ସେଆର କରନ୍ତୁ

ଟିକସ ମୂଲ୍ୟାୟନ ଓ ହିସାବ ଯାଞ୍ଚ

ଟିକସ ମୂଲ୍ୟାୟନ ଓ ହିସାବ ଯାଞ୍ଚ ର ସୂଚନା

ଆଇନାନୁଯାୟୀ ଦେୟଯୋଗ୍ୟ ଟିକସ ମୂଲ୍ୟାୟନ ପାଇଁ କେଉଁ ବ୍ୟକ୍ତିଙ୍କ ଦାୟିତ୍ଵ ରହିଛି ?

ଆଇନାନୁଯାୟୀ  ପଞ୍ଜୀକୃତ  ପ୍ରତ୍ୟକ  ବ୍ୟକ୍ତି  ଟିକସ   ପ୍ରଦାନ  ସମୟକାଳ  ପାଇଁ  ତାଙ୍କ  ଦେୟ  ଯୋଗ୍ୟ  ଟିକସର   ମୂଲ୍ୟାୟନ  ବା  ଆକଳନ  ନିଜେ  କରିବେ   । ଟିକସ  ଆକଳନ   ପରେ  ଅନୁଚ୍ଛେଦ -୨୭ ବଳରେ  ସେ  ଋଟର୍ଣ୍ଣ  ପାଇଁ  ଫାଇଲ   କରିବେ  ।

ଗ୍ରହୀତାଙ୍କ   ଦ୍ଵାରା  ଫେରସ୍ତ  ଦ୍ରବ୍ୟରେ  ଲାଗୁ  ପ୍ରକ୍ରିୟା  ଟିକସ  ନେଇ  MGLରେ  କୌଣସି  ବ୍ୟବସ୍ଥା  ଅଛି  କି ?

ହଁ, IMGLର  ଅନୁଚ୍ଛେଦ – ୪୪ର  ସ୍ପଷ୍ଟିକରଣରେ  ଏଭଳି  ବ୍ୟବସ୍ଥା  ରହିଛି   । ଏଥିରେ  ବର୍ଣ୍ଣିତ  ରହିଛି ଯେ, ଯେତେବେଳେ   ଆଭ୍ୟନ୍ତରୀଣ  ଯୋଗାଣ  ବଳରେ  ଦ୍ରବ୍ୟ ଗ୍ରହଣ  କରାଯାଏ  ତାହା  ଆବଶ୍ୟକ  ଚାଲାଣ  ଜାରି  ହେବାର  ୬ ମାସ  ମଧ୍ୟରେ  ଗ୍ରହୀତା  ଯୋଗାଣକାରୀଙ୍କୁ  ଫେରାଇଲେ  ଏଭଳି   ଯୋଗାଣ  ଲାଗି  ପୂର୍ବ  ପ୍ରାପ୍ତ  ITC  ତୁଲ୍ୟ  ଟିକସ  ଦେୟ  ପଇଠ  କରିବାକୁ  ପଡିବ   । ଯଦି  ଗ୍ରହୀତା  ପ୍ରକୃତ   ଯୋଗନା  ତିଥିର   ୬ମାସ   ମଧ୍ୟରେ  ଯୋଗାଣକାରୀଙ୍କୁ  ଦ୍ରବ୍ୟ  ଫେରାନ୍ତି  ତା’ହେଲେ   ଫେରନ୍ତା  ଦ୍ରବ୍ୟ  ଉପରେ  ସେତିକି  ଟିକସ  ଦେୟ  ପଇଠ   କରିବାକୁ  ପଡିବ   । ପ୍ରକୃତ  ଯୋଗାଣ  ଉପରେ  ସେ  ଯେତିକି  ଟିକସ  ଦେୟ  ପଇଠ  କରିଥିଲେ   । ଯଦି  ପ୍ରକୃତ  ଯୋଗାଣ   ଚାଲାଣ   ତିଥିର   ୬ମାସ  ପରେ  ଦ୍ରବ୍ୟ  ଫେରାଯାଏ , ଏଭଳି   ଯୋଗାଣ  ତିଥିବେଳେ   ଯେଉଁ  ଟିକସ  ହାର  ଥିଲା, ସେତିକି   ଟିକସ   ହାରରେ   ଦେୟ  ପଇଠ  କରିବାକୁ   ପଡିବ   ।

ଏପ୍ରିଲ  ୨୦୧୭ରେ  ଫକ’ ଫକ’ କୁ  ଦ୍ରବ୍ୟ  ଯୋଗାଣ  କଲା   । ତେବେ  ଏହି  ଦ୍ରବ୍ୟକୁ  ଫଖ’ ଫଖ’ କୁ  ଜୁନ  ୨୦୧୭ ରେ  ଫେରାଇଦେଲା  । ଫକ’  ଏଭଳି   ଦ୍ରବ୍ୟ  ଉପରେ  ୧୮% ଟିକସ  ହାର  ଲାଗୁ  କରିଥିଲା  । ମେ , ୨୦୧୭ରେ  ଟିକସ   ହାର  ଟିକସ  ହାର  ସଂଶୋଧିତ  ହୋଇ  ୧୮.୫%  ହେଲା   । ତେବେ  ଫକ’ କୁ  ଫକ’ ର   ଏଭଳି   ଆଭ୍ୟନ୍ତରୀଣ   ଯୋଗାଣ  ଫେରସ୍ତ  ଉପରେ  କେତେ  ଟିକସ  ଓ  ଦେୟ  ପଇଠ  କରିବାକୁ   ପଡିବ  ?

୧୮%

ଜେନ  ଟିକସ  ଯୋଗ୍ୟ  ବ୍ୟକ୍ତି  ଅସ୍ଥାୟୀ   ଭିତ୍ତିରେ  କେବେ  ଦେୟ  ପଇଠ  କରିବେ ?

ଟିକସଦାତା  ସ୍ୱୟଂ  ଆକଳନ  ଭିତ୍ତିରେ  ଦେୟ  ପଇଠ  କରୁଥିବାରୁ   ଅସ୍ଥାୟୀ  ଭିତ୍ତିରେ  ଦେୟ  ପଇଠ  ଲାଗି  ଟିକସଦାତା  ଅନୁରୋଧ   କଲେ  ଏଥିପାଇଁ   ଉପଯୁକ୍ତ  ଅଧିକାରୀଙ୍କ  ଅନୁମତି  ଆବଶ୍ୟକ  । ଅନ୍ୟପକ୍ଷରେ  କହିବାକୁ  ଗଲେ, ଅସ୍ଥାୟୀ   ଭିତ୍ତିରେ  ଦେୟ  ଭରଣା  ଲାଗି   ଟିକସ  ବିଭାଗ  ଅଧିକାରୀ  ସ୍ଵତଃପ୍ରବୃତ   ଭାବେ  ନିର୍ଦ୍ଦେଶ   ଦେଇ  ପାରିବେ  ନାହିନ  । MGLର  ଅନୁଚ୍ଛେଦ – ୪୪(କ) ରେ  ଏହି  ବ୍ୟବସ୍ଥା  ଶାସନାଧୀନା  । ଉପଯୁକ୍ତ   ଅଧିକାରୀ   ନିର୍ଦ୍ଦେଶ  ଜାରି  କରି  ଅନୁମତି   ଦେବା  ପରେ  ଟିକସଦାତା  ଅସ୍ଥାୟୀ  ଭିତ୍ତିରେ   ଦେୟ  ପଇଠ   କରି  ପାରିବେ   । ଏହି  ଉଦ୍ଦେଶ୍ୟରେ  ଟିକସଦାତା  ଉପଯୁକ୍ତ  ଅଧିକାରୀଙ୍କୁ   ଲିଖିତଭାବେ  ଅନୁରୋଧ  କରିବେ   । ନିମ୍ନଲିଖିତ  କ୍ଷେତ୍ରରେ  ଟିକସଦାତା  ହାର ଓ  ମୂଲ୍ୟ  ନିର୍ଦ୍ଧାରଣ   ଲାଗି  ଅକ୍ଷମ  ହେଲେ   ଲିଖିତ  ଅନୁରୋଧ   କରି  ପାରିବେ   ।

କ) ତାଙ୍କ  ଦ୍ଵାରା  ଯୋଗାଣ  ହେଉଥିବା  ଦ୍ରବ୍ୟ  ଓ  ସେବାର   ମୂଲ୍ୟ

ଖ) ତାଙ୍କ  ଦ୍ଵାରା   ଯୋଗାଣ  ହେଉଥିବା  ଦ୍ରବ୍ୟ  ଓ  ସେବା  ଲାଗୁ  ହେଉଥିବା  ଟିକସ  ଦ୍ଵାରା  ନିର୍ଦ୍ଧାରଣ

ଏଭଳି  କ୍ଷେତ୍ରରେ  ଟିକସଦାତା   ନିର୍ଦ୍ଧାରିତ  ଫର୍ମରେ  ବଣ୍ଡ  ସହ  ଅମାନତ ଜମା  ଦାଖଲ  କଲେ   ଉପଯୁକ୍ତ   ଅଧିକାରୀ  ଏହାକୁ  ଯୋଗ୍ୟ   ବୋଲି  ବିବେଚନା  କରିବେ   ।

ଟିକସ  ମୂଲ୍ୟାୟନ  ଲାଗି   ସର୍ବଶେଷ   ସମୟସୀମା   କେତେ  ?

ଉତ୍ତର    ଟିକସର ଅସ୍ଥାୟୀ  ମୂଲ୍ୟାୟନ  ନିର୍ଦ୍ଦେଶ  ପ୍ରଦାନ  ତିଥିର  ୬ ମାସ   ମଧ୍ୟରେ  ଉପଯୁକ୍ତ  ଅଧିକାରୀ  ଚୁଡାନ୍ତ ମୂଲ୍ୟାୟନ  ପାଇଁ  ନିର୍ଦ୍ଦେଶ  ଜାରି  କରିବେ  । ତେବେ  ଏ  ଦିଗରେ  ଯଥେଷ୍ଟ   କାରଣ  ଦର୍ଶାଇବେ  ଓ  କାରଣ  ସବୁ   ଲିଖିତ  ଭାବେ  ରେକର୍ଡ  କରାଯିବ  । ତା’ହେଲେ   ଉପଯୁକ୍ତ   ଅଧିକାରୀ  ଉପରୋକ୍ତ  ୬ ମାସର  ସମୟ  ସୀମାକୁ  ବୃଦ୍ଧି  କରିପାରିବେ  ।

କ) ଯୁଗ୍ମ/ଅତିରିକ୍ତ  କମିଶନର   ସମୟସୀମାକୁ  ୬ ମାସରୁ  ଅଧିକ  ସମୟସୀମା  ବୃଦ୍ଧି   କରିପାରିବେ  ନାହିଁ   ।

ଖ)ଏଭଳି  ପରବର୍ତ୍ତୀ  ସମୟସୀମା  ବୃଦ୍ଧି  ପ୍ରସଙ୍ଗ   କମିଶନରଙ୍କ   ବିଚାରଯୋଗ୍ୟ   ।

ଯେଉଁଠାରେ   ଅସ୍ଥାୟୀ  ମୂଲ୍ୟାୟନଠାରୁ  ଚୁଡାନ୍ତ  ମୂଲ୍ୟାୟନରେ  ଟିକସ  ଦେୟ  ପରିମାଣ  ଅଧିକ  ହୋଇଥାଏ, ଟିକସଦାତାକୁ   କ’ଣ  ସୁଧ   ଦେବାକୁ   ପଡିବ  ?

ହଁ, ଟିକସଦାତାଙ୍କୁ  ଦେୟ  ପଇଠ  କରିବାର  ଧାର୍ଯ୍ୟ  ତିଥିଠାରୁ  ଦେୟ  ପଇଠର   ପ୍ରକୃତ   ତିଥି   ପର୍ଯ୍ୟନ୍ତ  ସୁଧ  ଦେବାକୁ  ପଡିବ   ।

MGLର  ଅନୁଚ୍ଛେଦ  -୪୫ ବଳରେ  ରିଟର୍ଣ୍ଣ   ଫାଇଲରେ   ଅସଙ୍ଗତି  ପରିଲକ୍ଷିତ  ହେଲେ  ଯଦି  ଉପଯୁକ୍ତ   ସ୍ପଷ୍ଟିକରଣ   ଦିଆଯାଇନଥିବ  ସେ  କ୍ଷେତ୍ରରେ  ଅଧିକାରୀ   କି  ଉପାୟ  ଅବଲମ୍ବନ   କରିବେ ?

ରିଟର୍ଣ୍ଣ   ଫାଇଲରେ  ଅସଙ୍ଗତି  ହୋଇଛି   ବୋଲି  ଗହଣା  କରିବା  ପରେ  ଯଦି  ଟିକସଯୋଗ୍ୟ  ବ୍ୟକ୍ତି  ପାଇବାର  ୩୦ଦିନ  ମଧ୍ୟରେ  (ସଂପୃକ୍ତ  ଅଧିକାରୀ  ସମୟସୀମା   ବୃଦ୍ଧି  କରି  ପାରନ୍ତି) ସନ୍ତୋଷଜନକ   ସ୍ପଷ୍ଟିକରଣ  ନ ଦିଅନ୍ତି  କିମ୍ବା  ଯୁକ୍ତି  ସଙ୍ଗତ   ସମୟସୀମା  ମଧ୍ୟରେ  ତ୍ରୁଟି  ସଂଶୋଧନ  ନ କରନ୍ତି , ତା’ହେଲେ  ଉପଯୁକ୍ତ  ଅଧିକାରୀ  ନିମ୍ନଲିଖିତ   ଉପାୟ   ଅବଲମ୍ବନ   କରିବେ –

କ) ଆଇନର  ଅନୁଚ୍ଛେଦ -୪୯ ଅନୁଯାୟୀ  ହିସାବ  ଯାଞ୍ଚ (ଅଡିଟ) କରିବାକୁ   ଅଗ୍ରସର  ହେବେ  ।

ଖ) ଅନୁଚ୍ଛେଦ – ୫୦ ଅନୁଯାୟୀ   ସ୍ଵତନ୍ତ୍ର   ଅଡିଟ  କରାଯିବାକୁ  ନିର୍ଦ୍ଦେଶ  ଦେଇ  ପାରିବେ  । ତେବେ  ଅଡିଟ   କରିବାକୁ   ଚାଟାର୍ଡ  ଏକାଉଣ୍ଟାଣ୍ଟ  ବା  କଷ୍ଟ  ଏକାଉଣ୍ଟାଣ୍ଟଙ୍କୁ  କମିଶନର  ମନୋନୀତ   କରିବେ  ।

ଗ) ଆଇନର  ଅନୁଚ୍ଛେଦ -୬୦ ଅନୁଯାୟୀ   ଅଧିକାରୀ  ଅନୁସନ୍ଧାନ , ତଲାସି  ଓ  ଜବତ  ପ୍ରକ୍ରିୟା  ଆରମ୍ଭ  କରିପାରିବେ  ।

ଘ)  ଆଇନର  ଅନୁଚ୍ଛେଦ – ୫୧ ଅନୁଯାୟୀ  ଟିକସ  ଦେୟ   ନିର୍ଦ୍ଧାରଣ  ପାଇଁ  ଆଇନଗତ  କାର୍ଯ୍ୟାନୁଷ୍ଠାନ  ଆରମ୍ଭ   କରି  ପାରିବେ   ।

ଧାରା  ୪୬ ଅନୁଯାୟୀ   ଟିକସ  ମୂଲ୍ୟାୟନ  ସେସ  ହେବା  ପୂର୍ବରୁ   ଟିକସ  ଯୋଗ୍ୟ   ବ୍ୟକ୍ତିଙ୍କୁ  ଉପଯୁକ୍ତ   ଅଧିକାରୀ  କୌଣସି  ନୋଟିସ  ଦେଇ  ପାରିବେ  କି ?

ବ୍ୟବସ୍ଥା  ଶ୍ରେଷ୍ଠ  ବୈଚାରିକ  ମୂଲ୍ୟାୟନ  ସହ  ସଂଯୋଗୀକୃତ  ହୋଇଥିବାରୁ   ଟିକସ ଯୋଗ୍ୟ  ବ୍ୟକ୍ତିଙ୍କୁ   କୌଣସି  ନୋଟିସ  ଦେବା  ଅନାବଶ୍ୟକ   ।

MGLର   ଅନୁଚ୍ଛେଦ – ୪୬

ଏମଜିଏଲର  ଅନୁଚ୍ଛେଦ -୩୨  ଅନୁଯାୟୀ   ଉପଯୁକ୍ତ  ଅଧିକାରୀ  ପ୍ରଥମେ  ଖିଲାପି  ଟିକସଯୋଗ୍ୟ ବ୍ୟକ୍ତିଙ୍କୁ   ନୋଟିସ  ଜାରି  କରିବେ   । MGLର  ଅନୁଚ୍ଛେଦ – ୪୬ ଅନୁଯାୟୀ   ଅତି  କମ୍ ରେ  ୧୫  ଦିନ ମଧ୍ୟରେ   ରିଟର୍ଣ୍ଣ   ଫାଇଲ   କରିବାକୁ   ପଡିବ  । ଯଦି  ଟିକସଯୋଗ୍ୟ   ବ୍ୟକ୍ତି  ନିର୍ଦ୍ଧାରିତ  ସମୟ   ମଧ୍ୟରେ  ରିଟର୍ଣ୍ଣ  ଫାଇଲ  ନକରନ୍ତି   ତାହାଲେ  ଉପଯୁକ୍ତ  ଅଧିକାରୀ  ରିଟର୍ଣ୍ଣ   ଖିଲାପଙ୍କ   ଦେୟଯୋଗ୍ୟ  ଟିକସର   ମୂଲ୍ୟାୟନ  ଆରମ୍ଭ   ପାଇଁ   ପଦକ୍ଷେପ  ନେବେ   । ଏ  ସମ୍ପର୍କରେ   ଆବଶ୍ୟକ  କାଗଜପତ୍ର  ଅନୁଧ୍ୟାନ  କରି  ଉପଯୁକ୍ତ  ଅଧିକାରୀ  ତାଙ୍କର  ଶ୍ରେଷ୍ଠ   ବିଚାର   ନୈପୁଣ୍ୟ   ପ୍ରଦର୍ଶନ   କରିବେ  । MGLର   ଅନୁଚ୍ଛେଦ – ୪୬  ଅନୁଯାୟୀ  ଉପଯୁକ୍ତ   ଅଧିକାରୀନୁ   ଏହି  କ୍ଷମତାପୂର୍ଣ୍ଣ   କରାଯାଇଛି   ।

ଅନୁଚ୍ଛେଦ – ୪୬ ଅନୁଯାୟୀ  ଜାରି   ଆଦେଶ   ଅନୁଯାୟୀ  ଶ୍ରେଷ୍ଠ  ବୈଚାରିକ   ମୂଲ୍ୟାୟନକୁ  କେଉଁ  ପରିସ୍ଥିତିରେ   ପ୍ରତ୍ୟାହାର   କରାଯାଇପାରିବ   ?

MGLର   ଅନୁଚ୍ଛେଦ -୪୬   ଅନୁଯାୟୀ  ଉପଯୁକ୍ତ  ଅଧିକାରୀଙ୍କ  ଦ୍ଵାରା   ଜାରି   ହୋଇଥିବା  ଶ୍ରେଷ୍ଠ  ବୈଚାରିକ  ମୂଲ୍ୟାୟନ  ଆଦେଶ  ଯେତେବେଳେ  ଜଣେ  ବୈଚାରିକ  ମୂଲ୍ୟାୟନ   ଆଦେଶ  ଆପେ   ଆପେ  ଉଠିଯିବ,  ସେତେବେଳେ   ଜଣେ  ଟିକସଯୋଗ୍ୟ  ବ୍ୟକ୍ତି  ଏହି  ଆଦେଶ  ପ୍ରାପ୍ତିର  ୩୦ ଦିନ  ମଧ୍ୟରେ  ଖିଲାପ   ହୋଇଥିବା  ସମୟ (ରିଟର୍ଣ୍ଣ  ଫାଇଲ   କରିବା  ଓ  ସ୍ୱୟଂ  ଆକଳନ   ଯୁକ୍ତ  ଟିକସ  ଦେୟ  ପଇଠ   କରିବା) ପାଇଁ  ବୈଧ   ରିଟର୍ଣ୍ଣ   ଦାଖଲ   କରିବେ  ।

ଧାରା  ୪୬ ଓ ୪୭ ପାଇଁ  ଆଦେଶ  ଜାରି  କରିବାରେ   ସମୟସୀମା  କେତେ ?

ଧାରା ୪୬ ଓ  ୪୭  ଅନୁଯାୟୀ  ବାର୍ଷିକ  ରିଟର୍ଣ୍ଣ  ଦାଖଲ   କରିବାର   ଯୋଗ୍ୟ  ତାରିଖଠାରୁ   ୩ କିମ୍ବା  ୫ବର୍ଷ  ମଧ୍ୟରେ  ଆଦେଶ  ଜାରି   କରିବାର  ସମୟସୀମା   ରଖାଯାଇଛି   ।

ଯେତେବେଳେ  ଜଣେ  ବ୍ୟକ୍ତି  ଟିକସ  ଦେୟ  ଭରଣା  ପାଇଁ  ଯୋଗ୍ୟ   କିନ୍ତୁ   ପଞ୍ଜୀକରଣ   ପାଇବାରେ  ବିଫଳ  ହୁଅନ୍ତି , ତାହାଲେ   ସେହି  କ୍ଷେତ୍ରରେ   ତାଙ୍କ  ପ୍ରତି  କିଭଳି  ଆଇନଗତ   ଉପାୟ  ଗ୍ରହଣ  କରାଯିବ  ?

MGLର  ଅନୁଚ୍ଛେଦ  -୪୭ ଅନୁଯାୟୀ , ଏଭଳି   କ୍ଷେତ୍ରରେ   ଉଚିତ୍  ଟିକସ  ଦେୟ  ସମୟ  ପାଇଁ   ଉପଯୁକ୍ତ  ଅଧିକାରୀ  ଟିକସଯୋଗ୍ୟ   ଦେୟ   ମୂଲ୍ୟାୟନ   କରି  ସର୍ବୋତ୍ତମ  ବିଚାର  ଆଧାରରେ  ଆଦେଶ  ଜାରି  କରିବେ  ତେବେ  ଏହି  ଆଦେଶ   ଯାହାକି  ଟିକସ  ଦେୟ  ଫାଇଲ   କରିବା  ତିଥିଠାରୁ  ୫ବର୍ଷ   ମଧ୍ୟରେ  ଜାରି  ହେବା  ଆବଶ୍ୟକ   ।

କିଭଳି   ପରିସ୍ଥିତିରେ  ଟିକସ  ବିଭାଗର   ଜଣେ  ଅଧିକାରୀ  ସଂକ୍ଷିପ୍ତ  ଟିକସ  ମୂଲ୍ୟାୟନ  ଆରମ୍ଭ  କରିପାରିବେ ?

ରାଜସ୍ୱକୁ   ସୁରକ୍ଷିତ   ରଖିବା  ଉଦ୍ଦେଶ୍ୟରେ , MGLର  ଅନୁଚ୍ଛେଦ – ୪୮ ଅନୁଯାୟୀ   ସଂକ୍ଷିପ୍ତ   ଟିକସ  ମୂଲ୍ୟାୟନ  ଆରମ୍ଭ  ହେବ , ଯେତେବେଳେ  -

କ) ଏହି  ଆଇନ  ବଳରେ   ଜଣେ  ଟିକସଯୋଗ୍ୟ   ବ୍ୟକ୍ତିର   ଟିକସ  ଦେୟ  ପଇଠ  ଲାଗି   ଉତ୍ତର  ଦାୟିତ୍ଵ  ରହିଛି   ବୋଲି   ଉପଯୁକ୍ତ   ଅଧିକାରୀ  ପ୍ରମାଣ  ପାଆନ୍ତି   ଓ

ଖ) ଉପଯୁକ୍ତ   ଅଧିକାରୀ  ମନେ   କରନ୍ତି  ଯେ, ଟିକସ  ମୂଲ୍ୟାୟନ  ଆଦେଶ   ଜାରି  ପାଇଁ   ବିଳମ୍ବ  କଲେ  ରାଜସ୍ୱ   ସଂଗ୍ରହ  ଉପରେ  ପ୍ରତିକୂଳ   ପ୍ରଭାବ ପକାଇବ  ।

ତେବେ  ଅତିରିକ୍ତ  କମିଶନର  ବା ଯୁଗ୍ମ  କମିଶନରଙ୍କ  ନିକଟରୁ  ଅନୁମତି  ଆଣି ଏଭଳି ଆଦେଶ  ଜାରି  କରାଯାଇ ପାରିବ  ।

ନ୍ୟାୟାଳୟର  ପୁନର୍ବିଚାର  ପ୍ରକ୍ରିୟା  ବ୍ୟତୀତ  ସଂକ୍ଷିପ୍ତ  ଟିକସ  ମୂଲ୍ୟାୟନ  ଆଦେଶ  ବିରୁଦ୍ଧରେ   ଟିକସଦାତା  ଅବା  କୌଣସି  ଆଇନଗତ  ଉପାୟ  ଅବଲମ୍ବନ  କରିପାରିବେ  କି ?

ତେବେ  ଟିକସ  ମୂଲ୍ୟାୟନ  ଆଦେଶ  ପ୍ରାପ୍ତିର  ୩୦  ଦିନ  ମଧ୍ୟରେ  ଟିକସଦାତା   ତାଙ୍କ  ବିରୁଦ୍ଧରେ  ଜାରି  ହୋଇଥିବା  ଆଦେଶ  ପ୍ରତ୍ୟାହାର  ନିମନ୍ତେ  ଅତିରିକ୍ତ  ବା  ଯୁଗ୍ମ   କମିଶନରଙ୍କ   ନିକଟରେ   ବିଚାର  ଲାଗି  ଆବେଦନ  କରିପାରିବେ   । ଯଦି  ଉପରୋକ୍ତ  ଅଧିକାରୀ   ଏହି  ଆଦେଶ   ତୃଟିଯୁକ୍ତ  ବୋଲି  ଅନୁଧ୍ୟାନ  କରନ୍ତି   ସେ  ଏହାକୁ   ପ୍ରତ୍ୟାହାର  କରି  MGL  ଅନୁଚ୍ଛେଦ -୫୧ ଅନୁଯାୟୀ  ଟିକସ  ଦେୟ   ନିର୍ଦ୍ଧାରଣ  ଲାଗି   ଉପଯୁକ୍ତ  ଅଧିକାରୀଙ୍କୁ  ନିର୍ଦ୍ଦେଶ  ଦେଇ  ପାରିବେ  । MGLର  ଅନୁଚ୍ଛେଦ -୪୮ ଅନୁଯାୟୀ   ଯଦି  ଅତିରିକ୍ତ /ଯୁଗ୍ମ   କମିଶନର  ଜାଣିବାକୁ  ପାଆନ୍ତି  ଯେ, ସଂକ୍ଷିପ୍ତ  ଟିକସ  ମୂଲ୍ୟାୟନ  ଆଦେଶ  ତୃଟିଯୁକ୍ତ , ତା’ହାଲେ ସେ  ତାଙ୍କ  ଆଡୁ  ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରି ପାରନ୍ତି  ।

ଟିକସଯୋଗ୍ୟ  ବ୍ୟକ୍ତିଙ୍କ ବିରୁଦ୍ଧରେ  ସଂକ୍ଷିପ୍ତ  ଟିକସ  ମୂଲ୍ୟାୟନ  ଆଦେଶ ଜାରି ହେବାର ଆବଶ୍ୟକତା ରହିଛି  କି ?

ନା , କେତେକ   ନିର୍ଦ୍ଧିଷ୍ଟ  କ୍ଷେତ୍ରରେ  ଯଥା – ଯେତେବେଳେ  ଦ୍ରବ୍ୟ  ପରିବହନ  ହେଉଥାଏ  କିମ୍ବା  ପଣ୍ୟାଗାରରେ  ଗଚ୍ଛିତ  ଥାଏ , ଟିକସଯୋଗ୍ୟ  ବ୍ୟକ୍ତି  ଏହି   ଦ୍ରବ୍ୟର  ମୂଲ୍ୟ  ନିର୍ଦ୍ଧାରଣ  କରିପାରେ  ନାହିଁ  ସେତେବେଳେ  ଏହି  ଦ୍ରବ୍ୟର   ଦାୟିତ୍ଵରେ   ଥିବା   ବ୍ୟକ୍ତିଙ୍କୁ  ଟିକସଦାତା  ରୂପେ  ବିବେଚନା  କରାଯାଇ  ଟିକସ  ଦେୟ  ମୂଲ୍ୟାୟନ   କରାଯିବ   । (MGLର  ଅନୁଚ୍ଛେଦ – ୪୮  ଦ୍ରଷ୍ଟବ୍ୟ )

କିଏ  ଟିକସଦାତାଙ୍କ   ହିସାବ  ଯାଞ୍ଚ ବା  ଅଡିଟ   କରନ୍ତି   ?

MGLର   ଅନୁଚ୍ଛେଦ – ୪୯  ଅନୁଯାୟୀ   କମିଶନରଙ୍କ  ପ୍ରାଧିକୃତ (GST କିମ୍ବା  SGST ଦାୟିତ୍ଵରେ   ଥିବା  ଯେ  କୌଣସି   ଅଧିକାରୀ  ଏକ  ସାଧାରଣ କିମ୍ବା  ନିର୍ଦ୍ଧିଷ୍ଟ  ଆଦେଶ  ବଳରେ  ଟିକସଦାତାଙ୍କ  ହିସାବ  ଯାଞ୍ଚ  କରିପାରିବେ  । ତେବେ  ଅଡିଟର  ପଦ୍ଧତି  ଓ  ଗତି  ଯଥାରୀତି  ଅନୁସାରେ  ନିର୍ଦ୍ଧାରଣ   କରାଯିବ  ।

ଅଡିଟ  କରିବା  ଲାଗି   କୌଣସି  ପୂର୍ବ  ସୂଚନା ପ୍ରଦାନ   କରାଯାଇପାରିବ   କି ?

ହଁ , ଅଡିଟ   ହେବାର  ଅନ୍ୟୁନ  ୧୫ଦିନ   ପୂର୍ବରୁ  ଟିକସଯୋଗ୍ୟ  ବ୍ୟକ୍ତିଙ୍କୁ  ସୂଚୀତ  କରାଯିବ  ।

ଅଡିଟ  ଶେଷ  କରାଯିବାର  ସମୟସୀମା  କେତେ ?

ଉତ୍ତର   ଅଡିଟ   ଆରମ୍ଭ  ହେବାର  ୭ମାସ  ମଧ୍ୟରେ   ଶେଷ  ହେବା  ଆବଶ୍ୟକ  । ତେବେ  କମିଶନରଙ୍କ  ଅନୁମୋଦନ  କ୍ରମେ   ଏହି  ସମୟସୀମା  ୬ମାସ  ପର୍ଯ୍ୟନ୍ତ  ବୃଦ୍ଧି  କରାଯାଇପାରିବ   ।

ଅଡିଟ  ଆରମ୍ଭ  କହିଲେ   କ’ଣ   ବୁଝାଯାଏ  ?

ଅଡିଟ  ଆରମ୍ଭ  ଏକ  ଗୁରୁତ୍ଵପୂର୍ଣ୍ଣ   ପ୍ରସଙ୍ଗ   । କାରଣ  ଅଡିଟ  ଆରମ୍ଭ   ହେବାର  ନିର୍ଦ୍ଧିଷ୍ଟ  ସମୟସୀମା  ମଧ୍ୟେର  ଏହା  ସାରିବା  ଆବଶ୍ୟକ   । ଅଡିଟ  ଆରମ୍ଭ  କହିଲେ   ନିମ୍ନଲିଖିତ  ପ୍ରସଙ୍ଗକୁ   ଦୃଷ୍ଟିରେ   ରଖାଯିବ   ।

କ) ଯେଉଁ  ତିଥିରେ  ଅଡିଟ  ପରିଚାଳନା   କତ୍ତୃପକ୍ଷ  ରେକର୍ଡ , ଏକାଉଣ୍ଟ  ଖାତା  ଆବଶ୍ୟକ  କରିବେ , ସେମାନଙ୍କୁ  ପ୍ରଦାନ  କରାଯିବ  କିମ୍ବା

ଖ)ଅଡିଟ  ଟିକସଦାତାଙ୍କ  ବ୍ୟବସାୟ   ସ୍ଥଳରେ  ସଂପନ୍ନ   ହେବ   ।

ଅଡିଟ   କରାଯିବା  ନୋଟିସ  ପାଇବା  ପରେ  ଟିକସଦାତାଙ୍କ  କର୍ତ୍ତବ୍ୟ  ଓ  ଦାୟିତ୍ଵ   କ’ଣ   ?

ଟିକସଦାତା  ନିମ୍ନଲିଖିତ  କର୍ତ୍ତବ୍ୟ  ସମ୍ପାଦନ  କରିବେ –

କ)  ଅଡିଟ   କତ୍ତୃପକ୍ଷ  ଚାହୁଁଥିବା   ରେକର୍ଡ ଓ  ଏକାଉଣ୍ଟ   ଖାତା  ଦେଇ  ଯାଞ୍ଚରେ  ସହାୟତା   କରିବେ   ।

ଖ) ଅଡିଟ  ବେଳେ  କତ୍ତୃପକ୍ଷଙ୍କୁ  ଆବଶ୍ୟକ   କରୁଥିବା  ବିଭିନ୍ନ  ସୂଚନା  ପ୍ରଦାନ    ।

ଗ) ନିର୍ଦ୍ଧିଷ୍ଟ  ସମୟସୀମା  ମଧ୍ୟରେ  ଅଡିଟ  ଶେଷ  ହେବା  ଦିଗରେ  ସହାୟତା  କରିବେ   ।

ଅଡିଟ   ଶେଷ  ହେବା  ପରେ  ଉପଯୁକ୍ତ   ଅଧିକାରୀ  କିଭଳି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ   କରିବେ ?

ଅଡିଟ  ଶେଷ   ହେବା   ପରେ   ଉପଯୁକ୍ତ   ଅଧିକାରୀ  ତାଙ୍କ  ଉପଲବ୍ଧର  କାରଣ, ଟିକସ  ଦାତାଙ୍କ  ଅଧିକାର  ଓ  କର୍ତ୍ତବ୍ୟ  ସମ୍ପର୍କରେ  କାଳ  ବିଳମ୍ବ   ନକରି   ଟିକସଦାତାଙ୍କୁ  ଅବଗତ   କରାଇବେ   ।

କେଉଁଭଳି   ପରିସ୍ଥିତିରେ  ସ୍ଵତନ୍ତ୍ର   ଅଡିଟ  କରାଯାଇପାରେ  ?

ଅଡିଟ  ଯାଞ୍ଚ , ଅନୁସନ୍ଧାନ  ବେଳେ  ଯଦି  ଜଣାପଡିଲା  ଯେ, ଏହି  ମାମଲା  ଅତି  ଜଟିଳ  ଓ ଏହା  ଦ୍ଵାରା   ବିପୁଳ  ରାଜସ୍ୱ  ପ୍ରଭାବିତ  ହେବ  ସେତେବେଳେ   ସ୍ଵତନ୍ତ୍ର   ଅଡିଟ  କରାଯିବାର  ଆବଶ୍ୟକତା  ରହିଛି   । MGLର   ଅନୁଚ୍ଛେଦ -୫୦ ଅନୁଯାୟୀ  ଅଡିଟ  ପାଇଁ   କ୍ଷମତାର୍ପଣ  କରାଯାଇଛି   ।

ସ୍ଵତନ୍ତ୍ର   ଅଡିଟ  କରାଯିବା  ଲାଗି  କିଏ  ନୋଟିସ  ଜାରି   କରି   ପାରିବେ ?

କମିଶନରଙ୍କ   ଅନୁମୋଦନ   ପରେ  ସହକାରୀ  କିମ୍ବା  ଯୁଗ୍ମ   କମିଶନର  ସ୍ଵତନ୍ତ୍ର  ଅଡିଟ  ଲାଗି  ନୋଟିସ   ଜାରି  କରି  ପାରିବେ  ।

କିଏ  ସ୍ଵତନ୍ତ୍ର   ଅଡିଟ  କରିବେ  ?

କମିଶନରଙ୍କ   ଦ୍ଵାରା  ମନୋନୀତ   ଚାଟାର୍ଡ ଏକାଉଣ୍ଟାଣ୍ଟ   ବା  କଷ୍ଟ ଏକାଉଣ୍ଟାଣ୍ଟ  ସ୍ଵତନ୍ତ୍ର   ଅଡିଟ  କରିବେ    ।

ଅଡିଟ  ରିପୋର୍ଟ   ଦାଖଲ  କରିବାର  ସମୟସୀମା   କେତେ ?

ଅଡିଟର  ୯୦ ଦିନ  ମଧ୍ୟରେ  କିମ୍ବା  ଏହାଠାରୁ   ପରିବର୍ଦ୍ଧିତ  ଆହୁରି  ୯୦ ଦିନ  ମଧ୍ୟରେ  ଅଡିଟ  ରିପୋର୍  ଦାଖଲ   କରିବା  ଆବଶ୍ୟକ   ।

ସ୍ଵତନ୍ତ୍ର  ଅଡିଟ  ବେଳେ   ହୋଇଥିବା   ବ୍ୟୟଭାର  କିଏ   ତୁଲାଇବେ   ?

ଅଡିଟ   ପରୀକ୍ଷଣବେଳେ   ହୋଇଥିବା   ବ୍ୟୟରାଶି  ତଥା   ଅଡିଟରଙ୍କ   ପାଉଣା  ନିର୍ଦ୍ଧାରଣ  କରାଯିବ   ଓ  କମିଶନର  ଏହି  ବ୍ୟୟଭାର   ତୁଲାଇବେ   ।

ସ୍ଵତନ୍ତ୍ର  ଅଡିଟ  ପରେ  ଟିକସ  ବିଭାଗ   କତ୍ତୃପକ୍ଷ   କ’ଣ   କାର୍ଯ୍ୟାନୁଷ୍ଠାନ  ନେବେ   ?

MGLର  ଅନୁଚ୍ଛେଦ -୫୧  ଅନୁଯାୟୀ  ସ୍ଵତନ୍ତ୍ର  ଅଡିଟ  ପରେ  ସିଦ୍ଧାନ୍ତ  ଓ  ପର୍ଯ୍ୟବେକ୍ଷଣ  ଭିତ୍ତିରେ  ଟିକସଦାତାଙ୍କ   ଉପରେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯାଇ   ପାରିବ  ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

3.05714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top