ସେଆର କରନ୍ତୁ

ନିରୀକ୍ଷଣ, ତଲାସି, ଅଭିଗ୍ରହଣ ଓ ଗିରଫ

ନିରୀକ୍ଷଣ, ତଲାସି, ଅଭିଗ୍ରହଣ ଓ ଗିରଫ ର ସୂଚନା

ତଲାସି  ଶବ୍ଦର  ଅର୍ଥ  କ’ଣ  ?

ଆଇନ୍  ଅଭିଧାନ  ମୁତାବକ  ବିଭିନ୍ନ  ନ୍ୟାୟିକ  ବ୍ୟବସ୍ଥାରେ   ତଲାସିର  ଅର୍ଥ  ଖୁବ୍  ଅର୍ଥ  ସରଳ  । ଯଦି  କୌଣସି  ସରକାର  ବିରୋଧୀ  ଗତିବିଦ୍ଧି   ଦେଖାଦିଏ  ବା  କୌଣସି  ସ୍ଥାନ  ଅଞ୍ଚଳ  ବ୍ୟକ୍ତି   ଇତ୍ୟାଦିକୁ   ସହଯତ୍ନର  ସହ  ପରୀକ୍ଷଣ  କରିବା  ଓ କିଛି  ଲୁଚାଯାଇଥିବା  ବସ୍ତୁକୁ  ଖୋଜିବା  ବା  ଅପରାଧିର  ଗତିବିଧିକୁ  ଆବିଷ୍କାର  କରିବା   । ଗୋଟିଏ  ବ୍ୟକ୍ତି  ବା  ଗାଡି  ସେବା  ଘରୋଇ  ଉଦ୍ଦେଶ୍ୟକୃତ  ଅଞ୍ଚଳକୁ  ଉପଯୁକ୍ତ  ଓ  ସଠିକ୍  ଆଇନ୍  କର୍ତ୍ତୃପକ୍ଷଙ୍କ  ତତ୍ତ୍ଵାବଧାନରେ  ଖୋଜିବା   ।

ନିରୀକ୍ଷଣ  ଶବ୍ଦର   ଅର୍ଥ  କ’ଣ   ?

ନିରୀକ୍ଷଣ   CGST / SGST ରେ  ଏକ  ନୂଆ  ବ୍ୟବସ୍ଥା   । ନିରୀକ୍ଷଣ  ମାନକ  କର  ସେବା  ନିୟମରେ  ଏକ  ସ୍ଵତନ୍ତ୍ର  ବ୍ୟବସ୍ଥା  ଅଛି   । ଏହା  ତଲାସିଠୁ  ଟିକେ  ଅଧିକ  ଯାହା  ଅଧିକାରୀଙ୍କୁ  କରଦାତାଙ୍କ   ବ୍ୟବସାୟୀଙ୍କ  ନିମ୍ନ  ପର୍ଯ୍ୟନ୍ତ  ପ୍ରବେଶ   କରାଇଥାଏ   । ଏଣୁ  ଯେକୌଣସି  ବ୍ୟୟସାପେକ୍ଷ   ସ୍ଥଳ, ଯେଉଁ  ବସ୍ତୁ  ସ୍ଥାନାନ୍ତର  ହୁଏ ବା  ମାଲିକ  ଜାଣିବା   ପାଇଁ   ବା  କୌଣସି   ଗୋଦାମ  ପରିଚାଳ   ସମ୍ବନ୍ଧରେ  ଅବଗତ  କରାଇବା   ।

କିଏ  ଓ  କେଉଁ  ପରିସ୍ଥିତିରେ  ନିରୀକ୍ଷଣ  ଅନୁମତି  ଦେଇପାରିବେ   ?

ଉତ୍ତର         ମାନକ  କର  ନିୟମ   ଅନୁଯାୟୀ  ଧାରା  ୬୭ ଅନୁଯାୟୀ  ନିରୀକ୍ଷଣ  ଯେକୌଣସି  CGST  ବା  SGST  ଅଧିକାରୀ  ଯୁଗ୍ମ  କମିଶନର  ବା  ତଦୁର୍ଦ୍ଧ  ଦ୍ଵାରା  ପ୍ରାଧିକୃତହୋଇ  କରିପାରିବ  । ଜଣେ  ଯୁଗ୍ମ  କମିଶନର  ବା  ତା’ଠାରୁ  ଅଧିକ  ପଦାଧିକାରୀ  କୌଣସି   ନିମ୍ନଲିଖିତ  କାରଣ  ପାଇଁ  ଯଦି  ବ୍ୟକ୍ତିର  କାର୍ଯ୍ୟକଳାପର  ସନ୍ଦେହ  ଉତ୍ପତ୍ତି  କରନ୍ତି  ଯଥା  -

(କ) ଯୋଗାଣର  ଯେକୌଣସି  କାରବାରକୁ  ଛାପି   ଦେଇଥିବା

(ଖ) ମହଜୁଦ୍  ବସ୍ତୁକୁ  ଛାପି  ରଖିବା

(ଗ)  ଆଦିକ  ଅନ୍ତଃଗ୍ରହଣ  କର  ଦାବୀ  କରିବା

(ଘ) CGST  ବା  SGST ର  କୌଣସି  ବ୍ୟବସ୍ଥାକୁ  କର  ବାଦ   ଦେବାପାଇଁ   ଉଲ୍ଲଘଂନ  କରିବା   ।

(ଙ) କର   ପ୍ରଦାନକୁ   ଏଡାଇ  ଦେବାପାଇଁ   ଗୋଦାମ  ବା  ବସ୍ତୁକୁ  ଗଚ୍ଛିତ   କରିବା  ବା  ନିଜ  ହିସାବ  ଖାତା  ଓ  ବସ୍ତୁତର   ବ୍ୟବସାୟିକ  ଧାରା  ଏମିତି  ଯେ, ଯାହା  କରଯୋଗ୍ୟ   ହେଉନଥିବ    ।

ଏ  ଧାରାରେ  କୌଣସି  ନିର୍ଦ୍ଧାରିତ  ଅଧିକାରୀ ଯେ,  କୌଣସି  ବ୍ୟକ୍ତିକର  ସମ୍ପତ୍ତି  ବା  ଅଞ୍ଚଳ   ନିରୀକ୍ଷଣ   କରିପାରିବେ  କି ?

ଉତ୍ତର      ନାଁ , ପ୍ରଥାକରଣ  କେବଳ  CGST ବା SGST ର  ଅଧିକାରୀ  ନିମ୍ନଲିଖିତ  ସମୟରେ  ତଲାସ  କରିପାରିବେ  ।

(କ) କରଦାତାଙ୍କ   ବ୍ୟବସାୟିକ   ସ୍ଥଳ

(ଖ)  ଯେକୌଣସି  ବ୍ୟକ୍ତିଙ୍କର   ବସ୍ତୁ   ସ୍ଥାନାନ୍ତରଣର   ବ୍ୟବସାୟ   ଥିବା   ବା ସେ  ପଞ୍ଜୀକୃତ   କରଦାତା   ହୋଇଥିବେ   ।

(ଗ) ଯେକୌଣସି   ମାଲିକଙ୍କ  ବ୍ୟବସାୟ  ବା  ଗୋଦାମ  ଗୃହର   ପରିଚାଳକ

ମାନକର  ନିୟମ  ଅନୁଯାୟୀ  କିଏ  ତଲାସି  ଓ  ଅଭିଗ୍ରହଣ  ପାଇଁ  ନିଷ୍ପତ୍ତି  ପାରିତ  କରିପାରିବେ  ?

ଉତ୍ତର      ଯୁଗ୍ମ   କମିଶନର  ବା  ତତୋଧିକ  ସଦର  ଅଧିକାରୀ  ଅନ୍ୟ  କାହାକୁ  ତଲାସି  ଓ  ଅଭିଗ୍ରହଣ  ପାଇଁ  ପ୍ରାଥୀକୃତ   କରିପାରିବେ  । ଅଭିଗ୍ରହଣରେ  ବସ୍ତୁ , ପୋଥି , ବହି  ଓ ଅନ୍ୟାନ୍ୟ  ଇତ୍ୟାଦି  ପ୍ରକାର  ପାଧିକରଣ  ଯେତେବେଳେ  ଦେଇହେବ    ।  ଯେତେବେଳେ  ଯୁଗ୍ମ  କମିଶନର  ବିଶ୍ଵାସ   କରିବାର   କାରଣ   ଯେ, ବସ୍ତୁ  ସବୁ  କରଯୋଗ୍ୟ  ହୋଇ  ବାଜ୍ୟାପ୍ତି  ହେବ ବା  ବସ୍ତୁ  ସମ୍ପର୍କିତ  ରସିଦ୍  ବହି  ଓ  ଅନୁସାଙ୍ଗଠିକ  ଜିନିଷ   କୌଣସିଠାରେ   ଚଲାଯାଇଛି    ।

ବିଶ୍ଵାସ  କରିବାର   କାରଣ  କହିଲେ  କ’ଣ  ବୁଝାଯାଏ   ?

ଉତ୍ତର      ବିଶ୍ଵାସ  କରିବାର  କାରଣ  ଏହିକିଯେ , ଜ୍ଞାନମତେ   ତଥ୍ୟ  ଯଦିଓ  ସିଧାସଳଖ  ଜ୍ଞାନ  ନୁହେଁ , ଯାହା  ବ୍ୟକ୍ତିକୁ  କାରଣ   ଯୋଗାଇବାକୁ   ଖୋରାକ   ଯୋଗାଇବ   । ସମାନ   ତଥ୍ୟ   ଜାଣି   ମଧ୍ୟ  ଉପଯୁକ୍ତ  ପ୍ରମାଣପୂର୍ବକ  ନିର୍ଣ୍ଣାୟକ  ସ୍ଥିତିରେ   ପହଞ୍ଚିବ   । ଭାରତୀୟ  ପିଙ୍ଗଳକୋର୍ଟ  ଧାରା  ୧୮୬୦, ଧାରା  ୨୬, ମୁତାବକ  ଜଣେ  ବ୍ୟକ୍ତିକୁ  ସେତେବେଳେ   ବିଶ୍ଵାସ   କରୁଥିବେ   । ବିଶ୍ଵାସ  କରିବାର  କାରଣ   ଅନ୍ୟପକ୍ଷେ  ଉଦ୍ଦେଶ୍ୟ  ନିର୍ଦ୍ଧାରଣ  କ୍ଷେତ୍ରରେ  ଏକ  ବୁଦ୍ଧିମତା ସମ୍ପର୍ଣ୍ଣ  ନିଷ୍ପତ୍ତି  ଓ  ମୂଲ୍ୟ   ନିର୍ଦ୍ଧାରଣ   ସମ୍ପୂର୍ଣ୍ଣରୂପେ   ଅଲଗା  ଓ  ବିଷୟଗତ   ବିଚାର  । ଏହା  ଏମିତି  ହେବା  ଆବଶ୍ୟକ  ଯେ, ସାଧୁ ଯୁକ୍ତିଯୁକ୍ତ   ବ୍ୟକ୍ତି   ଉପଯୁକ୍ତ   ବସ୍ତୁ  ଓ  ପରିସ୍ଥିତିରେ  ବିଶ୍ଵାସ   କରୁଥିଲେ   ।

ଉପଯୁକ୍ତ  ଅଧିକାରୀ  ହିଁ  କେବଳ  ଲିଖିତ  ନିର୍ଦ୍ଦେଶକ୍ରମେ  ବିଶ୍ଵାସ   କରିବାର  କାରଣ   ପାଇଁ   ଉପଯୁକ୍ତ  କି ?

ଉତ୍ତର       ନିରୀକ୍ଷଣ , ତଲାସି  ଓ  ଅଭିଗ୍ରହଣ  ପାଇଁ  ପ୍ରାଧିକୃତ  ହେବା  ପୂର୍ବରୁ  ତଲାସି  ନିମିତ୍ତ   କୌଣସି  ଅଧିକାରୀଙ୍କୁ  ପ୍ରାଧିକୃତ  କରିବା   ପୂର୍ବରୁ   ଯଦିଓ  ଅଧିକାରୀଙ୍କୁ   କାରଣ  ଜଣାଇବାକୁ  ପଡିବ  ନାହିଁ , କିନ୍ତୁ  କେଉଁ   ବସ୍ତୁ   ଅଭିପ୍ରାୟ  କରି  ଏ  ପ୍ରକାର   ବିଶ୍ଵାସ  ସୃଷ୍ଟି   ହୋଇଛି  , ସେ  ସମ୍ବନ୍ଧରେ  ଅବଗତ  କରାଇବାକୁ  ହେବ   ।

ତଲାସୀ  ଓ  ପରୱାନା  କହିଲେ  କ’ଣ  ? ଏବଂ  ଏହା  ଭିତରେ  କ’ଣ  ଅଛି  ?

ଉତ୍ତର     ଗୋଟିଏ  କର୍ତ୍ତୃପକ୍ଷଙ୍କ  ଲିଖିତ  ନିର୍ଦ୍ଦେଶ  ସାଧାରଣତଃ   ତଲାସୀର  ପରୱାନା  ହୋଇଥାଏ  । ଜଣେ  ଉପଯୁକ୍ତ   କର୍ତ୍ତୃପକ୍ଷଠୁ  ଲିଖିତ   ତଲାସୀ   ପାଇବା  କେବଳ   ଯୁଗ୍ମ   କମିଶନ   ପଦର  ଅଧିକାରୀ  ହିଁ  ହକ୍ ଦାର  । ଗୋଟିଏ   ତଲାସୀର   ପରୱାନା   ନିଶ୍ଚିତ  ରୂପେ  ଜାରି  ଓ  ଏହାର   ଉପଯୁକ୍ତ   କାରଣକୁ   ବିଶ୍ଵାସ  କରି  ତଲାସୀ  ଜାରି  ହୁଏ  । ତଲାସୀ  ହେଲାପରେ   ପରୱାନାରେ  ନିମ୍ନଲିଖିତ   ବିଷୟବସ୍ତୁ   ରହିବା  ଆବଶ୍ୟକ   ।

(କ) ନୀତି  ଉଲ୍ଲଘଂନ   କଲେ

(ଖ)  ପରିସର   ତଲାସୀ

(ଗ)  ତଲାସୀ  ପାଇଁ   ପ୍ରାଧିକୃତ  ଅଧିକାରୀଙ୍କ  ନାମ ଓ  ପଦ   ଉଲ୍ଲେଖ   ରହିବ  ।

(ଘ)  ତଲାସୀ   ନୋଟିସ୍  ଜାରି  କରୁଥିବା  ଅଧିକାରୀଙ୍କ  ନାମ , ପଦଭୁକ୍ତ  ରହିବ  ।

(ଙ) ତାରିଖ  ସ୍ଥାନର   ସେବା  ମଧ୍ୟ  ରହିବ   ।

(ଚ) ତଲାସୀଠାରେଆ  ପରୱାନାର  କ୍ରମିକ  ନଂ   ରହିବ

(ଛ)  ବୈଧ  ସମୟ  ଅବଧି  ରହିବା  ଦରକାର

ମାନକ  କର  ନିୟମ  ଅନୁଯାୟୀ  କେଉଁ  ବସ୍ତୁ  ବାଜ୍ୟାପ୍ତି   ହୋଇପାରିବ  ?

ଉତ୍ତର     CGST /SGST ଧାରା  ୧୩୦  ଅନୁସାରେ  ବସ୍ତୁ  ସମୂହ  ବା  ବାଜ୍ୟାପ୍ତି  ପାଇଁ  ଜଣେ  ବ୍ୟକ୍ତି   ନିମ୍ନଲିଖିତ   କାର୍ଯ୍ୟ  କଲେ   ହୋଇପାରିବ   ।

(କ) ନିୟମର   ଯେକୌଣସି   ଭିତ୍ତିରେ  ଯୋଗାଣକାରୀ  ନିୟମ  ଉଲ୍ଲଘଂନ   କଲେ   ।

(ଖ) କରଦେୟ   ପ୍ରାପ୍ୟ   ବସ୍ତୁଟି   ଯଦିବି  ହିସାବ  ଖାତାକୁ  ଯାଇନଥିବ    ।

(ଗ) ଯୋଗାଣ  କର  ଦେୟ  ଯୁକ୍ତ  ବସ୍ତୁ  ରଖିବା  ପଞ୍ଜୀକରଣ  ପାଇଁ  ଆବେଦନ  କରିନଥିବେ   ?

(ଘ) CGST ବା  SGST ବ୍ୟବସ୍ଥାର  ଯେକୌଣସି  ନିୟମ  ଉଲ୍ଲଘଂନ  କଲେ ବା  କର  ନଦେବାର  ଇଚ୍ଛା  ପ୍ରକଟ  କଲେ  ।

ଏକ  ସଠିକ୍  ତଲାସୀ  ସମୟରେ  ଅଧିକାରୀ  ଜଣକ  କେଉଁ  କ୍ଷମତା   ବଳରେ   କାର୍ଯ୍ୟ  କରିବେ  ?

ଉତ୍ତର      ଯେଉଁ  ପରିସରରୁ  ତଲାସୀ   ହେବ  (MGL ଅନ୍ତର୍ଗତ   ସଠିକ୍  ପ୍ରକ୍ରିୟାଗତ) ସେଠାରେ  ଜଣେ  ଅଧିକାରୀ  ତଲାସୀର   କ୍ଷମତା  ବଳରେ  ବସ୍ତୁ, ନଥି , ବହି ଓ  ଆନୁସଙ୍ଗିକ  ଦ୍ରବ୍ୟ  ଅଭିଗ୍ରହଣ   କରିପାରିବ   । ତଲାସୀ   ସମୟରେ  ଅଧିକାରୀଙ୍କର  କ୍ଷମତା   ବଳରେ  ଯଦି  ଭିତରକୁ  ପ୍ରବେଶ  ପାଇଁ  ଯଦି  କିଛି  ଅସୁବିଧା  ହୁଏ, ଆପେକ୍ଷିତ  ପରିସରର  କବାଟ  ବା  ଗେଟ୍  ଭାଙ୍ଗିପାରିବେ  । ସେହିପରି  ପରିସରରେ  ତଲାସୀ  ସମୟରେ  ଯେକୌଣସି  ନଥି , ବହି , ହିସାବଖାତା  ପଞ୍ଜୀକରଣ  ସେ ମଧ୍ୟ  ପରିସରକୁ  ପ୍ରବେଶ  କରିବାରେ  ବିଫଳ  ହେଲେ  ତେବେ  ମୁଦ ଦେଇ  ବନ୍ଦ  କରିପାରିବେ  ଏବଂ  ଯଦି  ଆଲମୀରା  ବା  ବାକ୍ସ  ଖୋଲିବାରେ  ବିଫଳ  ହେଲେ  ତାହେଲେ ମଧ୍ୟ  କାର୍ଯ୍ୟକାରୀ  ନିଜ  ହିସାବରେ  ନେଇପାରିବେ  ।

ତଲାସୀ  କାର୍ଯ୍ୟକାରୀ   ନିମିତ୍ତ   କି ପ୍ରକ୍ରିୟା   ରହିଛି  ?

ଉତ୍ତର      MGL ର ଧାରା  ୬୦ (୮) ବ୍ୟବସ୍ଥା  ଭିତ୍ତିରେ   ଅପରାଧିକ  ପ୍ରକ୍ରିୟାଗତ  ୧୯୨୩ ଅନ୍ତର୍ଗତ  ଧାରା  ୧୦୦ରେ  ବର୍ଣ୍ଣିତ  ଅପରାଧିକ  ତଲାସ  ନୀତିରେ  କାର୍ଯ୍ୟ  ନିର୍ବାହ  କରାଯିବ    ।

ତଲାସୀ  କାର୍ଯ୍ୟକ୍ରମ  ପାଇଁ  କେଉଁ  ମୌଳିକ  ଆବଶ୍ୟକତା  ନିହିତ  ହେବା  ଆବଶ୍ୟକ   ?

ଉତ୍ତର        ନିମ୍ନଲିଖିତ  ନିୟମ  ଅନୁସାରେଆ  ତଲାସୀ  କରାଯିବା  ଦରକାର   ।

(କ) ଉପଯୁକ୍ତ   ଖାନତଲାସୀ  ବା  ୱାରେଣ୍ଟ  ବିନା  ଅଧିକାରୀ  କୌଣସି  ପରିସରକୁ  ତଲାସୀ  କରିପାରିବେ  ନାହିଁ    ।

(ଖ) ତଲାସୀ  ଗୋଷ୍ଠୀର  ଜଣେ  ମହିଳା  ଅଫିସର   ରହିବା  ନିହାତି  ଆବଶ୍ୟକ    ।

(ଗ) ପରିସର  ଦାୟିତ୍ଵରେ  ଥିବା  ବ୍ୟକ୍ତି  କୁ  ହିଁ  ନିଜର  ଉପଯୁକ୍ତ  ପରିଚୟପତ୍ର  ତଲାସୀ   ଅଫିସର  ଦେଖାଇବେ    । ତା’ ପରେ  କାର୍ଯ୍ୟ  ଆରମ୍ଭ  କରିବେ   ।

(ଘ) ତଲାସୀ   ୱାରେଣ୍ଟ ମଧ୍ୟ  ତଲାସୀ  ଆରମ୍ଭ  କରିବା  ପୂର୍ବରୁ  ପରିସରର  ଦାୟିତ୍ଵରେ  ଥିବା  ବ୍ୟକ୍ତିଙ୍କୁ  କହି  ଦେଖାଇବେ  ଓ  ସେଥିରେ  ଦସ୍ତଖସ୍ତ  ନେବେ  । ଦୁଇଜଣ  ଉପସ୍ଥିତ  ସାକ୍ଷୀଙ୍କର  ମଧ୍ୟ  ୱାରେଣ୍ଟ  ଉପରେଆ  ଦସ୍ତଖସ୍ତ   ନେବେ   ।

(ଙ)  ଦୁଇଜଣ   ସ୍ଥାନୀୟ  ସାକ୍ଷୀଙ୍କ  ଉପସ୍ଥିତିରେ  ଖାନତଲାସ  କରିବା  ଆବଶ୍ୟକ   । ଯଦି   ସ୍ଥାନୀୟ  ସାକ୍ଷୀ  ନାହିଁ  ବା  ସାକ୍ଷୀ   ରହିବାକୁ   ଆଇଚ୍ଛାକୃତ , ତେବେ  ଅନ୍ୟ  ଅଞ୍ଚଳର  ଦୁଇଜଣ  ସାକ୍ଷୀଙ୍କ  ଉପସ୍ଥିତିରେ  ତଲାସୀ   କରିବେ   ।

(ଚ) ତଲାସୀ   କାର୍ଯ୍ୟକ୍ରମ   ଆରମ୍ଭ  ପୂର୍ବରୁ  ଅଧିକାରୀ  ଦଳ ଓ  ସହଯୋଗୀ  ସାକ୍ଷୀମାନେ   ପରିସର  ଦାୟିତ୍ଵ  ବ୍ୟକ୍ତିଙ୍କୁ   ହିଁ  କହି  ନିଜର   ବ୍ୟକ୍ତିଗତ  ତଲାସି  କରାଇବେ   । ସେହିପରି  ତଲାସ  କାମ  ଶେଷରେ  ସମସ୍ତ  ଅଧିକାରୀ ଓ  ସାକ୍ଷୀମାନେ  ପରିସର  ଦାୟିତ୍ଵରେ  ଥିବା  ବ୍ୟକ୍ତିକୁ  ହିଁ  କହି  ନିଜର   ତଲାସୀ   କରାଇବେ   ।

(ଛ) ଘଟଣାସ୍ଥଳରେ  ଏକ  ବିଶଦ  ଲେଖା  ପ୍ରସ୍ତୁତ  (ପଞ୍ଚନାମା)  ହେବ  । ସମସ୍ତ   ବସ୍ତୁର  ଚିଠା  ଉଦ୍ଧାର  ହୋଇଥିବା  ନଥି   ଅଭିଗ୍ରହଣ   ହୋଇଥିବା   ବସ୍ତୁ  ଏହି  ପଞ୍ଚନାମା   ପୃଷ୍ଠରେ   ଲେଖାଇ  ଦିଆଯିବ   । ପଞ୍ଚନାମା ଓ  ଅଧିଗ୍ରହଣ   ହୋଇଥିବା  ବସ୍ତୁ  ଓ  ତତ୍ୟ  ସମସ୍ତ   ସାକ୍ଷୀମାନଙ୍କ  ଦ୍ଵାରା  ଦସ୍ତଖସ୍ତ   ହେବ  । ପରିସର  ଦାୟିତ୍ଵରେ  ଥିବା  ବ୍ୟକ୍ତି  ଯାହାଙ୍କ  ସମ୍ମୁଖରେ  ତଲାସ  କରାଗଲା , ସେ  ମଧ୍ୟ  ଦସ୍ତଖସ୍ତ   କରିବେ  ଏବଂ  ଅଧିକାରୀ  ଶେଷରେ  ତଲାସୀ  ଜମିର  ପ୍ରାଧିକୃତ  ଦାୟିତ୍ଵ  ଭାବେ  ନିଜର  ଦସ୍ତଖସ୍ତ   ଦେବେ   ।

(ଜ) ତଲାସୀ   ବିବରଣୀ   ସହ  ମୂଳ  ତଲାସୀ  ୱାରେଣ୍ଟକୁ  ପ୍ରଦାନ  କରିଥିବା  ଅଧିକାରୀଙ୍କୁ   ଫେରାଇବେ   । ଯେଉଁ  ଅନ୍ୟ  ଅଧିକାରୀମାନେ  ସେଠାରେ  ରହିଥିଲେ , ସେମାନଙ୍କ   ନାମ  ତଲାସ  ୱାରେଣ୍ଟ   ପଛରେ  ଲେଖାଯିବା  ।

(ଝ)  ତଲାସ   ପ୍ରଦାନ   କରୁଥିବା  ଅଧିକାରୀ   ସମସ୍ତ  ତଲାସ   ୱାରେଣ୍ଟକୁ  ଏକ  ପଞ୍ଜୀକରଣ  କରାଇବେ  ଏବଂ  ଫେରସ୍ତ  ୱାରେଣ୍ଟର   ତଥ୍ୟ   ମଧ୍ୟ  ରଖିବେ   ।

(ଞ୍ଜ) ପ୍ରସ୍ତୁତ  ପଞ୍ଚନାମାରେ  ଲଗାଯାଇଥିବା   ବିଭିନ୍ନ   ତଥ୍ୟର  ପ୍ରମାଣପତ୍ର  ପରିସରର   ଦାୟିତ୍ଵରେ  ଥିବା  ବ୍ୟକ୍ତିଙ୍କୁ   ତଲାସ  ହେବାର  ପ୍ରମାଣପତ୍ର   ଭାବେ  ପ୍ରଦାନ   କରାଯିବ   ।

CGST  ଓ SGST  ଧାରା ୬୫ ଅନୁସାରେ  ପରିସରକୁ  କୌଣସି  ପରିସ୍ଥିତିରେ  ପ୍ରବେଶ  କରିପାରିବେ କି ?

ଉତ୍ତର        ହଁ, CGST /SGST  ଧାରା  ୬୫ ଅନୁସାରେ  ପରିସରକୁ  ପ୍ରବେଶ  କରିହେବ  । ବ୍ୟବସାୟୀକ   ପ୍ରତିଷ୍ଠାନର  ଆକଳନ , ଯାଞ୍ଚ ଓ  ସତ୍ୟ   ପ୍ରମାଣ   ପରଖିବା   ପାଇଁ   ସରକାରୀ  ରାଜସ୍ୱ  ସପକ୍ଷରେ  CGST ଓ SGST ର  ନିରୀକ୍ଷଣ   ଅଧିକାରୀ  ମୂଲ୍ୟ  ହିସାବକାରୀ  ବିଜ୍ଞ  ହିସାବ  ରକ୍ଷକ  ଧାରା  ୬୬ ଅନୁଯାୟୀ  ମନୋନୀତ  ହୋଇ  ମାନକ  କର  ବ୍ୟବସ୍ଥା   ପୂର୍ବକ  ପ୍ରବେଶ  କରିପାରିବେ   । ତଥାପି  CGST/SGST  ଜଣେ  ଯୁଗ୍ମ  କମିଶନରଙ୍କଠାରୁ  ଏକ  ପ୍ରାଧିକୃତ  ଲିଖିତ  ନିର୍ଦ୍ଦେଶ  ଆବଶ୍ୟକ   ।  ମୂଳ  ବା  ଅତିରିକ୍ତ  ବ୍ୟବସାୟୀକ  ପ୍ରତିଷ୍ଠାନର   ପଞ୍ଜୀକୃତ  ବ୍ୟବସାୟଙ୍କ  ମାର୍ଫତରେ   ପଞ୍ଜୀକୃତ   ହୋଇନଥିଲେ   ପ୍ରବେଶ  କରିବା   ନିମିତ୍ତ  ବ୍ୟବସ୍ଥା   ଅଛି  ବା  ହିସାବ  ଖାତା  ଓ  କମ୍ପ୍ୟୁଟର   ଇତ୍ୟାଦି  ନିରୀକ୍ଷଣ   କରିପାରିବେ   ଓ  କରଦାତାଙ୍କ   ସତ୍ୟନିଷ୍ଠାକୁ   ଯାଞ୍ଚ  କରିବେ   ।

ଅଭିଗ୍ରହଣ   ଶବ୍ଦର  ଅର୍ଥ କ’ଣ   ?

ଉତ୍ତର       ଅଭିଗ୍ରହଣ  ଶବ୍ଦମାନକ  ବସ୍ତୁ  ବା  ସେବା  ନିୟମରେ   ଉଲ୍ଲେଖ   ନାହିଁ  । ଆଇନ୍ ର  ଶବ୍ଦକୋଷରେ  ଅଭିଗ୍ରହଣ ସଜ୍ଞା   ଏହିପରି   । ଏହା  ଏକ  ବୈଧ  ପ୍ରକ୍ରିୟାରେ  ଅଧିକାରୀଙ୍କ  ଦ୍ଵାରା  ଅଟକ  ରଖାଯାଇଥିବା  ଦ୍ଵାରା  ସମ୍ପତ୍ତି , କିନ୍ତୁ  ସାଧାରଣ  ଭାଷାରେ   ବଳପୂର୍ବକ   ମାଲିକଙ୍କ   ଅନିଚ୍ଛାରେ   ଅଟକ  ରହିବା  ସମ୍ପତ୍ତି    ।

GST ରେ   ବସ୍ତୁକୁ  ଅଟକ  ରକ୍ଷା  ନିମିତ୍ତ  କ୍ଷମତା   ଅଛି  କି ?

ଉତ୍ତର     ହଁ  CGST/SGST ର  ଧାରା   ୬୯ ଅନୁଯାୟୀ   ଜଣେ  ଅଧିକାରୀ   ବସ୍ତୁକୁ   ଅଟକ  ରଖିବା , ପରିବହନ  କରୁଥିବା  ଯାନକୁ  ମଧ୍ୟ   ରଖିପାରିବେ   । CGST / SGST ବ୍ୟବସ୍ଥାକୁ   ଅମାନ୍ଯ   କରି   ଯଦି  କିଛି  ବସ୍ତୁ  ପରିବାହ  ହେଉଥିବ  ବା  ପରିବାହିତ  ଅବସ୍ଥାରେ   କାରବାର  ଚାଲିଥିବ , ଗଚ୍ଛିତ   ଥିବା  ବସ୍ତୁ   ବା  ଗୋଦାମରେ  ମହଜୁଦ୍  ଥାଇ  ହିସାବରେ   ନଥିବ  ତା’ ହେଲେ  ସେହି  ବସ୍ତୁକୁ  ଅଟକ  କରିହେବ   । ସେହି  ବସ୍ତୁ  ପରିବହନକାରୀ  ଯାନକୁ   ଉପଯୁକ୍ତ   କର  ବା  କର  ସମତୁଲ  ସୁରକ୍ଷା  ରାଶି  ଦେବାପରେ   ମୁକ୍ତ   କରାଯିବ   ।

ଅଭିଗ୍ରହଣ  ଓ  ଅଟକ  ଭିତରେ  ଆଇନ୍  ଭାଷାରେ  କି ପ୍ରକାର  ଭେଦ  ରହିଛି  ?

ଉତ୍ତର     ଆଇନ୍ ର  ନିର୍ଦ୍ଦେଶକ୍ରମେ  ବସ୍ତୁ  ମାଲିକଙ୍କୁ  ବସ୍ତୁଠାରୁ  ଦୂରେଇ  ରଖିବା  ବା  ଗୋଟିଏ  ସମୟରେ  ଦଖଲରେ   ରଖିଥିବା  ବ୍ୟକ୍ତିଙ୍କୁ  ବସ୍ତୁଠାରୁ  ଦୂରେଇ  ଦେବାହିଁ  ଅଟକ    । କିନ୍ତୁ  ଅଭିଗ୍ରହଣ  କ୍ଷେତ୍ରରେ  ବସ୍ତୁତ  ବା  ସମ୍ପତ୍ତି  ଉପରେ  ସରକାରୀ  ବିଭାଗର  ନିୟନ୍ତ୍ରଣ  ରହିବ   । ବସ୍ତୁ  ସମୂହ   ଆଇନ୍ ଉଲ୍ଲଘଂନ କରିଥିବା   ଜଣାପଡିଲେ , ଅଟକ  ପାଇଁ  ଲିଖିତ  ନିର୍ଦ୍ଦେଶ  ପ୍ରସ୍ତୁତ  ହୋଇଥାଏ   । ଅଭିଗ୍ରହଣ   ଉଲ୍ଲଘଂନ   କରିଥିବା  ଜଣାପଡିଲେ , ଅଟକ  ପାଇଁ  ଲିଖିତ   ନିର୍ଦ୍ଦେଶ  ପ୍ରସ୍ତୁତ   ହୋଇଥାଏ    । ଯେତେବେଳେ  ଉପଯୁକ୍ତ   କାରଣ  ଥାଇ  ଅନୁସନ୍ଧାନ  ପରେ   ବସ୍ତୁଗୁଡିକର   ଯଦି  କର  ଉଲ୍ଲଘଂନ  ହୋଇଥାଏ , ତେବେ  ତାହା  ଅଧିଗ୍ରହଣ   ହେବ   ।

GST ରେ  ତଲାସ  ଓ ଅଭିଗ୍ରହଣ  ପାଇଁ  କି  ପ୍ରକାର  ବ୍ୟବସ୍ଥା  ରହିଛି  ?

ଉତ୍ତର        ମାନକ  ନିୟମ  CGST / SGST ର  ଧାରା  ୬୦ ଅନୁଯାୟୀ  ତଲାସୀ  ଓ ରକ୍ଷା  ଅଧିଗ୍ରହଣ  ପାଇଁ  କିଛି  କ୍ଷମତା  ପ୍ରଦାନ  କରାଯାଇଛି   । ସେଗୁଡିକ  ହେଲା –

(କ) ଅଭିଗ୍ରହଣ   ହୋଇଥିବା  ବସ୍ତୁ  ବା  ନଥି  ତଦାରଖ   ନିମନ୍ତେ  ଆବଶ୍ୟକତାଠାରୁ  ଅଧିକ  ଦିନ  ରଖାଯିବ  ନାହିଁ    ।

(ଖ) ତଥି  ସମୂହ  ତତ୍ତ୍ଵାଧାରକ  ଚାହିଁଲେ  ନଥି  ସମୂହର  ନକଲ  ନେଇପାରିବେ   ।

(ଗ)  ଅଭିଗ୍ରହଣର  ୬୦ ଦିନ  ମଧ୍ୟରେ  ନୋଟିସ୍  କରାନଗଲେ  ଅଭିଗ୍ରହଣ   ବସ୍ତୁକୁ  ଫେରାଇ  ଦିଆଯିବ   । ଏହି  ୬୦ ଦିନ  ସମୟକୁ  ଉପଯୁକ୍ତ   କାରଣ  ଦର୍ଶାଇ  ୬ ମାସକୁ  ଘୁଞ୍ଚାଇ  ଦିଆଯାଇପାରେ    ।

(ଘ)  ଅଭିଗ୍ରହଣ   କରିଥିବା  ଅଧିକାରୀ   ବସ୍ତୁମାନଙ୍କର   ତାଲିକା   ପ୍ରସ୍ତୁତ   କରିବେ   ।

(ଙ୍କ)  କିଛି  ବିଶେଷ  ପ୍ରକାର  ବସ୍ତୁମାନଙ୍କ  GST  ନିୟମର  ଅନୁସାରେ  (କ୍ଷତିକାରଣ ଓ  ଭଗ୍ନାଶିଷ) ସଙ୍ଗେ  ସଙ୍ଗେ  ଫଇସଲା  କରି  ବସ୍ତୁକୁ  ନିକାଶ   କରିବା   ।

(ଚ) ୧୯୭୩  ଅପରାଧିକ  ପ୍ରକ୍ରିୟା  ବ୍ୟବସ୍ଥା   ଅନୁଯାୟୀ   ଅଧିଗ୍ରହଣ  ଓ  ତଲାସୀ   କରାଯାଏ   । ଧାରା  ୧୬୫ର  ଉପଧାରା  ୫ ଅନୁସାରେ  ଅପରାଧ  ପ୍ରକ୍ରିୟା  କୋର୍ଡ  ଯଦି  କିଛି  ତଥ୍ୟ  ନଥି  ଅଧିଗ୍ରହଣ  ସମୟରେ  ପ୍ରାପ୍ୟ  ହୁଏ , ତେବେ  ଆବଶ୍ୟକ  ଅନୁଯାୟୀ  ନିକଟତମ   ଦଣ୍ଡାଧିକାରୀ (ମାଜିଷ୍ଟ୍ରେଟ) ଙ୍କ   ନିକଟରେ   ଧର୍ତ୍ତବ୍ୟ  ଅପରାଧର  ସଂଜ୍ଞା ମୁତାବକ  ନିର୍ବାହ  କରିବା   ଆବଶ୍ୟକ  ଏବଂ  ସେ  ସବୁକୁ  ପ୍ରମୁଖ  କମିଶନର  CGST ଓ କମିଶନର  SGST ଙ୍କୁ  ପଠାଯିବ  ।

କରଯୋଗ୍ୟ   ବସ୍ତୁ   ପରିବହନ   ବେଳେ  କିଛି  ବିଶେଷ  ନଥି  ରଖିବାର   ଆବଶ୍ୟକତା   ଅଛି  କି  ?

ଉତ୍ତର       CGST / SGST ର  ଧାରା  ୬୮ ଅନ୍ତର୍ଗତ  ୫୦ ହଜାର  ଉର୍ଦ୍ଧ୍ଵ  ମୂଲ୍ୟର  ବସ୍ତୁ  ପରିବହନ  ସମୟରେ  (ବସ୍ତୁ ସମ୍ପର୍କିତ) ବିହିତ  ନଥି  ସାଙ୍ଗରେ   ରହିବା  ଆବଶ୍ୟକ   ।

ଗିରଫ  କହିଲେ  କ’ଣ   ବୁଝାଯାଏ   ?

ଉତ୍ତର      ଗିରଫ  ଶବ୍ଦଟି   ମାନକ  ବସ୍ତୁ  ସେବା  କର   ନିୟମରେ  ଅବିହିତ  ହୋଇଛି   । କିନ୍ତୁ   ବିଚାରାଳୟ   ଶବ୍ଦ  ରୂପେ  ଏହାର  ଅର୍ଥ  କୌଣସି  ବ୍ୟକ୍ତିକୁ  ଆଇନ୍ ଗତ   ଅଧିକାରୀ   ବା  କର୍ତ୍ତୃପକ୍ଷଙ୍କ   ହାଜରେ  ରଖିବା  । ଅନ୍ୟ  ଅର୍ଥ  ଜରେ  ବ୍ୟକ୍ତିଙ୍କୁ   ଯେତେବେଳେ   ଗିରଫ  ବୋଲି  କହିପାରିବା  ସେ  ସପକ୍ଷରେ  ସ୍ଵାଧୀନ   ବିଚରଣ  କରିପାରିବେ  ନାହିଁ   ବା  ଅଟକ  ରହିବା   ଆଇନ୍ ରେ   କବଳିତ   ହେବ  ।

GST  ଅନ୍ତର୍ଗତ   କେତେବେଳେ  ଜଣେ   ସଠିକ୍ ଅଧିକାରୀ   କୌଣସି  ବ୍ୟକ୍ତିକୁ  ଗିରଫ  କରିପାରିବେ   ?

ଉତ୍ତର      କମିଶନର  CGST ଓ  SGST  ଜଣେ  ଅଧିକାରୀଙ୍କୁ  ଗିରଫ  କରିବା  ପାଇଁ  ନିର୍ଦ୍ଦେଶ   ଦେଇପାରିବେ    । ଯଦି  ସେ  CGST / SGSTର  ଧାରା  (କ), ଧାରା ୧୩୨ (୧) (ଖ) , ଧାରା ୧୩୨(୨)  ଅନୁସାରେ  ଦୋଷୀ  କରିଥାଆନ୍ତି  ବା ବା  ଦୋଷ  କରିବା  ପରି  ବିଶ୍ଵାସର  କାରଣ  ବଶବର୍ତ୍ତି  ହୋଇଥାଆନ୍ତି   । ଏହା  ନିଶ୍ଚିତ  ଯେ ୨ କୋଟି   ଉର୍ଦ୍ଧ୍ଵ  ରାଶିକର  ଏଡାଇବା   ଉଦ୍ଦେଶ୍ୟ   ଥାଏ, ତେବେ  ଗିରଫ  ପ୍ରସ୍ତୁତ   ହେବା  ଓ  ଯଦି  ବ୍ୟକ୍ତି  ପୂର୍ବରୁ   CGST /SGST  ମୁତାବକ   ଗିରଫ   ଦୋଷୀ   ସାବ୍ୟସ୍ତ   ହୋଇଥିବେ  ତେବେ   ଗିରଫ  ହୋଇପାରିବେ  ?

ଜଣେ  ବ୍ୟକ୍ତିଙ୍କୁ  ଗିରଫ  ନିମିତ୍ତ  GST ଅଧୀନରେ  କି  ପ୍ରକାର  ସୁରକ୍ଷା  ବ୍ୟବସ୍ଥା   କରାଯାଇଛି   ?

ଉତ୍ତର       ଧାରା ୬୯ ଅନୁସାରେ  ନିମ୍ନଲିଖିତ  ରକ୍ଷା   ବ୍ୟବସ୍ଥାମାନ   କରାଯାଇଛି    ।

(କ)   ଯଦି  ଜଣେ   ବ୍ୟକ୍ତି  ଧର୍ତ୍ତବ୍ୟ  ଅପରାଧରେ  ଗିରଫ   ହୁଅନ୍ତି , ତେବେ  ଗିରଫର  କାରଣ   ସମ୍ପର୍କରେ  ତାଙ୍କୁ   ଲିଖିତ  ନିର୍ଦ୍ଦେଶନ  ପ୍ରଦାନ  କରାଯିବ  ଏବଂ   ଜଣେ  ଦଣ୍ଡାଧିକାରୀ  (ମାଜିଷ୍ଟ୍ରେଟ) ଙ୍କ  ସମ୍ମୁଖରେ  ୨୪ ଘଣ୍ଟା  ମଧ୍ୟରେ   ଉପସ୍ଥାପନ   କରାଇବେ   ।

(ଖ)  ଅପରାଧିଙ୍କ  ପ୍ରକ୍ରିୟାଗତ   କୋର୍ଡ  ଧାରା  ୯୭୩ଓ  ଧାରା  ୪୩୬ ଅନୁଯାୟୀ  ଥାନାରେ  କମିଶନର   CGST ଓ SGST  ଧର୍ତ୍ତବ୍ୟ   ଅପରାଧ  ପାଇଁ  ଗିରଫ   କରି  ବେଲ୍ ରେ  ଛାଡିପାରିବେ   ।

(ଗ) ସମସ୍ତ   ଗିରଫ  ଅପରାଧୀ  ପ୍ରକ୍ରିୟାଗତ   ୧୯୭୩ ଧାରା   ଅନୁଯାୟୀ  ସମ୍ପାଦିତ  ହେବ  ।

ପ୍ରଶ୍ନ – ୨୩  CBEC  ଅନ୍ତର୍ଗତ   ଗିରଫ  ପରୱାନା  ପାଇଁ  ପ୍ରମୁଖ  ନିୟମାବଳୀ  ସବୁ  କ’ଣ   ?

ଉତ୍ତର      ଗିରଫ  ପାଇଁ  ଆଲୋଚିତ  ପ୍ରସଙ୍ଗରେ  ସ୍ଥଳବିଶେଷରେ  ବିଭିନ୍ନ  ପ୍ରକାର  କାରଣ  ମାଧ୍ୟମରେ  ଯଥା -  ଦୋଷର  ପ୍ରକୃତି  ଓ  ଗମ୍ଭୀରତା  ଏଡାଇ  ଦେଇଥିବା  କର  ପରିମାଣ  ବା  ଭୁଲ୍ ରେ  କର  ଅନ୍ତଃଗ୍ରହୀତ  କରିଥିଲେ  ପ୍ରକୃତି  ଓ  ପ୍ରମାଣ  ନଷ୍ଟ  କରିବା   ଉଦ୍ଦେଶ୍ୟରେ   କର୍ମ  ସାକ୍ଷୀଙ୍କୁ  ପ୍ରଭାବିତ  କରିବାର  ଚେଷ୍ଟା , ପ୍ରୟାସ , ତଦନ୍ତ  ସହ   ଅସହଯୋଗ   ଇତ୍ୟାଦି  ନିର୍ଦ୍ଧାରିତ   ହୋଇଥାଏ  । ଗିରଫ   କରିବାର  କ୍ଷମତା   ପ୍ରୟୋଗ  କରିବା  ପୂର୍ବରୁ   ନାନା  ବିଚାରଣୀୟ   ତଥ୍ୟ  ଉପରେ  ଧ୍ୟାନ   ଦେବା  ଆବଶ୍ୟକ   ।

(କ) ଦୋଷର   ପ୍ରକୃତ   ତଦନ୍ତକୁ  ସୁନିଶ୍ଚିତ  କରାଇବା    ।

(ଖ) ବ୍ୟକ୍ତିଟି   ଫେରାର  ହୋଇଯିବାର  କାରଣ  ବାହାର   କରିବା  ।

(ଗ) ସଂଗଠିତ   ଚୋରା  କାରବାରରେ  ଲିପ୍ତ   ରହିବା  ବା  ଉତ୍ପାଦନ  କରକୁ  ଲୁଚାଇବା   ।

(ଘ) ବେନାମୀ  ଆମଦାନୀ  ପ୍ରଚ୍ଛଦପଟ୍ଟ   ନାୟକ , ମୁଖ୍ୟ  ନାୟକ , ନକଲନାମ   ବ୍ୟବହାର  ବ୍ୟକ୍ତିର  ଉପସ୍ଥାପନ   ଇତ୍ୟାଦି   ।

(ଙ)  ଇଚ୍ଛାକୃତ  ଭାବେ  କର  ଏଡାଇଯିବା  ଓ  ଦୋଷ   କର୍ମ  କରିବାକୁ  ବୃଦ୍ଦି  ବା  ଉପଯୋଗ  ନକରିବା  ।

(ଚ)  ପ୍ରମାଣ  ନଷ୍ଟ  କରିବାରୁ  କ୍ଷାନ୍ତ  ରହିବା   ।

(ଛ)  ସାକ୍ଷୀମଧ୍ୟରେ   ମଧ୍ୟସ୍ଥତା  ଓ  ପ୍ରଲୋଭନ   କରାଇବା   ।

(ଜ)  ପ୍ରଚୁର  ପରିମାଣର  କର , ସେବାକର  (ପ୍ରାୟ  ୧ କୋଟିରୁ  ଉର୍ଦ୍ଧ୍ଵ) ରୁ ଏଡାଇବା  ପରି  କର୍ମ  କରିବା   ।

ଧର୍ତ୍ତବ୍ୟ   ଅପରାଧ  କ’ଣ   ?

ଉତ୍ତର     ସାଧାରଣତଃ  ଧର୍ତ୍ତବ୍ୟ  ଅପରାଧ   କହିଲେ  ଗୋଟିଏ  ସାଂଘାତିକ  ଶ୍ରେଣୀର   ଦୋଷ   । ଯେଉଁଠି   ଜଣେ  ପୋଲିସ୍  ଅଧିକାରୀ  ବିନା  କୌଣସି  ୱାରେଣ୍ଟ  ବା ତଦନ୍ତ  ବା  କୋର୍ଟର  ଅନୁମତି  ବିନା  ଗିରଫ  କରିପାରିବେ   ।

ଅଣଧର୍ତ୍ତବ୍ୟ  ଅପରାଧ  ର  ଅର୍ଥ  ଯଦି  କୌଣସି  କମିଟି  ସେତେ  ସାଂଘାତିକ  ନୁହେଁ ,  ଯେଉଁଥିପାଇଁ   ପୋଲିସ୍  ଅଧିକାରୀଙ୍କ  ଆବଶ୍ୟକ  ପଡିବ  ନାହିଁ  ।  ବିନା  ୱାରେଣ୍ଟରେ  ଗିରଫ   ହୋଇପାରିବ  ନାହିଁ   । ବିନା  କୋର୍ଟ  ନିର୍ଦ୍ଦେଶନାମା  ଅନୁଯାୟୀ   ତଦନ୍ତ   ହୋଇପାରିବ  ନାହିଁ    । ତେବେ  ତାହା  ଅଣ  ଧର୍ତ୍ତବ୍ୟ   ଅପରାଧ   ।

GST  ଅନ୍ତର୍ଗତ   ଧର୍ତ୍ତବ୍ୟ  ଓ  ଅଣଧର୍ତ୍ତବ୍ୟ  ଅପରାଧ   କ’ଣ   ?

ଉତ୍ତର       CGST ର  ଧାରା – ୧୩୨ରେ  ଯଦି   ବସ୍ତୁ   ବା   ସେବାକାରକୁ   ଏଡାଇବାର  ରାଶି  ୫ କୋଟିରୁ  ଅଧିକ  ତେବେ  ତାହାକୁ   ଧର୍ତ୍ତବ୍ୟ  ଅପରାଧ  ଓ ଜାମିନ୍  ବିହିନ  ଅପରାଧ   । ନଚେତ୍  ତାହା  ଅଣଧର୍ତ୍ତବ୍ୟ   ଅପରାଧ   ଅଟେ  ।

GST  ଅନ୍ତର୍ଗତ  କେତେବେଳେ  ଜଣେ  ସଠିକ୍  ଅଧିକାରୀ  ସମାନ  ଜାରି  କରିପାରିବେ  ?

ଉତ୍ତର       ଧାରା  ୭୦ ଅନ୍ତର୍ଗତ  CGST ଓ  SGST ଅଧିକାରୀ  ଉପଯୁକ୍ତ  ତଥ୍ୟ  ପ୍ରମାଣ  ପତ୍ର  ଯୁକ୍ତ  ନଥି  ବା  ଯେକୌଣସି   ତଦନ୍ତ  ଚାଲୁ  ରାହୁଥାଏ , ତେବେ  ସଠିକ୍  ନିର୍ଦ୍ଦେଶବଳରେ  ସମାନ  କରି  ବ୍ୟକ୍ତିଙ୍କୁ  ସ୍ଵସ୍ଵରୀରେ  ହାଜର  କରିପାରିବେ   । ତଥ୍ୟ  ଉପସ୍ଥାପନ  ପାଇଁ ସମାନ  ଏକ  ନିର୍ଦ୍ଧିଷ୍ଟ  ତଥ୍ୟ  ନିମିତ  ସମନ  ବା  ସମସ୍ତ  ନଥିପତ୍ର   ପ୍ରମାଣ   ପତ୍ର  ପାଇଁ  ସମନ  ବା  କିଛି  ଘଟଣା   ବା  ତଥ୍ୟ  ବର୍ଣ୍ଣନା   ଥାଇ  ପ୍ରମାଣପତ୍ର  ବା  ବ୍ୟକ୍ତିଙ୍କୁ   ସମନ   ପାଇଁ  କହିବେ    ।

ସମନ   ଜାରି   କରାଯାଉଥିବା  ବ୍ୟକ୍ତିଙ୍କ  ଦାୟିତ୍ଵ

ଉତ୍ତର   ଯଦି  ଜଣକୁ  ସମନ  ପ୍ରଦାନ  ହେଉଛି  ଯେ  ସେ  ଆଇନ୍ ଗତ  ବାଧ୍ୟତାମୂଳକ  ଭାବେ  ନିଜେ  ବା  ନିଜର  ଯେକୌଣସି  ପ୍ରତିନିଧିଙ୍କ  ଜରିଆରେ   ଉପସ୍ଥିତ  ହେବେ  ଏବଂ ଯେ  ସମନ  ଜାରି  କରିଛନ୍ତି , ତାଙ୍କୁ   ସେ  ବିଷୟରେ   ସାଧୁତା  ପୂର୍ବକ  ସତ୍ୟ  କହିବି  ଏବଂ  ତତ୍  ପ୍ରମାଣପତ୍ର  ଦାଖଲ  କରିବେ   ।

ସମନ  ଜାରି  ହେବାପରେ  ଅନୁପସ୍ଥିତ  ରହିଲେ  ଫଳାଫଳ   କ’ଣ  ହୋଇପାରେ   ?

ଉତ୍ତର        ଯେଉଁ  ଅଧିକାରୀ  ସମନ  ଜାରି  କରିଛନ୍ତି , ସେ  ସମନଟି   ବିଚାରାଳୟ   ସମନ  ସହ  ସମାନ   । ଯଦି  ଜଣେ  ସମନର  ପ୍ରଦତ୍ତ  ତାରିଖରେ  ଅନୁପସ୍ଥିତ  ରହନ୍ତି , ତେବେ   ଉପଯୁକ୍ତ   କାରଣ  ଦର୍ଶାଇବାକୁ   ପଡିବ  । ସେ  ଭାରତୀୟ   ପିଙ୍ଗଳ   କୋର୍ଟ   ଆଇ.ପି.ସି   ଧାରା  ୧୭୪ ଅନୁସାରେ  ଦୋଷୀ   ସାବ୍ୟସ୍ତ ହେବେ   । ଯଦି  ଠିକ୍  ପ୍ରମାଣପତ୍ର  ଉପସ୍ଥାପନ   ନ କରନ୍ତି , ବା  ଡିଜିଟାଲ  ନକଲ  ଯଦି   ପ୍ରଦାନ  ନକରନ୍ତି   ତେବେ  ଧାରା  ୧୨୫  ଅନୁସାରେ  ଦୋଷୀ  ସାବ୍ୟସ୍ତ  ହେବେ  ।  ଯଦି  ମିଥ୍ୟା  ତଥ୍ୟ   ପ୍ରଦାନ   କରନ୍ତି , ତେବେ  ସେ  ଧାରା  ୧୬୩ ଆଇ.ପି.ସି.  ଅନୁଯାୟୀ  ଦୋଷୀ  ସାବ୍ୟସ୍ତ  ହେବେ  । ଯସ୍ୟ  ସମ୍ପୃକ୍ତ   ବ୍ୟକ୍ତି  ସମନ  ଜାରି  କରିଥିବା  CGST /SGST ଙ୍କ  ଅଧିକାରୀଙ୍କ   ଆଗରେ  ଅନୁପସ୍ଥିତ  ରହନ୍ତି, ତେବେ  ୨୦ ହଜାର   ଟଙ୍କା  ତଣ୍ଡରେ  MGL ଧାରା – ୬୬ (୩) ଅନୁଯାୟୀ   ପ୍ରଦାନ   କରିବେ  ।

ସମନ  ଜାରି  ହେବାର  ନିୟମାବଳୀ  କ’ଣ   ?

ଉତ୍ତର       କେନ୍ଦ୍ରୀୟ  ଉତ୍ପାଦନ  ଶୁଳ୍କ  ବା  ସୀମା  ଶୁଳ୍କ  ବା  ରାଜସ୍ୱ  ବିଭାଗ  ସମନର  ଅପବ୍ୟବହାର  ରୋକିବା  ପାଇଁ  ନିୟମାବଳୀ   ପ୍ରସ୍ତୁତ  କରିଛନ୍ତି   । ସେ  ନିୟମାବଳୀର  କିଛି   ମୁଖ୍ୟ   ବିନ୍ଦୁଗୁଡିକ   ହେଲା –

(କ)  ସମନଟି   ଶେଷ   ପଦକ୍ଷେପ  ସ୍ୱରୂପ   ଯେଉଁ  ବ୍ୟକ୍ତି  ସହଯୋଗ  ନକରନ୍ତି , ଏବଂ ଏହା  ଅନୁଷ୍ଠାନର   ସର୍ବୋଚ୍ଚ   ପରିଚାଳନାକାରୀ   ଜାରି  ହେବା  ଅନୁଚିତ୍  ।

(ଖ) ସମନ୍ଵୟ   ଭାଷାରେ  ଶାଳୀନତା   ରହିବା  ଆବଶ୍ୟକ   । ଋକ୍ଷ  ହେବା  ଅନାବଶ୍ୟକ    । ଯାହା  ବ୍ୟକ୍ତିଙ୍କୁ  ଅତ୍ୟଧିକ  ମାନସିକ  ଚାପ , ଓ  ଲଜ୍ଜ୍ୟା  ଜନକ  ଅବସ୍ଥାରେ  ପହଞ୍ଚାଇବ  ।

(ଗ)   ସମନ  ସୁପରିଟେଣ୍ଡେଣ୍ଟଙ୍କ  ସହ  କମିଶନରଙ୍କୁ   ଉପଯୁକ୍ତ   ଲିଖିତ  ନିର୍ଦ୍ଦେଶ  ବିନା  ସମନ  ପ୍ରସ୍ତୁତ  କରିବେ  ନାହିଁ   ।

(ଘ) ପରିଚାଳନାଗତ   କାରଣ   ହେତୁ , ଯଦି  ପୂର୍ବ  ଅନୁମତି  ନମିଳେ , ତେବେ  ମୌଖିକ  ବା  ଟେଲିଫୋନ୍ ରେ  ଅନୁମତି  ନେବା  ଆବଶ୍ୟକ ଏବଂ  ତାହା   ଲିଖିତ  ଅନୁମତିରେ  ଆସିବା  ଦରକାର   । ଏବଂ  ସେହିପରି  ସମନ  ଜାରି   କରିବା  ପୂର୍ବରୁ   ଅଧିକାରୀଙ୍କୁ   ଅବଗତ  କରାଇବା  ଆବଶ୍ୟକ   । ଏ ସବୁ  କ୍ଷେତ୍ରରେ  ଯେଉଁଠି ସମନ  କରାଯାଏ , ସମନ  ପାଇଁ   ଆବଶ୍ୟକ   କରୁଥିବା  ଅଧିକାରୀ   ଏକ  ରିପୋର୍ଟ  ଦେବା  ଆବଶ୍ୟକ  ଓ  ଉପରୋକ୍ତ  ଅଧିକାରୀଙ୍କୁ  ସମନ   କରିବା   ସମ୍ବନ୍ଧୀୟ  ଲେଖା  ବା  ତଥ୍ୟ  ପ୍ରଦାନ  କରିବା   ଦରକାର   ।

ଉପରିସ୍ଥ  ପରିଚାଳନା  ଅଧିକାରୀ  ଯଥା  CO,CFO ଓ  ବଡ  ପ୍ରତିଷ୍ଠାନର  ସାଧାରଣ  ପରିଚାଳକ  ବା ସହକାରୀ ଶିଳ୍ପ  ଉଦ୍ୟୋଗ  ଅଧିକାରୀଙ୍କୁ ସାଧାରଣ  ଭାବରେ  ପ୍ରଥମ  ସମନ ଜାରି  କରିବା ଆବଶ୍ୟକ  । ସେମାନଙ୍କୁ  ସମନ ପଠାଇବା  ପୂର୍ବରୁ  ତଦନ୍ତର କାରଣ  ଓ ଲକ୍ଷଣ  ସମ୍ବନ୍ଧରେ  ଜାରିକରିବା  ଆବଶ୍ୟକ । ନଚେତ୍  ତାହା  ଦାଜସ୍ଵ  ହରାଇବା  ପରି  କାମ  ହେବ  ।

ସମନ  ଜାରି  କରିବା  ସମୟ  ପୂର୍ବରୁ  କେଉଁ  ସବୁ  ସତର୍କତା  ଅବଲମ୍ବନ  କରିବା  ଆବଶ୍ୟକ  ?

ଉତ୍ତର      ନିମ୍ନଲିଖିତ  ସତର୍କତା  ଅବଲମ୍ବନ  କରିବା  ଆବଶ୍ୟକ  ।

(କ)  ଆବଶ୍ୟକ  ନଥିବା  ସମୟରେ  ଉପସ୍ଥିତ  ହେବାର  ସମନ  ଜାରି  କରିବା   ଅନାବଶ୍ୟକ   । ସମନ  ସେତେବେଳେ  ଜାରି   ହେବା   ଦରକାର , ଯେତେବେଳେ  ତଦନ୍ତ  ଚାଲିଛି  ଓ ବ୍ୟକ୍ତିଙ୍କର  ଉପସ୍ଥିତି  ଆବଶ୍ୟକ  ଅଛି   ।

(ଖ) ସାଧାରଣତଃ  ସମନ  ବାରମ୍ବାର  ଜାରି  ହେବା  ବୈଧ   ନୁହେଁ   । ପ୍ରୟାଗତ୍ମକ ଭାବେ   ସବନିମ୍ନ   ପରିସ୍ଥିତିରେ   ଦୋଷୀର   ଉକ୍ତି  ବା  ସାକ୍ଷୀର   ଉକ୍ତି   ଲିଖିତ  ହେବା  ଆବଶ୍ୟକ   ।

(ଗ) ସମନରେ   ଉଲ୍ଲେଖ  ଥିବା  ସମୟ  ସମ୍ମାନ   ଦେବା  ଆବଶ୍ୟକ   । କୌଣସି  ବ୍ୟକ୍ତି   ଲାମ୍ବା  ସମୟ  ଧରି   ଅପେକ୍ଷା  ନକରି  ବୁଦ୍ଧିମତ୍ତା   ସହ  ନିଜର  ବକ୍ତବ୍ୟଟି   ଲିଖିତ   ହୋଇସାରିଲା  ପରେ  ଯାଇପାରିବେ   ।

(ଘ)  ସ୍ଵାଭାବିକ  ଭାବେ  ବକ୍ତବ୍ୟ  ଅଫିସ୍  ସମୟରେ  ଗ୍ରହଣ   ହେବା  ଆବଶ୍ୟକ  । କିନ୍ତୁ  ପରିସ୍ଥିତି   ମୁତବକ  ବକ୍ତବ୍ୟ   ଗ୍ରହଣ   ହେବାର  ସମୟ  ଓ  ସ୍ଥାନ  ବଦଳିପାରେ   । ଯେଉଁଠାରେ   କେସ୍  ସମ୍ବନ୍ଧିତ   ତଥ୍ୟ   ଥିବ   ।

ଅନ୍ୟ  କୌଣସି  ଶ୍ରେଣୀର   ଅଧିକାରୀ  CGST /SGST  ଅଧିକାରୀଙ୍କୁ   ସାହାଯ୍ୟ  କରିବାର   ଆବଶ୍ୟକତା  ଅଛି  କି ?

ଉତ୍ତର        MGL ଧାରା  ୬୫ ଅନୁସାରେ   ନିମ୍ନଲିଖିତ  କ୍ଷମତାପ୍ରାପ୍ତ  ଅଧିକାରୀମାନେ  CGST/ SGSTର  ଅଧିକାରୀଙ୍କୁ  କାର୍ଯ୍ୟ   ନିର୍ବାହ  କ୍ଷେତ୍ରରେ  ସାହାଯ୍ୟ  କରିବେ   । ସେ  ଶ୍ରେଣୀଭୂକ୍ତ   ଅଧିକାରୀମାନେ   ହେଲେ ,

(କ)  ପୋଲିସ୍

(ଖ)  ସୀମା  ଶୁଳ୍କ

(ଗ)  GST  ସଂଗ୍ରହ  ନିମିତ୍ତ  ନିୟୋଜିତ  ହୋଇଥିବା   କେନ୍ଦ୍ର  ଓ  ରାଜ୍ୟସରକାରଙ୍କ   ଅଧିକାରୀ  ବା  ଯେକୌଣସି  ସ୍ଥାନୀୟ  ଅଧିକାରୀ

(ଘ)  ଯେକୌଣସି  ଅନ୍ୟ  ଶ୍ରେଣୀର  ଅଧିକାରୀ  ଯେଉଁମାନେ  ରାଜ୍ୟ / କେନ୍ଦ୍ର  ସରକାରଙ୍କ  ଦ୍ଵାରା  ବିଜ୍ଞପିତ  ହୋଇଛନ୍ତି   ।

(ଙ)  ଯେକୌଣସି  ଅନ୍ୟ  ଶ୍ରେଣୀର  ଅଧିକାରୀ  ଯେଉଁମାନେ  ଜମିର  ରାଜସ୍ୱ  ଆଦାୟ  ପାଇଁ  ନ୍ୟସ୍ତ   ଅଟନ୍ତି   ।

(ଚ)  ଯେକୌଣସି   ଅଧିକାରୀ  କେନ୍ଦ୍ର  ବା  ରାଜ୍ୟ  ସରକାରଙ୍କ  ଦ୍ଵାରା  ବିଜ୍ଞାପିତ   ହୋଇଛନ୍ତି   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

3.02941176471
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top