ସେଆର କରନ୍ତୁ

ଅଗ୍ରୀମ ନିୟମାବଳୀ

ଅଗ୍ରୀମ ନିୟମାବଳୀ ର ସୂଚନା

ଅଗ୍ରୀମ  ବା  ଆଗୁଆ  ନିୟମାବଳୀର  ଅର୍ଥ  କ’ଣ  ?

ମାନକ  GST(CGST & SGST) ଆଇନ୍   ଅଧିନ   ଧାରା  ୯୫ ଅନୁଯାୟୀ  ଅଗ୍ରୀମ   ନିୟମାବଳୀର  ଅର୍ଥ  ହେଲା : ଜଣେ   ଅଧିକାରୀଙ୍କ  ଦ୍ଵାରା   ଯେକୌଣସି  ଲିଖିତ   ନିଷ୍ପତ୍ତିବିଷୟରେ   ଯଦି  କୌଣସି  ଆବେଦକଙ୍କୁ   ପ୍ରଦାନ   କରାଯାଇଥାଏ  ବା   ପଚରାଯାଇଥିବା  ପ୍ରଶ୍ନ ଓ  ଧାରା  ୯୭ (୨), ୧୦୦ (୧)ର  CGST & SGST ରେ  ବସ୍ତୁ  ବା ସେବା   ସମ୍ପର୍କିତ   ଆବେଦନକୁ   ଅଗ୍ରୀମ   ନିୟମାବଳୀ  କହନ୍ତି   ।

କେଉଁ   ବିଷୟରେ  ଅଗ୍ରୀମ  ନିୟମାବଳୀ  ଆହ୍ଵାନ  କରିହେବ   ?

ନିମ୍ନଲିଖିତ   ସମୟରେ   ଅଗ୍ରୀମ   ନିୟମାବଳୀ  ଆହ୍ଵାନ  କରିହେବ   ।

(କ) ଆଇନଗତ  ସେବା  ବା  ଦ୍ରବ୍ୟର  ବିଭାଗୀକରଣ

(ଖ)  କର  ହାରକୁ  ନେଇ   ଆଇନଗତ  ଭାବେ   ଯେକୌଣସି  ନୋଟିସ୍  ଉପରେ  ଆବେଦନ    ।

(ଗ)  ଆଇନଗତ   ବସ୍ତୁ  ବା  ସେବାର   ମୂଲ୍ୟ  ନିର୍ଦ୍ଧାରଣ  ନିମିତ୍ତ  ଲାଗୁ  ହେବାକୁ  ଥିବା  ନିଷ୍ପତ୍ତି   ।

(ଘ) ପ୍ରଦାନ  କରାଯାଇଥିବା  ବା  ପ୍ରଦାନ  ହେବାକୁ   ଥିବା  ଅର୍ନ୍ତଗ୍ରହିତ   କର  ସମ୍ପର୍କିତ   ପ୍ରବେଶିକ   ନିୟମ   ।

(ଙ) ଆଇନ୍   ଅନ୍ତର୍ଗତ  ପ୍ରଦାନ  ହେବାକୁ   ଥିବା  ବସ୍ତୁ  ବା  ସେବାର  କର  ସମ୍ବନ୍ଧିତ  ବ୍ୟୟ  ନିର୍ଦ୍ଧାରଣ  ।

(ଚ)  ଆବେଦନକାରୀମାନଙ୍କ  ଆଇନ୍  ଅନୁଯାୟୀ  ପଞ୍ଜୀକୃତ  କରିବା  ।

(ଛ) କୌଣସି  ନିର୍ଦ୍ଧିଷ୍ଟ  କ୍ଷେତ୍ରରେ   ବସ୍ତୁ  ବା  ସେବା  ଦେୟ  ନିର୍ଦ୍ଧାରଣ  ବା  ବସ୍ତୁ / ସେବା  ଯୋଗାଣ  ସମ୍ବନ୍ଧିତ  ଦେୟର  ପରିମାଣ   ନିର୍ଦ୍ଧାରଣ    ।

ଅଗ୍ରୀମ  ନିୟମାବଳୀ  ବ୍ୟବସ୍ଥାର   ଉଦ୍ଦେଶ୍ୟ  କ’ଣ   ?

ଏପରି ଏକ  ଉତ୍ତରଦାୟୀ  ବ୍ୟବସ୍ଥାର  ନିମ୍ନଲିଖିତ   ଉଦ୍ଦେଶ୍ୟଗୁଡିକ  ହେଲା –

(କ)  ଆବେଦକଙ୍କ  ପ୍ରସ୍ତାବିତ  ବ୍ୟବସାୟିକ  କାର୍ଯ୍ୟକ୍ରମ  ସମ୍ପର୍କରେ  ଆଗୁଆ  ନିଶ୍ଚିତ  କର  ର  ଦେୟ  ସମ୍ପର୍କରେ  ଅବଗତ   କରାଇବା    ।

(ଖ)  ସିଧାସଳଖ   ବିଦେଶୀ  ପୁଞ୍ଜିବିନିଯୋଗକୁ   ଆକର୍ଷିତ   କରିବା  ।

(ଗ) ଦ୍ଵନ୍ଦ  କମ୍  କରିବା   ।

(ଘ)  ନିୟମ  ଉଦ୍ ଘୋଷଣାରେ   ସ୍ବଚ୍ଛ  ଓ  ସୁଲଭ  କରିବା

GST ଅଧିନରେ  ଅଗ୍ରୀମ   ନିୟମକାରୀ   କର୍ତ୍ତୃପକ୍ଷ  (AAR) ର  ସଂରଞ୍ଚନା  କ’ଣ   ହେବ ?

ଉତ୍ତର     କେନ୍ଦ୍ରୀୟ  ସାଧାରଣ  ବିକ୍ରିକର (CGST)ରୁ ଜଣେ  ଓ ରାଜ୍ୟ  ସାଧାରଣ  ବିକ୍ରିକର (SGST)ରୁ  ଜଣେ  ସଦସ୍ୟକୁ ନେଇ  ଅଗ୍ରୀମ  ନିୟମକାରୀ  କର୍ତ୍ତୃପକ୍ଷ  ଗଠିତ   ।  ଏହି  ଦୁଇଜଣ  ରାଜ୍ୟ  ଓ  କେନ୍ଦ୍ରସରକାରଙ୍କ  ଦ୍ଵାରା  ନିଯୁକ୍ତି   ହେବେ  ।

ଜଣେ  ବ୍ୟକ୍ତିଙ୍କ  କ୍ଷେତ୍ରରେ  ଅଗ୍ରୀମ  ନିୟମାବଳୀକୁ  ପଞ୍ଜୀକରଣ  କରିବାର   ଆବଶ୍ୟକ   ଅଛି  କି ?

ଉତ୍ତର     ନା, ଯେକୌଣସି  ବ୍ୟକ୍ତି , ଯେ  GST  ନିୟମରେ   ପଞ୍ଜୀକୃତ  ବା  ପଞ୍ଜୀକରଣ  ପାଇଁ  ଆବେଦନ  କରିଛନ୍ତି  (ଧାରା ୯୫(ଖ)

କେଉଁ  ସମୟରେ  ଜଣେ  ବ୍ୟକ୍ତିଙ୍କ  ପାଇଁ  ଅଗ୍ରୀମ   ନିୟମ  କରିହେବ  ?

ଉତ୍ତର     କାରବାର  କରିବା  ପୂର୍ବରୁ  ମଧ୍ୟ  ଏହି  ଆବେଦନ  କରି  ଅଗ୍ରୀମ  ନିୟମ  ନେଇପାରିବେ ବା (ଯେଉଁ ଯୋଗାଣ  ପାଇଁ  କ୍ଷେତ୍ର   ପ୍ରସ୍ତୁତ   ହୋଇଛି ) । ସର୍ତ୍ତଟି  ହେଲା  ଯେଉଁ   ପ୍ରଶ୍ନଟି  ଉତ୍ଥାନ  କରାଯାଇଥିବ  ତାହା  କୌଣସିମତେ  ବକେୟା  ନିଷ୍ପତ୍ତିରେ  ନଥିବ  ବା  କୌଣସି   ଆବେଦନର   ବିଚାର  ସମୟରେ  ପାରିତ  ହୋଇଥିବ   ।

ଅଗ୍ରୀମ  ନିୟମାବଳୀ  ପାଇଁ  କର୍ତ୍ତୃପକ୍ଷଙ୍କୁ   କେତେ   ସମୟ  ଆବଶ୍ୟକ   ?

ଉତ୍ତର     ଧାରା  ୯୮(୬) (CGST/SGST) ଅନୁସାରେ  କର୍ତ୍ତୃପକ୍ଷ  ଆବେଦନ  ଗ୍ରହଣର  ୯୦ ଦିନ  ମଧ୍ୟରେ  ଅଗ୍ରୀମ   ନିୟମାବଳୀ  କହିବେ   ।

ଅଗ୍ରୀମ   ନିୟମକାରୀ   କର୍ତ୍ତୃପକ୍ଷଙ୍କ  ଅପିଲ୍  ଅଧିକାରୀ (AAAR) କିଏ ?

ଉତ୍ତର        ଅଗ୍ରୀମ  ନିୟମକାରୀ  କର୍ତ୍ତୃପକ୍ଷଙ୍କ  ଅପିଲ୍  ଅଧିକାରୀ  (AAAR), ଅଗ୍ରୀମ  ନିୟମକାରୀ  କର୍ତ୍ତୃପକ୍ଷଙ୍କ  ଅଗ୍ରୀମ   ନିୟମାବଳୀ  ବିରୋଧରେ  ଶୁଣାଣୀ  କରିବେ  । ଏଥିରେ  ଦୁଇଜଣ  ସଦସ୍ୟ  ରହନ୍ତି , ଯଥା – ମୁଖ୍ୟ  କମିଶନର  CGST ଯେ କେନ୍ଦ୍ରୀୟ  ଉତ୍ପାଦନ  ଶୁଳ୍କ  ବିଭାଗ  ଦ୍ଵାରା  ମନୋନୀତ  ହେବେ  ଓ ସେ  ଅଞ୍ଚଳରେ SGST କମିଶନର  (ଧାରା -୯୬)

ସାଧାରଣ   GSTର   ଅଧିନରେ  କେତେଗୋଟି  AAR & AAAR ଢାଞ୍ଚା  ରହିବ ?

ଉତ୍ତର     ପ୍ରତ୍ୟକ  ରାଜ୍ୟରେ  ଗୋଟିଏ  AAR ଓ ଗୋଟିଏ AAAR କାର୍ଯ୍ୟ   କରିବ   ।

କେଉଁ  ବ୍ୟକ୍ତି  ବା  ପ୍ରତିଷ୍ଠାନକୁ  ଅଗ୍ରୀମ  ନିୟମ  ଆବଶ୍ୟକ  ଅଛି  ?

ଉତ୍ତର    ଧାରା  ୧୦୩ ଅନୁଯାୟୀ  AAR ଓ AAAR  ଆବେଦନକାରୀଙ୍କ   ପାଇଁ  ଆବଶ୍ୟକ  ଏବଂ  କୌଣସି  ଅଞ୍ଚଳର  କର  ସମ୍ବନ୍ଧୀୟ   ବିଚାରାଳୟ  ପାଇଁ  ଆବଶ୍ୟକ  । ଗୋଟିଏ  ରାଜ୍ୟର  ସମାନୁପାତିକ  ଭାବେ  କରଦାତାଙ୍କ  ପାଇଁ  ନୁହେଁ  ବରଂ  ସେହି  ବ୍ୟକ୍ତି  ଯେତେବେଳେ   ଅଗ୍ରୀମ  ନିୟମ  ଆବଶ୍ୟକ  କରିବେ  ଓ  ଅନୁଭବ   ପୂର୍ବକ  ଆବେଦନ   କରିବେ   ।

ସୁପ୍ରିମକୋର୍ଟ ଓ  ହାଇକୋର୍ଟରେ  ଅଗ୍ରୀମ  ନିୟମାବଳୀ  ଆଧାରରେ  ରାୟ  ଶୁଣାଇ  ପାରିବେ  କି ?

ଉତ୍ତର     ନାଁ , କିଛି  ନିର୍ଦ୍ଧିଷ୍ଟ  କ୍ଷେତ୍ରରେ  ଅଗ୍ରୀମ  ନିୟମାବଳୀ  ପ୍ରସ୍ତୁତ   ହୋଇଥାଏ  । ଏହାର  ପୂର୍ବବର୍ତ୍ତୀ   ମୂଲ୍ୟ  କିଛି  ନାହିଁ   । କିନ୍ତୁ  ଆବେଦକ  ଭିନ୍ନ , ଯେକୌଣସି   ବ୍ୟକ୍ତିଙ୍କର   ଏଥିରେ  କିଛି  ମୂଲ୍ୟ  ଥିବ    ।

ଅଗ୍ରୀମ  ନିୟମ  ଉପଯୋଗର  ସମୟ   ଅବଧି  କେତେ  ?

ଉତ୍ତର      ଅଗ୍ରୀମ   ନିୟମ   ଉପଯୋଗ   ହେବାର   କୌଣସି   ନିର୍ଦ୍ଧିଷ୍ଟ  ସମୟ  ଅବଧି  ନାହିଁ   । କିନ୍ତୁ  ଧାରା  ୧୦୩(୨) ଅନୁଯାୟୀ  ଅଗ୍ରୀମ   ନିୟମ  ସେତେଦିନ  ପର୍ଯ୍ୟନ୍ତ   ଲାଗୁ  ରହିବ , ଯେତେଦିନ  ପର୍ଯ୍ୟନ୍ତ  ନିୟମ , ତଥ୍ୟ  ବା  ପରିସ୍ଥିତି  ଅନୁକୂଳ   ଘଟଣା  ବା  ନିୟମର  ପରିବର୍ତ୍ତନ  ନହୋଇଛି  ।

ଗୋଟିଏ  ଅଗ୍ରୀମ  ନିୟମ   କେବେ  ବାତିଲ୍  ହୋଇପାରେ  କି ?

ଉତ୍ତର      ଧାରା  ୧୦୪(୧) ଅନ୍ତର୍ଗତ , ଯଦି  AAR ବା  AAAR  ଅନୁଭବ  କରନ୍ତି ଯେ, ଅଗ୍ରୀମ  ନିୟମଟି  ଦ୍ଵାରା  ଠକାମୀ ଓ  ମୂଲ୍ୟଯୁକ୍ତ  ବସ୍ତୁ  ସମୂହକୁ  ଲୁଚାଇବା  ପାଇଁ   ବିଭ୍ରାନ୍ତିକରଣ  ତଥ୍ୟ  ପ୍ରଦାନ  କରାଯାଇଛି , ତେବେ  ନିୟମଟିକୁ  ଭିତ୍ତିଶୂନ୍ୟ  ବା  ବାତିଲ୍  ବୋଲି  ଘୋଷଣା   କରିପାରିବେ   । ଯଦି  କୌଣସି  ପରିସ୍ଥିତିରେ  ଅଗ୍ରୀମ  ନିୟମ  ହୋଇନାହିଁ   ତେବେ  CGST ଓ SGST ର  ସମସ୍ତ  ଦେୟ   ବ୍ୟବସ୍ଥା  ଆବେଦନକାରୀଙ୍କ  ଉପରେ   ଲାଗୁ  ହେବ  । (କେବଳ  ଅଗ୍ରୀମ  ନିୟମ  ବଳବତ୍ତର  ଥିବା  ସମୟଟିକୁ  ଛାଡିଦେଇ  କେବଳ  ଆବେଦନକାରୀଙ୍କୁ  ଶୁଣିସାରିଲା  ପରେ   ଅଗ୍ରୀମ  ନିୟମ  ନିଷ୍ପତ୍ତିକୁ  ବାତିଲ୍  ବୋଲି  ଘୋଷଣା  କରିହେବ   ।)

ଅଗ୍ରୀମ  ନିୟମ  ହାସଲ  କରିବା  ନିମିତ୍ତ  ଉପାୟ  ସବୁ  କ’ଣ    ?

ଉତ୍ତର       ଧାରା -୯୭ ଓ  ୯୮ ଅନ୍ତର୍ଗତ  ଅଗ୍ରୀମ ନିୟମ  ହାସଲର  ପ୍ରକ୍ରିୟାଗତ  ଉପାୟଗୁଡିକ  ହେଲା : ଧାରା   ୯୭ ହିସାବରେ  ହେଲା  ଆବେଦକ  ସ୍ଵେଚ୍ଛାକୃତ  ଭାବେ  ନିୟମକାରୀ  କର୍ତ୍ତୃପକ୍ଷଙ୍କ  ନିକଟରେ  ଫର୍ମ  ଓ  ତଥ୍ୟ  ସହ  ଆବେଦନ  କରିବେ   । ଆବେଦନର   ଫର୍ମ  ଓ  ବିସ୍ତାରିତ  ପ୍ରକ୍ରିୟାଗତ  ଉପାୟ  ସମୂହ  ମାନକ  ସାଧାରଣ   ବିକ୍ରିକର  ନିୟମାବଳୀରେ  ଉଲ୍ଲେଖ  ରହିଛି   ।

ଧାରା  ୯୮ରେ  ଅଗ୍ରୀମ  ନିୟମାବଳୀର  ପ୍ରକ୍ରିୟାଗତ   ଉପାୟଗୁଡିକ  ହେଲା  ନିୟମାବଳୀ  କର୍ତ୍ତୃପକ୍ଷ  ଆବେଦନକାରୀଙ୍କ   ଆବେଦନର   ନକଲ  ଆବେଦନକାରୀଙ୍କ  କ୍ଷେତ୍ରାଧିକାରୀଙ୍କୁ  ପଠାଇ  ଦିଆଯିବ   । କ୍ଷେତ୍ରାଧିକାରୀ  ସମସ୍ତ  ପ୍ରାସଙ୍ଗିକ  ରେକର୍ଡ  ନିମିତ୍ତ  ଆବେଦନକାରୀଙ୍କୁ  ନିର୍ଦ୍ଦେଶ   ଦେବେ    ।  ଅଗ୍ରୀମ  ନିୟମାବଳୀ  କର୍ତ୍ତୃପକ୍ଷ , ତତ୍ ପରେ   ସମସ୍ତ   ରେକର୍ଡକୁ  ଯାଞ୍ଚ   କଲାପରେ  ଆବେଦନକାରୀଙ୍କଠାରୁ  ଶୁଣିବା  ହେବେ   । ତା’ପରେ  AAR ଅଗ୍ରୀମ   ନିୟମର  ଗ୍ରହଣୀୟ  ବା  ଖାରଜ  ସମ୍ପର୍କରେ  ନିର୍ଦ୍ଦେଶ   ଦେବେ   ।

କେଉଁ  ପରିସ୍ଥିତିରେ  ଅଗ୍ରୀମ  ନିୟମାବଳୀ  ବାଧ୍ୟତାମୂଳକ   ଭାବେ   ଖାରଜ  ହେବ  ?

ଉତ୍ତର       ଧାରା  ୯୮(୨) ଅନୁଯାୟୀ   କିଛି  ନିର୍ଦ୍ଧିଷ୍ଟ  ପରିସ୍ଥିତିରେ   ଅଗ୍ରୀମ   ନିୟମ  ଖାରଜ   ହୋଇଥାଏ   । ସେ  ସବୁ   ନିମ୍ନରେ  ଦିଆଗଲା

(କ) ଯଦି  କୌଣସି  ସମୟରେ  ଜଣା ପଡେ  ଯେ , ଆବେଦନ  ସମ୍ପର୍କିତ  ନିଷ୍ପତ୍ତି  ପୂର୍ବରୁ  ପ୍ରଥମ  ଅପିଲ୍  ଅଧିକାରୀ , ଅପିଲ୍ ଟ୍ରିବ୍ୟୁନାଲ  ବା  ବିଚାରାଳୟରେ  ମହଜୁଦ୍  ଅଛି   ।

(ଖ)  ଯଦି  ଆବେଦନକାରୀଙ୍କ  କୌଣସି  ପ୍ରଶ୍ନ   ପୂର୍ବରୁ  କୌଣସି  ଅପିଲ୍  ଅଧିକାରୀଙ୍କ  ବା  ଅପିଲ୍  ଟ୍ରିବ୍ୟୁନାଲ୍  ବା  ବିଚାରାଳୟ   ଦ୍ଵାରା   ନିଷ୍ପତ୍ତି  ହୋଇଥିବା  ।

(ଗ) ଯଦି  କୌଣସି  ଆବେଦନକାରୀଙ୍କ  ପ୍ରଶ୍ନ   ଆଇନ୍  ଅନୁମୋଦିତ  କୌଣସି   ବିଚାରାଳୟରେ  ନିଷ୍ପତ୍ତି  ପାଇଁ  ଅପେକ୍ଷା  କରିଥିବ  ।

(ଘ) ଯଦି  ଆବେଦନକାରୀଙ୍କ   ତରଫରୁ  ଆଗ୍ରହ   କରାଯାଇଥିବା  ବିଷୟ  ଅନ୍ୟ  କୌଣସି  ଆବେଦନକାରୀଙ୍କ  କେସ୍ ସହ   ସମାନ  ହୋଇଥିବା ଓ  ନ୍ୟାୟ  ନିର୍ଣ୍ଣୟକାରୀ  ବା  ମୂଲ୍ୟ  ନିର୍ଣ୍ଣୟକାରୀଙ୍କ   ଦ୍ଵାରା   ନିଷ୍ପତ୍ତି  ନିର୍ଦ୍ଧାରିତ   ହୋଇଥିବ    ।

ଅଗ୍ରୀମ  ନିୟମ  କର୍ତ୍ତୃପକ୍ଷଙ୍କ  ଦ୍ଵାରା  ଗ୍ରହଣ  କରାଯାଇଥିବା   ଆବେଦନ  ପତ୍ରର  ପ୍ରକ୍ରିୟାଗତ  ବ୍ୟବସ୍ଥା  କ’ଣ   ?

ଉତ୍ତର      ଯଦି  ଆବେଦନପତ୍ରଟି  ଗ୍ରହଣ  କରାଯାଇଛି , ତେବେ  ଅଗ୍ରୀମ   ନିୟମ  କର୍ତ୍ତୃପକ୍ଷ  ଦରଖାସ୍ତ   ଗ୍ରହଣ   କରିବାର  ୯୦ ଦିନ   ମଧ୍ୟରେ   ନିୟମଟିକୁ   ଶୁଣାଇଦେବେ    । ନିୟମଟି  ଦେବା  ପୂର୍ବରୁ   ଆବେଦନ   ପତ୍ରଟିକୁ  ଯାଞ୍ଚ  କରିବେ  ଓ  ଯଦି  ଅଧିକ  କିଛି  ତଥ୍ୟ  ଓ  ପ୍ରମାଣପତ୍ର  ପ୍ରଦାନ  କରାଯାଇଥାଏ , ତେବେ  ଆବେଦକ  ବା  ସମ୍ପୃକ୍ତ   ବିଭାଗୀୟ  ଅଧିକାରୀଙ୍କ ତଥ୍ୟକୁ  ପରୀକ୍ଷା  କରିବେ    । କୌଣସି  ନିୟମ   ଦେବା  ପୂର୍ବରୁ  ଅଗ୍ରୀମ   ନିୟମ   କର୍ତ୍ତୃପକ୍ଷ   ବା  ତାଙ୍କଦ୍ଵାରା  ପ୍ରେରିତ   ବ୍ୟକ୍ତିବିଶେଷଙ୍କ  ମତ  ଓ  ବିଧି  ଶାସ୍ତ୍ର  ଅଧିକାରୀ  (CGST/SGST)ଙ୍କ  ମତ  ଶୁଣିବେ   ।

ଯଦି  ଅଗ୍ରୀମ  ନିୟମ   କର୍ତ୍ତୃପକ୍ଷ  ସଦସ୍ୟଙ୍କ  (AAR) ସମଧ୍ୟରେ  କୌଣସି  ବିଷୟରେ   ଭିନ୍ନ   ମତ  ପ୍ରକାଶ   ପାଇଲା, ତେବେ  କ’ଣ  ହେବ  ?

ଉତ୍ତର      ଯଦି  ଅଗ୍ରୀମ  ନିୟମ  କର୍ତ୍ତୃପକ୍ଷଙ୍କ  ମଧ୍ୟରେ  କୌଣସି   ବିନ୍ଦୁରେ  ଭିନ୍ନମତ   ପ୍ରକାଶ  ପାଏ , ତେବେ  ସେ  ବିନ୍ଦୁ  ବିଷୟଟି  ଅପିଲ୍  କର୍ତ୍ତୃପକ୍ଷଙ୍କ  (AAAR) ନିକଟରେ  ଶୁଣାଣୀ  ହେବ   । ଯଦି  ଅପିଲ୍  କର୍ତ୍ତୃପକ୍ଷ (AAAR) ମଧ୍ୟ  ସମାନ  ଧାରଣର   ଦ୍ଵନ୍ଦରେ  ରହିଲେ  ଓ  ବିବାଦଟିକୁ  ସମାଧାନ  କରିପାରିଲେ   ନାହିଁ , ତେବେ  ଧରିନିଆଯିବ  ଯେ , ସେ  ବିଷୟରେ  କୌଣସି  ଅଗ୍ରୀମ  ନିୟମ  ପ୍ରଦାନ   କରାଯାଇପାରିବ  ନାହିଁ   । କାରଣ  ବିଭିନ୍ନ  ସ୍ତରରେ  ଅପିଲ୍ କର୍ତ୍ତୃପକ୍ଷଙ୍କ  (AAAR) ନିକଟରେ   ମଧ୍ୟ  ଭିନ୍ନତା   ରହିଛି   ।

ଅଗ୍ରୀମ  ନିୟମ   କର୍ତ୍ତୃପକ୍ଷଙ୍କ  (AAR) ବିଷୟରେ  କେଉଁଠି  ଆବେଦନ  କରିବାର  ବ୍ୟବସ୍ଥା  ରହିଛି   ?

ଉତ୍ତର     ମାନକ  ବିକ୍ରିକର  ନିୟମାବଳୀର  ଧାରା  ୯୯ ଓ ୧୦୦  ଅନୁଯାୟୀ   ଅପିଲ୍  ଅଧିକାରୀ  (AAAR)ଙ୍କ  ନିକଟରେ  ଏ  ବିଷୟରେ  ଅପିଲ୍  ଗ୍ରହଣ   କରିବାର  ବ୍ୟବସ୍ଥା  ଅଛି  ।

ଯଦି   ଆବେଦକ  (AAR)ଙ୍କ   ନିଷ୍ପତ୍ତିରେ  କ୍ଷୁବ୍ଧ   ହୁଅନ୍ତି , ତେବେ  ସେ  ଅପିଲ୍  ଅଧିକାରୀଙ୍କ   ନିକଟରେ   ଆପତ୍ତି   କରିପାରିବେ   । ସମାନୁପାତିକ  ଭାବେ  ଯଦି  ବିଧିଶାସ୍ତ୍ର  ଅଧିକାରୀ  (CGST/SGST) (AAR) ଙ୍କ   ମତ  ସହ  ଏକମତ  ନୁହଁନ୍ତି , ତେବେ  ସେ  ମଧ୍ୟ  ଅପିଲ୍  ଅଧିକାରୀ (AAAR) ଙ୍କ   ନିକଟରେ   ଆପତ୍ତି  କରିପାରିବେ  । ପ୍ରଶାସନ  ଦ୍ଵାରା  ଦାୟିତ୍ଵ  ଦିଆଯାଇଥିବା   ବା  ନାମିତ  କରାଯାଇଥିବା   ଅଧିକାରୀଙ୍କୁ  ବିଧିଶାସ୍ତ୍ର  ଭାବେ  ଚିହ୍ନିତ  ହେବ  । ସାଧାରଣ   ପରିସ୍ଥିତିରେ   ଆବେଦକଙ୍କ   ଅଞ୍ଚଳର  ସମ୍ପୃକ୍ତ   କ୍ଷେତ୍ରାଧିକାରୀ  ହିଁ  ଅଧିକାରୀ  ଭାବେ  ଗଣାହେବେ   । ଏ  କ୍ଷେତ୍ରରେ  ସମ୍ପୃକ୍ତ   ଅଧିକାରୀ  ହିଁ  ବିଧିଶାସ୍ତ୍ର  (CGST/SGST ) ଅଧିକାରୀ   ।

ଅଗ୍ରୀମ  ନିୟମ   ପାଇବାର  ୩୦ଦିନ  ମଧ୍ୟରେ  ଯେକୌଣସି  ଆପତ୍ତି  ଦାଖଲ  କରିହେବ   । ଅପିଲ୍ ଟିକୁ  ନିର୍ଦ୍ଧାରିତ  ଫର୍ମ  ଓ  ନିର୍ଦ୍ଧିଷ୍ଟ  ଭାବେ  ଯାଞ୍ଚ  କରିବାକୁ  ପଡିବ   । ମାନକ  ସାଧାରଣ  ବିକ୍ରିକର  ନିୟମରେ  ବିହିତ   ହୋଇଅଛି   । ଅପିଲ୍ କର୍ତ୍ତୃପକ୍ଷ   ଉଭୟ  ପକ୍ଷଙ୍କ  ବୟାନ  ଶୁଣିସାରିବା   ପରେ  ୯୦ ଦିନ  ମଧ୍ୟରେ  ନିର୍ଦ୍ଦେଶ  ପାରିତ   କରାଇବେ  । ଅପିଲ୍ କୁ  ନେଇ  ଯଦି  ଅପିଲ୍  କର୍ତ୍ତୃପକ୍ଷ  (AAAR) ଭିନ୍ନ  ମତ  ରଖନ୍ତି , ତେବେ  ଏହା  ଧରି  ନିଆଯିବ ଯେ, କୌଣସି  ଅଗ୍ରୀମ   ନିୟମ   ଏ  ପରିପ୍ରେକ୍ଷୀରେ  ପାରିତ   ହୋଇନାହିଁ   ।

ଅଗ୍ରୀମ  ନିୟମ  ଅଧିକାରୀଙ୍କ  ନିୟମ  ବିରୁଦ୍ଧରେ  ହାଇକୋର୍ଟ  ବା ସୁପ୍ରିମକୋର୍ଟରେ ଉପସ୍ଥାପନ  କରିହେବ  କି ?

ଉତ୍ତର  CGST /SGST  ନିୟମରେ  କର୍ତ୍ତୃପକ୍ଷଙ୍କ  ବିରୋଧରେ  ଅଭିଯୋଗ   ବିଷୟରେ   ନିୟମରେ   ଉଲ୍ଲେଖ  ନାହିଁ  । ପରବର୍ତ୍ତୀ   ସମୟରେ  ଏ  ସମ୍ବନ୍ଧରେ  କୌଣସି  ଅପିଲ୍ ବା  ନୀତି  ପ୍ରସ୍ତୁତ  ହୋଇନାହିଁ   ଏବଂ  କୌଣସି  ବିଚାରାଳୟରେ  ଏହାକୁ  ଉପସ୍ଥାପନ  କରିହେବନାହିଁ   । କିନ୍ତୁ  ଉଚ୍ଚ  ନ୍ୟାୟାଳୟଦ୍ଵାରା  ପୁନଃ  ଆବେଦନ   କରିହେବ   ।

ଅଗ୍ରମା  ନିୟମ  କର୍ତ୍ତୃପକ୍ଷ  (AAR) ଓ (AAAR) ନିଷ୍ପତ୍ତି   ବଳୟରେ   ଦୃଶ୍ୟମାନ  ସଂଶୋଧନ   ଆବେଦନ   ତାରିଖର  ୬୦ ଦିନ   ମଧ୍ୟରେ   କରିପାରିବେ  ।

ଏହି  ଭୁଲ୍ ଟିକୁ  କର୍ତ୍ତୃପକ୍ଷ  ନିଜ  ନଥିରେ   ନଥିଭୁକ୍ତ   କରିବେ  । ବା  ଆବେଦକଙ୍କ   ଦୃଷ୍ଟିକୁ   ଆଣିବେ  ବ  ବିଧିଶାସ୍ତ୍ର   ଅଧିକାରୀ  (CGST / SGST)ଙ୍କୁ  ଜଣାଇବେ   । ଯଦି  ସଂଶୋଧନ  ଫଳରେ  କର  ହାର  କମ୍ ହେଇଛି  ବା  ଅର୍ନ୍ତଗ୍ରହିତ  (ITC) କର   ପରିମାଣ   କମ୍  ହେଉଛି , ତେବେ   ଆବେଦକଙ୍କୁ   ଏ  ବିଷୟରେ  ପାରିତ   ନିର୍ଦ୍ଦେଶର  ନିର୍ଦ୍ଧିଷ୍ଟ   ଶୁଣାଣୀ   କରାଯିବ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top