ହୋମ / ସମାଜ କଲ୍ୟାଣ / ଓଡିଶାର ପର୍ବପର୍ବାଣୀ / ଅବଧୂତ ବାବାଙ୍କ ଭାଗବତ ଟୁଙ୍ଗୀ
ସେଆର କରନ୍ତୁ

ଅବଧୂତ ବାବାଙ୍କ ଭାଗବତ ଟୁଙ୍ଗୀ

କୃଷ୍ଣ ଚରିତ ଭଗବତ ସୁଖରେ ଆୟସୀ, ଦୁଃଖରେ କାତର ନ ହୋଇ ଧୀର ପାଦ, ସ୍ଥିର ଚିତ୍ତରେ ଆଗକୁ ଗତି କଲେ ଜୀବନ ଆନନ୍ଦରେ ଭରିଯାଏ ।

କୃଷ୍ଣ ଚରିତ ଭଗବତ

ସୁଖରେ ଆୟସୀ, ଦୁଃଖରେ କାତର ନ ହୋଇ ଧୀର ପାଦ, ସ୍ଥିର ଚିତ୍ତରେ ଆଗକୁ ଗତି କଲେ ଜୀବନ ଆନନ୍ଦରେ ଭରିଯାଏ । ଦୁଃଖରୁ ପୂର୍ଣ୍ଣାଙ୍ଗ ଜୀବନ, ସୁଖରୁ ଆତ୍ମ ବିସ୍ମୃତ । ପାଣ୍ଡବମାନଙ୍କ ମାତା କୁନ୍ତୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁଃଖ ହିଁ ମାଗୁଥିଲେ। କାରଣ ଦୁଃଖରେ ରହିଛି ଜୀବନର ଅନ୍ତଃସ୍ଵରା ଭଗବାନଙ୍କୁ ଆର୍ତ୍ତରେ ପ୍ରାର୍ଥନା କରିବାର ମାହେନ୍ଦ୍ର ବେଳା । ଦୁଃଖକୁ ସୁଖ, ସୁଖକୁ ଦୁଃଖ ମଣୁଥିବା ମନୁଷ୍ୟର ଚିତସତ୍ତା ଲୁହା ଠାରୁ ଟାଣ, ଫୁଲ ପରି କୋମଳ ।

ନୃପେନ୍ଦ୍ର ଶୁଣ ମୋର ବାଣୀ ।

ମୋତେ ମୁଞ୍ଚିଲେ ଚକ୍ରପାଣି II

ମୋହର ପ୍ରିୟ ସଖା ହରି ।

ହୃଦୟ ଗଲା ଶୂନ୍ୟ କରି ॥

ଦେଖ ମୋହର ବୀରପଣା ।

ମାର୍ଗେ ଗୋବିନ୍ଦ ପତ୍ନୀଗଣ ।।

ଆବୋରି ନ ପାରିଲି ବଳେ ।

ତକ୍ଷଣେ ଲୁଟିଲେ ଗୋପାଳେ ॥

ସେହି ଗାଣ୍ଡୀବଧନୁ ମୋର ।

ସେହି ଅକ୍ଷୟ ତୂଣ ଶର ।।

ସେହି ବିମାନ ଅଶ୍ଵ ଦେଖ ।

କ୍ଷଣକେ ହୋଇଲି ନିରେଖ ॥

ଯାହାର ତେଜେ ନୃପଗଣେ ।

ନମନ୍ତି ମୋହର ଚରଣେ ॥

ତାର ବିଯୋଗେ ତନୁ କ୍ଷୀଣ ।

ଦିଗେ ଦିଶନ୍ତି ମୋତେ ଶୂନ୍ୟ ।

ସେ ପ୍ରାଣବାନ୍ଧବ ବିଯୋଗ ।

ଭସ୍ମେ ଯେସନେ ହବିର୍ଭାଗ ॥

କୁହୁକ ବଳେ ଲବ୍ଧ ଅର୍ଥ ।

ପ୍ରତ୍ୟକ୍ଷେ ତାହା ହୋଇ ବ୍ୟର୍ଥ ॥

ଊଷର ଭୂମିରେ ରୋପିତ ॥

ବୀଜର ପ୍ରାୟେ ମୁଁ ନିହତ ॥

ଶୁଣ ହେ ନୃପ ଶୁଦ୍ଧ ଚେତା ।

ବନ୍ଧୁବାନ୍ଧବଙ୍କ ବାରତା ।

ଅପରେ ଯେତେ ଯଦୁକୁଳେ ।

ନିଶ୍ଚିନ୍ତେ ଅଲେ କୁଶସ୍ଥଳେ ।

ବ୍ରାହ୍ମଣଶାପ ଅବସାନେ ।

ମିଳିଲେ ଏରକାର ବନେ ॥

ବାରୁଣୀ ମଦ୍ୟ କଲେ ପାନ ।

ଭୋଳେ ଭୋଳେ ହତଜ୍ଞାନ II

ଏରକା ମୁଷ୍ଟିକରେ ଧରି ।

ଏକ ଆରେକ ମରାମରି ॥

ଆତ୍ମାକୁ ନ ଜାଣନ୍ତି ଭୋଳେ ।

ନାଶିଲେ ବ୍ରହ୍ମଶାପ ଫଳେ ॥

ଏଣୁ ଯାଦବ ବଂଶ ନାଶ ।

ରହିଲେ ଚାରି ପାଞ୍ଚ ଶେଷ ॥

 

ଅବଧୂତ କହିଥିଲେ

ଯେପରି ଚଲା ପଥରେ ଉଠାଣି ଗଡ଼ାଣି, ଖାଲ ଖାମା ଥାଏ, ସେହିପରି ଜୀବନ ପଥରେ ଦୁଃଖ ସୁଖ, ବିପଦ ଆପଦ ରହିଛି। ସୁଖରେ ଆୟସୀ, ଦୁଃଖରେ କାତର ନ ହୋଇ ଧୀର ପାଦ, ସ୍ଥିର ଚିତ୍ରରେ ଆଗକୁ ଗତି କଲେ ଜୀବନ ଆନନ୍ଦରେ ଭରିଯାଏ । ଦୁଃଖରୁ ପୂର୍ଣ୍ଣାଙ୍ଗ ଜୀବନ, ସୁଖରୁ ଆତ୍ମ ବିସ୍ମୃତ । ପାଣ୍ଡବମାନଙ୍କ ମାତା କୁନ୍ତୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁଃଖ ହିଁ ମାଗୁଥିଲେ। କାରଣ ଦୁଃଖରେ ରହିଛି ଜୀବନର ଅନ୍ତଃସ୍ଵର । ଭଗବାନଙ୍କୁ ଆର୍ତ୍ତରେ ପ୍ରାର୍ଥନା କରିବାର ମାହେନ୍ଦ୍ର ବେଳା । ଦୁଃଖକୁ ସୁଖ, ସୁଖକୁ ଦୁଃଖ ମଣୁଥିବା ମନୁଷ୍ୟର ଚିତ୍ସତ୍ତା ଲୁହା ଠାରୁ ଟାଣ, ଫୁଲ ପରି କୋମଳା ।

ବେଦନା ବ୍ୟକ୍ତ କରି କହିଲେ – ହେ ଜ୍ୟେଷ୍ଠ ଭ୍ରାତ, ଯେଉଁ ଶ୍ରୀହରି ସଖା ପ୍ରେମ ନେଇ ଏକାଙ୍ଗ ଭାବରେ ଆମ୍ଭ ସହିତ କ୍ରୀଡ଼ା କରୁଥିଲେ, ଧର୍ମ ସଂସ୍ଥାପନା ଆଥେ ଆମ୍ଭ ଦେହର ଦେହୀ ହୋଇ ଦୁଷ୍ଟ ସଂହାରୁଥିଲେ, ସେଇ ପରମବନ୍ଧୁ ଆମ୍ଭ ହୃଦୟ ଶୂନ୍ୟ କରି ଚାଲିଯିବା ପରେ ଆତ୍ମ ଶରୀର ଓ ମନର ସ୍ଥିତି ବିକୃତ ରୂପ ଧାରଣ କରିଛି। ଦଶଦିଗ ଅନ୍ଧାର ଦିଶୁଛି। ଆମ୍ଭ କଳେବର କ୍ଷୀଣ ହେବାରେ ଲାଗିଛି । ଯେପରି ଶରୀର ନଷ୍ଟ ହୋଇଗଲେ ଆତ୍ମା ନିଜ ବାଟରେ ଚାଲିଯାଏ, ସେହିପରି ଆମ୍ଭ ଦେହ ଭସ୍ମ ହୋଇଯାଇଛି ।

ଦେଖ ଭ୍ରାତ, ଆତ୍ମର ସବୁ ଶିରୀ କିପରି ତୃଟି ଯାଇଛି । ସେଇ ଗାଣ୍ଡୀବ, ଅକ୍ଷୟ ତୂଣୀର, ସେଇ ଅଶ୍, ରଥ, ସବୁ ତାଙ୍କ ସଙ୍ଗେ ଚାଲିଯାଇଛି । ଯେପରି ଯାଦୁ ବିଦ୍ୟା ଖେଳରେ ପ୍ରଦର୍ଶିତ ଧନ ରନ୍ କ୍ଷଣିକ ମଧ୍ୟରେ ଅନ୍ତର୍ହିତ ହୋଇଯାଏ, ସେହିପରି ଆୟର ସବୁ ଶକ୍ତି କୁହୁକ ବିଦ୍ୟା ପ୍ରାୟ ଉଭାଇ ଯାଇଛି । ଆମେ ଏତେ ନିର୍ବଳ ହୋଇପଡ଼ିଛୁ ଯେ ଜଣେ ସାଧାରଣ ମନୁଷ୍ୟର ସମକ୍ଷକ ହୋଇ ପାରିବୁ ନାହିଁ। ଯେଉଁ ସଖା ଆମ୍ଭଙ୍କୁ ସବୁ ବିପଜିରୁ ରକ୍ଷା କରିଥିଲେ। ତାଙ୍କ ପତ୍ନୀମାନଙ୍କୁ ମଧ୍ୟ ଆମେୟ ସୁରକ୍ଷା ଦେଇ ପାରିଲୁ ନାହିଁ। ସେଇ ସଖାଙ୍କ ନିର୍ଦ୍ଦେଶ ପାଇ ତାଙ୍କ ପତ୍ନୀଗଣଙ୍କୁ ଆମ୍ଭେ ହସ୍ତିନାପୁର ଆଣୁଥିବା ବାଟରେ, ଉଦ୍ଧତ ଯାଦବମାନେ ସେମାନଙ୍କର ଅଷ୍ଟ ଅଳଙ୍କାର ଲୁଟି ନେଲେ । ଆମେୟ ହତଭାଗା ସେଇ ଦୃଷ୍ଟମାନଙ୍କୁ ପ୍ରତିହତ କରି ପାରିଲୁ ନାହିଁ। ହୋ ଭ୍ରାତ, ଯେପରି କ୍ଷାର ଭୂମିରେ ମଞ୍ଜି ବୁଣିଲେ ସେ ବୀଜ ଅଙ୍କୁରିତ ନ ହୋଇ ମରିଯାଏ, ସେହିପରି ସଖା ଶ୍ରୀକୃଷ୍ଣଙ୍କୁ ହରାଇ ଆନ୍ତ୍ର ଜୀବ ସତ୍ତା ବିନ୍ଦୁ ବିନ୍ଦୁ ହୋଇ ସରିଯାଉଛି ।

କ୍ରନ୍ଦନ ରୋଳରେ କିଛି ସମୟ ନିରବୀ ଯାଇ ଅର୍ଜୁନ, ଲୁହ ପୋଛିଲେ ଓ ପୁଣି କହିଲେ- ହେ, ବିଶ୍ଵ ଅଧିପତି, ଦ୍ଵାରକାର ବନ୍ଧୁବାନ୍ଧବ ଓ ପ୍ରଜାଗଣଙ୍କ ବିସମ୍ବାଦ ଏବେ ଶ୍ରବଣ କରା ସଖା ଶ୍ରୀକୃଷ୍ଣଙ୍କ ପ୍ରତ୍ୟାବର୍ତନ ପରେ ଯାଦବଗଣ ପୂର୍ବ ନିର୍ବାରିତ ସମସ୍ତ ବିଧି ବିଧାନ, ନୀତି ନିୟମ ପ୍ରତି ପଦାଘାତ କଲେ । ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଧୂଷ୍ଟତା ଯୋଗୁ କର୍ଣ୍ଣ, ନାରଦ ଆଦି ମୁନିଋଷିମାନେ ଅତୀତରେ ଦେଇଥିବା ଅଭିଶାପ କ୍ରମେ ଫଳପ୍ରଦ ହେଲା । ସଭିଏଁ ମଦ୍ୟପାନ କରି ହତଜ୍ଞାନ ହୋଇପଡ଼ିଲେ । ଆତ୍ମା ପରମାମ୍ବା ଜ୍ଞାନ ହରାଇ ଅସୁରଙ୍କ ଭଳି ଉତ୍ପାତ ଆରମ୍ଭିଲେ । ପରସ୍ପରକୁ ଅଶ୍ଵାଳ ଇଙ୍ଗିତ ଦେଇ ମୁଥା ମରାମରି ହେଲେ । ପ୍ରଚୁର ମଦ ପିଇ ଭୋଳରେ ନାରୀମାନଙ୍କୁ ଅସମ୍ମାନ କଲେ । ଯିଏ ଯେଉଁଠି ଥିଲେ ସଭିଏଁ ଦଳ ଦଳ ହୋଇ ପାପ  କର୍ମରେ ଲିପ୍ତ ହେଲେ । କାଳକ୍ରମେ ଋଷି ଅଭିଶାପ ଘନିଭୂତ ହୋଇ ସେମାନଙ୍କ ଚିତ୍ତକୁ ନଷ୍ଟ ଭ୍ରଷ୍ଟ କଲା । ସଭିଙ୍କୁ କାମ, କ୍ରୋଧ, ଲୋଭ, ମୋହ ଗ୍ରାସ କଲା । ସଖା କୃଷ୍ଣ ନିଜ ହସ୍ତରେ ଗଢିଥିବା ସ୍ଵର୍ଗସମ ଦ୍ୱାରିକାପୁରକୁ ଛାରଖାର କରିଦେଲେ । ମାତାଲ, ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ଋଷି ଅଭିଶାପରୁ ସୃଷ୍ଟ ଏରକା ଶର ବଣ ଦିଗକୁ ଧାଇଁଲେ । ଶରବଣରୁ ଏକ ଏକ ଧରି ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କଲେ । ଦ୍ଵାରକା ମାଟି ରକ୍ତ ରଞ୍ଜିତ ହୋଇ ପଡ଼ିଲା । ରକ୍ତର ସୁଅ ସମୁଦ୍ର ମଧରେ ପ୍ରବେଶ କଲା । ଏହିପରି ଭାବରେ ଯାଦବଗଣ ନିଜ ହସ୍ତରେ ନିଜେ ମୃତ୍ୟୁର ଶୀତଳ ସ୍ପର୍ଶ ଅନୁଭବ କରି ଚାଲିଗଲେ। ପାହାଡ଼ ସଦୃଶ୍ୟ ଶବମାନଙ୍କ ମଧ୍ୟରେ ମାତ୍ର ଚାରି ପାଞ୍ଚଜଣ ବଞ୍ଚିଛନ୍ତି ! ହେ" ଜ୍ୟୋଷ୍ଠଭ୍ରାତ, ପ୍ରିୟ ସଖାଙ୍କ ଅନୁପସ୍ଥିତିରେ ଉଦ୍ଭ୍ରାନ୍ତ ଯାଦବ ବଂଶ ଏହିପରି ଭାବରେ ଲୋପ ପାଇଯାଇଛି ।

ଆଧାର - ଯୋଗୀ ଗଣେଶ୍ଵର

2.94444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top