ସେଆର କରନ୍ତୁ

ସମାଧାନ କମିଶନ

ସମାଧାନ କମିଶନ ର ସୂଚନା

କମିଶନର ମୂଳ ଉଦ୍ଦେଶ୍ୟ ଗୁଡିକ କଣ

କମିଶନର ମୂଳ ଉଦ୍ଦେଶ୍ୟ ଗୁଡିକ ହେଲା –

  • କରଦାତାଙ୍କୁ ବିବାଦମାନ ନିଷ୍ପତ୍ତିର ଭିନ୍ନ ବା ଅନ୍ୟ  ଏକ ବ୍ୟବସ୍ଥା ପ୍ରଦାନ କରିବା   ।
  • ବ୍ୟୟ ଓ ସମୟ ସାପେକ୍ଷ ବିବାଦମାନ ପର ପ୍ରାପ୍ୟର ଧାରାକୁ ତ୍ୱରାନିତ୍ଵ କରି ବିବାଦ ପଦ କଳହରୁ ଦୂରେଇ ରହିବା  ।
  • କର କୁ ଏଡାଇ ଯାଇଥିବା କର ଦାତାଙ୍କୁ ସ୍ଵଚ୍ଛ ହେବା ନିମନ୍ତେ ଏକ ସୁଯୋଗ ପ୍ରଦ୍ନ କରିବା   ।
  • ସତ୍ୟ ଓ ସଂପୂର୍ଣ୍ଣ କର ପଇଠ ଓ କର ଭାର ପରିମାଣ ପରିପ୍ରକାଶ କରିବା ନିମନ୍ତେ କରଦାତାଙ୍କୁ ଏକ ସମାଧାନ ଫୋରମ ଯୋଗାଇଦେବା  ।
  • ତ୍ଵରିତ ସମାଧାନ ପ୍ରୋତ୍ସାହନ ଯୋଗାଇବା ଓ ବ୍ୟବସାୟକୁ ଅତକିର୍ତ ଦଣ୍ଡ ଓ ଦ୍ଵେଶରୁ ମୁକ୍ତ କରିବା  ।

ମାନକ GST ନିୟମ ଅଧୀନରେ ଅନ୍ତଃରାଜ୍ୟ ଓ ରାଜ୍ୟ ଅଭ୍ୟାନ୍ତର କର ସମ୍ବନ୍ଧିତ ବିବାଦୀୟ କର ବାର ଗୁଡିକର ସମାଧାନ କରେ  ।

IGST ଆଇନ ଅନ୍ତର୍ଗତ ମାନକ GST ରେ ସମାଧାନ କମିଶନର ବ୍ୟବସ୍ଥା କରାଯାଇଛି   ।  (ଧାରା ୧୧ -୨୬ ) ଅନ୍ତଃରାଜ୍ୟ କାରବାରରେ ଏହା ସୂଚିତ କରେ ଯେ , କେସ ଗୁଡିକ କର ସମ୍ବନ୍ଧିତ ବ୍ୟାପାର ହେତୁ ସମାଧାନ କରିହେବ ନାହିଁ    ।  GST ଓ CGST ନିୟମ ଅନ୍ତର୍ଭୁକ୍ତ ପ୍ରଦତ୍ତ ଫର୍ମ ଅନୁଯାୟୀ ସମାଧାନ ଚାହୁଁଥିବା ରାଜ୍ୟଗୁଡିକ ସମାଧାନ କମିଶନ ଗଠନ କରିପାରିବେ ଓ ସମାଧାନ ନିମିତ୍ତ ।  GST ନିୟମ ଅନୁଯାୟୀ କରିପାରିବେ   ।

ମାନକ GST ନିୟମ ଅନୁସାରେ ଗୋଟିଏ କେସର ସମାଧାନ ବ୍ୟବସ୍ଥା ମାନେ କଣ ?

IGST ର ଧାରା ୧୧ ଅନୁସାରେ କେସର ଅର୍ଥ ହେଲା ଯେକୌଣସି ଦଣ୍ଡବିଧାନ ସମ୍ପର୍କିତ କର ଛାଡ , ଆକଳନ ଓ କର ସମ୍ବର୍ଦ୍ଧିତ ଆବେଦନ ISGT ଅଫିସର ବା ପ୍ରଥମ ଅପିଲ ଅଧିକାରୀଙ୍କ ନିକଟରେ ଆବେଦନ ଦାଖଲ କରିବା ଓ ନିର୍ଦ୍ଧିଷ୍ଟ ତାରିଖର ସମାଧାନ କରିବା   । କେସର ଅର୍ଥ ହେଲା ଯେ କୌଣସି ନ୍ୟାୟ ନିର୍ଣ୍ଣୟକାରୀଙ୍କ ଦ୍ଵାରା ଆଦେଶ ପାରିତ କରିବା   , ଯାହାପାଇଁ ଅପିଲ ଅଧିକାରୀଙ୍କ ନିକଟରେ ସମୟଲବ୍ଧ ସରିଯାଉନଥିବ   । ସମୟ ଅତିକ୍ରାନ୍ତ ଅପିଲକୁ ଯଦି ପୁନଃ ଅପିଲ ଭାବେ ଦାଖଲ ଓ ଉଚ୍ଚ ବିଭାଗୀୟଠୁ ନିମ୍ନ ବିଚାରାଳୟଙ୍କୁ ପ୍ରଦାନ କରାଯାଇଥାଏ   ।  ତେବେ ସେ କେସଟିକୁ ଗ୍ରହଣ କରିହେବ ନାହିଁ  ।

ଆବେଦନର ସମାଧାନ ଓ ସୁନାନି କରିବା ନିମନ୍ତେ ସଦସ୍ୟଙ୍କ ସମୀକରଣ କଣ ହେବ   ?

ଦୁଇ ସଦସ୍ୟ ସହିତ ରାଜ୍ୟ ସଭାପତିଙ୍କୁ ନେଇ ଗଠିତ ବେଞ୍ଚ ଯେଉଁଠି ପ୍ରତ୍ୟେକ ଆବେଦନ ପତ୍ରର ସମାଧାନ ପାଇଁ ଶୁଣାଣୀ ହେବ   ।  ରାଜ୍ୟ ସଭାପତି ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ ବିଚାରପଟି ହେବା ଆବଶ୍ୟକ   ।  ଅନ୍ୟ ଦୁଇଜଣ ସଦସ୍ୟ ବୈଷୟିକ ଭାବେ CGST ପ୍ରଶାସନର ବ୍ୟକ୍ତି ହୋଇଥିବେ   ।

ଆବେଦନ ପତ୍ର ଶୁଣାଣୀ ବେଳେ ସଦସ୍ୟ ଭିନ୍ନ ମତ ପ୍ରକାଶ ପାଇଲେ କଣ ହେବ   ?

IGST ନିୟମର ଧାରା ୧୪ ଅନୁଯାୟୀ ଯେଉଁଠି ସାଧାରଣ କମିଶନର ଙ୍କ ସଦସ୍ୟଙ୍କ ମତରେ ଭିନ୍ନମତ ପ୍ରକାଶ ପାଏ  , ତେବେ ନିଷ୍ପତ୍ତି ସଂଖ୍ୟା ଗରିଷ୍ଠତା ଭୀତରେ ଅନୁମୋଦିତ ହୋଇଥାଏ  ।  କୌଣସି ବ୍ୟକ୍ତିଗତ ଓ ଅସୁସ୍ଥତା କାରଣରୁ ଜଣେ ସଦସ୍ୟ ଅନୁପସ୍ଥିତ ରହିଲେ , ଦୁଇଜଣିଆ ବେଞ୍ଚ ନିଷ୍ପତି ନେଇପାରିବେ   ।  ଯଦି ଏହି ଦୁଇଜଣ ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ରହେ   ,  ତେବେ କେସଟି ଅନୁପସ୍ଥିତ ସଦସ୍ୟଙ୍କୁ ପ୍ରେରିତ କରାଯାଇପାରିବ ଓ ସଂଖ୍ୟାଗରିଷ୍ଠତା ଭୀତରେ ନିଷ୍ପତ୍ତିଦ ନିଆଯିବ   ।

ସମାଧାନ ପାଇଁ କିଏ ଆବେଦନ କରିବେ  ?

IGST ର (ଧାରା -୧୫) ଅନୁଯାୟୀ ଜଣେ କର ଦାତା କେସର ସମାଧାନ ପାଇଁ ଆବେଦନ କରିପାରିବେ   । ଯେଉଁଠି ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରେରିତ ହୋଇଛି ଓ ସେହି କେସଟି ନ୍ୟାୟ ନିର୍ଣ୍ଣୟକାରୀ ବା ପ୍ରଥମ ଅଧିକାରୀଙ୍କ ନିକଟରେ ପଡିରହିଛି   ।

ସମାଧାନ ପାଇଁ ଆବେଦନ ପତ୍ରରେ କଣ ରହିବା ଆବଶ୍ୟକ

ସମାଧାନ ହେବାକୁ ଥିବା ଆବେଦନ ପତ୍ରରେ ନିମ୍ନଲିଖିତ ସଂପୂର୍ଣ୍ଣ ଓ ସତ୍ୟ ବିବରଣୀ ରହିବା ଆବଶ୍ୟକ  ।

  • କର ଦେୟ = ଯାହାକି ନିର୍ଦ୍ଧିଷ୍ଟ ଅଧିକାରୀଙ୍କୁ ଅବଗତ କରାଯାଇନଥିବ   ।
  • କର ଦେୟ କେଉଁ ହିସାବରେ ପ୍ରସ୍ତୁତ କରାଯାଇଛି   ।
  • ଅତିରିକ୍ତ କର , ଯାହାକି କରଦାତା ପଇଠ ପାଇଁ ଗ୍ରହଣ କରୁଛନ୍ତି   ।
  • ଅନ୍ୟ ବିବରଣୀ ଯଥା- ଶ୍ରେଣୀଭୁକ୍ତ ହୋଇନଥିବା ବସ୍ତୁ , କରମୁକ୍ତ ନୋଟିସ ଓ ଅନ୍ୟ କିଛି ପରିମାଣ ଯାହା ଯଥାକ୍ରମେ ପ୍ରଦାନ ପାଇଁ ସହମତି ଅଟନ୍ତି   ।

ସମାଧାନକୁ ଯିବା ପୂର୍ବରୁ ଯେଉଁ ସର୍ତ୍ତସମୂହ ପୂରଣ ହେବା ଦରକାର   ?

IGST ର ଧାରା ୧୫ ଧାରା ଅନୁଯାୟୀ ନିମ୍ନଲିଖିତ ସର୍ତ୍ତ ପୂରଣ ହେବା ଦରକାର   ।

  • IGST ଅନୁଯାୟୀ ଆବେଦକ ସମସ୍ତ ରିଟର୍ଣ୍ଣ ଓ ବିବରଣୀ ପ୍ରଦାନ କରିବେ   ।  ବା ଏହି ଆବଶ୍ୟକତାକୁ କମିଶନର ଛାଡ କରିପାରିବେ   ।  କାରଣ ସମୂହ ଉଲ୍ଲେଖ ହୋଇଥିବ ଓ ଉପଯୁକ୍ତ ଅବ୍ୟବସ୍ଥାର ବର୍ଣ୍ଣନା ଥିବ   ।
  • ଆବେଦନ କର ଖିଲାପର ଏକ କାରଣ ଦର୍ଶାଅ ନୋଟିସ ପାଇଥିବେ ବା IGST ଅଧିକାରୀ କର ମୂଲ୍ୟାଙ୍କନର ଲିଖିତ ପତ୍ର ଦେଇଥିବେ ବା ତାହା ଅପିଲ ଅଧିକାରୀଙ୍କ ନିକଟରେ ପଡିରହିଥିବ   ।
  • ଆବେଦକ ନିଜ ଆବେଦନପତ୍ରରେ ୫ ଲକ୍ଷ ରୁ ଅଧିକ ଅତିରିକ୍ତ କର କୁ ଗ୍ରହଣ କରିବାର ସହମତି ପ୍ରକାଶ କରିଥିବେ   ।
  • CGST ର ଧାରା ୩୬ ଅନୁଯାୟୀ ଆବେଦକ ଅତିରିକ୍ତ କର ସୁଧ ସହ ପଇଠ କରିଥିବେ   ।

କେଉଁ ପରିସ୍ଥିତିରେ ଆବେଦନ ପତ୍ର ଗ୍ରହଣୀୟ ହେବ ନାହିଁ  ?

IGST ନିୟମର ଧାରା 15 ଅନୁଯାୟୀ ନିମ୍ନଲିଖିତ ପରିସ୍ଥିତିରେ ସମାଧାନ କମିଶନର ଆବେଦନ ପତ୍ର ଗ୍ରହଣ କରିବେ ନାହିଁ  ।

  • ଯଦି କେସଟି କୌଣସି ଅପିଲ ଅଧିକାରୀ ବା ଟ୍ରିବୁନାଲ ବା ବିଚାରାଳୟରେ ମହଜୁତ   ।
  • ଯଦି ଆବେଦନ ପତ୍ରଟି କର ହାର ନିର୍ଦ୍ଧାରଣ ପାଇଁ ଅଟକି ଥିବ ,  ବସ୍ତୁ ବା ସେବା ଉପରେ କର ଦେୟ ରହିଥିବ   ।
  • ଯଦି ଉପଯୁକ୍ତ ଦେୟ ବକେୟା ଥିବ   ।

ସମାଧାନ ଆବେଦନ ପତ୍ରରେ ଆବେଦନ କଲାପରେ ଉଠାଇନେଇ ପାରିବେ କି  ।

ନାଁ , IGST ନିୟମର ଧାରା ୧୫ ଅନୁଯାୟୀ ଆବେଦକ ଥରେ ସମାଧାନ ଆବେଦନ କରିବା ପରେ ଉଠାଇ ନେଇପାରିବେ ନାହିଁ  ।

ସମାଧାନ କମିଶନର କେଉଁ ଆଦେଶ ସମୂହ ପାରିତ କରିପାରିବେ   ।

ସମାଧାନ କମିଶନ , ସମାଧାନ ସମ୍ପର୍କିତ ନିମ୍ନଲିଖିତ ନିର୍ଦ୍ଦେଶ ପାରିତ କରିପାରିବେ   ।

  • ଆବେଦକଙ୍କ ଦ୍ଵାରା ପ୍ରଦାନ ହେବାକୁ ଥିବା କର , ସୁଧ ଓ ତଣ୍ଡର ପରିମାଣ ଯଦି ପ୍ରାପ୍ୟ ୩୦ ଦିନ ବା ତିନିମାସ ମଧ୍ୟଏ ପାନ କରାନଯାଏ   ,  ତେବେ ସୁଧ ସହ ଆଦାୟ ବ୍ୟବସ୍ଥା ରହିଛି  ।  (GST ଧାରା ୫୪ , ଧାରା ୧୬ )
  • କେଉଁ ହିସାବରେ ସମସ୍ତ ପ୍ରାପ୍ୟ ପ୍ରଦାନ କରାହେବ   ?
  • IGST ନିୟମ ଅନୁସାରେ ଦୋଷରୁ ମୁକ୍ତି ଓ ପ୍ରତିଶୋଧକ ବ୍ୟବସ୍ଥା କରିବା   , ଯଦି କୌଣସି ନିଷ୍ପତ୍ତି ବଳରେ ଆବେଦନ ତାରିଖଠାରୁ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତି  ଏବଂ କମିଶନ ଆବେଦନଙ୍କ ସନ୍ତୁଷ୍ଟି କ୍ରମେ କର ଦେୟ ଓ ଅନ୍ୟାନ୍ୟ ଦେୟ ଦିଅନ୍ତି   ।
  • ତଣ୍ଡ ଦେବାରୁ ବିରତି ରାଖୀ ପୁନଃ ବା ଅର୍ଦ୍ଧାଧିକ ଦେୟର ନିର୍ଦ୍ଦେଶ ଦେବା   (ଧାରା -୨୦)
  • ବକେୟା ଅର୍ଥ ପ୍ରଦାନ ହେତୁ ସାମ୍ପ୍ରତିକ ଉତ୍ତରଦାୟୀ କାରୀ ନିର୍ଦ୍ଦେଶ ପାରିତ କରିବା   ।  ଏ ପ୍ରକାର ବ୍ୟବସ୍ଥା ଉତ୍ତର ଦାୟିତ୍ଵ ସମ୍ପର୍ଣ୍ଣ    । ଥରେ ଦେୟ ପଇଠ ହେଲେ ସମ୍ପତ୍ତି ଟି ଆପେ ଆପେ ପୂର୍ବ ସର୍ତ୍ତକୁ ଫେରିଆସେ ଓ ତାହା ସମାଧାନ କମିଶନଙ୍କୁ ଜଣାଇ ଦିଆଯାଏ   ।
  • କେସଟିକୁ IGST ର ବିଧି ଶାସ୍ତ୍ର ଅଧିକାରୀଙ୍କ ନିକଟରେ ଫେରାଇ ଦେଇପାରିବେ  । ଯଦି ସମାଧାନ କମିଶନ ଅନୁଭବ କରନ୍ତି ଯେ , ଆବେଦନକାରୀ ଅଧିକାରୀଙ୍କ ସହ ସହଯୋଗ କରୁ ନାହାନ୍ତି   ।
  • ପୂର୍ବରୁ ବନ୍ଦ ହୋଇଥିବା ଯେକୌଣସି କେସ ପୁନଃ ଖୋଲିପାରିବ ଏବଂ ଉପଯୁକ୍ତ ନିର୍ଦ୍ଦେଶ ପାରିତ କରିପାରିବେ   । ଅପିଲ ଅଧିକାରୀଙ୍କ ଅନୁମତୀ ନେଇ ଏ କାମଟି କରିପାରିବେ   । ଯଦି ନିର୍ଦ୍ଦେଶର ଅବଧି ସରିଣଥାଏ ଆବେଦନ ତାରିଖଠୁ ପାଞ୍ଚ ବର୍ଷ ହୋଇନଥିଲେ ସମାଧାନ କରିପାରିବେ   । (ଧାରା-୧୮)

କେଉଁ ପରିସ୍ଥିତିରେ ସମାଧାନ କମିଶନରଙ୍କ ଆଦେଶକୁ ପୁନଃ କାର୍ଯ୍ୟକ୍ଷମ କରିହେବ   ?

  • ସମାଧାନ କମିଶନଙ୍କ ନିର୍ଦ୍ଦେଶଟି ଭୟ ଓ ବଳ ପୂର୍ବକ କରାଯାଇଥାଏ ବୋଲି ପରବର୍ତ୍ତୀ ସମୟରେ ଜଣାପଡେ ତେବେ ନିର୍ଦ୍ଦେଶଟିକୁ ବାତିଲ କରିହେବ   ।  ତାପରେ ସମାଧାନ କମିଶନ ଯେଉଁଠାରୁ ସଠିକ ଅନୁମତୀ ଦେଇଥିଲେ ସେ  ସ୍ତରରୁ ପୁନଃ ଶୁଣାଣୀ କାରୀ ମୂଳ ପ୍ରମାଣ ପତ୍ର ସହ ବା ଅପିଲ ଅଧିକାରୀଙ୍କ ଦ୍ଵାରା ଦୁଇବର୍ଷ ମଧ୍ୟରେ ପାରିତ କରାଇବେ   ।
  • ପାରିତ ହୋଇଥିବା ସମୟସୀମା ମଧ୍ୟରେ ଦେୟ ଦାଖଲ ନକଲେ ବା ତଥ୍ୟ ଲୁଚାଇବା ବା ମିଥ୍ୟା ଆରୋପ ପ୍ରମାଣିତ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ସମାଧାନ କମିଶନ ତଣ୍ଡରୁ ବର୍ତ୍ତାଇ ପାରିବେ ଓ ଉପଯୁକ୍ତ ପ୍ରତିଶୋଧକର ବ୍ୟବସ୍ଥା କରିପାରିବେ   ।

କିଏ ସମାଧାନ କମିଶନର ସାହାଯ୍ୟ ନେଇପାରିବେ ନାହିଁ   ?

ନିମ୍ନଲିଖିତ ବ୍ୟକ୍ତିବିଶେଷ ସମାଧାନ କମିଶନଙ୍କ ସୁବିଧା ପାଇପାରିବେ ନାହିଁ  ।

  • ଜଣେ ବ୍ୟକ୍ତି ସମାଧାନର ସୁଯୋଗ ଦ୍ଵିତୀୟଥର ନେଇପାରିବେ ନାହିଁ   ।
  • IGST ନିୟମ ଅନ୍ତର୍ଗତ ଯଦି ଜେନ ବ୍ୟକ୍ତି ଦୋଷୀ ବୋଲି ବିବେଚିତ ହୋଇଥାଆନ୍ତି  ବା ସମାଧାନ କମିଶନରଙ୍କ ନିର୍ଦ୍ଦେଶ ପରେ ଆଉ ଆବେଦନ କରିପାରିବେ ନାହିଁ ବା ସେ କେସଟିକୁ ନ୍ୟାୟ ନିର୍ଣ୍ଣୟକାରୀଙ୍କ ନିକଟକୁ ପ୍ରେରଣ କରାଇବେ   ।

ସମାଧାନ କମିଶନରଙ୍କ କ୍ଷମତା ସମୂହ କଣ

IGST ନିୟମ ଅନ୍ତର୍ଗତ ଧାରା ୨୫ ଓ ୨୬ ଅନୁଯାୟୀ ସମାଧାନ କମିଶନରଙ୍କୁ କ୍ଷମତା ଓ ପ୍ରକ୍ରିୟା ସମୂହ ପ୍ରଦତ୍ତ ଅଛି   ।  ଦେବାଣୀ ବିଚାରାଳୟ ୧୯୦୮ ଧାରା ଅନୁସାରେ ସମାଧାନ କମିଶନକୁ ତଦନ୍ତ ପରୀକ୍ଷଣ , ଦଣ୍ଡବିଧାନ , ଶପଥ ପ୍ରଦାନ , ହିସାବ ପୁସ୍ତିକା ଯାଞ୍ଚ ଓ ଅନ୍ୟାନ୍ୟ ତଥ୍ୟ ନିମିତ୍ତ କ୍ଷମତା ପ୍ରଦାନ କରାଯାଇଛି   ।  ଦେୱାନୀ ଅଦାଲତ ପରି ସମାଧାନ କମିଶନ କାମ କରିବେ  । ଅପରାଧୀ ବିଚାରାଳାୟ ଧାରା -୧୯୫,୧୯୨୩ ଅନୁଯାୟୀ ସମାଧାନ କମିଶନ ଦେୱାନୀ ଅଦାଲତ ଭାବେ କାମ କରିବେ   ।  ଯେକୌଣସି ପ୍ରକ୍ରିୟା ବିଚାରାଳୟ କରି ଧାରା ୧୯୩,୨୨୮,ଓ ଧାରା ୧୯୬ ଭାରତୀୟ ପିଙ୍ଗଳକୋର୍ଟ ୧୮୬୦  ଅନୁସାରେ ପକ୍ଷ କରିବେ   ।  ନିଜ କ୍ଷମତା ଓ ପ୍ରକ୍ରିୟାକୁ ସନ୍ତୁଳିତ ବା ନିୟନ୍ତ୍ରିତ କରିପାରିବେ   ।

୧୮୬୦ ଭାରତୀୟ ପିଙ୍ଗଳକୋର୍ଟ (IPC ୧୯୩ )ଅନୁସାରେ ମିଥ୍ୟା ଅଭିଯୋଗରେ ତଣ୍ଡ ବ୍ୟବସ୍ଥା ଓ ଧାରା ଅନୁସାରେ ଜାଣିସୂନୀ ତଥ୍ୟ ଲୁଚାଇଲେ ଅର୍ଥଦଣ୍ଡ ବ୍ୟବସ୍ଥା କରିପାରିବେ   ।  ପିଙ୍ଗଳକୋର୍ଟର ବ୍ୟବସ୍ଥା ହିସାବରେ ମିଥ୍ୟା ପ୍ରମାଣ ବା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କାଲେ କେସ ଆବାହନ କରିପାରିବେ   ।

IGST ଧାରା ୨୪ ଅନ୍ତର୍ଗତ ସମାଧାନ କମିଶନ ସୁନିର୍ଦ୍ଦେଶ ତଥ୍ୟକୁ ତିନିମାସ ଭିତରେ ପରିଶୋଧ କରି ପୁନଃନିର୍ଦ୍ଦେଶନାମା ଜାରିକରିପାରିବେ   ।  ଏହି ଭୁଲଟି କମିଶନର ବା ଆବେଦକ ବା IGST ବିଧିଶାସ୍ତ୍ର ଅଧିକାରୀଙ୍କ ହୋଇପାରେ   ।  ଯଦି ପରିଶୋଧନ ପ୍ରକ୍ରିୟା ହେତୁ କର ଭାର କମ ବା ବେଶୀ ହୋଇଥାଏ   , ତେବେ ଆବେଦନଙ୍କ ମତ ଶୁଣାଣୀ ପରେ ନିଷ୍ପତ୍ତି କରାଯିବ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top