ଚାୟତ ସମିତି ର ତିନିଜଣ ସଦସ୍ୟ , ତନ୍ମଧ୍ୟରୁ ୨ଜଣ ଅନୁସୂଚିତ ଜନଜାତିର ସଦସ୍ୟ , ଅଗ୍ରାଧିକାରୀ ଭିତ୍ତିରେ ଜଙ୍ଗଲ ନିବାସୀ ବା ଆଦିମ ଜନଜାତି ସମୂହରୁ ରହିବେ ଏବଂ ଯେଉଁଠି ଅନୁସୂଚିତ ଜନଜାତିର କୌଣସି ସଦସ୍ୟ ନାହାନ୍ତି , ସେଠି ଅଗ୍ରାଧିକାର ଭିତ୍ତିରେ ୨ଜଣ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ତଥା ଏମାନଙ୍କ ମଧ୍ୟରେ ଅତି କମରେ ଜଣେ ମହିଳା ସଦୃଶ ରହିବେ ଅଥବା ସମ୍ବିଧାନର ଷଷ୍ଠ ଅନୁସୂଚି ଅନ୍ତର୍ଗତ ଅଞ୍ଚଳ ଗୁଡିକରେ ସ୍ଵୟଂଶାସିତ ଜିଲ୍ଲା ପରିଷଦ ଆଞ୍ଚଳିକ ପରିଷଦ ବା ଅନ୍ୟ ସମୁଚିତ ଆଞ୍ଚଳିକ ସ୍ତର ଦ୍ଵାରା ମନୋନୀତ ୩ଜଣ ସଦସ୍ୟ ରହିବେ , ଏମାନଙ୍କ ମଧ୍ୟରୁ ଅତି କମରେ ଜଣେ ମହିଳା ହେବା ଆବଶ୍ୟକ ଏବଂ
  • ଆଦିବାସୀ କଲ୍ୟାଣ ବିଭାଗରୁ ଉପଖଣ୍ଡ ଦାୟିତ୍ଵରେ ଥିବା ଜଣେ ଅଧିକାରୀ ସଭ୍ୟ ହେବେ ।

ଉପଖଣ୍ଡ  ସ୍ତରୀୟ   କମିଟିର  କାର୍ଯ୍ୟ : - ଉପଖଣ୍ଡ ସ୍ତରୀୟ  କମିଟି  (ଏସ୍.ଡି.ଏଲ୍.ସି.) : -

  • ଦାବୀ  ଗୁଡିକର  ସତ୍ୟତା  ସୁନିଶ୍ଚିତ   କରିବା   ପାଇଁ  ଗ୍ରାମସଭା  ଗୁଡିକ  ଦ୍ଵାରା  ପ୍ରସ୍ତୁତ  ଦ୍ଵାରା  ପ୍ରସ୍ତୁତ  ରିଜୋଲୁସନ  ଓ  ମାନଚିତ୍ର   ଗୁଡିକ  ଯାଞ୍ଚ   କରିବ ;
  • ଜଙ୍ଗଲ  ଅଧିକାରର  ବ୍ୟାପକତା  ଓ  ପ୍ରକାରଭେଦ  ସମ୍ବନ୍ଧରେ  ଗ୍ରାମସଭାଗୁଡିକ    ମଧ୍ୟରେ  ଥିବା   ବିବାଦର   ଶୁଣାଣି  ଓ  ବିଚାରକ  ଭାବେ  କାର୍ଯ୍ୟ  କରିବ ।
  • ଗ୍ରାମସଭାଗୁଡିକର  ପ୍ରସ୍ତାବନା  ଦ୍ଵାରା  କ୍ଷତିଗ୍ରସ୍ତ  ସରକାରୀ  ଅନୁଷ୍ଠାନ   ସହିତ   ବ୍ୟକ୍ତିବିଶେଷମାନଙ୍କର  ଲିଖିତ   ଆବେଦନଗୁଡିକର   ଶୁଣାଣି   କରିବ ।
  • ଆନ୍ତଃ  ଉପଖଣ୍ଡୀୟ  ଅଭିଯୋଗଗୁଡିକ  ପାଇଁ  ଅନ୍ୟ   ଉପଖଣ୍ଡ   ସ୍ତରୀୟ   କମିଟି  ଗୁଡିକ   ସହିତ  ସମନ୍ଵୟ  ରକ୍ଷା   କରି  କାର୍ଯ୍ୟ  କରିବ  ।
  • ସରକାରୀ  ନଥିପତ୍ରଗୁଡିକର   ସହମତି  ଭିତ୍ତିରେ   ପ୍ରସ୍ତାବିତ  ଜଙ୍ଗଲ   ଅଧିକାରଗୁଡିକର  ବ୍ଲକ  ଓ  ତହସିଲ  ଅନୁଯାୟୀ  ନଥି  ପ୍ରସ୍ତୁତ   କରିବ ।
  • ସର୍ବଶେଷ  ନିଷ୍ପତ୍ତି   ନିମନ୍ତେ  ଉପଖଣ୍ଡ   ଅଧିକାରୀଙ୍କ   ଜରିଆରେ  ଜିଲ୍ଲା  ସ୍ତରୀୟ   କମିଟିକୁ   ପ୍ରସ୍ତାବିତ   ଜଙ୍ଗଲ   ଅଧିକାରଗୁଡିକର   ଚିଠାନଥି  ସହିତ   ଅଭିଯୋଗଗୁଡିକୁ   ପଠାଇବ ।
  • ନିୟମ  ଓ ଆଇନ  ଅଧୀନରେ   ସ୍ଥାପିତ  ଲକ୍ଷ୍ୟ, ଉଦ୍ଦେଶ୍ୟ  ଏବଂ  ପ୍ରଣାଳୀଗୁଡିକ  ସମ୍ବନ୍ଧରେ  ଜଙ୍ଗଲ  ଅଧିବାସୀମାନଙ୍କଠାରେ   ସଚେତନତା  ବୃଦ୍ଧି   କରିବ ।
  • ଏହି  ନିୟମାବଳୀର   ସଂଯୁକ୍ତି  ପତ୍ର – ୧ଫର୍ମ (କ) ଓ  (ଖ) ରେ  ଦାବୀ ଫର୍ମ ଦାବୀଦାର  ମାନଙ୍କୁ   ସହଜ  ଓ   ମାଗଣାରେ   ଉପଲବ୍ଧ   କରାଇବ ।
  • ଆବଶ୍ୟକୀୟ  କୋରମ୍   ସହିତ  ଗ୍ରାମସଭାକୁ  ମୁକ୍ତ, ଖୋଲା  ଏବଂ  ସ୍ଵଚ୍ଛତାର   ସହିତ  ସଂଘଠିତ  ହେବାପରେ   ସୁନିଶ୍ଚିତ   କରିବ ।

ଜିଲ୍ଲା  ସ୍ତରୀୟ   କମିଟି (ଡି.ଏଲ୍.ସି)

ରାଜ୍ୟ  ସରକାର  ନିମ୍ନଲିଖିତ  ସଦସ୍ୟମାନଙ୍କୁ  ନେଇ  ଜିଲ୍ଲାସ୍ତରୀୟ   କମିଟି   ଗଠନ   କରିବେ, ଯଥା –

  1. ଜିଲ୍ଲାପାଳ  ବା  ଡେପୁଟି   କମିଶନର;
  2. ସମ୍ବନ୍ଧିତ  ବନଖଣ୍ଡ  ଅଧିକାରୀ  ବା  ଉପବନ – ସଂରକ୍ଷକ – ସଦସ୍ୟ ;
  3. ଜିଲ୍ଲା  ପରିଷଦ  ଦ୍ଵାରା  ମନୋନୀତ  ଜିଲ୍ଲାପରିଷଦର  ୩ଜଣ   ସଦସ୍ୟ, ତନ୍ମଧ୍ୟରୁ   ୨ଜଣ  ଅନୁସୂଚିତ  ଜନଜାତିର  ସଦସ୍ୟ,ଆଗ୍ରାଧିକାର  ଭିତ୍ତିରେ  ଜଙ୍ଗଲ   ନିବାସୀ  ବା  ଆଦିମ  ଜନଜାତି  ସମୂହର  ରହିବେ  ଏବଂ  ଯେଉଁଠି  ଅନୁସୂଚିତ   ଜନଜାତିର  କୌଣସି  ସଦସ୍ୟ  ନାହାନ୍ତି  ସେହି  ଆଗ୍ରାଧିକାର   ଭିତ୍ତିରେ   ୨ଜଣ   ଅନ୍ୟାନ୍ୟ   ପାରାମ୍ପରିକ  ବନବାସୀ   ତଥା  ଏମାନଙ୍କ  ମଧ୍ୟରେ   ଅତି  କମରେ   ଜଣେ   ମହିଳା  ସଦସ୍ୟ  ରହିବେ  ଅଥବା  ସମ୍ବିଧାନର   ଷଷ୍ଠ  ଅନୁସୂଚି   ଅନ୍ତର୍ଗତ   ଅଞ୍ଚଳ  ଗୁଡିକରେ  ସ୍ଵୟଂଶାସିତ  ଜିଲ୍ଲା  ପରିଷଦ  ଆଞ୍ଚଳିତ  ପରିଷଦର  ୩ଜଣ  ସଦସ୍ୟ  ଏବଂ  ଏମାନଙ୍କ  ମଧ୍ୟରୁ   ଅତି  କମ୍ ରେ  ଜଣେ  ମହିଳା   ରହିବା  ଦରକାର ; ଏବଂ
  4. ଆଦିବାସୀ  କଲ୍ୟାଣ   ବିଭାଗରୁ   ଜିଲ୍ଲା  ଦାୟିତ୍ଵରେ   ଥିବା  ଅଧିକାରୀ  ବା  ଯେଉଁଠି   ଅଧିକାରୀ  ଉପଲବ୍ଧ  ନୁହନ୍ତି   ସେଠି  ଆଦିବାସୀ   ବ୍ୟାପାର   ଦାୟିତ୍ଵରେ   ଥିବା  ଜଣେ   ଅଧିକାରୀ  ଜଣେ  ସଭ୍ଯ   ହିସାବରେ   ରହିବେ।

ଜିଲ୍ଲାସ୍ତରୀୟ  କମିଟିର   କାର୍ଯ୍ୟ

  1. ନିୟମ  ୬ଧାରା (ଖ) ଅଧୀନରେ   ଆବଶ୍ୟକୀୟ   ସୂଚନା ଓ ତଥ୍ୟ  ଜଙ୍ଗଲ  ଅଧିକାର  କମିଟି   କିମ୍ବା   ଗ୍ରାମସଭାକୁ   ପ୍ରଦାନ   କରାଯାଇଥିବା   ବିଷୟକୁ   ସୁନିଶ୍ଚିତ   କରିବ ।
  2. ଆଇନ୍ ର   ଉଦ୍ଦେଶ୍ୟକୁ   ଦୃଷ୍ଟିରେ  ରଖି  ସ୍ଵତନ୍ତ୍ର   ଭାବେ   ଆଦିମ  ଆଦିବାସୀ  ଗୋଷ୍ଠୀ, ଗୋ  ଏବଂ  ମେଷପାଳକ   ତଥା  ଯାଯାବର  ଶ୍ରେଣୀର  ଆଦିବାସୀମାନଙ୍କର   ଅଭିଯୋଗଗୁଡିକୁ  ସମାହିତ   ହୋଇଛି   କି  ନାହିଁ  ସେଗୁଡିକୁ  ପରୀକ୍ଷା   କରିବ ।
  3. ଉପଖଣ୍ଡ  ସ୍ତରୀୟ   କମିଟି   ଦ୍ଵାରା  ପ୍ରସ୍ତୁତ   ଜଙ୍ଗଲ  ଅଧିକାରଗୁଡିକର   ଅଭିଯୋଗ   ଏବଂ   ନଥିପତ୍ରକୁ   ବିଚାର   କରିବ  ଏବଂ   ପରିଶେଷରେ   ଅନୁମୋଦନ   କରିବ ।
  4. ଉପଖଣ୍ଡ  ସ୍ତରୀୟ  କମିଟିର   ଆଦେଶ  ମୁତାବକ  କ୍ଷତିଗ୍ରସ୍ତ  ଲୋକମାନଙ୍କର  ଲିଖିତ  ଅଭିଯୋଗଗୁଡିକୁ  ଶୁଣିବ।
  5. ଆନ୍ତଃଜିଲ୍ଲା  ଅଭିଯୋଗ   ବିଷୟରେ   ଅନ୍ୟ  ଜିଲ୍ଲାମାନଙ୍କ  ସହିତ  ଯୋଗସୂତ୍ର  ସ୍ଥାପନ  କରିବ ।
  6. ନଥିଭୁକ୍ତ  ଅଧିକାର   ସମେତ   ତତ୍  ସଂଲଗ୍ନ   ଓ  ପ୍ରାସଙ୍ଗିକ   ସରକାରୀ  ନଥିପତ୍ରଗୁଡିକର  ଜଙ୍ଗଲ  ଅଧିକାରଗୁଡିକୁ   ସାମିଲ   କରିବା  ପାଇଁ   ନିର୍ଦ୍ଦେଶାନାମା   ଜାରି  କରିବ ।
  7. ଚୁଡାନ୍ତ  ହୋଇଥିବା   ଜଙ୍ଗଲ  ଅଧିକାର  ନଥି  ଗୁଡିକର  ପ୍ରକାଶନରୁ  ସୁଂଶ୍ଚିତ   କରିବ  ଏବଂ,
  8. ଏହି   ନିୟମାବଳୀର  ସଂଯୁକ୍ତିପତ୍ର  ୨ ଓ ୩ ନିର୍ଦ୍ଦେଶିତ ହେଲା  ଭଳି, ଏହି  ଆଇନ ଅଧୀନରେ  ଶିରୋନାମା  ଏବଂ  ଜଙ୍ଗଲ  ଅଧିକାରଗୁଡିକର  ନଥିପତ୍ରର  ଏକ  ପ୍ରମାଣଯୋଗ୍ୟ  ନକଲେ  ଯଥାକ୍ରମେ  ସମ୍ପୃକ୍ତ  ଅଭିଯୋଗକାରୀ  ଓ  ଗ୍ରାମସଭାକୁ   ପ୍ରଦାନ   କରାଯିବ   ସମ୍ବନ୍ଧରେ  ନିଶ୍ଚିତ  କରିବ ।

ରାଜ୍ୟସ୍ତରୀୟ ତଦାରଖ କମିଟି (ଏସ୍.ଏଲ୍.ଏମ୍.ସି)

ରାଜ୍ୟ  ସରକାର  ନିମ୍ନଲିଖିତ  ସଭ୍ୟ/ସଭ୍ୟମାନଙ୍କୁ  ନେଇ  ଏକ  ରାଜ୍ୟ   ସ୍ତରୀୟ   ତଦାରଖ  କମିଟି   ଗଠନ  କରିବେ, ଯଥା :

  1. ମୁଖ୍ୟ  ଶାସନ  ସଚିବ – ଅଧ୍ୟକ୍ଷ
  2. ଶାସନ  ସଚିବ, ରାଜସ୍ୱ   ବିଭାଗ – ସଭ୍ୟ
  3. ଶାସନ  ସଚିବ, ଆଦିବାସୀ  କିମ୍ବା  ସମାଜ  କଲ୍ୟାଣ  ବିଭାଗ – ସଭ୍ୟ
  4. ଶାସନ  ସଚିବ, ବନ  ବିଭାଗ  - ସଭ୍ୟ
  5. ଶାସନ  ସଚିବ, ପଞ୍ଚାୟତିରାଜ  ବିଭାଗ – ସଭ୍ୟ
  6. ପ୍ରଧାନ  ମୁଖ୍ୟ  ବନ  ସଂରକ୍ଷକ – ସଭ୍ୟ
  7. ଆଦିବାସୀ  ଉପଦେଷ୍ଟା  ପରିଷଦର   ଅଧ୍ୟକ୍ଷକଙ୍କ  ଦ୍ଵାରା  ମନୋନୀତ   ହୋଇଥିବା   ଆଦିବାସୀ  ଓ  ଉପଦେଷ୍ଟା  ପରିଷଦର  ୩ ଜଣ  ଅନୁସୂଚିତ  ଜନଜାତି  ସଭ୍ୟ ଏବଂ ଯେଉଁଠାରେ  ଆଦିବାସୀ  ଉପଦେଷ୍ଟା  ପରିଷଦ ନାହିଁ , ସେ କ୍ଷେତ୍ରରେ   ରାଜ୍ୟ  ସରକାରଙ୍କ  ଦ୍ଵାରା  ୩ଜଣ  ଅନୁସୂଚିତ  ଜନଜାତି  ସଭ୍ୟ  ମନୋନୀତ  ହେବେ ।
  8. ସଦସ୍ୟ  ସଚିବ  ଭାବରେ   କମିଶନର, ଆଦିବାସୀ   କଲ୍ୟାଣ   ବିଭାଗ   ବା  ସମକକ୍ଷ  ଅଧିକାରୀ  କାର୍ଯ୍ୟ   କରିବେ ।

ରାଜ୍ୟସ୍ତରୀୟ  ତଦାରଖ   କମିଟିର  କାର୍ଯ୍ୟ

  1. ରାଜ୍ୟସ୍ତରୀୟ   ତଦାରଖ  କମିଟି –
    • ଜଙ୍ଗଲ   ଅଧିକାରୀ  ଗୁଡିକର  ସ୍ଵିକୃତି ଓ  ପ୍ରତ୍ୟାର୍ପଣ  ପ୍ରକ୍ରିୟାରେ   ପ୍ରଭାବଶାଳୀତା   ତଦାରଖ   ପାଇଁ   ମାପକାଠି  ଓ  ମାପଦଣ୍ଡ   ନିର୍ଦ୍ଧାରଣ   କରିବ;
    • ଜଙ୍ଗଲ  ଅଧିକାର  ଗୁଡିକର  ସ୍ଵିକୃତି, ସତ୍ୟାସତ୍ୟ  ନିରୂପଣ  ଏବଂ  ପ୍ରତ୍ୟାର୍ପଣ   ପ୍ରକ୍ରିୟାର  ତଦାରଖ  କରିବ;
    • ଜଙ୍ଗଲ   ଅଧିକାର  ଗୁଡିକର  ସ୍ଵିକୃତି, ସତ୍ୟାସତ୍ୟ   ନିରୂପଣ ଓ  ପ୍ରତ୍ୟାର୍ପଣ   ପ୍ରକ୍ରିୟାର  ଏକ  ଛଅ  ମାସିଆ  ବିବରଣୀ   ରାଜ୍ୟସ୍ତରୀୟ   ତଦାରଖ  କମିଟି   ନୋଡାଲ  ଏଜେନ୍ ସୀକୁ  ପ୍ରଦାନ  କରିବ   ଏବଂ  ଏଭଳି  ବିବରଣୀ   ଗୁଡିକୁ  ନୋଡାଲ  ଏଜେନ୍ ସୀର  ଚାହିଦା   ମୁତାବକ  ଦାଖଲ  କରିବ ।
    • ଏହି  ଆଇନ୍ ର  ଧାରା ୮ ଅନୁଯାୟୀ   ନୋଟିସ୍ ପାଇଲା  ପରେ   କମିଟି   ବିଭାଗୀୟ   କର୍ତ୍ତୁପକ୍ଷଙ୍କ   ବିରୁଦ୍ଧରେ   ଏହି  ଆଇନ୍  ଅନୁଯାୟୀ   କାର୍ଯ୍ୟପନ୍ଥା  ଗ୍ରହଣ  କରିବ ।
    • ଏହି  ଆଇନ୍ ର  ଧାରା  ୪ର  ଉପଧାରା  ୨ ଅଧୀନରେ  ପୁନଃ  ଥଇଥାନର  ତଦାରଖ  କରିବ ।
  2. ଗ୍ରାମସଭାଦ୍ଵାରା   ଅଭିଯୋଗଫର୍ମ   ଦାଖଲ  ନିର୍ଦ୍ଧାରଣ  ଓ  ଯାଞ୍ଚ   ପ୍ରଣାଳୀ :
    • ଗ୍ରାମସଭା   ଦାବୀ ଆହ୍ଵାନ   କରିବ  ଓ  ଏହି  ନିୟମର  ସଂଯୁକ୍ତିପତ୍ରରେ   ଦିଆଯାଇଥିବା ଫର୍ମ ଅନୁସାରେ  ଅଭିଯୋଗଗୁଡିକୁ   ଗ୍ରହଣ   କରିବାକୁ   ଜଙ୍ଗଲ   ଅଧିକାର   କମିଟିକୁ   କ୍ଷମତା   ପ୍ରଦାନ   କରିବେ   ଏବଂ   ଏହି  ଅଭିଯୋଗଗୁଡିକ , ଅଭିଯୋଗ  ଆହ୍ଵାନ   କରାଯିବ  ତାରିଖଠାରୁ  ତିନିମାସ  ମଧ୍ୟରେ  ହେବା  ଆବଶ୍ୟକ   ଏବଂ  ନିୟମ  ୧୩ରେ  ଉଲ୍ଲେଖଥିବା   ଅନୁଯାୟୀ  ଅତି  କମ୍ ରେ   ଦୁଇଟି  ସାକ୍ଷ୍ୟ  ବା  ପ୍ରମାଣ  ସହ   ତିନି  ମାସ  ମଧ୍ୟରେ   ଦେବାକୁ   ହେବ ।
    • ଗ୍ରାମସଭା   ନିଜର  ଗୋଷ୍ଠୀ  ଜଙ୍ଗଲ   ସମ୍ବଳର   ଆକଳନ  ପ୍ରଣାଳୀ  ଆରମ୍ଭ  କରିବା  ପାଇଁ  ଏକ  ନିର୍ଦ୍ଧିଷ୍ଟ  ତାରିଖ  ସ୍ଥିର  କରିବ  ଏବଂ  ଉକ୍ତ  ବିଷୟକୁ  ଉପଖଣ୍ଡ  ସ୍ତରୀୟ  କମିଟି  ଓ  ନିକଟସ୍ଥ  ଗ୍ରାମସଭାଗୁଡିକୁ  ଅବଗତ  କରିବ  ଯେଉଁଠାରେ  ଏହି  ଆକଳନ  ବିଶେଷରୂପେ  ଅନ୍ୟ  ଗ୍ରାମ୍ୟସୀମାକୁ  ଅତିକ୍ରମ   କରୁଥିବା  ବା  ମିଶି  ରହିଥିବ ।
  3. “ ଜଙ୍ଗଲ  ଧିକାର  କମିଟି ” ଗ୍ରାମସଭାକୁ   ତା’ର   ନିମ୍ନଲିଖିତ   କାର୍ଯ୍ୟରେ   ସାହାଯ୍ୟ  କରିବ।
    • ନିର୍ଦ୍ଧାରିତ  ଫର୍ମରେ   ଅଭିଯୋଗଗୁଡିକୁ  ଗ୍ରହଣ   କରିବେ, ପ୍ରାପ୍ତି   ରସିଦ୍  ପ୍ରଦାନ   କରିବେ  ଏବଂ  ଉଟ  ଅଭିଯୋଗଗୁଡିକ   ସପକ୍ଷରେ  ପ୍ରମାଣ   ମଧ୍ୟ   ଗ୍ରହଣ   କରିବେ।
    • ମାନଚିତ୍ର  ସମେତ  ଅଭିଯୋଗ  ଓ  ପ୍ରମାଣର  ରେକର୍ଡ  ପ୍ରସ୍ତୁତ  କରିବେ ।
    • ଜଙ୍ଗଲ   ଅଧିକାର  ଉପରେ   ଦାବିମାନଙ୍କର   ଏକ  ସୂଚୀ   ପ୍ରସ୍ତୁତ  କରିବେ।
    • ଉକ୍ତ  ନିୟମର   ବ୍ୟବସ୍ଥାନୁଯାୟୀ  ଦାବୀଗୁଡିକର   ସତ୍ୟାସତ୍ୟ   ନିରୂପଣ  କରିବେ ।
    • ଅଭିଯୋଗଗୁଡିକର   ବିଚାର   ନିମନ୍ତେ  ଗ୍ରାମସଭା   ସମ୍ମୁଖରେ   ଏହାର  ପ୍ରଭାବ  ଓ  ସ୍ୱରୂପ   ସମ୍ବନ୍ଧରେ  ସେମାନଙ୍କର   ତଥ୍ୟ  ଉପସ୍ଥାପନ   କରିବେ ।
  4. ପ୍ରାପ୍ତ  ହୋଇଥିବା   ପ୍ରତ୍ୟକ  ଦାବୀ  ପାଇଁ   ଜଙ୍ଗଲ   ଅଧିକାର କମିଟି   ଦ୍ଵାରା   ଲିଖିତ  ପ୍ରାପ୍ତି   ରସିଦ୍ ଦିଆଯିବ।
  5. ଏହି  ନିୟମାବଳୀର  ସଂଯୁକ୍ତିପତ୍ର  ୧ରେ  ଦିଆଯାଇଥିବା   ଫର୍ମ  (ଖ) ରେ  ଗୋଷ୍ଠୀଗତ   ଜଙ୍ଗଲ   ଅଧିକାର   ପାଇଁ   ଜଙ୍ଗଲ  ଅଧିକାର  କମିଟି   ଗ୍ରାମସଭା   ତରଫରୁ   ଅଭିଯୋଗ  ଗୁଡିକୁ  ମଧ୍ୟ  ପ୍ରସ୍ତୁତ   କରିବ  ।
  6. ଏହି  ନିୟମର  ଉପଧାରା  (୨) (ଙ) ଅନୁସାରେ  ମତାମତ   ପାଇ   ସାରିଲା  ପରେ, ଗ୍ରାମସଭା   ପୂର୍ବ  ସୂଚନା  ସହ  ବୈଠକ  କରି  ଜଙ୍ଗଲ   ଅଧିକାର  କମିଟିର   ସୁପାରିଶ  ଗୁଡିକର   ବିଚାର  କରି   ଯଥୋଚିତ  ରିଜୋଲ୍ୟୁସନ  ପାସ୍  କରିବ  ଏବଂ   ଏହା  ଉପଖଣ୍ଡ   ସ୍ତରୀୟ   କମିଟିକୁ   ପ୍ରେରଣ  କରିବ ।
  7. ଗ୍ରାମ  ପଞ୍ଚାୟତର  ସମ୍ପାଦକ   ଗ୍ରାମସଭାର  କାର୍ଯ୍ୟ   ସମ୍ପାଦନ  ପାଇଁ  ମଧ୍ୟ  ସମ୍ପାଦକର  କାମ  କରିବେ ।

“ଜଙ୍ଗଲ ଅଧିକାର କମିଟି” ଦ୍ଵାରା ଅଭିଯୋଗଗୁଡିକର  ସତ୍ୟାସତ୍ୟ  ନିରୂପଣ ପ୍ରକ୍ରିୟା

  • ସ୍ଥାନ  ପରିଦର୍ଶନ  କଇବେ  ଏବଂ  ଉକ୍ତ  ସ୍ଥାନରେ  ଅଭିଯୋଗର  ସତ୍ୟାସତ୍ୟ   ନିରୂପଣ  କରିବେ  ତଥା  ଅଭିଯୋଗର   ପ୍ରଗାଢତା  ଓ  ସ୍ୱରୂପକୁ   ସ୍ଥୂଳ  ଭାବରେ   ତଦାରଖ  କରିବେ।
  • ଅନ୍ୟ  କୌଣସି  ସାକ୍ଷ୍ୟ  ବା  ପ୍ରମାଣ  ଦାବୀଦାର  ଏବଂ  ସାକ୍ଷ୍ୟମାନଙ୍କ  ନିକଟରୁ   ଗ୍ରହଣ  କରିବ ।
  • ଏହା  ସୁନିଶ୍ଚିତ  କରିବେ  ଯେ  ପଶୁପାଳକ  ଗୋଷ୍ଠୀ  ଏବଂ   ଯାଯାବରମାନେ  ନିଜର  ଅଧିକାର  ନିର୍ଦ୍ଧାରଣ  ପାଇଁ   ବ୍ୟକ୍ତିଗତ, ଗୋଷ୍ଠୀଗତ   ବା  ପାରମ୍ପରିକ ଗୋଷ୍ଠୀ  ଅମୁଷ୍ଠାନ  ଯେ  କୌଣସି  ଜରିଆରେ   କରିଥିବା  ଦାବୀର   ଯାଞ୍ଚ   ସମୟରେ   ଏଭଳି  ବ୍ୟକ୍ତି , ଗୋଷ୍ଠୀ  ବା  ସେମାନଙ୍କର   ପ୍ରତିନିଧି  ଉପସ୍ଥିତି   ରହିବେ ।
  • ଏହା  ସୁନିଶ୍ଚିତ  କରିବ  ଯେ  ଆଦିମ   ଆଦିବାସୀ  ବା  ପ୍ରାକ୍ – କୃଷିଜୀବୀ  ଗୋଷ୍ଠୀମାନେ  ନିଜର  ବାସ  ଉପରେ  ନିର୍ଦ୍ଧାରଣ   ପାଇଁ  ସେମାନଙ୍କର   ଗୋଷ୍ଠୀ   ବା  ଗୋଷ୍ଠୀ  ଅନୁଷ୍ଠାନ  ଜରିଆରେ  କରିଥିବା  ଦାବୀର  ଯାଞ୍ଚ   ବେଳେ  ଏଭଳି  ଗୋଷ୍ଠୀ   ବା  ସେମାନଙ୍କର  ପ୍ରତିନିଧି  ଉପସ୍ଥିତ  ରହିବେ ।
  • ପ୍ରତ୍ୟକ  ଦାବୀର  କ୍ଷେତ୍ର  ରେଖାଙ୍କିତ  କରି  ଚିହ୍ନି  ହେଲାଭଳି  ସୀମାଚିହ୍ନ  ଦର୍ଶାଇ ଏକ  ମାନଚିତ୍ର  ପ୍ରସ୍ତୁତ  କରିବେ ।

ଏହାପରେ  ଜଙ୍ଗଲ   ଅଧିକାର  କମିଟି   ଦାବୀଗୁଡିକ  ଉପରେ  ନିଜର  ମତାମତ   ଅଭିଲେଖନ   କରି  ନିଷ୍ପତ୍ତି   ପାଇ   ଗ୍ରାମ  ସଭା  ସନନୁଖରେ  ଉପସ୍ଥାପନ   କରିବେ ।

ଯଦି  ଅନ୍ୟ  କୌଣସି  ଗ୍ରାମର  ପାରମ୍ପରିକ  ବା  ଲୋକଙ୍କ  ଦ୍ଵାରା  ପ୍ରଚଳିତ  ସୀମା  ଗୁଡିକରେ  ପରସ୍ପର  ବିରୋଧୀ   ଦାବୀଥାଏ  ବା  ଜଙ୍ଗଲ   ଅଞ୍ଚଳଟି  ଏକାଧିକ  ଗ୍ରାମସଭା  ଦ୍ଵାରା  ବ୍ୟବହୃତ   ହେଉଥାଏ, ତାହାଲେ   ସମ୍ବନ୍ଧିତ  ଗ୍ରାମ  ସଭାଗୁଡିକରେ  ଜଙ୍ଗଲ   ଅଧିକାର  କମିଟି   ଗୁଡିକ  ଏକ  ମିଳିତ  ବୈଠକ  କରି  ଉକ୍ତ  ଦାବୀ  ଗୁଡିକର   ଉପଭୋଗର  ସ୍ୱରୂପ   ବିଷୟରେ   ବିଚାର  କରିବେ  ଏବଂ   ନିଜର   ମତାମତ   ଲିଖିତ   ରୂପରେ  ସମ୍ବନ୍ଧିତ   ଗ୍ରାମସଭା  ଗୁଡିକରେ  ଦାଖଲ   କରିବେ।

କିନ୍ତୁ, ଯଦି  ଗ୍ରାମ  ସଭାଗୁଡିକ  ଏଭଳି   ଦାବୀ  ଗୁଡିକର  ସମାଧାନ  ନ  କରିପାରନ୍ତି  ତା’ହେଲେ  ଏହା   ଉପଖଣ୍ଡ  ସ୍ତରୀୟ  କମିଟିର   ବିବରଣୀ   ପାଇଁ  ପ୍ରେରିତ  ହେବ।

କୌଣସି  ସୂଚନା, ଅଭିଲେଖ  ବା  ନଥିପତ୍ର  ପାଇଁ   ଗ୍ରାମସଭା  ବା  ଜଙ୍ଗଲ   ଅଧିକାର  କମିଟିର   ଲିଖିତ  ଅନୁରୋଧ   ପାଇଲେ   ସମ୍ପୃକ୍ତ  କର୍ତ୍ତୃପକ୍ଷ  ଏକ   ପ୍ରତିଲିପି   ଜଙ୍ଗଲ   ଅଧିକାର  କମିଟି  ବା  ଗାମ  ସଭାକୁ   ଯୋଗାଇ   ଦେବେ  ଏବଂ   ଆବଶ୍ୟକ   ହେଲେ  ଏକ  ପ୍ରାଧିକୃତ  ଅଧିକାରୀ  ମାଧ୍ୟମରେ   ଏହାର  ସ୍ପଷ୍ଟୀକରଣ  ପାଇଁ  ସହଯୋଗ କରିବେ।

ଜଙ୍ଗଲ  ଅଧିକାର  ନିର୍ଦ୍ଧାରଣ   ନିମନ୍ତେ   ପ୍ରମାଣ

  1. ଏତଦ୍  ବ୍ୟତୀତ, ଜଙ୍ଗଲ  ଅଧିକାର  ସ୍ଵିକୃତି  ଏବଂ ପ୍ରଦାନ  ପାଇଁ  ପ୍ରମାଣ  ମଧ୍ୟରେ  ନିମ୍ନ  ଲିଖିତ   ବିଷୟ  ଗୁଡିକ  ଅନ୍ତର୍ଭୁକ୍ତ  ଯଥା :
    • ସର୍ବସାଧାରଣ  ସଂକ୍ରାନ୍ତ  ଦଲିଲ୍ , ସରକାରୀନଥି  ଯଥା : ଭୌଗଳିକ  ସୂଚୀପତ୍ର , ଜଗନଗଣନା, ସର୍ବେକ୍ଷଣ ଏବଂ  ବନ୍ଦୋବସ୍ତ  ନଥିପତ୍ର,  ମାନଚିତ୍ରାବଳୀ, ଉପଗ୍ରହ  ପ୍ରେରିତ  ଚିତ୍ରସମୂହ, କାର୍ଯ୍ୟକାରୀ, ଯୋଜନାବଳୀ, ପରିଚାଳନା  ଯୋଜନା,  ଏକକ  ଯୋଜନା,  ଜଙ୍ଗଲ   ଅନୁସନ୍ଧାନ   ମୂଳକ   ନଥିପତ୍ର  ଓ  ରିପୋର୍ଟ, ଜଙ୍ଗଲ  ସମ୍ପର୍କିତ  ଅନ୍ୟାନ୍ୟ   ନଥିପତ୍ର, ନଥିଭୁକ୍ତ   ଅଧିକାରଗୁଡିକ  ଯଥା : ଜମିପଟ୍ଟା  ଓ  ଲିଜ୍, ସରକାରଙ୍କ  ଦ୍ଵାରା  ଗଠିତ   ଆୟୋଗ ଓ  କମିଟିଗୁଡିକର  ରିପୋର୍ଟ, ସରକାରୀ  ଆଦେଶ ଓ  ନିର୍ଦ୍ଦେଶାନାମା,ବିଜ୍ଞପ୍ତି , ଆଦେଶପତ୍ର  ଓ  ଅନୁଷ୍ଠାନିକ  ପ୍ରସ୍ତାବ ।
    • ସରକାରଙ୍କ   ଦ୍ଵାରା   କ୍ଷମତାପ୍ରାପ୍ତ  ପ୍ରମାଣପତ୍ର   ଯଥା : ଫଟୋ  ପରିଚୟ  ପତ୍ର, ରାସନ୍ କାର୍ଡ,  ପାସ୍ ପୋର୍ଟ,  ଋଣ, ବୀମା, ଘର  ଖଜଣାପାଉତି,  ବାସସ୍ଥାନ  ପ୍ରମାଣ  ପତ୍ର  ।
    • ସ୍ଥାବର   ସମ୍ପତ୍ତି   ଯଥା : ଘର , କୁଡିଆ  ଘର, ଜମି  ସମାନ୍ତରିକରଣ, ହୁଡା  ନିର୍ମାଣ  ଓ  ଜଳ  ରଖିବା   ନିମନ୍ତେ  ବନ୍ଧା  ଭଳି   ସ୍ଥାୟୀ  ଭୂ – ଉନ୍ନୟନ  କାର୍ଯ୍ୟ   ।
    • ନ୍ୟାୟାଳୟର  ଆଦେଶାବଳୀ  ଓ  ନିଷ୍ପତ୍ତି  ସମେତ  ନ୍ୟାୟାଳୟ  ଏବଂ  ବିଚାର  ବିଭାଗୀୟ  ନଥିପତ୍ର  ।
    • ଭାରତ   ସରକାରଙ୍କର  ନୃତତ୍ତ୍ଵ  ସର୍ବେକ୍ଷଣ   ବିଭାଗ   ଭଳି   ଖ୍ୟାତି   ସମ୍ପନ୍ନ   ଅନୁଷ୍ଠାନଗୁଡିକ  ଦ୍ଵାରା  ଦ୍ଵାରା   କରାଯାଇଥିବା   ଗବେଷଣାତ୍ମକ ଅଧ୍ୟୟନ,  କୌଣସି  ଜଙ୍ଗଲ   ଅଧିକାରର   ଦୃଷ୍ଟାନ୍ତମୂଳକ   ଉପଭୋଗ  ସମ୍ବଳିତ  ପ୍ରଥା , ପରମ୍ପରା  ଏବଂ   ପାରମ୍ପରିକ   ଆଇନ୍  ସହ  ଜଡିତ   ଥିବା   ଘଟଣାବଳୀର   ଦଲିଲ୍ କରଣ।
    • ତତ୍ କାଳୀନ   ରାଜତନ୍ତ୍ର  ଅଧିନସ୍ଥ   ରାଜ୍ୟ   କିମ୍ବା   ପ୍ରଦେଶ  କିମ୍ବା   ତଦନୁରୂପ  ମଧ୍ୟସ୍ଥ  କାର୍ଯ୍ୟରେ   ନିୟୋଜିତ  ବ୍ୟକ୍ତିବିଶେଷଙ୍କଠାରୁ  ପାଇଥିବା   ଅନୁମୋଦନ, ରିହାତି, ବିଶେଷ  ସୁବିଧା,  ନଥିଭୁକ୍ତ   ଅଧିକାର, ମାନଚିତ୍ର   ସମେତ  ଅନ୍ୟ  କୌଣସି  ନଥିପତ୍ର   ।
    • ପୁରୁଣାକାଳିଆ  ପାରମ୍ପରିକ  ଢାଞ୍ଚାକୁ  ପ୍ରତିପାଦିତ  କରୁଥିବା   ସ୍ମାରକ  ଯଥା : କୂପ,ଶ୍ମଶାନ, ପୂଜାପାର୍ବଣ  ସ୍ଥଳୀ  ।
    • ପୂର୍ବ  ଜମି  ନଥିପତ୍ରରେ  ଉଲ୍ଲେଖ   ଥିବା  ବ୍ୟକ୍ତିବିଶେଷଙ୍କର  ବଂଶାବଳୀକୁ  ସୂଚାଉ   ଥିବା  ବଂଶକ୍ରମ  ଓ  ବିବରଣୀ  କିମ୍ବା  ନିର୍ଦ୍ଧିଷ୍ଟ  ସମୟ  ପୂର୍ବରୁ  ଗ୍ରାମରେ  ସ୍ଥାୟୀଭାବେ  ବସବାସ  କରୁଥିବା  ଆଇନ୍  ସମ୍ମତ   ପ୍ରମାଣ ପତ୍ର ।
    • ଦାବୀଦାରମାନଙ୍କ   ବ୍ୟତୀତ   ବୟସ୍କ  ବ୍ୟକ୍ତିମାନଙ୍କର   ମୌଖିକ   ବୟାନ  ଯାହା   ଲିଖିତ  ଆକାରରେ  ହେବ  ।
  2. ଗୋଷ୍ଠୀ  ଜଙ୍ଗଲ  ସମ୍ପଦ  ପାଇଁ   ସାକ୍ଷ୍ୟରେ  ଅନ୍ୟାନ୍ୟ   ବିଷୟ  ମଧ୍ୟରେ  ନିମ୍ନଲିଖିତ   ଅନ୍ତର୍ଭୁକ୍ତ : -
    • ଯେକୌଣସି   ନାମରେ   କଥିତ “ନିସ୍ତାର ” ଭଳି  ସାମୁହିକ   ଅଧିକାର ;
    • ପାରମ୍ପରିକ  ଗୋଚରଜମି, ଜାଳେଣି  କାଠ  ସଂଗ୍ରହ  ଅଞ୍ଚଳ, ପତ୍ରଖତ,  ମୂଳ ଓ କନ୍ଦା, ପଶୁଖାଦ୍ୟ, ବନ୍ୟ  ତୈଳବୀଜ  ଏବଂ   ଅନ୍ୟାନ୍ୟ  ଲଘୁ  ବନଜାତ  ଦ୍ରବ୍ୟ; ମାଛ   ଧରିବା  ସ୍ଥାନ, ଜଳସେଚନ  ପ୍ରଣାଳୀଗୁଡିକ, ମାନବ ଓ  ପଶୁଧନର   ବ୍ୟବହାର  ପାଇଁ  ଜଳ  ଉତ୍ସ, ବୈଦ୍ୟମାନେ   ଔଷଧୀୟ   ଉଦ୍ଭିଦ  ସଂଗ୍ରହ   କରୁଥିବା  ଅଞ୍ଚଳ ;
    • ଗୋଷ୍ଠୀଦ୍ଵାରା  ନିର୍ମିତ   ଢାଞ୍ଚା  ଗୁଡିକର  ଅବଶେଷ, ପବିତ୍ର , ବୃକ୍ଷ, ପବିତ୍ର ଗୁମ୍ଫା,  ପବିତ୍ର  ପୋଖରୀ  ବା  ନଦୀ  ଅଞ୍ଚଳ , ଶ୍ମଶାନ  ବା  କବରସ୍ଥଳୀ  ।
  3. ଗ୍ରାମସଭା, ଉପଖଣ୍ଡ  ସ୍ତରୀୟ  କମିଟି  ଏବଂ  ଜିଲ୍ଲାସ୍ତରୀୟ  କମିଟି  ଜଙ୍ଗଲ  ଅଧିକାର  ନିର୍ଦ୍ଧାରଣ   ପାଇଁ   ଉପରିଲିଖିତ   ପ୍ରମାଣ  ମଧ୍ୟରୁ  ଏକାଧିକ  ସାକ୍ଷ୍ୟ  ବା  ପ୍ରମାଣ   ବିଚାରକୁ   ନେବେ ।

ଉପଖଣ୍ଡସ୍ତରୀୟ  କମିଟିକୁ  ଲିଖିତ  ଅଭିଯୋଗ

  1. କୌଣସି  ବ୍ୟକ୍ତି  ଗ୍ରାମସଭାର   ପ୍ରସ୍ତାବ  ଦ୍ଵାରା  କ୍ଷତିଗ୍ରସ୍ତ  ହେଲେ  କିମ୍ବା  ଅସନ୍ତୁଷ୍ଟ   ହେଲେ  ପ୍ରସ୍ତାବିତ  ତାରିଖଠାରୁ  ୬୦ ଦିନ   ମଧ୍ୟରେ  ଉପଖଣ୍ଡ  ସ୍ତରୀୟ   କମିଟି   ନିକଟରେ   ଅଭିଯୋଗ   ଦାଖଲ  କରିପାରିବେ।
  2. ଉପଖଣ୍ଡ   ସ୍ତରୀୟ  କମିଟି  ଅଭିଯୋଗ   ଶୁଣାଣି  ନିମନ୍ତେ  ଗୋଟିଏ  ତାରିଖ   ସ୍ଥିର  କରିବେ  ଏବଂ  ସମ୍ପୃକ୍ତ  ଗ୍ରାମସଭା  ଓ  ଅଭିଯୋଗକାରୀଙ୍କୁ   ଲିଖିତ  ଭାବେ  ଜଣାଇବେ । ତତ୍ ସଙ୍ଗେସଙ୍ଗେ   ଶୁଣାଣି  ପାଇଁ   ଧାର୍ଯ୍ୟ  କରାଯାଇଥିବା  ଦିବସର  ୧୫  ଦିନ  ପୂର୍ବରୁ   ଅଭିଯୋଗକାରୀଙ୍କ  ଗ୍ରାମର   ଏକ  ସୁବିଧାଜନକ  ସର୍ବସାଧାରଣ  ସ୍ଥାନରେ   ବିଜ୍ଞପ୍ତି   ଜରିଆରେ  ପ୍ରକାଶ   କରିବେ ।
  3. ଉପଖଣ୍ଡ  ସ୍ତରୀୟ  କମିଟି   ଅଭିଯୋଗକୁ   ଗ୍ରହଣ, ଆଗ୍ରାହ୍ୟ  କିମ୍ବା  ସମ୍ପୃକ୍ତ  ଗ୍ରାମସଭାର  ପୁନଃ   ବିଚାର  ନିମନ୍ତେ   ପଠାଇ  ପାରନ୍ତି   ବା  ନିର୍ଦ୍ଦେଶ   ଦେଇପାରନ୍ତି ।
  4. ଏଭଳି  ନିର୍ଦ୍ଦେଶ  ପାଇଲା  ପରେ  ଗ୍ରାମ  ସଭା  ୩୦ ଦିନ  ମଧ୍ୟରେ  ବୈଠକ   କରିବ, ଆବେଦନକାରୀଙ୍କୁ   ଶୁଣିବ  ଏବଂ  ଉକ୍ତ  ନିର୍ଦ୍ଦେଶ  ବିଷୟରେ   ଏକେ  ରିଜୋଲ୍ୟୁସନ   ପାସ୍  କରି   ଉପଖଣ୍ଡ  ସ୍ତରୀୟ  କମିଟିକୁ  ପ୍ରେରଣ   କରିବ ।
  5. ଉପଖଣ୍ଡ  ସ୍ତରୀୟ  କମିଟି  ଗ୍ରାମସଭାର   ରିଜୋଲ୍ୟୁସନ   ଉପରେ   ବିଚାର  କରି  ଯଥୋଚିତ  ଆଦେଶ   ପାସ୍  କରିବ, ଆବେଦନକୁ   ଗ୍ରହଣ  କରିପାରେ  ବା  ଖାରଜ   କରିପାରେ ।
  6. ବିନା  ପକ୍ଷପାତରେ   ବିଚାରଧିନ  ଅଭିଯୋଗଗୁଡିକୁ   ଉପଖଣ୍ଡ   ସ୍ତରୀୟ  କମିଟି  ଅନ୍ୟାନ୍ୟ   ଅଭିଯୋଗକାରୀଙ୍କ   ଜଙ୍ଗଲ   ଅଧିକାରଗୁଡିକର  ନଥି  ସହ  ମିଳାଇ  ଦେଖିବ ଓ  ପରୀକ୍ଷା  କରିବ ଏବଂ  ସମ୍ପୃକ୍ତ  ଉପଖଣ୍ଡ  ଅଧିକାରୀଙ୍କ   ଜରିଆରେ  ଏହାକୁ  ଜିଲ୍ଲା  ସ୍ତରୀୟ  କମିଟିକୁ  ପ୍ରଦାନ   କରିବ ।
  7. ଦୁଇ  କିମ୍ବା  ଅଧିକ  ଗ୍ରାମସଭା  ମଧ୍ୟରେ   ବିବାଦ   ଦେଖାଦେଲେ  ଏବଂ  ଗ୍ରାମସଭାମାନଙ୍କ   ମଧ୍ୟରୁ   କୌଣସି  ଗୋଟିକର  ଦରଖାସ୍ତ   ମିଳିଲେ  କିମ୍ବା   ଜିଲ୍ଲାସ୍ତରୀୟ  କମିଟି  ବ୍ୟକ୍ତିଗତଭାବେ   ବିବାଦର  ସମାଧାନକୁ  ଦୃଷ୍ଟିରେ  ରଖି   ସମ୍ପୃକ୍ତ  ଗ୍ରାମ   ସଭାମାନଙ୍କର   ଏକ  ଯୁଗ୍ମ   ବୈଠକ   ଡାକିବେ   ଏବଂ  ୩୦ ଦିନ  ମଧ୍ୟରେ   ଯଦି  କୌଣସି  ପାରସ୍ପରିକ   ସହମତିଭିତ୍ତିକ   ସମାଧାନ   ନମିଳେ,  ଉପଖଣ୍ଡ  ସ୍ତରୀୟ  କମିଟି  ସମ୍ପୃକ୍ତ   ଗ୍ରାମସଭାମାନଙ୍କର   ଶୁଣାଣି  ପରେ   ବିବାଦର  ସମାଧାନ  କରିବେ   ଏବଂ ଉପଯୁକ୍ତ  ଆଦେଶ  ଗୃହୀତ  କରିବେ ।

ଜିଲ୍ଲାସ୍ତରୀୟ  କମିଟିକୁ   ଲିଖିତ  ଅଭିଯୋଗ

  1. ଉପଖଣ୍ଡ   ସ୍ତରୀୟ   କମିଟିର   ନିଷ୍ପତ୍ତିରେ  କ୍ଷତିଗ୍ରସ୍ତ  ଓ  ଅସନ୍ତୁଷ୍ଟ  ଯେ  କୌଣସି  ବ୍ୟକ୍ତିବିଶେଷ   ଉପଖଣ୍ଡ   ସ୍ତରୀୟ  କମିଟି  ଦ୍ଵାରା  ନିଷ୍ପତ୍ତିର  ୬୦ ଦିନ   ମଧ୍ୟରେ   ଜିଲ୍ଲା  ସ୍ତରୀୟ   କମିଟି  ନିକଟରେ   ଲିଖିତ  ଅଭିଯୋଗ  କରିପାରିବେ ।
  2. ଜିଲ୍ଲା  ସ୍ତରୀୟ  କମିଟି  ଶୁଣାଣି ନିମନ୍ତେ   ଦିନ  ଧାର୍ଯ୍ୟ   କରିବେ  ଏବଂ  ସମ୍ପୃକ୍ତ  ଉପଖଣ୍ଡ ସ୍ତରୀୟ   କମିଟି  ଏବଂ  ଲିଖିତ   ଅଭିଯୋଗକାରୀଙ୍କୁ  ଲିଖିତ  ଅରୁପେ  ଅବଗତ  କରାଇବା  ସଙ୍ଗେ  ସଙ୍ଗେ  ଶୁଣାଣି   ପାଇଁ  ଧାର୍ଯ୍ୟ   ହୋଇଥିବା   ଦିବସର  ଅତି  କମ୍ ରେ  ୧୫ ଦିନ   ପୂର୍ବରୁ  ଗ୍ରାମର  ଏକ ସୁବିଧାଜନକ  (ସର୍ବ ସାଧାରଣ) ସ୍ଥାନରେ  ଏକ  ବିଜ୍ଞପ୍ତି   ଜରିଆରେ   ପ୍ରକାଶ   କରିବେ।
  3. ଜିଲ୍ଲା   ସ୍ତରୀୟ  କମିଟି   ଲିଖିତ  ଅଭିଯୋଗକୁ   ଗ୍ରହଣ  କିମ୍ବା  ଖାରଜ   ଏହାର  ପୁନର୍ବିଚାର   ନିମନ୍ତେ  ସମ୍ପୃକ୍ତ   ଉପଖଣ୍ଡ   ସ୍ତରୀୟ  କମିଟି   ନିକଟକୁ   ପ୍ରେରଣ   କରିବେ ।
  4. ପୁନର୍ବିଚାର  ନିମନ୍ତେ  ଗୃହୀତ  ହେଲାପରେ,  ଉପଖଣ୍ଡ  ସ୍ତରୀୟ  କମିଟି   ଲିଖିତ  ଅଭିଯୋଗକାରୀ  ଓ  ଗ୍ରାମସଭାକୁ   ସବିଶେଷ   ଶୁଣିବେ  ଏବଂ  ନିଷ୍ପତ୍ତି   ଗ୍ରହଣ  କରିବା  ସହିତ  ଜିଲ୍ଲାସ୍ତରୀୟ  କମିଟିକୁ  ଏ  ବିଷୟରେ  ଅବଗତ   କରାଇବେ ।
  5. ତା’ପରେ  ଜିଲ୍ଲା  ସ୍ତରୀୟ  କମିଟି  ଲିଖିତ  ଅଭିଯୋଗଟିକୁ   ବିଚାର  କରିବେ  ଏବଂ  ଏହି  ଲିଖିତ   ଅଭିଯୋଗଟିକୁ   ଗ୍ରହଣ  କିମ୍ବା  ଖାରଜ  କରି   ଉପଯୁକ୍ତ  ଆଦେଶ   ଜାରି  କରିବେ।
  6. ଜିଲ୍ଲା  ସ୍ତରୀୟ  କମିଟି  ସରକାରୀ  ନଥିରେ   ଆବଶ୍ୟକୀୟ  ସଂଶୋଧନ  ନିମନ୍ତେ   ଜିଲ୍ଲା  ଆୟୁକ୍ତ   କିମ୍ବା  ଜିଲ୍ଲାପାଳଙ୍କୁ   ଲିଖିତ  ଅଭିଯୋଗକାରୀ / ଅଭିଯୋଗକାରୀମାନଙ୍କ  ଜଙ୍ଗଲ  ଅଧିକାରଗୁଡିକର  ନଥି  ପଠାଇବେ।
  7. ଦୁଇ  କିମ୍ବା  ଅଧିକ   ଉପଖଣ୍ଡ  ସ୍ତରୀୟ   କମିଟିଗୁଡିକର   ଆଦେଶ   ମଧ୍ୟରେ  ଅସାମଞ୍ଜସ୍ୟ   ଦେଖାଗଲେ, ଜିଲ୍ଲାସ୍ତରୀୟ   କମିଟି   ବ୍ୟକ୍ତିଗତ   ଭାବେ  ପ୍ରଭେଦ   ଗୁଡିକର  ସମାଧାନକୁ  ଦୃଷ୍ଟିରେ   ରଖି   ସମ୍ପୃକ୍ତ  ଉପଖଣ୍ଡ  ସ୍ତରୀୟ   କମିଟିଗୁଡିକର  ଏକ  ଯୁଗ୍ମ  ବୈଠକ  ଡକାଇବେ  ଏବଂ   ଯଦି   କୌଣସି  ପାରସ୍ପରିକ  ସହମତିଭିତ୍ତି   ସମାଧାନ  ନମିଳେ, ଜିଲ୍ଲାସ୍ତରୀୟ  କମିଟି  ସମ୍ପୃକ୍ତ   ଉପଖଣ୍ଡ   ସ୍ତରୀୟ  କମିଟିମାନଙ୍କୁ   ସବିଶେଷ   ଶୁଣିବା  ପରେ   ବିବାଦର   ବିଚାର  ବିଭାଗୀୟ   ସମାଧାନ   କରିବେ  ଏବଂ   ଉପଯୁକ୍ତ  ଆଦେଶ  ଗୃହୀତ   କରିବେ ।

ଆଧାର - ସି. ଏସ୍. ଡି, ଓଡ଼ିଶା

2.94117647059
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top