ହୋମ / ସମାଜ କଲ୍ୟାଣ / ଆର୍ଥିକ ସମ୍ପୃକ୍ତି / ଜିଏସଟି ଉପର ବାରମ୍ବାର ଉଠୁଥିବା ପ୍ରଶ୍ନ / ଜିଏସ୍ ଟି : ହସ୍ତଶିଳ୍ପ ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)
ସେଆର କରନ୍ତୁ

ଜିଏସ୍ ଟି : ହସ୍ତଶିଳ୍ପ ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

ଜିଏସ୍ ଟି : ହସ୍ତଶିଳ୍ପ ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) ର ସୂଚନା

ଜିଏସଟି  ଅବସ୍ଥାରେ  ଆମଦାନୀ  ଉପରେ  କରର କ’ଣ  ବ୍ୟବସ୍ଥା   ରହିଛି   ?

ଜିଏସଟି   ବ୍ୟବସ୍ଥାରେ   ସବୁ  ଆମଦାନୀକୁ  ଆନ୍ତଃରାଜ୍ୟ  ଯୋଗାଣ   ମାନ୍ୟତା  ଦିଆଯିବ   । ଆମଦାନୀ  ଉପରେ  ସୀମା  ଶୁଳ୍କକୁ  ଅନ୍ୟ  ଶୁଳ୍କ  ସହିତ  ଆଇଜିଏସଟି  ମଧ୍ୟ   ଲାଗିବ   । ଅନ୍ୟ  ପକ୍ଷରେ , ଆମଦାନୀକୃତ  ବସ୍ତୁ ଓ  ସେବା  ଉପରେ   ଦିଆଯାଇଥିବା   ଆଇଜିଏସଟିକୁ   ଆଇଟିସିର   ପୁରା  ଲାଭ   ମିଳିବ   ।

ଜିଏସଟି  ବ୍ୟବସ୍ଥାରେ  ରପ୍ତାନୀ  ପାଇଁ  କ’ଣ  ବ୍ୟବସ୍ଥା  ରହିଛି  ?

ସବୁ  ରପ୍ତାନୀକୁ  ଆନ୍ତଃରାଜ୍ୟ  ସପ୍ଲାଏ  ମାନ୍ୟତା  ଦିଆଯିବ   । ବସ୍ତୁ  ଓ  ସେବାର   ସପ୍ଲାଏକୁ   ଜିରୋ  ରେଟେଡ  ସପ୍ଲାଏ   ରୂପେ  ବିବେଚନା   କରାଯିବ   । ରପ୍ତାନୀକାରୀ   ବ୍ରାଣ୍ଡ/ବଚନପତ୍ର , ଆଧାରରେ  ବିନା   କର  ପୈଠ   କରି  ରପ୍ତାନୀ   କର  ଆଇଟିସିକୁ   ରିଫଣ୍ଡରେ  ନେଇପାରିବେ   ବା  ଏହାକୁ   ରପ୍ତାନୀ   ସମୟରେ  ଆଇଟିସି  ବା  ନଗଦ  ମାଧ୍ୟମରେ  ଆଇଜିଏସଟି  ପୈଠ  କରି  ଦିଆଯାଇଥିବା  ଆଇଜିଏସଟିର  ରିଫଣ୍ଡ   ପାଇଁ  ଦାବି  କରିପାରିବେ   ।

ଆଇଜିଏସଟି   ପୈଠ  କରିବା  ପାଇଁ   କ’ଣ  ପ୍ରକ୍ରିୟା   ରହିଛି  ?

ଆଇଜିଏସଟି  ପୈଠ  ଉପଲବ୍ଧ  ସୀମା  ପର୍ଯ୍ୟନ୍ତ  ଆଇଟିସିର  ଉପଯୋଗ  ଏବଂ  ଶେଷ  ନଗଦ  ଦ୍ଵାରା  କରାଯାଇପାରିବ  । ଆଇଜିଏସଟିର  ଆଇଟିସିରେ  ପୈଠର  କ୍ରମ   ନିମ୍ନରେ   ଦିଆଗଲା  ।

  • ଆଇଜିଏସଟି  ପୈଠ  ପାଇଁ   ସର୍ବପ୍ରଥମେ  ଆଇଜିଏସଟିକୁ   ଉପଯୋଗ   କରାଯିବ   ।
  • ଆଇଜିଏସଟିକୁ  ଆଇଟିସି  ସମାପ୍ତ   ହେବା  ପରେ   ସିଜିଏସଟିର  ଆଇଟିସି  ଉପଯୋଗ  କରାଯାଇପାରିବ  ।
  • ଆଇଜିଏସଟି ଓ  ସିଜିଏସଟି  ଦୁଇଟିର   ଆଇଟିସି   ଉପଯୋଗ   କରାଯାଇପାରିବ   ।
  • ବାକି  ଆଇଜିଏସଟିର  ନଗଦ  ଆକାରରେ  ପୈଠ  କରିବାକୁ   ହେବ   । ଜିଏସଟି  ସିଷ୍ଟମ  ଆଜିଏସଟି  ପୈଠ   କରିବା  ଦ୍ଵାରା   କ୍ରେଡିଟର  ଲାଭ  ନେବା   ଏହା  କ୍ରମ   ସୁନିଶ୍ଚିତ   କରିବା   ।
  • ଅନ୍ୟପକ୍ଷରେ  ଆମଦାନୀ  ପରେ   ଆଇଜିଏସଟିକୁ   କେବଳ  ନଗଦ   କ୍ଷେତ୍ରରେ   ପୈଠ  କରିବାକୁ   ହେବ  ।

ଜିଏସଟି  ବ୍ୟବସ୍ଥାରେ  ରପ୍ତାନୀକାରୀଙ୍କ  ପାଇଁ  କର  ରିଫଣ୍ଡ  ସମ୍ବନ୍ଧିତ   କ’ଣ  ବ୍ୟବସ୍ଥା  ରହିଛି  ?

ରିଫଣ୍ଡ  ବ୍ୟବସ୍ଥା   ଜିଏସଟି   ଅଧିନିୟମ  ୨୦୧୭ର  ଧାରା  ୫୪ ରେ  ଦିଆଯାଇଛି   । ଏହି  ଉଦ୍ଦେଶ୍ୟରେ  ଜିରୋ  ରେଟେଡ  ବସ୍ତୁ  ବା   ସେବାକୁ  ସପ୍ଲାଏ  କରିବା   ପାଇଁ  ପ୍ରଯୁଜ୍ୟ  ଇନପୁଟ ବା  ଇନପୁଟ  ସେବା   ବା  ଡ଼ିମଡ଼  ରପ୍ତାନୀର  ମାନ୍ୟତାପ୍ରାପ୍ତ  ମାଲ୍  ସପ୍ଲାଏ  ଉପରେ   କର  ରିଫଣ୍ଡ  ବା  ଉପଯୁକ୍ତ   ଇନପୁଟ   ଟ୍ୟାକ୍ସ  କ୍ରେଡିଟର   ରିଫଣ୍ଡ   ଉପଲବ୍ଧ   ହେବ  ।ଏପ୍ରକାର  ବ୍ୟବସ୍ଥା  ଆଇଜିଏସଟିର  ଅଧିନିୟମ , ୨୦୧୭ ସମ୍ବନ୍ଧିତ  ଏସଜିଏସଟି/ୟୁତିଜିଏସଟି   ଅଧିନିୟମ  ଅନ୍ତର୍ଗତ  ଅଟେ   ।

ରପ୍ତାନୀକାରୀମାନେ   ଅନୁପଯୁକ୍ତ   ଇନପୁଟ   ଟ୍ୟାକ୍ସ   କ୍ରେଡିଟର  ରିଫଣ୍ଡ   ନେଇପାରିବେ  କି ?

ଆଜ୍ଞା ହଁ  । ସିଜିଏସଟି   ଅଧିନିୟମ  ୨୦୧୭ ଧାରା  ୫୪(୩) ରେ  ଇନପୁଟ  ଓ  ଇନପୁଟ  ସେବାକୁ  ଅନୁପଯୁକ୍ତ  ଇନପୁଟ   ଟ୍ୟାକ୍ସ  କ୍ରେଡିଟର  ରିଫଣ୍ଡ  କର  ଅବଧି  ସମସ୍ତ  ହେବା   ଉପରେ   ବ୍ୟବସ୍ଥା   ରହିଛି   ଯେହେତୁ   ଏହାକୁ  ପରେ  ବାଦ୍  ଦିଆଯାଇଛି   ।

  • ଯଦି  ଭାରତ   ବାହାରେ  ରପ୍ତାନୀ  କରାଯାଉଥିବା  ବସ୍ତୁ  ଉପରେ   ରପ୍ତାନୀ  ଶୁଳ୍କ  ଲାଗୁ  ହେଉଥିବ ବା
  • ଯଦି  ରପ୍ତାନୀକାରୀ  ଏପରି  ରପ୍ତାନି  ଉପରେ  ପୈଠ   କରିଥିବା  ସିଜିଏସଟିକୁ  ଡ୍ରବ୍ୟାକ  ବା  ଆଇଜିଏସଟିରେ  ରିଫଣ୍ଡ  ପ୍ରତିଶ୍ରୁତି  ପ୍ରଦାନ  କରିଥାନ୍ତି   ।

ରପ୍ତାନୀକାରୀଙ୍କ  ପାଇଁ  ରିଫଣ୍ଡ  ଦାବି  ନିମନ୍ତେ  କ’ଣ   ପ୍ରକ୍ରିୟା   ରହିଛି  ?

ରିଫଣ୍ଡ  ପାଇଁ   କମନ୍  ପୋର୍ଟାଲ  ମାଧ୍ୟମରେ  ଆବଶ୍ୟକୀୟ   ନଥିପତ୍ର  ସହିତ  ନିର୍ଦ୍ଧାରିତ  ଫର୍ମରେ  ଇଲେକ୍ଟ୍ରୋନିକ  ଆବେଦନ   କରିବାକୁ   ହେବ   । ଆବେଦନକୁ  ସିଧା କିମ୍ବା  ଆୟୁକ୍ତଙ୍କ  ଦ୍ଵାରା  ଅଧିସୂଚିତ  ସୁବିଧା  କେନ୍ଦ୍ର  ମାଧ୍ୟମରେ  ପ୍ରଦାନ  କରାଯାଇପାରେ    । ରିଫଣ୍ଡର   ଅର୍ଥ  ପଞ୍ଜୀକରଣ  ବିବରଣୀରେ  ଦେଖିବାକୁ  ହେବ  ଓ  ରିଫଣ୍ଡ  ପାଇଁ   ଆବେଦନଙ୍କ  ଦ୍ଵାରା  ନିର୍ଦ୍ଧିଷ୍ଟ  କୌଣସି  ବ୍ୟାଙ୍କ  ଖାତାରେ   ଇଲେକ୍ଟ୍ରୋନିକ  ମାଧ୍ୟମରେ   ଜମା  ହୋଇଯିବ   । ସମ୍ପୂର୍ଣ୍ଣ  ସୂଚନା  ପାଇଁ   ରିଫଣ୍ଡ   ସମ୍ବନ୍ଧୀୟ   ସିଜିଏସଟି   ନିୟମ  ୨୦୧୭ ର  ଅଧ୍ୟାୟ  ୧୦କୁ  ପଢନ୍ତୁ   ।

ଆଇଜିଏସଟି   ରିଫଣ୍ଡ   ପାଇଁ  ସୀମା  ଶୁଳ୍କ   ବିଭାଗରେ   ପ୍ରସ୍ତୁତ  ସିପିଂ  ବିଲ୍ କୁ   ରିଫଣ୍ଡର  ଆବେଦନ   ଭାବେ  ବିବେଚନା   କରାଯିବ   । ଯଦି  ରପ୍ତାନୀକାରୀ  ଫର୍ମ  ଜିଏସଟି ୩/୩ଟି  ରେ  ବୈଧ ରିଟର୍ଣ୍ଣ  ପ୍ରଦାନ  କରିଥିବେ  ଓ ରପ୍ତାନୀ  ଉଦ୍ଦେଶ୍ୟରେ  ବସ୍ତୁର  ପରିବହନ  କୁ ପ୍ରଭାରୀଙ୍କ  ଜରିଆରେ   ରପ୍ତାନୀର   ଘୋଷଣା/ ରିପୋର୍ଟ  ପ୍ରସ୍ତୁତ   କରିଥିବେ  ତେବେ  ସେ  ଏହା   କରିପାରିବେ   । ରପ୍ତାନୀକାରୀ  ଫର୍ମ  ଜିଏସଟିଆର-୩ ବା  ଫର୍ମ   ଜିଏସଟିଆର – ୩ବି ର   ବୈଧ   ରିଟର୍ଣ୍ଣ   ପ୍ରସ୍ତୁତ   କରିବାର  ସୂଚନାକୁ   କମନ୍  ପୋର୍ଟାଲରେ  ଆସିବ  ଯେଉଁଥିରେ   ପୋର୍ଟର   ସୀମା  ଶୁଳ୍କ  ଅଧିକାରୀ   ରିଫଣ୍ଡ   ଦାବି   ପ୍ରକ୍ରିୟାକୁ   ସମ୍ପୂର୍ଣ୍ଣ   କରିବେ  ଓ  ପ୍ରତ୍ୟକ   ସିପିଂ   ବିଲ୍  ପାଇଁ   ପୈଠ   କରାଯାଇଥିବା   କର  ଅନୁରୂପ   ଅର୍ଥ   ରପ୍ତାନୀକାରୀଙ୍କ   ବ୍ୟାଙ୍କ  ଖାତାରେ  ଇଲେକ୍ଟ୍ରୋନିକ  ମାଧ୍ୟମରେ   ଜମା   କରିଦେବେ   ।

ରିଫଣ୍ଡ   ଦେବା  ପାଇଁ  କ’ଣ   ସମୟ  ସୀମା  ରହିଛି   ?

ସମସ୍ତ  ଦୃଷ୍ଟିକୋଣରୁ  ପୂରଣ   ହୋଇଥିବା  ଆବେଦନ  ମିଳିବାର  ତାରିଖ  ଠାରୁ  ୬୦ ଦିନ  ମଧ୍ୟରେ  ରିଫଣ୍ଡ   ଯୋଗ୍ୟ  ରାଶିକୁ  ସ୍ଵୀକୃତି  ଦିଆଯିବ  । ଅନ୍ୟପକ୍ଷରେ  ରପ୍ତାନୀକାରୀଙ୍କୁ  ସୁବିଧା  ପ୍ରଦାନ  ପାଇଁ  ଏକ  ଉପାୟ  ରୂପେ  କିଛି  ଅଧିସୂଚିତ  ଶ୍ରେଣୀକୁ  ଛାଡି  ରିଫଣ୍ଡର  ୯୦ ପ୍ରତିଶତ  ଅର୍ଥକୁ  ପ୍ରାପ୍ତ   ତାରିଖ  ଠାରୁ  ୭ ଦିନ  ମଧ୍ୟରେ  ପ୍ରଦାନ  କରାଯିବ   ।

କ’ଣ  ରପ୍ତାନୀକାରୀଙ୍କ  ଉପରେ   ଅନଜଷ୍ଟ, ଅନରିଚମେଣ୍ଟ  ସିଦ୍ଧାନ୍ତ   ଲାଗୁ  ହେବ କି ?

ବସ୍ତୁ  ବା  ସେବା  ରପ୍ତାନୀକାରୀଙ୍କ  ଉପରେ   ଅନଜଷ୍ଟ , ଅନରିଚମେଣ୍ଟର  ସିଦ୍ଧାନ୍ତ   ଲାଗୁ  ହେବ  ନାହିଁ   ।କାରଣ   ବସ୍ତୁ  ପ୍ରାପ୍ତକର୍ତ୍ତା  କରଦେୟ  କ୍ଷେତ୍ର  ଠାରୁ   ବାହାର   ସ୍ଥିତିରେ   ଅଛନ୍ତି   ।

ଭାଟ୍ / ସିଏସଟି  ବ୍ୟବସ୍ଥାରେ  ମର୍ଚ୍ଚାଣ୍ଟ  ରପ୍ତାନୀକାରୀ   ଏକ   ଘୋଷଣାପତ୍ର   ପ୍ରସ୍ତୁତ   କରି  ପୈଠ  ବିନା   ବସ୍ତୁ  କ୍ରୟ  କରିପାରୁଥିଲେ  । କ’ଣ  ଜିଏସଟିରେ  ଏହି  ବ୍ୟବସ୍ଥା  ଚାଲୁ  ରହିବ  କି ?

ଆଜ୍ଞା ନା ।  ଜିଏସଟିରେ  ଏଭଳି   କୌଣସି   ବ୍ୟବସ୍ଥା  ନାହିଁ   । ଇନୱାର୍ଡ  ସପ୍ଲାଏ  ଉପରେ   କର  ଦେବାକୁ   ହେବ  ଓ  ସେମାନେ  ସଂଚିତ  ଆଇଟିସି   ରିଫଣ୍ଡର ଦାବି   କରିପାରିବେ   ।

କ’ଣ   କରଦେୟ   ବ୍ୟକ୍ତିଙ୍କ   ଦ୍ଵାରା  ଜବ୍  ୱାର୍କରଙ୍କୁ   ପଠାଯାଉଥିବା  ମାଲ୍ ର   ସପ୍ଲାଏ   ଭାବରେ   ବିବେଚନା   କରାଯିବ  ଓ  ତଦନୁସାରେ  ଏହା  ଉପରେ   ସିଜିଏସଟି   ଲାଗୁ   ହେବ କି  ?

ଆଜ୍ଞା  ନୁହେଁ  । କୌଣସି  ପଞ୍ଜିକୃତ  ବ୍ୟକ୍ତିଙ୍କ  ଦ୍ଵାରା  ଜବ୍  ୱାର୍କରଙ୍କୁ  ପଠାଯାଉଥିବା   ବସ୍ତୁର  ସପ୍ଲାଏ  ମାନ୍ୟତା   ଦିଆଯିବ   ନାହିଁ   କାରଣ  ଟାଇଟେଲ୍ ର  ପରିବର୍ତ୍ତନ   ହୁଏ  ନାହିଁ  ଓ  ବସ୍ତୁର   ପ୍ରତିଫଳ   ମିଳେ  ନାହିଁ   । ସିଜିଏସଟି   ଅଧିନିୟମ  ୨୦୧୭ର  ଧାରା  ୧୪୩  ଅନ୍ତର୍ଗତ   ପଞ୍ଜିକୃତ  କରଦେୟ   ବ୍ୟକ୍ତି  ଜିଏସଟି  ପୈଠ  କରିବା  ବିନା  ନିର୍ଦ୍ଧାରିତ  କରିବା  ପ୍ରକ୍ରିୟା  ପୂରଣ  କରି  କୌଣସି  ଇନପୁଟ  ବା  ପୁଞ୍ଜିଗତ ବସ୍ତୁ  ଜବ୍  ୱାର୍କ  ପାଇଁ   କୌଣସି  ଜବ୍  ୱାର୍କରଙ୍କୁ  ପଠାଇ   ପାରିବେ  ଏବଂ  ପ୍ରିନସପଲ୍  ବା  ସେହିଭଳି   ବ୍ୟକ୍ତିଙ୍କୁ :

କ. ଜବ୍  ୱାର୍କ  ସମ୍ପୂର୍ଣ୍ଣ  ହେବା  ପରେ  ବା  ନିର୍ଦ୍ଧାରିତ   ଅବଧି  ପରେ   ଅର୍ଥାତ୍  ଇନପୁଟ  ପାଇଁ   ଏକ  ବର୍ଷ  ଆଉ   ପୁଞ୍ଜିଗତ  ମାଲ୍  ପାଇଁ   ତିନି  ବର୍ଷ   ଅବଧିରେ   ଇନପୁଟ   ବା  ପୁଞ୍ଜିଗତ   ମାଲ୍  ଫେରସ୍ତ  ନେଇପାରିବେ  ବା

ଖ. ଏପରି   ନିର୍ଦ୍ଧାରିତ  ଅବଧିରେ  ଏପରି  ଇନପୁଟ  ବା  ପୁଞ୍ଜିଗତ  ବସ୍ତୁ   ଉପରେ  କର  ପୈଠ   କରି  ଭାରତ  ମଧ୍ୟରେ  ସପ୍ଲାଏ  କରାଯାଇପାରିବ   ଯାହାକୁ  କର  ପୈଠ  କରି  ବା  ବିନା  କରପୈଠରେ   ରପ୍ତାନୀ  ପାଇଁ   ସପ୍ଲାଏ  ଯାହା   ପ୍ରଯୁଜ୍ୟ   ସେହି   ଅନୁସାରେ   କରାଯିବ   ।

ଯଦି  ବସ୍ତୁ  ବା  ପୁଞ୍ଜିଗତ   ବସ୍ତୁ  ଜେଭଳି  ସ୍ଥିତିରେ  ଥାଉ ନା  କାହିଁକି  ଉପରେ   ଧାର୍ଯ୍ୟ  ହୋଇଥିବା  ନିର୍ଦ୍ଧିଷ୍ଟ  ଅବଧିରେ  ପ୍ରିନସପଲ୍ କୁ   ଫେରସ୍ତ   କରାନଯାଇଥିଲେ   ଏଥିରେ  ଜବ୍  ୱାର୍କରଙ୍କୁ  ପଠାଇବା   ତାରିଖରେ   ପ୍ରିନସପୁଲ୍  ଦ୍ଵାରା   ଜବ୍  ୱାର୍କରଙ୍କୁ  ସପ୍ଲାଏ  ମାନ୍ୟତା   ମିଳିବ  ଓ  ତଦନୁସାରେ  ଏଭଳି  ସପ୍ଲାଏ  ଉପରେ   ପ୍ରିନସପଲ୍ କୁ   କର  ପୈଠ   କରିବେ   ।

କ’ଣ   ଜେନ   ଜବ୍ ୱାର୍କରଙ୍କ   ପାଇଁ   ପଞ୍ଜୀକରଣ   କରିବା  ଆବଶ୍ୟକ  ଅଟେ  କି  ?

ଜବ୍ ୱାର୍କ  ଏକ  ସେବା   ଅଟେ   ଏଥିପାଇଁ  ଏହାକୁ  ଏକ  ସପ୍ଲାଏ  ମାନ୍ୟତା  ଦିଆଯିବ   ଓ  ଜବ ୱାର୍କର   ପାଇଁ   ପଞ୍ଜିକରଣ   ଆବଶ୍ୟକତା   ପଡିବ  ଯଦି  ତାଙ୍କର   ମୋଟ   କାରବାର  ନିର୍ଦ୍ଧାରିତ  ସୀମା  ୨୦ ଲକ୍ଷ  ଟଙ୍କା  ବା  ୧୦ ଲକ୍ଷ  ଟଙ୍କା   ଯାହା  ଲାଗୁ   ହୋଇଥିବା   ଠାରୁ   ଅଧିକ   ହୋଇଥିବ   ।

କ’ଣ  ଜିଏସଟି   ବ୍ୟବସ୍ଥାରେ  ଇପିସିଜି , ଆଡଭାନ୍ସ  ଲାଇସେନ୍ସ   ଭଳି  ଛାଡ   ଯୋଜନା   ଅବଧିରେ   ଆମଦାନୀରେ  ସବୁ  ସୀମା   ଶୁଳ୍କ   ଠାରୁ   ମୁକ୍ତ   ରଖାଯାଇପାରିବ କି ?

ନା, କେବଳ  ମୂଳ  ସୀମା  ଶୁଳ୍କରୁ  ଛଡ  ଉପଲବ୍ଧ   ହେବ   । ଏଭଳି   ଆମଦାନୀ  ଉପରେ   ଆଇଜିଏସଟି   ଦେବାକୁ   ହେବ  । ଅନ୍ୟପକ୍ଷରେ,  ଆମଦାନୀକାରୀ   ଦିଆଯାଇଥିବା  ଆଇଜିଏସଟିର  ଆଇଟିସିକୁ   ନେଇପାରିବେ ଓ ସିଜିଏସଟି   ଅଧିନିୟମ   ୨୦୧୭  ଏବଂ   ଏହା  ଅଧୀନରେ   ଥିବା   ନିୟମ   ବ୍ୟବସ୍ଥା   ଅନୁସାରେ  ଏହାର  ଉପଯୋଗ   କରିପାରିବେ  ବା  ରିଫଣ୍ଡ  ଦାବି   କରିପାରିବେ   ।

କ’ଣ   ରପ୍ତାନୀକାରୀମାନେ  ପ୍ରଚଳିତ   ପ୍ରୋତ୍ସାହନପ୍ରାପ୍ତ   ଡ୍ୟୁଟି   ସ୍କ୍ରିପଟି  ଯେପରି   ଏମଇଆଇଏସ, ଏସଇଆଇଏସ  ଇତ୍ୟାଦିର  ଉପଯୋଗ   ଆମଦାନୀ   ସମୟରେ  ସବୁ   ଶୁଳ୍କ  ପୈଠ   ପାଇଁ   କରାଯାଇ   ପାରିବ  କି ?

ନା, ଏହି  ସ୍କ୍ରିପଟି  କେବଳ  ସୀମା  ଶୁଳ୍କର  ପୈଠ  କରିବା  ପାଇଁ  ଉପଯୋଗ  କରାଯାଇପାରିବ  । ଏହି  ସ୍କ୍ରିପଟିରେ  ଆଇଜିଏସଟିର  ପୈଠ   କରିପାରିବେ  ନାହିଁ   ।

କ’ଣ  ଇନପୁଟ  ଟ୍ୟାକ୍ସ  କ୍ରେଡିଟରେ  ନିଆଯାଉଥିବା  ହସ୍ତଶିଳ୍ପ  ରପ୍ତାନୀକାରୀଙ୍କୁ  ପୂର୍ବପରି   ସେନ୍ ଭାଟ   କ୍ରେଡିଟ   ନନେଉଥିବା   ପ୍ରକାରେ  ଡ୍ରବ୍ୟାକ୍ କୁ   ଉଚ୍ଚ   ଦରରେ   ଲାଭ  ମିଳିବ  କି ?

ନା ।  ଜିଏସଟି  ବ୍ୟବସ୍ଥାରେ   ଆଇଟିସି  ନ  ନେଉଥିବା   ରପ୍ତାନୀକାରୀଙ୍କୁ  ଡ୍ରବ୍ୟାକ୍ତ   ଦରରେ   କୌଣସି   ଅନ୍ତର   ରହିବ  ନାହିଁ   । ଜିଏସଟି  ବ୍ୟବସ୍ଥାରେ   ଡ୍ରବ୍ୟାକ  ନିମ୍ନ  ଦରରେ   ମିଳିବ  ଯାହାର   ନିର୍ଦ୍ଧାରଣ  ରପ୍ତାନୀ   ବସ୍ତୁ   ନିର୍ମାଣ   ପାଇଁ   ଆମଦାନୀକୃତ  ସାମଗ୍ରୀ   ଉପରେ   ପୈଠ  କରାଯାଇଥିବା   ସୀମା   ଶୁଳ୍କ  ଆଧାରରେ   ହେବ   । ଅନ୍ୟପକ୍ଷରେ  ରପ୍ତାନୀକୁ   ପ୍ରୋତ୍ସାହନ  ଦେବା   ପାଇଁ   ଜୁଲାଇ  ରୁ  ସେପ୍ଟେମ୍ବର  ୨୦୧୭  ତିନି ମାସ  ବର୍ଦ୍ଧିତ  ଅବଧି  ନିମନ୍ତେ  ଉଚ୍ଚ  କମ୍ପୋଜିଟ ଦରରେ  ଡ୍ରବ୍ୟାକ  ଦେବା  ଜାରି  ରହିବ , ଯେଉଁଥିରେ  ଏହା  ସର୍ତ୍ତ  ରହିବ  ସିଜିଏସଟି /ଆଇଜିଏସଟିକୁ   ଇନପୁଟ  ଟ୍ୟାକ୍ସ କ୍ରେଡିଟର   ଦାବି  କରାଯାଇ  ନାହିଁ  ବା  ରପ୍ତାନୀ   ବସ୍ତୁ   ଉପରେ   ଦିଆଯାଇଥିବା   ଆଇଜିଏସଟିର  ରିଫଣ୍ଡର  ଦାବି   କରାଯାଇନାହିଁ  ଓ  ସେନ୍ ଭାଟ୍  କ୍ରେଡିଟ  ଅଗ୍ରସାରିତ  କରାଯାଇ  ନାହିଁ   ।

କ’ଣ  ସ୍କ୍ରିପସର   ବିକ୍ରିରୁ  ପ୍ରାପ୍ତ   ପ୍ରତିଫଳ   ଉପରେ   ଜିଏସଟି   ଦେବାକୁ  ହେବ  ?

ହଁ, ସ୍କ୍ରିପସ  ବସ୍ତୁ   ଅଟେ  ଓ  ସ୍କ୍ରିପସର  ବିକ୍ରିକୁ   ବସ୍ତୁର  ସପ୍ଲାଏ   ବିବେଚନା  କରାଯିବ  ଏଥିପାଇଁ  ଲାଗୁ  ଦରରୁ  ଜିଏସଟିର  ପୈଠ  କରିବାକୁ  ହେବ   ।

କ’ଣ   କେବଳ  ପଦର୍ଶନୀ  ପାଇଁ  ପ୍ରସ୍ତୁତ  ବସ୍ତୁ , ଯାହା   ବିକ୍ରୟ  ପାଇଁ  ତିଆରି   କରାଯାଇ  ନାହିଁ , ଏହାକୁ  ପଦର୍ଶନୀ  କିମ୍ବା   ବ୍ୟବସାୟିକ  ମେଳା  ପାଇଁ  ବିଦେଶ  ନିଆଯିବ  ଏବଂ  ଭାରତକୁ  ଫେରସ୍ତ  ଆଣିବା  ଉପରେ  ଜିଏସଟି  ଦେବାକୁ  ହେବ କି ?

ଏଭଳି  ମାମଲାରେ  ଜିଏସଟି  ଲାଗିବା  ନାହିଁ  । ରପ୍ତାନୀକର୍ତ୍ତାଙ୍କୁ  ପ୍ରଦର୍ଶନୀରେ  ଭାଗ   ନେବାର  ପତ୍ର   ପ୍ରସ୍ତୁତ   କରିବାକୁ   ହେବ  ଏବଂ  ବିନିମୟ  ନିୟନ୍ତ୍ରଣର  ଆବଶ୍ୟକତା   ଉଦ୍ଦେଶ୍ୟ   ସମ୍ବନ୍ଧିତ   ବ୍ୟାଙ୍କରୁ  ଏହି   ପତ୍ର  ପ୍ରସ୍ତୁତ  କରିବାକୁ  ହେବ   ଏଥିରେ   ବିଦେଶ   ମୁଦ୍ରାର   ଅଉନସି   କାରବାର  ନାହିଁ   । ଆଉଥରେ  ଆମଦାନୀ  କରିବା   ସମୟରେ   ରପ୍ତାନୀକୃତ   ବସ୍ତୁ   ସହିତ   ଆମଦାନୀ   ବସ୍ତୁର  ପରିଚୟ  ପ୍ରମାଣ  ଦେବାକୁ   ହେବ  ଯାହାଦ୍ଵାରା   ସୀମା  ଶୁଳ୍କର  ବ୍ୟବସ୍ଥା   ଅନୁସାରେ   ଆମଦାନୀ  ଶୁଳ୍କର   ଛାଡ  ମିଳିବ   । ସୀମା  ଶୁଳ୍କର   ଛାଡ  ଆଧାରରେ  ଆଉଥରେ  ଆମଦାନୀ   ସମୟରେ  ଆଇଜିଏସଟିର  ଛାଡ   ଦେବାକୁ   ହେବ   ।

କ’ଣ  ଅପଞ୍ଜିକୃତ   ବ୍ୟକ୍ତିଙ୍କ   ଦ୍ଵାରା  ବସ୍ତୁ   କ୍ରୟ  କରିବା   ଉପରେ  ରପ୍ତାନୀକାରୀଙ୍କୁ  ଜିଏସଟି  ଦେବାକୁ  ହେବ  ?

କୌଣସି   ଅପଞ୍ଜିକୃତ   ବ୍ୟକ୍ତିଙ୍କ  ଦ୍ଵାରା  କରାଯାଇଥିବା  ସପ୍ଲାଏ  ଉପରେ  ପଞ୍ଜିକୃତ  ବ୍ୟକ୍ତି , ଅର୍ଥାତ୍, ରପ୍ତାନୀକାରୀଙ୍କୁ  ଗୋଟିଏ  ଦିନରେ  ପାଞ୍ଚ   ହଜାର   ଟଙ୍କାରୁ   ଅଧିକ   କ୍ରୟ  ଉପରେ   ରିଭର୍ସ  ଚାର୍ଜ  ଅଧୀନରେ   ଜିଏସଟି  ଦେବାକୁ  ହେବ  । ଅନ୍ୟ ପକ୍ଷରେ , ରପ୍ତାନୀକାରୀ, ପୈଠ  କରାଯାଇଥିବା  ଏଭଳି   ଜିଏସଟିର  ଆଇଟିସିର  ଲାଭ  ଉଠାଇ   ପାରିବେ   ଏବଂ   ସେହି   ଆଇଟିସିର  ଉପଯୋଗ  କରିପାରିବେ  କିମ୍ବା   ଏହାର  ରିଫଣ୍ଡର  ଦାବି  କରିପାରିବେ   ।

ପୁରୁଣା   ଆଇନ  ଅନୁସାରେ   ଯଦି  କୌଣସି   ରପ୍ତାନୀକାରୀ  ପଞ୍ଜିକୃତ   ନହୁଅନ୍ତି  ତେବେ   କ’ଣ  ଜିଏସଟିର  ଧାର୍ଯ୍ୟ   ତିଥି   ଉପରେ  ଏହାର  ଷ୍ଟକ୍ ରେ   ରଖାଯାଇଥିବା   ଇନପୁଟ   କିମ୍ବା  ଅଧା  ପ୍ରସ୍ତୁତ/ ପ୍ରସ୍ତୁତ ବସ୍ତୁରେ   ନିହିତ  ଇନପୁଟ  ଉପରେ   ଡ୍ୟୁଟିର  କ୍ରେଡିଟ  ଉପଲବ୍ଧ   ହେବ  ?

ହଁ, ନିଃସନ୍ଦେହ   ରପ୍ତାନୀକାରୀ  ପୁରୁଣା  ଆଇନ  ଅନୁସାରେ  ପଞ୍ଜିକୃତ   ହେବା  ପାଇଁ   ଉତ୍ତରଦାୟୀ  ନଥିଲେ   ।

ଆଧାର – କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ ଓ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ

3.03448275862
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top